ପରୀ କାହାଣୀ ଟେ କହିଦେ
ମୁଁ ଆନନ୍ଦେ ଅଧୀର ହେବି
ନାନବୟା ଗୀତ ଗାଈ ଦେ ମା
ମୁଁ ଚୁପ ଚାପ ଶୋଇ ଯିବି ।।
ଭଜନ ଜଣାଣ ଶିଖେଇଦେ ମା
ସେ ନାମେ ଭଜିବି ହରି
ତୋ ଅନ୍ତରେ ରହି ମୋ ଅନ୍ତରେ
ଭଜି ଗର୍ଭ ବନ୍ଧନରୁ ଯିବି ତରି ।।
ଏଇ ଥର ମୋତେ ଜନ୍ମ ଦେ ମା
ତୋ ପରି ମା ଟିଏ ହେବି
ନାରୀ ଜାତିର ସମ୍ମାନ ପାଇଁ କି
ଜୀବନ ମୁଁ ଦେଇ ଦେବି ।।
ଦୁନିଆର କଥା କହ ମା ମୋତେ
ସେହି ଦୁନିଆକୁ ମୁଁ ଯିବି
ସତ୍ୟ ଅହିଂସାର ପଥ ଆଚରିବି
ଅନ୍ୟାୟ ସାଥେ ଲଢିବି ।।
ତୋ ମନ କଥା କହିଦେ ମା
ତୋ କନ୍ୟା ମୁଁ ମାନି ନେବି
ତୋର ଇଚ୍ଛା ଥିଲେ ଜନ୍ମ ପୂର୍ବରୁ
ଜୀବନ ମୁଁ ଦେଇଦେବି
ଜୀବନ ମୁଁ ଦେଇଦେବି ।।