କବିତା

ତ୍ରିରଙ୍ଗା ରେ ତ୍ରିରଙ୍ଗା

Triranga Re Triranga an odia poem by Prakash Sahoo

ତ୍ରିରଙ୍ଗା ରେ ତ୍ରିରଙ୍ଗା
ତିନି ରଙ୍ଗରେ ହେଲା ତୋର ରଙ୍ଗା ।
ତୁହିଁ ଆମ ରାଷ୍ଟ୍ରୀୟ ପତାକା।
ଯେଉଁ ଦେଶ ରକ୍ତ ବଦଳରେ ପାଇଥିଲା
ସ୍ୱାଧୀନତା ,ସେହି ଦେଶ ମାଟି ଆଜି,
ପୁଣି ଥରେ ରକତରେ ରଙ୍ଗା।

ତ୍ରିରଙ୍ଗା ରେ ତ୍ରିରଙ୍ଗା

ଛଳନା ରଙ୍ଗ ରେ ଆଜି ସାରା ଦେଶ ରଙ୍ଗା ।
ପାଖେ ନ ଥାଏ କିଛି ହେଲେ
ଦୁରୁ ଭାସିଆସେ ପବନ ରେ ଗନ୍ଧ ।
ସେ ଗନ୍ଧ ପାଇଁ ସମସ୍ତେ ଅନ୍ଦ ।
ସମସ୍ତଙ୍କ ପାଇଁ ଆଜି ଏଠି ସବୁ ମହଙ୍ଗା

ତ୍ରିରଙ୍ଗା ରେ ତ୍ରିରଙ୍ଗା
ତିନି ରଙ୍ଗରେ ହେଲା ତୋର ରଙ୍ଗା ।
ତୁହିଁ ଆମ ରାଷ୍ଟ୍ରୀୟ ପତାକା।
ଯେଉଁ ଦେଶ ରକ୍ତ ବଦଳରେ ପାଇଥିଲା
ସ୍ୱାଧୀନତା ,ସେହି ଦେଶ ମାଟି ଆଜି,
ପୁଣି ଥରେ ରକତରେ ରଙ୍ଗା।

ତ୍ରିରଙ୍ଗା ରେ ତ୍ରିରଙ୍ଗା
ନୋଟ ଆଉ ଭୋଟ ପାଇଁ ଏଠି ସବୁ ପଙ୍ଗା ।
ଭାଇ କରେ ଆଜି ନିଜ ଭାଇ ,
ପାଇଁ ବିପଦର ସଙ୍ଗା।
ଭେଣ୍ଡା ପୁଅ କର୍ମ ପାଇଁ ଆଜି
ବାପା ମା ଙ୍କ ହୃଦୟ ଭଙ୍ଗା ।

ତ୍ରିରଙ୍ଗାରେ ତ୍ରିରଙ୍ଗା
ଧର୍ମନୀରପେକ୍ଷ ରାଷ୍ଟ୍ର ପାଇଁ ଆମ,
ରାଷ୍ଟ୍ରର ଲାଗିଥିଲା ଦିନେ ଛଲଙ୍ଗା,
ଆଜି କବଳିତ ଧାର୍ମିକ ଦଙ୍ଗା ।
ନିରୀହ ଜନତାଙ୍କ ମୃତ୍ୟୁ ପାଇଁ,
ଦାୟି ଏହି ସାମ୍ପ୍ରଦାୟିକ ଦଙ୍ଗା ।

ଦୀର୍ଘଦିନ ମୃତ୍ୟୁ ସହ ସଙ୍ଘର୍ଷ ପରେ ବି
ମାଟିରେ ମିଶିଯାଇଛି ନିର୍ଭୟାର ଅଙ୍ଗ,
ତଥାପି କାମନାରେ ଅନ୍ଧ ଯୁବଗୋଷ୍ଠୀ
ଠାରୁ ମୁକୁଳିପାରିନି ନାରୀ ସମାଜ ।
ନାରୀ ହତ୍ୟା, ବଧୁ ହତ୍ୟା,କନ୍ୟା ଭ୍ରୂଣ ହତ୍ୟା,
ଆଜି ଦେଶ ପାଇଁ ମୁକ୍ଷ୍ୟ ପ୍ରସଙ୍ଗ ।

ଲୁଣ୍ଠନ,ହତ୍ୟା କରି ଆଜି
ମଣିଷ ପହଞ୍ଚି ଯାଇଛି ପର୍ବତ ର ଶୃଙ୍ଗ ।
ଚକା ଆଖି ସବୁ ଦେଖି
ଚୁପ ବସିଛି ଧରି ନିଜ ମଙ୍ଗ ।
ନିଜେ ସମାଧାନ କଲା ନାହିଁ,
ନିଜ ବ୍ରହ୍ମବିଭ୍ରାଟର ପ୍ରସଙ୍ଗ ।

ତ୍ରିରଙ୍ଗା ରେ ତ୍ରିରଙ୍ଗା
ଯଦି ଅଣ୍ଟି ଛୁରୀ ତଣ୍ଟି କାଟି କରେ ପାପ,
ଯଦି ଏହି ମାଟି ପୁଅ ଆପଣାଏ ନକ୍ସଲପନ୍ଥା ,
କରେ ନିଜ ଦେଶର ଲୋକଙ୍କ ହତ୍ୟା,
ଯଦି ଶାନ୍ତି ନାହିଁ,ଏକତା ନାହିଁ, ସଦଭାବ ନାହିଁ ,
ତେବେ ନାହିଁ ଆଉ ଖ୍ୟାତି ତୋର ତ୍ରିରଙ୍ଗା ।

ତ୍ରିରଙ୍ଗା ରେ ତ୍ରିରଙ୍ଗା……

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top