କବିତା

ତୃଷ୍ଣା

ନା ଆକାଶ, ନା ମାଟି
ନା ପାଣି ପବନ
କେହି ବି ଅଜାଡ଼ି ପଡ଼ନ୍ତି ନି
ତୁ ହୋଇ ମୋ ଆହୂତ ହାତରେ ।

ତୃଷ୍ଣା

ଯେତେଦିନରୁ ହାତ ପତେଇଲିଣି
ତୁ ଆକାଶ ହୋଇଥିଲେ
ଖରାର ନିର୍ମୋହ ବିଭତ୍ସତାରେ
ବାନ୍ଧି ସାରନ୍ତୁଣି
ତମସାଚ୍ଛନ୍ନ
ମୋ ପ୍ରତିଟି ସକାଳ ।

ତୁ ନଈ କି ପବନ ହୋଇଥିଲେ
ରକ୍ତ ନାଡ଼ର ନୀରବ ଗାତ୍ରରେ
ଲେଖି ସାରନ୍ତୁଣି ତୋ ନାଆଁ,
ଠିକଣା,
ରାତି କାକରର ସରଳ ମାଧୁରିମାରେ
ଛାଇ ସାରରନ୍ତୁଣି
ମୋ ସପ୍ତପୁରୁଷର
ବିଦୀର୍ଣ୍ଣ ଖରାବେଳ ।

ନା ଆକାଶ, ନା ମାଟି
ନା ପାଣି ପବନ
କେହି ବି ଅଜାଡ଼ି ପଡ଼ନ୍ତି ନି
ତୁ ହୋଇ ମୋ ଆହୂତ ହାତରେ ।

ଖାସ ଅପେକ୍ଷାରେ ହିଁ
ବିତିଛି କାଳକାଳ
ତୃଷ୍ଣା ଆଖିରେ ସଜଳ ମେଘର
ବଂଶୀ ବାଜୁଛି
ଚିରକାଳ ।

ଲୋକପ୍ରିୟ ଲେଖା

To Top