ବାଲୁକା ଶଯ୍ୟାରେ ତୁମ ପାଦ ଚିହ୍ନ ଦୂର ଦିଗନ୍ତ କୁ ଛୁଉଁଛି,
ତୁମ ପାଦ ଚିହ୍ନ ପଛରେ ପଛରେ
ପାଗଳ ପରି ମୁଁ ଧାଉଁଛି..!!
ଧୋଇ ଦେଇଯାଏ ସାଗର ଜୁଆର ବାଲିର ସେ ପାଦ ଚିହ୍ନ,
ମୋ ହୃଦୟରେ ତୁମ ପାଦ ଚିହ୍ନ ଛାପିଅଛି ସାରା ଜୀବନ..!!
ହାତ ପାପୁଲିରେ ତୋଳି ଧରିଥିଲି କୋମଳ ସେ ଅଙ୍ଗ ଦୁଇଟି,
କି ଦୋଷ କଲି ମୁଁ ଅଭିମାନ କରି ଚାଲି ଗଲ ପଦ
ଛାଟି..!!
ସାଇତି ରଖିଛି ମୋ ମନ ସିନ୍ଦୁକରେ ତୁମ ପଦଚିହ୍ନ ବାଲି କଣିକା,
ଯେତେ ଦେଖିଲେ ବି ବୁଝି ମୁଁ ପାରୁନି
ସବୁ ଲାଗେ ପ୍ରହେଳିକା..!!
ଆଜି ବି ଖୋଜୁଛି ସମୁଦ୍ର କୂଳରେ ନୟୟରୁ ଅଶ୍ରୁ ବାହି,
ତୁମ ପାଦ ଚିହ୍ନା ମରୁ ମରୀଚିକା
ଯାଇଛି କେବେଠୁ ହୋଇ..!!