ତୁମେ…
ମୋ ପ୍ରେରଣା
ମୋ ପ୍ରତିଟି ଶବ୍ଦର ଗହଣା
ମୋ କବିତାର ପରିକଳ୍ପନା
ମୋ ଏକାନ୍ତ ମୂହୁର୍ତ୍ତର ଆଶ୍ଵାସନା ।
ତୁମ ପାଇଁ…
ମୁଁ ଆଜି ଅଜଣା ପଥିକଟିଏ
ପାସୋରା ସ୍ୱପ୍ନର ଘଟଣାଟିଏ
ଅତୀତର ଠିକଣାହଜା ଚିଠିଟିଏ
ଭବିଷ୍ୟତର ଅଟ୍ଟହାସ୍ୟର ଆଲୋଚନାଟିଏ ।
ତୁମ ବିନା…
ମୁଁ ତୃଷାର୍ତ୍ତ ଚାତକ
ଲକ୍ଷ୍ୟହୀନ ପରିବ୍ରାଜକ
ଚକ୍ଷୁବିସର୍ଜିତ ଲୋତକ
କିନ୍ତୁ ସର୍ବଦା ମୁଁ ତୁମ ଶୁଭଚିନ୍ତକ ।