କବିତା

ତୁମ ଶ୍ରୀଚରଣ ଚୁମ୍ବନେ

Deepak Baral's odia poem Tuma Shreecharane Chumbana

ଚାହିଁ ବସିଅଛି ଆକୁଳେ ପିପାସା
ନୀତି ପାଦ-ପଦ୍ମ ଦର୍ଶନ ଆଶା
ମୁଁ ତ ପ୍ରଭୁ ତୁମ କିଣା ଅନୁଚର

ତୁମ ଶ୍ରୀ ଚରଣ ଚୁମ୍ବନେ

ଭବ-ମରୁଭୂମି ଛାଡି ବି ମୁ କେବେ
ଯିବି ତୁମ ସ୍ୱର୍ଗ ଦ୍ୱାର…
ହୃଦୟ ଦହନ ଲିଭିବ ମୋ କେବେ
ଛୁଇଁ ତୁମ ଶ୍ରୀ ପୟର..
କ୍ଷୁଦ୍ର ଅହଂ ଭାବ…..ହୋଇବ ମୋ ଲୀନ
ତୁମ ପ୍ରେମ ଜଳେ…… ବୁଡି ଆତ୍ମା-ମୀନ
ପ୍ରାଣ ମୋ ସମିବ ପିପାସା ମେଣ୍ଟିବ
ତୁମ ଶ୍ରୀ ଚରଣ ଚୁମ୍ବନେ …

ଚାହିଁ ବସିଅଛି ଆକୁଳେ ପିପାସା
ନୀତି ପାଦ-ପଦ୍ମ ଦର୍ଶନ ଆଶା
ମୁଁ ତ ପ୍ରଭୁ ତୁମ କିଣା ଅନୁଚର
ଚରଣ କୁ ନିଅ ଚରଣ କିଙ୍କର
ପରାଣେ ପରାଣେ ବାନ୍ଧ ହେ ଗୋପନେ
ଦୃଢ ତୁମ ……………ପ୍ରେମ ବନ୍ଧନେ
ପ୍ରାଣ ମୋ ସମିବ ପିପାସା ମେଣ୍ଟିବ
ତୁମ ଶ୍ରୀ ଚରଣ ଚୁମ୍ବନେ …

ଲୋକପ୍ରିୟ ଲେଖା

To Top