କବିତା

ତୁମେ ଗଲା ପରେ

Bijayalaxmi Patri's odia poem Tume Galaa Pare

କେମିତି ଜୀଇଁବି ତୁମ ବିନା ସତେ
ଦୂରେ ଥାଇ ଦିଅ କହି ।

ତୁମେ ଗଲା ପରେ

ତୁମେ ଗଲା ପରେ ସାଥୀ
ଏଇ ସହରଟା ମୋତେ
ଭାରି ଫିକା ଫିକା ଲାଗୁଛି ।

କେମିତି ଜୀଇଁବି ତୁମ ବିନା ସତେ
ଦୂରେ ଥାଇ ଦିଅ କହି ।

ରାତିରେ ଦିନରେ
ଏଇ ମୋ ମନରେ
ଆଙ୍କୁଛି ତୁମର ଛବି,
ଡାକ ଶୁଣି ତୁମେ
ଆସିଯିବ କାଳେ
ଖୋଜୁଛି ଭାରି ମୁଁ ମନେ ।

କାହିଁଗଲ, କାହିଁ ଏକା କରି ମୋତେ
ସଂସାର ଲାଗୁଛି ତୁଚ୍ଛ ,
ତଥାପି ଜୀଇଁଛି ଜୀଇଁବାକୁ ଅଛି ,
ଜୀଇଁବି ତୁମରି ପାଇଁ ।

ସ୍ନେହ ପରାଶର ଆଶାରେ ଜୀଇଁଛି
ତୁମ ବାଟ ଚାହିଁ ଚାହିଁ ,
ଫେରିଆସ ତୁମେ
ଫେରିଆସ ସାଥୀ
ତୁମ ହୃଦୟର
ମନର ମାନିନୀ ପାଇଁ ।

ତୁମ ବିନା ଏଠି ରଙ୍ଗୀନ ଦୁନିଆଁ
ଫିକା ପଡ଼ି ରହିଅଛି ,
ତୁମେ ଗଲାପରେ…
ଏଇ ସହରଟା …ସତରେ (!)
ଭାରି ଫିକା ଫିକା ଲାଗୁଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top