କବିତା

ତୁମେ ଗଲା ପରେ…!

Pratap Chandra Rout

ତୁମେ ଗଲାପରେ ଭଲ ଲାଗେନାହିଁ
କାହାରି ପଦଟେ କଥା,
ମନର ମଇନା ଖୋଜୁଥାଏ ସଦା
ତୁମରି ସ୍ନେହ ମମତା ।

ତୁମେ ଗଲା ପରେ...!

ତୁମେ ଗଲା ପରେ
ଆମ୍ୱଡ଼ାଳେ ଆଉକୋଇଲି କହୁନି କୁହୁ,
କାହିଁକି କେଜାଣି ତୁମେ ଗଲାପରେ
ଭଲ ବି ଲାଗୁନି ଆଉ ।

ତୁମେ ଗଲା ପରେ
ଫଗୁଣ ଅବିରଲାଗେ ମତେ ଫିକା ଫିକା,
ସାଥିଙ୍କ ମେଳରେ ବୁଲୁଥିଲେ ସୁଦ୍ଧା
ଲାଗେ ସଦା ଏକା ଏକା ।

ତୁମେ ଗଲା ପରେ
ସଙ୍ଗୀତର ସୂରପୂଲକ ଭରୁନି ମନେ
ଶ୍ରାବଣ ସମାନ ଲୁହକୁ ଝରାଇ
ଆଖିଚାହେଁ ଅଭିମାନେ ।

ତୁମେ ଗଲାପରେ
ଭଲ ଲାଗେନାହିଁକାହାରି ପଦଟେ କଥା,
ମନର ମଇନା ଖୋଜୁଥାଏ ସଦା
ତୁମରି ସ୍ନେହ ମମତା ।

ତୁମେ ଗଲା ଦିନୁ
ତୁମରି ବାଟକୁଚାହିଁଛି ଚାତକ ପରି,
ଆଶା ତ ଏତିକି –
ତୁମେ ମୋତେ ଆଉ ଦେବନାହିଁ ପରକରି ।

ଲୋକପ୍ରିୟ ଲେଖା

To Top