କବିତା

ଟୁଇଟର୍ ଗପ

ଏଣିକି ଅନେକ ସମୟରେ ସେ ଓଦା ଆଖିରେ ମୋବାଇଲ୍ ଖେଳାଏ ।
ତା’ ଭିତରୁ କେତୁଟା ନମ୍ବର
ନା ସେ ଡାଏଲ କରିପାରେ,
ନା ଡିଲିଟ୍ କରିପାରେ ।

ଟୁଇଟର୍ ଗପ

ହସ
ସେମାନେ ମତେ କହିଲେ- ତା’କୁ ଯେତେ ହସେଇବୁ,
ସିଏ ତତେ ସେତେ ଭଲ ପାଇବ ।
ଆଉ ସେ ଯେତେ ଅଧିକ ହସିଲା,
ମୁଁ ତା’କୁ ସେତେ ଅଧିକ ଭଲ ପାଇ ଚାଲିଲି ।

ନମ୍ବର
ଏଣିକି ଅନେକ ସମୟରେ ସେ ଓଦା ଆଖିରେ ମୋବାଇଲ୍ ଖେଳାଏ ।
ତା’ ଭିତରୁ କେତୁଟା ନମ୍ବର
ନା ସେ ଡାଏଲ କରିପାରେ,
ନା ଡିଲିଟ୍ କରିପାରେ ।

ମଣିଷ ଓ ଭଗବାନ
ନିହାତ ଜନଶୂନ୍ୟ ରାସ୍ତା ।
ସାମ୍ନାସାମ୍ନି ହୋଇଗଲେ ମଣିଷ ଓ ଭଗବାନ ।
ଉଭୟଙ୍କ ଆଖିରେ ଅସୁମାରି ଆଶ୍ଚର୍ଯ୍ୟ ।
ଉଭୟ ଏକାଥରେ କହିଲେ- ହେ ! ମୋର ଜନ୍ମଦାତା ।

ଫୋନ୍
ସେ ଫୋନ ଧରିଲା ।
କାହିଁ କେତେ ଲମ୍ବା ବ୍ୟବଧାନ ପରେ ।
ନିହାତି ଅନ୍ତରଂଗ, ଆପଣାର ଓ ପରିଚିତ ତା’ ସ୍ୱର ।
ଅଥଚ କହିଲା- ରଂଗ ନମ୍ବର ଲଗେଇଛନ୍ତି ଆପଣ ।

ଅଭିଶାପ
– ମୁଁ ତା’କୁ ଅଭିଶାପ ଦେବି । ସେ ମୋର ଶତୃ ।
– କଣ କହିବ ? ଦୁର୍ଭାଗ୍ୟ ନା ମୃତ୍ୟୁ ?
– ମୃତ୍ୟୁ । ଆଚ୍ଛା ସେଇଟି କାମ କରେନା ?
– ସିଏ ଆସିବା ଥୟ । ଶେଷକୁ ।

ଝିଅ
ଯୋଡେ଼ ସେଓ ଏକାଥରେ ଉଠେଇ ନେଲା ଝିଅ ।
ମା’ ଆକଟ କଲେ- ମତେ ଗୋଟେ ଦେ ।
ଝିଅ ଉଭୟ ସେଓକୁ କାମୁଡ଼ି ପକେଇଲା ।
ଟିକିଏ ବିରକ୍ତ ହେଲେ ମା’ । ବିରକ୍ତି ଭାବ ଲୁଚେଇଲେ ।
ଝିଅ ପଛରୁ ଡାକିଲା- ମା’ ଏଇ ଗୋଟାକ ନିଅ । ଏଇଟି ମିଠା ସେଓ ।

ଲୋକପ୍ରିୟ ଲେଖା

To Top