କବିତା

ଉତ୍କଳିକା

Chandan Kumar Maity's odia poem Utkalika

ସାମୁହିକ ବଞ୍ଚିବାର ଅଭିପ୍ରାୟ ନେଇ…
ଅନ୍ୟାୟ ଅତ୍ୟାଚାରେ ଶୋଷଣ ହେଉଛି….

ଉତ୍କଳିକା

ଉତ୍କଳ ମୋହର ଉତ୍କଳିକା ବେଶେ….
ସୌନ୍ଦଯ୍ୟ ତାହାର କେତେ ଯେ ଚହଟେ…???
ଆଜି ସେ ସୌନ୍ଦଯ୍ୟ କାଳ ଯେ ଗ୍ରାସୀଲା…
ସମଗ୍ର ଭ୍ରଷ୍ଟାଚାର-ଭ୍ରଷ୍ଟାଚାର ହିଁ ମାତିଲା…
ଜନସେବା ଏଠି ବେପାର ହୋଇଛି…
ଶାସକ ଏଇଠି ଅଶୁର ସାଜିଛି…
କହିବ କି ଶାସନାଧିପତି…??
ଏତେ ଦୁଃଖ ଅନାଚାର କାହା ପାଇଁ…!!

ସୃଷ୍ଟି ବିପର୍ଯୟ ତାଣ୍ଡବ ରଚିଲା..
କେତେ ନଦୀମାଳା ଦିଗଭ୍ରଷ୍ଟ କଲା..??
କେତେ ପଶୁ-ପକ୍ଷୀ ନର ବଳି ଯେ ଚଢ଼ିଲା…??
ବିପର୍ଯୟ ର କଳା-ପାହାଡ, ଦୁଖଦ ର ଘଣ୍ଟି…!!!
ଆଜି ବି କମ୍ପିତ ମୋର ଉତ୍କଳର ମାଟି…
କହିବ କି ଶାସନାଧିପତି…??
ଏତେ ଦୁଃଖ ଅନାଚାର କାହା ପାଇଁ…!!

ଆଜି କି ଯାଇ ଅଛ ପାସୋରି….
ସେହି ଦୁଃଖ ଦୁର୍ବିପାକ ବିରହ ଲୋହରୀ…
ଗୁଞ୍ଜିବୁଲେ ସେହି ଗୁଞ୍ଜରଣ….!!
ସାମୁହିକ ବଞ୍ଚିବାର ଅଭିପ୍ରାୟ ନେଇ…
ଅନ୍ୟାୟ ଅତ୍ୟାଚାରେ ଶୋଷଣ ହେଉଛି….
କଳିଙ୍ଗ ସାଗରେ ଦରିଦ୍ରର ଜୁଆର ଛୁଟୁଛି….
କହିବ କି ଶାସନଧିପତି…??
ଏତେ ଦୁଃଖ ଅନାଚାର କାହା ପାଇଁ…!!

ଆଜି ବି ଜାଗ୍ରତ ମୋର ଓଡିଶାର ବାସୀ…
ରାସ୍ତା କୋଡ଼ କେଉଁ ଭଙ୍ଗା କୁଡ଼ିଆ ରେ ବସି…
ମୁଠାଏ ପଖାଳ କୁ ପାଞ୍ଚ ମୁଠା କରି….
ଖାଉ ଅଛି ସେ ଆଜି….
ଲୋତକ ଲୋତକ ବରଷି….
ଘରଣୀ ସେ ଯେ ତାର ପେଟ ଭୋକ ମାରି….
ଛୁଆ କୁ ଦେଉଅଛି ତୁରଣୀ ତୁରଣୀ ପରଷି…
କହିବ କି ଶାସନଧିପତି…??
ଏତେ ଦୁଃଖ ଅନାଚାର କାହା ପାଇଁ…!!

ଲୋକପ୍ରିୟ ଲେଖା

To Top