ବ୍ୟଙ୍ଗକବିତା

ବାବା ସ୍ପେସିଆଲ…

Chandan Kumar Maity's odia satire poem Babaa Special

କାନ୍ତଙ୍କର ସେଯେ ରୁଚୁ ନାହି; ଆଶ୍ରମ ପରସା..
ହୋଟେଲ ଗୋଲକନ୍ଦା ଯେ ତାଙ୍କର ଭରସା….

ବାବା ସ୍ପେସିଆଲ…

ମାୟାର ପଥ….କାମନା ରଥ ….
ରଥେ ବସିଛନ୍ତି ;ରସିଲାକାନ୍ତ….
କାନ୍ତଙ୍କର ସେଯେ ରୁଚୁ ନାହି; ଆଶ୍ରମ ପରସା..
ହୋଟେଲ ଗୋଲକନ୍ଦା ଯେ ତାଙ୍କର ଭରସା….

ଭଜନ ବ୍ୟଂଜନେ ଅଗ୍ରନ୍ତି…
ଚିକେନ, ମଟନ, ବିରିୟାନୀ….
ତତ୍ସହ ଓଲ୍‌ଡ -ମଂକ ସୁରାପାଣି…
ଧରି ଅର୍ଘ୍ୟ-ଥାଳି …
ବିରାଜନ୍ତି ଯେବେ ପାଟରାଣୀ….
ବେଶ ଯେ ତାଙ୍କର ଚିକିନି-ଚେମେଲୀ…
ନୃତ୍ୟର ତାଳେତାଳେ….
ଦେଖନ୍ତି ମୁନ୍ନି-ଶିଲା କି ଜବାନି….

ଦର୍ଶନପାଇ ଏଠି ଗୋପୀଙ୍କର ଧସ୍ତା-ଧସ୍ତି…
ଗୋପୀକହନ୍ତି, “ବାବା କର ହେ ଆମର ମୋକ୍ଷ-ପ୍ରାପ୍ତି”
ବାବା କହନ୍ତି, “ତୁମର ହେବ ମୋକ୍ଷ-ପ୍ରାପ୍ତି,
ମୋର ହେବ ରସ-ପ୍ରାପ୍ତି..”
“ଆମେ ମିଶି ହୋଇ କରିବା, ଫୁଲ୍-ଗ୍ରାଣ୍ଡ ମସ୍ତି..”

ବାବା କରଇ ରାସନୀଳା…
“ତୋ କୋଳ, ମୋ ଝୁଲଣା..”
ଗୋପୀଙ୍କ କୋଳରେ “ଆଂଠୁଆ – ଗୋପାଳ”
ବାବା କରଇ ଶହେଶହେ ରେ ଖେଳ…
କାହିଁକି ନା..!!
ଏଇଠି ବାବା ଜଣକୁ ଗୋପୀ ମାଳମାଳ…

ଧରି ବାବା ପିଚିକାରୀ…
ଗୋପୀଙ୍କ ସହ ରଙ୍ଗ-ଚୋରି…
“ମୁହିଁ କଳକୀର ବଂଶୀ-ଧାରି..,
ମୁହିଁ ମୁକୁନ୍ଦ-ମୁରାରୀ..,
ଜଣେ ନୁହଁ; ଦୁଇଜଣ ନୁହଁ…
ଛପନ କୋଟି ବ୍ରହ୍ମାଣ୍ଡ-ସୁନ୍ଦରୀ;
ଙ୍କର କରିଛି ମୁ ବସ୍ତ୍ରଚୋରି.”!!
ବାବାଙ୍କର ହୋଇଛି ନବ କଳେବର..
କି ବସ୍ତ୍ର ପରିଧାନ ତାଙ୍କର…!!
ଲିଭାଇସ ପାଣ୍ଟକୁ ସାର୍ଟ ଲୀ-କୋପେର..
ବାମ ହସ୍ତେ ସିଗାରେଟ, ଡାହାଣେ ବିଅର…
କାହିଁକି ନା…. ???
“ମୁ ବ୍ରହ୍ମା, ମୁ ବିଷ୍ଣୁ,
ମୁଁ ଶେକ୍ସପିଅର (Shakespeare)…..

ଲୋକପ୍ରିୟ ଲେଖା

To Top