ବ୍ୟଙ୍ଗକବିତା

ପ୍ରେମିକ ଓ ଶ୍ରମିକ

Dr Kulangaara's odia satire poem Premika O Shramika

ଶ୍ରମିକ ଆଉ ପ୍ରେମିକ ଭିତରେ
ଅଧିକ କିଛି ଫରକ ନାହିଁ;
ପ୍ରେମିକ ଦିବସ ନଥିବାରୁ ଏହା
ଶ୍ରମିକ ଦିବସେ ଦେଉଚି କହି !

ପ୍ରେମିକ ଓ ଶ୍ରମିକ

ମୁଣ୍ଡଝାଳ ମାରି ତୁଣ୍ଡରେ ଖଟେ ଯେ
ତାକୁ କହୁ ଆମେ ଶ୍ରମିକ;
ତୁଣ୍ଡଝାଳ ବୋଳି ମୁଣ୍ଡରେ ଖଟେ ଯେ
ତାକୁ କହୁ ଆମେ ପ୍ରେମିକ !

ଶ୍ରମିକ ଆଉ ପ୍ରେମିକ ଭିତରେ
ଅଧିକ କିଛି ଫରକ ନାହିଁ;
ପ୍ରେମିକ ଦିବସ ନଥିବାରୁ ଏହା
ଶ୍ରମିକ ଦିବସେ ଦେଉଚି କହି !

ଉଚିତ୍ ପାଉଣା ମିଳେନାଇଁ କିନ୍ତୁ
ଦିନରାତି ଖଟେ ଶ୍ରମିକ ଭାଇ;
ପ୍ରେମିକ ବିଚରା ଖଟୁଥାଏ ଏଠି
ଓଲଟି ନିଜର ପକେଟୁ ଦେଇ !

ଶ୍ରମିକ ଶୋଷଣେ ସଦା ତତ୍ପର
କମ୍ପାନୀ ମାଲିକ, ଠିକାଦାର;
ଯାତନା ଦିଅନ୍ତି ପ୍ରେମିକ ଭାଇକୁ
ଘରମାଲିକ, ପିତା ପ୍ରେମିକାର !

ଶ୍ରମିକ ମାରଣ ଅଟନ୍ତି ସଦା
କମ୍ପୁଟର ଓ ପ୍ରଯୁକ୍ତି ବିଦ୍ୟା କୈାଶଳ;
କମ୍ପୁଟର ଓ ମୋବାଇଲି ଦ୍ୱାରା ଛଟେଇ
ହୁଅନ୍ତି କେତେ ଯେ ପ୍ରେମିକ ବିକଳ !

ସଂଘ ଅଛି ଏଠି ନେତା ବି ଅଛନ୍ତି
ଶମିକମାନଙ୍କ ସ୍ୱାର୍ଥ ଓ ଏକତା ପାଇଁ;
ଦୁଖହେଲା ଭାଇ ପ୍ରେମିକ ଏକତା
ଆଜିଯାଏଁ କିନ୍ତୁ ସମ୍ଭବ ହୋଇନାଇଁ!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top