ବ୍ୟଙ୍ଗକବିତା

ଶ୍ରେଷ୍ଠ ପ୍ରଶାସକ

Shree Shree Hugulaa's odia satire poem Shreshtha Prashaasaka

ଆବାସ ଯୋଜନା ଗରିବ ନାମେ,
ଲାଗଇ ତାହା ତ ଧନୀର କାମେ ।
ଯେଉଁ ରାଇଜେ ଗରିବ ପାଏନି
ଗୋଡ଼େଇ ଗୋଡ଼େଇ ବର୍ଷ ବର୍ଷକ,
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଶ୍ରେଷ୍ଠ ପ୍ରଶାସକ

ନଗଡ଼ାରେ ଯହିଁ ଶିଶୁ ମଡ଼କ,
ନାରୀ ଧର୍ଷଣେ ଯହିଁ ପଡ଼େ ଚଡ଼କ ।
ଯେଉଁ ରାଇଜରେ ଖଣିରୁ ପାଣି
ଯେଉଁଠି ଦେଖ ସବୁ ଶୋଷକ,
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ପେଟ ପାଇଁ ମାଆ ବିକୁଛି ଛୁଆ,
ପୋଡ଼େ ବୋହୂକୁ ଯଉତୁକ ନିଆଁ ।
ଯେଉଁ ରାଇଜରେ କିଶାନ ପୁଅ
ପିଇ ଚାଲେ କୀଟନାଶକ,
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଯେଉଁଠି ଶବ ହୁଏ ବୁହା କାନ୍ଧରେ,
ଜୀବନ ଜୀଉଛି କେଉଁଠି କନ୍ଦରେ ।
ଯେଉଁ ରାଇଜେ ଡେଙ୍ଗୁ ଡାଇରିଆ
ସାଜିଛନ୍ତି ମୁଖ୍ୟ ନାଶକ,
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଆବାସ ଯୋଜନା ଗରିବ ନାମେ,
ଲାଗଇ ତାହା ତ ଧନୀର କାମେ ।
ଯେଉଁ ରାଇଜେ ଗରିବ ପାଏନି
ଗୋଡ଼େଇ ଗୋଡ଼େଇ ବର୍ଷ ବର୍ଷକ,
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଏଠି କିଷାନ ଋଣ ଛାଆଡ଼ ନାହିଁ,
କମ୍ପାନୀ ଫେରାର ହୁଏ ଋଣକୁ ଖାଇ ।
ଯେଉଁ ରାଇଜେ ଚାକିରିଆ ବାଲା
ସରକାରୀ ମୁଖ୍ୟ ପୋଷକ
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଭେଣ୍ଡା ପୁଅ ଯାଏ ଦାଦନ ଖଟି,
ଦାସୀ ସାଜିଯାଏ କାହାର ବେଟି ।
ଯେଉଁ ରାଇଜରୁ ଯୁବକ ଯୁବତୀ
ଚାଲଣ ହୁଅନ୍ତି ଯଥା ମେଷକ
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଗାଁ ଇସୁକୁଲ ମାଷ୍ଟର ବିନା
ନାମକୁ ମାତର ଡାକ୍ତରଖାନା
ଯେଉଁ ରାଇଜରେ ନ୍ୟାୟ ମିଳୁନି
ଅନେଇ ଅନେଇ ମାସ ମାସକ
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

କାହା ପୁଅ ଖାଏ ଡେଲି ମାଉଁସ
ଖାଲି ପେଟେ ଶୁଏ କାହା ବଉଁଶ
କିଏ ପିନ୍ଧି ବୁଲେ ପାଟ୍ଟଶାଢ଼ୀ ତ
କିଏ ପାଉନାହିଁ ଛିଣ୍ଡା ପୋଷାକ
ସେଇ ରାଇଜର ମୁଖିଆମନ୍ତ୍ରୀ
ଶ୍ରେଷ୍ଠ ପ୍ରଶାସକ ।

ଲୋକପ୍ରିୟ ଲେଖା

To Top