ବ୍ୟଙ୍ଗକବିତା

ସ୍ମାର୍ଟ କବିତା

Dr Kulangaara's odia satire poem Smart Kabitaa

ମାଷ୍ଟ୍ରେ କହନ୍ତି ପାଠପଢା ଆଡଭାନ୍ସ
ହେଲାଣି ହ୍ୱାଟ୍ସଆପ ନମ୍ବର ନିଅ;
ମୁଁ ତ ଦିନସାରା ବ୍ୟସ୍ତ ରାତିକି
ମୋ ସହ ଚାଟରେ ଜ୍ଞାନ ନିଅ !
ଅମାନିଆ ଯଦି ହୁଅ,
ମୋ ହାତରେ ଅଛି ପ୍ରାକ୍ଟିକାଲ ମାର୍କ
ଏକଥା ଜାଣିଥା ଝିଅ !!

ସ୍ମାର୍ଟ କବିତା

ସମସ୍ତଙ୍କ ହାତେ ସ୍ମାର୍ଟଫୋନ୍ ଏବେ
ଦିନରାତି ସେଥିରେ ବିଜି;
ବାପା ନାଆଁ କେହି ପଚାରିଲେ
ପୁଅ ଗୁଗୁଲକୁ ଯାଏ ଖୋଜି !
କୁକୁରଟି ଗଲେ ହଜି,
ଧାଇଁ ଆସୁଚି ସେ କୁକୁଡାର ରାବ
ସ୍ମାର୍ଟଫୋନେ ଗଲେ ବାଜି !!

ମାଷ୍ଟ୍ରେ କହନ୍ତି ପାଠପଢା ଆଡଭାନ୍ସ
ହେଲାଣି ହ୍ୱାଟ୍ସଆପ ନମ୍ବର ନିଅ;
ମୁଁ ତ ଦିନସାରା ବ୍ୟସ୍ତ ରାତିକି
ମୋ ସହ ଚାଟରେ ଜ୍ଞାନ ନିଅ !
ଅମାନିଆ ଯଦି ହୁଅ,
ମୋ ହାତରେ ଅଛି ପ୍ରାକ୍ଟିକାଲ ମାର୍କ
ଏକଥା ଜାଣିଥା ଝିଅ !!

ସ୍ମାର୍ଟଫୋନ୍ ଏବେ ସ୍ମାର୍ଟନେସ୍ ଭରେ
ଗର୍ଭବତୀ ମାଆ ଛାତିରେ;
ସ୍ତ୍ରୀ ପିଲା ଛାଡି ଫେରାର ହୁଏ ସେ
ପ୍ରେମିକ ଅଙ୍କଲ ସାଥୀରେ !
ଆଜି ଯେ ତୁମରି ସାଥୀରେ,
କହିହେବ ନାଇଁ କାହା ପାଶେ ଯାଇ
ରହିଥିବ କାଲି ରାତିରେ !!

ଫେକ୍ ଆକାଉଣ୍ଟ୍ ଖୋଲିକି ନାତୁଣୀ
ଚାଟିଂରେ ମାତିଥିଲା;
ଫେକରେ ଟୋକା ହୋଇଥିବା ନିଜ
ଅଜାର ସେ ଫ୍ରେଣ୍ଡ ହେଲା !
ଦେଖା କରି ଯେବେ ଗଲା,
ଅଜା ନାତୁଣୀର ରହସ୍ୟ ସମ୍ପର୍କ
ସାର୍ଥକ ହୋଇଗଲା !!

ଫଟୋଦେଖି ଅନଲାଇନିରେ ବାହା
ହୋଇଗଲେ ପୁଅଝିଅ;
ପରେ ଭେଟ ହୋଇ ଜାଣିଲେ
ଝିଅର ସାନହାତୀ ପରି ଦିହ !
ପଇଁତିରିଶି କେଜିଆ ପୁଅ,
ଭାବିଲେ ଏ ପ୍ରେମ ଦୂରକୁ ସୁନ୍ଦର
କିନ୍ତୁ ବ୍ୟବହାର ପାଇଁ ନୁହଁ !!

ଲୋକପ୍ରିୟ ଲେଖା

To Top