ବ୍ୟଙ୍ଗକବିତା

ତୁମକୁ ମୋ ରାଣ

Manasa Ranjan Subudhi's odia satire poem Tumaku Mo Raana

-ଚାନ୍ଦରୁ ଦାଗକୁ ଆଣିଛ ବୋଳି
ନହେଲେ, ରୂପ ଲାବଣ୍ୟରେ କେଜିତି ପାରି ?

ତୁମକୁ ମୋ ରାଣ

ତୁମକୁ ମୋ ରାଣ
ମିଛ କହିବନି
କେତେ ଭଲ ପାଅ
କୁହ ଧନମଣି?

-ହୃଦୟ ହାରି ମୁଁ ଧରିଲି ପାଣି
ନହେଲେ, ବସାନ୍ତି ସେଥିରେ କରି ମୋ ରାଣୀ ।

ତୁମକୁ ମୋ ରାଣ
କୁହ ସତ କରି
ଦିଶଇ ଏବେ ମୁଁ
କେତେ ସୁନ୍ଦରୀ?

-ଚାନ୍ଦରୁ ଦାଗକୁ ଆଣିଛ ବୋଳି
ନହେଲେ, ରୂପ ଲାବଣ୍ୟରେ କେଜିତି ପାରି ?

ତୁମକୁ ମୋ ରାଣ
କହିବ ଆଜ
କେତେ ମନୋହରା
ମୋ ସଜବାଜ ?

-ବସ୍ତ୍ର ଅଳଂକାର ଫିକା ଆଗେ ତୁମରି
ନହେଲେ, ସାଜନ୍ତ ସତେ ଅବା ଅପସରି ।

ତୁମକୁ ମୋ ରାଣ
ଏଣିକି ଅନା
କେତେ ସୁଆଦ
ମୋ ହାତ ରାନ୍ଧଣା?
-ବେସର ଭେଜାଲ ନାହିଁ ତେଲ ଠିକଣା ନ ହେଲେ, ହୁଅନ୍ତା କି ତିଅଣ ରାଗ ଅଲଣା ?

ତୁମକୁ ମୋ ରାଣ
ଦେଖି କୁହନା
କେତେ ସରସ
ମୋଘର କରଣା?
-ଘର ବସେ ସିନା ମନକୁ ଯୋଡ଼ି
ନହେଲେ, ମୋହିଥାନ୍ତ ମନ ଘର ସଜାଡ଼ି ।

ତୁମକୁ ମୋ ରାଣ
କୁହ ପକାଇ ମନ
କେମିତି ଲାଗେ
ମୋ ସେବା ଯତନ?
-ତୁମ ହାତେ ବନ୍ଧା ମୋହରି ପ୍ରାଣ
ନହେଲେ, କୁହନ୍ତି କି ହେଲା ଜୀବନ ଧନ୍ୟ ?

ଲୋକପ୍ରିୟ ଲେଖା

To Top