କବିତା

ଟାଉଟର

Gupteshwar Nanda's odia poem Taautara

ଏହିଭଳି ଲୋକ ଦେଶକୁ ବିପଦ
ଅଶାନ୍ତ କରନ୍ତି ସଭିଙ୍କୁ
ଜନତାଙ୍କୁ କରି ଦେଶର ଦରିଦ୍ର
ସଜାନ୍ତି କୁବେର ନିଜକୁ ।

ଟାଉଟର

ହାତ ଗୋଡ଼ ଧରି ଲୋକଙ୍କୁ ଭୁଲେଇ
କରିଥାନ୍ତି ନାନା କୁକର୍ମ
ଆଗେ ଗୋଟେ କଥା ପଛେ ତା ଓଲଟା
ତାଙ୍କ ଅତ୍ୟାଚାର ନିର୍ମମ ।

ଏହିଭଳି ଲୋକ ଦେଶକୁ ବିପଦ
ଅଶାନ୍ତ କରନ୍ତି ସଭିଙ୍କୁ
ଜନତାଙ୍କୁ କରି ଦେଶର ଦରିଦ୍ର
ସଜାନ୍ତି କୁବେର ନିଜକୁ ।

ପାଆନ୍ତି ଆନନ୍ଦ ମନେ ଭରି ବିଷ
ଦୁଇ ଜଣ ମଦ୍ଧେ କଜିଆ
ଏ ଘର ମାଉସୀ ସେ ଘର ପିଉସୀ
ହସିଥାନ୍ତି ହସ ବଢ଼ିଆ ।

ଶକୁନି ପରିକା ସୁସମ୍ପର୍କ ମଦ୍ଧେ
ଜନ୍ମାଇକି ମହାଭାରତ
ନାରଦ ଭଳିଆ ସେହି କଳିରୁହିଁ
କାଢ଼ିଥାନ୍ତି ନିଜ ସ୍ୱାର୍ଥ ।

ଏବେ ନାହାନ୍ତି ସେ ଶକୁନି, ନାରଦ
ତିନି ଅକ୍ଷରର ନାମଟା (ପ୍ରତିଷ୍ଠା)
ଚାରି ଅକ୍ଷରକୁ ବିକଶିତ ହେଲେ
ଟାଉଟର ନାମ ଜାଣିଥା ।

ଲୋକପ୍ରିୟ ଲେଖା

To Top