ପ୍ରବନ୍ଧ

“ବିବସନା” ରାଜଧର୍ମ ଓ “ବିବଶ” ପ୍ରଜା

Biswajeeban Mishra's odia prose Bibasanaa Raajdharma O Bibasha Prajaa

ତୁମ ଭାଇ ବୋଲି ସେ ବଳାତ୍କାର କରିବାଟା କଣ ଧର୍ମ ?

"ବିବସନା" ରାଜଧର୍ମ ଓ "ବିବଶ" ପ୍ରଜା

“ପ୍ରଜାର ଧନ, ଜୀବନ ଆଉ ସମ୍ମାନ ରକ୍ଷା କରିବା ରାଜାର ଧର୍ମ।”

ହେଲେ..

ନ୍ୟାୟ ପାଇଁ ଗୁହାରୀ କରି ତୁମ ଦୁଆରେ ହାତ ଯୋଡି ଠିଆ ହୋଇଥିବା ମଣିଷଟିକୁ ହିଁ ପିଟି ପିଟି ମାରିଦେବା କଣ ଧର୍ମ ?

ତୁମ ଭାଇ ବୋଲି ସେ ବଳାତ୍କାର କରିବାଟା କଣ ଧର୍ମ ?

ଜଣେ ଯୁବ ଆଇପିଏସ ଅଫିସର ତାଙ୍କର କର୍ତ୍ତବ୍ୟପାଲନ କରି ବାରମ୍ବାର ଟ୍ରାଫିକ ନିୟମ ଉଲଂଘନ କରୁଥିବା ତୁମ ଭାଇମାନଙ୍କୁ ଧରି, ଚାଲାଣ କଟାଇ ଗୋଟିଏ ଦିନ ଥାନାରେ ବସେଇ ଦେଲେ ବୋଲି ତାଙ୍କୁ ରାଜ୍ୟରୁ ହିଁ ବିତାଡିତ କରିଦେବା କଣ ଧର୍ମ ?

ଟୋଲ ଗେଟରେ ତୁମ ଭାଇମାନଙ୍କର ଉତ୍ପାତ, ମାରପିଟ ଆଉ ଭଙ୍ଗାରୁଜା କଣ ଧର୍ମ ?

ବାଃ ! ଏଇଥି ପାଇଁ ସେହି ସାଧାରଣ ଜନତାଟି ତୁମକୁ ରାଜ ପଦରେ ଅଭିଷିକ୍ତ କରାଇଥିଲା ? ମୋର ମନେ ଅଛି ତୁମର ରାଜ୍ୟାଭିଷେକ ହେବା ପୂର୍ବରୁ ତୁମେ କେମିତି ନ୍ୟାୟ ଭିକ୍ଷୁ ଏଇ ମୃତ ମଣିଷଟାର ଗୋଡ ହାତ ଧରି ପକେଇଥିଲ-ତୁମକୁ ରାଜପଦରେ ବସେଇବାରେ ସହଯୋଗ କରିବା ପାଇଁ ! କେତେ ସୁନେଲି ସ୍ୱପ୍ନ ତାକୁ ନ ଦେଖାଇଥିଲ ସତେ ! – ” ମୁଁ ଶାସନକୁ ଆସିଲେ ଦରବୃଦ୍ଧି ନିୟନ୍ତ୍ରଣ କରିବି ! ଅନାହାର ଦୂର କରିବି । ଗୁଣ୍ଡାରାଜ ବନ୍ଦ କରିବି ! ଚୋରି, ରାହାଯାନୀ, ଶୋଷଣ, ହତ୍ୟା, ଅତ୍ୟାଚାର, ବ୍ୟଭିଚାର, ବଳାତ୍କାର ବନ୍ଦ କରିବି ! ସମସ୍ତଙ୍କୁ ନ୍ୟାୟ ଦେବି !

– ଦେଖ ! ମୋ ଛଡା ଆଉ ସମସ୍ତେ କିପରି ଦୁରାଚାରୀ କଂସ !

– ‎ଦେଖ ! ମୁଁ ଅନ୍ୟ ରାଜପଦ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ କିପରି ସମ୍ପୂର୍ଣ ଭିନ୍ନ ! ”

( ତୁମେ ବାସ୍ତବରେ ଭିନ୍ନ ନୁହଁ, ତୁମେ ଧୋବାର ଉଜାଲା କୁଣ୍ଡରେ ଭୁଲରେ ବୁଡି ଯାଇ ଉଠି ଆସିଥିବା ସେହି ନିଳବର୍ଣ୍ଣ ଶୃଗାଳ !)

ଲୋକପ୍ରିୟ ଲେଖା

To Top