ପ୍ରବନ୍ଧ

ଇଞ୍ଚକେପ୍ ରକ୍

Dr Gauranga Samantaray's odia prose Inchcape Rock

ଈର୍ଷା, ରାଗ, ଦ୍ୱେଷର ଫଳ ଯେ ମୃତ୍ୟୁ, ସେ ଅନୁଭବ କରୁଥିଲା । ଶେଷରେ ନିଜର ଭୁଲ୍ ବୁଝିପାରୁଥିଲେ ମଧ୍ୟ ମୃତ୍ୟୁର ଶୀତଳ ସ୍ପର୍ଶ ତାକୁ ଆଲିଙ୍ଗନ କରୁଥିଲା

ଇଞ୍ଚକେପ୍ ରକ୍

Robert Southy ଏହି କବିତାରେ ଦର୍ଶାଇଛନ୍ତି ଯେ ଦୁନିଆଁରେ କେତେକ ଲୋକ ଅଛନ୍ତି ଯେ ଅନ୍ୟର ଦୁଃଖ କଷ୍ଟରେ, କ୍ଷତିରେ, ଯନ୍ତ୍ରଣାରେ, ସେମାନେ ସୁଖଶାନ୍ତି ଓ ଆନନ୍ଦ ଅନୁଭବ କରନ୍ତି । ଏ ପ୍ରକାର ସୁଖଶାନ୍ତିକୁ Wick Pleasure କୁହାଯାଏ । ଅନ୍ୟମାନଙ୍କର ପ୍ରଶଂସାରେ ସେମାନେ ଈର୍ଷାନ୍ୱିତ ହୋଇ ସେମାନଙ୍କର କ୍ଷତି ସାଧନ କରନ୍ତି ଓ ଶେଷରେ ସେମାନେ ନିଜର ହିଁ ପତନ କରିଥାନ୍ତି । Wickedness never goes unpunished. ଦୁଷ୍ଟ ସବୁବେଳେ ଦଣ୍ଡ ପାଏ ।

ଏକଦା ସ୍କଟ୍‌ଲ୍ୟାଣ୍ଡର ପଶ୍ଚିମ ଉପକୂଳ ସମୁଦ୍ର ମଝିରେ Inchcape Rock ନାମକ ଗୋଟିଏ ପାହାଡ଼ ଥିଲା । ନାବିକମାନେ ଜାହାଜରେ ଯିବା ଆସିବା କରିବା ସମୟରେ ପାହାଡ଼ ସହିତ ଜାହାଜ ବାଜି ନଷ୍ଟ ହୋଇ ଯାଉଥିଲା ଓ ନାବିକମାନେ ମରିଯାଉଥିଲେ । Abber brothockeର Abbot ଜଣେ ଦୟାଳୁ ଓ ପରୋପକାରୀ ଲୋକ ନାବିକମାନଙ୍କୁ ଏ ବିପଦରୁ ରକ୍ଷା କରିବା ପାଇଁ Inchcape Rockରେ ଗୋଟିଏ bouy (ଭେଳା) ବାନ୍ଧି ଦେଲେ ଯାହା କି ସବୁବେଳେ ସମୁଦ୍ର ତରଙ୍ଗରେ ଶବ୍ଦ କରି ବାଜୁଥିଲା । ସେ ଶବ୍ଦ ଶୁଣି ନାବିକମାନେ Inchcape Rock ର ଅବସ୍ଥିତି ଜାଣି ପାରୁଥିଲେ ଓ ଅନ୍ୟବାଟ ଦେଇ ଚାଲିଯାଉଥିଲେ । ଏଥିପାଇଁ ସେମାନେ Abbotଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା ମଧ୍ୟ କରୁଥିଲେ । ଏ ପ୍ରଶଂସାରେ Sir Ralph ନାମକ ଜଣେ ଜଳଦସ୍ୟୁ ଈର୍ଷାନ୍ୱିତ ହୋଇ ପଡୁଥିଲା । Abbotଙ୍କ ପ୍ରଶଂସା ସେ ସହ୍ୟ କରିପାରୁନଥିଲେ । ସେ ଚାହୁଁଥିଲା ଲୋକେ କିପରି ତାଙ୍କୁ ଆଉ ପ୍ରଶଂସା ନ କରନ୍ତୁ । ତେଣୁ ସେ ଜାହାଜ ଯୋଗେ Inchcape Rock ନିକଟକୁ ଯାଇ ଛଚ୍ଛମହ ରେ ଲାଗିଥିବା bouy(ଭେଳା)ଟିକୁ କାଟିଦେଲା, ଯାହା ଫଳରେ ସବୁବେଳେ ବାଜୁଥିବା ଭେଳାଟି ଆଉ ଶବ୍ଦ କରିପାରୁ ନଥିଲା ।

ତା’ପରେ Sir Ralph ଜାହାଜ ନେଇ ଆଗକୁ ଚାଲିଗଲା । ଯେତେବେଳେ ସେ ଫେରିଲା, ସେତେବେଳେ Inchcape Rock କେଉଁଠି ଜାଣିପାରୁ ନଥିଲା । ହଠାତ୍ ତା’ର ଜାହାଜଟି Inchcape Rock ରେ ବାଜି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା । Sir Ralph ସମୁଦ୍ର ଅତଳ ଗର୍ଭରେ ଲୀନ ହୋଇ ଯାଉଥିଲା । ମୃତ୍ୟୁ ସମୟକୁ ସେ କୁକର୍ମ ପାଇଁ ନିଜକୁ ଅଭିଶାପ ଦେଉଥିଲେ, ଧିକାର କରୁଥିଲା । ଈର୍ଷା, ରାଗ, ଦ୍ୱେଷର ଫଳ ଯେ ମୃତ୍ୟୁ, ସେ ଅନୁଭବ କରୁଥିଲା । ଶେଷରେ ନିଜର ଭୁଲ୍ ବୁଝିପାରୁଥିଲେ ମଧ୍ୟ ମୃତ୍ୟୁର ଶୀତଳ ସ୍ପର୍ଶ ତାକୁ ଆଲିଙ୍ଗନ କରୁଥିଲା । ତେଣୁ କର୍ମ ଯେପରି ଫଳ ସେପରି, ଯେମିତି ବୁଣିବ ସେମିତି ଅମଳ କରିବ । ପାପ ଅର୍ଜନ କରାଯାଇପାରେ ନାହିଁ ।

As you Sow, So shall you reap.

ଲୋକପ୍ରିୟ ଲେଖା

To Top