କେଉଁ ଆଦିମ କାଳରୁ ମଣିଷ ମନ ମତିଷ୍କରେ ଉଙ୍କି ମାରୁଛି “ଜାତିବାଦ “। ରାଜାମାନଙ୍କ ରାଜତ୍ଵ କାଳରେ ନିଜର ସୁବିଧା ପାଇଁ ଲୋକମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ କଲେ ଯାହାକୁ ଭିନ୍ନ ଭିନ୍ନ ସଂପ୍ରଦାୟ ବା ଜାତିରେ ବିଭାଜନ କରାଗଲା । ଲୁଗା ସଫା କରିବା ପାଇଁ, ବାଳ କାଟିବା ପାଇଁ, ପୂଜା କରିବା ପାଇଁ ଏହି ଭଳି ବିଭିନ୍ନ ବିଭିନ୍ନ କାର୍ଯ୍ୟରୁ ଜାତି ସୃଷ୍ଟି ହେଲା, ଯାହା ମଣିଷ ଭିତରେ ଅସ୍ପୁଷ୍ୟତା ବା ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି କଲା । କିନ୍ତୁ ବର୍ତ୍ତମାନ ଆମେ ବିଜ୍ଞାନ ଯୁଗରେ ପହଞ୍ଚି ସାରିଲେଣି । ଯେ କେହି ବି ବିଉଟିପାର୍ଲର କରି ବାଳକାଟି ପାରୁଛି ,ଜଣେ ଲଣ୍ଡରୀ କରି ଲୁଗା ସଫା କରି ପାରୁଛି ,ସେହିପରି ଅନ୍ୟ କାର୍ଯ୍ୟ କ୍ଷେତ୍ରରେ ବି ଯେକୌଣସି ସମ୍ପ୍ରଦାୟର ଲୋକ ଯେକୌଣସି କାର୍ଯ୍ୟ କରି ପାରୁଛି । ଛୁଆଁ ଅଛୁଆଁ ଭେଦ ଭାବ ପ୍ରାୟ ଲୋପହେବାକୁ ବସିଲାଣି । ଏପରି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଏବଂ ସାଧାରଣ ବର୍ଗ ଭଳି ଜାତିବାଦ ସୃଷ୍ଟି କରି ମଣିଷ ମନ ମତିଷ୍କକୁ କୁଠାର ଘାତ କରୁଛି ।
ମଣିଷ ମାପକାଠି କଣ ତାର ଜାତି ? ଏପରି ଅନେକ ପ୍ରଶ୍ନ ଏବେ ଯୁବ ସମାଜ ମନରେ ଉଙ୍କି ମରୁଛି । ସମସ୍ତ କ୍ଷେତ୍ରରେ ଯୋଗ୍ୟତା ବଦଳରେ ଜାତି ପାଇଁ ସ୍ତାନ ସରକ୍ଷଣ କଋରାଯାଉଛି । ଯାହା ଜଣେ ମେଧାବୀ ବଦଳରେ ତା ଠାରୁ କମ ନମ୍ବର ରଖିଥିବା ପିଲା ଚାକିରି ପାଉଛି । ଯଦି କୋଟିପତି ଅନୁସୂଚିତ ଜାତି ଓ ଜନଜାତି ଛାତ୍ର କୌଣସି କ୍ଷେତ୍ରରେ ପରୀକ୍ଷା ଦେବ ତେବେ ତାର ପରୀକ୍ଷା ଶୁଳ୍କ ଛାଡ ଏବଂ ଯଦି ଗରିବ ଓ ସାଧାରଣ ବର୍ଗର ଛାତ୍ର ହୋଇଥିବ ପରୀକ୍ଷା ଦେବା ପାଇଁ ଥିବା ସମସ୍ତ ଶ୍ଲୁକ ଦେବାକୁ ପଡିବ । ଯାହା ଫଳରେ ଅନେକ ଗରିବ ସାଧାରଣ ବର୍ଗର ଛାତ୍ର ଟଙ୍କା ଅଭାବରୁ ପରୀକ୍ଷାରୁ ବଞ୍ଚିତ ହୁଅନ୍ତି । ଯଦି ପରୀକ୍ଷା ଶୁଳ୍କ ଛାଡ କରିବା ବ୍ୟବସ୍ତା ଅଛି ତେବେ ଗରିବ ଶ୍ରେଣୀର ଛାତ୍ର ମାନକ ପାଇଁ ଛାଡ କରାଗଲେ ହୁଏତ ଚାକିରି କଲେ ଗୋଟିଆ ପରିବାର ଗରିବ ଶ୍ରେଣୀରୁ ବାଦ ପଡ଼ିନ୍ତା ।
ଜଣେ ଡାକ୍ତର ଗୋଟିଏ ରୋଗୀ ପାଇଁ ଭଗବାନ ସଦୃଶ୍ୟ କାରଣ ସେ ରୋଗର ପୀଡରୁ ମୁକ୍ତ କରିଥାଏ । ଯେତେବେଳେ ମେଡିକାଲ ପରୀକ୍ଷା ଦେଉ ଥିବା ସାଧାରଣ ବର୍ଗର ଛାତ୍ର ଅନ୍ୟ ବର୍ଗର ଛାତ୍ର ଠାରୁ ଅଧିକ ନମ୍ବର ରଖି ନାମ ଲେଖାରୁ ବାଦ ପଡିଥାଏ, ସେତେବେଳେ ଅନ୍ୟ ବର୍ଗର ଛାତ୍ର କମ ନମ୍ବର ରଖି ସୁଯୋଗ ପାଇ ଥାଏ । ଚିନ୍ତା କରିବା ଦରକାର ଯେ ଅଧିକ ନମ୍ବର ରଖିଥିବା ଛାତ୍ର ଜଣେ ଭଲ ଡାକ୍ତର ନା କମ ନମ୍ବର ରଖିଥିବା ଛାତ୍ର ଜଣେ ଭଲ ଡାକ୍ତର ହୋଇପାରିଥାନ୍ତା । ନିରକ୍ଷରତା ଦୂରୀକରଣ ପାଇଁ ସର୍ବଶିକ୍ଷା ଅଭିଯାନ, ସଭିଏ ପଢନ୍ତୁ ସଭିଏ ବଢନ୍ତୁ ।
ବଢିବା ପାଇଁ ସ୍ଵପ୍ନ ଦେଖାଉଥିବା ଛାତ୍ର ମଧ୍ୟରରେ ପ୍ରତିଯୋଗିତା ବଦଳରେ ଜାତିଗତ ବିଭାଜନ କରାଯିବା ଟା କେତେଦୂର ଠିକ ??