ପ୍ରବନ୍ଧ

ମାତୃଜାତିର ସମ୍ମାନ ହିଁ ମାତୃଭୂମିର ସମ୍ମାନ

Pabitra Kumar Behera's odia prose Maatrujaatira Sammaana Hin Maatrubhumira Sammaana

ଯେଉଁଠାରେ ନାରୀ ଜାତିକୁ ପୂଜା କରାଯାଏ, ସେଠାରେ ଦେବତା ବିହାର କରନ୍ତି ।

ମାତୃଜାତିର ସମ୍ମାନ ହିଁ ମାତୃଭୂମିର ସମ୍ମାନ

ଆମେ ଏମିତି ଯୁଗରେ ପହଁଚିଛେ, ଯେତେବେଳେ ଦୁର୍ନୀତି, ଭ୍ରଷ୍ଟାଚାର, ବିଦ୍ୱେଷ, ସଂଘର୍ଷ ଓ ଆତଙ୍କବାଦ ମାତ୍ରାଧିକ ସ୍ତରରେ ପହଁଚିଛି । କେବଳ ଭାରତ ବର୍ଷରେ ନୁହେଁ ସମଗ୍ର ବିଶ୍ୱର ଜନସାଧାରଣଙ୍କ ସମ୍ମୁଖରେ ଅନେକ ଗୁରୁତର ସମସ୍ୟା କାୟାବିସ୍ତାର କରିଛି । ସାମାଜିକ ସମସ୍ୟା, ଅର୍ଥନୈତିକ ବିଶୃଙ୍ଖଳା, ରାଜନୈତିକ ଅସ୍ତିରତା, ପରିବେଶ ପ୍ରଦୂଷଣ ତଥା ପ୍ରାକୃତିକ ବିପର୍ଯ୍ୟୟ ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରିଚାଲିଛି । ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ମନୁଷ୍ୟ ହେଉଛି ସ୍ୱୟଂ ଭଗବାନ୍ ପରଂ ବ୍ରହ୍ମ ପରମେଶ୍ୱରଙ୍କ ସର୍ବ ଶ୍ରେଷ୍ଠ ପ୍ରାଣୀ । ସାରା ସୃଷ୍ଟିରେ ମନୁଷ୍ୟର ସ୍ଥାନ ସ୍ୱତନ୍ତ୍ର । ଜୀବନହେଉଛି ମନୁଷ୍ୟକୁ ପରମେଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର । ଜୀବନ ହିଁ ପ୍ରତ୍ୟକ୍ଷ ଦେବତା । ମନୁଷ୍ୟର ସୃଷ୍ଟି ନିମିତ ପୁରୁଷ ଓ ନାରୀ ଉଭୟେ ହିଁପରେମେଶ୍ୱରଙ୍କ ଶୃଷ୍ଟି । ସମାଜରେ ପୁରୁଷର ଜେତିକି ସମ୍ମାନ ଥାଏ ନାରୀର ମଧ୍ୟ ସେତିକି ସମ୍ମାନ ଥାଏ । କିନ୍ତୁ ଏହାରି ଭିତରେ ମନକୁ ପ୍ରଶ୍ନ ଉଙ୍କିମାରେ ପ୍ରକୃତରେ କ’ଣ ଏସମାଜ ନାରୀକୁ ଅବଳା, ଦୁର୍ବଳା ବୋଲି ମନେକରେ । ଆଜି ନାରୀ ମଧ୍ୟ ସେହି ସ୍ରୋତରେ ସାମିଲ୍ ହୋଇ ଯାଇନିଜକୁ ଅସହାୟ ମନେ କରେ । ହେଲେ ନାରୀ ଯେ ଏକାଧାରରେ ଝିଅ, ବୋହୁ, ମାଆ ହେବା ସେଙ୍ଗ ସେଙ୍ଗ ଭଗିନୀ ଭାବରେ ମଧ୍ୟ ପରିଚିତହୋଇ ସେ ଭଗ୍ନୀ ରୂପରେ ସ୍ନେହ, ପତ୍ନୀ ଭାବରେ ପ୍ରେମ ଓ ମାଆ ଭାବରେ ସୁରକ୍ଷା ପ୍ରଦାନ କରିଥାଏ । ଏଭଳି ପରିପ୍ରେକ୍ଷରେ ଆଜି ନାରୀରକୌଣସି ସୁରକ୍ଷା ହିଁ ନାହିଁ । “ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ ” । ଅର୍ଥାତ ଯେଉଁଠାରେ ନାରୀ ଜାତିକୁ ପୂଜା କରାଯାଏ, ସେଠାରେ ଦେବତା ବିହାର କରନ୍ତି । ନାରୀ ନାରାୟଣୀ ଶକ୍ତି ସ୍ୱରୂପିଣୀ । ଯେଉଁ ସମାଜ ନାରୀ ଜାତିକୁ ସମ୍ମାନ ଦିଏ ପୂଜା କରେ ସେ ସମାଜସେତିକି ଉନ୍ନତ, ସମୃଦ୍ଧ । ମାତ୍ର ଯେଉଁଠି ନାରୀର ଅବମାନନା କରାଯାଏ, ଲାଞ୍ଛିତ କରାଯାଏ, ସମାଜରେ ଉପଯୁକ୍ତ ସ୍ଥାନ ଦିଆ ନ ଯାଏ ସେସମାଜରେ ଅଧଃପତନ ଅବଶ୍ୟମ୍ଭାବୀ । କାରଣ ନାରୀ ସେହି ସୃଷ୍ଠିର ଧ୍ୱଂସକାରିଣୀ ପାଲଟିଯାଏ । ଦେଶ ସଭ୍ୟତା ଦିଗରେ ଯେତେ ଆଗେଇଚାଲିଲେ ମଧ୍ୟ ନାରୀ ଆଜି ଅଳ୍ପେ ବହୁତେ ନିର୍ଯ୍ୟାତିତା ହେଉଛି । ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ନାରୀ ନିର୍ଯ୍ୟାତନାର ମାତ୍ରା ଅଧିକ । ପ୍ରତ୍ୟେକ ଦିନ ଖବର କାଗଜ ପୃଷ୍ଠା ଓଲଟାଇଲେ କୋଉ ପୁଅ ତା ମାଆକୁ ହତ୍ୟା କରୁଛିତ କେତେବେଳେ ବଧୂ ହତ୍ୟା ତ ଆଉ କେତେବେଳେ ବଧୂପୋଡି ଖବର ମାନ ଦେଖିବାକୁ ମିଳେ । ଅନେକ ପରିବାରରେ ଯୌତୁକ ଯୋଗୁଁ ମଧ୍ୟ ଝିଅଟିର ଜୀବନ ତମାମ ଯେଉଁ ମାନସିକ ଯନ୍ତ୍ରଣା ପାଏତାହା ନ କହିବା ଭଲ । ମାଦକ ଦ୍ରବ୍ୟ ସେବନ କରିବା ଆଜିକାଲି ଏକ ସାଧାରଣ ଅଭ୍ୟାସ ହୋଇ ଯାଇଛି । କାରଣ ମନୁଷ୍ୟକୁ ନିଜ ଆୟତରେ ରହି ମାଦକ ଦ୍ରବ୍ୟ ସେବନ କରୁନାହିଁ ବରଂ ମାଦକଦ୍ରବ୍ୟ ମନୁଷ୍ୟକୁ ଗ୍ରାସ କରିଯାଇଛି । ଯାହା ଦ୍ୱାରା କି ପରିବାରରେ ଅଶାନ୍ତି ଉପୁଜିବାର ଏକମୁଖ୍ୟ କାରଣ ହେଉଛି । ମଦ୍ୟପ, ନିସାସକ୍ତ ସ୍ୱାମୀ ନାରୀମାନଙ୍କପ୍ରତି କଦର୍ଯ୍ୟ ବ୍ୟବହାର, ମାରପିଟ୍, ପୋଡାଜଳା, ନାରୀ ଧର୍ଷଣ ଆଦି କାଣ୍ଡ କରି ବସୁଛି । ରୋଜଗାର କରୁଥିବା ଅର୍ଥ ଏଇ ବାଟରେ ଖର୍ଚ୍ଚ ହୋଇ ଯାଉଛି ପଛେ ବ୍ୟକ୍ତି ସେ ପଥରୁ ଆଉ ବିଚ୍ୟୁତ ହୋଇପାରୁନାହିଁ । ରାସ୍ତାଘାଟ, ବଜାର, ଛକମାନଙ୍କରେ ମେଳ ହୋଇ ଝିଅ ବୋହୂଙ୍କ ପ୍ରତି ଅଶ୍ଲିଳ ଆଚରଣ, ଶ୍ରୁତିକଟୁ ଭାଷାମାନ ବ୍ୟବହାର କରି ଅପମାନିତ କରୁଛନ୍ତି । ଏହାଦ୍ୱାରା ନାରୀଟି ମାନସିକ ସ୍ତରରେ ଅବଳା ଓ ଦୁର୍ବଳା ହୋଇଯାଉଛି । ନାରୀ ସାକ୍ଷାତ ଲକ୍ଷ୍ମୀ । ଶକ୍ତି ସ୍ୱରୂପିଣୀ, ଏଣୁ ଭାରତୀୟ ବିଚାରରେନାରୀର ଭୂମିକା ବନ୍ଦନୀୟ । ନାରୀ ବିନା ଗୃହରେ ଅସ୍ତିତ୍ୱ ନାହିଁ । ସେ ହେଉଛନ୍ତି ଜନ୍ମଦାତ୍ରୀ ମାଆ । ଏ ପୃଥିବୀରେ କୌଣସି ବ୍ୟକ୍ତି ନାହିଁ ଯିଏମାଆର ସଂପୂର୍ଣ୍ଣ ବର୍ଣ୍ଣନା କରିପାରିବ, ସେ ଅବର୍ଣ୍ଣନୀୟା । ସ୍ନେହମୟୀ, ଶକ୍ତିଦାୟିନୀ, ସର୍ବ ମଙ୍ଗଳକାରିଣୀ, ସର୍ବଂସହା, ସୁନ୍ଦର, ପବିତ୍ର ପ୍ରତିମାହେଉଛନ୍ତି ଆମର ମାଆ । ଯିଏକି ଗଙ୍ଗାଠାରୁ ବି ପବିତ୍ର, ଫୁଲଠାରୁ ବି କୋମଳ, ଜହ୍ନଠାରୁ ବି ସୁନ୍ଦର । ଯାହାର ହୃଦୟ ଆକାଶ ଠାରୁ ବିଶାଳ, ଯିଏ ନଦୀଠାରୁ ଚଞ୍ଚଳ, ଯାହାର ସ୍ୱର କୋଇଲିଠାରୁ ମଧ୍ୟ ମଧୁର ସେ ହେଉଛନ୍ତି ଆମର ମାଆ । ସୁଖ, ଦୁଃଖ, ହସ, କାନ୍ଦର ସାଥୀ ହେଉଛନ୍ତି ଆମରମାଆ । ଜୀବ ଜଗତ ସୃଷ୍ଟି ହେବା ପରଠାରୁ ଆଜି ପର୍ଯ୍ୟନ୍ତ ମାଆ ସବୁ ସମୟରେ ସୃଷ୍ଟିର ସନ୍ତୁଳନ ରକ୍ଷା କରିଆସିଛି । ପୁରାଣରେ ମା’ ଦୁର୍ଗା, ମା’କାଳୀ ହୁଅନ୍ତୁ କିମ୍ବା ଇତିହାସରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଏହାର ଜ୍ୱଳନ୍ତ ଉଦାହରଣ । ସେଦିନ ଯଦି ମା’ ମହିଷା ମର୍ଦ୍ଧିନୀ ଦଶଭୂଜା ଦୁର୍ଗାଧରାପୃଷ୍ଟରେ ଅବତରଣ କରିନଥାନ୍ତେ, ତେବେ ଦୁଷ୍ଟ ରାକ୍ଷସ ମହିଷାସୁରର ବିନାଶ ହୋଇପାରିନଥାନ୍ତା । ମା’ ସୀତା ଯଦି ରାବଣ ଦ୍ୱାରା ଅପହୃତ ହୋଇନଥାନ୍ତେ, ତେବେ ରାବଣ ନିହତ ହୋଇନଥାନ୍ତା । ଅନନ୍ତ ଶକ୍ତି ପ୍ରଦାୟିନୀ ମାଆ ଆମକୁ ସର୍ବଦା ସକଳ ବିପଦରୁ ରକ୍ଷା କରିଥାଏ । ତେଣୁଏଇ ଶକ୍ତି ସବରୂପିଣୀ, ନାରାୟଣୀ, ଜନକଲ୍ୟାଣୀ, ମମତାମୟୀ ମା’କୁ ଶ୍ରଦ୍ଧା ଓ ସମ୍ମାନ ଦେବା ଆମର ସର୍ବଦା କର୍ତବ୍ୟ । ମାନବ ସଭ୍ୟତାରଅଗ୍ରଗତି ବଢି ଚାଲିଛି । ଏହା ସତ୍ୱେ ନାରୀମାନଙ୍କର ସୁରକ୍ଷା ଫଳପ୍ରଦ ହୋଇାରୁନାହିଁ । ଏଥିପାଇଁ ନାରୀ ଓ ପୁରୁଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜ ଶଗଡରେ ଦୁଇଚକ, ପୁରୁଷ ଆଉ ନାରୀ । ଗୋଟିଏ ଦୁର୍ବଳ ହେଲେ ଅନ୍ୟଟି ଅଚଳ ହୋଇଯିବ । ସେହିପରି ନାରୀ ସୁରକ୍ଷିତ ହୋଇ ପାରିବପୁରୁଷର ସହାୟତାରେ । ଏହା ସତ୍ୱେ ନାରୀର ସ୍ୱକର୍ମ ତାକୁ ନିର୍ଯ୍ୟାତିତା ହେବାରୁ ରକ୍ଷା କରିପାରିବ । ସେଥିପାଇଁ ସେ ଶିକ୍ଷିତା, ସ୍ୱାବଲମ୍ବନଶୀଳା ହେବା ଜରୁରି । ନାରୀ ଯେତେବେଳେ ଅନ୍ତନିର୍ହିତ ଶକ୍ତିକୁ ଠିକ୍ ଭାବେ ପ୍ରୟୋଗ କରି ପାରିଛି ସେତେବେଲେ ସେ ସୁରକ୍ଷିତ ହୋଇପାରିଛି ଠିକ ଦୁର୍ଗାଙ୍କ ଭଳି, ଦକ୍ଷ ଯଜ୍ଞରେ ସୀତାଙ୍କ ଭଳି ଏବଂ ମୃତ୍ୟୁ ପତିଙ୍କୁ ଯମଙ୍କ ହାତରୁ ଛଡାଇ ଆଣିଥିବା ମହାସତୀ ସାବିତ୍ରୀ ଭଳି । ଠିକ୍ ସେହିପରି ନାରୀମଧ୍ୟ ଉଦୟ ସୂର୍ଯ୍ୟକୁ ରୋକି ଦେଇପାରେ ଅନୁସୂୟା ଭଳି । ତେଣୁ ଆଜିର ନାରୀ ଅବଳ, ଦୁର୍ବଳା ନୁହଁନ୍ତି । ଆମେ ସବୁବେଳେ ତାଙ୍କୁ ସମ୍ମାନଦେବାକୁ ଆଗେଇ ଆସିବା । ମାତୃଜାତିର ସମ୍ମାନ ହିଁ ମାତୃଭୂମିର ସମ୍ମାନ୍, ଏହି ସମ୍ମାନ ଜିବିତ ରହୁ ।

ଲୋକପ୍ରିୟ ଲେଖା

To Top