ପ୍ରବନ୍ଧ

ନିର୍ବାଚନୀ ନିବେଦନ

Nishikanta Padhi's odia prose Nirbachani Nibedana

ଗଣତନ୍ତ୍ରର ପବିତ୍ରତା ରକ୍ଷାକରି କାହାରି ଅର୍ଥବଳ, ବାହୁବଳ, ପ୍ରତିଶୃତି, ପ୍ରଲୋଭନ ତଥା ଧମକ ଚମକରେ ପ୍ରଭାବିତ ନ ହୋଇ ନିର୍ଭୀକ ମତଦେଇ ଭୋଟଦାନ କାର୍ଯ୍ୟରେ ସାମିଲ ହେବା ।

ନିର୍ବାଚନୀ ନିବେଦନ

ମନ ଓ ହୃଦୟର ସ୍ଥାଣୁତା, ବିଚାର ବିମର୍ଶର ନିଷ୍କ୍ରିୟତା, ସ୍ୱାର୍ଥଲୋଭ, ମୋହ ରହିତ ମନୋଭାବ ତଥା ବର୍ଷ ବର୍ଷ ଧରି ପରିବାର ରାଜନୀତି ଆଜି ଭାରତବର୍ଷର ଗଣତନ୍ତ୍ରକୁ ପଙ୍ଗୁ କରି ପକାଇଛି ।

ସମୟ ଆସିଛି ଗଣତନ୍ତ୍ରର ମହାସମାଧି ଉପରେ ବିବେକ ବୋଧର ମୃତ ସଞ୍ଜିବନୀ ମନ୍ତ୍ରର ଜଳ ସିଞ୍ଚି ମୃତ ଗଣତନ୍ତ୍ରକୁ ଆମେ ଆଜି ପୁନର୍ଜୀବିତ କରାଇବା ।

ଆସନ୍ତୁ :-

  • ବିନା ସ୍ୱାର୍ଥରେ ଦେଶ ଓ ସମାଜର ସେବା କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶପଥକରି ତଥା ଲୋକଲୋଚନରେ ସଂପୂର୍ଣ୍ଣ ସତ୍ୟ ତଥ୍ୟ ଉପସ୍ଥାପନ କରି ପ୍ରାର୍ଥୀପତ୍ର ଦାଖଲ କରିବା ।
  • ଗଣତନ୍ତ୍ରର ପବିତ୍ରତା ରକ୍ଷାକରି କାହାରି ଅର୍ଥବଳ, ବାହୁବଳ, ପ୍ରତିଶୃତି, ପ୍ରଲୋଭନ ତଥା ଧମକ ଚମକରେ ପ୍ରଭାବିତ ନ ହୋଇ ନିର୍ଭୀକ ମତଦେଇ ଭୋଟଦାନ କାର୍ଯ୍ୟରେ ସାମିଲ ହେବା ।
  • ଗୋଟିଏ ଦିନରେ କୋଟି କୋଟି ଟଙ୍କା ଡଷ୍ଟବିନର କାଗଜ ପାଲଟିଗଲା । ଆଗାମୀ ଦିନରେ ହୁଏତ କେଉଁଦିନ ସମସ୍ତ ସମ୍ପତ୍ତି, ପ୍ରାଚୁର୍ଯ୍ୟ, ବିଳାସ ବ୍ୟସନ ମାଟିରେ ମିଶି ଯାଇପାରେ । ତେଣୁ ଆସନ୍ତୁ ବସ୍ତୁବାଦୀ ନ ହୋଇ ଆଧ୍ୟାତ୍ମିକବାଦୀ ହେବା ଏବଂ ମଣିଷମାନଙ୍କ ଦୁଃଖରେ ସାମିଲ ହେବା ।
  • ଆସନ୍ତା ନିର୍ବାଚନରେ ଯୋଗ୍ୟ ବ୍ୟକ୍ତିଙ୍କୁ ଶାସନ ଗାଦିରେ ବସାଇ ଦେଶ ଓ ସମାଜରେ ପରିବର୍ତ୍ତନର ଧାରା ସୃଷ୍ଟିକରିବା ।
  • ନିଜ ପାଇଁ ନୁହେଁ ଭବିଷ୍ୟତ ବଂଶଧର ପାଇଁ ଏକ ସୁସ୍ଥ, ଶୃଙ୍ଖଳିତ ତଥା ଆଦର୍ଶ ସମାଜ ଛାଡିଯିବା ।

ଲୋକପ୍ରିୟ ଲେଖା

To Top