ପ୍ରବନ୍ଧ

ପ୍ରକୃତିର ବୈଚିତ୍ର – ବ୍ରହ୍ମ କମଳ

Harish Chandra Kar's odia prose Prakrutira Baichitra Brahma Kamala

ଏହାର ଔଷଧୀୟ ଗୁଣ ରହିଛି । ତିବ୍ବତୀୟ ଔଷଧ ଶାସ୍ତ୍ରରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ ।

ପ୍ରକୃତିର ବୈଚିତ୍ର - ବ୍ରହ୍ମ କମଳ

ବଗିଚା କାମ ଏକ ଅତ୍ୟନ୍ତ ଆମୋଦ ଦାୟକ ରୁଚି । ଏଥିରେ ବେଳେବେଳେ ଅତ୍ୟନ୍ତ ବିରଳ ଗଛ ବା ଫୁଲଟିଏ ଉପୁଜାଇ ପାରିଲେ ଖୁବ ଖୁସି ଲାଗେ । ସେମିତି ଏକ ଫୁଲ ହେଲା ବ୍ରହ୍ମ କମଳ ।

କି ବିଚିତ୍ର ସତେ ଏ ବୃକ୍ଷଲତା ଓ ଜୀବଜଗତ । ବ୍ରହ୍ମ କମଳ ପ୍ରକୃତିର ଏକ ବୈଚିତ୍ର । ପତ୍ରରୁ ଗଛ, ପୁଣି ପତ୍ରରୁ ପତ୍ର । ସେଥିରୁ ପ୍ରାୟ ଆଂଗୁଳି ମୋଟ ୧୫ ସେ.ମି ।. ନାଡରୁ ପଦ୍ମ ପରି ଫୁଲ । ଭୁରୁଭୁରୁ ସୁରଭିତ ସୁବାସ । ଫୁଲ ସନ୍ଧ୍ୟା ୭ ଟା ରେ ଫୁଟି ପ୍ରାୟ ୫ ଘଣ୍ଟା ପରେ ରାତିରେ ହିଁ ମଉଳି ଯାଏ । ଅନ୍ୟ ଦେଶରେ ଏହାକୁ ‘ରାତିର ରାଣୀ’ ବି କହିଥାନ୍ତି । ରାତିରେ ଫୁଟି ରାତିରେ ମଉଳି ଯାଉ ଥିବାରୁ ‘ବ୍ରହ୍ମ କୁମୁଦ’ ନାମ ହୁଏତ ଅଧିକ ପ୍ରଯୁଜ୍ୟ ହୁଅନ୍ତା । ପ୍ରକୃତରେ ଜାପାନରେ ଏହାକୁ ‘ଚନ୍ଦ୍ର ତଳେ ସୌନ୍ଦର୍ଯ୍ୟ’ବୋଲି କୁହାଯାଇଥାଏ ।

ଏ ଫୁଲ ଅତ୍ୟନ୍ତ ବିରଳ । ଏହାର ବିଜ୍ଞାନ-ଭିତ୍ତିକ ନାମ ହେଲା ଇପିଫାଈଲମ ଅକ୍ସିପେଟାଲମ (Epiphyllumoxypetalum) । ଏହି ଫୁଲଗଛ ହିମାଳୟରେ ସାଧାରଣତଃ ଦେଖିବାକୁ ମିଳିଥାଏ । ଏହା ଭାରତ ଛଡା, ମେକ୍ସିକୋ, ଦକ୍ଷିଣ ଆମେରିକା, ବର୍ମା ତିବବତ୍, ଜାପାନ୍, ଶ୍ରୀଲଂକା ଓ ଚୀନରେ ଦେଖିବାକୁ ମିଳିଥାଏ । ଏହା ବର୍ଷରେ ଥରେ କିଛିଦିନ ପାଇଁ ହିଁ ଫୁଟିଥାଏ ।
ବ୍ରହ୍ମ କମଳ ଏକ ପ୍ରକାରର କାକଟସ୍ । ଏ ଗଛ ପାଇଁ ବେଶୀ ପାଣି ଦରକାର ହୁଏନି । ଦୁଇ ତିନି ଦିନରେ ଥରେ ପାଣି ଦେଲେ ଯଥେଷ୍ଟ । ବେଶୀ ପାଣି ଦେଲେ ଗଛ ମରିଯାଇପାରେ । ଛାଇ ଛାଇ ଖରା ଜାଗାରେ ଏ ଗଛ ଭଲ ହୁଏ ।

ଏହାର ଔଷଧୀୟ ଗୁଣ ରହିଛି । ତିବ୍ବତୀୟ ଔଷଧ ଶାସ୍ତ୍ରରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ ।

ଏ ବର୍ଷ ଆମ ବଗିଚାରେ ଅନେକ ବ୍ରହ୍ମ କମଳ ଫୁଲ ଫୁଟିଛି । ଖୁସିର କଥା ଯେ ବହୁ କୌତୁହଳୀ ବ୍ୟକ୍ତି ଓ ପୁଷ୍ପ ବିଜ୍ଞାନୀମାନେ ଏହି ଗଛ ଓ ଫୁଲସହ ପରିଚିତ ହୋଇପାରିଛନ୍ତି ।

ଲୋକପ୍ରିୟ ଲେଖା

To Top