ପ୍ରବନ୍ଧ

ସାଂସାରିକ ସୁଖର ନିୟମ

Dr Gauranga Samantaray's odia prose Sansaarika Sukhara Niyama

ଅତୀତ କଥା ସ୍ମରଣ କରି ବ୍ୟତିବ୍ୟସ୍ତ ହୁଅନାହିଁ । ଏହା ବର୍ତ୍ତମାନ ପରିସ୍ଥିତିକୁ ଖରାପ କରିଦେବ । ଭବିଷ୍ୟତ ପରିସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ଓ ଭୟଭୀତ ହୁଅନାହିଁ । ବର୍ତ୍ତମାନ ପରିସ୍ଥିତିକୁ କେମିତି ସାମନା କରିବ, ଯୋଜନା କର ।

ସାଂସାରିକ ସୁଖର ନିୟମ

-: ପୂର୍ବରୁ :-

(୩୧) Be content with your lot : ନିଜର ଯେମିତିକି ଅଛି, ସେତିକିରେ ସନ୍ତୁଷ୍ଟ ରୁହ । ଧନ ପିପାସୁ ହୁଅନାହିଁ । ଧନ ପଛରେ ଧାଇଁଲେ ସୁଖ ଶାନ୍ତି ମିଳେନାହିଁ । ଧନର ସଦୁପଯୋଗ କର, ଆତ୍ମତୃପ୍ତି ମିଳିବ ।

(୩୨) Practice certain healthy habits: : (କେତେକ ସୁସ୍ଥ ଅଭ୍ୟାସ କର ।)

– ସୁସ୍ଥ ବିଚାର କର ।
– ସ୍ୱାସ୍ଥ୍ୟ ରକ୍ଷା କର ।
– ସୁଷମ ଖାଦ୍ୟ ଖାଅ ।
– ଶୁଦ୍ଧ ଜଳ ଓ ଶୁଦ୍ଧବାୟୁ ସେବନ କର ।
– କାହାରିକୁ ଗାଳି ଦିଅନାହିଁ ।
– କାହାରି ମନରେ ଦୁଃଖ ଦିଅନାହିଁ ।
– ମଧୁର ବ୍ୟବହାର କର ।
– ବାକ୍ ସଂଯମ କର ।
– ସଦା ସର୍ବଦା ହସ ହସ ଓ ପ୍ରସନ୍ନ ରୁହ ।
– ସମୟର ସଦୁପଯୋଗ କର ।
– ଅନ୍ୟମାନଙ୍କ ଧନ ସମ୍ପତ୍ତି ଦେଖି ଈର୍ଷାନ୍ୱିତ ହୁଅନାହିଁ ।
– ଶ୍ରଦ୍ଧାର ସହିତ ଶାସ୍ତ୍ରର ନିୟମ ପାଳନ କର ।
– ତୁମର କାର୍ଯ୍ୟକୁ ନିଷ୍ଠା ଓ ନିଖୁଣ ଭାବରେ କର ।

(୩୩) Control your mind :

ମନକୁ ନିୟନ୍ତ୍ରଣରେ ରଖ । ସେଥିପାଇଁ ପୂଜା, ଧ୍ୟାନ, ସତ୍ସଙ୍ଗ, ଧାର୍ମିକଗ୍ରନ୍ଥ ପଠନ ଇତ୍ୟାଦି କର । ଅଭ୍ୟାସ ଓ ବୈରାଗ୍ୟଦ୍ୱାରା ମନକୁ ଆୟତ୍ତରେ ରଖ ।

(୩୪) Earn your livelihood by fair means :

ସତ୍ ଉପାୟରେ ଧନ ଅର୍ଜନ କର ।

(୩୫) ମାତୃଦେବୋ ଭବ ।
ପିତୃ ଦେବୋ ଭବ ।
ଆଚାର୍ଯ୍ୟଦେବୋ ଭବ ।
ଅତିଥିଦେବୋ ଭବ ।
ପିତାମାତାଙ୍କୁ ଭକ୍ତି କର ଓ ସେବାକର ।
ଗୁରୁଙ୍କୁ ଭକ୍ତି କର ଓ ସେବା କର ।
ଅତିଥିଙ୍କର ସେବା କର ।

ମାତା ନିଜର ଯୌବନାବସ୍ଥା ପୁତ୍ର ପାଇଁ ଉତ୍ସର୍ଗ କରିଥାଏ । ସନ୍ତ୍ୟପାନ କରାଇ ଲାଳନ ପାଳନ କରେ । ଜନ୍ମ ଦେଇଥିବାରୁ ସେ ଜନନୀ-ମାତା । ଲାଳନ ପାଳନ କରିଥିବାରୁ ସେ ଧାଈ । କପଡ଼ା ସାର୍ଟ, ପ୍ୟାଣ୍ଟ୍ ସଫା କରୁଥିବାରୁ ସେ ଧୋବା । ପୁତ୍ରର କପଡ଼ା ପତ୍ର ସିଲେଇ କରୁଥିବାରୁ ସେ ଦରଜୀ । ତାକୁ ଚଲେଇ ଶିଖେଇବା, କଥା କହି ଶିଖେଇବା, ବୁଦ୍ଧି ଶିଖେଇବା ଓ ଆଚାର ବ୍ୟବହାର ଶିଖେଇବାରୁ ସେ ଗୁରୁ । ତା’ର ଝାଡ଼ା ବାନ୍ତି ପରିସ୍ରା ସଫା କରୁଥିବାରୁ ସେ ମେହେନ୍ତର । ତେଣୁ ମାତାର ହିଁ ପୁତ୍ରପାଇଁ ସବୁ କିଛି ।

ପୁନଶ୍ଚ ପିତା ନିଜର ସମସ୍ତ ସ୍ନେହ ଶ୍ରଦ୍ଧା ପୁତ୍ର ପ୍ରତି ଅଜାଡ଼ି ଦିଅନ୍ତି । ତା’ର ପାଠ ପଢ଼ିବା ପାଇଁ, ଭଲ ମଣିଷ କରିବା ପାଇଁ ବିଭିନ୍ନ ସମସ୍ୟା ସତ୍ତ୍ୱେ ଅର୍ଥ ଯୋଗାଇଥାନ୍ତି ତେଣୁ ପୁତ୍ରର ସର୍ବାଦୌ କର୍ତ୍ତବ୍ୟ ପିତାମାତାଙ୍କର ସେବା କରିବା । ଶ୍ରୀରାମଚନ୍ଦ୍ର ଓ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ପିତୃମାତୃ ସେବା ଅନୁକରଣୀୟ ।

(୩୬) Care for your Children:

– ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧାରେ ଲାଳନ ପାଳନ କର । ସେମାନଙ୍କର ଯତ୍ନ ନିଅ ।

– ସେମାନଙ୍କୁ ଭଲଗୁଣ ଶିକ୍ଷା ଦିଅ ।

– ସେମାନଙ୍କ ପଢ଼ାପଢ଼ିର ଯତ୍ନ ନିଅ ।

– ସେମାନଙ୍କୁ ଠିକ୍ ମାର୍ଗ ଦର୍ଶନ ଦିଅ ।

– ସଚ୍ଚରିତ୍ର, ସଦାଚାର, ସତ୍ୟ ଶାନ୍ତି, ଦୟା କ୍ଷମା, ଅକ୍ରୋଧ ବିଷୟରେ ଶିକ୍ଷା ଦିଅ ।

– ଭଲଗୁଣର ଅଭ୍ୟାସ କରିବାକୁ ଶିକ୍ଷା ଦିଅ ।

– ଭଗବତ୍ ଭକ୍ତି ଓ ବିଶ୍ୱାସ କରିବାକୁ ସେମାନଙ୍କୁ ଉପଦେଶ ଦିଅ ।

– ସ୍ୱାସ୍ଥ୍ୟ ରକ୍ଷାର ନିୟମ ମାନି ଚଳିବାକୁ କୁହ ।

(୩୭) Do not be afraid of dangers and difficulties :

ବିପଦକୁ ଡର ନାହିଁ । ଜୀବନସାରା ଦୁଃଖ-ସୁଖ, ଲାଭକ୍ଷତି, ସୁବିଧା-ଅସୁବିଧା, ଜୟ-ପରାଜୟ, ମାନ-ଅଭିମାନ ଲାଗି ରହିବ । ଦୁଃଖ କଷ୍ଟ, ପରାଜୟ, କ୍ଷତି, ଅପମାନ ଓ ଅସୁବିଧା ଇତ୍ୟାଦିରେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହିତ ଭଗବାନଙ୍କ ଉପରେ ଆସ୍ଥା ରଖି ତା’ର ମୁକାବିଲା କର । ବିପଦ ସମୟରେ ଅଧୈର୍ଯ୍ୟ ହେବା କାପୁରୁଷତାର ଲକ୍ଷଣ ।

(୩୮) Avoid addiction : (ମାଦକ ଦ୍ରବ୍ୟ ସେବନ କରନାହିଁ)

ମଦ, ଗେଞ୍ଜଇ, ଭାଙ୍ଗ, ଅଫିମ, ହିରୋଇନ୍ ଇତ୍ୟାଦି ମାଦକ ଦ୍ରବ୍ୟ ସେବନ କର ନାହିଁ । ସିଗାରେଟ୍, ପାନ, ବିଡ଼ି ଇତ୍ୟାଦି ସେବନ କରନାହିଁ । ଏହାଦ୍ୱାରା ପାକସ୍ଥଳୀ, ଯକୃତ, ଫୁସ୍‌ଫୁସ୍, ହୃତ୍‌ପିଣ୍ଡ ଇତ୍ୟାଦି ରୋଗାକ୍ରାନ୍ତ ହୋଇପଡ଼େ । ବିଭିନ୍ନ ଦୁରାରୋଗ୍ୟ ରୋଗ ମଧ୍ୟ ହୋଇଥାଏ । ପରିବାର ଲୋକଙ୍କ ଉପରେ ଏହାର ବହୁତ କୁ-ପ୍ରଭାବ ପଡ଼େ ।

(୩୯) Never give sorrows to the family : (ପରିବାର ଲୋକଙ୍କୁ ଦୁଃଖ ଦିଅନାହିଁ)

ତନ, ମନ, ବଚନ, କର୍ମ ଓ ବ୍ୟବହାରରେ ପରିବାର ଲୋକଙ୍କୁ ଦୁଃଖ ଦିଅନାହିଁ । ତାଙ୍କର ନିନ୍ଦା କରିବା, ନିନ୍ଦା ଶୁଣିବା, ତାଙ୍କ ଉପରେ କ୍ରୋଧ କରିବା, ଅପମାନ ଦେବା କିମ୍ୱା ତାଙ୍କୁ ମିଛ କହିବା ଉଚିତ୍ ନୁହେଁ । ପରିବାର ପାଇଁ କରିଥିବା ସେବା ବଦଳରେ କିଛି ଆଶା କରନାହିଁ ।

(୪୦) Control your desires and wants :

କାମନା ଓ ଅଭାବ ଉପରେ ସଂଯମ ରଖ । ମନୁଷ୍ୟ ସଦା ସର୍ବଦା ସୁଖ ଶାନ୍ତି ଚାହେଁ । ସେଥିରେ ସେ ଯେ କୌଣସି ଉପାୟରେ ଧନ ସଂଗ୍ରହ କରେ, ଅନିୟମିତ କାମ କ୍ରୀଡ଼ାରେ ସୁଖ କାମନା କରେ । ଗୋଟିଏ କାମନା ପୂର୍ଣ୍ଣ ନ ହେଉଣୁ ଆଉ ୨/୩ଟି ଭାବନା ମୁଣ୍ଡରେ ଖେଳୁଛି । ଏହିପରି ମୃଗତୃଷ୍ଣାରେ ନିଜ ଜୀବନ ନଷ୍ଟ କରୁଛି । ତେଣୁ ପ୍ରକୃତ ସୁଖ ସେ କେଉଁଠୁ ପାଇବ ?

(୪୧) Be indebted to society as country as well :

ସମାଜ ଓ ଦେଶ ପାଖରେ ତୁମେ ଋଣୀ ରୁହ । ମନୁଷ୍ୟକୁ ବୁଝିବାକୁ ପଡ଼ିବ, ସେ ଆଜି ଯେଉଁଭଳି ସ୍ଥିତିରେ ଅଛି, ସେଥିରେ ସମାଜ ଓ ରାଷ୍ଟ୍ରର ବହୁତ ଯୋଗଦାନ ଅଛି । ତେଣୁ ସେମାନଙ୍କ ପାଖରେ ସେ ଋଣୀ । ତୁମେ ଯେଉଁ ପରିସ୍ଥିତିରେ ରୁହ ନା କାହିଁକି ଖୁସି ରୁହ । ନିଜ ସୁଖକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଦିଅ ଓ ଦୁଃଖକୁ ସହ୍ୟ କର ।

(୪୨) The following are the root of all evils :

ନିମ୍ନଲିଖିତ ଦୁର୍ଗୁଣଗୁଡ଼ିକ ସବୁ ଅନର୍ଥର ମୂଳ ।

ଚୋରୀ, ହିଂସା, ଅନୃତ, ଦମ୍ଭ, ଲୋଭ, ଗର୍ବ, ମଦ, ବୈରତା, ଭେଦ, ଅବିଶ୍ୱାସ, ସ୍ପର୍ଦ୍ଧା, ଲମ୍ପଟତା, ଦ୍ୟୁତ, ମଦ୍ୟ । (ଶ୍ରୀମଦ୍ ଭାଗବତ୍ ଗୀତା)

ଏହି ୧୫ଟି ସବୁ ଅନର୍ଥର ମୂଳ । ଏହି ଦୁର୍ଗୁଣଗୁଡ଼ିକ ତ୍ୟାଗ କର ।

(୪୩) Solve your own problems: (ନିଜ ସମସ୍ୟା ନିଜେ ହିଁ ସମାଧାନ କର)

ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାର ସାମନା କରି ତା’ର ସମାଧାନ କରିପାରିଲେ ଆତ୍ମ ସନ୍ତୋଷ ମିଳିଥାଏ । ନିଜ ଉପରେ ପୂର୍ଣ୍ଣ ଭରସା ରଖିଲେ ସମସ୍ୟାର ସମାଧାନ ସହଜ ହୋଇଥାଏ ।

(୪୪) Do not harbor absurd thoughts in mind :

ମନରେ ଉଦ୍ଭଟ ଭାବନା କରି ତାକୁ ପୂର୍ଣ୍ଣ କରିବାର ବୃଥା ପ୍ରୟାସ କରନାହିଁ । ଏହାଦ୍ୱାରା ସୁଖଶାନ୍ତି ବ୍ୟାହତ ହୁଏ ।

(୪୫) Do not lament over the past and future and live a life of the present:

ଅତୀତ କଥା ସ୍ମରଣ କରି ବ୍ୟତିବ୍ୟସ୍ତ ହୁଅନାହିଁ । ଏହା ବର୍ତ୍ତମାନ ପରିସ୍ଥିତିକୁ ଖରାପ କରିଦେବ । ଭବିଷ୍ୟତ ପରିସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ଓ ଭୟଭୀତ ହୁଅନାହିଁ । ବର୍ତ୍ତମାନ ପରିସ୍ଥିତିକୁ କେମିତି ସାମନା କରିବ, ଯୋଜନା କର । ବର୍ତ୍ତମାନ ପାଇଁ ଜୀଇଁବା ଶିଖ । ଦୁଃଖ କେଉଁଠୁ ଆସେ ନାହିଁ ? ବ୍ୟକ୍ତି ନିଜେ ହିଁ ଏହା ସୃଷ୍ଟି କରେ । ଅହିଂସାର ଜୀବନ ଶିଖ ଓ ଏଥିରୁ ଆନନ୍ଦ ଉଠାଅ । ନିଜକୁ ନିଜେ ଭଲ ପାଅ । ଦୃଢ଼ମନା ହୁଅ । ଏଥିରୁ ଆନନ୍ଦ ଉଠାଅ ।

(୪୬) Collect all the best from your senses : (ଇନ୍ଦ୍ରିୟମାନଙ୍କରୁ ସବୁ ଭଲ ଜିନିଷ ସଂଗ୍ରହ କର)

(ଅ ) କାନ- (Organ of hearing)

– ଅଶ୍ଳୀଳ ଗୀତ, କାହାଣୀ, ଆଲୋଚନା, ଚର୍ଚ୍ଚା ଶୁଣନାହିଁ ।
– ଅଶ୍ଳୀଳ ସିନେମାର ସଂଗୀତ ଶୁଣନାହିଁ ।
– କାନରେ ଭଲ କଥା ଶୁଣ ।
– ପବିତ୍ର କଥା ଶୁଣ ।
– ଜ୍ଞାନ ବର୍ଦ୍ଧକ ପ୍ରସଙ୍ଗ ଶୁଣ ।

(ଆ) ନାକ- (Organ of Smell)

– Scent, Snow, Powder, Cream ଇତ୍ୟାଦିର ଗନ୍ଧ ଅପବିତ୍ର ବିଚାର ସୃଷ୍ଟି କରେ ।

– ମଦ, ମାଂସର ଗନ୍ଧ ମଧ୍ୟ ଆଘ୍ରାଣ କର ନାହିଁ ।

– ଧୂପ, ଦୀପ, ନୈବେଦ୍ୟ ଇତ୍ୟାଦିର ପବିତ୍ର ଗନ୍ଧ ଆଘ୍ରାଣ କର ।

– ଫଳ-ଦୁଧ, ପନିପରିବା, ଅନ୍ନର ଗନ୍ଧ ଗ୍ରହଣ କର ।

(ଇ) ଜିଭ- (Organ of Test)

– ନିଜର ରସନା ଉପରେ ସଂଯତ ରଖ

– ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଖାଅ ।

– ଜିଭର ତୃପ୍ତିପାଇଁ ଖାଅନାହିଁ ।

– ହାଲୁଆ, ଗୋଲାପଜାମୁ, ମିଠେଇ, ମୋହନ ଭୋଗ, ରସ ମଲେଇ, ରସଗୋଲା, ପେଡ଼ା, ଆଚାର ଇତ୍ୟାଦି ଆଦୌ ଖାଅ ନାହିଁ ।

– ଲୁଣ, ଖଟା, ଲଙ୍କା ମରିଚ, ତେଲ, ଚିନି, ଡାଲଡ଼ା ମସଲା ଆଦି ସାହାଯ୍ୟରେ ବିଭିନ୍ନ ଜିନିଷକୁ ସୁସ୍ୱାଦୁ ଓ ଆକର୍ଷଣୀୟ କରାଯାଉଛି । ତେଣୁ ଏସବୁ ଆଦୌ ଖାଅ ନାହିଁ ।

– ଅନ୍ନ, ଶାଗ, ଫଳ, କଦଳୀ, ବାଇଗଣ, କଲରା, କୋବି, ବିଲାତି ବାଇଗଣ, ଭେଣ୍ଡି ଇତ୍ୟାଦି ଖାଅ ।

– ଖାଦ୍ୟକୁ ଭଲ ଭାବରେ ୩୦/୪୦ ଥର ଚୋବାଇ କରି ଖାଅ ।

– ମଦ, ଗେଞ୍ଜଇ, ଭାଙ୍ଗ, ଅଫିମ, ବିଡ଼ି, ସିଗାରେଟ୍, ପାନ ଖାଅନାହିଁ ।

– ଭୋଜନ ପୁଷ୍ଟିକର ଓ ସନ୍ତୁଳିତ ହେବା ଦରକାର ।

(ଈ) ଚର୍ମ- (Organ of Touch)

– ସ୍ପର୍ଶଦ୍ୱାରା ମଧ୍ୟ ଅପବିତ୍ର ବିଚାର ଆସିପାରେ । ଯୁବକ ଯୁବତୀ, ପୁରୁଷ ଓ ସ୍ତ୍ରୀ ବିକାରଗ୍ରସ୍ତ ହୋଇ ସ୍ପର୍ଶ କଲେ, କୁବାସନା ଜାଗ୍ରତ ହୁଏ ଓ ଏହା ପ୍ରକୃତ ସୁଖ ଦେବାରେ ବାଧା ସୃଷ୍ଟି କରେ ।

– କୋମଳ ଶଯ୍ୟା, ରେଶମୀ ବସ୍ତ୍ର, ସ୍ପିଗ୍ଧ ପଦାର୍ଥ, ସୁଗନ୍ଧିତ ସାବୁନ, କ୍ରୀମ୍ ଆଦିଦ୍ୱାରା ବିକାର ଭାବ ଜାଗ୍ରତ ହୁଏ ।

(ଋ) ଚକ୍ଷୁ- (Organ of vision)

– କୌଣସି ଖରାପ ଜିନିଷ ଦେଖନାହିଁ ।

– ଅଶ୍ଳୀଳ ଉପନ୍ୟାସ, ପୁସ୍ତକ ପଢ଼ନାହିଁ ।

– ଅଶ୍ଳୀଳ ସିନେମା ଦେଖନାହିଁ ।

– ସୁ ସାହିତ୍ୟ ପଢ଼ ।

– ରାମାୟଣ, ମହାଭାରତ, ଗୀତା, ଉପନିଷଦ, ସୁ ସାହିତ୍ୟ ପଠନ କର ।

– ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ କର ।

(୪୭) Make habits to make you happy

ସୁଖୀ ହେବା ପାଇଁ କେତେକ ଅଭ୍ୟାସ କର ।

– ଭଲ ସଙ୍ଗୀତ ଶୁଣ ।

– ଭଲ ବଢ଼ି ପଢ଼ ।

– ପ୍ରାକୃତିକ ପରିବେଶରୁ ଆନନ୍ଦ ଉଠାଅ ।

– ହସ ହସ ତଥା ପ୍ରଫୁଲ୍ଲ ରହିବାର ଅଭ୍ୟାସ କର ।

– ଅବସର ସମୟରେ ପରିବାର ଲୋକଙ୍କ ସହିତ ମିଶି ଖୁସି ମନାଅ ।

– ନିଜ ପ୍ରିୟ ସାଙ୍ଗ ସାଥୀଙ୍କ ସହିତ ଭାବର ଆଦାନ ପ୍ରଦାନ କର ।

– କିଛି ମଧୁର ମୁହୂର୍ତ୍ତ କିମ୍ୱା ମଧୁର ଅଭିଜ୍ଞତାର ଆଦାନ ପ୍ରଦାନ କର ।

(୪୮) Realize what is Happiness and Sorrows

ସୁଖ ଓ ଦୁଃଖ ଆମ ମନର ଦୁଇଟି ଅବସ୍ଥା । ଏହାର ଅନୁଭୂତି ଆମ ମନର ସ୍ଥିତି, ସ୍ଥିରତା ଓ ଶାନ୍ତି ଉପରେ ନିର୍ଭର କରେ । ସୁଖରେ ଆମର ମନ ସ୍ଥିର ଓ ଶାନ୍ତ ରହେ । ତେଣୁ ଆମକୁ ସନ୍ତୋଷ ମିଳେ । ମନର ସନ୍ତୁଳନ ଠିକ୍ ରହେ । ତେଣୁ ମନ ପ୍ରସନ୍ନ ରହେ ।

ଦୁଃଖରେ ମନ ଅଶାନ୍ତ, ଅସ୍ଥିର ଓ ଅସନ୍ତୁଷ୍ଟ ରହେ । ଯେ ପର୍ଯ୍ୟନ୍ତ ଆମର ମନ ଦୁଃଖ ରହେ, ସେ ପର୍ଯ୍ୟନ୍ତ ଆମେ ଅତୃପ୍ତ ରହୁ । ଯେତେବେଳେ ମନ ଅଶାନ୍ତ, ଆମେ ଦୁଃଖ ଅନୁଭବ କରୁ । ଅଶାନ୍ତସ୍ୟ କୁତଃ ସୁଖମ୍ ।

ପ୍ରକୃତରେ ସୁଖ ଓ ଦୁଃଖ କୌଣସି ସáସାରିକ ବସ୍ତୁରେ ନାହିଁ । ବରଂ ଏହା କେବଳ ଆମର ମନରେ ଅଛି । ଆମର ଅନ୍ତଃକରଣରେ ଅଛି । ଦୁଃଖ-ସୁଖ, ଦିନରାତି, ଆଲୋକ- ଅନ୍ଧକାର ପରସ୍ପର ବିରୋଧୀ ହେଲେ ଗୋଟିଏ ଅନ୍ୟ ସହିତ ଯୋଡ଼ା ହୋଇ ରହିଛି । ଗୋଟିଏ ନ ଯିବା ପର୍ଯ୍ୟନ୍ତ ଅନ୍ୟଟିର ମହତ୍ତ୍ୱ ବୁଝି ହେବ ନାହିଁ ।

ଦୁଃଖ ଆସିଲେ ସହନଶୀଳତା, ଧୈର୍ଯ୍ୟ ଇତ୍ୟାଦି ଗୁଣର ପରିପ୍ରକାଶ ହୁଏ । ମହାଭାରତରେ ଦେବୀ କୁନ୍ତୀ ଭଗବାନ କୃଷ୍ଣଙ୍କୁ ଖାଲି ଦୁଃଖ ହିଁ ବରରୂପେ ମାଗିଥିଲେ, କାରଣ ଦୁଃଖରେ ହିଁ ପ୍ରଭୁଙ୍କୁ ସବୁବେଳେ ସ୍ମରଣ କରିହେବ ।

ପ୍ରକୃତରେ କୌଣସି ପରିସ୍ଥିତି ମନୁଷ୍ୟର ସୁଖ ଦୁଃଖର କାରଣ ହେଉନାହିଁ । ଏହାର କେବଳ ତା’ର ଭାବନା ଓ ଦୃଷ୍ଟିକୋଣ ଯୋଗୁ ହେଉଛି । ସେ ପ୍ରତିକୂଳ ପରିସ୍ଥିତିରେ ଦୁଃଖୀ ହେଉଛି ଓ ଅନୁକୂଳ ପରିସ୍ଥିତିରେ ସୁଖୀ ହେଉଛି । ଯଦି ସେ ନିଜ ମନ, ବୁଦ୍ଧି, ବିବେକ ଦ୍ୱାରା ପ୍ରତିକୂଳ ପରିସ୍ଥିତିରେ ଅନୁକୂଳତା ଅନୁଭବ କରେ, ତା’ହେଲେ ସୁଖୀ ହୋଇ ପାରିବ । ମନକୁ ଉଚ୍ଚସ୍ତରୀୟ ଭାବନାରେ ରଖି ପ୍ରତିକୂଳ ପରିସ୍ଥିତିରେ ସୁଖାନୁଭବ କରାଯାଇପାରେ । ଆମର ବିଚାର ଓ ଚିନ୍ତାଧାରାକୁ ଦୁଃଖରୁ ହଟାଇ ସୁଖସ୍ତରକୁ ନିଆଯାଇପାରେ ।

ପ୍ରତ୍ୟେକ ଅବସ୍ଥାରେ ମନୁଷ୍ୟ ଶାନ୍ତ, ପ୍ରସନ୍ନ ତଥା ସୁଖୀ ରହିପାରିବ । ଯେତେବେଳେ ସେ ସୁଖ-ଦୁଃଖକୁ ଭଗବାନଙ୍କର ଇଚ୍ଛା ଓ ଦାନ ବୋଲି ଭାବିବ, ତାକୁ ଆଉ ଦୁଃଖ କିଛି ଲାଗିବ ନାହିଁ । ସବୁ ପରିସ୍ଥିତିରେ ସେ ସୁଖ ଅନୁଭବ କରିପାରିବ । ଏହି ସୁଖ ଦୁଃଖ କେବଳ ମନ ଦ୍ୱାରା ଆସୁଛି, – ବିଚାର ଦ୍ୱାରା ଆସୁଛି । ତେଣୁ ମନ ଓ ବିଚାରକୁ ଆମକୁ ସେହି ସ୍ତରକୁ ନେବାକୁ ପଡ଼ିବ ଯେତେବେଳେ ଦୁଃଖ ମଧ୍ୟ ସୁଖ ଭଳି ଲାଗିବ ।

(୪୯) ସୁଖସ୍ୟ ଦୁଃଖସ୍ୟ ନ କଃ ଅପି ଦାତା
ପରୋ ଦଦାତୀତି କୁବୁଦ୍ଧିରେଷା ।
ଅହଂ କରୋମୀତି ବୃଥାଭିମାନଃ
ସ୍ୱକର୍ମସୂତ୍ରେ ଗ୍ରଥିତୋ ହି ଲୋକଃ । । (ରାମାୟଣ)

କିଏ କାହାକୁ ସୁଖ ବା ଦୁଃଖ ଦେଉନାହିଁ । ପର ମୋତେ ଦୁଃଖ ଦେଉଛି ଏହା କୁବୁଦ୍ଧ ଅଟେ । ମୁଁ ମୋତେ ସୁଖ ଦେଉଛି ଏହା ବୃଥାଭିମାନ । ନିଜ ନିଜର କର୍ମ ଅନୁଯାୟୀ ସୁଖ ଓ ଦୁଃଖ ଭୋଗ ହେଉଛି । ଯଦି ନିଜର ଉଦ୍ୟୋଗରୁ ସୁଖ ଅଣାଯାଇପାରେ ତେବେ ଦୁଃଖ କେଉଁଠୁ ଆସିବ ? ଅନ୍ୟକୁ ଦୁଃଖ ଦେଇ କେହି କେବେ ହେଲେ ସୁଖୀ ହୋଇପାରେ ନାହିଁ । ଯେ ତୁମକୁ ଦୁଃଖ ଦେବାକୁ ଚେଷ୍ଟା କରୁଛି, ସେ ତୁମର ଉପକାର କରୁଛି । ତୁମର ତନୁ, ମନ, ପ୍ରାଣ, ବିଦ୍ୟା, ବୁଦ୍ଧି ଓ ଯୋଗ୍ୟତା ଦ୍ୱାରା ତାଙ୍କର ସେବା କରି ତାଙ୍କୁ ସୁଖୀ କର । ତା’ହେଲେ ତୁମର ଦୁଃଖ ସୁଖରେ ପରିଣତ ହେବ ।

(୫୦) ନିମ୍ନଲିଖିତ ୧୦ଟି ଗୁଣ ମନୁଷ୍ୟକୁ ପୂର୍ଣ୍ଣ ସୁଖଶାନ୍ତି ଦେଇପାରେ ।

ଆସ୍ତିକତା – କୃତଜ୍ଞତା
ଉଦାରତା – ସହିଷ୍ଣୁତା
ସେବା – ସମର୍ପଣ
ଅହିଂସା – ସତ୍ୟ
ବିନମ୍ରତା – ସରଳତା

ଆସ୍ତିକତା-କୃତଜ୍ଞତା

ଆସ୍ତିକତା- ଭଗବାନଙ୍କ ଅସ୍ତିତ୍ୱ ଉପରେ ଅତୁଟ ଓ ଗଭୀର ବିଶ୍ୱାସକୁ ଆସ୍ତିକତା କହନ୍ତି । ଆସ୍ତିକତା ଭାବ ହିଁ ସୁଖ ଦିଏ । ଭଗବତ୍ ବିଶ୍ୱାସ ଦ୍ୱାରା ଆମେ ଅନେକ ସମୟରେ ଦୁଃଖ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଉ ଓ ଅସହ୍ୟ ଦୁଃଖ କଷ୍ଟ ସହ୍ୟ କରିବାର କ୍ଷମତା ଲାଭ କରୁ ।

କୃତଜ୍ଞତା- ଈଶ୍ୱର ଓ ଅନ୍ୟବ୍ୟକ୍ତିଠାରୁ ସୁଖ ଓ ସାହାଯ୍ୟ ପାଇବା ଓ ସମୟକ୍ରମେ ନିଜର ବ୍ୟବହାର ଓ କାର୍ଯ୍ୟଦ୍ୱାରା ପ୍ରତୁ୍ୟପକାର କରିବାକୁ କୃତଜ୍ଞତା କୁହାଯାଏ ।

ଉଦାରତା – ସହିଷ୍ଣୁତା-

ଆମେ ନିଜ ପିଲାମାନଙ୍କ ପାଇଁ ଉଦାରତା ଓ ସହିଷ୍ଣୁତା ପ୍ରକାଶ କରୁ ତାହା ସମାଜର ଅନ୍ୟମାନଙ୍କୁ ଦେବା ଉଚିତ୍ ।

ସେବା – ସମର୍ପଣ-

ମାନବ ସେବା ହିଁ ମାଧବ ସେବା । ଯେ ମାନବ ସେବା କରେ, ସେ ପ୍ରକୃତ ସୁଖୀ । ଭଗବାନଙ୍କ ପାଖରେ ଆତ୍ମ ସମର୍ପଣ କଲେ ପରମ ସୁଖ ପ୍ରାପ୍ତ ହୁଏ । ସମର୍ପଣ ଅହଂ ଭାବକୁ ନାଶ କରେ । ସମର୍ପିତ ବ୍ୟକ୍ତି ଅହଂକାରୀ ହୋଇପାରେ ନାହିଁ ।

ଅହିଂସା – ସତ୍ୟ –

ଅହିଂସା – କାହାରିକୁ ହିଂସା ନ କରିବା ହେଉଛି ଅହିଂସା । ଅହିଂସା ଭାବ ଆସିଲେ ବ୍ୟକ୍ତି ଆପେ ଆପେ ସୁଖ ଅନୁଭବ କରେ ।

ସତ୍ୟ- ସତ୍ୟ କହିବା ଲୋକ ହିଁ ଶାନ୍ତି ପାଏ । ବ୍ୟକ୍ତି ଯେଉଁ ମାତ୍ରାରେ ସତ୍ୟ ଓ ଅହିଂସାର ପ୍ରୟୋଗ କରେ, ସେ ସେହି ମାତ୍ରାରେ ସୁଖ ଓ ଶାନ୍ତି ପ୍ରାପ୍ତ ହୁଏ ।

ବିନମ୍ରତା ଓ ସରଳତା –

ବିନମ୍ରତା ସରଳତାର ବାହ୍ୟ ରୂପ ଅଟେ । ବିନମ୍ରତା ସରଳତାକୁ ପ୍ରକଟ କରେ । ଯେଉଁ ବ୍ୟକ୍ତି ଉପରୋକ୍ତ ୧୦ଟି ଗୁଣର ଅଧିକାରୀ, ସେ ସମ୍ପୂର୍ଣ୍ଣ ସୁଖଶାନ୍ତି ପ୍ରାପ୍ତ କରେ ।

ଲୋକପ୍ରିୟ ଲେଖା

To Top