ପ୍ରବନ୍ଧ

ସୁଖର ଗ୍ରହଣୀୟ ପନ୍ଥା

Dr Gauranga Samantaray's odia prose Sukhara Grahaniya Panthaa

ଯାହାର ଭଗବାନଙ୍କଠାରେ ପ୍ରେମ ହେଲା, ସେ ସବୁବେଳେ ଭଗବତ ଚିନ୍ତନରେ ଚିତ୍ତ ଲଗାଇ ରଖେ ।

ସୁଖର ଗ୍ରହଣୀୟ ପନ୍ଥା

– ବ୍ୟାଘ୍ର ଘଞ୍ଚ ଜଙ୍ଗଲରେ ସୁଖରେ ରହେ ।
– ସିଂହ ଗହନ ଗୁମ୍ଫାରେ ସୁଖରେ ରହେ ।
– ହଂସ ଫୁଟିଥିବା ପଦ୍ମଫୁଲ ଇଚ୍ଛା କରି ସୁଖରେ ରହେ ।
– ଶାଗୁଣା ଶ୍ମଶାନରେ ସୁଖରେ ରହେ ।
– ନୀଚ ଲୋକ ନୀଚ ଲୋକଙ୍କ ସଙ୍ଗରେ ସୁଖରେ ରହେ ।
– ସଜ୍ଜନ ସଜ୍ଜନଙ୍କ ସଙ୍ଗରେ ସୁଖରେ ରହେ ।

ଯାହାର ଯେମିତି ସ୍ୱଭାବ ତାକୁ କେହି ଛାଡ଼ି ପାରିବେ ନାହିଁ । ତୁମେ ଭଗବାନଙ୍କର ଶରଣାପନ୍ନ ହୋଇ ସୁଖରେ ରୁହ ।

ସବୁବେଳେ ଧର୍ମର ପକ୍ଷ ନିଅ । ସେଥିରେ ପ୍ରକୃତ ସୁଖ ନିହିତ ଅଛି । ଧର୍ମର ପକ୍ଷ ନେବାକୁ ଯାଇ :-

– ପ୍ରହ୍ଲାଦ ପିତାଙ୍କୁ ତ୍ୟାଗ କରିଥିଲେ ।
– ବିଭୀଷଣ ଭ୍ରାତାକୁ ତ୍ୟାଗ କରିଥିଲେ ।
– ଭରତ ମାତାଙ୍କୁ ତ୍ୟାଗ କରିଥିଲେ ।
– ବଳି ଗୁରୁଙ୍କୁ ତ୍ୟାଗ କରିଥିଲେ ।
– ଗୋପୀମାନେ ପତିଙ୍କୁ ତ୍ୟାଗ କରିଥିଲେ ।

କାହାକୁ କେଉଁ ସମୟରେ ସ୍ମରଣ କଲେ ଧୈର୍ଯ୍ୟ ଆସେ ଓ କଷ୍ଟ ଲାଘବ ହୁଏ ।

– ମାତାପିତାଙ୍କୁ ସେବା କରିବାରେ ଶ୍ରବଣକୁମାରଙ୍କୁ ସ୍ମରଣ କରିବ ।
– ପିତାମାତାଙ୍କ ଆଜ୍ଞା ପାଳନ କରିବାରେ ଶ୍ରୀ ରାମଚନ୍ଦ୍ରଙ୍କୁ ସ୍ମରଣ କରିବ ।
– ରୋଗଗ୍ରସ୍ତ ଶରୀର ହୋଇଥିଲେ ଭୀଷ୍ମଙ୍କୁ ସ୍ମରଣ କରିବ, ଯେ କି ଶର ଶଯ୍ୟାରେ ଥାଇ ମଧ୍ୟ ଟିକେ କଷ୍ଟ ଅନୁଭବ କରୁ ନଥିଲେ ।
– ନିଜ ଶତୃମାନଙ୍କୁ ଅନ୍ୟମାନଙ୍କଠାରୁ ରକ୍ଷା କରିବାରେ ଧର୍ମରାଜ ଯୁଧିଷ୍ଠିରଙ୍କ ଆଚରଣ ସ୍ମରଣ କରିବ ।
– ନ୍ୟାୟ କରିବା ସମୟରେ ପ୍ରହ୍ଲାଦଙ୍କୁ ସ୍ମରଣ କରିବ ।
– ଦାନ କରିବା ସମୟରେ କର୍ଣ୍ଣ, ବଳି ଓ ହରିଶ୍ଚନ୍ଦ୍ରଙ୍କୁ ସ୍ମରଣ କରିବ ।

ଭଗବତ୍ ପ୍ରେମ ଉଦ୍ରେକ ହେଲେ ଭକ୍ତ ଯେ କୌଣସି ପରିସ୍ଥିତିରେ ଭଗବତ ପାଦପଦ୍ମ ହିଁ ଚିନ୍ତନ କରୁଥାଏ ।

ମୁଗ୍ଧଂ ମା ନିଗଦନ୍ତୁ ନୀତି ନିପୁଣା ଭ୍ରାନ୍ତ ମୁହୁବୈଦିକା ।
ମନ୍ଦଂ ବାନ୍ଧବ ସଞ୍ଚୟା ଜଡ଼ଧିୟଂ ମୁକ୍ତାଦରାଃ ସୋଦରାଃ ।।
ଉନ୍ମତ୍ତଂ ଧନିନୋ ବିବେକଚତୁରାଃ କାମଂ ମହାଦାମ୍ଭିକଂ ।
ମୋକ୍ତୁଂ ନ କ୍ଷମତେ ମନାଗାପି ମନୋ ଗୋବିନ୍ଦପାଦସ୍ପୃହାମ୍ ।।

ନୀତି ନିପୁଣ ପୁରୁଷମାନେ ମୋତେ ମୁଗ୍ଧ କୁହନ୍ତୁ ଅଥବା ବୈଦିକ ବିଦ୍ୱାନ୍‌ମାନେ ମୋତେ ଭ୍ରାନ୍ତ କୁହନ୍ତୁ, ବନ୍ଧୁ ବାନ୍ଧବଗଣ ମୋତେ ମନ୍ଦ କୁହନ୍ତୁ, କିମ୍ୱା ସହୋଦର ଭାଇମାନେ ଆଦର ନ କରି ମୋତେ ଜଡ଼ବୁଦ୍ଧି କୁହନ୍ତୁ, ଅଥବା ବିବେକ ଚତୁର ପୁରୁଷମାନେ ମୋତେ ମହାନ୍ ଦାମ୍ଭିକ ଇତ୍ୟାଦି ଯାହା କିଛି ତାହା କୁହନ୍ତୁ, ମୋର ମନ ଶ୍ରୀଗୋବିନ୍ଦ ପଦାରବିନ୍ଦ ସେବନ ସ୍ପୃହାରୁ କେବେହେଲେ ବିଚ୍ୟୁତ ହେବ ନାହିଁ ।

ବଂଶୀ ବିଭୂଷିତ କରାନ୍ନ ବନୀରଦାଭାତ୍ ।
ପୀତାମ୍ୱରାଦରୁଣ ବିମ୍ୱଫଳାଧରୋଷ୍ଠାତ୍ ।।
ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାଦରବିନ୍ଦ ନେତ୍ରାତ୍ ।
କୃଷ୍ଣାତ୍ ପରଂ କମପି ତତ୍ତ୍ୱମହଂ ନ ଜାନେ ।।

ଯାହାର ହସ୍ତରେ ବଂଶୀସୁଶୋଭିତ, ଯେ ନବନୀଳ-ନୀରଦ ସୁନ୍ଦର, ଯେ ପୀତାମ୍ୱର ପରିଧାନ କରିଛନ୍ତି, ଯାହାର ଓଷ୍ଠ ବିମ୍ୱଫଳ ସଦୃଶ ଲାଲ୍, ଯାହାର ମୁଖମଣ୍ଡଳ ପୂର୍ଣ୍ଣଚନ୍ଦ୍ର ସଦୃଶ, ଯାହାର ନେତ୍ର କମଳ ସଦୃଶ, ସେହି ମହାନ୍ କୃଷ୍ଣଚନ୍ଦ୍ରଙ୍କୁ ଛାଡ଼ି ଆଉ ଯେ କିଛି ତତ୍ତ୍ୱ ଥାଇପାରେ, କାହିଁ ମୁଁ ତ ଜାଣିନି ।

ଐକାନ୍ତିକ ତଥା ପାରମାଥିକ ସୁଖ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଶବରୀ, ଗୋପୀ, ହନୁମାନ, ଭରତ, ଲକ୍ଷ୍ମଣ, ଉଦ୍ଧବ, ବିଦୂର, ଧ୍ରୁବ, ପ୍ରହ୍ଲାଦ ଓ ବିଭୀଷଣ ଇତ୍ୟାଦି ପ୍ରଧାନ ।

ଯାହାର ଭଗବାନଙ୍କଠାରେ ପ୍ରେମ ହେଲା, ସେ ସବୁବେଳେ ଭଗବତ ଚିନ୍ତନରେ ଚିତ୍ତ ଲଗାଇ ରଖେ । ସେ ତ୍ରୈଲୋକ୍ୟର ସମସ୍ତ ବିଭବ ପାଇଲେ ମଧ୍ୟ କ୍ଷଣକ ପାଇଁ ପ୍ରିୟତମ ଚିନ୍ତନରୁ ମନ ହଟାଏ ନାହିଁ । ଭଗବତ୍ ପ୍ରେମୀକୁ ଯଦି ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼େ, ତଥାପି ତାକୁ ଭଗବଦିଚ୍ଛା ଭାବି ସେ ଆନନ୍ଦ ହୁଏ । ସେ ନର୍କ-ସ୍ୱର୍ଗ, ଦୁଃଖ-ସୁଖ, ଯଶ-ଅପଯଶ, ମାନ-ଅପମାନ ମଧ୍ୟରେ କୌଣସି ତଫାତ୍ ଦେଖେନାହିଁ । ସେ ଯେଉଁ ଅବସ୍ଥାରେ ରହୁ ନା କାହିଁକି, ତା’ର ସଦା ସର୍ବଦା ଭଗବତ୍ ସ୍ମୃତି ଜାଗ୍ରତ ହୋଇ ରହିଥାଏ ଓ ସେ ପରମ ସୁଖ ଅନୁଭବ କରୁଥାଏ ।

ଏଠାରେ ପାରମାର୍ଥିକ ସୁଖ ପାଇଥିବା ଭକ୍ତଙ୍କ ବିଷୟରେ କେତୋଟି ଗଳ୍ପ ପ୍ରଦତ୍ତ ହେଲା ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top