ଚାହିଁ ବସିଅଛି ଆକୁଳେ ପିପାସା ନୀତି ପାଦ-ପଦ୍ମ ଦର୍ଶନ ଆଶା ମୁଁ ତ ପ୍ରଭୁ ତୁମ କିଣା ଅନୁଚର
କାମାନ୍ଧ ପୁରୁଷ ଜୀବନେ ପଡ଼େନା...... କଳଙ୍କର କଳାଗାର ନାରୀ କପାଳେ କଳଙ୍କିନୀ ପଦ ମୃତ୍ୟୁ ଠାରୁ ବଳି ଜହର
ନିତି ନିତି ତୁମ ପ୍ରତିମୂର୍ତ୍ତି ଗଢ଼େ ମୋ ଦେହର ରକ୍ତ ମାଂସରେ ।
ଦୁଇ କୁଳ ହିତା କନ୍ୟା ଯେ ଦୁହିତା ଦୁଇ କୁଳ ହିତେ ଜନମ ଯାହାର କିଆଁ ସର୍ବନାଶ ତାର କରୁ କୋଉ କଥା କୁ ତୁ ଡରୁ ।। ।।
ହାତ ବଢାଇଲେ,ସେଇଠି ବିଷ ପୁଣି ସେଇଠି ପୀୟୁଷ!
ତୁମେ ପାଖରେ ନଥିଲେ ମନ ମୋର ଭାଙ୍ଗିଯାଏ ଆଖି ତୁମକୁ ଖୋଜି ବୁଲୁଥାଏ
ପ୍ରେମ ପାଇଁ ଆମେ ସାଇତୁଥିଲେ ଫୁଲ, ଚିଠି, ସ୍ୱପ୍ନଭରା ରାତି ଡାଇରୀ ଭର୍ତ୍ତି କବିତା ନିର୍ମାଲ୍ୟ ପରି ଲୁହ ।
ବାରମ୍ବାର ମୋ ମନକୁ ହତ୍ୟାକରି ଚାଲିଛ ସବୁ ସ୍ଥିତିରେ ମୁଁ ପାଲଟି ଯାଇଛି ଗୋଟେ ପରାଜିତ ଓ ଲାଞ୍ଛିତ ନାରୀ ।
ଭଂଗା ମନ ଧରି ଜୀବନ ନଉକା ବଢି ବଢି ଯାଏ ଆଗେ ।। ୧ ।।
ଗୋଟିଏ ଇଞ୍ଚ ବି ବାଧକ ସାଜଇ , ତୁମ ସେନାର ଚୟନ ପାଇଁ ଆଜି ପୁଅଟିର ମୋର ଅଧା ଶରୀରକୁ କେମିତି ନେବି ମୁଁ ବହି ।
ଆପଣଙ୍କ ମତାମତ