ଦୁଃଖ ମୋତେ ଛୁଇଁଦେଲେ ତମକୁ ମୁଁ ମନେ ମନେ ଖୋଜେ ଅକାଳେ ସକାଳେ ସୁଖର ଖବର ଆସିଲେ ତାକୁ ବାଣ୍ଟିବାକୁ ମଣିଷ ପାଏନା ।
ଯେତେଥର ଅକାଳେ, ସକାଳେ ପଚାରିଛି ତମେ କିଏ ବୋଲି ? ଉତ୍ତର ଗୋଟିଏ ସବର୍ କର ଠିକ୍ବେଳେ ତମକୁ କହିବି ।।
ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ । ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।
ପାହାନ୍ତି ତାରା ଯେତେବେଳେ ଚିକ୍ମିକ୍ କରେ ପଶ୍ଚିମ ଆକାଶରେ ସେତେବେଳେ ଘଟଣାଟି ଘଟେ ।।
ସିଏ ଜାଣେନା- ଯେଉଁଠୁ କେହି ଫେରିନି ଅଦ୍ୟପି ହାତପାତି ବହୁରୂପୀ ମହାକାଳ ଠିଆ ଜଳରେ-ସ୍ଥଳରେ-ଆକାଶରେ ଦୀର୍ଘାୟିତ ତା'ର ଆଲିଙ୍ଗନୀ ମୁଦ୍ରା ।।
ସାଁଠଣା ଶିଖେନା ବୋଲି ମାଆ ଗରଗର ସକାଳରୁ ସଞ୍ଜ ଅଣ୍ଡିରୀ, ରଣଚଣ୍ଡୀ ଗୁଣ ପାଇଁ ଗାଁ ମାଇପିଙ୍କ ଫୁସ୍ ଫୁସ୍ କଥା ମେଲିଯାଏ ଏ ଗାଁରୁ ଅନ୍ୟ ଗାଁ ତୁଠ...
ଏ ସହର ପ୍ରଜାପତିଙ୍କୁ କେହିତ ଚିହ୍ନେଇ ଦିଏନା ଫୁଲର ବଗିଚା, ଯେମିତି ସଂକ୍ରାନ୍ତି ପୁରୁଷଙ୍କୁ ଦେଖେଇ ଦିଏନା କେହି ରଙ୍ଗର ମହଲା ।।
ଗ୍ରାମ୍ୟ ବାଳିକାର ମଞ୍ଜୁଆତି ହାତ ଚିହ୍ନ ପରି ଚହଲା ପାଣିରେ ଚହଲୁଥାଏ ଆକାଶିଆ ତାରା , ଜ୍ୟୋତ୍ସ୍ନାର ରୂପେଲି ବର୍ଣ୍ଣେ ବିଭାସିତ ଦରିଆର ଜଳ, ମାଝିର ଆଖିରେ ତୋଳେ ଆଶାର...
ହାତେ ଚଉକର ଘର ଭାଙ୍ଗିବାକୁ ଆସିଲାଣି କେତେଥର କିଏ ପାଣିରେ ବୁଡ଼େଇ ମାରେ ସିଏ କିନ୍ତୁ ଧୂଳିରେ ... ବେଳସୁଁ... କେଉଁ ଛଟକରେ ଆସି ହାତେଇ ନେବ ତମକୁ ପାଇବନି...
ପବନରୁ ସାଉଁଟୁଛି ତୋରି ନିଃଶ୍ୱାସ ଗହଳିରୁ ଖୋଜୁଛି ମୁଁ ତୋରି ରୂପ ଯୁଆଡ଼େ ଚାହିଁଲେ ଖାଲି ତତେ ମୁଁ ଦେଖୁଛି କବିତାରେ ଲେଖି ବସେ ତୋ ପ୍ରୀତିଭାଷ ।
ଆପଣଙ୍କ ମତାମତ