୨. ପ୍ରଥମେ ପରିକ୍ଷା, ପରେ ଚିକିତ୍ସା
ଏହା ସେହିବେଳର କଥା ଯେତେବେଳେ ଅରବିନ୍ଦ କେଜରିୱାଲ୍ ନୂଆନୂଆ ଆସିଥିଲେ ଏବଂ ଦୁନିଆ ତାଙ୍କର ଚାଲିଚଳନକୁ ନେଇ ଭ୍ରମରେ ଥିଲା । ସେତେବେଳେ ମୁଁ ଏକ ସଜ୍ଜନଙ୍କୁ କହିଲି, ‘ମୋତେ ଅରବିନ୍ଦ କେଜରିୱାଲ୍କୁ ଚିହ୍ନିବାରେ କିଛି ଅସୁବିଧା ହେଉନାହିଁ । ସେ ଜଣେ ବାମପନ୍ଥୀ ଏବଂ ତାଙ୍କର ଚିନ୍ତନ ମଧ୍ୟ ଠିକ୍ ବାମପନ୍ଥୀଙ୍କ ପରି । ତାଙ୍କର ସବୁଠାରୁ ବଡ ଚିନ୍ତା ମୋଦୀଙ୍କୁ କେମିତି ଅଟକାଇବେ । କଂଗ୍ରେସ ପାଇଁ କେବଳ ଏତିକି ଚିନ୍ତା ଯେ କଂଗ୍ରେସ ଯଦି ଏମିତି ଭ୍ରଷ୍ଟାଚାରରେ ବୁଡି ରହିବ ତେବେ ଭାଜପା କ୍ଷମତାକୁ ଚାଲି ଆସିବ ।
ସେ କହିଲେ, କାଲି ତ ତୁମେ କହୁଥିଲ ଯେ ଅରବିନ୍ଦ କେଜରିୱାଲ୍ ଆମେରିକାର ଏଜେଂଟ ବୋଲି! ଆଜି କହୁଛ ସେ ଜଣେ ବାମପନ୍ଥୀ । ଏମିତି କେମିତି ସମ୍ଭବ?
ଆମେ ଭାରତୀୟ ବଲିଉଡ୍ ଦେଖୁଛେ, ଆମ ମୁଣ୍ଡରେ ସବୁଗୁଡା ଯେମିତି ବଲିଉଡ୍ କାହାଣୀ ପରି କଳାଧଳା । ଆମେରିକାର ଲୋକମାନେ ପୁଂଜିବାଦୀ, ରୁଷର ଲୋକମାନେ ସାମ୍ୟବାଦୀ, କମୁ୍ୟନିଷ୍ଟ ମାନେ ସି.ପି.ଏମ୍., ଆମେ ତାଙ୍କୁ ବିଶ୍ୱର ବୃହତ୍ ଶକ୍ତି ହିସାବରେ ବୁଝିବାକୁ ଅସମର୍ଥ । ବାମପନ୍ଥ କେବଳ ସିପିଏମ୍ରେ ନାହିଁ । ବହୁତ କଂଗ୍ରେସନେତା , ସଙ୍ଘ ଓ ଭାଜପା କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ଏହି ବାମପନ୍ଥ ବିଚାର ସଂକ୍ରମିତ ହୋଇ ଅନେକ ନେତାମାନଙ୍କୁ ଆକ୍ରାନ୍ତ କରିସାରିଲାଣି ।
ସଦାବେଳେ ଆମେ ଜାଣୁ ଯେ ଆମେରିକା ବାମପନ୍ଥ ସାଙ୍ଗରେ ଲଢେ । କିନ୍ତୁ ଯଦି ବାମପନ୍ଥ ରୁଷର ସମସ୍ୟା ଭିତରୁ ଗୋଟିଏ ତେବେ ଆମେରିକା କାହିଁକି ତା ସାଙ୍ଗରେ ଲଢିବ! ଭିିୟେତ୍ନାମ୍ ଯାଇ ସେଠାରେ ବୋମା ପକାଇ ନିଜ ସୈନିକମାନଙ୍କୁ ମାରିବାକୁ ଆମେରିକା ଇଚ୍ଛାକରି କଣ ବା ଲାଭ ପାଇବ! ଆପଣ ସମସ୍ତେ ଭଲଭାବରେ ଜାଣନ୍ତି ଯେ ବିନା ଲାଭରେ ଆମେରିକା କିଛି ବି କରେନି !
ବାମପନ୍ଥ କେବଳ ରଷିଆ, ଚାଇନା ଏବଂ ପୂର୍ବ ୟୁରୋପର ସମସ୍ୟା ନୁହେଁ । ଇଏ ପଶ୍ଚିମ ୟୁରୋପ ଏବଂ ସମଗ୍ର ଆମେରିକାର ସମସ୍ୟା ଅଟେ । ଆମେରିକାର ସରକାରି କଳ ଭିତରେ ବି ବାମପନ୍ଥୀମାନଙ୍କ ପ୍ରଭାବ ବହୁତ ଗହରା । ତେଣୁ ଦୁନିଆର ବହୁ ବଡବଡ ବାମପନ୍ଥୀ ଆମେରିକା ଏବଂ ୟୁରୋପରୁ ଜନ୍ମ ହୋଇଛନ୍ତି, ରଷିଆରୁ ନୁହେଁ । କାରଣ ସେଠି ଯିଏ ବାମପନ୍ଥ ଛାଡି ଅନ୍ୟକିଛି ଭାବିବା ଆରମ୍ଭ କଲେ, ସେମାନଙ୍କୁ ମାରି ଦିଆଗଲା । ବୋଧହୁଏ ଏ କଥାଟି ବହୁତ ଲୋକଙ୍କର ହଜମ ହୋଇ ନପାରେ, କିନ୍ତୁ ଏହା ହିଁ ସତ୍ୟ ଅଟେ ଯେ ବିଶ୍ୱର ବାମପନ୍ଥର ନାଭିକେନ୍ଦ୍ର ଏବେ ଆମେରିକା । ଆମେରିକାରୁ ପୁରାବିଶ୍ୱରେ ବାମପନ୍ଥୀ ତନ୍ତ୍ର ସଂଚାଳିତ ହେଉଛି ଏବଂ ଆମେରିକାର ନିଜି ଶାସନ ତନ୍ତ୍ର ଶିକ୍ଷା ବ୍ୟବସ୍ଥା ଏବଂ ସାମାଜିକ ପାରଦର୍ଶିତା ଗଭୀର ବାମପନ୍ଥୀ ପ୍ରଭାବରେ ବାନ୍ଧି ହୋଇପଡିଛି । ଏହା ଏବେକାର କଥା ନୁହେଁ, ଏହାର ଏକ ବହୁତ ବଡ ଗଭୀର ଐତିହାସକ ପୃଷ୍ଟଭୂମି ମଧ୍ୟ ଅଛି ।
ପରବର୍ତ୍ତୀ ପ୍ରମୁଖ ବିଷୟ
୪. ଜୋସେଫ ମୈକାର୍ଥୀ – ଏକ ନିସଙ୍ଗ ଲଢେଇର ନାଁ