ହୁଙ୍କାର ହାହାକାରର ଲୟ ଭୁଲି ମଣିଷର ଆତ୍ମା ଓ ହୃଦୟ ତାଳରେ ତ୍ରାହି ତ୍ରାହି ସୁରରେ ଗାଇବେ ବାଟଚଲା ଗୀତ ।
ସ୍ତ୍ରୀ ପାଇଁ ଗରାଖ ମୁଲେଇଲେ ରାଜି ।
ଯାଅ ଅସ୍ତ୍ରଶସ୍ତ୍ରର ବେପାରୀମାନଙ୍କୁ କୁହ ସବୁ ବୋମା, କମାଣ, ବନ୍ଧୁକ ଓ ଯୁଦ୍ଧଜାହାଜର ଅସ୍ତିତ୍ୱକୁ ଘଡ଼ିକ ପାଇଁ ପୋଛି ଦିଅନ୍ତୁ ସେମାନେ ।
ଆଜି, ଯେମିତି ହେଉ ମତେ ସଂଗ୍ରହ କରିବାକୁ ହେବ ରକ୍ତରୁ ସ୍ୱାଭିମାନର ଅରୁଣ ଉଦ୍ଭାସିତ ।
ମତେ ବିଶ୍ୱାସ କର ମୁଁ କେବଳ ଲଳିତ କି ଗଳିତ-ପଳିତ କିଛି ରକ୍ତ ମାଂସ ନୁହେଁ ।
ସେ ଗୋଟିଏ ପାଦ ଆଗକୁ ବଢ଼ାଇଲା ମାତ୍ରେ ନିକଟରେ ଥିବା ପ୍ରତ୍ୟେକ ପୁରୁଷ ତାଙ୍କୁ ପଛରୁ ଟାଣି ଧରିବାର, ତାଙ୍କ ଅଗ୍ରଗତିକୁ ପ୍ରତିହତ କରିବାର ପ୍ରୟାସ କରିଛନ୍ତି ।
ନାରୀ ଦେହକୁ ଯାବତୀୟ ବିଳାସବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ବି ନାରୀର ଶାରୀରିକ ସତୀତ୍ୱକୁ ଖୁବ୍ ପ୍ରଶଂସା କରେ
ଯେ ନାରୀଟିଏ ସତ୍ୟ ଓ ଆତ୍ମାର ଅନ୍ୱେଷାରେ ଆଗ-ପଛ ନ ଭାବି ଗୋଡ଼ କାଢ଼ିଲେ ସଂସାରରେ ତା' ନାରୀପଣ ହୋଇଯାଏ ମିଛ ।
କାହାକୁ ପ୍ରାଣଦେଇ ରମଣ କରିବା କେଡେ଼ ସାଧ୍ୟ ସାଧନାର କଥା !
ମୋ ପରି ଭିଖାରୁଣୀର ସାଧ୍ୟ କାଇଁ ଚୁଡ଼ି, ହାର କି ମଥାମଣିରେ ଖଞ୍ଜିବ !
ଆପଣଙ୍କ ମତାମତ