ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତେହକି ବିଭା । ବରଙ୍କ ବୟସ ଏହି ମାଘରେ ପଞ୍ଚଷଠି ପଶିବ ।
ଗାଁର ପାଞ୍ଚ ମାଇପେ କହନ୍ତି, "ମାଳତୀର ଚାଲିଟି କେଡ଼େ ସୁନ୍ଦର !"
ମହାଜନ ବିଦେଶୀ, କଚେରିର ବଡ଼ ବଡ଼ ଚାକର ପ୍ରାୟ ବିଦେଶୀ । ରେଳ-ଷ୍ଟେସନରେ କର୍ମ ପାଇବା ଓଡ଼ିଆଙ୍କ କପାଳରେ ଲେଖାନାହିଁ ।
ଗୋପାଳ ବାବୁ ଚାଣକ୍ୟରେ ପଢ଼ିଥିଲେ, "ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।"
କ'ଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା । ପିତାସୁଣୀ ପବନ ଲାଗିଛି ।
ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆଣିଛି, ଭକ୍ତିଦାୟିନୀ କଥାଟା କହି ଆସୁନାହିଁ, କହୁଛି କ'ଣ ନା, ଭଗବତୀ ଡାଆଣୀ । କ'ଣ ଖୋଜୁଥିଲି, କ'ଣ ପାଇଲି- କପାଳ କଥା...
ପେସ୍କାର ଆଉ ମୁକ୍ତାର ବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଏକ- ବୟସୀ, ପୁଣି ବୁଢ଼ୀ ।
ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ ।
ଏଟା କିଏ, କାହିଁକି ଆଣିଲ ?" ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ ।
ସେମାନେ ଜାଣନ୍ତି, ଦେଶୀୟ ରାଜା ମହାରାଜାଙ୍କୁ ହତ୍ୟା କଲେ କାଳେ ରକ୍ଷା ପାଇ ପାରିବେ, ମାତ୍ର ପବିତ୍ର ଶ୍ୱେତଚର୍ମ ସ୍ପର୍ଶ କଲେ ରକ୍ଷା ନାହିଁ ।
ହଇରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି । ସତ, ଗୋପପୁରଟା ତ ଏତେ ବଡ଼ ନୁହେଁ । ପୂତନା ମଡ଼ାଟା ଉଣେଇଶ ଯୋଜନ ମାଡ଼ି ଗୋପପୁରରେ କିମିତି ପଡ଼ିଲା...
କିଆଁ, ହିନ୍ଦୁ ଫକୀରଟା ଖଜଣା ନ ଦେଇ କେଉଁ ଏତେଗୁଡ଼ାଏ ଜମି ମାହାଳିଆ ଖାଏଙ୍ଗା । ବୋଲାଓ ଉସ୍କୋ, ହମ୍ ଦେଖେଙ୍ଗା ।
ତୁ ତ ଘରେ କିଛି କାମ ପାଇଟି କରିବୁ ନାହିଁ, ଭାତ ରାନ୍ଧିବୁ ନାହିଁ, ସବୁ କଥାରେ କଳି କରିବୁ, ସେଥିଲାଗି ଆଉ ଗୋଟାଏ ବୋହୂ ଆସୁଛି ।
ମା' ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି, ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ ।...
ମଲା ଯା' । କନ୍ୟାଟାଏ କ'ଣ ପଡ଼ିଆରେ ପଡ଼ିଛି ଯେ ଧାଇଁ ଯାଇ ଗୋଟାଇ ଆଣିଲେ ହେଲା । ଚମ୍ପାଟା ଯୋକ ପରି ଲାଗି ରହିଛି ।
ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନି ଆସ । କେତେ ବା ଜିନିଷ, ବୁଝି ଖବରଦାର, ମୂଲିଆ କରିବ ନାହିଁ, କଲେ ତୁମେ...
ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମ କର୍ମ କରୁଥିଲେ, ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି ।
ଆଜି ଶୁଣାଗଲା ଶାମଲ୍ ଘର ବଳଦ ଚୋରି ତ, କାଲି ପରିଡ଼ା ଘର ଯୋଡ଼ାଏ ଗାଈ ମିଳୁନାହାନ୍ତି । ମାସ ଛଅଟା ମଧ୍ୟରେ ଦଶ ପାଞ୍ଚ ଗଣ୍ଡା ଗୋରୁ ଚୋରି...
ଆଈ ! ବାପା ଟଙ୍କା ଲୋଭରେ ଗୋଟାଏ ବୁଢ଼ା ବରକୁ ମୋତେ ବିଭା ଦେଲେ ମୁଁ ପୋଖରୀକୁ ଡେଇଁ ପଡ଼ିବି ।
ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି- ପରପୁଅ ଗୁଞ୍ଜାରୁଅ ସେ ବଳେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।
ପାଳେ ତ ବାପର ମା', ନୋହିଲେ ପାଳେ ତ ମା'ର ମା' । ମା'ର ମା' ଆଈ ନାହିଁ ସତ, ମାଇଁ ତ ଅଛି । ଯେଉଁ ପିଲାର କେହି...
ନାମ ହୋଇଛି, ମିସେସ୍ ମହାପାତ୍ର । ମାତ୍ର ପୋଇଲୀମାନେ ଆଉ ମୂର୍ଖ ଚାକରଗୁଡ଼ାକ ଠିକ୍ ନାମ ଧରି ଡାକି ପାରନ୍ତି ନାହିଁ । କେହି କେହି କିସ୍ ମିସ୍ ମାହାପାତ୍ର-...
ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନି ଯାଅ । ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବା...
ନାଉରିଏ ଜାଣନ୍ତି, ଉଇଁ ନ ଦିଶେ ହସି ପଶେ, ବାପ ବୋଲେ ପୁତା ନିଶ୍ଚେ ବରଷେ । ନଈ ଦୂଇ କୂଳ ଲୋକେ ଛଡ଼ି ହୋଇ ଅନାଇଛନ୍ତି । ନାଉରିଆ...
ଆଝୁଁ ତିନି ପକ୍ଷ, ତିନି ମାସ, ତିନି ବରଷ ମଧ୍ୟରେ ତାହାର ସର୍ବନାଶ ହେବ । ଏହା ଯଦି ନ ହୁଏ, ମୁଁ ଆବ୍ରାହ୍ମଣ, ଏ ବ୍ରହ୍ମଗଣ୍ଠି ଛିଡ଼ାଇ ପକାଇବି...
ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ଏକପୁଅ ବାପ ମା' ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଡ଼ିବେ- ଏକଥା ଲେଖକ ତମ୍ୱା ତୁଳସୀ...
ଆଉ ଯାଏ କାହିଁ ? ରେ ଶଳା ତନ୍ତୀ । ମୁଁ ତୋର ଗୋଲାମ । ତୋର ମୂଲ ଲାଗିବି । ଧାଇଁଲା ମାରିବାକୁ । ତନ୍ତୀ ତ ଡରରେ...
ବୋପା ଲୋ ! ମା' ଲୋ ! ବୋଲି କହି ଗଡ଼ିଲେ । ଆଉ ରଡ଼ି କରିପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜୁଛନ୍ତି । ମୁହଁ ଭାରି ଫୁଲିଗଲାଣି-...
ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି, ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧକରି ତିନିଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ...
ପିଠି ହାତ ପୋଡି ଉଠିଲେ ଚାପଡ଼ା ଚାପଡ଼ାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ , "ଆଲୋ ମାଳତୀ ! ଆଲୋ ଶୁକ୍ରୀ...
ସାଇ ପଡିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ, ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣା ଶୁଣି...
ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡି ଗଲା, ବଳଦ ବିକା ଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ...
ଆପଣଙ୍କ ମତାମତ