କପାଳରୁ କେହି, କେହି ଭାବନ୍ତି ; ସିଏ ତାନ୍ତ୍ରିକ, ଯୋଗୀ ପୁନଶ୍ଚ ଅବତାର ।
ଆଶ୍ରାଘରେ ସଭିଏଁ ଅତିଥି କାହାକୁ ନ ଜଣେଇ ଫେରାର୍ ହେବା ଏକାନ୍ତ ବିସ୍ମୟ, ପରିତ୍ୟକ୍ତ ଚଟିଘର ଭଳି
ମୋ ପୂର୍ବରୁ କେହି ଜଣେ ଥିଲା ମାଆ ଗର୍ଭରେ ହସୋଉଥିଲା, କନ୍ଦୋଉ ଥିଲା ଓ ଶୋଇ ଦେଉଥିଲା ନାନାବାୟା ଗୀତରେ ।
ରତିମିଶ୍ର, ତୋ ପଦ୍ମତୋଳାରେ ସାପ ଖେଳେ ତୋ ପ୍ରୀତିର ତୀର୍ଯକରେ ଜଳିଯାଏ ଯୋଗୀ ପ୍ରତିଟି ରାତି ତୋର ଫୁଲ ଶଯ୍ୟାର ରାତି ରାଶି ରାଶି ଆୟୁ ଲୋଟିଯାଏ ତୋ ମାଂସର...
ମୁଁ ସେହି ଅଧରା ପକ୍ଷୀ ଖୋଜି ଖୋଜି ବେଳ ଉଣ୍ଡି ପାଖକୁ ଆସିଛି ଏବେ ତୋର ଫେରିବାର ପାଳି !
କାହା ଆଖିରେ ସିଏ ଈଶ୍ୱରଙ୍କ ଅବତାର ପୁନଶ୍ଚ କାହା ଆଖିରେ ଅତ୍ୟନ୍ତ ବର୍ବର ।।
ଏ ପୃଥିବୀ ତା' ରାସ୍ତାରେ ଯାଉଥିବ, ଯାଉଥିବ, ଅଚ୍ୟୁତର ତାଳପତ୍ର ପୋଥି ମାଳିକାରେ ସୃଷ୍ଟିର ସଂହାର
ହ୍ୟାଲୋ ! ଟିକେ ଜୋର୍ରେ କୁହ, ତମ କଥା ଅସ୍ପଷ୍ଟ ଅସ୍ପଷ୍ଟ ।। ଏ ପୃଥିବୀରେ ସମସ୍ତଙ୍କୁ ଏକା ଏକା ଏକା ଫେରିବାକୁ ହୁଏ ଏକଥା ମୋ ଗୁରୁଙ୍କ ବଚନ...
ଘରଦିନେ ଆଙ୍କିଥିଲେ ଭୀମଭୋଇ, ବଳରାମ, ଅଚ୍ୟୁତ, ଅନନ୍ତ ଶୂନ୍ୟଘର, ବ୍ରହ୍ମାଣ୍ଡ ଭୂଗୋଳ, ସେ ଘରର ନଥିଲା ନକ୍ସା କିମ୍ୱା ରଙ୍ଗର ପ୍ରାଚୁର୍ଯ୍ୟ ଶବ୍ଦ ଓ ଭାବରେ ବାନ୍ଧିଥିଲେ ପୁନଶ୍ଚ ସଂସାର...
ଆକାଶର ସିଲ୍ହଟ୍ରେ ଗାର ଟାଣୁଥାନ୍ତି ବେଳାଭୂମିର ଅପାଂକ୍ତେୟ ଗଣ ଅପେକ୍ଷା ରଖି ପୂର୍ଣ୍ଣିମା ଚାନ୍ଦର
ଦୁଃଖ ମୋତେ ଛୁଇଁଦେଲେ ତମକୁ ମୁଁ ମନେ ମନେ ଖୋଜେ ଅକାଳେ ସକାଳେ ସୁଖର ଖବର ଆସିଲେ ତାକୁ ବାଣ୍ଟିବାକୁ ମଣିଷ ପାଏନା ।
ଯେତେଥର ଅକାଳେ, ସକାଳେ ପଚାରିଛି ତମେ କିଏ ବୋଲି ? ଉତ୍ତର ଗୋଟିଏ ସବର୍ କର ଠିକ୍ବେଳେ ତମକୁ କହିବି ।।
ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ । ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।
ପାହାନ୍ତି ତାରା ଯେତେବେଳେ ଚିକ୍ମିକ୍ କରେ ପଶ୍ଚିମ ଆକାଶରେ ସେତେବେଳେ ଘଟଣାଟି ଘଟେ ।।
ସିଏ ଜାଣେନା- ଯେଉଁଠୁ କେହି ଫେରିନି ଅଦ୍ୟପି ହାତପାତି ବହୁରୂପୀ ମହାକାଳ ଠିଆ ଜଳରେ-ସ୍ଥଳରେ-ଆକାଶରେ ଦୀର୍ଘାୟିତ ତା'ର ଆଲିଙ୍ଗନୀ ମୁଦ୍ରା ।।
ସାଁଠଣା ଶିଖେନା ବୋଲି ମାଆ ଗରଗର ସକାଳରୁ ସଞ୍ଜ ଅଣ୍ଡିରୀ, ରଣଚଣ୍ଡୀ ଗୁଣ ପାଇଁ ଗାଁ ମାଇପିଙ୍କ ଫୁସ୍ ଫୁସ୍ କଥା ମେଲିଯାଏ ଏ ଗାଁରୁ ଅନ୍ୟ ଗାଁ ତୁଠ...
ଏ ସହର ପ୍ରଜାପତିଙ୍କୁ କେହିତ ଚିହ୍ନେଇ ଦିଏନା ଫୁଲର ବଗିଚା, ଯେମିତି ସଂକ୍ରାନ୍ତି ପୁରୁଷଙ୍କୁ ଦେଖେଇ ଦିଏନା କେହି ରଙ୍ଗର ମହଲା ।।
ଗ୍ରାମ୍ୟ ବାଳିକାର ମଞ୍ଜୁଆତି ହାତ ଚିହ୍ନ ପରି ଚହଲା ପାଣିରେ ଚହଲୁଥାଏ ଆକାଶିଆ ତାରା , ଜ୍ୟୋତ୍ସ୍ନାର ରୂପେଲି ବର୍ଣ୍ଣେ ବିଭାସିତ ଦରିଆର ଜଳ, ମାଝିର ଆଖିରେ ତୋଳେ ଆଶାର...
ହାତେ ଚଉକର ଘର ଭାଙ୍ଗିବାକୁ ଆସିଲାଣି କେତେଥର କିଏ ପାଣିରେ ବୁଡ଼େଇ ମାରେ ସିଏ କିନ୍ତୁ ଧୂଳିରେ ... ବେଳସୁଁ... କେଉଁ ଛଟକରେ ଆସି ହାତେଇ ନେବ ତମକୁ ପାଇବନି...
ପବନରୁ ସାଉଁଟୁଛି ତୋରି ନିଃଶ୍ୱାସ ଗହଳିରୁ ଖୋଜୁଛି ମୁଁ ତୋରି ରୂପ ଯୁଆଡ଼େ ଚାହିଁଲେ ଖାଲି ତତେ ମୁଁ ଦେଖୁଛି କବିତାରେ ଲେଖି ବସେ ତୋ ପ୍ରୀତିଭାଷ ।
ପ୍ରତୀକ୍ଷାର ବେଳ ମନେହୁଏ ଧୁ, ଧୁ ଖରାବେଳ ସବୁଜ ବନ, ଝରଝର ଝରଣା ବଦଳିଯାଏ ନିଥର ମରୁ ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।
ମୁଁ ଭାବେ, ମୁଁ ତ ଭାଙ୍ଗିନି ତେବେ ଭାଙ୍ଗିଲା କିଏ ? ହୁଏତ କାଳ ପୁରୁଷ ଆସିଥିଲା ରାତିରେ ତା' ପ୍ରତିବିମ୍ୱ ଧରି ରଖିବାକୁ ଅସମର୍ଥ ହୋଇଥିବ ସେ ।
ଦର୍ପଣ ଛାତିକୁ ପଥରରେ ଭାସି ଉଠିଲା ଚମତ୍କାର ଶବ୍ଦ ମାଟିରେ ପଡ଼ି ରହିଲା କାଚର କଙ୍କାଳ ।
ବାଟୁଳିର ଗୁଳି ଭଳି ଛୁଟୁ ଥିଲା ଅହର୍ନିଶ ସେଠି ବି ନିଅଣ୍ଟ ହେଲା ଶବ୍ଦ ବର୍ଣ୍ଣବୋଧର ଅଣଚାଶ ଅକ୍ଷର ଉଡ଼ିଗଲେ ଅଣଚାଶ ବାଆରେ ।
ମୁଁ ନିଜେଇ ଏକ ଜ୍ୱଳନ୍ତ ଚିତାଗ୍ନି. . . ଶ୍ମଶାନର ବିଭତ୍ସ ରୂପକୁ ଦେଖି ଭୟ ପାଏନା ।
ତମେ ମାନ କି ନ ମାନ, କାଲି ରାତିରେ ଜନ୍ମ ନେଇଛି ସେହି ଦେବଶିଶୁ- ସକଳ ଆଦେଶକୁ ଉପେକ୍ଷା କରି ।
ସତସତିକା ଡଙ୍ଗା ହୋଇ ଛୁଟେ- ଗାଁ ଗୋହିରୀ, ତଳମାଳ ଓ ରାସ୍ତା ଘାଟ । ଆଖି ପାଉନଥିବା ପାଣି କାତ ଠିକୁନଥିବା ନଈ କେଉଁଠି ବିଲୁଆଖାଇ ତ କେଉଁଠି
ତା' ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
କହକି ନ କହ ତାରେ ମୁହେଁଇ ଦେବ ଜାଳା ଓ ଜାଳେଣି ତୋରି ଚୂଲ୍ଲୀରେ ନିଆଁ, ପାଉଁଶର ଖେଳ ଖେଳିଯିବ ରକତ ମାଉଁସେ ।
କି ଗୀତ ଗାଇବି ଯେ, ପକ୍ଷୀର କାକଳିରେ ଝରି ପଡୁଛି ଅସରା ସଂଗୀତ ।।
ବର୍ଷା ଏକ କୁମାରୀର ନାମ ବର୍ଷା ତମେ ଆକାଶ ଓ ପୃଥିବୀର ମଧୁର ସଙ୍ଗମ !
ତା'ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଆଜି ପୁଣି କାହିଁକି ? ସକାଳ ପହରୁ ରାଉ, ରାଉ ଶନି ଦଶା ଏବେ କି କଟିନି ଦୁର୍ଭାଗ୍ୟର ରାହୁ କି ଆମ ପାଇଁ ?
ଜମି ବିକ୍ରି ହେଲା ଶାଗ ମୁଗରେ, ଢିଅରୁ ଅଧେ ଛାଡ଼ି ଦେଇଗଲା ଦାଦିକୁ ବରଷେ ନ ପୁରୁଣୁ ବାପ, ମାଆ ଭିତରୁ ବାପ ଗଲା ଆରପାରି-ମାଆକୁ ଗଣ୍ଠିଲି କରି ନେଇଗଲା...
ଏବକୁ ବୟସ ସତୁରୀ ପିତା: ଗୋଖେଇ, ଜାତି:- ଚଷା ବାସସ୍ଥାନ ନିଜିଗାଁ, ପଧାନ ପଡ଼ା ।
ଗାଁ ନୋକେ ଛୁଟୁଛନ୍ତି ଦକ୍ଷିଣସାହିରୁ ଉତ୍ତରସାହି ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!
ସାନ କମ୍ ପାଠରେ ମିଶାଣ ଶିଖିଛି- ବଡ଼ ବେଶି ପାଠରେ ହରଣ, ଫେଡ଼ାଣ ଏମିତି ଶିଖିଲା ଯେ ହୃଦରେ ଗାର କାଟି ଦେଲା ।
ଯୁଆନ ବଅସେ ତା' ଠେଙ୍ଗାରେ ଏତେ ଜୋର୍ ଥିଲା ଯେ ଚୌରାଳିଶ ମୌଜା କମ୍ପୁଥିଲା, ଠେଙ୍ଗାରେ ତେଲ ଘଷି ଏବେ ବି ରଖିଛି ।
ନାରୀ ଆଖିରେ ପୁରୁଷଟି ସହଜ ଗଣିତ, ସିଏ ପୁରୁଷକୁ ବେଶ୍ ପଢ଼ିପାରେ ଭାଗଫଳ ଯା' ହେଉ ପଛେ ଭାଗଶେଷ ଶୂନ ରହିଯାଏ ।
ଅସଂଖ୍ୟ ଦରଦୀ ମଣିଷ ଘେରିଗଲେ ଶିଶୁଟି ପାଖରେ କେହି ଜଣେ ପଚାରି ବସିଲା ତୋ' ମାଆ ଦେଖିବାକୁ କେମିତିରେ ପୁଅ ?
ଦୀର୍ଘକାଳ ପରେ ହଠାତ୍ ଦେଖା ଗୌତମ ସାଥିରେ ଷ୍ଟେସନ ପାଖ ନୁଆଁଣିଆ ଚାଳି ହୋଟେଲ୍ରେ ।
କାଗଜ ପଢ଼ା ଚାଲୁରହେ ଦିନ, ପ୍ରତିଦିନ ଦିନାନ୍ତରେ କାଗଜଠୁଙ୍ଗା ହୁଏ କିମ୍ୱା ପିଲାଙ୍କ ବହିର ମଲାଟ- ତଥାପି ମନର ଅମଳି ପାଇଁ ଘାଣ୍ଟୁଥାଏ ଫରଦଫରଦ କାଗଜ ଆଜିର ମଣିଷ ।
ଆପଣଙ୍କ ମତାମତ