ତଥ୍ୟ, ତତ୍ତ୍ୱ ଆଉ ସ୍ଵୀକାର୍ଯ୍ୟର ଆଶ୍ରାବାଡ଼ି ଧରି, ଜୀବନକୁ ସାମ୍ନା କଲାବେଳେ ଅନୀତି, ଦୂର୍ନିତୀ, କୂଟନୀତି
ଈଶ୍ବର ତ ଦୃଶ୍ୟହୀନ ସୂକ୍ଷ୍ମାତିସୂକ୍ଷ୍ମ କ୍ଷୁଦ୍ର କଣିକାଟିଏ , ଅଣୁପରମାଣୁରେ ଗଢ଼ା ସଚରାଚର ଜୀବଜନ୍ତୁ , ଗ୍ରହ, ଉପଗ୍ରହ ଆଉ ନକ୍ଷତ୍ରଙ୍କ ସୃଷ୍ଟି, ସ୍ଥିତିର ମହାନ ସତ୍ତା ଟିଏ... ।
ଆଉ କେତେ ଦିନ , ତା'ର ସରଳତା, ନିରୀହତା ଆଉ ଦୀନତାର ଭିଟାମାଟି ପରେ ଅହରହ କାଟି ଚାଲୁଥିବ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ନକ୍ସା ;
ଆଉ କେତେ କାଳ ଏ ଭେଡାଭେଦ, ଧର୍ମ, ଈଶ୍ୱରଙ୍କୁ ନେଇ କେତେ ଯୁଦ୍ଧ ନିଭାଇବ ବସୁନ୍ଧରା, କେତେ ରକ୍ତନଦୀ ବୁଛାଇବି ଏ ମାଟି !
ଦେଖିଛି : ତା'ର ଶ୍ୟାମଳ ପ୍ରକୃତିର ହରିତ୍ ଡାଳରେ ଆପେ ଆପେ କିପରି ପ୍ରସ୍ପୁଟିତ ହୋଇଗଲା ପଞ୍ଚଭୂତରେ ଗଢ଼ା, ଜୀବନ କୁସୁମରେ ମହାର୍ଘ ଉପହାର ।
ଏଇ ଶହରରେ ଶାଗୁଆ ମାଟିର ଇଟାସବୁ କାହିଁ କେବେଠାରୁ ପାଲଟିଗଲେଣି ରତ୍ନ ପଥର ବନ୍ୟାରେ ଧୋଇ ହୋଇ ଯାଉଛି ଚୂଲି ଚାଳ ଆଉ ଜନମ ମାଟି କିନ୍ତୁ ! ଟୋପାଏ...
ଗଣତନ୍ତ୍ର ପଲଙ୍କରେ ମଖମଲ୍ଲୀ ଶେଜ ପାରି କେବେ ଠାରୁ ... ଶୋଇ ପଡ଼ିଲାଣି ସମୟର ଅଜଗର !
ଈଶ୍ୱର କ'ଣ ରକ୍ତ, ମାଂସ , ହାଡ଼ର କୋଷରେ ଗଢ଼ା କୋଉ ବରଦିଆ ଦେବତା ଯେ ଛୁଇଁ ଦେଲେ, ତାଙ୍କ ବଡ଼ପଣିଆ ମାରା ହୋଇଯିବ ?
ଆଉ କେତେଦିନ ? ଜାତି, ବର୍ଣ୍ଣ, ସଂପ୍ରଦାୟ ଅବା ଦେଶୀ ବିଦେଶୀର ରଙ୍ଗରେ ରଞ୍ଚିତ କରି ବନ୍ଧାଯାଉଥିବ ତୁମ ବଡ଼ଦେଉଳର ଶିଖରରେ ଧମର ପତିତପାବନ ବାନା ।
ଛୁଇଁଛ କି ? ତାର ମନର ଦାଢ଼ରେ ଲାଗି ଯାଇଥିବା ମେଞ୍ଚା ମେଞ୍ଚା କଳଙ୍କ - କାଳିମାର ଦାଗକୁ !
ଈଶ୍ୱର ତ ବିଦ୍ୟମାନ ସଦା ମଣିଷ ପଣିଆର ସୁନ୍ଦର ହସରେ ପଟିଏ ରୁଟି ପାଇଁ , ମୁଠାଏ ଦାନା ପାଇଁ ମେହନତ କରୁଥିବା ସରଳ ନିରୀହ ନିଷ୍କପଟ ମଣିଷଙ୍କ ପେଟର...
କବିତାର କଥାରେ ତ ଖସିପଡ଼େ ସରଗରୁ ଚନ୍ଦ୍ର , ସୂର୍ଯ୍ୟ, ତାରା ପାରିଜାତ ଫୁଲକଢ଼ି , ଉଚ୍ଚୈଶ୍ରବା ଅଶ୍ୱ ସହ ଐରାବତ ହସ୍ତୀ ଏବଂ ଅନନ୍ୟା ଅପ୍ସରା ।
ଜଣାନାହିଁ କେତେବେଳେ ଲିଭିଯିବ ସାରାବ୍ରହ୍ମାଣ୍ଡର ଏକମାତ୍ର ଜୀବନ୍ତ ଗ୍ରହ ସବୁଜ ସୁନ୍ଦର ଶାଦ୍ବଳ ପୃଥିବୀ ମଥାରୁ ସଧବାର ସିନ୍ଦୁର ଟୋପା !
ଗଛ ନୁହେଁ ସେ'ତ ଜୀବନର ନିଃଶୂଳକ ସଙ୍ଗୀତ ଜଣାନାହିଁ, କେତେବେଳେ .... ତା'ର ନିମର୍ମ ଅଭିଶାପେ ଲିଭିଯିବ ସକଳ ଜୀବଙ୍କ ଜୀବନର ଯଜ୍ଞକୁଣ୍ଡ ! !
ବାଜୁ ନାହିଁ ଶଙ୍ଖ କି ବୁଲୁ ନାହିଁ ସୁଦର୍ଶନ ଚକ୍ର , କାଟିବାକୁ ... ପାପୀ , ଦୁରାଚାରୀ, ଭ୍ରଷ୍ଟାଚାରୀ,
ଯୌନପିଶାଚଙ୍କ ଅନିର୍ବାପିତ କାମନାର ନିଆଁରେ ସ୍ୱର୍ଗଦ୍ୱାରେ ହୁତୁ ହୁତୁ ହୋଇ ଜଳିଗଲା ସୁଜାତାର ଜୀବନ ଜୁଇ । ନାରୀ ସୁରକ୍ଷା ଆଉ ସଶକ୍ତିକରଣର ଡେଙ୍ଗୁରା ପିଟୁଥିବା, ଏଇ ଆମ ସର୍କାର.........
ବଧ କରିଦେଲ, କବ ଦିବ୍ୟ ଅସ୍ତ୍ରଶସ୍ତ୍ର ଆଉ କରାଳ ତ୍ରିଶୂଳର ଯାଦୁରେ ଅହଙ୍କାରୀ, ଦୁରାଚାରୀ, ପାପୀ, ଭ୍ରଷ୍ଟାଚାରୀ ଚଣ୍ଡ ମୁଣ୍ଡ, ଶୁମ୍ଭ ନିଶୁମ୍ଭ
ହେତୁ ପାଇବା ଦିନଠୁଁ ଦେଖି ଆସିଛି, ବାପ, ଅଜା, ଅଣଅଜାମାନଙ୍କୁ ଶୁଣି ଆସିଛି; ଚଉଦ ପୁରୁଷଙ୍କ କଥା; ଜଳ, ଜମି, ଜଙ୍ଗଲ ହିଁ ଭରସା, ଧର୍ତି ହିଁ ମା, ହର୍ତ୍ତାକର୍ତା...
ଆଉ ପେନସିଲର ଦୁଇ ମୁଣ୍ଡରେ ବସି ପିଇ ଯାଉଛନ୍ତି ପାଠ, ଦୁଇ ଅବଢ଼ା ବାଳକ ଏକଲବ୍ୟ - କାଳିଦାସ ।
ଆଉ କେତେଦିନ ? ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଅବା ଦେଶୀ ବିଦେଶୀର ରଙ୍ଗରେ ରଞ୍ଜିତ କରି ବନ୍ଧାଯାଉଥିବ ତୁମ ବଡ଼ଦେଉଳର ଶିଖରରେ ଧର୍ମର ପତିତପାବନ ବାନା ।
ସତ୍ୟର ମଙ୍ଗ ଧରି ଯେଉଁ ମାଟିରେ ଫୁଙ୍କି ଦେଇଥିଲ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର, ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର...
କାରଣ ତମେ ଥିଲ ସକଳ ସ୍ପୃଶ୍ୟତାର ସୁବର୍ଣ୍ଣ ପ୍ରତିମା ଆଉ ମୁଁ. . . !
ଭୋକର ନିଧନ ପାଇଁ ଏବେ ଚାଲୁଅଛି ଦୋହଲ୍ଲା, ପାଟିତୁଣ୍ଡ ଆଉ ବିଧାନସଭାରେ ଭାରି ହଟ୍ଟଗୋଳ,
ଏକଲବ୍ୟ ମୁଁ, ସତ୍ୟ ରକ୍ଷାକରି ସମର୍ପିଲି ମୋର ବୁଢ଼ା ଆଙ୍ଗୁଠି, ଉଚ୍ଚଜାତି ସଙ୍ଗେ ଏକ ହୋଇ ହାରୁ ହାରୁ ଜିତିଯିବି ବୋଲି ।
ଇଏ କେଉଁ ପବିତ୍ର ଭୂଇଁ ? ଯେ ସତୀ ସାଧ୍ୱୀ ସୀତାଙ୍କୁ ଲୋକାପବାଦ ଆଉ ରାଜଧର୍ମର ହାୟରେ. . . ବାରବାର, କରିବାକୁ ପଡ଼େ ଉଦଗ୍ର ଅଗ୍ନିସ୍ନାନ ।।
ମିଳି ତ ଯାଇଛି ଭାଷା ପାରିଜାତ ପଛକୁ ଲେଉଟ ନାହିଁ, ହଟା ଇଂରେଜୀ ମାଧ୍ୟମ ଭାଇ ଜାତି ସ୍ୱାଭିମାନ ପାଇଁ ।
ତୋ ବିନୁ ଭରାନଈରେ ବୋଝେଇ ଡଙ୍ଗାଟା ବୁଡ଼ିଗଲା ପରି ଡୁବିଗଲା, ଆମ ସୁଖଦୁଃଖର ସଂସାର ଶୁଖିଗଲା ସ୍ନେହ, ମମତା ଆଉ ଆଶା, ଭରସାର ମହାପାରବାର !
ଲୋଡ଼ାନାହିଁ ବେତ ଆମର ଲୋଡ଼ାନାହିଁ ଗୁରୁଘର ପାଠର ମହାମନ୍ତ୍ର, ଉତୁରି ପଡ଼ିଲାଣି, ଫାଇଲ ପରେ ଫାଇଲ୍ ଚାଷ ଆଉ ଦଣ୍ଡି, ଥାଳି, ଭାତହାଣ୍ଡିରୁ ଗୋଟାପଣ ଆମ ଗୁଣାତ୍ମକ ଶିକ୍ଷାର ତତଲା...
ଆଉଜି ଗଲ କି ? ଲୋଭାସକ୍ତ ହୋଇ ପାଇବାର ଦୁର୍ବାର ଆଶାରେ କୋଉ ବହୁତଳ ପ୍ରାସାଦର ମସୃଣ ମାର୍ବଲ ଛାତିରେ ।
ହଁ, ଯୋଉ ଆଖି ସହ ମୋ ଆଖି ମିଳନ ହବାର ଥିଲା, ସେ ଆଖି. . . ଏ ଆଖି ନୁହେଁ, ଏ ଆଖିରେ ନାହିଁ
ଆଉ କେଉଁ ପ୍ରତୀକ୍ଷାରେ ହେ ଜନଗଣ, ଅପଲକ ନୟନରେ, ଚାହିଁ ରହିଅଛ, ଦେଖିବାକୁ, ଜଉମୁଦଦିଆ ଭୋଅଟ ଯନ୍ତ୍ରରେ, କିପରି ଫଳୁଅଛି ଜନତା ଜନାର୍ଦ୍ଦନଙ୍କ. . . ବହୁ ପ୍ରତୀକ୍ଷାର ଈପ୍ସିତ...
ଆଉ କେତେ ଦିନ ? ଶିକ୍ଷାକୁ ବସ୍ତୁବାଦୀ ଚେତନାର ଶକ୍ତି ସାମର୍ଥରେ ରଙ୍ଗାଇ, ମଜାଇ ପରୀକ୍ଷାର ଜୁଆ ଖେଳେ. . .
ଭକ୍ତ ପ୍ରହଲ୍ଲାଦର ଆକୁଳ ନିବେଦନରେ ନରସିଂହ, ହିରଣକଶ୍ୟିପୁର ଛାତି ଚିର ରକ୍ତ, ମାଂସ, ହାଡ଼ ଶୋଷି ନେଲା ପରି କେଉଁ ଦୀନଦରିଦ୍ର, ନିରନ୍ନ ବୁଭୁକ୍ଷୁର ଆର୍ତ୍ତ ଚିତ୍କାର
ମୋ ଭିଟାମାଟିର ... ବୁନିଆଦି ପରେ କାହିଁ ? କେବେଠାରୁ ବସା ବାନ୍ଧି ରହିଅଛି ଦୀନ ଦରିଦ୍ର-ୠତୁ !
ନିରସ୍ତ୍ର ଅଭିମନ୍ୟୁର କାକୁସ୍ଥ କାନ୍ଦଣା ସିନା ଭେଦିପାରିଲାନି ଚକ୍ରବ୍ୟୁହର ବାହୁଡା ବାଟ ; କିନ୍ତୁ, ପାରିଲ କି ସାମନା କରି ? ମହାବଳୀ ଭୀମର ବୁକୁଫଟା ରଡ଼ି ଆଉ ଅପକଟୀ...
ଯୌନପିଶାଚଙ୍କ ଅନିର୍ବାପିତ କାମନାର ନିଆଁରେ ସ୍ୱର୍ଗଦ୍ୱାରେ ହୁତୁ ହୁତୁ ହୋଇ ଜଳିଗଲା ସୁଜାତାର ଜୀବନ ଜୁଇ । ନାରୀ ସୁରକ୍ଷା ଆଉ ସଶକ୍ତିକରଣର ଡେଙ୍ଗୁରା ପିଟୁଥିବା, ଏଇ ଆମ ସର୍କାର....
ଖେଳାଇ ଦେଇପାରେ ସ୍ନେହ-ପ୍ରେମ-ସମ୍ପ୍ରୀତି ଆଉ ମାବିକତାର ସମ୍ମୋହନୀ ମନ୍ତ୍ର ଦସ୍ୟୁ ରତ୍ନାକରକୁ ବାଲ୍ମୀକି
ବୋହି ଯାଉଥାଏ, କଙ୍କାଳସାର କଳା ପିଚ୍ପିଚ୍ ଦେହରୁ ତାଙ୍କର ପାଣି ସୁଅପରି ରକ୍ତ. . . ଝାଳ ହୋଇ ରାସ୍ତାକଡ଼ର ଲୋଚାକୋଚା ଡ୍ରମ୍ରେ ତରଳୁଥିବା ଡହ ଡହ ପିଚୁପରି ।
ସୂଚ୍ୟଗ୍ରେ ମେଦିନୀ ଦେବି ନାହିଁ ବୋଲି କହିବାରୁ ଛିଡ଼ିଗଲା, କୌରବ କୂଳର ଯେତେ ସବୁ ଚେର ମୂଳ ।
ପହିଲି ବର୍ଷାରେ ପଲ୍ଲବିତ ହେଲା ପରି ଗଛବୃଚ୍ଛ ମନ-ପ୍ରାଣ-ହୃଦୟରେ ଖେଳାଇ ଦେଇପାରେ
ଧୈର୍ଯ୍ୟର ବାରଶହ ବଢ଼େଇ କର୍ତ୍ତବ୍ୟର ନିହାଣରେ. . . ଜୀବନଶିଳ୍ପର ଯେତେ ସୂକ୍ଷ୍ମ ଆଉ କି ନିଖୁଣ ଚିତ୍ର ଆଙ୍କିଲେ ବି ମେଣ୍ଟେ ନାହିଁ କି ଟଳେ ନାହିଁ ଜିଇଁ...
ମୋ ଜୀବନର ଯେତେସବୁ ଜଟିଳ ଗଣିତ, ପାଇବାକୁ ଦୁଃଖ, ଦୁର୍ଦ୍ଦଶା ଆଉ ଯନ୍ତ୍ରଣାର ସଠିକ୍ ଉତ୍ତର !
ବାଜି ଉଠିଲା, ଘନଘନ କାନ୍ଦଣାର କେନ୍ଦରା ଗୀତ ଗାଁରୁ ସହର ଆଉ ରାଜ୍ୟ ରାଜଧାନୀ ଯାଏଁ ନିମିଷକ ମଧ୍ୟେ, ପୋଡ଼ି ପାଉଁଶ ହୋଇଗଲା ସମୟର ହରିତ୍ ଡାଳରେ ଶତସହସ୍ର ବେବିନା,...
ବିବସିତା ପ୍ରକୃତିର କ୍ରୋଧାଗ୍ନିରେ ଜଳୁଥିଲେ ହିମାଦ୍ରିର ବାଟ ଭାଙ୍ଗି ବହିଯାଇଥିବା ସହସ୍ର ସହସ୍ର ଶାନ୍ତସ୍ନିଗ୍ଧ ସୁଶୀତଳ ନଦ, ନଦୀ ଆଉ ନିର୍ଝରିଣୀ, ପାଣି ବଦଳରେ ସେମାନେ ଢାଳୁଥିଲେ ବିଶ୍ୱ ଉଷ୍ମତାର...
ପାଣିପାଗର ଅଙ୍କ କଷି କଷି ଫାଇଲିନ୍ ପରି ଯେତେ ନୂଆ ପରେ ନୂଆ ନାଁ ଦେଇ ଚାଲିଲେ ବି ତୁମେ, ପାରିବନି କେବେ ମୋର ପଥରୋଧ କରି ।
ଲୋଡ଼ାନାହିଁ, ଲୋଡ଼ାନାହିଁ ଆଉ, ବାପା ହୋଇ ବଞ୍ଚିବାର ଦୁର୍ବାର ଅଧିକାର ।
ଅଣସ୍ତରି ବର୍ଷ ସ୍ୱାଧୀନତାର ବଡ଼ଦାଣ୍ଡେ ପ୍ରଗତିର ରଥ ବାହୁଥିବା ରଥୀ, ମହାରଥୀ ଆଉ ସାରଥିଙ୍କ ଶ୍ରୀମୁଖରେ ସ୍ୱଚ୍ଛ ନିର୍ମଳ ଶାସନର ଶୁଭ ସାହାନାଇ !
ଆପଣଙ୍କ ମତାମତ