ଲେଖିକା/ଲେଖକ ମଣ୍ଡଳୀ

ବୃତ୍ତି- ଅଧ୍ୟାପିକା, ଓଡ଼ିଆ ବିଭାଗ । ସ୍ୱାମୀ- ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ, ଶଲ୍ୟ ବିଶେଷଜ୍ଞ । ପିତା- ଡାକ୍ତର ସର୍ବେଶ୍ୱର ପରିଡ଼ା, ମେଡ଼ିସିନ୍ ବିଶେଷଜ୍ଞ । ରୁଚ଼ି- ଲେଖାଲେଖି, ପଢ଼ାପଢ଼ି କରିବା ।

ଯୁବ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଜନ୍ମ କେନ୍ଦ୍ରପଡ଼ା ଜିଲ୍ଲାରେ । ମା'ଙ୍କର ଗଳ୍ପ ପଠନ ଅଭ୍ୟାସରୁ ମାତୃଦତ୍ତର ଗଳ୍ପ ପ୍ରତିଭାର ଜନ୍ମ । ସାଧାରଣ ମଣିଷର ନିତିଦିନିଆ ଜୀବନକୁ ନେଇ ଯୁବ ଗାଳ୍ପିକ ମାତୃଦତ୍ତ ସରଳ ଭାବରେ ବର୍ଣ୍ଣନା ଚାତୁରୀରେ ବେଶ୍ ସୁନ୍ଦର ଭାବରେ ନିଜ ଗଳ୍ପର ଚରିତ୍ରମାନଙ୍କୁ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ସମୟର ଆବଶ୍ୟକତାକୁ ନେଇ ଗାଳ୍ପିକ ବେଶ୍ ସୁନ୍ଦର ଭାବରେ ନିଜ ଗଳ୍ପ ଗୁଡ଼ିକୁ ରୂପ ଦେଇ ପାରିଛନ୍ତି ।

ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ, ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର ।

କବି ବିଦ୍ୟାଧର ପଣ୍ଡାଙ୍କର ଜନ୍ମ କଟକ ଜିଲା ଆଠଗଡ଼ ଥାନା ବଳରାମପୁର ପୋଷ୍ଟ ଅନ୍ତର୍ଗତ ବଉଳପଦା ଗ୍ରାମରେ । ପିତା ୰କାଶିନାଥ ପଣ୍ଡା ଏବଂ ମାତା ଦୁଲାମାଳିଙ୍କର ସେ ଅଟନ୍ତି ଜେଷ୍ଠପୁତ୍ର । ତାଙ୍କର ଜନ୍ମ ୧୯୬୬ ମସିହା ଫେବୃୟାରୀ ମାସ ୯ ତରିଖରେ । ଏକାଦଶ ପର୍ଯ୍ୟନ୍ତ ପାଠପଢ଼ା ଗାଁ ପାଖର ସର୍ପେଶ୍ୱର ବିଦ୍ୟାଳୟରୁ । ଏକାଦଶ ପରୀକ୍ଷାରେ ଜାତୀୟ ବୃତି ପାଇଁ ମନୋନିତ ଏବଂ ପୁରା ଛାତ୍ର ଜିବନରେ ଅନବରତ ଜାତୀୟ ବୃତି ଉପଭୋଗ ସହ ପଢ଼ା ଶେଷ । ୧୯୮୨ ରୁ ୧୯୮୪ ଷ୍ଟୁଆର୍ଟ ସାଇନ୍ସ କଲେଜ୍- କଟକ ଏବଂ ୧୯୮୪ ରୁ ୧୯୮୭ ମସିହା ଓଡ଼ିଶା ସ୍କୁଲ୍ ଅଫ ଇଞ୍ଜିନିୟରିଂ- କଟକରେ ଡ଼ିପ୍ଲୋମା ସିଭିଲ୍ ବିଭାଗରୁ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇ ବେସରକାରୀ ଚାକିରୀ ଜିବନର ଅୟଂ ଆରମ୍ଭ । ସେତେବେଳେ ସାନଭାଇ ସୁବାସ ଏବଂ ଭଉଣୀ ମମିକୁ ମିଶାଇ ପାଞ୍ଚପ୍ରାଣିର ପରିବାର । ୧୯୯୪ ମସିହା ମେ’ ମାସ ୨୭ତାରିଖଦିନ ନେମାଳ (କଣ୍ଟାପାରି) ବାସି ଅଚ୍ୟୁତାନନ୍ଦ ଦାସ ଓ ନଳିନିଦେବିଙ୍କ ସୁପୁତ୍ରୀ ଅନିମା(ଟୁକୁ) ବଡ଼ବୋହୁ ହୋଇ ପରିବାରରେ ନୂତନ ସଦସ୍ୟ ଭାବେ ଯୋଗଦେଲେ । ୧୯୯୫ ମସିହା ମାର୍ଚ୍ଚମାସ ୫ତାରିଖରେ ଗୋଟିଏ ନହ୍ନେ ମେହେମାନ ଅବିନାଶଙ୍କ ଆଗମନ ହେଲା । କବି ବିଦ୍ୟାଧର ପଣ୍ଡାଙ୍କର ନାଁଟି ଯେମିତି କାମ ବି ଅନୂରୁପ । ପଢ଼ାପଢ଼ିରେ ଥିବା ଉତ୍ସାହକୁ ଜାଣିଲାପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବେସରକାରୀ ଚାକିରୀ ଜିବନରେ ଖୁବ୍ ଭଲ ପଦୋନ୍ନତି ପାଇବା ସଙ୍ଗେ ସଙ୍ଗେ ସେ ରେଭେନ୍ସାରୁ ବି. ଏ. ଓ ଏମ୍. ଏ. (ରାଜନିତି ବିଞାନ) ଏବଂ ଏଲ୍ ଏଲ୍. ବି. (ଉତ୍କଳ) ଶେଷ କରିଛନ୍ତି । ଧନ୍ଧାମୂଳକ ଶିକ୍ଷାରେ ସେ ବି. ଟେକ୍. ସିଭିଲ୍ ଏବଂ ପରେ ମଦନ ମୋହନ ମାଲବିୟା ଇଞ୍ଜିନିୟରିଂ କଲେଜ୍ (ଗୋରଖପୁର)- ୟୁ. ପି. ଟେକ୍ନିକାଲ୍ ୟୁନିଭରସିଟରୁ ପୁଣ୍ଣକାଳିନ ଛାତ୍ରରୁପେ ପରିବେଶ ବିଞାନରେ ଏମ୍. ଟେକ୍ ଶେଷ କରିଛନ୍ତି । ତାଙ୍କର ଗତ ୩୦ବର୍ଷ ଚାକିରୀ ଜିବନ କାଳ ମଧ୍ୟରେ ସେ ଅନେକ ବିଦେଶୀ ବହୁଦେଶୀୟ ଆନ୍ତର୍ଜାତୀକ ଅନୁଷ୍ଠାନ ଗୁଡ଼ିକରେ କାମ କରିଛନ୍ତି । ଏବେ ସେମିତି ଏକ ବିଦେଶୀ ବହୁଦେଶୀୟ ଆନ୍ତର୍ଜାତୀକ କମ୍ପାନିରେ ଟିମ୍ ଲିଡ଼ର ଭାବେ କାର୍ଯରତ । ଉକ୍ତ କମ୍ପାନି ତାଙ୍କୁ ଓଡ଼ିଶା ସରକାର ଅଧିନସ୍ଥ ପୂର୍ତବିଭାଗରେ ପାଞ୍ଚଗୋଟି ରାଜରାସ୍ତାର “ଅଥରିଟି ଇଞ୍ଜିନିୟର” ରିପ୍ରେଜେଣ୍ଟିଭ୍ ପଦବିରେ ନିଯୁକ୍ତି ଦେଇଛନ୍ତି । ୧୯୯୬ ମସିହାରୁ ୨୦୧୫ ମସିହା ଫେବୃୟାରୀ ମାସ ପର୍ଯ୍ୟନ୍ତ, ଲଗାତାର ୨୦ବର୍ଷ ଧରି ଓଡ଼ିଶା ବାହାରେ କାମ କରୁଥିବାରୁ ଓଡ଼ିଆରେ ଲେଖାଲେଖିର ସୁଯୋଗ ପାଉନଥିଲେ । ତା’ ଛଡ଼ା କବିଙ୍କର କେତେଗୁଡ଼ିଏ ଲେଖା ସମ୍ବାଦ, ପ୍ରମେୟ, ନିତିଦିନ, ସାମ୍ବାଦ କଳିକା, ନୟାଗଡ଼ ଦର୍ପଣ, ସଂଘତୀ, ବିକାଶ ବାର୍ତା, ବୈଶାଖି ଭଳି ଦୈନିକ ଓ ସାପ୍ତାହିକ ଖବର କାଗଜ ସହ ଇପ୍ସୀତା, ବନଜ୍ୟୋସ୍ନା ଆଦି ଅନେକ ମାସିକ ପତ୍ରୀକାରେ ବି ପ୍ରକାଶିତ ହୋଇଛି । ବିଶଷକରି ସେ ବାସ୍ତବବାଦୀ ଏବଂ ସମାଜର ବହୁତ ଜଟିଳ ସମସ୍ୟାକୁ ସରଳକାବ୍ୟ ରୁପ ଦେବାରେ ସିଦ୍ଧହସ୍ତ । କବିଙ୍କର ଲେଖାଭିତରେ – ଶିଶୁଚେଙ୍କ, ଭାଗଚାଷୀ, ଧନି ଓ ଗରିବ, ମରୁଡ଼ି ପାଉଣା, ମା’ ଓ ଦାଣ୍ଡପିଣ୍ଡା ପ୍ରଭୃତି କେତେକ କୃତିଗୁଡ଼ିକ ବିଶେଷ ଭାବରେ ପାଠକମାନଙ୍କ ମନକୁ ଛୁଇଁ ପାରିଛି । ସେ କେତେକ ଗରିବ ଛାତ୍ରଙ୍କ ସମସ୍ତ ପଢ଼ାଖର୍ଚ୍ଚ ବହନ ଉଦେଶ୍ୟରେ ଏକ ଏନ୍. ଜି. ଓ. “ ସେର୍ପଶ୍ୱର ସେବା ଚାରିଟେବଲ୍ ଟ୍ରଷ୍ଟ” ନାମରେ ୨୦୧୫ରେ ରେଜେଷ୍ଟ୍ରି କରିଛନ୍ତି । ଏହି ଟ୍ରଷ୍ଟ ଆନୁକୁଲ୍ୟରେ ସେ ଗୋଟିଏ ବର୍ଷରେ କୋରାପୁଟ୍ , କନ୍ଧମାଳ ଜିଲାର ପ୍ରାୟ ଏକଶହରୁ ଉର୍ଦ୍ଧ ଛାତ୍ରଙ୍କ ମୁହଁରେ ହସଫୁଟାଇ ପାରିଛନ୍ତି ।

ଜନ୍ମ:- ୨୦.୦୫.୧୯୬୬ । ଶିକ୍ଷା:- ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍.ଏ. । ବୃତ୍ତି:- ଶିକ୍ଷକ (ମେଣ୍ଡା ଗଡ଼ଭିତର ବିଦ୍ୟାଳୟ) । ଠିକଣା:- ମେଣ୍ଡା, ସୁବର୍ଣ୍ଣପୁର । ମୁଁ ଜଣେ ଶିକ୍ଷକ । ଓଡ଼ିଆ ମୋ ଭାଷା । ଓଡ଼ିଶା ମୋ ପ୍ରଦେଶ ଓଡ଼ିଆ ଭାଷା ଓ ସାହିତ୍ୟରେ ମୋର ବିଶେଷ ରୁଚି ରହିଛି । ମୁଁ ଶିଶୁ ଗଳ୍ପ, ଶିଶୁ କବିତା ଓ ଓଡ଼ିଆ ପ୍ରବନ୍ଧ ସହ "କୋଶଲୀ" ଭାଷାରେ ଲେଖେ ।

ଓଡିଆ ଏବଂ ଇଂରାଜୀ ଭାଷାରେ କବିତା, କ୍ଷୁଦ୍ରଗଳ୍ପ ଏବଂ ପ୍ରବନ୍ଧ ଲେଖନ୍ତି । ତାଙ୍କର ଆଗ୍ରହ କ୍ଷେତ୍ର ମାନ ହେଲା- ପ୍ରକୃତି, ଲିଙ୍ଗଗତ ସମାନତା, ନାରୀ ସଶକ୍ତିକରଣ, ଶିକ୍ଷା, ସାମାଜିକ ନ୍ୟାୟ ଏବଂ ଆଧ୍ୟାତ୍ମିକତା । ତାଙ୍କର କବିତାର ଅନ୍ତର୍ନିହିତ ଚିନ୍ତାଧାରା ପାଠକ ମାନଙ୍କୁ ଏକ ନୂତନ ଦୃଷ୍ଟିକୋଣ ନେବାକୁ ବାଧ୍ୟ କରେ । ତାଙ୍କର ଦୁଇଟି ପୁସ୍ତକ- କବିତା ସଂକଳନ (“ସମୟ” ଓ “ଏ ନିଉ ଡନ”) ପ୍ରକାଶିତ ହୋଇଛି । ସହ-ଲେଖକ ହିସାବରେ ଦୁଇଟି ପ୍ରବନ୍ଧ, ଏକ କାହାଣୀ ଓ ଦୁଇଟି କବିତା ପୁସ୍ତକ ପ୍ରକାଶିତ ହୋଇଛି । ତାଙ୍କ ସହ- ସମ୍ପାଦନା ରେ ଗୋଟିଏ ପୁସ୍ତକ ଓ ସହ-ଲେଖକ ହିସାବରେ ଚାରିଟି ପୁସ୍ତକ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି । ତାଙ୍କର କବିତା, କ୍ଷୁଦ୍ରଗଳ୍ପ ଏବଂ ପ୍ରବନ୍ଧଗୁଡ଼ିକ ଅନେକ ପତ୍ରିକା ଏବଂ ଖବରକାଗଜରେ ପ୍ରକାଶିତ ହୋଇଛି । ସେ ବିଭିନ୍ନ ସେମିନାର ଏବଂ କର୍ମଶାଳାରେ ତାଙ୍କର ପ୍ରବନ୍ଧ, ଅନୁସନ୍ଧାନ କାଗଜ ଏବଂ କବିତା ଉପସ୍ଥାପନ କରିଛନ୍ତି । ସେ ମଧ୍ୟ ଜଣେ ସାର୍ଟିଫାଏଡ୍ ପରାମର୍ଶଦାତା ଯିଏ ଭିନ୍ନକ୍ଷମ ପିଲାମାନଙ୍କ ପିତାମାତାଙ୍କୁ ମାର୍ଗଦର୍ଶନ କରିବାରେ ବିଶେଷଜ୍ଞ ।

କବି ସୁରେନ୍ଦ୍ର କୁମାର ବେହେରା ଓଡ଼ିଶା ସରକାରଙ୍କ ଅଧୀନରେ ଶିକ୍ଷା ବିଭାଗର କର୍ମଚାରୀ ଭାବେ କାର୍ଯ୍ୟରତ । ତାଙ୍କ କବିତା ଗଣତନ୍ତ୍ରର ମୁଖାତଳେ ଥିବା ଶାସନତନ୍ତ୍ରର ଦୁଃଶାସନ ମାନଙ୍କୁ ଧିକ୍‌କାର କରେ ।

ଠିକଣା : ଡି ଡି ଏ ଫ୍ଲାଟସ, ନରେଲା, ଦିଲ୍ଲୀ- ୧୧୦୦୪୦ । ଜନ୍ମ ୨୮ ଜାନୁୟାରୀ ୧୯୫୮ । ଜନ୍ମ ଭୁମି : ଗ୍ରାମ ରାସୋଳ, ଜିଲ୍ଲା ଢେଙ୍କାନାଳ । କର୍ମଭୁମି : ନୁଆ ଦିଲ୍ଲୀ । ୧୯୮୧ ମସିହା ଠାରୁ "ଶିଶୁ ସାଥି" ଓ "କର୍ମ ଯୋଗୀ" ନାମକ ଦୁଇଟି ପତ୍ରିକାର ପ୍ରକାଶନ ଏବଂ ସମ୍ପାଦନ କରୁଥିଲି, କିନ୍ତୁ ଦିଲ୍ଲୀ ଆସିବା ପରେ ପତ୍ରିକା ଦୁଇଟି ବନ୍ଦ ହୋଇ ଯାଇଛି।

ବିଭୁ ପ୍ରସାଦ ପରିଡା, ଟି ସି ଏସ, ବାଙ୍ଗାଲୋରରେ କାର୍ଯ୍ୟରତ । ଓଡିଆ ଭାଷା ସାହିତ୍ୟରେ ରୁଚି ରଖନ୍ତି । ଜାଗୃତ ଓଡିଶା ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ଅଙ୍କୁରର ସମ୍ପାଦକ । ତାଙ୍କ ମତରେ ଓଡିଆ ପରି ସାଂସ୍କୃତିକ ଭାଷାର କବିତାରେ ବୃତ ଛନ୍ଦର ବ୍ୟବହାର ହେଉ । ଓଡିଆ ସାହିତ୍ୟକୁ ବିଶ୍ୱାଭିମୁଖି କରିବା ତାଙ୍କର ଲକ୍ଷ୍ୟ । ସମସାମୟିକ ସମସ୍ୟା କୁ ନେଇ କବିତା ଲେଖିବାକୁ ପସନ୍ଦ କରନ୍ତି । ଜାଗୃତ ଓଡିଶା ପରି ସମାଜିକ ଅନୁଷ୍ଠାନ ସହ ସମ୍ପୃକ୍ତ ରହି ଗଠନ ମୁଳକ କାର୍ଯ୍ୟ କରନ୍ତି ।

ଶିକ୍ଷାଗତ ଯୋଗ୍ୟତା:- ଏମ୍.ଏ. (ଇଂରାଜୀ ସାହିତ୍ୟ), ଏଲ୍.ଏଲ୍.ବି । ଠିକଣା:- ନରେନ୍ଦ୍ର କୋଣ, ପୁରୀ । ରୁଚି:- ପଢ଼ିବା, ଲେଖିବା, ଚିତ୍ର ଆଙ୍କିବା ଏବଂ ଫଟୋଗ୍ରାଫି ।

ସେ ଜଣେ ମନରୋଗ ଚିକିତ୍ସକ ଓ ଗବେଷକ । ତାଙ୍କର ବହୁ ଗବେଷଣାତ୍ମକ ନିବନ୍ଧ ଓ ପୁସ୍ତକ ଆନ୍ତର୍ଜାତିକ ସ୍ତରରେ ପ୍ରକାଶିତ ହୋଇଛି । ଡା: କର ଓଡ଼ିଆ ଭାଷା ଓ କବିତାରେ ରୁଚି ରଖନ୍ତି । ଇଂରାଜୀ ଓ ଓଡ଼ିଆରେ କବିତା ଲେଖିବା ଛଡ଼ା ସେ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିବାର ପ୍ରୟାସ କରିଛନ୍ତି । ତାଙ୍କ ପିତା ଶ୍ରୀ ହରିଶ ଚନ୍ଦ୍ର କର ଓ ମାତା ଶ୍ରୀମତୀ ଶାନ୍ତିଲତା କର ତାଙ୍କର ମୁଖ୍ୟ ପ୍ରେରଣା । ସେ ଓଲଭରହାମ୍ପଟନ, ଇଂଲଣ୍ଡରେ ବସବାସ କରନ୍ତି ।

ଗ୍ରାମ୍ୟ ଜୀବନର ସହଜ ସରଳ ଚଳନୀକୁ ନିଖୁଣ ଭାବରେ ନିଜ କବିତା ମାଧ୍ୟମରେ ପାଠକମାନଙ୍କ ନିକଟରେ ପରିବେଶଷଣ କରିଦିଅନ୍ତି । ତାଙ୍କର କବିତା ସଂକଳନ "ଚିତ୍ରଘର"ରେ "ଚିତ୍ରକାର" କବିତାଟି ଅତ୍ୟନ୍ତ ମାର୍ମିକ ଆଧ୍ୟାତ୍ମିକତାର ଏକ ପରିସ୍ଫୁଟନ ମଧ୍ୟ ଅଛି । ଏହି କବିତାରେ କବି ପ୍ରଶ୍ନ କରନ୍ତି ସଂସାରୀ ମନୁଷ୍ୟଙ୍କୁ - ଘରବସାରେ ମଗ୍ନା ଯେବେ । ସଂସାରୀ ପ୍ରବା କେଉଁ ଘରେ ବସା ବାନ୍ଧିବ ?/ ଇଟା ବାଲି ସିମେଣ୍ଟ୍ର କଂକ୍ରୀଟ୍ ଜଙ୍ଗଲରେ । ନା' ଚିତ୍ରଘରେ ?/ ନା' ମୂଳଦୁଆ ନଥିବା ଶୂନ୍ୟ ଭୂଗୋଳରେ ।

ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରଠାରେ ୧୯୫୭ ମସିହାରେ ଜନ୍ମିତ ହେମନ୍ତ କୁମାର ରାଉତ ଏକାଧାରରେ ଜଣେ କବି, ଗାଳ୍ପିକ, ଗୀତିକାର ଓ ସମାଲୋଚକ । ଦଶଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଶିଶୁ କବିତା, ଗୋଟିଏ ଗୀତି କବିତା ଓ ଗୋଟିଏ ଅନୁବାଦ ପୁସ୍ତକ ବ୍ୟତୀତ ଅନେକ ଆଲୋଚନା ତାଙ୍କ ମୌଳିକ ଦୃଷ୍ଟିଭଙ୍ଗୀର ପରିଚୟ ଦିଏ । ସାହିତ୍ୟର ବିଭିନ୍ନ ବିଭାଗରେ ନିରବଚ୍ଛିନ୍ନ ଭାବରେ ଲେଖନୀ ଚାଳନା କରୁଥିବା ଶ୍ରୀ ରାଉତ ଏବେ "ହେନ୍ତାଳ' ନାମକ ପତ୍ରିକାର ସଂପାଦନାରେ ବ୍ୟସ୍ତ । ରାଜନଗର ଅଞ୍ଚଳର ସପ୍ନେଶ୍ୱର ହାଇସ୍କୁଲ୍‌ର ଜଣେ ଶିକ୍ଷକ ଭାବରେ ସେ ଏବେ କାର୍ଯ୍ୟରତ ।

ପଦ୍ମଭୂଷଣ କବି କାଳିନ୍ଦୀଚରଣ ପାଣିଗ୍ରାହୀ ସବୁ ଗୋଷ୍ଠୀର ସାହିତ୍ୟିକମାନଙ୍କ ମଧ୍ୟରେ ଜଣେ ଶକ୍ତିଶାଳୀ ପ୍ରତିଭାଧର କବି ଥିଲେ । ସେ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଶାସନରେ ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅତି କମ୍ ବୟସରୁ ସ୍କୁଲ୍ ଜୀବନରୁ ତାଙ୍କର ସାହିତ୍ୟିକ ତଥା କାବ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସେ ସ୍କୁଲ୍‌ରେ ପଢ଼ିଲା ବେଳେ ଛାତ୍ର ଦର୍ପଣ ନାମକ ଏକ ହସ୍ତଲିଖିତ ପତ୍ରିକା ପ୍ରକାଶ କରୁଥିଲେ । ଏକାଧାରରେ ସେ ଜଣେ କବି ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ ଏବଂ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଶିଶୁ ସାହିତ୍ୟିକ ଭାବରେ ମଧ୍ୟ ତାଙ୍କର ଦକ୍ଷତା ଥିଲା ଏବଂ ଭାରତୀୟ ପି.ଇ.ଏନ୍ ସଙ୍ଗଠନ ସହିତ ସେ ସଂପୃକ୍ତ ଥିଲେ । ଜଣେ ସୁନାମ ଧନ୍ୟ ସାହିତ୍ୟିକ ଓ ବୁଦ୍ଧିଜୀବି ଭାବରେ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା ଅକଳ୍ପନୀୟ । ଅନୁଜ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ନବଯୁଗ ସାହିତ୍ୟ ସଂସଦ ସହିତ ସାମିଲ ହୋଇ ପାରମ୍ପରିକ ବିଶ୍ୱାସ ଓ ଭାଗ୍ୟ ଭାଗବାନଙ୍କୁ ଉପେକ୍ଷା କରିଥିଲେ । ୯ ଜଣ ଲେଖକ ଲେଖିକାଙ୍କ ଦ୍ୱାରା ବାସନ୍ତୀ ଉପନ୍ୟାସ ସବୁଜଗୋଷ୍ଠୀର ମୁଖପତ୍ର ଯୁଗବୀଣାରେ ପ୍ରକାଶ । କବିତା ସଙ୍କଳନ- ମନେ ନାହିଁ ମହାଦ୍ୱୀପ କ୍ଷଣିକ ସତ୍ୟ ମୋ କବିତା ଛୁରୀଟିଏ ଲୋଡ଼ା । ଆବେଗଧର୍ମୀ ଓ ମନନଶୀଳ ଗଳ୍ପ- ରାଶିଫଳ, ଶେଷରଶ୍ମି, ସାଗରିକା ଦ୍ୱାଦଶୀ, ମୋକଥାଟି ସରିନାହିଁ । ଉପନ୍ୟାସ- ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅମର ଚିତା । ନାଟକ- ପ୍ରିୟଦର୍ଶୀ, ସୌମ୍ୟା ଓ ପଦ୍ମିନୀ । ପ୍ରବନ୍ଧ- ସାହିତ୍ୟ ସମାଚାର, ସାହିତ୍ୟିକ, ନେତୃତ୍ୱ ଓ ନେତୃତ୍ୱ କବି ୨୫/୫/୧୯୯୧ ମର ଦେହ ଛାଡ଼ି ଅମରପଥର ଯାତ୍ରୀ ହୋଇଥିଲେ । ଜଣେ ସଫଳ ଶିଶୁ ସାହିତ୍ୟର ସ୍ରଷ୍ଟା ।

ଓଡ଼ିଶାର ଏକ ଗାଁର ଡାକ୍ତର ଅନୀତା ପଣ୍ଡାଙ୍କର ଜନ୍ମ । ତାଙ୍କର ପିତା ସ୍ୱର୍ଗତ ଡା: ଆଦିକନ୍ଦ ପଣ୍ଡା ଜଣେ ଖୁବ୍ ଜ୍ଞାନୀ ଏବଂ ଗାନ୍ଧିବାଦୀ ଥିଲେ । ମାତା ସ୍ୱର୍ଗତ ଭାନୁଦେବୀ ଜଣେ ସ୍ନେହୀ ଘରୋଇ ମା' ଥିଲେ । ମାତ୍ର ତାଙ୍କର ଦୁଃର୍ଭାଗ୍ୟ ସେ ତାଙ୍କର ସ୍ନେହୀ ମା'ଟିକୁ ମାତ୍ର କେଇମାସ ଦିନରୁ ହରାଇ ବସିଥିଲେ । ଭାଇ ଭଉଣୀ ମିଶି ସେମାନେ ଆଠ । ସେ ଥିଲେ ସବୁଠୁ କନିଷ୍ଠା । ବର୍ତ୍ତମାନ ମାତ୍ର ତାଙ୍କର ଦୁଇଟି ଭାଇ ଏବଂ ଗୋଟିଏ ଭଉଣୀ ଇହ ଜଗତରେ ଅଛନ୍ତି । ଡା: ପଣ୍ଡା ତାଙ୍କର ପିଲାଦିନ ଗାଁରେ ବିତାଇଥିଲେ ଯେଉଁଠରେ ମାତ୍ର ଗୋଟିଏ ଛୋଟ ପାଠଶାଳା ଥିଲା ଯାହାର ନାମ ଥିଲା ତୋଟା ସ୍କୁଲ୍ ପାଠଶାଳାରୁ ସେ ଛଅବର୍ଷ ବୟସରେ ତୃତୀୟ ଶ୍ରେଣୀ ପାସ୍ କରିଥିଲେ । ସେଦିନରେ ଝିଅକୁ, ସେ ପୁଣି ଜମିଦାର ଘର ଝିଅ, ଦୂର ସ୍କୁଲ ପଠାଇବାର ପ୍ରଥା ନ ଥିଲା । ତେଣୁ ତାଙ୍କୁ ବସ୍ତାନୀରେ ଡୋରି ବାନ୍ଧିବାକୁ ପଡ଼ିଥିଲା । ମାତ୍ର ତାଙ୍କର ପିତା ତାଙ୍କୁ ଓଡ଼ିଆ ପୁରାଣ ଏବଂ ପବିତ୍ର ଧର୍ମ ଗ୍ରନ୍ଥ ମାନ ପଢ଼ିବା ପାଇଁ ତତ୍ପର କରାଇଥିଲେ । ଏଇ ପୁରାଣ ପଢ଼ା ତାଙ୍କର ଓଡ଼ିଆ ଭାଷା ଏବଂ ଜ୍ଞାନକୁ ଖୁବ୍ ଦୃଢ଼ କରି ଗଢ଼ିଥିଲା । ସେ କେବଳ ଏଇ ଗୁଡ଼ିକ ପାଠ କରୁନଥିଲେ, ସନ୍ଧ୍ୟାରେ ଦୁଇଘଣ୍ଟା ପଲ୍ଲୀବାସୀମାନଙ୍କୁ ବୁଝାଉଥିଲେ ମଧ୍ୟ । ତାଙ୍କର ବାପା ଜାତିପ୍ରଥାର ବିରୋଧୀ ଥିଲେ । ତେଣୁ ନିରକ୍ଷର ଦଳିତମାନଙ୍କୁ ଶିକ୍ଷା ଦେବା ପାଇଁ ସେ ଛୋଟ ଝିଅଟିକୁ ଉତ୍ସାହିତ କରିଥିଲେ । ସେଇ ସମୟରେ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଶିକ୍ଷା ସଂଗୀତ ଜଗତରେ ତାଙ୍କର ଏକାଗ୍ରତ ତାଙ୍କୁ ଆଗକୁ ନେଇ ଯାଉଥିଲା । ଦୀର୍ଘ ଚାରିବର୍ଷ ପାଠପଢ଼ା ଛାଡ଼ି ଦେଇଥିଲେ ମଧ୍ୟ ମା' ସରସ୍ୱତୀଙ୍କର ଅସୀମ ଦୟାରୁ ସେ ଭଦ୍ରକ ହାଇସ୍କୁଲ୍ରେ ଦଶମ କକ୍ଷରେ ପଢ଼ିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ ଏବଂ ମାତ୍ର ତେର ବର୍ଷ ବୟସରେ ସେ ବାଲେଶ୍ୱର ଜିଲ୍ଲାର ସମସ୍ତ ପରୀକ୍ଷାର୍ଥୀନୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ମାଟ୍ରିକୁ୍ଲେସନ୍ (ଏକାଦଶ ଶ୍ରେଣୀ) ପାସ୍ କରିଥିଲେ । ସାହିତ୍ୟରେ ବହୁ ଆଗ୍ରହ ଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ମେଡ଼ିକାଲ୍ କଲେଜ୍ ପ୍ରବେଶ କରିବାକୁ ହୋଇଥିଲା । ଓଡ଼ିଶାରୁ ଡାକ୍ତରୀ (ଏମ୍.ବି.ବି.ଏସ୍)ପାସ୍ କରି ସେ ଉଚ୍ଚଶିକ୍ଷା ପାଇଁ ସିଏମ୍‌ସିଉଲୋର ଏବଂ ପରେ ପରେ ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ସଂସ୍ଥା ଦିଲ୍ଲୀ ଯାଇଥିଲେ । ସରଳ ଓଡ଼ିଶାର ଝିଅଟିକୁ ଉତ୍ତର ପ୍ରାନ୍ତୀୟମାନଙ୍କର ଖୁବ୍ ଟାହି ଟାପରା ଶୁଣିବାକୁ ପଡ଼ିଥିଲା । ସେଇ ସମୟରେ ସେ ପଣ କରିଥିଲେ "ଅର୍ଜୁନ''ଙ୍କ ଭଳି ସେ ତାଙ୍କର ଏକମାତ୍ର ଲକ୍ଷ୍ୟ ରଖିବେ । ତାଙ୍କର ଏକାଗ୍ରତା, କଠିନ ପରିଶ୍ରମ ଯୋଗୁଁ ସେ ଆଜି ଦେଶ ବିଦେଶରେ ଏକ ପ୍ରଖ୍ୟାତ ନେତ୍ର ବିଶେଷଜ୍ଞା ରୂପେ ପରିଚିତା । ତାଙ୍କର ସାହିତ୍ୟ ଲେଖା ଆରମ୍ଭ ହୋଇଥିଲା ୧୯୫୯ ମସିହାରୁ, ଯେତେବେଳେ ସେ ମାତ୍ର ଦଶ ବର୍ଷ ବୟସର ଥିଲେ । ତାଙ୍କର ପ୍ରଥମ କବିତାର ଶୀର୍ଷକ ଥିଲା "ଆଷାଢ଼ସ୍ୟ ପ୍ରଥମ ଦିବସେ'', ପରେ ପରେ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ ଯେଉଁ ସବୁ ପ୍ରଜାତନ୍ତ୍ର ମୀନା ବଜାର ବିଭାଗରେ ପ୍ରକାଶ ପାଉଥିଲା ପରେ ପରେ ଅନ୍ୟ କେତୋଟି ପତ୍ର ପତ୍ରିକାରେ । ୧୯୬୫ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ୧୯୬୭ରେ ଦ୍ୱିତୀୟ ଏବଂ ୧୯୬୯ରେ ପ୍ରଥମ । ୧୯୭୦ରେ ତାଙ୍କର ଲେଖା ପରିଚୟ ଫଟୋ ସହ "ମୁକ୍ତି ପଥେ'' ନାମକ ଏକ ପତ୍ରିକାରେ ସ୍ଥାନ ପାଇଥିଲା । ସେ ସମୟ ପାଇଁ ଏହା ଥିଲା ବିରଳ । ଅଖିଳ ଭାରତୀୟ ନେତ୍ର ବିଜ୍ଞାନ ସଂସ୍ଥାରେ ରହଣୀ ସମୟରେ ତାଙ୍କର ଲେଖା ଲେଖି ଏବଂ ସଂଗୀତରେ ଡୋରି ବନ୍ଧା ହୋଇଥିଲା । ସେ କହନ୍ତି ଯେତେବେଳେ ସେ କୌଣସି କାରଣରୁ ଖୁବ୍ ଆଘାତ ପାଉଥିଲେ, ବଜାର ଯାଇ ନିଜ ପାଇଁ ଗୋଟିଏ ନୂଆ ଡ୍ରେସ୍ କିଣି ଆଣୁଥିଲେ, ଖୁବ୍ ଖୁସି ହେଲେ କବିତା ଲେଖୁଥିଲେ (ଖୁସିର ମୁହୂର୍ତ୍ତ ଖୁବ୍ କମ୍ ଆସୁଥିଲା), କୌଣସି ଏକ ବିଷୟବସ୍ତୁ ହୃଦୟସ୍ପର୍ଶ କରୁଥିଲେ କ୍ଷୁଦ୍ରଗଳ୍ପ ଲେଖୁଥିଲେ ଏବଂ ସଂସ୍ଥାର ବାର୍ଷିକ ଉତ୍ସବ ପାଇଁ ପ୍ରାୟତଃ ନାଟକ ଲେଖୁଥିଲେ । ତାଙ୍କର ସମସ୍ତ ଲେଖା ଓଡ଼ିଆରେ । ନାଟକ ଲେଖାର ଆରମ୍ଭ ତାଙ୍କ ପାଇଁ ଏକ ଅସ୍ମରଣୀୟ ବିଷୟ । ୧୯୬୫ରେ ମେଡ଼ିକାଲ୍ କଲେଜ୍ ତରଫ୍ରୁ କଲେଜ୍ ନାଟକରେ ଅଂଶ ଅଭିନୟ କରିବା ପାଇଁ ବାଧ୍ୟ କରାଯାଇଥିଲା । ସେ ସମୟରେ କେବଳ ଅନ୍ନପୂର୍ଣ୍ଣ ଥିଏଟର୍ ବ୍ୟତୀତ ଅନ୍ୟ କେଉଁ ଯାତ୍ରା ଥିରେ ଝିଅମାନଙ୍କୁ ଅଂଶ ଗ୍ରହଣ କରିବାର ଅନୁମତି ନ ଥିଲା । ତେଣୁ ସେ ଅଭିନୟ କରିବାକୁ ଅନିଚ୍ଛା ପ୍ରକାଶ ନ କରିଥିଲେ ମଧ୍ୟ କାହାର ସ୍ତ୍ରୀ ଅର୍ଥାତ୍ "ହିରୋଇନ୍'' ରୋଲ୍ କରିବା ପାଇଁ ବିରୋଧ କରିଥିଲେ । ବିନା ହିରୋଇନ୍‌ରେ ନାଟକ. . . ତେଣୁ ତାଙ୍କୁ ହିଁ ଲେଖିବା ପାଇଁ ଆଦେଶ ଥିଲା । ତାଙ୍କର ସେଇ ପ୍ରଥମ ନାଟକର ଶୀର୍ଷକ ଥିଲା "ଆବର୍ଜନା ଏଇ ପଚାଶ ବର୍ଷରେ ତାହା କେଉଁଠି ଆବର୍ଜନାରେ ମିଶି ଗଲାଣି କହିବା କଷ୍ଟକର ।" ସେଇ ଦିନଠାରୁ ସେ ନାଟକମାନଙ୍କର କେବଳ ମାତ୍ର ଚରିତ୍ର ବ୍ୟକ୍ତିର ଅଭିନୟ କରିଥାନ୍ତି । ୨୦୧୩ରେ ସେ ତାଙ୍କର ଗଚ୍ଛିତ କବିତାମାନଙ୍କୁ ପୁସ୍ତକର ରୂପ ଦେଇଥିଲେ ଯାହାର ନାମ ଥିଲା "ସ୍ମୃତି ଏକ ଅନୁରକ୍ତି'', କ୍ଷୁଦ୍ରଗଳ୍ପ ଲେଖନୀର ପ୍ରକାଶ ୨୦୧୪ର ଆଦ୍ୟରମ୍ଭରେ ଏବଂ ଉପନ୍ୟାସ "ପ୍ରତାରଣା ପରେ'' ୨୦୧୪ ଶ୍ରେଷ୍ଠାଂଶରେ । ଉପନ୍ୟାସ "ଘୂର୍ଣ୍ଣ ପ୍ରତୀତି'' ପ୍ରକାଶ ପାଇଥିଲା ୨୦୧୫ ରେ ଯାହା ପାଠକ ପାଠିକାମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କରାଇ ପାରିଥିଲା । ଉପନ୍ୟାସ "ଅସ୍ତ ରାଗିଣୀ'' ନାଟକ ସଂକଳନ "ମୁକ୍ତ ଆକାଶ'' ବର୍ତ୍ତମାନ ପ୍ରେସ୍‌ରେ, କବିତା "ପ୍ରକୃତି, ପ୍ରେମ ଓ ପ୍ରତିଲେଖ'' ଏବଂ ଉପନ୍ୟାସ "ତପ୍ତ ଫଳକ'' ପ୍ରେସ୍ ଯିବା ପାଇଁ ପ୍ରସ୍ତୁତ । ଭାରତରେ "ନେତ୍ରଦାନ'' ପଦ୍ଧତି ସେ ସୂତ୍ରଧାର । ଏହି ମହାନ୍ କାର୍ଯ୍ୟରେ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ସେ ଏକ ନାଟକ ଏବଂ ସଂଗୀତର ସୃଷ୍ଟି କରିଛନ୍ତି । ଯାହାର ଲେଖିବା, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ସେ ନିଜେ । ଏତଦ୍ ବ୍ୟତୀତ ତାଙ୍କୁ ଦିଲ୍ଲୀର ସମସ୍ତ କବିତା ପାଠୋତ୍ସ ଏବଂ କେବେ କେବେ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇଥାଏ । ତାଙ୍କ ରଚିତ ଗଳ୍ପ, କବିତା ଗୁଡ଼ିକ ମଝିରେ ମଝିରେ କଥା, ଯୁଗଶ୍ରୀ ଯୁଗନାରୀ, ଅମୃତାୟନ, ସୁଖ ଦୁଃଖ, ମହୋଦଧି ଏବଂ କେତୋଟି ପତ୍ରିକାମାନଙ୍କରେ ମଧ୍ୟ ପ୍ରକାଶ ପାଇଥାଏ ।

ଜନ୍ମ ତାରିଖ - ତା ୩୦।୩।୧୯୫୩ ରିଖ । ପିତା - ୰ମହେନ୍ଦ୍ର ମହାନ୍ତି, ମାତା - ତିଳୋତ୍ତମା ମହାନ୍ତି । ସ୍ୱାମୀ - ଦେବେନ୍ଦ୍ର କୁମାର ରାୟ । ଠିକଣା - ମାଧପୁର, କେନ୍ଦ୍ରାପଡ଼ା ଜିଲ୍ଲା, ପିନ୍ – ୭୫୪୨୧୧ । ରୁଚି - ଗୀତ, ଗଜଲ ଶୁଣିବା, ପଢ଼ିବା, ନୂଆ ସ୍ଥାନ ବୁଲିଯିବା ଇତ୍ୟାଦି । ଜୀବନ - ସାହିତ୍ୟ ସାଧନା, ଗଳ୍ପ, କବିତା, ଉପନ୍ୟାସ ଓ ଅନୁବାଦ ଉପନ୍ୟାସରେ ମନୋନିବେଶ କରିବା । ଜୀବିକା - ଶିକ୍ଷକତା ।

ସ୍ୱାମୀ - ଶେଖ୍‌ ଇଫ୍‌ତେଖାର ଅଲୀ, ପିତା ମହମ୍ମଦ୍‌ ଫିରୋଜ୍‌, ମାତା ଗୋଲାବୁନ୍‌ ବିବି । ୧୯୮୬ ମସିହା ରେ ପୁରୀ ଜିଲ୍ଲାର ପିପିଲି ଅନ୍ତର୍ଗତ ଦାନଗହିର ଗ୍ରାମରେ ମୋର ଜନ୍ମ । ଛୋଟବେଳୁ ପାଠପଢ଼ା ସହ ସାହିତ୍ୟରେ ରୁଚି । ସେଇ ସାହିତ୍ୟିକ ରୂଚିରୁ ମୋ ଜୀବନେ ଲେଖାଲେଖି ର ଆରମ୍ଭ । ଶୁକ୍ଳ ସମୟରୁ ଗଳ୍ପ, କବିତା, ଶିଶୁ କବିତା ଆଦି ଲେଖିବାରେ ବିଶେଷ ଆଗ୍ରହ । ଜୀବନେ ଯାହା ଦେଖିଛି, ଶିଖିଛି ବା ଅଙ୍ଗେ ନିଭେଇଛି ତାହା କାଲାମ ମୁନରେ ସଜାଇବାକୁ ଚେଷ୍ଟା କରିଛି ।

ଲେଖକ ବଳରାମ ମହାନ୍ତି ବେଶ୍ ସୁନ୍ଦର ଭାବରେ ଚଟି ବହିମାନଙ୍କରେ ପିଲାଙ୍କ ପାଇଁ ଅନେକ ଜାଣିବା କଥା ଲେଖି ଚାଲିଛନ୍ତି । ତାଙ୍କର ପ୍ରକାଶିତ ପୁସ୍ତକ "ଓଡ଼ିଶାର ଜିଲ୍ଲା ପରିଚୟ', "ମହାକାଶ ଭ୍ରମଣ କାହାଣୀ', "ସୌର ଜଗତର କାହାଣୀ', "ବିଶ୍ୱର ଜନ୍ମ କାହାଣୀ', "ଜୀବନର ଇତିହାସ', "ସ୍ମୃତିର ସ୍ୱରଲିପି', "କ'ଣ, କାହିଁକି, କିପରି ?', "ଗାନ୍ଧି ବିଚାର' ଅନ୍ୟତମ । ଓଡ଼ିଶାର ରାଜନୈତିକ ଇତିହାସ ଓ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପୁସ୍ତକରେ ଲେଖକ କେବଳ ପିଲାଙ୍କ ପାଇଁ ନୁହେଁ ବରଂ ଆମମାନଙ୍କ ଜାଣିବା ପାଇଁ ମଧ୍ୟ ଅନେକ ତଥ୍ୟ ପ୍ରକାଶ କରିଛନ୍ତି ।

ଅଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ ।

ଓଡ଼ିଶାର ଘରେ ଘରେ ପରିଚିତ ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ସାରଳା, ବିଷୁବ ଓ ସାହିତ୍ୟ ଭାରତୀ ଆଦି ସାହିତ୍ୟ ସମ୍ମାନରେ ସମ୍ମାନିତ ।

ପଦାର୍ଥ ବିଜ୍ଞାନରେ ଏମ ଏସ ସି କରିଛନ୍ତି । ଏବେ ଭାରତ ସରକାରରେ କାର୍ଯ୍ୟନିଯୁକ୍ତ । ସେ ଭାରତର ଅନେକ ପ୍ରାନ୍ତରେ କାମ କରିଛନ୍ତି । ସଂପ୍ରତି କଲିକତାର ସଲ୍ଟଲେକରେ ଅବସ୍ଥାପିତ ଅଛନ୍ତି । ଲେଖିବା ଛଡା ଫଟୋଗ୍ରାଫି ତାଙ୍କର ହବି ।

ଜନ୍ମ ୨୭/୦୩/୧୯୮୭ ସୁବର୍ଣ୍ଣପୁର ଜିଲ୍ଲାର ବନିକା ବ୍ଲକ୍ ଅନ୍ତର୍ଗତ ଶଙ୍କରା ଗ୍ରାମ । ପିତା ଲକ୍ଷ୍ମଣ ନନ୍ଦ ଏବଂ ମାତା ଶୈଳ ନନ୍ଦ ଅଟନ୍ତି । ଶିକ୍ଷାଗତ ଯୋଗ୍ୟତା:- ବି.ଏ., ସିଟି । ରୁଚି:- କବିତା ଓ ଗଳ୍ପ ଲିଖନ । ବୃତ୍ତି:- ଶିକ୍ଷକତା । ଠିକଣା:- ଶଙ୍କରା, ବିନିକା । ଜିଲ୍ଲା:- ସୁବର୍ଣ୍ଣପୁର । ପିନ୍:- ୭୬୭୦୧୯ । ପିଲାଟି ଦିନରୁ ଭାଷା ଓ ସାହିତ୍ୟ ପ୍ରତି ରୁଚି ରଖନ୍ତି । ସାହିତ୍ୟ ତଥା ଭାଷା ପ୍ରତି ପିତାମାତାଙ୍କଠାରୁ ପ୍ରେରଣା ପାଇଛନ୍ତି ସେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ କବିତା ଓ ବ୍ୟଙ୍ଗାତ୍ମକ କବିତା ଲେଖିବା ଆରମ୍ଭ କରିଥିଲି ଏବଂ ପରେ ଗଳ୍ପ ପ୍ରତି ଆକୃଷ୍ଟ ହେଲି । ମୋର ଅନେକ କବିତା ଓ ଗପ ବିଭିନ୍ନ ପତ୍ରପତ୍ରିକାର ମୁଖମଣ୍ଡନ କରିସାରିଛି । ତଥାପି ମୁଁ ସମାଜ ପାଇଁ ଅନେକ ଲେଖିବାର ଅଛି ବୋଲି ଚିନ୍ତା କରେ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତେରଗାଁ ଗ୍ରାମରେ କବି ଦିବାକର ସାହୁଙ୍କ ଜନ୍ମ ଜାନୁଆରୀ ୮ ତାରିଖ ୧୯୫୪ ମସିହାରେ । ପିତା ଅର୍ଜୁନୀ ସାହୁ ଓ ମାତା ମକ୍ଷୀ ସାହୁଙ୍କ କୋଳମଣ୍ଡନ କରି ସେ ନିଜ ଜନ୍ମମାଟିର ଟେକ ରଖିବା ସଙ୍ଗେ ସଙ୍ଗେ ଜଣେ ସଫଳ କବି ଭାବରେ ମଧ୍ୟ ପ୍ରତିଷ୍ଠିତ ହୋଇପାରିଛନ୍ତି । ଏହା ତାଙ୍କର ପିତାମାତାଙ୍କ ଆଶୀର୍ବାଦରୁ ସଫଳ ହୋଇପାରିଛି । ଚାଷ କାମ ଯାହାର, କି ଆନନ୍ଦ ତାହାର - ଏହି ଆଧାରରେ ସେ ଜଣେ ସଫଳ କୃଷକମାନଙ୍କ ପାଇଁ କବିତା ଲେଖି ବେଶ୍ ସଫଳତା ପାଇଛନ୍ତି । ବିଶେଷ କରି ତାଙ୍କ ଲେଖାରେ ଦଳିତ ଓ କୃଷକମାନଙ୍କର ଦୁଃଖ ଓ ବେଦନାକୁ କବିତାରେ ପ୍ରକାଶ କରି ବେଶ୍ ପ୍ରଶଂସିତ ହୋଇଛନ୍ତି । ଏଥିପାଇଁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ, ଗୋକର୍ଣ୍ଣିକା ଓ ଓଡ଼ିଶା ପ୍ରତିଭା ପୂଜା ସଂସଦ ପ୍ରଭୃତି ଅନେକ ଅନୁଷ୍ଠାନ କରିଛନ୍ତି ସମ୍ମାନିତ ।

୧୯୩୪ ମସିହା ଡିସେମ୍ୱର ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପଲେଇ ଗ୍ରାମରେ ଜନ୍ମ । ୧୯୫୫ ମସିହା ଠାରୁ ଶିକ୍ଷକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭହୁଏ । ଦୀର୍ଘ ଚାରିଦଶନ୍ଧି ଧରି ବିଭିନ୍ନ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା ପରେ ୧୯୯୫ ମସିହାରେ ଅବସର ଗ୍ରହଣ । ବିଦ୍ୟାଦାନ ଓ ବାଣୀ ଆରାଧନା ଜୀବନର ସଂକଳ୍ପ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ଐତିହାସିକ, ଶିଶୁସାହିତ୍ୟିକ ଓ ଗବେଷକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ । ଏତତ୍‌ବ୍ୟତୀତ ଜଣେ ଆଦର୍ଶ ଗୁରୁ ଭାବରେ ସେ ସମାଜରେ ପ୍ରତିଷ୍ଠିତ । ପୁରାଣ ସାହିତ୍ୟକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର ଆଲୋଚନା କରି ସେ ଏ କ୍ଷେତ୍ରରେ ଗବେଷଣାର ନୂତନ ମାର୍ଗ ପ୍ରଦର୍ଶନ କରିଛନ୍ତି ।

ଜନ୍ମ ୧୪ ଜାନୁଆରୀ ୧୯୪୭ । ଠିକଣା - ଭି - ଆଇ - ଏମ - ୨୬୮, ଶୈଳଶ୍ରୀ ବିହାର, ଭୁବନେଶ୍ଵର, ଓଡ଼ିଶା । ପଢା ପଢି ଜାମସେଦ ପୁରରେ । ଶିକ୍ଷା ଗତ ଯୋଗ୍ୟତା: ବିଏ (ଅନର୍ସ); ଏଲ.ଏଲ. ବି; ପି. ଜି. ଡି (ଏଚ. ଆର. ଏମ. ); ମେକନିକାଲ ଇଂଜିନିୟରିଂ; ପୋଷ୍ଟ ଡିପ୍ଲୋମା ଇନ ସେଫେଟି; ଏବଂ ଅନ୍ୟାନ୍ୟ । ଟାଟା କମ୍ପାନୀ ରେ ଚାକିରୀ. ବର୍ତ୍ତମାନ ଅବସର ପ୍ରାପ୍ତ । ଲେଖା ଲେଖିରେ ପିଲାଦିନରୁ ଆଗ୍ରହୀ । ଓଡିଆରେ ଅନେକ ଲେଖା ପୁର୍ବରୁ ପ୍ରକାଶିତ । ଇଂରାଜୀ ରେ ସୁରକ୍ଷା, ସ୍ୱାସ୍ଥ୍ୟ, ଏବଂ ପରିବେଶରେ ଲେଖକଙ୍କର ୬ ଟି ପୁସ୍ତକ ପ୍ରକାଶିତ । ଅବସର ପରେ ଲେଖା ଲେଖି ଏବଂ ପଢା ପଢି କରିବା ଦୈନିକ ଅଭ୍ୟାସ ।

ଜନ୍ମ- ହରିଚନ୍ଦନପୁର ଶାସନ, ନରସିଂହପୁର କଟକ । ଠିକଣା:- କଳିଙ୍ଗ ବଜାର, ଚୌଦ୍ୱାର, କଟକ । ବୃତ୍ତି- ଗବେଷକ, ସେଗେଡ଼ ବିଶ୍ୱବିଦ୍ୟାଳୟ, ହଙ୍ଗେରୀ । ରୁଚି - ସତ କହିବା, ପଢିବା, ବୁଲାବୁଲି କରିବା, ଖେଳିବା ।

ପିତା - ୰ଅନ୍ତର୍ଯ୍ୟାମୀ ନାୟକ । ମାତା- ସୀତାଦେବୀ ନାୟକ । ଗ୍ରାମ -ଦେଉଳସାହି, ପୋ- ଓଳାଭର, ଜିଲ୍ଲା-କେନ୍ଦ୍ରାପଡ଼ା, -୭୫୪୨୨୭ । ଜୀବନ ଓ ସମାଜର ଜ୍ୱାଳା, ଯନ୍ତ୍ରଣା, ପ୍ରେମ, ଆନନ୍ଦ ଓ ଦୁଃଖର ମୁହୂର୍ତ୍ତମାନଙ୍କୁ ଗଳ୍ପର ଅନ୍ତଃସ୍ୱର କରି, ପ୍ରଚୁର ଅନୁଭବ ତଥା ରସାଶ୍ରୟୀ ଭାବ ବିନ୍ୟାସରେ ଜୀବନ୍ତ କରୁଥିବା ନିପୁଣ ନିଖୁଣ ସ୍ରଷ୍ଟା ।

ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ୧୩ ଜାନୁଆରୀ ୧୮୪୩ ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।

୧୯୭୧ ମସିହା ଜୁନ୍ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଖର୍ଦ୍ଦାପାଟଣା ଗ୍ରାମରେ ଶ୍ରୀମାନ୍ ନୃସିଂହ ତରାଇଙ୍କ ଜନ୍ମ । ସମ୍ପ୍ରତି ସେ ପୂର୍ବତଟ ରେଳପଥ, ଭୁବନେଶ୍ୱରରେ କର୍ମରତ । ୧୯୮୪ ମସିହାରୁ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ କାବ୍ୟ ମାନସର ପ୍ରକୃତ ଉତ୍ତରଣ ଘଟିଥିଲା, ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ । ଶବ୍ଦ ତରଙ୍ଗ ତାଙ୍କର ପ୍ରଥମ କଳାକୃତି (କବିତା ସଂକଳନ) । ସଂକଳନଟିରେ ବିଭିନ୍ନ ଭାବଧର୍ମୀ କବିତାର ସମାବେଶ ଘଟିଥିଲେ ମଧ୍ୟ ନାରୀ ଓ ପ୍ରକୃତି ବିଶେଷ ସ୍ଥାନ ଅଧିକାର କରିଛି । ପରେ ପରେ ଗୁମ୍‌ଖାଏ (୨୦୧୫) , ଅଂଧାରର ଆରପାଖ (୨୦୧୭), ଆକାଶରେ ମେଘ ନାହିଁ (୨୦୨୦), Palm full of Pain (Translated ) (୨୦୨୧), ଉତ୍ତରଣ (ବଙ୍ଗଳା ଅନୁବାଦ) (୨୦୨୧), ନଈ ପାଣିରେ ଆକାଶର ମୁହଁ (୨୦୨୨) ପ୍ରକାଶିତ । ଏହା ବ୍ୟତୀତ ସେ ଅସଜା ସମାଜ ଜୀବନକୁ ସଜାଡ଼ିବାର ଚେଷ୍ଟା ନେଇ ଶୁଣାଇଛନ୍ତି ମାଟି ଓ ମଣିଷର ଜୀବନ ଗାଥା । ଈଶ୍ୱର ଓ ଧର୍ମ ଧାରଣା ପ୍ରତି ରହିଛି ତାଙ୍କର ତୀର୍ଯ୍ୟକ ଦୃଷ୍ଟିଭଙ୍ଗୀ । ସମ୍ମାନ ପ୍ରଗତିଶାଳ ସାହିତ୍ୟ ସଂଗଠନ, ରାଜନଗର କେନ୍ଦ୍ରାପଡ଼ା ତରଫରୁ "ଦଧୀଚି ସମ୍ମାନ - ୨୦୧୫" । ନିଖିଳ ଓଡିଶା କବି ଦୀପକ ମିଶ୍ର ସ୍ମୃତି କମିଟି, ଭୁବନେଶ୍ୱର ତରଫରୁ "ଦୀପକ ମିଶ୍ର ଯୁବ ପ୍ରତିଭା ସମ୍ମାନ - ୨୦୧୬" । ନିଖିଳ ଓଡ଼ିଶା ପ୍ରଗତିଶାଳ ଲେଖକ ସଂଗଠନ ତରଫରୁ "ନରସିଂହ ନନ୍ଦ ସ୍ମ୍ରୁତ୍ତି ସମ୍ମାନ - ୨୦୧୫" । ଗଂଜାମର "କବିତା ଘର" ତରଫରୁ ରାଜ୍ୟ ସ୍ତରୀୟ "ଶ୍ରେଷ୍ଠ କବି ସମ୍ମାନ - ୨୦୧୬" ।

ଠିକଣା- ଅଧ୍ୟାପକ ଇଂରାଜୀ ବିଭାଗ, କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା । ଉତ୍ତର ଆଧୁନିକ ଓଡ଼ିଆ କବିତା ଜଗତରେ ଶ୍ରୀ ରାଉତ ଜଣେ ଲବ୍‌ଧପ୍ରତିଷ୍ଠ କବି । ସାମାଜିକ ବାସ୍ତବତାକୁ କେନ୍ଦ୍ରକରି ତାଙ୍କ କବିତା ଗଢ଼ି ଉଠିଛି । ନୂତନ କାବ୍ୟଭାଷାର ସୂଷ୍ମ କାରିଗରୀ ଓ ବିମ୍ୱପ୍ରୟୋଗ କୁଶଳତା ହିଁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନେଇ ଦିଏ ।

ନବଜ୍ୟୋତି ରାୟଙ୍କର ଅନୁବାଦ କବିତା "ଭୁଲିଗଲେଣି ଲୋକେ"' ରଘୁବୀର ସହାୟଙ୍କର କବିତା ସଙ୍କଳନକୁ ବେଶ୍ ସୁନ୍ଦର ଭାବରେ ଅନୁବାଦ କରିଛନ୍ତି କବି ।

ଜନ୍ମ - ଜୁନ ୨୦, ୧୯୭୩ ।

ଠିକଣା:- ନାଲକୋ, ଦାମନଯୋଡ଼ି, କୋରାପୁଟ । ୧୯୮୨ରେ ସଂସ୍କୃତରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ପ୍ରଥମ ଶ୍ରେଣୀରେ । ୧୯୮୬ରେ କେନ୍ଦ୍ରୀୟ ଚିନ୍ମୟ ମିଶନ ଟ୍ରଷ୍ଟ୍, ମୁମ୍ୱାଇରୁ "ବେଦାନ୍ତ ସମ୍ମାନ' ଉପାଧି ପ୍ରାପ୍ତ । ୧୯୯୫ରେ କୋଲକତାସ୍ଥିତ ଯାଦବପୁର ବିଶ୍ୱ ବିଦ୍ୟାଳୟରୁ ପି.ଏଚ୍.ଡି. ଉପାଧି ପ୍ରାପ୍ତ । ଜୀବନ ତମାମ ସାରସ୍ୱତ ସାଧନାରେ ବ୍ରତୀ ଶ୍ରୀ ପରିଡ଼ାଙ୍କର ଗବେଷଣାତ୍ମକ ପ୍ରବନ୍ଧ ଗୁଡ଼ିକ ଉଚ୍ଚକୋଟୀର । ଗଳ୍ପ ଗୁଡ଼ିକ ଭାବପୂର୍ଣ୍ଣ ଓ ଚେତନାଧର୍ମୀ । ତାଙ୍କ ସାମାଜିକ ଅନୁଭୂତି ଓ ଶାଣିତ ପୁରୋଦୃଷ୍ଟିର ତୃତୀୟ କୃତି । "ବର୍ଷା' ସାହିତ୍ୟ ସଂସଦ ସହଯୋଗୀ ପ୍ରକାଶନ ଓ ଓଡ଼ିଆ ପାଠକ ସମ୍ମେଳନ ଦ୍ୱାରା ଲେଖକ ସମ୍ୱର୍ଦ୍ଧିତ । ବର୍ତ୍ତମାନ ନାଲ୍‌କୋ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଉପାଧ୍ୟକ୍ଷ ରୂପେ କାର୍ଯ୍ୟରତ ।

ପିତା - ଦାଶରଥି ବରାଳ । ମାତା - ଶାନ୍ତିଲତା ବରାଳ । ଗ୍ରାମ/ ପୋ - ସାନହନ୍ତୁଆଡ । ଜିଲ୍ଲା - ଖୋର୍ଦ୍ଧା - ୭୫୨୦୩୧ ।

ସ୍ୱାମୀ-ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର (ସରକାରୀ କର୍ମଚାରୀ) । ପିତା - ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ମାତା- ଶ୍ରୀମତୀ ମମତା ପାଣିଗ୍ରାହୀ । ଠିକଣା - କ୍ଵାଟର ନଂ- ଏଲ.ଆଇ.ଜି.୧/୨, ହାଉସିଂ ବୋର୍ଡ କଲୋନୀ, ଆମ୍ବପୁଆ, ବ୍ରହ୍ମପୁର - ୧୦ । ପୁସ୍ତକାଳୟ ଏବଂ ସୂଚନା ବିଜ୍ଞାନ ରେ ସ୍ନାତୋକତ୍ତର କରୁଛି, ପତ୍ରିକା ପଢିବା ତଥା ଲେଖାଲେଖି କରିବା, ମହାପୁରୁଷ ମାନଙ୍କ ଆତ୍ମଜୀବନୀ ପଢିବାରେ ରୁଚି ରଖେ , ସବୁ ବେଳେ ସତ କହେ ଏବଂ ନିଜ ଭୁଲ ମାନିବାର ଶକ୍ତି ଅଛି ମୋହର । ପିଲାବେଳୁ ଲେଖିବାକୁ ଭଲ ପାଏ, ସ୍ୱାମୀଙ୍କ ପ୍ରୋତ୍ସାହନରୁ ସେ ସବୁକୁ ସାଇତିଲି । କିଛି ଉତ୍ତମ ଏବଂ ନୁଆଁ ଲେଖିବାକୁ ଚେଷ୍ଟା କରେ । ମୁଁ ଓଡିଆ ସେଥିପାଇଁ ମୁଁ ଗର୍ବିତ ।

ସ୍ୱାମୀ- ଶ୍ରୀଯୁକ୍ତ ସଂଗ୍ରାମ ରଞ୍ଜନ ମିଶ୍ର (ଅଧ୍ୟକ୍ଷ) । ରାମପୁର ମହାବିଦ୍ୟାଳୟ, ରାମପୁର, କଳାହାଣ୍ଡି । ପିତା- ଶ୍ରୀଯୁକ୍ତ ବିଶ୍ୱନାଥ ମିଶ୍ର । ମାତା- ଶ୍ରୀମତୀ ଅପୂର୍ଣ୍ଣା ମିଶ୍ର । କୃତ୍ତିତ୍ୱ- ଶ୍ୱେତ ସଙ୍କେତ ଜିଲ୍ଲାସ୍ତରୀୟ ଲେଖିକା ସମ୍ମାନ (୨୦୧୨) । ମୀନା ମଞ୍ଜରୀ ସ୍ଥତି ସମ୍ମାନ (୨୦୧୩) । ପ୍ରଥମ କବିତା ସଙ୍କଳନ- ନୈବେଦ୍ୟ । ପ୍ରଥମ ଗଳ୍ପ ସଙ୍କଳନ-ମିଛିମିଛିକା ।

କଳ୍ପନା ମଲ୍ଲିକ୍‌ ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାମ । ଶିକ୍ଷାରେ ସେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ସତ କିନ୍ତୁ ଓଡିଆ ସାହିତ୍ୟରେ ରୁଚି ରଖୁଥିବା ମଣିଷଟିଏ । ତାଙ୍କର ଲେଖା ଦୈନିକ ଖବର କାଗଜ ତଥା ବିଭିନ୍ନ ପତ୍ର ପତ୍ରିକାରେ ସ୍ଥାନ ଗ୍ରହଣ କରିଛି । ପାଠକ ମହଲରେ ତାଙ୍କର ଲେଖା ବେଶ୍ ଆଦୃତ ହୋଇ ଆସୁଅଛି ।

Dr. Archana Nayak, Abhipsa, 102, Saheednagar,Bhubaneswar-751007, Odisha. ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ ଏକ ବହୁ ଚର୍ଚ୍ଚିତ ନାମ । ଉପନ୍ୟାସ, ନାଟକ, ଗୀତି କବିତା ଓ ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ଲେଖନୀ ଚାଳିତ । ଜଣେ ମନନଶୀଳ ଲେଖିକା ଭାବରେ ନିଜ ଗଳ୍ପଗୁଡ଼ିକ ମାଧ୍ୟମରେ ପାଠକମାନଙ୍କୁ ବାନ୍ଧି ରଖିବାରେ ସେ ବେଶ୍ ପାରଦର୍ଶୀ ।

ଠିକଣା- ସମ୍ପାଦିକା-ତ୍ରିଶକ୍ତି ସାହିତ୍ୟ ସମାଜ ଓ ଶିଳାଶ୍ରୀ ପାରିବାରିକ ସାହିତ୍ୟ ପତ୍ରିକା, ଏଚ୍.ଆଇ.ଜି-୧/୬୪ , କପିଳପ୍ରସାଦ, ଭୁବନେଶ୍ୱର-୨୦ । ପିତା- ଶ୍ରୀ ଉପେନ୍ଦ୍ର ଜେନା । ମାତା- ଶ୍ରୀମତୀ ଉର୍ବଶୀ ଜେନା । ଗ୍ରାମ- ଖଲାର୍ଦ୍ଧା, ଜିଲ୍ଲା- କଟକ । ସ୍ୱପ୍ନ- ପିଲାବେଳୁ ଲେଖିକାଟିଏ ହେବା । ରୁଚି- ପତ୍ରପତ୍ରିକା ପଢ଼ିବା, ଲୋକସମ୍ପର୍କ ସୃଷ୍ଟି କରିବା । ଭଲପାଏ- ସତ୍ୟକୁ । ଘୃଣା କରେ- କପଟତାକୁ । ସାଧନା ସମୟ- ୨୦ ବର୍ଷରୁ ଉର୍ଦ୍ଧ୍ଵ ଗପ, ଗୀତି କବିତା, ପ୍ରବନ୍ଧ, କବିତା, ରମ୍ୟରଚନା, ଉପନ୍ୟାସ, ସଙ୍ଗୀତ ରୂପକ ପ୍ରଭୃତି ଲେଖିବା । ପ୍ରକାଶିତ ଲେଖା ଓଡ଼ିଶାର ୫୦ରୁ ଉର୍ଦ୍ଧ୍ଵ ପତ୍ରପତ୍ରିକାରେ ଗପ କବିତା ଦୀର୍ଘ ୨୦ ବର୍ଷ ଧରି ପ୍ରକାଶିତ । ଆକାଶବାଣୀର ଯୁବବାଣୀରେ କିଛି ଗପକବିତା ପ୍ରଚାରିତ । ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅନେକ ସଂଗୀତ ରୂପକ ପ୍ରସାରିତ । ସମ୍ମାନ- "ଭୁବନେଶ୍ୱର ସମ୍ମାନ", "ଡ଼ଃ ହରେକୃଷ୍ଣ ମହତାବ ସମ୍ମାନ", "ବିଭାବନା ସମ୍ମାନ", "ନାରୀଶକ୍ତି ପ୍ରବନ୍ଧ ସମ୍ମାନ", ପ୍ରଭୃତି ପ୍ରାପ୍ତ । ବର୍ତ୍ତମାନ- "ତ୍ରିଶକ୍ତି ସାହିତ୍ୟ ସମାଜ" ନାମରେ ଏକ ସଂଗଠନର ସମ୍ପାଦିକା ଓ ତ୍ରୈମାସିକ ସାହିତ୍ୟ ପତ୍ରିକା "ଶିଳାଶ୍ରୀ"ର ସମ୍ପାଦିକା ରୂପେ କାର୍ଯ୍ୟରତ ।

ଜନ୍ମ :- ୧୯/୧୧/୧୯୭୪ । ନିରୁପମା ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ହେଲେ ହେଁ କବିପ୍ରାଣ । ଜଞ୍ଜାଳ ଜ୍ୱାଳା ଭିତରେ କବିତା ସ୍ୱତଃ ତାଙ୍କ ହୃଦୟରୁ ବାହାରି ଆସେ । ସେ ସରଳ ଜୀବନଚର୍ଯ୍ୟାରେ ବିଶ୍ୱାସ କରନ୍ତି । ଅଥଚ ତାଙ୍କ ଭିତରେ ଥାଏ ସଦାସର୍ବଦା ଉଚ୍ଚ ମାନବିକ ଚିନ୍ତା, ଯାହା ତାଙ୍କୁ ବାରମ୍ୱାର ଉଦ୍ବୋଧିତ କରୁଥାଏ । ତାଙ୍କର ୨ଟି କବିତା "ଜାହ୍ନବୀ'' ଓ "ଜୀବନର ଧାରେ ଧାରେ'' । ଏହି ଦୁଇଟି କବିତା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରେ ।

ମାଧବ ଚନ୍ଦ୍ର ଜେନା ୧୦ ଜୁନ୍ ୧୯୮୦ ରେ ଓଡିଶାର ଜାଜପୁର ଜିଲ୍ଲାର ଈଷାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଜଣେ ବ୍ୟକ୍ତିତ୍ୱ ଯିଏ ଓମ୍ କୃଷ୍ଣ କଳା ଏବଂ ବିଜ୍ଞାନ ଅନୁସନ୍ଧାନ ଫାଉଣ୍ଡେସନ୍ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ଓଡିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ସାହିତ୍ୟ କୃତି ରଚନା କରି ପାଠକମାନଙ୍କ ଦ୍ୱରା ଆଦୃତ ହେଇଛନ୍ତି । ଏହି ବହୁମୁଖୀ ଲେଖକଙ୍କ ଉଲ୍ଲେଖନୀୟ ବହି ଗୁଡିକ ହେଉଛି “ଆଲୋକ”, “ବର୍ଷା ”, “ଖରାବେଳ ଓ ଫେରିବାଲା”, ଓଡିଆରେ ଏବଂ “ଗଡ଼ ଆଣ୍ଡ ଘୋଷ୍ଟ ”, “ବ୍ଲ।କ ଆଣ୍ଡ ଅଦର୍ଶ” ଏବଂ “ଲେଟ ମି ଗୋ ଟୁ ହେଲ ” ଇଂରାଜୀରେ ସମୟ ସମୟରେ ପ୍ରକାଶ ପାଇଛି । ତାଙ୍କ ଲେଖା ଭାଷାଭିତ୍ତିକ ସୀମା ଅତିକ୍ରମ କରି ଲଣ୍ଡନ ଗ୍ରିପ୍, ମ୍ୟୁଜ୍ ଇଣ୍ଡିଆ, ଇଣ୍ଡିଆନ୍ ରିଭ୍ୟୁ, ଚ୍ୟାଲେଞ୍ଜ, ଫେନୋମେନାଲ ଲିଟରେଚର , ଏବଂ ଦି ଭର୍ବାଲ୍ ଆର୍ଟ ଭଳି ସମ୍ମାନଜନକ ଇଂରାଜୀ ପତ୍ରିକାରେ ସ୍ଥାନ ପାଇଛି ଏବଂ ପ୍ରଜାତନ୍ତ ସାପ୍ତାହିକ, ଆଇନା, ସମାଜ ଭଳି ଓଡିଆ ପତ୍ର ପତ୍ରିକାରେ ସ୍ଥାନ ପାଇଛି । ଏହା ବ୍ୟତୀତ ଜେନାଙ୍କ ବିଜ୍ଞାନ ଅନୁସନ୍ଧାନ ଦ୍ୱାରା ସ୍ପ୍ରିଞ୍ଜର, ୱିଲି, ଏବଂ ଟେଲର ଫ୍ରାନ୍ସିସ୍ ଇତ୍ୟାଦି ବିଶ୍ୱ ଖ୍ୟାତିସମ୍ପନ୍ନ ପତ୍ରିକାରେ ତାଙ୍କର ଅନୁସନ୍ଧାନ ମୂଳକ ଲେଖା ପ୍ରକାଶ ପାଇଛି ।

ଓଡ଼ିଶା ଭୂଇଁର "ସୋନପୁର" ଜିଲ୍ଲା ଅନ୍ତର୍ଗତ କମସରା ଗ୍ରାମରେ ଏନ୍ତୁଡ଼ିଶାଳ । ପିତା ହିମାଂଶୁ ଶେଖର ମିଶ୍ର ଓ ମାତା ବିଜୟାସିନୀ ମିଶ୍ର ଶ୍ରଦ୍ଧା ନାମ ରଖିଲେ "କୁନ୍‌ମୁନ୍‌" । ମାତୃଭୂମି ଓଡ଼ିଶାର ଭୌଗୋଳିକ ସ୍ଥିତି,ଜନ୍ମଭୂମି "କମସରା"ର ଧାନକ୍ଷେତ- ରାଣୀଝୁଲା ପାହାଡ଼-ଗ୍ରାମପଥ, ଯଶସ୍ବୀ ଓଡିଆ ସାହିତ୍ୟ ସାଧକମାନଙ୍କ ଲେଖନୀ ନିସୃତହୋଇ ପ୍ରିୟସାହିତ୍ୟ ବହିର ପୃଷ୍ଠାମଣ୍ଡନକରିଥିବା ମନମତାଣିଆ-ଭାବଗର୍ଭକ ଗଳ୍ପ-ଗଦ୍ୟ-ପଦ୍ୟମାନ ଏବଂ ପିଉସୀ ସରସ୍ୱତୀଙ୍କ ସାହିତ୍ୟ ପଢାଇବା ଶୈଳୀ ଓଡ଼ିଆ ସାହିତ୍ୟ ପ୍ରତି ଗଭୀର ରୁଚି ଭରି ଦେଇଥିଲା । ଏଗାର ବର୍ଷ ବୟସେ କବିତା ରଚନା ଆରମ୍ଭ ହେଲା ଓ ଦିନକୁ ଦିନ ଓଡ଼ିଆ ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ସମ୍ମାନର ବୃଦ୍ଧିହେବାରେ ଲାଗିଛି । ସଦାସର୍ବଦା ମାଁ ବାଗ୍ଦେବୀଙ୍କ ଆଶ୍ରିତା ଏବଂ ଓଡ଼ିଆ ସାହିତ୍ୟର କଳେବର ବୃଦ୍ଧିପାଇଁ ଯଥାସମ୍ଭବ ମସୀଚାଳନା କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଜନ୍ମ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମୁନିଷିପେଣ୍ଠ ଗ୍ରାମରେ ୧୯୭୪ ମସିହା ମେ ମାସ ୭ ତାରିଖରେ । ପିତାଙ୍କ ନାମ ଶ୍ରୀ ଟି.ରାମାରାଓ ଓ ମାତାଙ୍କ ନାମ ଟି.ରାଜେଶ୍ୱରୀ । ପିଲାଟି ଦିନରୁ ଦୁର୍ଗା ପ୍ରସାଦ କବିତା ଓ ଗଳ୍ପ ଲେଖାରେ ଆଗ୍ରହୀ । ବନ୍ଧୁ ଓ ସମ୍ପର୍କୀୟଙ୍କ ମହଲରେ ତାଙ୍କର କବିତା ଓ ଗଳ୍ପ ବେଶ୍ ଆଦୃତ । ଏତଦ୍ ବ୍ୟତୀତ ଚିତ୍ର ଆଙ୍କିବା ମଧ୍ୟ ତାଙ୍କର ଏକ ହବି । ବର୍ତ୍ତମାନ ସେ ମାଲକାନଗିରିରେ ପ୍ରାଣୀସଂପଦ ବିଭାଗରେ କାର୍ଯ୍ୟରତ । ତାଙ୍କର ବର୍ତ୍ତମାନର ଠିକଣା - ଭାଟିଶାଳଗୁଡ଼ା, ମାଲକାନଗିରି, ଜିଲ୍ଲା - ମାଲକାନଗିରି, ପିନ୍ - ୭୬୪୦୪୫ ।

ଲେଖକ ଗତ କିଛିବର୍ଷ ଧରି ପ୍ରଗତିବାଦୀ ଓ ଧରିତ୍ରୀ ଆଦି ସମ୍ୱାଦପତ୍ରମାନଙ୍କରେ ଜଣେ ସଫଳ ସ୍ତମ୍ଭକାର ଭାବରେ ସ୍ୱୀକୃତ ଓ ଓଡ଼ିଶାର ବୃହତ୍ତର ପାଠକ ସମାଜରେ ସୁପରିଚିତ । ଓଡ଼ିଆ ସ୍ତମ୍ଭ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ଟିଟିଲାଗଡ଼ "ସାହିତ୍ୟ ସଂସ୍କୃତି'' ଅନୁଷ୍ଠାନ ତରଫ୍‌ରୁ "ସ୍ୱଭାବ କବି ସମ୍ମାନ'', ଘଣ୍ଟାସ୍ୱନୀ ସାହିତ୍ୟ ସଂସଦ ତରଫ୍‌ରୁ "ଘଣ୍ଟାସ୍ୱନୀ ସମ୍ମାନ'', ବୌଦ୍ଧ ଜିଲ୍ଲା କଲ୍ଚରାଲ୍ ଏକାଡେ଼ମୀ ତରଫ୍‌ରୁ "ବିବେକାନନ୍ଦ ପଟ୍ଟନାୟକ ସାହିତ୍ୟ ପୁରସ୍କାର" ଓ "ରାଷ୍ଟ୍ରଦୀପ'', କଟକ ତରଫ୍‌ରୁ "ପ୍ରାବନ୍ଧିକ ସମ୍ମାନ'' ଲାଭ କରିବା ସହିତ ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହେବାର ଗୌରବ ଅର୍ଜନ କରିଛନ୍ତି । ସମ୍ପ୍ରତି ସେ ଇଂଲିଶ୍ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଭାବରେ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଟିଟିଲାଗଡ଼ରେ ଅବସ୍ଥାପିତ ।

ଓଡ଼ିଆ କଥା ସାହିତ୍ୟରେ କଥାକାର ଏକ ଜଣାଶୁଣା ନାଁ । ବିପୁଳ କଥା ସୃଷ୍ଟି, କଥା ଭାଗରେ ବିବିଧତା ଓ ଗାଁ ମାଟି ମଣିଷ ଭିତରେ ସମ୍ୱେଦନଶୀଳ ସମ୍ପର୍କର ସେତୁ ଗଢୁଥିବା ହେତୁ ତାଙ୍କୁ ତରୁଣ କଥାକାରଙ୍କ ମଧ୍ୟରୁ ଅଲଗା କରି ଚିହ୍ନାଇ ହୁଏ । କେନ୍ଦ୍ରାପଡ଼ା ଜିଲ୍ଲାର ଫିରିକିଦାଣ୍ଡ ରାଜନଗରରେ ଜନ୍ମ ।

୩୯୦/୨୪୪୮, ଓସ୍କାରସିଟି, ଲକ୍ଷ୍ମୀସାଗର, ଭୁବନେଶ୍ୱର ।

ଗୋଦାବରୀଶ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧୦ ଜାନୁଆରୀ ୧୮୯୮ରେ ଜନ୍ମ ନେଇଥିଲେ । ତାଙ୍କ ପିଲାବେଳ ଗୋପବନ୍ଧୁ ଦ୍ଵାର ପ୍ରତିଷ୍ଠିତ "ସତ୍ୟବାଦୀ ବନ ବିଦ୍ୟାଳୟ"ରେ କଟିଥିଲା ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କ ଦ୍ଵାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ଵ ଗ୍ରହଣ କରିଥିଲେ । ଆଚାର୍ଯ୍ୟ ହରିହର ଏବଂ ଅନ୍ୟମାନଙ୍କ ଦ୍ଵାରା ଅନୁପ୍ରାଣିତ । ସେ ସ୍ଵାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ସ୍ଵାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ମହମନା ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ସାରା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାହ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି । ୧୯୬୬ରେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରଷ୍କାର ଜଣେ ଗ୍ରହୀତା । ୨୫ ନଭେମ୍ବର, ୧୯୬୫ ରେ ମୃତ୍ୟୁ ବରଣ କରିଥିଲେ ।

ସମ୍ପ୍ରତି କେନ୍ଦ୍ରାପଡା ଜିଲ୍ଲାସ୍ଥ ଡେରାବିଶ ମହାବିଦ୍ଯାଳୟର ରାଜନୀତି ବିଜ୍ଞାନରେ ଅଧ୍ଯାପକ ଭାବେ କାର୍ଯରତ । ଜନ୍ମ ତାରିଖ: ୧୨.୦୭.୧୯୬୫ । ବାପା ପାଣ୍ଡବ ଦାସ ଓ ମାତା ଚନ୍ଦ୍ରି ଦେଇ । ଠିକଣା: ସା: ଛଚିଣା, ପୋ.ଅ: ନୂଆହାଟ, ଭାୟା: କେନ୍ଦ୍ରାପଡା-୭୫୪୨୮୯, ଜିଲ୍ଲା: କେନ୍ଦ୍ରାପଡା ।

Director , Head of Training and Consultant GYPPC TRAINING & CONSULTANCY SERVICES

୧୯୪୭ ରେ ଜନ୍ମ । ୧୯୭୩ ମସିହାଠାରୁ ରୋଗୀ ସେବାକୁ ଜୀବନରେ ବ୍ରତ କରି ସମାଜରେ ସଚେତନା ତଥା ଦିଗଦର୍ଶନ ଦେବା ହିଁ ଲେଖକଙ୍କର ମୂଳମନ୍ତ୍ର ।

ଜନ୍ମ- ଉତରଚକ, ବାଲେଶ୍ୱର ସହରରେ । ପ୍ରଫେସନ୍- ସଫ୍ଟୋୱାର୍ ଇଞ୍ଜିନିୟର୍ । ରୁଚି- ସଙ୍ଗୀତ ପ୍ରତି ପ୍ରବଳ ଆକର୍ଷଣ । ଏବେ ନୂଆ ନୂଆ କବିତା ଲେଖୁଚି । ଓଡ଼ିଆ ଭାଷା ପ୍ରତି ମୋ ଆଗ୍ରହ- ମୁଁ ମୋ ମାତୃଭାଷାକୁ ନେଇ ଗର୍ବିତ । ଶିକ୍ଷାଗତ ଯୋଗ୍ୟତା- ଏମ୍. ସି.ଏ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଗଞ୍ଜାମ । ସମ୍ମାନ- ସ୍କୁଲ୍ ଓ କଲେଜ୍‌ରେ ପଢ଼ିବା ବେଳେ ମୁଁ ବହୁତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛି ।

ମୋର ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ପ୍ରବଳ ରୁଚି ଅଛି । କର୍ମମୟ ଜୀବନରୁ ସମୟ ବାହାର କରି ବେଳେ ବେଳେ କବିତା ଲେଖିବାକୁ ଭଲପାଏ । ବହୁତ ବର୍ଷ ଆଗରୁ ମୋର ଗୋଟିଏ କବିତା ସମ୍ବାଦରେ ପ୍ରକାଶ ପାଇଥିଲା । ମୁଁ ଚାକିରୀ କରୁଥିବା ସଂସ୍ଥା NTPCର ନିଜସ୍ୱ ପତ୍ରିକାରେ ଚାରିଟି କବିତା ଆଗରୁ ପ୍ରକାଶ ପାଇଛି । ଏବେ କିଛିଦିନ ପୂର୍ବରୁ ମୋ କବିତା "ରଫ ଖାତା " ପ୍ରକାଶ ପାଇଛି । ଏହି ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ ହେଲେ ଆପଣମାନଙ୍କର ସହଯୋଗ ଏବଂ ଆଶୀର୍ବାଦ ଏକାନ୍ତ କାମ୍ୟ ।

ଠିକଣା : ଅରବିନ୍ଦ ଦାସ, ଆସିଷ୍ଟାଣ୍ଡ କମିଶନର, ସେଣ୍ଟ୍ରାଲ୍ ଏକ୍ସାଇଜ୍ ଏଣ୍ଡ ଅଡିଟ୍, ଫ୍ଲାଟ୍ ନଂ-୧୦୩, ହୋରାଇଜନସ୍ ଏନ୍‌କ୍ଲେଭ୍, ମହାରାଣୀପେଟା, ବିଶାଖାପାଟଣା-୨, ପିନ୍-୫୩୦୦୦୨। (1) AAINA GALPA SAMMANA 2013 (2) DURGA MADHAV GALPA SAMMANA (SAMAROHA) 2014 (3) DIGBALAYA GALPA SAMMANA 2015 (4) KATAH KALIKA YUVA PRATIVA PRASKAR 2016 (5) PRAVAT NALINI SMRUTI GALPA PURASKAR 2016(Rourkela) (6) STATE LEVEL GALPA SAMMAN BY ANNANDAPUR SAHITYA SANSAD 2016

ଗ୍ରା-ସୁନ୍ଦରପୁର,ପୋ-ଉତ୍ତରକୂଳ ହାଟ୍,ଭା-ପ୍ରୀତିପୁର,ଜି-ଯାଜପୁର,ପି-୭୫୫୦୧୩ । ବର୍ତ୍ତମାନ ନିଜ ଜୀବନ ଜିବିକାକୁ ନେଇ ସୁଦୁର ବାଙ୍ଗାଲୋରେ ରେ ରହୁଅଛି । ପ୍ରେମ କବି ଭାବେ ପରିଚିତ । ଅନେକ ବ୍ୟଙ୍ଗ କବିତା ମଧ୍ୟ ରଚନା କରି ସାରିଛି । ଏପର୍ଯ୍ୟନ୍ତ ଦୁଇଟି ପତ୍ରିକା ପ୍ରକାଶ କରି ସାରିଛି କିଛି ଗପ ଓ କବିତାକୁ ନେଇ ପ୍ରଥମ ପତ୍ରିକା “ନୂଆ ନୂଆ”, ଆଉ ଦ୍ୱିତୀୟଟି ହେଉଛି ଛୋଟ ଛୋଟ କବିତାକୁ ନେଇ ସୃଷ୍ଟି ପକେଟ୍ ପତ୍ରିକା “ପ୍ରେମ ତରଙ୍ଗ” ଯାହା ପାଠକ ମାନଙ୍କ ମନରେ ଘର ତୋଳି ସାରିଛି । ଫେସବୁକ୍‌ରେ ଜଣେ ଜଣାଶୁଣା କବି ଭାବେ ପରିଚିତ, ପ୍ରତିଦିନ ଅନେକ କବିତା ପାଠକ ମାନଙ୍କୁ ଭେଟି ଦେଇଛି ଫେସବୁକ୍ ମାଧ୍ୟମରେ ।

୫୪ ଆର୍ୟ୍ୟପଲ୍ଲୀ, କିଟ୍ ଛକ, ପଟିଆ, ଭୂବନେଶ୍ଵର ୨୪ । ଜନ୍ମ - ୧୨ ଅକ୍ଟୋବର ୧୯୫୬ । ଜନ୍ମସ୍ଥାନ : ଗ୍ରାମ ଖୁଣ୍ଟପାଲି ଜିଲ୍ଲା ବରଗଡ । ଶିକ୍ଷା : ସ୍ନାତୋକତ୍ତର ପଦାର୍ଥବିଜ୍ଞାନ । କର୍ମ : ତିନି ବର୍ଷ ଅଧ୍ୟାପନା ପରେ ଗତ ତିନି ଦଶଂଧୀ ଧରି ଭାରତୀୟ ଷ୍ଟେଟ ବ୍ୟାଙ୍କରେ କର୍ଯ୍ୟରତ । ଲେଖା ପ୍ରକାଶନ : କିଛି ଶିଶୁକବିତା,ସାଧାରଣ ଗଳ୍ପ ଓ କବିତା ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ରରେ ପ୍ରକାଶିତ । ଛାତ୍ରବସ୍ଥାରେ ପ୍ରଜାତନ୍ତ୍ର ମୀନାବଜାର ଦ୍ୱାରା ଶିଶୁକବିତାପାଇଁ ସମ୍ବର୍ଦ୍ଧିତ ।

ଠିକଣା:- ଖଲାରି, ଜିଲ୍ଲା:- ଅନୁଗୋଳ, ଓଡ଼ିଶା ପିନ୍:-୭୫୯୧୨୨ । ବୃତ୍ତି:- ବିଜ୍‌ନେସ୍ ଟେକ୍ନିକାଲ୍ ମ୍ୟାନେଜର୍ ।

ଘର-କମାରଖଣ୍ଡୀ, ପୋଷ୍ଟ-ଶ୍ରୀ ବଳଦେଭ ଜୀଉ, ଜିଲ୍ଲା-କେନ୍ଦ୍ରାପଡ଼ା, ଓଡ଼ିଶା - ୭୫୪୨୧୨। ପରିବାରର କନିଷ୍ଠ ସନ୍ତାନ । ଆମେ ଓଡ଼ିଆ - ମାସିକ ସାହିତ୍ୟ ପତ୍ରିକାର ଏକ ଅଭିନ୍ନ ଅଙ୍ଗ ।

ଠିକଣା: N୮/୧୮୪, ଆଇ ଆର ସି ଭିଲେଜ, ନୟାପଲ୍ଲୀ, ଭୁବନେଶ୍ୱର-୧୫ । ଜନ୍ମସ୍ଥାନ:ପୁରୀ,ଶିକ୍ଷା:ସ୍ନାତକୋତ୍ତର (ସମାଜ ବିଜ୍ଞାନ) । ବୃତ୍ତି :ସୋସିଆଲ ଡେଭେଲପମେଣ୍ଟ କନ୍ସଲଟାଣ୍ଟ । ରୁଚି : ପଢିବା, ଲେଖିବା, ଗୀତ ଶୁଣିବା, ବିଭିନ୍ନ ସ୍ଥାନ ବୁଲିବା । ମନେ ପଡୁଛି,ଥରେ ସ୍କୁଲରେ "ମୋ ପ୍ରିୟ ଶିକ୍ଷକ" ଶୀର୍ଷକ କବିତାଟିଏ ଲେଖି ପୁରସ୍କାର ପାଇଥିଲି । ଉତ୍ସାହିତ ହୋଇଥିଲି ଆହୁରି ଲେଖିବି ବୋଲି । ଏମିତି ଅନେକ କବିତା,ଗଳ୍ପ ଲେଖିଛି, କିନ୍ତୁ ସେ ସବୁ ଫାଇଲ ଅବା ଡାଏରୀ ଭିତରେ ଶୋଇ ପଡିଛନ୍ତି, ଅବା ହଜି ଯାଇଛନ୍ତି । ପୁଣିଥରେ ସେମାନଙ୍କୁ ଜାଗୃତ କରିବାକୁ ପ୍ରୟାସ କରୁଛି । ସମାଜରେ ଘଟି ଯାଉଥିବା ନିତିଦିନିଆ ଘଟଣା ସମୂହ , ମୋ ଚାରିପାଖର ଲୋକମାନଙ୍କର ଜୀବନର ବିବଶତା, ଜୀବନରେ ଅଦ୍ୟାବଧି ଭେଟିଥିବା ଅନେକ ଚିହ୍ନା ଅଚିହ୍ନା ମୁହଁ - ମତେ ପ୍ରେରଣା ଦିଅନ୍ତି, ପ୍ରଭାବିତ କରନ୍ତି, ଆନ୍ଦୋଳନ ସୃଷ୍ଟି କରନ୍ତି, ଏବଂ ପରିଶେଷରେ ସେ ସବୁ ସ୍ୱତଃ ପ୍ରବୃତ୍ତ ବାହାରି ଆସନ୍ତି କଲମ ମାଧ୍ୟମରେ ।

ଜନ୍ମ ୧୯୬୦ ମସିହାରେ । ଭାରତୀୟ ଜୀବନଶୈଳୀ, ଭାରତୀୟ ଚିନ୍ତାଧାରା, ଭାରତୀୟ ମୂଲ୍ୟବୋଧକୁ ଆଧାର କରି ତାଙ୍କର କାହାଣୀ ଗୁଡ଼ିକ ରଚିତ । ସ୍ୱାର୍ଥପର, ଲାଭଖୋର୍ ପୃଥିବୀର ଚଳନୀ ମଧ୍ୟରୁ ସେ ଭାରତୀୟ ଜୀବନଶୈଳୀ, ଭାରତୀୟ ଚିନ୍ତାଧାରା, ଭାରତୀୟ ମୂଲ୍ୟବୋଧ ଏବଂ ସର୍ବୋପରି ମନୁଷ୍ୟର ଅସ୍ତିତ୍ୱକୁ ଖୋଜି ଚାଲିଛନ୍ତି । ଜୀବନଧାରଣର ମୂଲ୍ୟବୋଧକୁ ଆଧାର କରି ସେ ତାଙ୍କ କାହାଣୀ ଗୁଡ଼ିକୁ ରୂପ ଦେଇଛନ୍ତି । କେବଳ ଗଳ୍ପ ନୁହେଁ ସେ ଉପନ୍ୟାସ, କବିତାର ଫିଚର୍, ପ୍ରବନ୍ଧ ଭ୍ରମଣ ଅନୁଭୂତି ଓ ଅନୁବାଦ କ୍ଷେତ୍ରରେ ମଧ୍ୟ ନିଜ କଲମକୁ ଚାଳନା କରିବାରେ ସିଦ୍ଧିହସ୍ତ ।

ଜନ୍ମସ୍ଥାନ-ସାନପଦର, ଖୋର୍ଦ୍ଧା , ବୃତ୍ତି- ବର୍ତ୍ତମାନ ସହାୟକ ଇଞ୍ଜିନିୟର ରୂପେ BHEL,ହାଇଦ୍ରାବାଦରେ କାର୍ଯ୍ୟରତ, ଲେଖା ପ୍ରତି ରୁଚି- ଅତର୍କିତ, ପ୍ରେରଣା- ଓଡ଼ିଆ ପ୍ରୀତି, ମନୋରଞ୍ଜନ,ବ୍ୟଙ୍ଗ ଓ କଟାକ୍ଷ ,ପରିଶ୍ରାନ୍ତ ମୁହଁରେ ହସଟିଏ ଆଙ୍କିବା, ସମାଜର ବାସ୍ତବିକତା ଓ ଅନ୍ତର୍ନିହିତ କୁଟିଳତାକୁ କବିତା ମାଧ୍ୟମରେ ପରିବେଷଣ କରିବା I

ଜନ୍ମ :୨୬/୫/୧୯୬୨, ପୋଖରୀଆ ପଡ଼ା , ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା , ୭୫୪୨୧୫ । ବୃତ୍ତିରେ ଅଧ୍ୟାପନା କିନ୍ତୁ ସାହିତ୍ୟରେ ନିଶା । ଗଳ୍ପ,ଉପନ୍ୟାସ,ପ୍ରବନ୍ଧ,କବିତା ରଚନାରେ ଏକ ପରିଚିତ ମୁହଁ । ବଡ଼ପଡ଼ା ମହାବିଦ୍ୟାଳୟରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଅଧ୍ୟକ୍ଷ ଦାୟିତ୍ୱ ସୁଚାରୁରୂପେ ବହନ କରିବାପରେ ଅଧୁନା ସେ ୟୁ .କେ. ମହାବୀର ବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୂଖ୍ୟ ଭାବରେ ୬ ବର୍ଷ ହେଲା ଅବସ୍ଥାପିତ ।

ପିତାଙ୍କ ନାମ- ପୂର୍ଣ୍ଣଚନ୍ଦ୍ର ମହାନ୍ତି । ମାତାଙ୍କ ନାମ- ନିରୁପମା ମହାନ୍ତି । ଜନ୍ମ ତାରିଖ- ୨୧ ମଇ ୧୯୯୩ । ଗ୍ରାମ- ଅଣିଅଙ୍କ, ପଞ୍ଚାୟତ- ଓଷକଣା, ବ୍ଲକ- ବାଲିକୁଦା, ଜିଲ୍ଲା- ଜଗତସିଂହପୁର, ପିନ୍- ୭୫୪୧୧୯ ।

ଉପକୂଳବର୍ତ୍ତୀ ଗୋଟିଏ ଗ୍ରାମରେ ୧୯୩୪ରେ ମନୋଜ ଦାସଙ୍କର ଜନ୍ମ । କିଶୋର କାଳରୁ ସାହିତ୍ୟ ଓ ସମ୍ପାଦନାରେ ମନୋନିବେଶ । ବିପ୍ଳବୀ ଛାତ୍ରନେତାରୂପେ କାରାବରଣ (୧୯୫୫), ବାନ୍ଦୁଂ ଆଫ୍ରୋଏସିଆ ଛାତ୍ର ସମ୍ମିଳନୀ (୧୯୬୫)ରେ ବିଶେଷ ଅଂଗ୍ରହଣ । ଦିଗନ୍ତ (୧୯୫୦-୫୧ ଏବଂ ୧୯୫୯-୬୩)ର ସମ୍ପାଦନା । କଟକସ୍ଥ ଖ୍ରୀଷ୍ଟ କଲେଜରେ ଅଧ୍ୟାପନା (୧୯୫୯-୬୩) ପରେ ପଣ୍ଡିଚେରୀ ପ୍ରସ୍ଥାନ ଏବଂ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାୟତନରେ ଇଂରାଜୀ ସାହିତ୍ୟ ଅଧ୍ୟାପନା । ବିଖ୍ୟାତ ଇଂରାଜୀ ମାସିକ ଦି ହେରିଟେଜ୍‌ର ସମ୍ପାଦନା (୧୯୮୫-୮୯) । କେନ୍ଦ୍ର ସାହିତ୍ୟ ଏକାଡେ଼ମି ସମ୍ମାନ ଲାଭରେ ପ୍ରଥମ ଓଡ଼ିଆ ଗାଳ୍ପିକ (୧୯୭୨) ଏବଂ ଶାରଳା ପୁରସ୍କାର ପ୍ରାପ୍ତିରେ ଦ୍ୱିତୀୟ ସାହିତ୍ୟିକ (୧୯୮୦) । ପଦ୍ମଶ୍ରୀ ସମ୍ମାନ ଓ ସରସ୍ୱତୀ ସମ୍ମାନ (୨୦୦୧), ସାହିତ୍ୟ ଭାରତୀ ସମ୍ମାନ ଏବଂ ସାରଳା ସମ୍ମାନରେ (୨୦୦୬) ବିଭୂଷିତ ।

ପିତା: ଶ୍ରୀ ଦୁଶାସନ ମାଝୀ ଏବଂ ମାତା: ଶ୍ରୀମତୀ ରମା ଦେବୀ । ଜନ୍ମ ସ୍ଥାନ: ବାରଦା, ଥାନା: କିଶୋର ନଗର ; ଜିଲ୍ଲା: କଟକ । ଅଧୁନା: ୧/ଅକଳାପୁରୀ, ଡମଣା, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର-୭୫୧୦୧୬ । ଜନ୍ମ: ୩/୩/୧୯୬୨ । ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ସାହିତ୍ୟର ଛାତ୍ର । ଅଧୁନା ମୁଖ୍ୟ ପ୍ରବନ୍ଧକ ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ । କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ପ୍ରକାଶିତ ।

ଜନ୍ମ : ୧୯୭୧ । ଏବେ ରହୁଥିବା ସ୍ଥାନ: ଭୁବନେଶ୍ୱର । କର୍ମମୟ ଜୀବନ : ଭୁବନେଶ୍ୱର ରେ ବରିଷ୍ଠ ଲେଖାପରୀକ୍ଷା ଅଧିକାରୀ ଭାବରେ ଅବସ୍ଥାପିତ । ମୁଁ କେବଳ ସାଂପ୍ରତିକ ଘଟଣାବଳୀ ଉପରେ ଫେସବୁକରେ ଲେଖୁଥିଲି । ଲେଖିବାର ଶୈଳୀ ମୋର ନିଜସ୍ୱ । ଏବେ ଯାଏ ମୋର ମାତ୍ର ୨ଟି ଲେଖା ପତ୍ରିକାରେ ବାହାରିଛି । ମୁଁ ବି କେବେ ପତ୍ରିକା କିମ୍ବା ଖବରକାଗଜ଼ ରେ ଲେଖା ଛାପିବାକୁ ଚେଷ୍ଟା କରିନାହିଁ । କାରଣ ମୁଁ ଅଭିଜ୍ଞ ଲେଖକ ନୁଁହ । ଯେତେବେଳେ ଯାହା ଇଚ୍ଛା ହୁଏ ଲେଖି ଫେସବୁକରେ ପୋଷ୍ଟ କରେ । କିଛି ବନ୍ଧୁ ପୋଷ୍ଟ ପସନ୍ଦ କରନ୍ତି ତେଣୁ ପୁଣି ଲେଖେ । କିଛି ଲେଖା ରେ ଅଧିକ like ଓ comments ରୁ ମୁଁ ଜାଣେ ଲେଖାଟି ଭଲଥିଲା । ସମାଜ ରେ ଧୀରେ ଧୀରେ କମି ଯାଉଥିବା satire ଓ humour ଲେଖା ହିଁ ମୋର ସବୁବେଳେ ଅଧିକ ପସନ୍ଦ ।

ମୁଁ ପୁଷ୍ପାଞ୍ଜଳୀ ପଟେଲ ଜଣେ ଗୃହଣି। ସ୍ତାନ: କୁଚିଣ୍ଡା, ସମ୍ବଲପୁର। ମୋର ଗୋଟିଏ ଝିଏ ଓ ଗୋଟିଏ ପୁଅ । ଝିଅ ଭୁବନେଶ୍ୱରରେ ରହେ ଓ ପୁଅ କାନାଡାରେ ରହେ। ଆମେ ସ୍ୱାମୀ, ସ୍ତ୍ରୀ ଉଭୟେ କୁଚିଣ୍ଡା ରେ ରହୁ । ମୋତେ ଘର କାମ, ଘର ସଜାସଜି ଓ ରୋଷେଇ ଏ ସବୁ ଭଲଲାଗେ । ଏ ସବୁ ବାହାରେ ସିଲେଇ କରିବା ବି ମୋ ପସନ୍ଦ । ମୁଁ ଯେତେବେଳେ ପିଲାଥିଲି ଯେଉଁ ସ୍ଥାନ କୁ ବୁଲିବାକୁ ଯାଏ ବା କୌଣସି ଜିନିଷ ଦେଖେ ମୋ ମନରେ କିଛି ଭାବନା ଆସେ କିନ୍ତୁ ସେ ଭାବନା ଭାବନା ରେ ରହିଯାଏ । ଏବେ ମୁଁ ଏକା ଥିବାରୁ ଯଥେଷ୍ଟ ସମୟ ମିଳେ । ମୋ ଭାବନା ଓ ଅନୁଭୂତିକୁ ପ୍ରକାଶ କରିବାକୁ ଇଚ୍ଛା ହେଲା । ପ୍ରକୃତି, ପରିବେଷ, ପରିବାର ଏବଂ ସମାଜ ସଚେତନତା ଉପରେ ମୋର ବିଶେଷ ଆଗ୍ରହ, ଯାହାକୁ କବିତା ମାଧ୍ୟମରେ ପ୍ରକାଶ କରିବା ଏବେ ମୋର ପ୍ରୟାସ ।

ଜନ୍ମ:- ୧୯୪୩ । ଶ୍ରୀ ପାଢ଼ୀଙ୍କ ସାହିତ୍ୟକୃତି ଉପରେ ଗବେଷଣା କରି ବିଶ୍ୱବିଦ୍ୟାଳୟରୁ ପିଏଚ୍.ଡି ଏବଂ ଏମ୍.ଫିଲ୍ ଡିଗ୍ରୀ ପ୍ରାପ୍ତ । ଭାରତ ସରକାରଙ୍କ ଦ୍ୱାରା ସେ ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକବି । ତାଙ୍କର ଛାତ୍ର ଜୀବନରୁ ହିଁ କାବ୍ୟ-କବିତା, ହାଇକୁ କବିତା, ଗଳ୍ପ, ଲଳିତ ନିବନ୍ଧ, ଭ୍ରମଣ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ, ଅନୁସୃଜନ ପ୍ରଭୃତି ତାଙ୍କ ସାଧନାର ବିସ୍ତୀର୍ଣ୍ଣ ବିବିଧତା ଓ ବର୍ଣ୍ଣିଳ ବିଭବ । ଶ୍ରୀ ପାଢ଼ୀଙ୍କର ଅନେକ ଗ୍ରନ୍ଥ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ ଏବଂ ତେଲୁଗୁ ଭାଷାରେ ଅନୁବାଦିତ । ତାଙ୍କ ଲଳିତ ନିବନ୍ଧର ଭାଷା ଏବଂ ଉପସ୍ଥାପନର ଶୈଳୀ କାବ୍ୟମୟତାର ଲାଳିତ୍ୟରେ କଲ୍ଲୋଳିତ ।

ଶିକ୍ଷାଗତ ଯୋଗ୍ୟତା:- ଏମ୍.ଏ.(ଇଂରାଜୀ), ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଏମ୍.ଫିଲ୍ । ବୃତ୍ତି:- ଶିକ୍ଷାଦାନ (କଲେଜରେ ଅଧ୍ୟାପନା) । ବର୍ତ୍ତମାନର ଠିକଣା:- ନରଣ୍ଡିଆ, ବାଲିସାଇ, ପୂର୍ବମେଦିନୀପୁର, ପଶ୍ଚିମବଙ୍ଗ-୭୨୧୪୨୩ । ସ୍ଥାୟୀ ଠିକଣା:- ପାଳୁସିଆ, ଦେହୁର୍ଦ୍ଦା, ବାଲେଶ୍ୱର, ଓଡ଼ିଶା-୭୫୬୦୩୬ ।

ଅଧ୍ୟାପକ, ଇଂରାଜୀ ବିଭାଗ, ବିକାଶ କନିଷ୍ଠ ମହାବିଦ୍ୟାଳୟ, ବରଗଡ଼ । ପିତାଙ୍କ ନାମ- ପ୍ରମୋଦ କୁମାର ଦାଶ । ମାତାଙ୍କ ନାମ- ଲିଲି ବାଳା ଦାଶ । ଠିକଣା- ବି/୨୨୯, ସେକ୍ଟର୍-୨, ରାଉରକେଲା-୭୬୯୦୦୬, ଜିଲ୍ଲା-ସୁନ୍ଦରଗଡ (ଓଡିଶା) । ସ୍ଥାୟି ଠିକଣା- ଗ୍ରାମ-ରଙ୍ଗମାଟିଆ, ପୋ-ମଞ୍ଚେଶ୍ୱର, ଭାୟା-ଭୁବନେଶ୍ୱର, ଜିଲ୍ଲା-ଖୋର୍ଧା, (ଓଡିଶା) ।

ପିତା:ପଦ୍ମ ଚରଣ ବିଷୋୟୀ, ମାତା: ଶରସ୍ୱତି ବିଷୋୟୀ । ହାଇଦ୍ରାବାଦରେ ଗୋଟିଏ ଘୋରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଯୁବକ, ସୋସିୟାଲ୍ ମିଡିଆରେ ଅନେକ କବିତା ଓ ସାଏରି ଲେଖିଥିଲେ ମଧ୍ୟ ପତ୍ର ପତ୍ରିକାରେ ଲେଖା ପ୍ରକାଶିତ କରିବା ପାଇଁ ଏହା ମୋର ପ୍ରଥମ ପ୍ରୟସ । ସ୍ଥାୟି ଠିକଣା- ଗ୍ରାମ : ଖରଖରିଆ, ପୋଷ୍ଟ : ବଣଶୋଳା, ଚିକିଟି, ଜିଲ୍ଲା : ଗଞ୍ଜାମ ।

ଠିକଣା- ଢେଙ୍କାନାଳ । ଜନ୍ମ- ୨୩/୦୮/୧୯୯୬ । ବର୍ତ୍ତମାନ ରାଉରକେଲା ସ୍ୱୟଂଚାଳିତ କଲେଜ୍‌ରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ନାତକୋତ୍ତର ଛାତ୍ର । ବିଜ୍ଞାନ ମାଧ୍ୟମରେ ମନୁଷ୍ୟର ପରିବେଶ, ଜୀବନ ଶୈଳୀରେ ପରିବର୍ତ୍ତନ ଆସିଥାଏ ଏବଂ କଳା ମାଧ୍ୟମରେ ମନୁଷ୍ୟର ଭାବନାରେ ପରିବର୍ତ୍ତନ ଘଟିଥାଏ । ସେହି କଳା ମାଧ୍ୟମରେ ସମାଜକୁ ସମାଜ ଆଗରେ ପରିପ୍ରକାଶ କରିବା ମୋର ପ୍ରୟାସ ।

ଜନ୍ମ:- ୧୯୪୯, ସୁବର୍ଣ୍ଣପୁର, ବାଙ୍କୀ । ଗ୍ରାମ:- ଆଙ୍କୁଲା, ଆଠଗଡ଼ । ପିତା:- ଶ୍ରୀ ସଚ୍ଚିଦାନନ୍ଦ ତ୍ରିପାଠୀ, ଅବସରପ୍ରାପ୍ତ ଆଇ.ପି.ଏସ୍. । ମାତା:- ଶ୍ରୀମତୀ ବିଷ୍ଣୁପ୍ରିୟା ଦେବୀ । ଶିକ୍ଷା:- ଢେଙ୍କାନାଳ, ବଲାଙ୍ଗୀର, କଟକ ଓ ବାଣୀବିହାରେ ଶିକ୍ଷାଲାଭ ରାଜନୀତି ବିଜ୍ଞାନରେ ଏମ୍.ଏ. (୧୯୭୦) ଓ ପି.ଏଚ୍.ଡ଼ି (୨୦୧୧) । ବୃତ୍ତି:- ୧୯୭୧ରେ ଅଧ୍ୟାପକ, ରାଜନୀତି ବିଜ୍ଞାନ, ବାଣୀବିହାର । ୧୯୭୨-୭୩ରେ ପ୍ରୋବେସନାରୀ ଅଫିସର୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୧୯୭୩ଠାରୁ ଭାରତୀୟ ପ୍ରଶାସନ ସେବାରେ ଯୋଗଦାନ । ୨୦୦୯ରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କଲାପରେ ରାଜ୍ୟ ନିର୍ବାଚନ କମିଶନର୍, ଓଡ଼ିଶା ଭାବେ ନିଯୁକ୍ତ ।

ଠିକଣା- ଗ୍ରାମ-ରାମଚନ୍ଦ୍ରପୁର, ବ୍ଲକ-ବରୀ, ଜିଲ୍ଲା-ଯାଜପୁର । ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ବ୍ଲକର ଏକ ଛୋଟ ଗ୍ରାମ ରାମଚନ୍ଦ୍ରପୁର ରେ ମୋର ଜନ୍ମ । ନିଜ ଗାଁ ରେ ସ୍କୁଲ ଏବଂ କଲେଜ ରେ ପାଠ ଶେଷ କଲି । ଏବେ ମୁଁ ଭାରତୀୟ ନୌସେନା ରେ କାର୍ଯ୍ୟରତ । ପିଲା ଦିନୁ ସାହିତ୍ୟ ପ୍ରତି ଦୁର୍ବଳତା ଥିଲା । ଏବେ ମୁଁ ଇଗନଉ ମୁକ୍ତ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ପି ଜି କରୁଛି । ନିଜ ପଢ଼ା ଏବଂ ଚାକିରୀ ସହିତ ମୁଁ କବିତା ,ଗଳ୍ପ ଲେଖାଲେଖୀ କରେ । ଅଭ୍ୟାସ-କବିତା ,ଗଳ୍ପ ଲିଖନ ,ସନ୍ତରଣ । ବର୍ତ୍ତମାନ ଠିକଣା- ବିଶାଖାପାଟଣା ଆନ୍ଧ୍ରପ୍ରଦେଶ, ପିନ-୫୩୦୦୧୪ ।

ଗାଳ୍ପିକ ପ୍ରକାଶ ବେହେରା ନିଜ ଗଳ୍ପଗୁଡ଼ିକୁ ନେଇ ଓଡ଼ିଆ ପାଠକ ମହଲରେ ବେଶ୍ ଆଦୃତ । "ଏଠି ଖାଲି ଫୁଲ ରହୁ", ଗଳ୍ପ ପୁସ୍ତକରେ ଗାଳ୍ପିକ ବର୍ତ୍ତମାନ ସମୟକୁ ବର୍ଣ୍ଣିତ କରିଛନ୍ତି । ଆଧୁନିକ ସମାଜରେ ମନୁଷ୍ୟର ବେଗ ବୃଦ୍ଧି ପାଇଥିବା ବେଳେ ତା'ର ଆବେଗର କିପରି ହ୍ରାସ ଘଟିଛି ତାହାର ବର୍ଣ୍ଣନା କରିଛନ୍ତି । ମାନବ ମଧ୍ୟରେ ଅମାନବତାକୁ ଦେଖି ବ୍ୟଥିତ ହେଉଥିବା କୁନି ପିଲାଟି ମନରେ ସବୁ ମଣିଷ ଫୁଲ ଭଳି ଫୁଟି ଉଠିବା ଆଶାଟିଏ ଅଙ୍କୁରିତ ହୋଇଛି । ଏହା ବାସ୍ତବତାକୁ ଇଙ୍ଗିତ କରୁଥିବା ଏକ ଶକ୍ତ ଆଘାତ ନୁହେଁ ତ ଆଉ କ'ଣ ?

ଜନ୍ମସ୍ଥାନ- ଭଦ୍ରକ ଜିଲ୍ଲା ତିହିଡ଼ିଗ୍ରାମ, ଜନ୍ମତାରିଖ- ୧୧/୦୧/୧୯୬୧ । ଯୋଗ୍ୟତା- ଆଇ.ଏ. ଉତ୍କଳ ବିଶ୍ୱବିଦ୍ୟାଳୟ । ପିତା- ୰ ଉଦୟନାଥ ପଣ୍ଡା ଓ ମାତା- ୰ ଜାଗିରୀ ଦେବୀ । ବର୍ତ୍ତମାନ ସ୍ଥାୟୀ ଠିକଣା- ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା, ଗ୍ରାମ- ଅଚ୍ୟୁତପୁର, ପୋ- ଅଚ୍ୟୁତପୁର, ଜି- ବାଲେଶ୍ୱର ।

ଜନ୍ମ - ତା ୦୨/୦୭/୧୯୩୬ ରିଖ । ପିତା - ଶ୍ରୀ କାହ୍ନୁଚରଣ ମିଶ୍ର । ମାତା - ଶ୍ରୀମତୀ କେତକୀ ଦେବି । ଶିକ୍ଷା - ବି.ଏସସି, ରେଭେନ୍ସା କଲେଜ୍, ୨ବର୍ଷ ପେପର୍ ଟେକ୍ନୋଲୋଜିରେ ଟ୍ରେନିଂ, ଟିଟାଘୁର ପେପର୍ ମିଲ୍, ପେପର୍ ଟେକ୍ନୋଲୋଜିରେ ଟ୍ରେନିଂ, ଇନଷ୍ଟିଚ୍ୟୁଟ୍ ଅଫ୍ ପେପର୍ ଟେକ୍ନୋଲୋଜି ଗ୍ରେନ୍ସବାଚ,(ଓ୍ୱେ)ଜର୍ମ୍ମାନୀ । ଚାକିରୀ ଜୀବନ - ଜେ.କେ. ପେପର୍ ମିଲ୍‌ରେ ୧୨ବର୍ଷ ଉଚ୍ଚ ପଦବୀରେ କାମ, ଇରାନ୍ ଓ ନାଇଜେରୀୟାରେ କ୍ରମାଗତ ଦଶବର୍ଷ ଉଚ୍ଚକୋଟିର କାଗଜ ପ୍ରସ୍ତୁତି ଓ ବିଦେଶୀ ଯୁବକ ମାନଙ୍କୁ କାଗଜ ନିର୍ମାଣ କୌଶଳ ଶିକ୍ଷା ଦେବାର ଅଭିଜ୍ଞତା । ପୁନଃ ଜେ.କେ. ପେପର୍ ମିଲ୍ (ଓଡ଼ିଶା), ଷ୍ଟାର୍ (ୟୁ.ପି.) ଓ ଶ୍ରୀ ଭଓ୍ୱାନୀ (ୟୁ.ପି.) ରେ କାର୍ଯ୍ୟରତ । ପେପର କନ୍‌ସଲ୍‌ଟାଣ୍ଟ୍‌ ଭାବେ କାଗଜ ଶିଳ୍ପ ସେବାରେ ସମୟ ନିୟୋଜିତ । ରୂଚି - ଲେଖା ଲେଖି ଚିତ୍ର ଅଙ୍କନ ମୋର ଆଗ୍ରହ । ସନ୍ଦେଶଃ - "ଆମେ ଓଡ଼ିଆ" ର ଆଗ୍ରହ ଓ ଉତ୍ସାହରେ ଆମେ ପ୍ରଭାବିତ, ପାଠକ ପାଠିକା ମାନେ ଆମ କୃତିକୁ ଯଦି ପସନ୍ଦ କରି ଆନନ୍ଦ ପାଆନ୍ତି ଆମେ ଉପକୃତ ହେବୁ ।

ଠିକଣା - ଶାଖା ପରିଚାଳକ, ସଦର ଶାଖା, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ, ବୌଦ୍ଧ । ଘର - ବଘିଆପଡ଼ା, ସରସରା, ବୌଦ୍ଧ-୭୬୨୦୨୬ ।

ପିତା - ୰ଶ୍ରୀ ହରେକୃଷ୍ଣ ସ୍ୱାଇଁ । ଜନ୍ମ ତାରିଖ - ତା୮-୩-୧୯୭୦ । ଠିକଣା-ଗ୍ରା - ପୁରୁଷୋତ୍ତମପୁର, ପୋ-ମାର୍ଶାଘାଇ, ଜି - କେନ୍ଦ୍ରାପଡ଼ା-୭୫୪୨୧୩ । ଶିକ୍ଷା - ବାଣିଜ୍ୟ ଓ ଆଇନରେ ସ୍ନାତକ ବୃତ୍ତି । ପେଷା - ଭାରତୀୟ ଜୀବନ ବୀମାର ଅଭିକର୍ତ୍ତା । ରୂଚି - ମୁକ୍ତ ପେଷା ସାମ୍ୱାଦିକତା, କବିତା ଓ ଗଳ୍ପ ଲେଖିବା ।

ପିତାଙ୍କ ନାମ:- ଶ୍ରୀଯୁକ୍ତ ରବୀନ୍ଦ୍ର ମଳିକ୍ । ମାତାଙ୍କ ନାମ:- ଶ୍ରୀମତୀ ରେଖା ମଳିକ୍ । ଠିକଣା:- ବାଛରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା । ଜନ୍ମ:- ୨୦/୦୫/୧୯୯୫ । ମୋର ପିତା ଜଣେ ନିମ୍ନ ଧରଣର କୃଷକ ହୋଇଥିବା ବେଳେ ମାତା ଜଣେ ସ୍ୱଗୃହିଣୀର କାର୍ଯ୍ୟ ତୁଲାଉଛନ୍ତି । ସ୍କୁଲ୍ ଜୀବନ ମଣ୍ଡପଡ଼ାର ଭଜନେଶ୍ୱର ଉଚ୍ଚ ବିଦ୍ୟାଳୟରେ ବିତାଇ, ଯୁକ୍ତ ଦୁଇ (କଳା) ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ୨୦୧୨ରେ ଉତ୍ତୀର୍ଣ୍ଣ ହେଲା ପରେ ପୁନଶ୍ଚ ଯୁକ୍ତ ତିନି(କଳା) ଶିକ୍ଷା(ସମ୍ମାନ) ରଖି ୨୦୧୫ ମସିହାରେ ସଫଳତାର ସହ କୃତକାର୍ଯ୍ୟ ହେଲି । ମୋର ପାରିବାରିକ ସଙ୍କଟ ଓ ଆର୍ଥୀକ କ୍ଷେତ୍ରରେ ଦୁର୍ବଳତା ହେତୁ ମୋର ପାଠପଢ଼ା ଆଗକୁ ଅଗ୍ରସର ହୋଇପାରିନାହିଁ । ଉତ୍ତର ପ୍ରଦେଶର ଘଜିଆବାଦ (କେନ୍ଦ୍ରଶାସିତ ଅଞ୍ଚଳ)ରେ ଜଣେ ସର୍ଭେୟର ରୂପେ କାର୍ଯ୍ୟ କରୁଅଛି ।

ଜନ୍ମ ୨୩ ଜୁଲାଇ ୧୯୪୨ ମସିହାରେ କେନ୍ଦ୍ରାପଡ଼ା ସହରରେ ଜନ୍ମଗ୍ରହଣ କରିଛନ୍ତି । ପିତା କୁଞ୍ଜ ବିହାରୀ ଦାସ ଜଣେ ବିଶିଷ୍ଟ ଆଇନଜୀବି ଥିଲେ । ଶ୍ରୀଯୁକ୍ତ ଦାସ ୧୯୫୭ ମସିହାରେ କେନ୍ଦ୍ରାପଡ଼ା ହାଇସ୍କୁଲ୍‌ରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ କରିଥିଲେ । ଏହା ପରେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଇଣ୍ଟରମିଡ଼ିଏଟ୍ ପାସ୍ କରିଛନ୍ତି । ୧୯୬୪ ମସିହାରେ ବିଜେବି କଲେଜରୁ ନାଟକ ଓ ୧୯୬୬ ମସିହାରେ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ଆଇନଜୀବି ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନେକ ସାହିତ୍ୟ ଅନୁଷ୍ଠାନ ସହ ବାଙ୍କ ବିହାରୀ ଦାସ ସମ୍ପୃକ୍ତ । ସାହିତ୍ୟ ତାଙ୍କର ନିଶା । ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ "ଶ୍ରାବଣୀ ଅପା", "ଫିକା ଫଗୁଣ" ତାଙ୍କ ଦ୍ୱିତୀୟ ଗଳ୍ପ ସଙ୍କଳନ ।

ବୃତ୍ତି:- ରାଉରକେଲା ଇସ୍ପାତ କାରଖାନାରେ ଆସିଷ୍ଟାଣ୍ଡ୍ ମ୍ୟାନେଜର୍ । ଜିଲ୍ଲା:- ରାଉରକେଲା ।

ଜନ୍ମ:- ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ ହଂସପଡ଼ା ଗ୍ରାମରେ । ସ୍ୱାମୀ:- ଶ୍ରୀ ସରୋଜ କୁମାର ପାଣିଗ୍ରାହୀ (କମ୍ପ୍ୟୁଟର ଇଞ୍ଜିନିୟର୍) । ପିତା:- ଶ୍ରୀ ସୁରେନ୍ଦ୍ରନାଥ ପଣ୍ଡା । ମାତା:- ଶ୍ରୀମତୀ ପ୍ରତୀମା ପଣ୍ଡା । ବର୍ତ୍ତମାନର ଠିକଣା:- ହ୍ୱାଇଟ୍ ଫିଲ୍ଡ୍, ବାଙ୍ଗାଲୋର । ରୁଚି:- ବହିପଢ଼ା ମୋର ନିଶା, ଲେଖାଲେଖି ମୋ ଜୀବନ, ନିଜକୁ ଜାଣିବା ମୋର ଶ୍ରେଷ୍ଠ ପ୍ରୟାସ । ବାଣୀବିହାରରୁ କମ୍ପ୍ୟୁଟର ଆପ୍ଲିକେସନ୍ରେ ମାଷ୍ଟର ଡିଗ୍ରୀ (ଏମ୍‌ସିଏ) କରି କେତେକ ମଲଟିନ୍ୟାସନାଲ୍ କମ୍ପାନୀରେ କାମ କରିଛି । ଏବେ ପାରିବାରିକ ଆବଶ୍ୟକତା ଯୋଗୁଁ ଜଣେ ଗୃହିଣୀ । କଲେଜ୍ ବେଳଠୁ ଲେଖାଲେଖି କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୋ ଲେଖା ସଠିକ୍ ପରିଚୟ ପାଇପାରିନି, ମାତ୍ର ଲେଖିବାରୁ ନିଜକୁ କେବେ ବିରତ କରିନି । ପାଠପଢ଼ିବା ବେଳେ, ଅଧ୍ୟାପନା କରିବା ସମୟରେ ମୋ ଲେଖା (ଗଳ୍ପ, କବିତା) କଲେଜ୍ ମାଗାଜିନ୍‌ରେ ଛପାଯାଇଥିଲା । ମୁଁ କବି ସମ୍ମିଳନୀ ମଧ୍ୟ ଯାଉଥିଲି ମାତ୍ର ସମୟର ଉତ୍ଥାନ ପତନରେ ସେସବୁ କମିଗଲେ ମଧ୍ୟ ଲେଖା ମାଧ୍ୟମରେ ନିଜକୁ ସମ୍ପୂର୍ଣ୍ଣରୂପେ ପରିପ୍ରକାଶ କରିବାର ପ୍ରୟାସ ଜୀବନର ପ୍ରତିଟି ମୁହୂର୍ତ୍ତରେ ଜାରି ରହିଛି ଓ ରହିଥିବ ।

ଜନ୍ମ:- ପୁରୀ । ଠିକଣା:- ହୈଦରାବାଦ, ତେଲେଙ୍ଗାନା । ବ୍ୟବସାୟ:- ଇଞ୍ଜିନିୟର୍ । ରୁଚି:- ଲେଖିବା, ଗୀତ ଗାଇବା ।

କବିତା ଲେଖିବା ଆଉ ନିଶ୍ୱାସ ନେବା . ଏଇ ଦୁଇଟି ଯାକ କଥା ପ୍ରାୟ ସମାନ ମୋ ନଜରରେ । ୨୦୦୫ ମସିହାଠାରୁ ମୁଁ ଲେଖା ଲେଖି ପ୍ରତି ଆକୃଷ୍ଟ ହେଲି । ନିଜ ବ୍ୟସ୍ତ ଜୀବନ ଭିତରୁ କିଛି ସମୟ ପାଇଗଲେ ମୁଁ ବସିଯାଏ ଲେଖିବାକୁ କବିତା । ସମ୍ପ୍ରତି ଜଣେ Software Developer ଭାବେ bengalru ରେ କାର୍ଯ୍ୟରତ ଥିଲେ ବି କବିତା ଲେଖିବା ଭୁଲି ନାହିଁ । କବିତା ସହିତ ଅଣୁଗଳ୍ପ ଲେଖିବାକୁ ମଧ୍ୟ ମୋତେ ଭଲ ଲାଗେ ।

ଠିକଣା:- ପଣ୍ଡା ସାହି , କୋଦଳା, ଜିଲ୍ଲା -ଗଞାମ ପିନ -୭୬୧୦୩୨

କଟକ ରେଭେନ୍ସା କଲେଜରୁ ଓ ପୁରୀ ସାମନ୍ତ ଚନ୍ଦ୍ର ଲେଖର ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ ପରେ, କଲିକତାର Institute Of Cost Accountantରୁ ଗ୍ରାଜୁଏସନ୍ ଓ ପରେ ପରେ ସେହି Institute ର Associate ଏବଂ Fellow ମେମ୍ବର ଭାବେ ସ୍ୱୀକୃତି ଲାଭ । ଭାରତ ସରକାରଙ୍କ ଅଧୀନରେ Indian Oil Corporationରେ ୧୯୯୦ ମସିହାରୁ କାର୍ଯ୍ୟରତ । ବର୍ତ୍ତମାନ ଏହି ସଂସ୍ଥାଲର General Manager (Finance) ଭାବେ ନିଉ ଦିଲ୍ଲୀରେ ଅବସ୍ଥାପିତ । ଛୋଟବେଳୁ ଲେଖା ଲେଖିରେ ବିଶେଷ ରୁଚି ଥିବା ସତ୍ୱେ, ଦୀର୍ଘ ୩୫ ବର୍ଷ ଧରି ଓଡ଼ିଶା ବାହାରେ ରହୁଥିବାରୁ, ସାମୟିକ ଭାବେ ବିଭିନ୍ନ ପତ୍ର ପତ୍ରିକାରେ ନିଜର କବିତା ପ୍ରକାଶ କରିବାର ସୁଯୋଗ ପାଇଛି । ୧୯୮୦ ମସିହାରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟଲର ଲିଟେରାରୀ ଚାମ୍ପିୟନ୍ ଭାବେ ପୁରସ୍କାର ପ୍ରାପ୍ତ । ମୋର ପିତା କବି ଶ୍ରୀ ମାୟାଧର ଦାସ ଏବଂ ଅଗ୍ରଜଃ ଓଡିଆ ପ୍ରଧ୍ୟାପକ ଡକଟର ବଳରାମ ଦାସଙ୍କ ପ୍ରେରଣାହିଁ ମୋ କାବ୍ୟ ପ୍ରତିଭାର ସ୍ୱତଃସ୍ପୂର୍ତ ଉତ୍ସ ।

ଜନ୍ମ- ୨୦.୩.୧୯୭୪, କଟକ । ଠିକଣା- ମୁଁ ଭେଷଜ ବିଜ୍ଞାନ ( ମେଡ଼ିସିନ୍)ରେ ସ୍ପେଶାଲିଷ୍ଟ୍ ଭାବରେ ଜେ. ଏନ୍. ମେଡ଼ିକାଲ୍ କଲେଜ୍ (ମହାରାଷ୍ଟ୍ର, ବର୍ଧା)ରେ ଅଧିଷ୍ଠୀତ ।

ମୁନ୍ନା ଡିଜିଟାଲ୍ ଷ୍ଟୁଡ଼ିଓ, ଓଲ୍‌ଡ ଟାଉନ୍, ଗୁଣୁପୁର ।

ଜନ୍ମ-ତା୨୩ଜୁନ୍୧୯୭୫ । ମାତା-୰ସତ୍ୟଭାମା ସାମନ୍ତରାୟ, ପିତା-୰ଦୟାନିଧି ସାମନ୍ତରାୟ । ଠିକଣା-ଦିସା ଆୟୁର୍ବେଦ ଭବନ, ବଡ଼ ପଡ଼ିଆ, ପାରାଦ୍ୱୀପ ।

ନିଜ ଗ୍ରାମ ସ୍କୁଲ, କଳ୍ପତରୁ ଉଚ୍ଚ ବିଦ୍ୟାପୀଠରୁ ଅଧ୍ୟୟନ ପରେ, ଭଦ୍ରକ୍ ମହାବିଦ୍ୟାଳୟ ରେ +୨ ଓ +୩ ବିଜ୍ଞାନ, IMIT କଟକରେ MBA- Marketing ସମାପନକରି ଦୀର୍ଘ ୧୬ ବର୍ଷ ହେବ ସୁଦୂର ମୁମ୍ବାଇରେ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଅଧୁନା Business Consultant- Nano Coating ଭାବେ ମୁମ୍ବାଇ ରେ ଅବସ୍ଥାପିତ । ଛୋଟବେଳୁ ସାହିତ୍ୟ ପ୍ରତି ଆକର୍ଷଣ ଥିବାରୁ ଅନେକ ଅନ୍ତଃସ୍କୁଲ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ । ମୋର ପିତା ଅବସରପ୍ରାପ୍ତ ଶିକ୍ଷକ ଶକ୍ତିଧର ନାୟକ ଓ ପୂଜ୍ୟ ସାରସ୍ୱତ ସାଧକ ପ୍ରଜ୍ଞାପୁରୁଷ ମନୋଜ ଦାସଙ୍କର ଦିବ୍ୟ ପ୍ରତିଭା ହିଁ ମୋର ସାହିତ୍ୟ ଯାତ୍ରାରେ ପ୍ରେରଣାର ସ୍ୱତଃସ୍ପୂର୍ତ ଉତ୍ସ । କିଛି ଦିନ ହେବ ମୋର କିଛି ଗଳ୍ପ ଓ କବିତା ବିଭିନ୍ନ ପତ୍ରିକା ଓ ଡିଜିଟାଲ ଫୋରମ୍‌ରେ ପ୍ରକାଶିତ ହୋଇଛି ଓ ଅନେକ ସାହିତ୍ୟ ପ୍ରେମୀ ପାଠକମାନଙ୍କ ର ସାଧୁବାଦ ସାଉଁଟିପାରିଛି ।

ମାତାଙ୍କ ନାମ- କଳ୍ପନା ସାମଲ, ପିତାଙ୍କ ନାମ- ଗଣଶ୍ୟାମ ସାମଲ । ଜନ୍ମ ତାରିଖ- ୧୭ ମେ ୧୯୮୮ । ଠିକଣା- ମାଳଦା, ଭଦ୍ରକ, ୭୫୬୧୨୦ । ଶିକ୍ଷାଗତ ଯୋଗ୍ୟତା- ସ୍ନାତକ । ମୋର କବିତା ଗୁଡି଼କ ୨୦୦୫ ରୁ ବିଭିନ୍ନ ପତ୍ର ପତ୍ରିକା ଓ ଖବର କାଗଜ ରେ ପ୍ରକାଶ ହୋଇଆସୁଅଛି I ମୁଁ ୧୧ ବର୍ଷ ହେଲା ବାହାର ଦେଶରେ କାଯ୍ୟରତ ଥିଲେବି ମୋ ଦେଶ, ମୋ ରାଜ୍ୟ, ମୋ ଗାଁ କୁ ମୋର ପ୍ରାଣ ବୋଲି ଭାବେ I ମୋ ଓଡ଼ିଆ ଭାଷା ସବୁଠି ମିଠା । ଜୟ ଓଡିଶା । ଜୟ ଜଗନ୍ନାଥ ।

ଠିକଣା - ଦେବେନ୍ଦ୍ରପୁର , ପୋ-ଅଭଣା, ଜିଲ୍ଲା-ବାଲେଶ୍ୱର, ପିନ୍-୭୫୬୦୫୧ । ବାଲେଶ୍ୱର ଜିଲ୍ଲା ବାହାନଗା ନିକଟସ୍ତ ଦେବେନ୍ଦ୍ର ପୁର ଗ୍ରାମରେ ୧୯୯୯ ମସିହା ଅଗଷ୍ଟ ମାସ ୫ ତାରିଖରେ ଜନ୍ମ । ପିତା ହେମନ୍ତ କୁମାର ପତି, ମାତା କାଜଲ ପତି । ଛୋଟ ବେଳୁ ସାହିତ୍ୟ ବିଷୟରେ ସ୍ୱଳ୍ପ ଧାରଣାକୁ ନେଇ ମୋର ସାହିତ୍ୟ ପ୍ରତି ଆସକ୍ତି ବଢାଇବାରେ ଲାଗିଛି । ମୋର ଗଳ୍ପ ଓ କବିତା ଗୁଡିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲାଗି ଚେଷ୍ଟିତ । ବର୍ତ୍ତମାନ ମୁଁ ରେମୁଣା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ୨ୟ ବର୍ଷ ର ଛାତ୍ରୀ ଅଟନ୍ତି ।

ବର୍ତ୍ତମାନ ଜଣେ ପିଏଚ୍‌ଡି ଛାତ୍ରୀ, ଜନ୍ମସ୍ଥାନ କେନ୍ଦ୍ରାପଡା ଜିଲ୍ଲା ହେଲେ ବର୍ତ୍ତମାନ ପରିବାର ସହିତ ଭୁବନେଶ୍ୱରରେ ବସବାସ କରୁଛି, ଦିନ ରାତି ପ୍ରୟୋଗଶାଳାରେ କାର୍ଯ୍ୟରତ ରହିଲେ ମଧ୍ୟ ଏହି ବ୍ୟସ୍ତ ଜୀବନରେ କିଛି ଗୋଟେ ଅଧୁରା ଲାଗେ । ମୋତେ ଏମିତି ଲାଗେ ଯେମିତି ସବୁ ଥାଇ ବି କିଛି ଗୋଟେ ନାହିଁ, ଆଉ ସେତେବେଳେ କାଗଜ କଲମ କୁ ମୋ ମନ କଥା କହିଦିଏ ଆଉ ପ୍ରକାଶ କରେ ମୋ ଭାବନା, ଲେଖାଦ୍ୱାରା ନିଜ ଭିତରେ ଚାପି ଦେଇଥିବା କିଛି କଥାକୁ ପ୍ରକାଶ କରିବାର ମୋର ଏହା ଏକ ଛୋଟ ପ୍ରୟାସ ମାତ୍ର ।

୨୦୦୨ ମସିହା ମାର୍ଚ୍ଚ ୨୦ ତାରିଖରେ କଟକ ଜିଲ୍ଲାର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଝାଜିଆ ଗ୍ରାମର ଶ୍ରୀଯୁକ୍ତ ଯୁଗଳ ପାଣି ଏବଂ ମମତା ପାଣିଙ୍କ ର ଦ୍ଵିତୀୟ ତଥା କନିଷ୍ଠ ସୁଯୋଗ୍ୟ ସନ୍ତାନ ଶ୍ରୀମାନ ସୁଦିପ୍ତ ପାଣି । ରେଭେନ୍ସା ବିଶ୍ଵ ବିଦ୍ୟାଳୟ, କଟକ ଓଡ଼ିଆ ବିଭାଗରେ ୨୦୨୨ ମସିହାରେ ସ୍ନାତକ ହାସଲ କରି ବର୍ତ୍ତମାନ ଉଦୟନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ, କଟକରେ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଧରିତ୍ରୀ, ଧ୍ଵନି ପ୍ରତିଧ୍ଵନି, ମାତୃଭାଷା ଆଦି ଓଡ଼ିଆ ସମ୍ବାଦପତ୍ରରେ ତାଙ୍କ ରଚିତ ଅନେକ କବିତା ପ୍ରକାଶିତ ହୋଇଛି । ସେ ଭବିଷ୍ୟତରେ ଓଡ଼ିଆ ବିଭାଗର ଜଣେ ସୁନାମଧନ୍ୟ ଅଧ୍ୟାପକ ତଥା କବି ଏବଂ ଗାଳ୍ପିକ ହେବାର ଉଚ୍ଚାଭିଳାଷ ରଖି ତାଙ୍କ ଅଧ୍ୟୟନ ଏବଂ ଅଧ୍ୟବସାୟ ଦିଗରେ ଅଗ୍ରସର ହେଉଛନ୍ତି ।

ଜନ୍ମ ତାରିଖ:- ୨୩ ଜୁନ୍ ୧୯୯୩ । ପିତା:- ପୁରୁଷୋତ୍ତମ ପାତ୍ର । ମାତା:- ହେମଲତା ପାତ୍ର । ବୃତ୍ତି:- ଇଞ୍ଜିନିୟରି । ଶିକ୍ଷାଗତ ଯୋଗ୍ୟତା:- ବି.ଟେକ୍ । ଠିକଣା:- ଯାଜପୁର । ରୁଚି:- କବିତା ଲେଖା, ବହି ପଢ଼ିବା, ନୃତ୍ୟ ଏବଂ ସଙ୍ଗୀତ ।

ପିତାଙ୍କ ନାମ:- ଚନ୍ଦ୍ରଶେଖର ପଣ୍ଡା । ଶିକ୍ଷାଗତ ଯୋଗ୍ୟତା:- ଏମ୍ ଏ ଇନ୍ ଏଜୁକେସନ୍ । ଠିକଣା:- ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ।

ଠିକଣା : ନୂଆସାହି, ପାଟରଙ୍ଗା, ଯାଜପୁର । ବିଶ୍ୱରେ ନାନା ପ୍ରଜାତିର ଜୀବନ ମଧ୍ୟରୁ ମନୁଷ୍ୟ ଶ୍ରେଷ୍ଠ ଏବଂ ଶିକ୍ଷାର୍ଥୀ । ସର୍ବଦା ସୁଶିକ୍ଷା ପାଇବା ଏବଂ ଅନ୍ୟକୁ ସୁଶିକ୍ଷା ପ୍ରେରଣ କରିବାରେ ମୁଁ ସର୍ବଦା ଚେଷ୍ଠିତ । ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ରାଉତ ଓ ଶ୍ରୀମତୀ ସୁଭଦ୍ରା ରାଉତଙ୍କ ଏକ ମାତ୍ର ସୁପୁତ୍ର । ହାଇ ସ୍କୁଲ ଜୀବନୀକୁ ଅତିବାହିତ କରି ସାରିବା ପରେ ଏକ ଯନ୍ତ୍ର ଗଠିତ ମହା ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲରେ କାର୍ଯ୍ୟରତ । ଏକ ବ୍ୟସ୍ତ ବହୁଳ ଯିବନି ଅତିବାହିତ କରୁଥିଲେ ମଧ୍ୟ ଆବାଲ୍ୟରୁ ମୋ ହୃଦୟରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଥିବା ଅହେତୁକ ଦୁର୍ବଳତା ଓ ସମ୍ମାନ ମୋତେ ବାଧ୍ୟକରେ ସମକାଳୀନ ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇବାର ଦୌଡରୁ ନିଜକୁ ଦୁରେଇ ରଖି ଅବସର ସମୟରେ ଓଡ଼ିଆ ସାହିତ୍ୟ ସାଧନାରେ ବ୍ରତୀ ରହିବାକୁ । ଏ ପର୍ଯ୍ୟନ୍ତ ମୋର ପଞ୍ଚଶହରୁ ଉର୍ଦ୍ଧ୍ଵ ଲେଖା...କବିତା ଓ ଗଳ୍ପ, ପ୍ରବନ୍ଧ ଆଦି ଅନେକ ସାପ୍ତାହିକ ଏବଂ ମାସିକ ପତ୍ରିକାରେ ପ୍ରକାଶିତ ହୋଇ ସାରିଲାଣି... ମୋର ପ୍ରତେକଟି ଲେଖାରେ ସମାଜ ନିମନ୍ତେ କିଛି ସଚେତନତା ସୃଷ୍ଟି କରିବାରେ ସେ ଚେଷ୍ଟିତ । ନିଜ ଜୀବନକୁ ଗୋଟିଏ ଦିଗରେ ସଙ୍କୁଚିତ ନ କରି ନିଜର ମୁଖ୍ୟ ପେସା ସହିତ ସାହିତ୍ୟ ଚର୍ଚ୍ଚା ଚିତ୍ର ଉତ୍ତୋଳନ ଓ କବିତା, ଗଳ୍ପ, ପ୍ରବନ୍ଧ ଲେଖିବାରେ ମଧ୍ୟ ମୁଁ ରୁଚି ରଖିଛି ।

ଜନ୍ମ- ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ରାୟଚକ୍ରଧରପୁର ଗ୍ରାମରେ । ସ୍ୱାମୀ- ଶ୍ରୀ ଶଶାଙ୍କ ଶେଖର ମିଶ୍ର, ବୀରନରସିଂହପୁର, ପୁରୀ । ସାମ୍ପ୍ରତିକ ଅବସ୍ଥାନ- ଏସ୍-୩-୨୬୬/୨୬୭, ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱେର -୨୧ ।

ବୃତ୍ତି:- ଅଧ୍ୟକ୍ଷ, ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ । ଠିକଣା : ସଭାପତି, ଘୁମୁସରର ସ୍ୱର, ବାଲିପଦର, ଗଂଜାମ ।

ବାପା- କିଶୋର ଚନ୍ଦ୍ର ଦାସ, ମା- ଲକ୍ଷ୍ମୀପ୍ରିୟା ଦାସ । ବୃତ୍ତି: ଦାର୍ଶନିକ ଗବେଷଣା ଛାତ୍ରୀ, ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ କାନପୁର, ଉତ୍ତର ପ୍ରଦେଶ । ରୁଚି- କବିତା ଲେଖିବା, ଦାର୍ଶନିକ ବହି ପଢ଼ିବା, ଯାତ୍ରାସ୍ଥଳ ବୁଲାବୁଲି କରିବା ।

(ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରୀ ) । ପିତା - ୰ ଶ୍ରୀ ସୁବନି ଚରଣ ରାଉତ, ମାତା - ଶ୍ରୀମତୀ ରୂପେଇ ରାଉତ । ଜନ୍ମ - ତା ୦୫ ଅପ୍ରିଲ ୧୯୭୮ ମସିହା । ଗ୍ରାମ - ବିରସ୍ୱତୀ, ପୋ: ଅ:- ଶ୍ରୀ ବଳଦେବ ଜୀଉ - ୭୫୪୨୧୨, ଜିଲ୍ଲା - କେନ୍ଦ୍ରାପଡ଼ା । ରୂଚି - ଟିଭି ଦେଖିବା, କବିତା ଲେଖିବା, ସମୟ ମିଳିଲେ ଭିନ୍ନ ଭିନ୍ନ ଖାଦ୍ୟ ରୋଷେଇ କରିବା ।

ଠିକଣା - ଗ୍ରାମ - ରାମଦାସପୁର, ପୋଷ୍ଟ- କୋଲଣଗିରି, ଭାୟା - ଇନ୍ଦୁପୁର, ଜିଲ୍ଲା - ଯାଜପୁର, ପିନ୍ -୭୫୪୨୧୪ । କବି ଅଭିଷେକ ମହାପାତ୍ର ଙ୍କର ଜନ୍ମ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା କୋଲଣଗିରି ପୋଷ୍ଟ ଅନ୍ତର୍ଗତ ରାମଦାସପୁର ଗ୍ରାମରେ । ପିତା ଶୁଶିଷ ମହାପାତ୍ର ଏବଂ ମାତା ଅନୁପମା ସାମଲ ଙ୍କର ସେ ଅଟନ୍ତି ଏକମାତ୍ର ପୁତ୍ର । ତାଙ୍କର ଜନ୍ମ ୨୦୦୦ ମସିହା ଜୁନ ୩ ତାରିଖ ରେ , ସେ ଅବସର ସମୟରେ ବିଭିନ୍ନ ଭାଷାର କବିତା ପଢିବା ପାଇଁ ପସନ୍ଦ କରନ୍ତି ।

ବଡବଜାର, ପୋ.ଜି – ଜଗତସିଂହପୁର, ଓଡିଶା – ୭୫୪୧୦୩ । ପେଶା ଅଧ୍ୟାପନା । ପିଲାଦିନରୁ ଲେଖାଲେଖିରେ ରୁଚି ରହିଛି । କିଛି ଗଳ୍ପ କବିତା ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ପ୍ରକାଶିତ । ଇଂରାଜୀ, ଓଡିଆ ଏବଂ ହିନ୍ଦୀରେ ଲେଖାଲେଖି କରିବାର ଦକ୍ଷତା ରହିଛି । ଡିଜିଟାଲ ଆର୍ଟରେ ବିଶେଷ ଦକ୍ଷତା ରହିଛି । ଫଟୋଗ୍ରାଫି ପାଇଁ ୧୯୯୭ ମସିହାରେ ଓଡିଶା ଲଳିତକଳା ଏକାଡେମୀ ଦ୍ୱାରା ରାଜ୍ୟ ପୁରସ୍କାର ପ୍ରାପ୍ତ । ଅଧୁନା ଅଳକା ମହାବିଦ୍ୟାଳୟ, ଜଗତସିଂହପୁରରେ ବରିଷ୍ଠ ଇଂରାଜୀ ଅଧ୍ୟାପକ ରୁପେ କାର୍ଯ୍ୟରତ ।

ଗବେଷୀକା ,ଇତିହାସ ବିଭାଗ ,ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ । ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ମୋର ଲେଖା ସମ୍ବାଦ, ଭୂମିକା, ସାହିତ୍ୟ ପତ୍ର କଳାହାଣ୍ଡି ଏବଂ ବଲାଙ୍ଗିରରେ ପ୍ରକାଶ ପାଇଥିଲା । ତା ଛଡା ମୁଁ All Odisha Inter College Literature ପ୍ରତିଯୋଗିତାରେ ଦୁଇ ଥର ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲିଟେରାରୀ ଚମ୍ପିଅନ ଥିଲି । ୨୦୧୩ ମସିହାରେ 'କଥା' ସମ୍ବାଦ ଦ୍ୱାରା ଅନୁଷ୍ଠିତ ହେଉଥିବା ନବପ୍ରତିଭା ବିଶେଷାଙ୍କ ପ୍ରତିଯୋଗିତାର ବିଜେତା ଥିଲି । ୨୦୧୬ ରେ ମୁଁ UGC ଦ୍ୱାରା ମନୋନିତ ହୋଇଥିବା ଜଣେ ଗବେଷିକା । ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗଭେଷଣା କରୁଛି । ଏ ଯାଏଁ ମୋର ତିନୋଟି ଗବେଷଣା ମୂଳକ ଲେଖା ଆନ୍ତର୍ଜାତିକ ଗବେଷଣା ପତ୍ରିକା (JETIR ) ରେ ସ୍ଥାନ ପାଇଛି । ଗବେଷଣା ଭିତରେ ବି ସାହିତ୍ୟକୁ ମୋ ଠୁଁ କାଢ଼ି ପାରିନି ।

ମାର୍ଫତ- ଗାନ୍ଧି ପଣ୍ଡା, କଳାଘର, ଲେମ୍ବୋ, ଡାକ- ଅଲରା, ନରସିଂହପୁର, କଟକ- ୭୫୪୦୩୨ । ଜନ୍ମ: ତା୨୮/୦୯/୧୯୮୧ । ଜଣେ ଲୋକପ୍ରିୟ ହାସ୍ୟକବି । ଉପସ୍ଥାପକ ଓ ସ୍ତମ୍ବକାର । ଭାରତର ବିଭିନ୍ନ ସ୍ଥାନରେ କବିତା ପାଠ । ଅଧିକାଂଶ ଖବରକାଗଜ, ପତ୍ରପତ୍ରିକା, ରେଡିଓ ଓ ଟିଭି ଚାନେଲରେ ହାସ୍ଯରଚନା ପ୍ରକାଶିତ ଓ ପ୍ରଚାରିତ । ୧୬ ଖଣ୍ଡ ପୁସ୍ତକ ରଚନା ସହ ହସ ଏକ୍ସପ୍ରେସ ଓ ସାପ୍ତାହିକ ନିଆଁଖୁଣ୍ଟାର ସମ୍ପାଦନା କରିଛନ୍ତି !

ଠିକଣା - ୬୪୩, ସେକ୍ଟର -୩, ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର । ଖୋର୍ଦ୍ଧା ଜିଲ୍ଲାର ବଡ଼ପଦର ଗ୍ରାମରେ ୧୯୯୩ ମସିହାରେ ଜନ୍ମ । ସମାଜବିଜ୍ଞାନରେ ସ୍ନାତକୋତ୍ତର ପରେ ଭୁବନେଶ୍ୱରର ଏକ ସାମାଜିକ ଗବେଷଣାକେନ୍ଦ୍ରରେ ସହଯୋଗୀ ଗବେସିକା ଭାବରେ କାର୍ଯ୍ୟରତ । ରୁଚି-ପଢାପଢି, ଗୀତ ଶୁଣିବା ଓ ଗିଟାର ବଜାଇବା । ପିଲାଦିନରୁ ସାହିତ୍ୟ ପଢିବାପାଇଁ ଅହେତୁକ ଦୁର୍ବଳତାହିଁ ନିଜେ କିଛି ଲେଖିବାପାଇଁ ଅନୁପ୍ରାଣିତ କରିଛି ।

ଠିକଣା - କ୍ୱା.ନଂ- ଜି.ସି-୧, ମଧୁବନ, ପାରାଦ୍ୱୀପ ପୋର୍ଟ । ଅଧୁନା ଡି.ଆର୍.ଡି.ଏ ଜଗତ୍‌ସିଂହପୁରଠାରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଭାବରେ କାର୍ଯ୍ୟରତ । ନିଶା - ଗଳ୍ପ ଓ କବିତା ଲେଖିବା । ପେଷା - ସରକାରୀ ଚାକିରୀ । ପ୍ରକାଶିତ ପୁସ୍ତକ - ନାହିଁ ନଥିବା ଦୁଃଖ (ଗଳ୍ପ ସଂକଳନ), ଛାଇ ସେପାରି (ଗଳ୍ପ ସଂକଳନ), ସରୀନ (ଗଳ୍ପ ସଂକଳନ-ପ୍ରକାଶ ଅପେକ୍ଷାରେ), ମହାର୍ଘ ମୁହୂର୍ତ୍ତ (କବିତା ସଂକଳନ), ଝୁମୁରୁଝାଇଁ (ଶିଶୁଗପ ସଂକଳନ), ମିତ (ଶିଶୁ କବିତା ସଂକଳନ) ।

୧୮ ଜୁଲାଇ ୧୯୯୨ମସିହାରେ ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କଦମପାଳ ଗ୍ରାମରେ ଶ୍ରୀମାନ ବିରେନ୍ଦ୍ର କୁମାର ପ୍ରଧାନଙ୍କର ଜନ୍ମ । ପିତା-ରାଜେନ୍ଦ୍ର ପ୍ରଧାନ ଓ ମାତ-ଊର୍ମିଳା ପ୍ରଧାନ । ଓଡିଆ କବିତା ଓ ଅଭିନୟ ପ୍ରତି ତାଙ୍କର ରୁଚି ଅଛି । ଅଲିଆବାଦ ସ୍ଥିତ ବିଦ୍ୟାଳୟରୁ ଦଶମ ଶ୍ରେଣୀଯାଏଁ ପରେ +୨ (ବିଜ୍ଞାନ ବିଷୟ ) କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ,+୩ ବ୍ୟାସନଗର ମହାବିଦ୍ୟାଳୟରେ ଓ କମ୍ପ୍ୟୁଟର ଆପଲିକେସନରେ MASTER DEGREE ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି । ଓଡିଶା ଧନରେ ଗରିବ ହୋଇପାରେ କିନ୍ତୁ ତା ଖାଦ୍ୟ ,ପାଣି ,ପବନ,ଭାଷା ସବୁଠୁ ନିୟାରା , ସେଥି ପାଇଁ ସେ ଓଡିଆ ବୋଲି ନିଜକୁ ଗର୍ବ କରନ୍ତି ।

ଘର ଢେଙ୍କାନାଳ ଜିଲ୍ଲା ବାଲ୍ୟମ୍ବା ଗ୍ରାମରେ । ମୋର ଜନ୍ମ ୧୧.୫.୧୯୭୭ ମସିହା ବାପା' ରାଘବ ବେହେରା ମାତା ସ୍ୱର୍ଗତା ହାର ବେହେରା ଓ ଶିକ୍ଷାଗତ ଯୋଗ୍ୟତା ଏମ୍‌ଏ , ରାଜନୀତି ବିଜ୍ଞାନ ଏବଂ ଏମ୍‌ଏ , ସମାଜ ସେବା । ମୁଁ ବର୍ତ୍ତମାନ ଏକ ଆର୍ଥିକ ସଂସ୍ଥାରେ ଉଚ୍ଚ ପଦବୀରେ କାର୍ଯ୍ୟରତ । ପିଲାବେଳୁ ଲେଖାଲେଖି କରେ ଯାହା ମୋର ଜେଜେବାପା ସ୍ୱର୍ଗତ ଲକ୍ଷ୍ମଣ ବେହେରାଙ୍କ ଠାରୁ ଅନୁପ୍ରାଣିତ ଯିଏକି ବହୁତ ଲୋକ ଗୀତ ଲେଖାଲେଖି କରୁଥିଲେ । ମୋର ଲେଖା ସମ୍ବାଦ, ଆଠଗଡ଼ରୁ ପ୍ରକାଶିତ ନ୍ୟାୟବତୀରେ ପ୍ରକାଶିତ । ମାତ୍ର ସମୟର କିଛି ଘାତ ପ୍ରତିଘାତ ପାଇଁ ଲେଖା ବନ୍ଦ କରିଦେଇଥିଲି । ପରେ କିଛି ହିତକାଂକ୍ଷୀ ଭାଇ ଭଉଣୀମାନଙ୍କ ପ୍ରେରଣାରେ ପୁଣି ଏବେ ଲେଖାଲେଖି କରୁଛି ।

ବାପାଙ୍କ ନାମ:- ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ । ମାତାଙ୍କ ନାମ:- ମନୋରମା ପଟ୍ଟନାୟକ । ଠିକଣା:- କୁଚିଣ୍ଡା, ରାମ୍‌ଜିପଡ଼ା, ସମ୍ୱଲପୁର, ଓଡ଼ିଶା । ପିନ୍:- ୭୬୮୨୨୨ ।

ଠିକଣା : ଗ୍ରାମ - ପୁରୁକୁଟିଆ, ପୋ- ସାଗର, ଭୟା - କାନପୁର, ଜିଲ୍ଲା- କଟକ -୭୫୪୦୩୭ । ମୁଁ ପେଶାରେ ଜଣେ ସଫ୍ଟୱେର ଇଂଜିନିୟର, ନିଶାରେ ଲେଖିବାକୁ ଭଲ ପାଏ । ଗୋଟେ ପାହାଡ଼ି ଜଙ୍ଗଲ ଘେରା ଭିତରେ ମୋ ଗାଁ ପୁରୁକୁଟିଆ, କଟକଠାରୁ ପ୍ରାୟ ୧୦୦ କିମି ଦୂରରେ ଅବସ୍ଥିତ । ଶିକ୍ଷାଗତ ଯୋଗ୍ୟତା ବି.ଟେକ ଇଞ୍ଜିନିଅର, ହେଲେ କଳା ପ୍ରତି ଅହେତୁକ ରୁଚି । ଜେଜେ(ନାଥ ମୁଦୁଲି) ଆଉ ବାପାଙ୍କ(ପବିତ୍ର କୁମାର ମୁଦୁଲି) ଠାରୁ ପ୍ରଭାବିତ ହୋଇ ଏ କଳା ଜଗତ ପ୍ରତି ରୁଚି ବଢିଛି । ଡିପ୍ଲୋମା ପଢିବା ବେଳରୁ ଲେଖିବା ଆରମ୍ଭ ମୋର । ବନ୍ଧୁ ବିକାଶଙ୍କ ଉତ୍ସାହ ମୋତେ ଲେଖିବାକୁ ବାଧ୍ୟ କରେ । ଧୀରେ ଧୀରେ କବିତା ଆଉ ଗପ ଲେଖା ଆରମ୍ଭ ହୁଏ । ଅନେକ ଗୁଡିଏ ପଢିବାକୁ ଆଉ ଆଲୋଚନା କୁ ଭଲ ପାଏ । ଗୋଟେ ଆଧୁନିକ ପ୍ରେମିକ ବାନ୍ଧବୀ ପାଇଁ, ଅନେକ ପ୍ରେମ ଆଗନ୍ତୁକ ପତ୍ନୀଙ୍କ ପାଇଁ । ସେମାନେ ମୋ ଲେଖାର ଗୋଟିଏ ଗୋଟିଏ ନୀରବ ସ୍ରୋତ ।

ବର୍ତ୍ତମାନ ଠିକଣା : ରିଚୁ ଆପାର୍ଟମେଣ୍ଟ୍, ବୋନମିଲ୍, ବାଙ୍ଗାଲୁରୁ : ୬୮ । ସ୍ଥାୟୀ ଠିକଣା : ଆଇ.ଆର୍.ସି ଭିଲେଜ୍, ଭୁବନେଶ୍ୱର, ଓଡ଼ିଶା, ୭୫୧୦୧୫ । ଜନ୍ମ : ୧୦.୦୭.୧୯୮୬ । ପିତା : ସୁରଥ ଚନ୍ଦ୍ର ଜେନା (ଉପବିଭାଗ ଅଧିକାରୀ, ଓଡ଼ିଶା ସଚିବାଳୟ), ମାତା - ଉର୍ମିଳା ଜେନା (ଗୃହିଣୀ) । ଶିକ୍ଷାଗତ ଯୋଗ୍ୟତା - ଏମ୍.ସି.ଏ (ଷଷ୍ଠ ସେମିଷ୍ଟର୍ ଛାତ୍ରୀ), ଅନୁଷ୍ଠାନ - (ଆଚ଼ାର୍ଯ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍ ସାଇନସ୍, ବାଙ୍ଗାଲୋର) । ଓଡ଼ିଆ ଭାଷା ପ୍ରତି ମୋ ଆଗ୍ରହ - ମୁଁ ମୋ ମାତୃଭାଷାକୁ ନେଇ ଗର୍ବ କରେ । ମୋ ଓଡ଼ିଶାର ଭାଷା ଓ ସଂସ୍କୃତି ମହାନ୍ । ଜଣେ ପ୍ରବାସୀ ଓଡ଼ିଆ ହିସାବରେ ମୁଁ ସବୁ ଓଡ଼ିଆଙ୍କୁ ଅନୁରୋଧ କରିବି ଯେ ଓଡ଼ିଆ ବୋଲି ନିଜକୁ ଗର୍ବିତ ଅନୁଭବ କରିବା ସହିତ ଓଡ଼ିଶା ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ଦୃଢ଼ ସଂକଳ୍ପ କରିବା ଉଚିତ୍ । ମୋ ଓ ଆମ ଓଡ଼ିଶାର ଜୟ ହେଉ । ସମ୍ମାନ - ସ୍କୁଲ ଓ କଲେଜ୍‌ରେ ପଢ଼ିବାବେଳେ ମୁଁ ବହୁତ ବକ୍ତୃତା ପ୍ରତିଯୋଗୀତାରେ ଭାଗନେଇ ପୁରସ୍କୃତ ହୋଇଛି । ବାଙ୍ଗାଲୋରରେ ଓଡ଼ିଆ ନାରୀର ଅଭିନୟ କରି ପୁରସ୍କୃତ ହୋଇଛି ।

ଘର ଜଗତସିଂହପୁର । ମୁଁ ଜଣେ ମେକାନିକାଲ ଇଂଜିନିୟର ।

ଜନ୍ମ:- ଅନୁଗୋଳ । କବିତା ଲିଖନ, ଗଳ୍ପ ଲିଖନ, ପୁରାଣ ଓ ଶାସ୍ତ୍ରର ଚର୍ଚ୍ଚା କରିବା ମୋର ପ୍ରୟାସ । ଶ୍ରୀ ଶ୍ରୀ ରବିଶଙ୍କରଙ୍କର ମାର୍ଗଦର୍ଶନରେ ଯୋଗ ଓ ଧ୍ୟାନର ଶିକ୍ଷକ ଭାବରେ ମୁଁ "ଆର୍ଟ ଅଫ୍ ଲିଭିଙ୍ଗ୍" ସଂସ୍ଥାରେ କାର୍ଯ୍ୟରତ । ମାନବୀୟ ଜୀବନର ମୂଲ୍ୟବୋଧ କରାଇବା ପାଇଁ, ଗଳ୍ପ ଓ କବିତା ଇତ୍ୟାଦି ମାଧ୍ୟମରେ ଲୋକଙ୍କର ପାଖରେ ପହଞ୍ଚାଇବା ପାଇଁ ମୁଁ ପ୍ରୟାସରତ । ମୋର ଅପରିଚିତ ନାମକ କବିତା "ଲାଇଟ୍ ହାଉସ୍" ନାମକ ଇଂରାଜୀ "ଇ-ମ୍ୟାଗାଜିନ୍"ରେ ପ୍ରକାଶ ପାଇଅଛି । ଆଧ୍ୟାତ୍ମିକତାର ପ୍ରକୃତ ଉଦ୍ଦେଶ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ସମାଜରେ କାର୍ଯ୍ୟରତ । ସମାଜ ସେବା ମୋର ପରମ ଧର୍ମ । ଯାହାକି ମୋର ସ୍ୱ-ରଚିତ କବିତା ଓ ଗଳ୍ପ ଗୁଡ଼ିକରେ ଦେଖିବାକୁ ମିଳେ ।

ଜନ୍ମ ,ବାଲେଶ୍ୱର ଜିଲ୍ଲା,ଶେରଗଡ଼ ଗ୍ରାମରେ। ପିତା-ସାଧୁଚରଣ ନାୟକ। ମାତା-କବିତାରାଣୀ ନାୟକ । ଶିକ୍ଷା : ଏମ.ଏସ.ସି. (ଉତ୍କଳ ୟୁନିଭରସିଟି, ବାଣୀବିହାର), ବର୍ତ୍ତମାନ ବି.ଏଡ଼ -ଏମ.ଏଡ଼(ନର୍ଥ ଓଡ଼ିଶା ୟୁନିଭରସିଟି)ର ଛାତ୍ରୀ । ରୁଚି: ଗଳ୍ପ, କବିତା, ଚିତ୍ରାଙ୍କନ ।

ମୁଁ କେନ୍ଦ୍ରାପଡ଼ା ଜିଲ୍ଲାର ସନ୍ଥପୁରା ନିବାସୀ । ଗୋପାଳ ଚରଣ ମଲ୍ଲିକ ପି ରବୀନ୍ଦ୍ର ମଲ୍ଲିକ ଜଣେ ସାଧାରଣ technician ଭାବେ ଦିଲ୍ଲୀ ର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛି । ଦରିଦ୍ରତା ର ବେନାମ ଗଳି ରେ ଏବେ ବି ଗତି କରୁଥିବା ବେଳେ ବି ମୁଁ ମୋ ଦିନ ଗୁଡାକ ସୁଖ ଏବଂ ଖୁସି ରେ କାଟିବା ପାଇଁ ସମସ୍ତଙ୍କ ଆଖି ଆଗରେ ହସୁଥାଏ । ନିଜର ସମସ୍ତ ପ୍ରକାର ଦୁଃଖ କୁ ଖାତିର ନ କରି ଆଗକୁ ବଢ଼ିବାରେ ବିଶ୍ୱାସ କରେ ବୋଲି ମୋ ସାଙ୍ଗ ସାଥୀ ମାନେ ମୋତେ ବିନ୍ଦାସ ଗୋପାଳ ବୋଲି ଡାକନ୍ତି । ସେଥି ପାଇଁ ମୁଁ ମୋ ନା ବିନ୍ଦାସ ଗୋପାଳ ରଖିଛି ।

ବାପା- ବାସୁଦେବ ରାଉତ । ମାଆ- ପ୍ରମୋଦିନୀ ରାଉତ । ଗ୍ରାମ- ପାରିଅଙ୍ଗ, ପୋ.ଅ.- ବାଲିଆ, ଥାନା-କୁଜଙ୍ଗ, ଜିଲ୍ଲା-ଜଗତସିଂହପୁର । ଜନ୍ମ- ତା ୧୩. ୦୮. ୧୯୮୫ ରିଖ, ଶିକ୍ଷାଗତ ଯୋଗ୍ୟତା- ବିଜ୍ଞାନର ସ୍ନାତକ । ପେସା- କମ୍ପ୍ୟୁଟର କାର୍ଯ୍ୟ (ବର୍ତ୍ତମାନ କୁଜଙ୍ଗ ବ୍ଲକରେ କାର୍ଯ୍ୟରତ) । ନିସା- କବିତା ଲେଖା, ଗଳ୍ପ ଲେଖା, ଗୀତ ଲେଖିବା, ଗୀତ ଗାଇବା । ମୋ ଲେଖା ଭିତରେ ରହିଛି- ବୋଉ (କବିତା), ବର୍ଷା ରାଣୀର ବାହାଘର (କବିତା), ମୋ କାହାଣୀ ତୁମ ମାନଙ୍କ ପାଇଁ (ଗଳ୍ପ), ନାରୀର ଉଦାହରଣରେ ରିନା ଦେଇ (ନାରୀ କୈନ୍ଦ୍ରିକ ଗଳ୍ପ), ପାଞ୍ଚଟି ଓଡିଆ ଭଜନ କ୍ୟାସେଟ୍ (ସାଇ ପାଦେ ବନ୍ଧା ଜୀବନ ମୋର, ପାଣି ନେଇ ଯିବା ଧବଳେଶ୍ୱର, ଶିବ ମନ୍ଦିରରେ ଯାଇ ପାଣି ଢାଳି ଆ, ତିନି ଆକ୍ଷରରେ ନାଁ, ଚରଣ ଅଜାଙ୍କ ତଅପୋଇ କାହାଣୀ), ଚାରୋଟି ଯାତ୍ରା ର ସମସ୍ତ ଗୀତ- ଚିନ୍ମୟୀ ଗଣନାଟ୍ୟ ର ଦିବ୍ୟ ସିଂହ ରାୟଙ୍କ ରଚିତ ଓ ବିକ୍ରମ ମାହାପାତ୍ରଙ୍କ ନିର୍ଦ୍ଦେଶିତ ସୁପର ହିଟ୍ ଯାତ୍ରା-ହଇରେ ଓଲୁ କ'ଣ କଲୁ, ଅଧା ପ୍ରେମିକା, ଅଶୁଭ ଲଗନେ ଶୁଭ ମହୁରୀ, ପ୍ରେମରେ ଆଜିକି ରଙ୍ଗ ଲାଗିଲା ।

After completing MBBS from SCB medical college cuttack, I did General surgical training from Postgraduate Institute Chandigarh. Then moved to UK to do higher surgical training. Since school days I have immense love for odia language and used to write poems. I am currently represent an active participant in the literature section is Odisha society UK. My ambition is to continue spreading the moral and pride of odia language.

ଅବସରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, (ବିଦ୍ୟୁତ) । ଜନ୍ମ - ତା୧୪ ମଇ ୧୯୩୬ ମସିହା, ପିତା- ୰ ଶ୍ରୀ ଚକ୍ରଧର ମହାରଣା ଓ ମାତା ୰ ଶ୍ରୀମତୀ ସ୍ୱର୍ଣ୍ଣଲତା ମହାରଣା, ଗ୍ରାମ- କମରଖଣ୍ଡୀ (ଲୋକ ଶ୍ରୁତି କହେ ଯେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ କନ୍ଦରାସୁରକୁ ମାରି ତାଙ୍କର କମର ବା ଅଣ୍ଟାଟିକୁ ଯେଉଁଠାରେ ପକାଇ ଥିଲେ, ତାହା କମରଖଣ୍ଡୀ, ମାତ୍ର ଲୋକ ମୁଖରେ ଏହା ବର୍ତ୍ତମାନ କମାରଖଣ୍ଡୀ ଭାବରେ ପରିଚିତ) । ପୋ: ଅ:- ଶ୍ରୀ ବଳଦେବ ଜୀଉ - ୭୫୪୨୧୨, ଜିଲ୍ଲା-କେନ୍ଦ୍ରାପଡ଼ା । ଶିକ୍ଷା - ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇଚ୍ଛାପୁର, ବଳଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟ, କେନ୍ଦ୍ରାପଡ଼ା, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ, କେନ୍ଦ୍ରାପଡ଼ା, ଓଡ଼ିଶା ସ୍କୁଲ୍ ଅଫ୍ ଇଞ୍ଜିନୀୟରିଂ, କଟକ । ଚାକିରୀ ଜୀବନ - ସବ୍-ଆସିଷ୍ଟାଣ୍ଟ୍ ଇଞ୍ଜିନିୟର, ବିଦ୍ୟୁତ୍, ଆସିଷ୍ଟାଣ୍ଟ୍ ଇଞ୍ଜିନିୟର, ବିଦ୍ୟୁତ୍ (ସରକାରୀ ଯନ୍ତ୍ରୀ), ଆସିଷ୍ଟାଣ୍ଟ୍ ଏକଜ୍ୟୁକ୍ୟୁଟିଭ୍ ଇଞ୍ଜିନିୟର, ବିଦ୍ୟୁତ୍ (ସରକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ), ଏକଜ୍ୟୁକ୍ୟୁଟିଭ୍ ଇଞ୍ଜିନିୟର, ବିଦ୍ୟୁତ୍ (ସରକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ) । ରୁଚି – ଠାକୁର ପୂଜା, ଗୀତା, ଉପନିଷଦ, ବେଦର କିଛି ଭାଷ୍ୟ, ସାଂଖ୍ୟ, ଦର୍ଶନ, ବୈଶେଷିକ ଦର୍ଶନ ଓ ବ୍ରହ୍ମସୂତ୍ର ବା ବେଦାନ୍ତ ଦର୍ଶନ ଗଠନ । ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପ୍ରବର୍ତ୍ତିତ ସତ୍‌ସଙ୍ଗର ପୁସ୍ତକ ସମୁହ ପଠନ ଓ ଆଲୋଚନା । ଶ୍ରୀଶ୍ରୀ ରାମକୃଷ୍ଣ୍ଣ ପରମ ହଂସ, ସ୍ୱାମୀ ବିବେକାନନ୍ଦ, ଯୋଗୀ ଶ୍ରୀ ଅରବିନ୍ଦ, ଶ୍ରୀ ମା, ସତ୍ୟସାଇ, ଶଙ୍କରାଚାର୍ଯ୍ୟ, ରାମାନୁଜ, ନିମ୍ୱାକାଚାର୍ଯ୍ୟ ଇତ୍ୟାଦିଙ୍କର ଦର୍ଶନ ପୁସ୍ତକ ପଠନ । ୧୯୯୪ ମଇ ମାସରୁ ଅବସର ଗ୍ରହଣ ପରେ ମୁଖ୍ୟତଃ ସତ୍‌ସଙ୍ଗ କାର୍ଯରେ ରତ ।

ଜନ୍ମ:- ୦୯/୦୫/୧୯୮୬, ଠିକଣା:- ଗ୍ରା:-ବଡ଼ସାହି କଳମ୍ୱ, ପୋ:- କଳମ୍ୱ, ଭାୟା:-ପୋଲସରା, ଜିଲ୍ଲା:- ଗଞ୍ଜାମ, ପିନ୍:- ୭୬୧୧୦୫, ଓଡ଼ିଶା । ଶିକ୍ଷା:- ଯୁକ୍ତ ତିନି ବାଣିଜ୍ୟ, ବୃତ୍ତି:- ସପ୍ଲାୟ ଚେନ୍ ମ୍ୟାନେଜ୍‌ମେଣ୍ଟ୍‌ ।

ରାମକୃଷ୍ଣ ଡାକୁଆ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟକ୍ତିତ୍ତ୍ଵ । ସାମ୍ବାଦିକ ବ୍ୟତିତ ସାହିତ୍ୟ, ରାଜନୀତି ଓ ସମାଜସେବାରେ ରୁଚି ରଖିଥାନ୍ତି । ପ୍ରତିଟି ଲେଖାରେ କିଛି ନୂଆ ଓ ଶୈଳୀ ଆପଣାଇବା ପାଇଁ ଚେଷ୍ଟା କରିଥାନ୍ତି । ଜଣେ ଆଗଧାଡ଼ିର ସାମ୍ବାଦିକ ହେବା ସହ ଗଣମାଧ୍ୟମ ଜଗତରେ ସଂସ୍କାର ଓ ଭିନ୍ନତା ଆଣିବା ପାଇଁ ଆଶା ରଖିଛନ୍ତି ଏହି ସାହିତ୍ୟ ପ୍ରେମୀ । ନିରପେକ୍ଷ ସାମ୍ବାଦିକତାକୁ ବିଶ୍ଵାସ କରିବା ସହ ଖବର ପରିବେଶଣ ଜନହିତକୁ ଧ୍ୟାନ ଦେଇଥାନ୍ତି ।

ପିତା- ସୁଦର୍ଶନ ସ୍ୱାଇଁ । ମାତା-ମାଳତୀ ସ୍ୱାଇଁ । ଜନ୍ମସ୍ଥାନ- ଆଜିମା ବାଦ, ଚନ୍ଦ୍ରାଗଡ଼ି ବାଲେଶ୍ୱର । ଜନ୍ମତାରିଖ- ୨୦ ନଭେମ୍ୱର ୧୯୭୯ । ଠିକଣା- ଆଜିମାବାଦ, ଚନ୍ଦ୍ରାଗଡ଼ି, ବାଲେଶ୍ୱର । ପିନ୍- ୭୫୯୦୦୧ । ପେଷା- ସରକାରୀ ଚାକରୀ (ଭାରତୀୟ ନୌସେବା) । ରୁଚି- ଚିତ୍ରାଙ୍କନ, ନାଟକ, କବିତା ଲେଖନ ।

ବଡ଼ହାଗ, ପୁନଙ୍ଗ, ଜଗତ୍‌ସିଂହପୁର ।

ଜନ୍ମ - ୨୦/୦୬/୧୯୯୬ । ଜନ୍ମସ୍ଥାନ - ଦରଖାପାଟଣା, କଲ୍ୟାଣୀନଗର, କଟକ-୧୩ । ଶିକ୍ଷାଗତ ଯୋଗ୍ୟତା - ବାଣିଜ୍ୟ ସ୍ନାତକ (ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ) । ବୃତ୍ତି - ଡାକସେବକ, ବଲାଙ୍ଗିର ସର୍ଟିଙ୍ଗ୍ ଅଫିସ୍, ଭାରତ ସରକାର । ପିଲାବେଳୁ ଲେଖା ଲେଖିରେ ଆଗ୍ରହ ଥିଲା। ବିଭିନ୍ନ ଖବରକାଗଜରେ ମୋ ଲେଖା ପ୍ରକାଶ ପାଏ। ଖାଲି ସମୟରେ ଯାହା କିଛି ମନକୁ ଆସେ ତାହାକୁ ଲେଖା ମାଧ୍ୟମରେ ପ୍ରକାଶ କରିବାକୁ ଭଲ ଲାଗେ। ଆଶା କରୁଛି ଭଗବାନ ମୋତେ ଆହୁରି ଲେଖିବାକୁ ଶକ୍ତି ଦିଅନ୍ତୁ।

ପିତା - ୰ ଶ୍ରୀଯୁକ୍ତ ମହେଶ୍ୱର ତ୍ରିପାଠୀ, ମାତା - ୰ ଶ୍ରୀମତୀ ରେବତୀ ଦେବୀ । ଗ୍ରାମ - ତଳବାରଙ୍ଗ, ପୋଷ୍ଟ - ଶ୍ରୀ ବଳଦେବ ଜୀୟୁ, ଶିକ୍ଷା - ଏମ୍. ଏ., ଏମ୍. ଇଡ଼ି । ବୃତ୍ତି - ଶିକ୍ଷକତା, ବଳଦେବ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡ଼ା । ସମ୍ମାନ - ପ୍ରକୃତି ସାଥୀ (ବିଜ୍ଞାନରେ ଜାତୀୟ ପୁରସ୍କାର) । ଋଚି - ପ୍ରକୃତିକୁ ଭଲ ପାଇବା, ସମାଜ ସଂସ୍କାର, ସୃଜନାତ୍ମକ ଲେଖା ଲେଖି କରିବା ।

ଠିକଣା - ଅଇବିଲି, ମଣିଜଙ୍ଗା, ତିର୍ତ୍ତୋଲ, ଜଗତସିଂହପୁର । ବୃତ୍ତି - ସରକାରୀ ଚାକିରୀ (ଜନସ୍ୱାସ୍ଥ୍ୟ ବିଭାଗ (କଟକ) । ଲେଖାର କିସମ - ଶିଶୁ ସାହତ୍ୟ, ଗୀତି କବିତା । ରୁଚି - ସାହିତ୍ୟ, ଚିତ୍ର, ଅଭିନୟ ଓ ସମାଜସେବା ।

୧୯୫୫ ଅକ୍ଟୋବର ୧୦ ରେ ବରଗଡ ଠାରେ ଜନ୍ମ ଗ୍ରହଣ କରିଥିଲେ । କୃତିର ସହ ଗଣିତରେ ସ୍ନାତକୋତ୍ତର ଓ ଆଇନରେ ଡିଗ୍ରୀ ଅଧୟନ ପରେ ୧୯୭୮ରେ ବ୍ରଜରାଜନଗର ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବେ ଯୋଗଦାନ କରି ସେ ଅଞ୍ଚଳ ରେ ବହୁଳ ଲୋକପ୍ରିୟ ହେଇପାରିଥିଲେ । ତତ ପରାନ୍ତ ସେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଯୋଗ ଦେଇ ଅଧ୍ୟାପକ ଭାବେ ସେବା କଳା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଭାବେ କଲେଜ୍‌ର ପ୍ରଭୁତ ଉନ୍ନତି କରେଇ ବହୁଳ ପ୍ରଶଂଷିତ ହେଇଥିଲେ । କଲେଜ୍‌କୁ ଅତ୍ୟାଧୁନିକ ଶିକ୍ଷ୍ୟାନୁଷ୍ଠାନ କରି ଗଢିବାକୁ ସେ ନିରନ୍ତନ ଉଦ୍ୟମ ଜାରି ରଖି ସାଧାରଣ କଲେଜ ବର୍ଗରେ ଓଡିଶାର ପ୍ରଥମ କଲେଜ୍‌ ହିସାବରେ ସର୍ବ ବୃହତ ଅତ୍ୟାଧୁନିକ କମ୍ପୁଟର ଲ୍ୟାବ ସ୍ଥାପନ କରି ଇ-ମୂଲ୍ୟାଙ୍କନ କରେଇଥିଲେ ଓ କଲେଜ ସାରା ସିସିଟିଭି, ୱାଇ-ଫାଇ ସେବା ଆଦିର ପ୍ରଚଳନ କରେଇ ଛାତ୍ର ମାନଙ୍କ ପ୍ରିୟଭାଜନ ହେଇ ପାରିଥିଲେ । ସେ ଗତ ୬ ମାସ ହେଲା ଅବସର ନେଇ ବର୍ତ୍ତମାନ ନିଜ ସମ୍ବଲପୁର ବାସ ଭବନ ତଥା ଭୁବନେଶ୍ୱର କଳାରାହାଙ୍ଗ ସ୍ଥିତ ବାସ ଭବନ ରେ ସାହିତ୍ୟ ସେବା ଓ ସାମାଜିକ କାର୍ଯ୍ୟରେ ନିରଳସ ଭାବରେ ବ୍ୟସ୍ତ ।

ମାର୍ଶାଘାଇ, କେନ୍ଦ୍ରାପଡ଼ା । ପ୍ରକାଶିତ ପତ୍ରପତ୍ରିକା-ସମୟ, ପର୍ଯ୍ୟବେକ୍ଷକ, ଅଭିଯାନ, କସ୍ତୁରୀ, ସଙ୍ଗମ ।

+୩, ୩ୟ ବର୍ଷ, ଓଡ଼ିଆ ବିଭାଗ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ । ପ୍ରକାଶିତ କବିତା ପୁସ୍ତକ- ଚିଠି । ଶୁଭ୍ରାନିଲ ପ୍ରକାଶନ, ନୟାଗଡ ।

ଗ୍ରାମ-ବାଲିପାଟଣା, ବ୍ଲକ-ପଟ୍ଟାମୁଣ୍ଡାଇ , ଜିଲ୍ଲା-କେନ୍ଦ୍ରାପଡ଼ା । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଏକ ଛୋଟ ଗ୍ରାମ ବାଲିପାଟଣା ରେ ମୋର ଜନ୍ମ । ଶ୍ରୀଜଗନ୍ନାଥ ବିଦ୍ୟାଳୟ, ରାଜନଗରରୁ ପାଠପଢି ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ଏବଂ ତାହାପରେ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜି, ଧାନବାଦରେ ଶିକ୍ଷା ସମାପ୍ତି କରିଥିଲି । ଗତ କୋଡିଏ ବର୍ଷ ହେଲା, ଦେଶ ଓ ବିଦେଶରେ ବିଭିନ୍ନ ତୈଳ କମ୍ପାନୀରେ କାର୍ଯ୍ୟରତ । ବର୍ତ୍ତମାନ ସମୟରେ ବ୍ରୁନେଇ ଦେଶରେ ବାସ କରୁଛି । ଓଡ଼ିଆ ଭାଷା ପ୍ରତି ଅଗାଢ ସ୍ନେହ, ତେଣୁକରି ସମୟ ମିଳିଲେ, ମୁଁ ଓଡ଼ିଆ ଭାଷାରେ ଗଳ୍ପ ଏବଂ କବିତା ଲେଖିଥାଏ । ବର୍ତ୍ତମାନ ଠିକଣା- ପାନାଗା, ସେରିଆ, ବ୍ରୁନେଇ, ।

ଜନ୍ମସ୍ଥାନ:- ଔପଦା, ବାଲେଶ୍ୱର । ବୃତ୍ତି:- ହୁ୍ୟମାନ୍ ରିସୋର୍ସ ଆନାଲିଷ୍ଟ୍ । ସ୍ୱାମୀ:- ସଞ୍ଜିବ୍ ଦାସ । ବୃତ୍ତି:- ଇଞ୍ଜିନିୟର୍ । ପିତା:- ସୁରେନ୍ଦ୍ର ମହାନ୍ତି । ମାତା:- ଶାନ୍ତିଲତା ମହାନ୍ତି । ରୁଚି:- ସଂଗୀତ ପ୍ରତି ବିଶେଷ ଆକର୍ଷଣ ରହିଛି । ଖାଲି ସମୟରେ ମ୍ୟାଗାଜିନ୍ ପଢ଼ିବାକୁ ଏବଂ କବିତା ରଚନା କରିବାକୁ ଭଲ ଲାଗେ । ପରିବାର ସହିତ ସମୟ ବିତେଇବା ଓ ବୁଲାବୁଲି କରିବାକୁ ଭଲ ଲାଗେ ।

ସ୍ୱାମୀ- ଶ୍ରୀଯୁକ୍ତ କାଳୀଚ଼ରଣ ମହାନ୍ତି । ବୃତ୍ତି- ଅଧ୍ୟାପକ । ଜିଲ୍ଲା ସଂସ୍କୃତି ଅଧିକାରୀ, ଭବାନୀପାଟଣା କଳାହାଣ୍ଡି । ଠିକଣା- ଯୋଡ଼ା ମହିଳା ମହାବିଦ୍ୟାଳୟ, ବନେଇକଳା, ଯୋଡ଼ା, କେନ୍ଦୁଝର । ପିନ୍- ୭୫୮୦୩୮ । ରୁଚ଼ି- ପଢ଼ିବା, ଗୀତ ଶୁଣିବ । ଓଡ଼ିଆ ସାହିତ୍ୟର ଜଣେ ସୁପରିଚ଼ିତ କଥାଶିଳ୍ପୀ ଅନେକ ଗଳ୍ପ ବିଭିନ୍ନ ପତ୍ର ପତ୍ରିକା ଏବଂ ସମ୍ୱଦପତ୍ରରେ ପ୍ରକାଶିତ ହେଇ ପାଠକମାନଙ୍କ ଦ୍ୱାରା ଆଦୃତ ହେଇଛି ଆଖପାଖରେ ଘୂରି ବୁଲୁଥିବା ଚରିତ୍ରମାନଙ୍କ ଭିତରୁ କାହାକୁ ଛାଣି ଆଣି ଗଳ୍ପର ନାୟକ କି ନାୟିକା ଭାବରେ ପରିଚ଼ିତ ଦେବାରେ ଏକ ଅଦ୍ଭୁତ ଝୃଙ୍କ୍ । ଆଜିକାଲିର ସମାଜର ବିଭିନ୍ନ ସମସ୍ୟାକୁ ନିଠେଇ ନିଠେଇ ଦେଖି, ବୁଝି କିଛି ନୂଆ ଢ଼ଙ୍ଗରେ ପରିବେଷଣ କରିବାରେ ସନ୍ତୁଷ୍ଟି ମିଳିଥାଏ । ମନସ୍ତାତ୍ତିକ ସମସ୍ୟା ଉପରେ ଗୁରୁତ୍ୱ ଆରୋପ କରିବାରେ ସିଦ୍ଧହସ୍ତ ଲେଖିକା । ବେଶୀ ଏଇଥିପାଇଁ ପାଠକମାନଙ୍କର ପ୍ରିୟ । ରଘୁନାଥ ଜେନା ସ୍ମୃତି ସମ୍ମାନ-୨୦୧୪ ପାଇଛନ୍ତି ଲେଖିକା ।

ବୃତ୍ତି - ପଦାର୍ଥ ବିଜ୍ଞାନ ଅଧ୍ୟାପିକା । ପିତା - ଧନୁର୍ଦ୍ଧର ନାୟକ, ମାତା- ଅନିତା ନାୟକ । ଲେଖାଲେଖି କରିବା ମୋର ନିଶା । କବିତା ଲେଖିବାକୁ ଯଦି ବି ମୁଁ ଭଲ ପାଏ, ଗପ ଲେଖିବା ମୋର ପ୍ରଥମ ସଉକ ।

ଠିକଣା - ଗଜେନ୍ଦ୍ର ପୁର, ପୋ: - କଳାଶ୍ରୀ ଗୋପାଳପୁର, ଜି: - ଜାଜପୁର - ୭୫୪୨୯୧। ପିତା - ଶ୍ରୀଯୁକ୍ତ ରଘୁନାଥ ସାହୁ, ମାତା - ୰ ଇନ୍ଦୁମତୀ ସାହୁ । ଜନ୍ମ - ତା୧୬/୦୨/୧୯୭୨ । ଶିକ୍ଷା - ବି.ଏସ୍ସି ଏବଂ ପି.ଜି.ଡ଼ିପ୍ଲୋମା ଇନ୍ ପ୍ଲାଷ୍ଟିକ୍ ଟେକ୍‌ନୋଲୋଜି । ପେଷା – ଚାକିରୀ । ରୂଚି - ଗୀତ, କବିତା, ଗଳ୍ପ, ବିଜ୍ଞାନ ଓ ନାଟକ ଲେଖିବା ଏବଂ ପତ୍ର ପତ୍ରିକା ପଠନ କରିବା ଓ ଟଭି ଦେଖିବା ।

ଜନ୍ମ:- ଛତ୍ରପୁର । ଠିକଣା:- ସିରିଡ଼ି, ମହାରାଷ୍ଟ୍ର । ବ୍ୟବସାୟ:- ଅଧ୍ୟାପକ, ଇଂଞ୍ଜିନିୟରିଂ । ରୁଚି:- ପଢ଼ିବା, ପଢ଼ାଇବା ।

ଜନ୍ମ:- ୦୯-୦୯-୧୯୯୦। ଠିକଣା : - ଜଗତସିଂହପୁର,ନାଉଗାଁ, ଗୋବର୍ଦ୍ଧନପୀଠ। ପିଲାଟିଦିନରୁ ଶାସ୍ତ୍ର ପୁରାଣ ପଢିବାରେ ମୋର ପ୍ରଗାଢ ରୁଚି ରହିଚି। ସବୁବେଳେ ପାଇଁ ନୂଆ ବିଷୟ ଜାଣିବାକୁ ଆଉ ସମସ୍ତଙ୍କଠାରୁ ଅଲଗା ଲେଖିବାକୁ ମୁଁ ପ୍ରୟାସ କରେ । କବିତା, ହେଉ ଗଳ୍ପ ହେଉ, ଅବା ପ୍ରବନ୍ଧ ଅଳ୍ପଶବ୍ଦରେ ଅନେକ କଥା ବ୍ୟକ୍ତ କରିବାକୁ ମୋତେ ଭଲଲାଗେ ।

ବୃତ୍ତି:- ବେସରକାରୀ ଶିକ୍ଷକ ।

ଜନ୍ମ- ୨୯.୦୫.୧୯୫୧ । ଠିକଣା- ଫ୍ଲାଟ୍ ନଂ-୧୦୧, ଡିଏସ୍- ମ୍ୟାକ୍ସ, ସିଗୁଲନେଷ୍ଟ, ଗ୍ରାମ- ବାସବାନପୁର, ପୋଷ୍ଟ- ଭିରଗୋନଗର, ବାଙ୍ଗାଲୋର୍ । ବୃତ୍ତି- ଭୂତପୂର୍ବ ସୈନିକ (ଏୟାର୍ ଫୋର୍ସ) ।

ଜନ୍ମ - ତା୧୦/୦୩/୧୯୮୩ରିଖ । ଶିକ୍ଷା - ସାମ୍ୱାଦୀକତାରେ ମାଷ୍ଟର ଡିଗ୍ରୀ । ବୃତ୍ତି - ଆକାଶବାଣୀ କଟକ କେନ୍ଦ୍ରରେ ଉପସ୍ଥାପିକା ଓ ସ୍ୱାଧୀନ ସାମ୍ୱାଦିକା । ଋଚି - କବିତା ଓ ଗଳ୍ପ ଲେଖିବା, ନୂଆ ନୂଆା ସ୍ୱାଦିଷ୍ଟ ଖାଇବା ତିଆରି କରିବା, ଖୁଆଇବା ଓ ରୋଷେଇପ୍ରଣାଳୀ ଲେଖିବା ।

ଲେଖକ ପରିଚୟ -ଦେବଦତ୍ତ ମିଶ୍ର ,ଏମସିଏ (MCA) ଦ୍ଵିତୀୟ ବର୍ଷ ,ଆଇଜିଆଇଟି ସରାଙ୍ଗ ,ଢେଙ୍କାନାଳ

ଠିକଣା-୧୩୦, ରତ୍ନାକର ବାଗ, ଭୁବନେଶ୍ୱର, ୭୫୧୦୧୮, ଓଡ଼ିଶା ।

ପିତା - ଦଣ୍ଡପାଣି ଦାଶ, ମାତା- ପ୍ରମିତା ଦାଶ । ବ୍ରହ୍ମପୁର ସହରର ଲୋଚାପଡ଼ା ଗ୍ରାମରେ ମୋର ଜନ୍ମ । ପିଲାଦିନୁ ସାହିତ୍ୟ ପ୍ରତି ଆଗ୍ରହ । କବିତା , ଗଳ୍ପ ଆଦି ସ୍କୁଲ ସମୟରୁ ଲେଖେ । ଆଶା ରଖିଛି ମୋର ପ୍ରତିଟି ଲେଖା ଆପଣ ସମସ୍ତଙ୍କ ମନ କୁ ଛୁଇଁବ ।

ଠିକଣା - ବାଲିସାହି, କଟକ । ପେଷା - ପ୍ରଧାନ ଶିକ୍ଷୟତ୍ରୀ, ବିଦ୍ୟା ଭୂଷଣ ପବ୍ଲିକ୍‌ ସ୍କୁଲ୍, ବୈୟାଳିସି ମୌଜା । ରୂଚି - ଗଳ୍ପ, କବିତା, ଉପନ୍ୟାସ, ଆଳିମାଳିକା ଗଳ୍ପ ଲେଖିବା ଓ ଢଗ ପକାଇବା ।

ପେଲେସ୍ ଲାଇନ୍, ବଲାଙ୍ଗିର, ଓଡ଼ିଶା-୭୬୭୦୦୧ ।

ଜନ୍ମ :- ଫାଜ଼ିଲ୍ଲପୁର, ଧର୍ମଶାଳା, ଯାଜପୁର, ପିତା :- ସୁବାଷ ପରିଡା, ମାତା :- ସୁକାନ୍ତି ପରିଡା । ସମ୍ପ୍ରତି ବାବା ଭୈରାବାନନ୍ଦ ମହାବିଦ୍ୟାଳୟରେ ଇଂରାଜୀ ସଂମାନରେ ଅଧୟନରତ ଛାତ୍ର ଅଟେ । ସମୁଦାୟ ଚାରୋଟି ଗଳ୍ପ ଓ ତିନୋଟି କବିତା ''ବିଭବ ଇ ପତ୍ରିକାରେ'' ପ୍ରକାଶିତ ହୋଇସାରିଛି । ସାହିତ୍ୟିକୁ ପେସା ଭାବରେ ଗ୍ରହଣ କରିବାକୁ ଇଚ୍ଛା ଅଛି ।

ଶିକ୍ଷାଗତ ଯୋଗ୍ୟତା:- ବି.କମ୍., ଏଲ୍.ଏଲ୍.ବି. । ପିତାଙ୍କ ନାମ:- ପ୍ରଭାତ କୁମାର ପଟ୍ଟନାୟକ । ଠିକଣା:- ହେରାଗୋହରୀ ସାହି, ପୁରୀ, ୭୫୨୦୦୧ । ପିଲାଟି ଦିନରୁ ବହି, ମାଗାଜିନ୍ ପଢ଼ିବା ପ୍ରତି ଭାରି ଆଗ୍ରହ, କେଉଁ ପେପର୍ ଯଦି ଗପ ଦେଇଥିବ ତାହାଲେ ତାକୁ ନ ସାରିବା ଯାଏ ଆଖିକୁ ନିଦ ହୁଏନି । କିନ୍ତୁ ନିଜେ କେବେ ଲେଖିବା ପୁଣି ପ୍ରକାଶ କରିବା କଥା ଭାବି ବି ନଥିଲି । ଡାଏରୀ କିନ୍ତୁ ଲେଖାଲେଖି କରେ । ସେହି ଡାଏରୀ ଲେଖାରୁ ଆରମ୍ଭ ହୁଏ ଲେଖିକା ଜୀବନି । ଯଦିଓ ପରିଚିତା ଲେଖିକା ନୁହେଁ ତଥାପି ଲେଖିକା । ନିଜର ପ୍ରଥମ ଲେଖା "ଧରିତ୍ରୀ"କୁ ପଠାଇଲି ଓ ତାହା ପ୍ରକାଶିତ ମଧ୍ୟ ହେଲା "ପୁରୀର ସ୍ୱର ସ୍ତମ୍ଭ" ତା'ପରେ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏମିତି ବହୁ ଗଳ୍ପ ଗୀତ ଲେଖିଛି ହେଲେ ଏବେ ବି ପ୍ରକାଶିତ ଅପେକ୍ଷାରେ । ଛୋଟବେଳର ଜୀବନି ପ୍ରକୃତରେ ଲେଖିବାର ସୁଯୋଗ ଓ ରାହା ଦେଖାଇଲା ଜୀବନର ଚଲାପଥରେ କେବେ କଣ୍ଟା ତ କେବେ ଫୁଲ ତଥାପି କରେ ଅପେକ୍ଷା ପାଇବାକୁ ପରିଶ୍ରମର ମୂଲ ।

ମୁଖ୍ୟ ସମ୍ପାଦକ "ଅଭିଯାନ", ୧୨/୧, ମୟୂରଭଞ୍ଜ ରୋଡ଼, କୋଲକାତା - ୭୦୦୦୨୩ ।

ଜନ୍ମ:- କୋହ୍ଲ ଗ୍ରାମ, ଭଦ୍ରକ ଜିଲ୍ଲା । ଜନ୍ମ:- ସେପ୍ଟେମ୍ୱର ୭ ତାରିଖ ୧୯୯୧ । ପିତା:- ଦିବାକର ଏବଂ ମାତା ଦମୟନ୍ତୀଙ୍କର କନିଷ୍ଠ ପୁତ୍ର । ଡିପ୍ଲୋମା ମେକାନିକାଲ୍ ପରେ ହାଇଦ୍ରାବାଦର ଏମ ଆର ଏଫ ଟାୟାରରେ କନିଷ୍ଠ ଯନ୍ତ୍ରୀ । ଲେଖାରେ ରୁଚି ପିଲାଦିନରୁ ଅଛି । କିନ୍ତୁ କେବେ କେଉଁଠି ପ୍ରକାଶିତ ହେଇନି । ଅବିବାହିତ ଜୀବନର ମିଠା ଓ ଖଟା ସହ ସୁପରିଚିତ ପ୍ରଦୀପ ଏକାନ୍ତ ଆଉ ପ୍ରକୃତିର ପ୍ରଶଂସକ ।

ଜନ୍ମ- ୩୧/୦୫/୧୯୭୬ । ଶିକ୍ଷାଗତ ଯୋଗ୍ୟତା- ଏମ୍.ଫିଲ୍ (ରସାୟନ ବିଜ୍ଞାନ), ବି.ଏଡ୍ । ପ୍ରାକ୍ତନ ଅଧ୍ୟାପିକା, ରଘୁନାଥଜୀଉ ମହାବିଦ୍ୟାଳୟ, କଟକ । ୨୦୦୨ରୁ ଗୁରୁଗ୍ରାମ୍, ହରିୟାଣାରେ ରସାୟନ ବିଜ୍ଞାନ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟରତ । ପରିବାର:- ବରେଣ୍ୟ ସାହିତ୍ୟକାର ଶ୍ରୀ ଶ୍ରୀଧର ଦାସ (ଜେଜେବାପା) । ବଡ଼ବାପା କେନ୍ଦ୍ରସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ଶ୍ରୀ ଜଗନ୍ନାଥ ପ୍ରସାଦ ଦାସ । ଶ୍ରୀ ରଘୁନାଥ ପ୍ରସାଦ ଦାସ (ଇଞ୍ଜିନିୟର୍ ଇନ୍ ଚିଫ୍) ଓ ମାତା ଶ୍ରୀମତୀ ପ୍ରମୋଦା ଦାସ ଉଭୟ ଲେଖକ ମଣ୍ଡଳୀରେ ପରିଚିତ । ଏଇଭଳି ପାରିବାରିକ ସଂସ୍ପର୍ଶ ଓ ସୃଜନୀର ପରିବେଶରେ ବଢ଼ିଥିବାରୁ ପିଲାଦିନୁ ଛୋଟ ବଡ଼ ବିଭିନ୍ନ ପତ୍ରିକାରେ ଲେଖା ଛପିଛି । ଓଡ଼ିଶାରୁ ଦୂରରେ ରହି ମଧ୍ୟ ବିବାହ ପରେ ଓଡ଼ିଆ ଭାଷା ପାଇଁ ଆଗ୍ରହ ସବୁବେଳେ ରହିଥିବାରୁ ଲେଖନୀ ଜଗତ ଛାଡ଼ିନାହାନ୍ତି । ବର୍ତ୍ତମାନ ମଧ୍ୟ ଓଡ଼ିଆରେ ବିଭିନ୍ନ ଡକ୍ୟୁମେଣ୍ଟାରୀ ଏବଂ କଳାଚିତ୍ରରେ ସେ କାହାଣୀ ଲେଖାରେ ସାହାଯ୍ୟ କରୁଛନ୍ତି ।

କବି, ସମ୍ପ୍ରତି ଓଡ଼ିଆ କବିତାରେ ଜଣେ ବଳିଷ୍ଠ ସ୍ୱର । ତାଙ୍କର ଜନ୍ମ ୧୦ ଜୁଲାଇ ୧୯୬୬ ଇନ୍ଦୁପୁର ଗ୍ରାମ, କେନ୍ଦ୍ରାପଡ଼ା ଜିଲ୍ଲାରେ । ଜୀବନକୁ ଏତେ ନିକଟରୁ ଏତେ ଆପଣାର କରି ଦେଖିବା ଏବଂ ଏହାର ଚିରନ୍ତନତାକୁ ସ୍ୱୀକାର କରିବା ହିଁ ତାଙ୍କ କବିତାର ମହତ୍ୱ । ମଣିଷକୁ ଭଲ ପାଇବା କୁନି ପିଲାଙ୍କ ପୃଥିବୀରେ ନିଜକୁ ହଜାଇଦେବା, ମାଟି ସହ ଆକାଶ ସହ ଏକାକାର ହେବା ତାଙ୍କ କବିତାରେ ବାରିହୋଇ ପଡେ଼ । ଏତେ ଭିନ୍ନ ବାଗରେ ଯେ ଭାଷାର ପ୍ରୟୋଗ କରାଯାଇପାରେ, ତାହା ତାଙ୍କ କବିତାରେ ସ୍ପଷ୍ଟ ପ୍ରତୀୟମାନ ।

ନାମ ତପନ ଦୀକ୍ଷିତ । ନାସିକେଶ୍ୱର, କାକଟପୁର, ପୁରୀ । ପିତା :ଚୈତନ୍ୟ ଦୀକ୍ଷିତ /ମାତା : ତନୁଲତା ଦୀକ୍ଷିତ । କାବ୍ୟିକ ନାମ : ବେଳାଭୂମି । ଜନ୍ମ : ୦୩/୦୬/୧୯୬୪ ନାସିକେଶ୍ୱର, କାକଟପୁର, ପୁରୀ । ଶିକ୍ଷା : ଖିଦିରପୁର ଓଡ଼ିଆ ହାଇ ସ୍କୁଲ (କଲିକତା ) ୧୯୮୧, ସ୍ନାତକ (ବାଣିଜ୍ୟ) ୧୯୮୬ କଲିକତା ବିଶ୍ୱବିଦ୍ୟାଳୟ । ବର୍ତ୍ତମାନ ଘର :ଛଡାସିଂଘ ,ବାଲିଦୋକାନ ,କୋଣାର୍କ । କାକଟପୁର ବାସିନୀ ସେଇ ମା ମଙ୍ଗଳାଙ୍କ ଅପାର କରୁଣା ତାରି ଚହାରଣ ତଳେ ଶିରାଳତା ପ୍ରଣତି ଜଣାଇ ଆପଣାମାନଙ୍କ ପାଇଁ ପଦେ ଅଧେ । କବିତା ଲେଖିବା ମୋର ଏକ ନିଶା , ପେଷା ସ୍ୱଳ୍ପ ବେତନ ଭୋଗୀ ଏକ ଘରୋଇ କମ୍ପାନୀର ହିସାବ ରକ୍ଷକ ୧୯୯୪ ଠାରୁ ସୁଦୂର ଦମନରେ । ମୋର କାବ୍ୟିକ ଯାତ୍ରା ଛାତ୍ରଜୀବନରୁ , କଲିକତାସ୍ଥିତ ନ୍ୟାସନାଲଲାଇବ୍ରେରୀର ଓଡ଼ିଆ ବିଭାଗର ଭାଇ ସାଫଲ୍ୟ ନନ୍ଦୀ ଏବଂ ପିତୃତୁଲ୍ୟ ଅରୁଣ ମଉସାଙ୍କ ପ୍ରୋତ୍ସାହନ ,ଏବଂ ଆସନ୍ତା କାଲି ପତ୍ରିକା ର କାର୍ଯ୍ୟାଳୟରେ ଡ଼ିସେମ୍ବର ୩୧, ମଧ୍ୟରାତ୍ରୀର କବିତା ଆସର ବରେଣ୍ୟ କବି ମାନଙ୍କ ସହିତ :ଶ୍ରୀଯୁକ୍ତ ଅମରେଶ ପଟନାୟକ. ଶ୍ରୀଯୁକ୍ତ ସାତକଡ଼ି ହୋତା ,ଶ୍ରୀଯୁକ୍ତ ସୀତାକାନ୍ତ ମହାପାତ୍ର ,ଶ୍ରୀଯୁକ୍ତ ଫନୀ ମହାନ୍ତି ପ୍ରାବନ୍ଧିକ ତଥା ଗାଳ୍ପିକ ଡ଼ଃ .ବିଜୟ ମହାପାତ୍ର ଏବଂ 'ପଦକ୍ଷେପ' ପତ୍ରିକା ର ସମ୍ପାଦକ ବିଜୟ ବାବୁ ଏକ ଜୀବନର ଅବିସ୍ମରଣୀୟ ମୁହୂର୍ତ । ଏତତ୍ ବ୍ୟତୀତ ପତ୍ରାଳାପ ସେଇ ବରେଣ୍ୟ ବିପ୍ଲବୀ କବି ରବି ସିଂ ଙ୍କ ସହିତ , ସବୁଜ କବି ସଚି ରାଉତରାୟଙ୍କ ଗହଣରେ ଦୁଇଥର ଜୀବନରେ ବସିବାର ସୁଯୋଗ ମଧ୍ୟ ପାଇଛି ।

ମାର୍ଫତ / ସୋମନାଥ ଦାସ, ମଙ୍ଗରାଜପୁର, ବାଲିକୁଦା , ଜଗତସିଂହପୁର । ୨୦୦୨ ମସିହା ଫେବୃଆରୀ ମାସ ୧୮ ତାରିଖ ଦିନ ଶକ୍ତି ସୁମନ ଦାସ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଭାରିଓଦା ଗ୍ରାମର ଶ୍ରୀଯୁକ୍ତ ସୋମନାଥ ଦାସ ଏବଂ ପ୍ରମିଳା ଦାସଙ୍କ କୋଳ ମଣ୍ଡନ କରିଥିଲେ । ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵଂୟଶାସିତ ମହାବିଦ୍ୟାଳୟ ଜଗତସିଂହପୁରରେ ୨୦୨୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିସାରିବା ପରେ ବର୍ତ୍ତମାନ ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ କଟକରେ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ପିଲାଦିନୁ ଲେଖିବା ତାଙ୍କ ରୁଚି। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ହେବା ସହିତ ଜଣେ କଥାକାର ଏବଂ ପ୍ରାବନ୍ଧିକା ଭାବେ ନିଜର ପରିଚୟ ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ ।

ଏକ ଭଗ୍ନପ୍ରାୟ ସାଂସ୍କୃତିକ ଭୂମି ପ୍ରତି ସଂବେଦନା ସମର୍ପିତ କବିଙ୍କର କବି ପ୍ରାଣ । ଐତିହର ଐରାବତକୁ ଐଶ୍ୱର୍ଯ୍ୟମଣ୍ଡିତ କରିବା ପାଇଁ ଉଦ୍ବେଳିତ ତାଙ୍କର ଭାବଗଙ୍ଗା । ପ୍ରେମକୁ ପଣ୍ୟ କରିବାର ପଣ କରିଥିବା ସଭ୍ୟତା ବିରୁଦ୍ଧରେ ତାଙ୍କର ପ୍ରତିବାଦ ଶବ୍ଦର ପ୍ରପାତ ପ୍ରବାହ । ଜଙ୍ଗଲରୁ ଜନପଦ, ଚିତ୍ତରୁ ଚେତନା ଯାଏ ସମତାର ନିଆଁ ପ୍ରଜ୍ଜ୍ୱଳିତ କରିବାର ସେ ଏକା ଏକା ଏକଲବ୍ୟ । ନିର୍ମମତାର ନୀଳ ବୀଷରେ ନାରୀତ୍ୱର ନିରିହ କଇଁ ଦଗ୍ଧ ହେବାର ଦହନୀୟ ଦୃଶ୍ୟରେ ବ୍ୟଥିତ ତାଙ୍କର ଦରଦୀ କବିସତ୍ତା । ସେଥିପାଇଁ ସେ ଖୋଜନ୍ତି ସାବରମତୀ ନଦୀରୁ ଆଞ୍ଜୁଳାଏ ଶୁଦ୍ଧ ପାଣି, ଦନେଇ ପାଇଁ ଦୁଇପାଦ ଭୂମି ହୃଦୟରେ, ଅହଲ୍ୟା ପାଇଁ ଟିକିଏ ସନ୍ନିଗ୍ଧ ସ୍ପର୍ଶ । ଉତ୍ତର - ଉପନିବେଶବାଦୀ ଚିନ୍ତନ, ବାମାବାଦୀୟ ବିଚାରଧାରା, ସଂସ୍କୃତି ପ୍ରତି ପ୍ରତିବଦ୍ଧତା, ସମାଜ ତାତ୍ତ୍ୱିକ ସୂକ୍ଷ୍ମାନୁଭୂତି ତାଙ୍କ କାବ୍ୟ ସତ୍ତାର ଉତ୍ତରିତ ସ୍ୱାକ୍ଷର ବହନ କରେ ।

ମହାବୀର ଆପାର୍ଟମେଣ୍ଟ୍, ଲିଙ୍କ୍‌ରୋଡ୍, କଟକ-୧୨ ।

ମୁଁ ଆଞ୍ଚଲ୍ କବି , କରଣ ସାହି,ପୁରୁଣା ବଜାର, କେନ୍ଦୁଝର , ୭୫୮୦୦୧, ଜଣେ ଗୃହିଣୀ । ପାଞ୍ଚ ,ଛଅ ବର୍ଷ ହେବ ମୁଁ ଲେଖାଲେଖି କରୁଛି । ମୋର ପ୍ରିୟ କବି ହେଉଛନ୍ତି ଗୋଦାବରିଶ ମିଶ୍ର । ମୋ ମା' ଙ୍କ ପାଖରୁ ମୁଁ ଲେଖିବାର ପ୍ରେରଣା ପାଇଛି । ସେ ମଧ୍ୟ ଲେଖିବାକୁ ଭଲ ପାଆନ୍ତି । ଭବିଷ୍ୟତ ରେ ମୁଁ ମାନବୀୟ ମୁଲ୍ୟବୋଧ ଓ ପ୍ରକୃତିର ସୌନ୍ଦର୍ଯ୍ୟ କୁ ନେଇ ଲେଖିବାକୁ ଆଗ୍ରହୀ । ମୋ ମତରେ ସାହିତ୍ୟ ସମାଜର ଦର୍ପଣ ।

ସାମ୍ପ୍ରତିକ ଓଡ଼ିଆ କବିତାର ସର୍ଜନାତ୍ମକ ଧାରାରେ ଏକ ଉଜ୍ଜ୍ୱଳ ଉଲ୍ଲେଖ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ହଳଦର ବିନ୍ଧା ଗ୍ରାମରେ କବିଙ୍କର ଜନ୍ମ । ଅଷ୍ଟମ ଦଶକର ପ୍ରାରମ୍ଭରୁ ସେ ସାରସ୍ୱତ ସର୍ଜନକ୍ରିୟାରେ ନିମଗ୍ନ । ତାଙ୍କ କବିତା ମାଟି ଓ ମଣିଷର ମର୍ମସ୍ପନ୍ଦନ ... ଯୁଗଯନ୍ତ୍ରଣା ଓ ଜୀବନ ଜଞ୍ଜାଳରେ ଜର୍ଜରିତ ବିଖଣ୍ଡିତ ବାସ୍ତବତାର ଉର୍ଦ୍ଧ୍ଵରେ, ଚେନାଏ ସାବ୍ଜା ସ୍ୱପର୍ର ଆକାଶ ପାଇଁ ତାଙ୍କ କାବ୍ୟ ପୁରୁଷର ଆସ୍ପୃହା ଓ ଆକୁଳତା - ତାଙ୍କର ପ୍ରତ୍ୟେକ କବିତାରେ ମର୍ମରିତ । ପରିମିତ ପ୍ରକାଶଭଙ୍ଗୀ ଓ ପରିଚ୍ଛନ ଦୃଷ୍ଟିଭଙ୍ଗୀ ତାଙ୍କ କବିତାଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ଚିହ୍ନାଇଦିଏ ପାଠକମାନଙ୍କୁ ।

ଅନୁପଲା,ଅନ୍ତେଇ, ଜଗତସିଂହପୁର ।

ପିତା - ପ୍ରସନ୍ନ କୁମାର ଦାସ, ମାତା - ମନୋଜା ମଞ୍ଜରି ଦାଶ । ଠିକଣା - ନୂଆ ଶାସନ, ଢେଙ୍କାନାଳ ଜିଲ୍ଲା, ପିନ୍ – ୭୫୯୦୦୧ । ରୁଚି - ଓଡିଶୀ ନୃତ୍ୟ , ଗଳ୍ପ ଲେଖିବା, ପଢ଼ିବା, ନୂଆ ସ୍ଥାନ ବୁଲିଯିବା ଇତ୍ୟାଦି । ଶିକ୍ଷା - ଏମ.ସି.ଏ ।

ମୁ ଚନ୍ଦନ କୁମାର ମାଇତି, ମା-ଅନ୍ନପୂର୍ଣ୍ଣା ମାଇତି , ପିତା- ନିତ୍ୟାନଦ ମାଇତି ଏବଂ ମୋର ଜନ୍ମ ବାଲେଶ୍ୱର ଜ଼ିଲ୍ଲା ଏକ ପଲ୍ଲିଗ୍ରାମ ର ଏକ ଚାଷୀ କୁଳ ରେ । ବୟସ ର "ବର୍ଷା, ବସନ୍ତ, ବୈଶାଖୀ" ରୁ ବର୍ଷା ଋତୁର ସବୁ ଅଝଟିଆପଣ କଟିଥିଲା ବାପା-ମାଆଙ୍କ କୋଳେ ନୁହଁ ଆଇମା'ଙ୍କ କୋଳରେ । ବୟସର ବ୍ୟବଧାନ ମଧ୍ୟରେ ଘଟି ଯାଇଥିବା ଘଟଣା ଦ୍ୱାରା ମୁ ପ୍ରଭାବିତ ଏବଂ ଭାବବିହ୍ଵଳିତ । ପରିବେଶ ଓ ଲୋକ ମାନଙ୍କର ଚରିତ୍ର , ପ୍ରକୃତି, ଅବସ୍ଥା ଦ୍ୱାରା ମୁ ସର୍ବଦା ଅନୁପ୍ରାଣିତ ଏବଂ ଅନୁପ୍ରେରିତ । ସମୟର ସିଢି ପାଦ ଥାପିବାର ସମୟରେ କେତେବେଳେ ତା'ର ମୋ ସହ ସମ୍ପର୍କ ର ନୂଆ କିଛି ଅଙ୍କିତ ହୋଇଥିଲା ଭାବନା ର ରଙ୍ଗବେରଙ୍ଗ ତୁଳି ରୁ ହୃଦୟ ର ଭିଜା ଭିଜା ସାଧା କାଗଜରେ । ସେ ସର୍ବଦା ଚିରସ୍ମରଣୀୟ ରମଣୀୟ, ଯେପରି ପ୍ରାତଃ ସକାଳ ର ଅଳସି ଅଳକାନନ୍ଦା ; ରଜନୀ-ରାଗିଣୀ-ମୋହିନୀ ମହୁଲା ଫୁଲ ବିମୋହିତ ବାସ୍ନା । ସେ ମୋର ନିତ୍ୟ ଆପଣାର ମୋ ପ୍ରିୟ କାବ୍ୟଞ୍ଜଳି କବିତା , ତା ସହ ସମ୍ପର୍କ ମରୁ ମରୀଚିକା, ଅବାସ୍ତବ କି କଲ୍ପନାବିସ୍ତୃତ ନୁହଁ ; କାହିଁକି ନା ଏ ସମ୍ପର୍କ ଚିରନ୍ତନ, ଶାଶ୍ୱତ, ସତ୍ୟ ଓ ବାସ୍ତବତା ।

ମୁଁ ଅରମାନ ଓଝା , Bsc second year botany, ପତିତପାବନ ମହାବିଦ୍ୟାଳୟର ଛାତ୍ର। ଲେଖିବା ମୋର ସାଧାରଣ ଭାବେ ଏକ ଅଗ୍ରଣୀ କାର୍ଯ୍ୟ ଭାବେ ମୁଁ ମାନିନେଇଛି। ନିଜର ମୁଖ୍ୟ ଲେଖା ସବୁ ପ୍ରତିଲିପି ଦ୍ଵାରା ସମାଜରେ ବିତରଣ କରେ । ମୋର ମୁଖ୍ୟ ଲେଖା ସବୁ ଭିତରୁ "ରୋହିଣୀ, ଏକ ଦୁଃଖ ଭରା କାହାଣୀ", "ଶାନ୍ତ ସନ୍ଧ୍ୟାର ସାଥୀ" ଅନ୍ୟତମ ।

ପିତା – ୰ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ମାତା - ଶ୍ରୀମତୀ ରତ୍ନପ୍ରଭା ଦାସ । ଜନ୍ମ - ତା୨୭/୫/୧୯୬୪ରିଖ । ବୃତ୍ତି - ଓଡ଼ିଶା ପ୍ରଶାସନିକ ସେବା । ଋଚି - ସାହିତ୍ୟ (କବିତା) । ସମ୍ମାନ -୧୯୮୮ ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର (ସମ୍ୱଲପୁର ବିଶ୍ୱ ବିଦ୍ୟାଳୟ), ୧୯୯୨ ବଂଶୀଧର ସ୍ମାରକୀ ପୁରସ୍କାର (ବାଲେଶ୍ୱର), ୨୦୦୭ ପରମ୍ପରା ସମ୍ମାନ (ନୟାଗଡ଼) । ଲେଖାର ପରିଭାଷା - ମଣିଷ ମନର ଘାତ ସଂଘାତ, ଅକୁହା ମର୍ମବେଦନାର କାହାଣୀ ।

ଠିକଣା : ବଘିଆପଡା, ବୌଦ୍ଧ, ୭୬୨୦୨୬ ।

ଗ୍ରାମ/ପୋଷ୍ଟ -ବଙ୍କୋଇ, ବୋଲଗଡ, ଜିଲ୍ଲା-ଖୋର୍ଦ୍ଧା, ଓଡ଼ିଶା -୭୫୨୦୬୬ । ସରକାରୀ କାର୍ଯ୍ୟରେ ବ୍ୟସ୍ତତା ସହିତ ଗଳ୍ପ, ପ୍ରବନ୍ଧ। ଗୀତ-କବିତା, ଗଦ୍ୟ-କବିତା, ଗୀତ ଓ ପ୍ରବନ୍ଧ ଲେଖାକୁ ଆପଣେଇ ସାହିତ୍ୟ ସାଧନାରେ ମନନିବେଶ କରି ଗୋଦାବରୀଶ ସାହିତ୍ୟ ସଂସଦ, ସାରସ୍ଵତ ସମାଜ, ସିଟିଜେନ କମିଟି ଭୁବନେଶ୍ୱର, ଦ୍ଵାରା ପୁରଷ୍କୃତ ହେବା ସହିତ ଆମ୍ବେଦକର ଅନ୍ତର୍ଜ୍ୟାତୀୟ କେନ୍ଦ୍ର ଦ୍ଵାରା ବିଶେଷ ସମାଜ ସଂସ୍କାରକ ଲେଖକ ଉପାଧିରେ ସମ୍ମାନିତ । ଦୁଃସ୍ଥ, ଦରିଦ୍ର ଓ ସମାଜର ଅବହେଳିତ ଉତ୍‌ଥାନ ନିମିତ ଲେଖାକୁ ଆଗୁସାର ଦେବା ସହିତ ଅନ୍ୟାନ୍ୟ ଲେଖା ଲେଖି ଚର୍ଚ୍ଚିତ । ବର୍ତ୍ତମାନ ଠିକଣା - ବିଡିଏ, କଲୋନୀ, ଚନ୍ଦ୍ରଶେଖର ପୁର, ଭୁବନେଶ୍ୱର -୭୫୧୦୧୬, ଓଡ଼ିଶା ।

ଏକାଧାରର ଜଣେ କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ, ସ୍ତମ୍ଭକାର ଓ ସୁବକ୍ତା ଭାବରେ ପରିଚିତ ଡକ୍ଟର ବାସୁଦେବ ଦାସ ସାହିତ୍ୟ ଜଗତର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ତା୧୦/୨/୧୯୪୬ରିଖ ରେ ଜନ୍ମ । ମାତା ୰ସୁଲୋଚନା ଦେବୀ ଓ ପିତା ୰ନଟବର ଦାସ । ଶୈଶବରୁ ତାଙ୍କ ଲେଖନୀ ବାଣୀ ଆରାଧନାରେ ନିମଗର୍ । ଉତ୍ତର ସତୁରୀର ଜଣେ ବିଶିଷ୍ଟ କବି ଓ ପ୍ରଗତିଶୀଳ ଆନ୍ଦୋଳନର ଅନ୍ୟତମ ପୁରୋଧା । ଶିକ୍ଷା ଗବେଷଣା ଓ ପାଠ୍ୟପୁସ୍ତକ ପ୍ରଣୟନ କ୍ଷେତ୍ରରେ ଡକ୍ଟର ଦାସ ବେଶ୍ ସୁପରିଚିତ । ଏବେ ବି ତାଙ୍କ ଲେଖନୀ ସାମ୍ୟବାଦ ସ୍ୱର ଶୌର୍ଯ୍ୟରେ ଭାସ୍ୱର ତଥା ଚଳଚଞ୍ଚଳ ।

ଜନ୍ମ:- ୨୪/୦୫/୧୯୬୩ । ସୃଜନ ଆରମ୍ଭ:- ୧୯୭୫ । ପ୍ରଥମ ରଚ଼ନା:- ଶିଶୁ କବିତା । ଶିକ୍ଷାଗତ ଯୋଗ୍ୟତା:- ଏମ୍.ଏ. (ଉତ୍କଳ) । ବୃତ୍ତି:- ସାମ୍ୱାଦିକତା, ସମ୍ପାଦନା, ପ୍ରକାଶନ । ପ୍ରବୃତ୍ତି:- କବିତା ଓ ଗୀତ ରଚ଼ନା, ସାହିତ୍ୟ ଚର୍ଚ୍ଚା ଓ ସମ୍ପାଦନା । ସମ୍ପ୍ରତି:- ସମ୍ପାଦକ, ଚିତ୍ରଲିପି (ସିନେ ପତ୍ରିକା), ସମ୍ପାଦକ, ଝର୍କା (ସାହିତ୍ୟ ପତ୍ରିକା), ମୁଖ୍ୟ ସମ୍ପାଦକ, ପିଲାଙ୍କ ସୁନାଫରୁଆ (ଶିଶୁକିଶୋର ପତ୍ରିକା) । ବୃତ୍ତିଗତ ଅଭିଜ୍ଞତା:- ସାମ୍ୱାଦିକତାରେ ୨୫ ବର୍ଷ । ଦୈନିକ ସମ୍ୱାଦରେ ବରିଷ୍ଠ ସହ ସମ୍ପାଦକ ଭାବେ ଦୀର୍ଘଦିନ କାର୍ଯ୍ୟରତ । ଏତଦ୍‌ବ୍ୟତୀତ ଦୈନିକ ସମାଜ, ଜନଭାଷା ପ୍ରଭୃତିରେ କାର୍ଯ୍ୟରତ । ଧରିତ୍ରୀ, ପ୍ରଗତିବାଦୀ, ପ୍ରଜାତନ୍ତ୍ର, ପ୍ରମେୟ, ନିଉଜ୍ ଅଫ୍ ଦି ୱାଲର୍ଡ, ସନ୍ ଟାଇମ୍ସ, ସ୍କ୍ରିନ୍ ପ୍ରଭୃତିରେ ଶତାଧିକ ରଚ଼ନା ତଥା ଫିଚ଼ର୍ ପ୍ରକାଶିତ । ପୁରସ୍କାର/ସମ୍ମାନ:- ରାଜ୍ୟ ସରକାର ଦ୍ୱାରା ପ୍ରଦତ୍ତ ଯୁବ ପୁରସ୍କାର (୧୯୯୬-୯୭) ପ୍ରାପ୍ତ । ଏତଦ୍‌ବ୍ୟତୀତ ଶିଶୁ ସାହିତ୍ୟ ପାଇଁ ପ୍ରଜାତନ୍ତ ବିଷୁବ ମିଳନ ଅବସରରେ ମୀନାବଜାର ପୁରସ୍କାର (୧୯୮୩), ବିଲୁଆନନା, ଟିକିଦୁନିଆଁ ପ୍ରଭୃତି ପତ୍ରିକା ତରଫରୁ ଶିଶୁ ସାହିତ୍ୟିକ ସମ୍ମାନ (୧୯୭୮-୭୯), ଶ୍ରୀକ୍ଷେତ୍ର ଶ୍ରୀ (୧୯୮୩), ସଂସ୍କୃତି ମିତ୍ର (୨୦୧୨) ପ୍ରଭୃତି ସମ୍ମାନରେ ସମ୍ମାନିତ । ଯୋଗାଯୋଗ:- ସମର୍ ଗ୍ରାଫିକ୍, ସହଦେବଖୁଣ୍ଟା, ବାଲେଶ୍ୱର-୭୫୬୦୦୧ ।

ସୁମିତ୍ରା ରାଉଳ , ସ୍ୱାମୀ - ଅଶୋକ କୁମାର ଦାସ , ଗ୍ରାମ- ବାଗସାହି , ପୋଷ୍ଟ -ପ୍ରୀତିପୁର , ଜିଲ୍ଲା- ଯାଜପୁର, ଶିକ୍ଷାଗତ ଯୋଗ୍ୟତା - ବି.ଏ. (ଇଂରାଜି ସମ୍ମାନ), ସି.ଟି. । ବୃତ୍ତି - ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ । କବିତା ଓ ଗଳ୍ପ ଲେଖିବାର ରୁଚି ପିଲାଦିନରୁ ରହିଛି । ବିଭିନ୍ନ ଉପନ୍ୟାସ, କଥା, ଗଳ୍ପ, କ୍ଷୁଦ୍ରଗଳ୍ପ ଏବଂ ସମ୍ବାଦପତ୍ରାଦିରେ ପଢିବାରେ ବିଶେଷ ଆଗ୍ରହ ରହିଛି ।

ଜନ୍ମସ୍ଥାନ- ତାଳପଦର ଘେଁସ, ବରଗଡ଼ । ପିତା- ହେମକାନ୍ତ ସେଠ । ମାତା- ରେବତୀ ସେଠ । ପରିଚୟ- କବି, ଅଭିନେତା, ଗୀତିକାର, ନାଟ୍ୟକାର (ଓଡ଼ିଆ ଓ ସମ୍ୱଲପୁରୀ ଆଲବମ୍, ଫିଲ୍ମ ଜଗତ) ।

ମନନଶୀଳ ଗାଳ୍ପିକ, ଔପନ୍ୟାସିକ ଓ ମାର୍ମିକ ଅନୁବାଦକ ଲେଖକ ଜଣେ ସଫଳ ବ୍ୟଙ୍ଗକାର ମଧ୍ୟ । "ହାସ୍ୟ ଓ ବ୍ୟଙ୍ଗର ଗରିଷ୍ଠ ପୃଷ୍ଠଭୂମି ରହିବା ଅପରିହାର୍ଯ୍ୟ" ରେ ବିଶ୍ୱାସୀ ଏଇ ବ୍ୟଙ୍ଗକାରଙ୍କର ବ୍ୟଙ୍ଗ ଗପଗୁଡ଼ିକର ଛତ୍ରେ ଛତ୍ରେ ଶାଣିତ ଶ୍ଳେଷ ସହିତ ଚାପା ହସର ମୃଦୁ ଗୁଞ୍ଜରଣ ଧ୍ୱନିତ ହୋଇଥାଏ ।

ଠିକଣା - ଭଗବତି ସାହି (କଟକ କଲେଜ ପାଖ), ଜିଲ୍ଲା - କଟକ , ଓଡ଼ିଶା - ୭୫୩୦୦୪ । ପିତା - ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ, ମାତା - ମାଧୁରୀ ରାଉତ, ଜନ୍ମ - ୧୯/୦୩/୧୯୯୦ । ଶିକ୍ଷାଗତ ଯୋଗ୍ୟତା ବି.ଏ. ବି. ଏଡ଼., ଏଲ ଏଲ ଏମ । ପେଶା - ଓକିଲାତି । ରୂଚି - ଗଳ୍ପ, କବିତା ଲେଖିବା ଏବଂ ବିଭିନ୍ନ ପ୍ରକାର ପତ୍ର ପତ୍ରିକା ପଠନ କରିବା, ବର୍ତ୍ତମାନର ଘଟଣାବଳୀକୁ ନେଇ ଲେଖା ଲେଖିବା (ଇଂରାଜୀ ଓ ଓଡ଼ିଆରେ), ଜାତୀୟ, ଅନ୍ତର୍ଜାତୀୟ ସମସ୍ୟା ଗୁଡିକୁ ନେଇ ଉପୁଜିଥିବା ତଥ୍ୟ ସଂଗ୍ରହ କରିବା, କ୍ରିକେଟ ଖେଳିବା ଏବଂ ଟିଭି ଦେଖିବା, ଗୀତ ଶୁଣିବା ।

ଠିକଣା:- ଅନୁଗୋଳ ଜିଲ୍ଲାର ଘୋଷର ଗ୍ରାମରେ ୧୯୯୫ ମସିହା ଡିସେମ୍ୱର ତା ୧ରିଖ ଶୁକ୍ରବାର ଦିନ ଭୂମୀଷ୍ଟ । ପିତା:- ୰ ନରହରି ପଣ୍ଡିତ । ମାତା:- କାମିନୀ ପଣ୍ଡିତ । ସ୍ୱପ୍ନ:- ପିଲାବେଳୁ କବିଟିଏ ହେବା । ରୁଚି:- ପତ୍ରପତ୍ରିକା ପଢ଼ିବା, କବିତା ଲେଖିବା, ଲୋକ ସମ୍ପର୍କ ସୃଷ୍ଟି କରିବା । ଘୃଣା କରେ- ମିଥ୍ୟାକୁ । ୫ ବର୍ଷ ସମୟ ସାଧନା ମଧ୍ୟରେ ଦୁଇଟି ଗଳ୍ପ- "ଜମେଇ ଦେଲାରେ ମାଙ୍କଡ଼ବାଲା", "ଆଖୁଖିଆ ଦିନ" । କବିତା:- "ତ୍ରିରଙ୍ଗା", "ପ୍ରେମକାହାଣୀ", "ଦିପାବଳୀ", "ମୁଁ ରାକ୍ଷସ", "ସିନ୍ଦୂର" । ଏଥିମଧ୍ୟରୁ "ତ୍ରିରଙ୍ଗା" ଅନୁଗୋଳ ସରକାରୀ (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପ୍ରକାଶିତ "ମନିଷା" ପତ୍ରିକାରେ ଶ୍ରେଷ୍ଠତ୍ୱ ସ୍ଥାନ ଅଧିକାର କରିଛି । ବର୍ତ୍ତମାନ ମୁଁ ଅନୁଗୋଳ ସରକାରୀ (ସ୍ୱୟଂଶାସିତ) ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଥମ ବର୍ଷ ଛାତ୍ର ରୂପେ ଅଧ୍ୟୟନରତ ।

ନାମ:- ପୁଷ୍ପାଞ୍ଜଳି ମେହେର୍ (ସ୍ମିତା ମେହେର୍) । ଠିକଣା:- ବରଗଡ଼, କ୍ୟାନଲ୍ କଲୋନୀ (ଗାନ୍ଧୀ ଚୌକ୍) ।

ପଟିଆ, ଭୁବନେଶ୍ୱର ।

ଠିକଣା - ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ ରୋଡ଼, ବ୍ରହ୍ମପୁର, ଗଞ୍ଜାମ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଗ୍ରାମରେ ୧୯୭୯ ମସିହାରେ ପିତା ଶ୍ରୀ ଚନ୍ଦ୍ରମଣି ବେହେରା ଏବଂ ମାତା ଶ୍ରୀମତୀ ଶକୁନ୍ତଳା ବେହେରାଙ୍କ ଔରଶରୁ ଜନ୍ମ । ପିତା ଶ୍ରୀ ଚନ୍ଦ୍ରମଣି ବେହେରା ଗଞ୍ଜାମ ଜିଲ୍ଲାର ଜଣେ ସୁପ୍ରଷିଦ୍ଧ ଏବଂ ସୁପରିଚିତ ଶିକ୍ଷକ । ତାଙ୍କରି ଶିକ୍ଷା ଏବଂ ପ୍ରଚେଷ୍ଟା ବଳରେ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଶ୍ରୀ ନରେଶ କୁମାର ଜବାହାର ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲର ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ଏବଂ ନବୋଦୟ ବିଦ୍ୟାଳୟ ସୁରଙ୍ଗୀରେ ଅଧ୍ୟୟନ କରନ୍ତି । ପିଲାବେଳୁ ସେ ପାଠପଢା ବ୍ୟତୀତ ସଙ୍ଗୀତ, ଚିତ୍ରକଳା ଏବଂ ସାହିତ୍ୟ ଆଦିରେ ରୁଚି ରଖି ଆସିଛି । ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ମୁଁ କବିତା ଲେଖିବା ଆରମ୍ଭ କରିଥିଲେ । ପିଲାବେଳେ ମୁଁ ବିଭିନ୍ନ ପୁରାଣ ଏବଂ ପୌରଣିକ ନାଟକ, ଗଳ୍ପ ଆଦି ପଢିବାକୁ ଭଲ ପାଉଥିଲି। ମୋର ସାହିତ୍ୟ ଜୀବନୀର ପ୍ରାରମ୍ଭ ୧୯୯୭-୯୮ରେ ଲଙ୍ଗଳେଶ୍ଵରରୁ ପ୍ରକାଶିତ ‘ନୀଡ’ ପତ୍ରିକାରୁ ହୋଇଥିଲା । ଯାହାର ସମ୍ପାଦନା କରୁଥାନ୍ତି ଶ୍ରୀ ଭାଗୀରଥୀ ବେହେରା ଏବଂ ଶ୍ରୀ ପ୍ରହଲ୍ଲାଦ ବେହେରା । ଏହା ପରେ ମୁଁ ଅଳ୍ପ ବହୁତ କବିତା ଏବଂ ଗଳ୍ପ ଲେଖାଲେଖି କଲି, କିନ୍ତୁ ସେ ସବୁ କୌଣସି ପତ୍ରପତ୍ରିକାରେ ପ୍ରକାଶିତ ହୋଇନଥାଏ । ୨୦୦୫ ମସିହାରେ ମୋର ହିନ୍ଦୀ ପ୍ରବନ୍ଧ ‘ଅନ୍ଦାଜ ଅପ୍ନା ଅପ୍ନା’ ଇଣ୍ଟେର୍ନେଟ ବ୍ଲଗ ମାଧ୍ୟମରେ ଖୁବ ପ୍ରସଂଶା ଲାଭ କରିଥିଲା । ମୁଁ ‘ଇଣ୍ଡିଆ ଷ୍ଟଡି ଚାନେଲ’ ୱେବସାଇଟରେ ୧୦୦ରୁ ଉର୍ଦ୍ଧ୍ଵ ପ୍ରବନ୍ଧ ଲେଖି ‘ଡାୟମଣ୍ଡ’ ଉପାଧି ପ୍ରାପ୍ତ ଲେଖକ ଭାବେ ପରିଚିତ । ମୁଁ ଜଣେ କମ୍ପ୍ୟୁଟର ଏବଂ ଇଣ୍ଟେର୍ନେଟ ବିଜ୍ଞ ହୋଇଥିବା ଯୋଗୁଁ ବିଭିନ୍ନ ୱେବସାଇଟରେ ‘କଣ୍ଟେଣ୍ଟ ରାଇଟର’ ଭାବେ ଲେଖାଲେଖି କରିଥାଏ । ୨୦୧୭ରେ ପ୍ରକାଶିତ ଗଞ୍ଜାମର କବିତାଘର ମୁଖପତ୍ର ‘ଭାଗୀରଥୀ କବିତାର ଗଙ୍ଗା’ରେ ତାଙ୍କ କବିତା ସଂକଳନ ‘ବିବାଦୀୟ ନାୟକ’ରେ ୧୪ଟି କବିତା ପ୍ରକାଶିତ । ୨୦୧୭ରେ ମୁଁ ‘ଗଳ୍ପ ଓ ଗାଳ୍ପିକ’ ନାମରେ ଏକ କ୍ଷୁଦ୍ରଗଳ୍ପ ସଂକଳନର ସମ୍ପାଦନା ବି କରିଥିଲେ । ୨୦୧୮ ମସିହାରେ ଗଞ୍ଜାମର କବିତାଘର ମୁଖପତ୍ର ‘ଭାଗୀରଥୀ କବିତାର ଗଙ୍ଗା’ର ସମ୍ପାଦନାର ଦାୟିତ୍ଵ ତୁଲାଇବା ସହ ଶ୍ରୀମତୀ ସୁଧାଂଶୁବାଳା ମିଶ୍ରଙ୍କ ‘ଖଡି ସିଲଟ’ ପୁସ୍ତକଟିକୁ ପ୍ରକାଶ କରିଥିଲି । ଏକାଧାରରେ ଜଣେ କବି, ଲେଖକ ଏବଂ ପ୍ରାବନ୍ଧିକ ଭାବେ ପରିଚିତ । ସାମାଜିକ ଏବଂ ଧାର୍ମିକ ଦିଗଦର୍ଶନ ଉପରେ କ୍ଷୁଦ୍ରଗଳ୍ପ ଏବଂ ପ୍ରବନ୍ଧ ଲେଖେ । ବର୍ତ୍ତମାନ ମୁଁ ବ୍ରହ୍ମପୁର (ଗଞ୍ଜାମ)ରେ ଏବଂ ପେଷାରେ ମୁଖ୍ୟତଃ ଫିଲ୍ମ ତିଆରି କରିଥାଏ (ଯେପରିକି କମର୍ସିୟାଲ, ଆଡ୍ ଫିଲ୍ମ, ଡ଼କୁମେଣ୍ଟରୀ ଫିଲ୍ମ ଇତ୍ୟାଦି)। ମଙ୍ଗଳାଯୋଡ଼ି, ଖୋର୍ଦ୍ଧାରୁ ପ୍ରକାଶିତ ‘ବଣମଲ୍ଲୀର ମହକ’ ପତ୍ରିକାରେ ବି ସମ୍ପାଦନା ଦାୟିତ୍ଵରେ ଅଛି ।

ମୁଁ ପେଶାରେ ବିଜ୍ଞାନିକ ଏବଂ ବର୍ତ୍ତମାନ ବେଙ୍ଗାଲୁରୁର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ । ବିଜ୍ଞାନର ଛାତ୍ରୀ ହେଲେ ବି, କଲେଜ ସମୟରୁ ସାହିତ୍ୟରେ ଖୁବ ରୁଚି । ଛୋଟବେଳୁ ଓଡ଼ିଆ ସାହିତ୍ୟର ଦିଗନ୍ତ ଲେଖକ ମାନଙ୍କର ସୃଷ୍ଟି ପଢିବାରେ ଅନେକ ଆନନ୍ଦ । ଏମିତି ପଢୁ ପଢୁ ଇଚ୍ଛା ହୁଏ ନିଜ କଲମରୁ ନିଜ ଅନ୍ତରର କଥା କିଛି ପରିପ୍ରକାଶ କରିବାକୁ । ସାହିତ୍ୟ ଜଗତରେ ନୂତନ ହେଲେ ବି ମୋର ପ୍ରଚେଷ୍ଟା ରହିବ ମଣିଷ ସମାଜର ପ୍ରତିଛବି ରଖିବା ।

ମୋ ନାମ ମାନିନୀ ସାହୁ । ମୋର ଅନୁଗୁଳ ର ଏକ ଛୋଟ ଗ୍ରାମ "Shiarimalia" ରେ ଜନ୍ମ । ମୋର ସ୍ବାମୀ ଙ୍କ ନାମ ସୁଜିତ କୁମାର ବିଶ୍ବାଳ । ମୋର ଶିକ୍ଷ୍ୟା ଗତ ଯୋଗ୍ୟତା "Post Graduate" ।

ମାତାଙ୍କ ନାମ-ଶ୍ରୀମତୀ ସୁଷମା ନାୟକ, ପିତାଙ୍କ ନାମ-ଶ୍ରୀଯୁକ୍ତ ଚରଣ ନାୟକ । ଜନ୍ମ ତାରିଖ-୧୪ ଅଗଷ୍ଟ ୧୯୯୨ । ବୃତ୍ତି-ସାମ୍ବାଦିକତା ଛାତ୍ର । ଠିକଣା-ମସ୍କାବାରୀ, ବ୍ଳକ-ନୂଆଗାଁ, ପୋଷ୍ଟ-ସଂପଡ଼ା, ଜିଲ୍ଲା-ନୟାଗଡ଼, ପିନ୍-୭୫୨୦୮୩ ।

ପିଲାଦିନରୁ ଇଂରାଜି ମାଧ୍ୟମରେ ପଢୁଥିଲେ ମଧ୍ୟ ମୁଁ ଓଡିଆ ସାହିତ୍ୟ ଉପରେ ଅତ୍ୟନ୍ତ ରୁଚି ରଖେ ଓ ନବମ ଶ୍ରେଣୀ ଓଡ଼ିଆରେ କବିତା ଲେଖି ଆସୁଛି । ସବୁବେଳେ ଓଡ଼ିଶାରୁ ବାହାରେ ରହିଥିବାରୁ କେବେବି ମୋଁ କବିତା ଗୁଡ଼ିକୁ ମୁଁ ପ୍ରକାଶିତ କରିପାରିନଥିଲି । ଏହି ମଧ୍ୟରେ ମୁଁ ଆମେଓଡ଼ିଆ ମାଗାଜିନ ବିଷୟ ରେ ଜାଣିବାକୁ ପାଇଲି ଓ ଗତ ତିନି ଚାରି ବର୍ଷଧରି ମୁଁ ଆମେଓଡ଼ିଆ ପଢ଼ି ଆସୁଛି । ମୁଁ ଏବେ ଜୀବ ବିଜ୍ଞାନରେ ପିଏଚ୍.ଡି କରୁଛି ଓ ଆଶା କରୁଛି ତା ସହିତ ମୋ ମାତୃଭାଷା ଓଡିଆରେ ବି ସାହିତ୍ୟିକ କାର୍ଯ୍ୟ କରିଚାଲୁଥିବି । ମୁଁ କବିତା ଲେଖିବା ଛଡ଼ା ଗୀତ ବି କମ୍ପୋଜ କରେ ଏବଂ ଗାଏ ତା ଛଡ଼ା ମୁଁ ଚିତ୍ରଶିଳ୍ପ ଓ ଅଭିନୟ ରେ ମଧ୍ୟ ବିଶେଷ ରୂଚି ରଖେ ।

ଠିକଣା:- ଜମ୍ଭରା, କେଉଁଝର, ଓଡ଼ିଶା ।

ଓଡିଶାର ଢେଙ୍କାନାଳ ଜିଲ୍ଲାର ଖଙ୍କର ଗ୍ରାମରେ ଜନ୍ମିତ ସଂଜୟ କୁମାର ଦାଶ ଏକାଧାରରେ ଜଣେ କବି, ଗାଳ୍ପିକ । ପିତା-ପଠାଣି ଚରଣ ଦାଶ, ମାତା-ସୁମିତ୍ରା ଦାଶ । ସାମାଜିକ ବାସ୍ତବତାକୁ ନେଇ ତାଙ୍କ କବିତା ଗଢି ଉଠିଛି । ସେ ପିଲା ବେଳୁ ଶିଶୁକବିତାରୁ ତାଙ୍କର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ର ।

D/3, ଜିନ୍ଦଲ୍ ସ୍କୁଲ ହାଉସିଂ କଲୋନୀ , ରାୟଗଡ, ଛତିଶଗଡ । ଓ ପି ଜିନ୍ଦଲ୍ ବିଦ୍ୟାଳୟରର ଫିଜିକ୍ସ ଅଧ୍ୟାପିକା ରୂରପ କାର୍ଯ୍ୟ ରତ । ବଭିନ୍ନ ଭାଷା ଓ ସାହିତ୍ୟରେ ମୋର ରୁଚି । ମୁଁ ଓଡ଼ିଆରେ କବିତା, ଗଳ୍ପ, ଅନୁବାଦ ଇତ୍ୟାଦି ଲେଖେ । ମୋର କେତୋଟି କବିତା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ।

ବାସସ୍ଥାନ: ନରସିଂହପୁର, କଟକ । କର୍ମକ୍ଷେତ୍ର - ରାଣୀହାଟ ହାଇସ୍କୁଲ୍, କଟକ, ୭୫୩୦୦୧, ଓଡ଼ିଶା । ଶିକ୍ଷା: ଏମ୍.ଏସ୍.ସି, ଏମ୍.ଏଡ଼ ।

ଗଙ୍ଗାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ମଙ୍ଗରାଜପୁର ଶାସନ ଗ୍ରାମରେ ଅଗଷ୍ଟ ୭ ତାରିଖ ୧୯୮୨ ମସିହାରେ ମୋର ଜନ୍ମ । ପିତା ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ମାତା ଭାଗ୍ୟଲତା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର । ମ୍ୟାନେଜ୍‌ମେଣ୍ଟ୍‌ରେ ସ୍ନାତକୋତ୍ତର ଓ ମାନବ ଅଧିକାରରେ ସ୍ନାତୋକତ୍ତର ସାଙ୍ଗକୁ ଆଇନ ବିଷୟରେ ସ୍ନାତ୍ତକ ଶିକ୍ଷା ଅର୍ଜନ କରିଛି । ବର୍ତ୍ତମାନ ଏକ ଘରୋଇ କମ୍ପାନୀରେ ସିନିୟର୍‌ ମ୍ୟାନେଜର୍‌ (ମାନବ ସମ୍ବଳ ବିକାଶ) ଭାବେ ସିକ୍କିମ ରାଜ୍ୟର ରାଜଧାନୀ ଗ୍ୟାଙ୍ଗଟକ୍‌ ଠାରେ କାର୍ଯ୍ୟରତ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଗଭୀର ଶ୍ରଦ୍ଧା ଥିବାରୁ ଅନେକ ଗଳ୍ପ, କବିତା ରଚନା କରିଛି, ଯାହା ବହୁତ ପତ୍ରପତ୍ରିକା, ଖବର କାଗଜରେ ପ୍ରକାଶିତ ହୋଇଛି । ନିଜ ଜନ୍ମଭୂମି ଓଡ଼ିଶା ଠାରୁ ଦୂରେଇଯିବାକୁ ନଚାହିଁ ମଧ୍ୟ, କର୍ମମୟ ଜୀବନକୁ ଅତିବାହିତ କରିବାକୁ ଯାଇ ବାଧ୍ୟ ହୋଇ ନିଜ ମାତୃଭୂମି ଠାରୁ ଦୂରେଇ ରହୁଛି । ତଥାପି ସାହିତ୍ୟ ପ୍ରତି ଥିବା ମୋର ପ୍ରବଳ ଶ୍ରଦ୍ଧା ଯୋଗୁଁ ମୁଁ ଓଡ଼ିଶାର ସାହିତ୍ୟ ଜଗତ ସହ ଜଡିତ ରହିବାକୁ ଚେଷ୍ଟା କରୁଛି ।

ଶିକ୍ଷାଗତ ଯୋଗ୍ୟତା:- ୧୦ମ । ବୃତ୍ତି:- ବ୍ୟବସାୟ । ଗ୍ରାମ:- ଜଗନ୍ନାଥପୁର । ପୋଷ୍ଟ:- ଅଙ୍ଗୁଳାଇ । ଭାୟା:- ଶ୍ରୀ ବଳଦେବ ଜୀଉ । ଜିଲ୍ଲା:- କେନ୍ଦ୍ରାପଡ଼ା ।

ଠିକଣା:- ସି-୮୬, ଲିଙ୍ଗରାଜ ବିହାର, ଭୁବନେଶ୍ୱର-୨୦ । ଧ୍ୱନିପ୍ରତିଧ୍ୱନି, ସମ୍ବାଦ କଳିକା ଇତ୍ୟାଦି ବହୁ ଖବରକାଗଜରେ ,କଥା କଥା କବିତା କବିତା, ଅନ୍ୱେଷିତା, ଆହ୍ୱାନ ଇତ୍ୟାଦିରେ କବିତା ପ୍ରକାଶିତ ।

ପ୍ରଫେସର, ଗୁଜୁରାଟ ଇନଷ୍ଟିଚ୍ୟୁଟ ଅଫ ଡେଭେଲପ୍ମେଣ୍ଟ ରିସର୍ଚ୍ଚ , ଗୋତା, ଅହମଦାବାଦ, ଗୁଜୁରାଟ - ୩୮୦୦୬୦

ଜନ୍ମ ଜୁନ :- ୨୦.୦୬.୧୯୮୫ । ଜନ୍ମ ତାରିଖ ୨୦.୦୬.୧୯୮୫ । ଠିକଣା:- ନିଗମ ନିଳୟ, ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ଭୁବନେଶ୍ଵର - ୭୫୧୦୦୨, ଓଡିଶା । ଶିକ୍ଷା- କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜନିୟରିଂରେ ବି.ଟେକ,ଏମ.ଟେକ, ଏବଂ ଏମ.ବି.ଏ । ବୃତ୍ତି - ଅଧ୍ୟାପନା (ସୂଚନା ପ୍ରୌଦ୍ୟୋଗିକ ଏବଂ ପ୍ରବନ୍ଧନ ଶିକ୍ଷା ମହାବିଦ୍ୟାଳୟ (ସାଇମ), ଭୁବନେଶ୍ୱର ।

ଠିକଣା-ହଟିଆପଲ୍ଲୀ, ଗଣିଆ, ନୟାଗଡ଼ ।

ଜନ୍ମ : ଯାଜପୁର, ଓଡ଼ିଶା । ଠିକଣା - ୮୨୧, ମଳୟ ବିହାର, ଜି ଜି ପି କଲୋନୀ, ରସୁଲଗଡ଼, ଭୁବନେଶ୍ୱର, ଓଡ଼ିଶା ୭୫୧୦୨୫ । ଓଡ଼ିଆ ଭାଷା ଏବଂ ସାହିତ୍ୟ ରେ ପିଜି ।

ଠିକଣା-ଦ୍ୱିତୀୟ ମହଲା, ଏମ୍-୬/୫୦, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଓଡ଼ିଶା । ଜଣେ ସାମ୍ୱାଦିକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ଜଣେ ସ୍ତମ୍ୱାକାର ଭାବେ ମଧ୍ୟ ପରିଚିତ । "ସମୟ"ରେ ତାଙ୍କର ନିୟମିତ ସ୍ତମ୍ୱ "ପଲିଟିକ୍ସ ଫଲିଟିକ୍ସ" ବେଶ ସ୍ତେଲାକପ୍ରିୟ । ପୂର୍ବରୁ ଦୈନିକ ସମ୍ୱାଦ ର ବାଲେଶ୍ୱର ସଂସ୍କରଣରେ ଲେଖୁଥିବା ସ୍ତମ୍ୱର ନାଁ ଥିଲା "ଆକାଶର ଛାଇ ତଳେ" । ଭାରତୀୟ ଜନସଂଚାର ସଂସ୍ଥାନରୁ ସାମ୍ୱାଦିକତା ଓ ଗଣ ମାଧ୍ୟମରେ ଡିଗ୍ରୀ ହାସଲ କରିଥିବା ଲେଖକ ବିକାଶମୂଳକ ଗଣ ଯୋଗାଯୋଗ ଉପରେ ମଧ୍ୟ କାର୍ଯ୍ୟ କରନ୍ତି । ସକ୍ରିୟ ସାମ୍ବାଦିକତା ପରେ ଏବେ ସାମ୍ବାଦିକତା ଶିକ୍ଷାଦାନ କରୁଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସେ ସାମ୍ବାଦିକତା ଓ ଗଣ ଯୋଗାଯାଗ ବିଭାଗରେ କାର୍ଯ୍ୟରତ ।

ଠିକଣା -ଏସ ଏସ ଭି ଏମ ସ୍କୁଲ, ଗଜପତିନଗର, ବ୍ରହ୍ମପୁର, ଗଞ୍ଜାମ -୭୬୦୦୧୦ । ଈଶ୍ୱର ଦତ୍ତ ପ୍ରତିଭାଗୁଡ଼ିକ ମଧ୍ୟରୁ ଲେଖନୀ ପ୍ରତିଭା ଅନନ୍ୟ ଓ ଅତୁଳନୀୟ । ଏହା ଏକ ଏପରି ସୀମାହୀନ ସାଧନା ଯାହା ପ୍ରେତ୍ୟେକ ହୃଦୟର ଅକୁହା ଭାବନାକୁ ବାସ୍ତବତାର ଶବ୍ଦରେ ବ୍ୟକ୍ତ କରିଥାଏ । ଅନ୍ୟର ପରିଚୟ ପ୍ରଦାନ କରିବା ଯେତିକି ସହଜ ନିଜର ଲେଖନୀ ମାଧ୍ୟମରେ ନିଜର ପ୍ରତିଛବିକୁ ଉପସ୍ଥାପନା କରିବା ସେତିକି କଷ୍ଟସାଧ୍ୟ । ବୃତ୍ତି : ବିଜ୍ଞାନ ଶିକ୍ଷୟତ୍ରୀ ।

ମୟୂରଭଞ୍ଜ ଜିଲ୍ଲା, କୁଳିଅଣା ବ୍ଲକ ଅନ୍ତର୍ଗତ ବଡନୂଆଗାଁ ଗ୍ରାମରେ ୧୯୯୪ ମସିହା ଜୁଲାଇ ୩୧ ତାରିଖରେ ମୋର ଜନ୍ମ । ପିତା ଶ୍ରୀଯୁକ୍ତ କେଶବ ଚନ୍ଦ୍ର ସାହୁ ଓ ମାତା ଶ୍ରୀମତୀ ଚନ୍ଦ୍ରଭାନୁ ପୁଥାଳ । ବର୍ତମାନ ମୁଁ ମାଷ୍ଟର ଇନ କମ୍ପୁଟର ଆପ୍ଲିକେଶନ (M .C. A.) ଦ୍ଵିତୀୟ ବର୍ଷର ଛାତ୍ର । ସାହିତ୍ୟ ପ୍ରତି ମୋର ପିଲାଦିନରୁ ରୁଚି ରହିଛି । କୌଣସି ଘଟଣାବଳୀ ଯେତେବେଳେ ମୋ ହୃଦୟକୁ ଆନ୍ଦୋଳିତ କରେ, ସେତେବେଳେ ମୁଁ ତାକୁ ସାହିତ୍ୟର ରୂପ ଦେବାକୁ ଚେଷ୍ଟା କରେ । ସାହିତ୍ୟ ପ୍ରତି ମୋର ଭଲପାଇବା ଚିରଦିନ ପାଇଁ ରହିଥିବ ।

ସିନିୟର ମ୍ୟାନେଜର, ପ୍ରୋଜେକ୍ଟ ପ୍ରକ୍ୟୁରମେଣ୍ଟ, (KPO), ଟାଟା ଷ୍ଟିଲ ଲିମିଟେଡ଼, ଭୁବନେଶ୍ୱର, ଓଡ଼ିଶା ।

ଠିକଣା:- ଦରବଚ୍ଛା, ମାର୍ଶାଘାଇ, କେନ୍ଦ୍ରାପଡ଼ା ।

ଜନ୍ମ ୧୯୮୮ , ପିତା- ଛବି ଭୋଇ, ମାତା- ବିମଳା ଭୋଇ । ଜନ୍ମସ୍ଥାନ- ଭଇରୀପୁର, ପୁରୀ, ଓଡ଼ିଶା । ଜଣେ ମେଧାବୀ ଛାତ୍ର ଭାବେ କମାପଡ଼ା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପ୍ରକାଶିତ ପୁସ୍ତକରେ ସାମାନ୍ୟ କ୍ଷୁଦ୍ରଗଳ୍ପ ପ୍ରଦାନ କରିବା ପରେ ଓଡ଼ିଆ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲି । ପରିବାରର ଅର୍ଥନୈତିକ ଅବସ୍ଥାର ଶୋଚନୀୟ ପରିସ୍ଥିତିକୁ ଲକ୍ଷ୍ୟ କରି ଉଚ୍ଚ ଶିକ୍ଷାର ସୌଭାଗ୍ୟ ପ୍ରାପ୍ତ ନ କରିବା ପରେ ଜଣେ ବେସରକାରୀ କର୍ମଚାରୀ ଭାବେ ଜୀବନ ଅତିବାହିତ କରୁଅଛି । ନିଶା- କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସ ଲେଖିବା । ଲକ୍ଷ୍ୟ- ସ୍ୱୟଂ ଲିଖିତ ଉପନ୍ୟାସକୁ ଓଡ଼ିଆ ଚଳଚିତ୍ର ଜଗତରେ ପ୍ରଦର୍ଶୀତ କରିବା । ଆଦର୍ଶ- ମାତା ବିମଳା ଭୋଇ । ବିଶ୍ୱାସ- ଈଶ୍ୱର ଏବଂ ସତ୍ୟ । ଘୃଣା- ନିଶାଦ୍ରବ୍ୟ ଏବଂ ବିଶ୍ୱାସଘାତୀ ମନୁଷ୍ୟ ।

ଯୁଗ୍ମ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ଵର । ଓଡିଆ କଥା ସାହିତ୍ୟର ଯଶସ୍ଵୀ ସ୍ରଷ୍ଟା । ଚମତ୍କାର ବର୍ଣ୍ଣନାଶୈଳୀ, ଗଭୀର ମନସ୍ତାତ୍ତ୍ୱିକ ବିଶ୍ଳେଷଣ, ଓ ଶାଣିତ ଅନୁଭୂତି ତାଙ୍କ ରଚିତ ଗଳ୍ପକୁ କରିଥାଏ ଋଦ୍ଧିମନ୍ତ । ‘ସୀମାହୀନ‘, ‘ସ୍ରୋତ’, ‘କାଚର ସେକ୍ସପିଅର ଓ ମାଟିର ଲେନିନ‘, ‘ଫଗୁଣ ଗୋଧୂଳିରେ ସବଯାତ୍ରା ସହ‘ ଚାରୋଟି ଗଳ୍ପ ସଂକଳନ, ‘ପଣତକାନିରେ ଧୁଳି‘, ‘ବଣର ଫଗୁଣ‘, ଦୁଇଟି ଆଦିବାସୀ କବିତା ସଂକଳନ ଏବଂ ‘ମନର ନାମ ମନ୍ଦୋଦରୀ’ ଉପନ୍ୟାସ, ‘ସୁନ୍ଦରଗଡ ଡାଏରୀ‘ ଧାରାବାହିକ ଆଦି ପ୍ରକାଶିତ । ଲେଖକ ‘ନୀଳଶୈଳ’, ‘ଉପାସନା’, ‘ଲାଗେନା ଲାଗେନା ରଙ୍ଗ’ ଆଦି ଲୋକପ୍ରିୟ ଭଜନର ରଚୟିତା । ତାଙ୍କର ସାମଗ୍ରିକ କୃତି ପାଇଁ ସେ ‘ରାଜଧାନୀ ପୁସ୍ତକ ମେଳା ପୁରସ୍କାର’, ‘ଗୋକର୍ଣିକା ସାହିତ୍ୟ ସମ୍ମାନ’, ‘ବାଇମୁଣ୍ଡି ସାହିତ୍ୟ ସେବା ଓ ସଂସଦ ସମ୍ମାନ’, ‘ଶ୍ରୀ ହରେକୃଷ୍ଣ ମହତାବ ସମ୍ମାନ’, ‘ଚେଳିତୋଳ ସଂସ୍କୃତିକ ସମ୍ମାନ’, ‘ଯତୀନ୍ଦ୍ରନାଥ ଶତବାର୍ଷିକୀ ସମାରୋହ ସମ୍ମାନ’ ଆଦିରେ ସମ୍ମାନିତ ।

ପିତା-ପ୍ରସନ୍ନ କୁମାର ମହାପାତ୍ର ମାତା- ସୁଷମା ମହାପାତ୍ର । ଜନ୍ମ- ମଙ୍ଗରାଜପୁର ଶାସନ, କାଦୁଆ, ଗଞ୍ଜାମ । ବର୍ତମାନର ଠିକଣା-୧୭୧/କେ/୯, ପିକିନିକ୍ ଗାର୍ଡେନ ରୋଡ଼, କୋଲକାତା । ବୃତି- ସିମେନ୍ସରେ ମେକାନିକାଲ ଇଂଜିନିୟର । ରୁଚି- ଜ୍ୟୋତିଷ ଆଲୋଚନା, ଚିତ୍ରକର ଓ ଫଟୋଗ୍ରାଫି ।

ଠିକଣା : ପ୍ରତାପପୁର, ବାଲିଆପାଳ, ବାଲେଶ୍ବର, ପିନ- ୭୫୬୦୮୩

୧୯୭୧ ମସିହା ଅକ୍ଟୋବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା କବି ଯଦୁମଣିଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍.ଏସ୍‌. ସି, ଏମ୍.ଜେ.ଏମ୍.ସି ଓ ତାଙ୍କର ପୈତୃକ ଗାଁ ବରଗଡ଼ ଜିଲ୍ଲା ଅନ୍ତର୍ଗତ କଣ୍ଡପଲା । ଠିକଣା - ସି-୩୦୧, କୃଷ୍ଣା ଯଶୋଧନ ବିଲଡିଙ୍ଗ୍, ଏବ୍ରୋଲ, ସୋପାରା ରୋଡ, ବୋଲିଞ୍ଜ ନାକା, ବିରାର (ପ), ମୁମ୍ବାଇ । ଦେବଦତ୍ତ ଯଦୁମଣି ନାୟକ ଓରଫ ଯଦୁମଣି ନାୟକ ଏକାଧାରରେ ଜଣେ କବି, ଗୀତ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ, ନିର୍ଦ୍ଧେଶକ, ପ୍ରଯୋଜକ, ଅନୁବାଦକ, ପାଠ୍ୟ ପୁସ୍ତକ ଲେଖକ, ସମ୍ପାଦକ ଓ ସାମ୍ବାଦିକ । ବାସ୍ତବବାଦୀ କବିତାର ପକ୍ଷଧର କବି ଯଦୁମଣିଙ୍କ ଏ ପର୍ଯ୍ୟନ୍ତ ଗୋଟିଏ କବିତା ସଂକଳନ ‘ଧରା ଦେଉ ନ ଥିବା ଶବ୍ଦଙ୍କ ଧାରଣା’ ଓ ଗୋଟିଏ ଅନୁବାଦ ପୁସ୍ତକ ‘ଚନ୍ଦନ କା ଫୁଲ(ହିନ୍ଦୀ)’ ପ୍ରକାଶିତ । ‘ଉଦ୍ଧେଶ୍ୟ: ଆପ କୀ ଆତ୍ମା କୀ ଭାବୁକ ୟାତ୍ରା’ ନାମକ ଏକ ହିନ୍ଦୀ ପୁସ୍ତକର ସମ୍ପାଦନା କରିବା ସହିତ ସେ ସାତୋଟି ପାଠ୍ୟ ପୁସ୍ତକର ରଚନା/ସମ୍ପାଦନା କରିଛନ୍ତି । ଏହା ବ୍ୟତୀତ ସେ ୭୦୦ରୁ ଉର୍ଦ୍ଧ୍ଵ ଓଡ଼ିଆ ଓ ସମ୍ବଲପୁରୀ ଗୀତର ରଚୟିତା ଓ ୩ଟି କ୍ଷୁଦ୍ର ଚଳଚ୍ଚିତ୍ରର ଚିତ୍ରନାଟ୍ୟ-ସଂଳାପ ଲେଖକ ତଥା ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଧେଶକ ମଧ୍ୟ । ସାମ୍ବାଦିକ ଚାକିରୀ ଛାଡ଼ି ବଲିଉଡରେ ସଂଘର୍ଷ କରୁଥିବା ଯଦୁମଣି ବର୍ତ୍ତମାନ କଲର୍ସ ଓଡ଼ିଆ ପାଇଁ କଣ୍ଟେଣ୍ଟ୍‌ ଲେଖୁଛନ୍ତି ।

ଜନ୍ମ ତାରିଖ : ୧୮ ସେପ୍ଟେମ୍ବର ୧୯୬୨, ଜନ୍ମ ସ୍ଥାନ : ସମ୍ବଲପୁର । ପିତା ଶ୍ରୀଯୁକ୍ତ ଗୌରଚନ୍ଦ୍ର ସରାଫ ଓ ମାତା ଶ୍ରୀମତୀ ପୂର୍ଣ୍ଣମାସୀ ସରାଫ । ଯୋଗ୍ୟତା : ସ୍ନାତକ, ମହିଳା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ।

ଏକାଧାରରେ ସାହିତ୍ୟିକ, ଗାଳ୍ପିକା, ନାଟ୍ୟକାର, ଗୀତିକାର ଓ ଅନୁବାଦକ । ଅବହେଳିତ ମଣିଷ ଓ ଜୀବନବୋଧର ନାନାଦି ସମସ୍ୟା ହେଉଛି ତାଙ୍କ ଗଳ୍ପର ସ୍ଥାପତ୍ୟ ଓ ଜୀବନିକା । ନିଜ କଥା ସ୍ଥାପନରେ ଜୀବନ ବିଶୃଙ୍ଖଳା ଓ ମଣିଷପଣିଆର ଏକତ୍ର ସହାବସ୍ଥାନ ତାଙ୍କ ଗଳ୍ପ ପ୍ରକରଣର ଦକ୍ଷତା । ଶୈଳୀଗତ ଭିନ୍ନତା ଓ କଥାରେପ୍ରକାଶର ସ୍ୱଚ୍ଛନ୍ଦତା ତାଙ୍କୁ ଗୋଟିଏ ନିରାପଦ କ୍ୟାନ୍‌ଭାସ୍‌ ଦେଇଥାଏ କଥାୟନ ପାଇଁ । ତାଙ୍କରି ଅନେକ ଗଳ୍ପ ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁଦିତ ଓ ଆଦୃତ । ଏଯାବତ ତାଙ୍କର ଚାରୋଟି ନାଟକ, ଚାରୋଟି ଶିଶୁ ସାହିତ୍ୟ, ଚାରୋଟି ଗଳ୍ପ ସଂକଳନ ଓ ଦୁଇଟି ସଂପାଦିତ ଗଳ୍ପ ସଂକଳନ ପ୍ରକାଶିତ ଓ ଅନେକ ପାଣ୍ଡୁଲିପି ପ୍ରକାଶ ଅପେକ୍ଷ୍ୟାରେ । ସଂପ୍ରତି ନୂଆଦିଲ୍ଲୀରେ ଅବସ୍ଥାନ ।

ଛୋଟବେଳୁ ମୁଁ ଗଳ୍ପ, କବିତା ଲେଖେ, ସେତେବେଳେ ଖବରକାଗଜରେ ଥରେ ମୋର ଗୋଟେ କବିତା ବାହାରିଥିଲା, ବହୁତ ଖୁସି ଲାଗିଥିଲାସେଦିନ । ବିଭିନ୍ନ ପତ୍ରିକାରେ ବି ମୋ ଲେଖା ବାହାରେ । ସେବେଠାରୁ ଲେଖିଚାଲିଛି । କେହି କେବେ ନିଜକୁ ବହୁତ ବଡ ଲେଖକ ଭାବିବାକଥା ନୁହେଁ, କାରଣ ଗୋଟେ ଲେଖକ ପାଇଁ "ବେଷ୍ଟ ଇଜ ଏଟ ଟୁ କମ" (Best ।s yet to come) । ମୁଁ ଷ୍ଟୋରୀମୀରରର ବି ଜଣେ ରେଗୁଲାର ଲେଖିକା, ମୋର ଲେଖା ଇ-ମ୍ୟାଗାଜ଼ୀନ ରେ ଷ୍ଟୋରୀ ପବ୍ଲିସ ହେଇଚି ବର୍ଷା ବିଶେଷାଙ୍କ, ଜୁଲାଇ ମାସରେ ।

ପିତା - ୰ ଶ୍ରୀଯୁକ୍ତ ତ୍ରିଲୋଚନ ତ୍ରିପାଠୀ, ମାତା - ୰ ଶ୍ରୀମତୀ ସରୋଜିନୀ ତ୍ରିପାଠୀ । ଜନ୍ମ - ତା୨୬/୧୧/୧୯୫୬ରିଖ । ଶିକ୍ଷା - ଏମ୍.ଏ. ଏଲ୍.ଏଲ୍.ବି. । ବୃତ୍ତି - ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରେ ଚାକିରୀ । ଋଚି - ଗଳ୍ପ ରଚନା ।

ଅବସରପ୍ରାପ୍ତ ପରିଚାଳକ,ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଠିକଣା ୨୯-ଏ,କଳ୍ପନା ଏରିଆ, ବି.ଜେ.ବି.ନଗର,ଭୁବନେଶ୍ୱର ।

ଜନ୍ମ : ୦୨ ଅକ୍ଟୋବେର ୧୯୮୬, ସମ୍ବଲପୁର , ଓଡ଼ିଶା । ଶିକ୍ଷାଗତ ଯୋଗ୍ୟତା : ବ୍ୟାଚେଲର୍‌ ଇନ୍‌ ଟେକ୍ନୋଲୋଜି (ମେକାନିକାଲ ଇଞ୍ଜିନିୟରିଂ) ୟୁସିଇ (ଭି.ଏସ.ଏସ.ୟୁ.ଟି ), ବୁର୍ଲା । ବୃତ୍ତିରେ ମେକାନିକାଲ ଇଞ୍ଜିନିୟର, ବର୍ତ୍ତମାନ : ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ରେ କାର୍ଯ୍ୟରତ । ଠିକଣା : ସୁନାବେଡା , କୋରାପୁଟ, ଓଡ଼ିଶା । ସାହିତ୍ୟ ପ୍ରତି ରୂଚି ପ୍ରଥମେ ମାସିକ ଓଡ଼ିଆ ଗଳ୍ପ ପତ୍ରିକାରୁ ଆରମ୍ଭ ହୁଏ ଏବଂ ପରେ ପରେ ସାଙ୍ଗ ମାନଙ୍କ ସହିତ ସାହିତ୍ୟ ଚର୍ଚ୍ଚା ଦ୍ୱାରା ପ୍ରେରଣା ମିଳିଲା, ଲେଖିବା ପାଇଁ ଆଗ୍ରହ ହେଲା । ଲେଖିବାରେ ମୋର ଅଭ୍ୟାସ ନାହିଁ , ନାଁ ଲେଖିବା ମୋର ବୃତ୍ତି , ହେଲେ ନିଜ ଭାବନାକୁ ଲେଖା ଦ୍ୱାରା ପ୍ରକାଶ କରିବାରେ ଚେଷ୍ଟା କରୁଛି, ଆଶା ପାଠିକା, ପାଠକ ମାନଙ୍କୁ ଦ୍ୱାରା ଗ୍ରହଣୀୟ ହେବ ।

ସିଂହାକୁଦା, ପୁରୀ । ପେଶା ରେ ଚିକତ୍ସା ଏବଂ ସମାଜ ସେବା ।

ପିତା - ସ୍ୱର୍ଗତ. ରାଜକିଶୋର ପୃଷ୍ଟି, ମାତା - ଇନ୍ଦୁମତୀ ପୃଷ୍ଟି । ଜନ୍ମସ୍ଥାନ - ବିଦ୍ୟାଧର ପୁର । ଜାତୀୟତା - ପ୍ରଥମେ ଓଡ଼ିଆ, ତା'ପରେ ଭାରତୀୟ, ସ୍ଥାୟୀ ଠିକଣା - ଗ୍ରାମ- ବିଦ୍ୟାଧର ପୁର, ଡାକ- କମାଗଡ଼, ଜିଲ୍ଲା- ଯାଜପୁର -୭୫୫୦୩୧, ଓଡ଼ିଶା । ବର୍ତ୍ତମାନ ଠିକଣା - ପ୍ଲଟ କ୍ରମାଙ୍କ - ଏ-୧୬୪, ସହିଦ ନଗର, ଭୁବନେଶ୍ୱର-୭୫୧୦୦୭, ଓଡ଼ିଶା । ଶିକ୍ଷା - ସ୍ନାତକୋତ୍ତର (ଓଡ଼ିଆ) ରେଭେନ୍ସା ବିଶ୍ୱବିଦ୍ୟାଳୟ , କଟକ । ସ୍ନାତକ (ଆଇନ୍) ମଧୁସୂଦନ ଆଇନ୍ ମହାବିଦ୍ୟାଳୟ, କଟକ । ସଂପ୍ରତି ଓଡିଆଭାଷାକୁ ସବୁ କ୍ଷେତ୍ରରେ କାର୍ଯ୍ୟକାରି କରିବାପାଇଁ ଓଡିଶା ସରକାରଙ୍କଦ୍ୱାରା ଗଠିତ ମନ୍ତ୍ରୀସ୍ତରୀୟ ଭାଷା କମିଟି ମାନନୀୟ ସଦସ୍ୟ । ଦାୟିତ୍ୱ - ସଦସ୍ୟ ସଚିବ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱର। ଲେଖକଙ୍କ ବିଷୟରେ ସବିଶେଷ ଜାଣିବାପାଇଁ ଦେଖନ୍ତୁ- https://en.wikipedia.org/wiki/Subrat_Kumar_Prusty

ଠିକଣା - ସନପାଟସୁନ୍ଦରପୁର, ପୋ- ବଡ଼ପଟା ସୁନ୍ଦରପୁର, ଜିଲ୍ଲା- କଟକ, ପିନ୍- ୭୫୪୦୧୮ । ୧୯୯୨ ମସିହା ଜୁଲାଇ ମାସ ୧୧ ତାରିଖରେ ଜନ୍ମ, ପିତା-ବଂଶୀଧର ସେନାପତି, ମାତା-ରେଣୁବାଳା ସେନାପତି । ଓଡ଼ିଆ ସାହିତ୍ୟ,ସୃଜନାତ୍ମକ କବିତା, ଈଶ୍ଵରୀୟ ଚିନ୍ତାଧାରାକୁ ସାହିତ୍ୟରେ ରୂପାନ୍ତରଣ କରିବା ପାଇଁ ମୁ ଛୋଟ ସମୟରୁ ପ୍ରୟାସ କରିଆସିଛି । ଓଡ଼ିଆ ସାହିତ୍ୟକୁ ଭଲପାଉଥିବାରୁ ମୋର ଅବଶିଷ୍ଟ ସମୟ କାବ୍ୟ ଓ କବିତାରେ ଉପଯୋଗ ପାଇଁ ମୁଁ ଉଦ୍ୟମରତ । ବର୍ତ୍ତମାନ ମୁଁ ଇଂଜିନିୟରିଂ ପରେ ବାଙ୍ଗାଲୋର ସହରରେ କର୍ତ୍ତ୍ୟବ୍ୟରତ ।

ବାପା-ଜିତେନ୍ଦ୍ର ସାହୁ ଓ ମାଆ-ଜନକଦେବୀ ସାହୁ । ୧୬ ମେ ୧୯୯୯ ମସିହାରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ନିକଟବର୍ତ୍ତୀ ଭୁଷଲାଡ଼ ଗାଁ ରେ ମୋର ଜନ୍ମ । ଅଷ୍ଟମ ଶ୍ରେଣୀରୁ ମୁଁ ଅନେକ ଗୁଡିଏ ସ୍ତୁତି ଓ ଜଣାଣ ଲେଖୁଥିଲି । କଲେଜ ଜୀବନରେ ଆଧୁନିକତାର ସ୍ପର୍ଶରେ ସାହିତ୍ୟ ଜଗତରେ ନୂତନ ଚିନ୍ତା ଓ ଚେତନା ନେଇ ପ୍ରଥମ ପାଦ ଥାପିଲି ଆଜକୁ ତିନିଶହରୁ ଉର୍ଦ୍ଧ୍ଵ କବିତା ଓ ଅଳ୍ପ କେତେକ ଗଳ୍ପ, ପ୍ରବନ୍ଧ ମୋ କଲମରେ ଜନ୍ମ ଲାଭ କରିସାରିଛି । ବର୍ତ୍ତମାନ ମୁ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ବି.ଏ. କରୁଛି ଓଡ଼ିଆ ସାହିତ୍ୟର ସମୃଦ୍ଧିର ଆଶା ନେଇ ।

ପିତା - ନଟବର ସେଣ ( ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ) । ଘର - ପୁରୁଷୋତ୍ତମପୁର, କେନ୍ଦ୍ରାପଡ଼ା । ଶିକ୍ଷାଗତ ଯୋଗ୍ୟତା MA (Edu), ବାଣୀବିହାର ୟୁନିଭର୍ସିଟି । ପତି - ଶୁଭକାନ୍ତ ଲେଙ୍କା । ମୁଁ ଉଭୟ ଗଳ୍ପ ଏବଂ କବିତା ଲେଖେ । "ଶିଶୁ ପ୍ରତିଭା" ପତ୍ରିକାରେ ମୋର ଏକ ଗଳ୍ପ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା "ଭୁତ " । ଇ -ପତ୍ରିକା ଯଥା "ଆହ୍ୱାନ" ଏବଂ "ମାତୃଭୂମି" ରେ ମୋର ଲେଖା ଗୁଡିକ ପ୍ରକାଶ ପାଇଛି । ମୋର ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା । ଶ୍ରୀଯୁକ୍ତ ମନୋଜ ଦାସ ଏବଂ ପ୍ରତିଭା ରାୟଙ୍କ ଲେଖା ଗୁଡିକ ମତେ ଅନୁପ୍ରାଣିତ କରନ୍ତି ।

ତା୦୬/୧୨/୧୯୩୦ରିଖରେ ଏକ କରଣ ପରିବାରରେ ଜନ୍ମ । ୧୯୪୫ରେ ବିବାହ । ଲେଖିକାଙ୍କ ପିତା ବନମାଳୀ ପଟ୍ଟନାୟକ (ସୁରଙ୍ଗୀ ଷ୍ଟେଟ୍ ମ୍ୟାନେଜର) ଶ୍ୱଶୁର ରାମଚନ୍ଦ୍ର ପଟ୍ଟନାୟକ (ସାନଖେମୁଣ୍ଡି ଦେବାନ) । ଦୁଇ ପରିବାର ରକ୍ଷଣଶୀଳ ପରିବାର । ବିବାହର ସାତବର୍ଷ ପରେ ସାମାଜିକ ଶିକ୍ଷା ସଂପ୍ରସାରଣ ଅଧିକାରୀ ଭାବେ ଚାକିରୀରେ ନିଯୁକ୍ତି ହୋଇ ତା୩୦/୧୨/୧୯୮୮ରେ ଚାକିରୀରୁ ଅବସର । ସ୍ୱୀୟ ସାଧନାବଳରେ ବିଦ୍ୟା ହାସଲ ଓ କାବ୍ୟ, କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଲିଖନ । ଓଡ଼ିଶା ତଥା ବାହାରର ପତ୍ରପତ୍ରିକାରେ ଲେଖିକାଙ୍କ କୃତିମାନ ପ୍ରକାଶିତ । ଓଡ଼ିଶାର ବିଭିନ୍ନ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଆଜୀବନ ସଭ୍ୟା ଭାବେ । ଆଧ୍ୟାତ୍ମିକ, ସମାଜ ସୁଧାରକ ଲେଖା ଲେଖିକାଙ୍କ କଲମରୁ ନିଃସୃତ । ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସମେତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତା , ସଂବର୍ଦ୍ଧିତା, ଆଜୀବନ ଶ୍ରୀକୃଷ୍ଣ ଚରଣାଶ୍ରିତା ।

ପିତା ସନ୍ତୋଷ ଓ ମାତା ବାସନ୍ତୀ ଗଡ଼ନାୟକ ଏବଂ ଜଗନ୍ନାଥଙ୍କ କୃପାରୁ ଗିରାଙ୍ଗ ଗ୍ରାମରେ ମୋର ଜନ୍ମ । ଅନୁଗୁଳ ସ୍ଥିତ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗଣିତ ଅନର୍ସରେ ସ୍ନାତକ କରିବା ପରେ ଏବେ ସାରଙ୍ଗସ୍ଥିତ IGITରେ ଏମ.ଏ.ସି . ପାଠ୍ୟକ୍ରମରେ ଅଧୟନରତ । ଗଣିତ ମୋ ପେଶା ହେଲେ ସାହିତ୍ୟ ମୋ ନିଶା, ସ୍କୁଲ ବେଳରୁ ପଢିବା ଦିନଠୁଁ ଲେଖିବାର ଇଚ୍ଛା ଜାଗ୍ରତ ହୋଇଥିଲା ଆଉ ପ୍ରୟାସ ଜାରି ରହିଛି । ସ୍କୁଲର ବିଭିନ୍ନ ପତ୍ର ପତ୍ରିକାରେ ମୋ ଲେଖା ସ୍ଥାନ ପାଇଛି ଏବଂ ଜଣେ ଭଲ ବକ୍ତା ଭାବେ ସବୁଠି ପରିଚିତ ହୋଇଛି, ନାଲ୍କୋ ଇଞ୍ଜିନିୟରଙ୍କ ଦ୍ୱାରା ପରିଚାଳିତ ବକୃତା ପ୍ରତିଯୋଗିତାରେ ଦୁଇଥର କୃତିତ୍ୱ ହାସଲ କରି ସମ୍ମାନିତ ହୋଇଛି । ଏବେ ଆହ୍ବାନ ନାମକ ଇ ପତ୍ରିକାରେ ମୋ ଲେଖା ଏବଂ କବିତା ପ୍ରକାଶ ପାଉଛି । ବହୁତ ପରିଶ୍ରମ ପରେ ଭଗବାନଙ୍କ ଦୟାରୁ "ନୂଆବୋହୂ" ନାମକ ଏକ ପୁସ୍ତକକୁ ଜୀବନ୍ତ ରୂପ ଦେଇ ପାରୁଛି । ଏ ଲେଖା ପ୍ରତି ଏମିତି ସମର୍ପଣ ରହିବ ଏବଂ ଏ ଯାତ୍ରା ଆଗକୁ ଜାରି ରହିବ ।

ଠିକଣା:- ରଥଗଡ଼ା ସାହି, ପୁରୁଣା ସହର, ନୟାଗଡ଼ । ପିନ୍:- ୭୫୨୦୭୦ ।

ରସାୟନ ବିଜ୍ଞାନ ଗବେଷକ । ପିତା - ଶ୍ରୀଯୁକ୍ତ ବୀରବର ବରାଳ ଏବଂ ମାତା – ଶ୍ରୀମତୀ ସତ୍ୟଭାମା ବରାଳ । ଜନ୍ମ – ୦୮-୦୧-୯୩ । ଠିକଣା - ଗ୍ରା/ ପୋ – ବାଟଗାଁ, ଭାୟା – କାମାକ୍ଷାନଗର, ଜିଲ୍ଲା – ଢେଙ୍କାନାଳ, ଓଡିଶା , ପିନ - ୭୫୯୦୧୮ । ଗୋଧୂଳିର ବାସ୍ନା ଆଉ ପାହାଡି ସବୁଜିମାର ରଙ୍ଗରେ ମଜ୍ଜି ହୋଇ ବାଳୁତ ବେଳ ମୋର ଅତିବାହିତ ହୋଇଯାଇଛି । ସେଇ ପରିବେଶ ହିଁ ମୋ ପାଇଁ ପ୍ରେରଣାର ସ୍ରୋତ । କଣା ଚାଳ ଛପର ତଳେ ହଳୁଆ ହାତର ବାସି ପଖାଳ ଗୁଣ୍ଡାର ବାସ୍ନା କୁ ଧଳା କାଗଜରେ ଆଙ୍କିବାର ଅଭିଳାଷକୁ ପ୍ରଶମିତ କରିପାରିଲିନି, ଆଉ ଆଙ୍କିବାକୁ ଲାଗିଲି ପଞ୍ଜରା ତଳ ଭାବାବେଗର ଛବିକୁ ସାହିତ୍ୟର ଭାଷାରେ । ସେଇ ସାହିତ୍ୟକୁ ଢାଲ କରି ଓଦା ଆଖିର ଭାଷା କୁ ଆଙ୍କିବାର ଛୋଟ ଚେଷ୍ଟା କରୁଥିଲି , କରୁଛି ଆଉ କରିଚାଲିବି । ସାହିତ୍ୟ ପ୍ରତି ଆହେତୁକ ଦୁର୍ବଳତା ହେତୁ କାଚର କ୍ୟାନଭାସରେ ଅନେକ ଗୁଡିଏ ଛବି ଆଙ୍କିବାକୁ ବାଧ୍ୟ ହେଇଛି । ଛବି ଗୁଡିକୁ ପାଠକଙ୍କ ପାଖକୁ ଆଣିବାକୁ ଚେଷ୍ଟା କରିବି । ଆଶା କରିବି ଛବି ଗୁଡିକ ପାଠକଙ୍କ ଶୀତଳ ମସ୍ତିସ୍କକୁ ଜୀବନ୍ତ ଦୃଶ୍ୟପଟର ଅନୁଭବ ଦେବ ।

ପିତା : ନିରଞ୍ଜନ ସ୍ୱାଇଁ । ବରିଲୋ, ବୋରିକିଣା, ଜଗତସିଂହ ପୁର, ଓଡ଼ିଶା । +୩ ବିଜ୍ଞାନ ଛାତ୍ରୀ । ରୁଚି ପଢ଼ିବା ଏବଂ ଲେଖିବା ।

କୁଆଁସ , ମେରଦା କାଟିଆ , ଯାଜପୁର

ଠିକଣା- ଡି-୬୧, ପର୍ଯାବରଣ କମ୍‌ପ୍ଲେକ୍ସ୍‌ । ପୋ- ମେହରୁଲି । ନୂଆଦିଲ୍ଲୀ-୧୧୦୦୩୦ ।

ପିତା: ବିପିନ ବିହାରୀ ରଥ । ଠିକଣା - ଜିଲ୍ଲୀନ୍ଦା , ନରସିଂହପୁର, କଟକ । ଶିକ୍ଷା -b.com from sambalpur univarsity, mcom from indira gandhi national open univ. ,cost and management accounting doing under ICMAI, bbsr chapter

ଠିକଣା - ରାଢ଼ଙ୍ଗ, ପୋଷ୍ଟ - ଦୋଳସାହି, ଜିଲ୍ଲା-ଭଦ୍ରକ । ମୁଁ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ସହକର୍ମୀ ଶିକ୍ଷୟିତ୍ରୀ । ଲେଖାଲେଖିରେ ମୋର ଛୋଟରୁ ଆଗ୍ରହ, ମାତ୍ର ସେମିତି କିଛି ସୁଯୋଗ ପାଇନାହିଁ । ଯେତେବେଳେ କିଛି ସମୟ ପାଏ ଏବଂ ମନରେ କୌଣସି କଥା ଆନ୍ଦୋଳିତ କରେ ନିରୋଳାରେ ଆସି ମୋର ଡାଏରୀରେ କିଛି ଲେଖି ପକାଏ ।

ଏକ ଓଡିଶାବାସୀ ଅନୁସାରେ ଓଡ଼ିଆ ରେ ଲେଖିବା ର ପ୍ରୟାସ ରଖେ / ବୃତ୍ତି ଅନୁଯାୟୀ ଏକ ଘରୋଇ ସଂସ୍ଥାରେ ମ୍ୟାନେଜେର ଅଛି / ବୟୋଜ୍ୟେଷ୍ଠ ବ୍ୟକ୍ତି, ଦେଶ ଓ ଜାତି ର ସେବା ନିଜର ଧର୍ମ ବୋଲି ଭାବେ / ବହି ପଢିବା ଓ ଲେଖିବା ରେ ରୁଚି /

ଗଳ୍ପ, ଉପନ୍ୟାସ ଲେଖନ୍ତି । ସେ ଅନୁଭବ କରନ୍ତି ତାଙ୍କର ଅନେକ କିଛି କହିବାର ଅଛି ଯାହା ପୂର୍ବରୁ ଓଡ଼ିଆ ସାହିତ୍ୟରେ କୁହା ଯାଇନି । ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ ତାଙ୍କ ଗଳ୍ପ ଉପନ୍ୟାସର ଚରିତ୍ର । ତାଙ୍କର ସାଧାରଣ କଥନଶୈଳୀ, ଗଠନଗତ ଶିଳ୍ପବୋଧ ଓ ଚରିତ୍ର ଚିତ୍ରଣ ଏକ ସ୍ୱତନ୍ତ୍ର ପାଠକଗୋଷ୍ଠୀ ସୃଷ୍ଠି କରିଛି । ଏଇ ପାଠକୀୟତାହିଁ ସହଦେବଙ୍କ ଲେଖକ ଜୀବନର ଶ୍ରେଷ୍ଠ ପୁଞ୍ଜି । ଜଣେ ପ୍ରତିଶ୍ରୁତିବଦ୍ଧ ଲେଖକ ଭାବରେ ପାଠକ ମାନଙ୍କର ତାଙ୍କ ଉପରେ ରହିଛି ଢେର୍ ଆସ୍ଥା ।

ଠିକଣା- ବାଗାସାହି, ପ୍ରୀତିପୁର, ଯାଜପୁର । ପିନ୍-୭୫୫୦୧୩, ଓଡ଼ିଶା । ବୃତ୍ତି- ଜଣେ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ । ଶିକ୍ଷାଗତ ଯୋଗ୍ୟତା ଏମ୍.ଏ. (ସଂସ୍କୃତ), ଏମ୍.ଇଡ଼ି. । ନୂଆ କରି ଲେଖିବାର ଦୁନିଆଁରେ ପାଦ ଦେଇଛି । ଶ୍ଳୋକ, ଗଳ୍ପ, କଥା, ଆଧ୍ୟାତ୍ମିକ ଚିନ୍ତନ, ଶୋଧ ପ୍ରବନ୍ଧ, ତାତ୍ତ୍ୱିକାର୍ଥ ପ୍ରବନ୍ଧାଦିରେ ଲେଖିବାର ରୁଚି ରଖେ । ଅଜସ୍ର ପଢ଼ିବା ଓ ସେହି ବିଷୟରେ ଭାବିବା ମୋତେ ଭଲ ଲାଗେ ।

ପିତା - ନିରଞ୍ଜନ ଦାସ । ଠିକଣା : ଗ୍ରାମ/ପୋ. ଅ.- ସଅଁରା, ଭାୟା - ନାଲିବର, ଜିଲ୍ଲା - ଜଗତସିଂହପୁର, ପିନ୍ - ୭୫୪୧୦୪ ।

ରଜତ କୁମାର ଜେନା । ମାତା-ମଞ୍ଜୁ ଲତା ଜେନା, ପିତା-ହୃଷିକେସ ଜେନା । ପୈତୃକ ସ୍ଥାନ-ପୁରୀ ଜିଲା ର ପୁରୀ । କମ୍ପୁଟର ଐଡ଼େଡ଼ ଡ଼ୀଜାଇନ ଇଂଜିନିୟର୍ ଭାବେ ଏକ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ । ଜୀବନରେ ଅନୁଭୂତ, ଅନୁଭୂତିରୁ କିଛି କେବେ କେବେ କାଗଜ ରେ ଆଙ୍କି ହୋଇ ଯାଏ ତ ସାଥୀ ଭାବି ; ଲେଖନୀକୁ କହୁଥିବା କିଛି ଅନ୍ତରଙ୍ଗ କଥା କାଗଜର ତା ପ୍ରତି ଆତ୍ମୀୟତା ଯୋଗୁଁ ଶବ୍ଦର ରୁପ ନିଏ।

ଲେଖକ ଜଣେ ଯଶସ୍ୱୀ ଓ ଅଗ୍ରଣୀ କଥାକାର ଭାବରେ ଅନେକ ସାରସ୍ୱତ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ବିଭିନ୍ନ ସମୟରେ ତାଙ୍କର ଗଳ୍ପ ଅନ୍ତର୍ଭୁକ୍ତ ହୋଇଅଛି ମାଟ୍ରିକ୍ ଠାରୁ ଏମ.ଏ. (ଓଡ଼ିଆ) ପାଠ୍ୟକ୍ରମରେ । କଥାବସ୍ତୁରେ ନୂତନତା, ପରିବେଷଣରେ ନାଟକୀୟତା ଓ ଭାଷାରେ କାବ୍ୟିକତା ତାଙ୍କ ଗଳ୍ପକୁ ଦିଏ ଗାମ୍ଭୀର୍ଯ୍ୟ ଓ ଭାବୋଦ୍ଦିପକତା । ଏକ ସାଧାରଣ ଘଟଣାକୁ ନିରୀକ୍ଷଣ କରନ୍ତି ଦାର୍ଶନିକର ଅନ୍ତର୍ଦୁଷ୍ଟିରେ ଏବଂ ଏହା ରୂପାନ୍ତରତ ହୋଇଯାଏ ଅସାମାନ୍ୟ ଓ ଅସାଧାରଣ ଗଳ୍ପରେ । ଏହାର ଆବେଦନ ପାଠକଙ୍କୁ ପରିଚିତ କରାଏ ସୃଷ୍ଟି ଓ ଜୀବନର ଚିରନ୍ତନ ଏବଂ ସାର୍ବଜନିନ ସତ୍ୟ ସହିତ । ଏକ ଅସଜଡ଼ା, ନିରାସକ୍ତ ଓ ହିଂସ୍ର ପରିବେଶରେ ଗଳ୍ପର ଚରିତ୍ରମାନେ ନିଃସଙ୍ଗ ଓ ତିଷ୍ଠି ରହିବା ପାଇଁ ସଂଘର୍ଷରତ । ଏମାନଙ୍କ ପ୍ରତି ଗାଳ୍ପିକଙ୍କର ଅନୁକମ୍ପା ଓ ସମ୍ମାନ ତଥା ଜୀବନର ଶକ୍ତି ଉପରେ ପ୍ରଗାଢ଼ ଆସ୍ଥା ।

ଜନ୍ମ-୨୫।୦୬।୧୯୯୦ । ଗ୍ରାମ-ସବଳଙ୍ଗ, କେନ୍ଦ୍ରାପଡ଼ା । ବୃତ୍ତି-ବର୍ତ୍ତମାନ ବାଙ୍ଗାଲୋରରେ ଏକ ବହୁରାଷ୍ଟ୍ରୀୟ ସଫ୍ଟଓ୍ୱେର୍ କମ୍ପାନୀରେ କାର୍ଯ୍ୟରତ । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଚିର ସମର୍ପିତ ହେବା ହିଁ ଲକ୍ଷ୍ୟ ।

ଜନ୍ମ:- କଟକ, ଓଡ଼ିଶା । ପରିଚୟ ସୃଷ୍ଟି ନିମନ୍ତେ ଅଧ୍ୟୟନରତା । ଓଡ଼ିଆ ଭାଷା, ଲେଖା ଓ ଜାତି ପ୍ରତି ବିଶେଷ ରୁଚି ରହିଛି । ଓଡ଼ିଆ ବୋଲି ମୁଁ ଗର୍ବିତ ।

ଜନ୍ମ ସ୍ଥାନ - ବାଲେଶ୍ଵର, ବାଲିଆପାଳ, ୭୫୬୦୨୬ । ଜନ୍ମ ତାରିଖ - ୦୮/୦୨/୧୯୯୬ । ଅନେକ ଅନୁଭୂତି, ଅନୁଭବ,ଦୃଶ୍ୟ ଅଦୃଶ୍ୟର ଛାଇଖେଳ, ପ୍ରବାହମାନ ସମୟର ସ୍ଵରରେ ମୋ ଲେଖନୀ ତାର କୁନି କୁନି ପାଦ ଥାପେ । ଅନେକ ଅନ୍ତରଙ୍ଗ ବନ୍ଧୁ, ପ୍ରିୟଜନଙ୍କ ବାରମ୍ବାର ତାଗିଦ୍ ମୋତେ ବାଧ୍ୟକରିଥିଲା । ଧନ୍ୟବାଦ ଜଣାଇ ସେମାନଙ୍କ ଆନ୍ତରିକତାକୁ ଅସ୍ୱୀକାର କରିବାର ଧୃଷ୍ଟତା ତ କରିପାରିବିନି ବରଂ ଋଣୀ ହୋଇ ଆପଣାଙ୍କୁ ସ୍ୱୀକାର କରି ନେଉଛି ଆଜି । ସାହିତ୍ୟକୁ ଭଲ ପାଏ , ଅନୁଭବ ଉତ୍ତାରି ହୋଇଯାଏ କଲମ ମୁନରେ । ଏଥି ପୂର୍ବରୁ ସମାଜ 'ସାପ୍ତାହିକ' ରେ ମୋର ୨ ଟି କବିତା ପ୍ରକାଶ ପାଇଛି ଏବଂ ଶୁଭପଲ୍ଲବ ଇ ପତ୍ରିକାରେ ୩ ଟି କବିତା, ଆହ୍ୱାନ ଇ ପତ୍ରିକାରେ , ସୃଜନ ଝର ପତ୍ରିକାରେ ରେ ମଧ୍ୟ ଗୋଟିଏ ପ୍ରକାଶିତ। ତେବେ ଦୁଇଟି ଗଳ୍ପ 'ଅଭୁଲାଦ୍ଵୀପ ',' ସେଇ ଜହ୍ନ',କବିତା ' ଓ 'ମାେ କବିତା' ଯାହା ଆଜିଯାଏଁ ଅପ୍ରକାଶିତ ଆଶା କରେ ଆଗାମୀଦିନରେ ସାରସ୍ଵତ ଜଗତେ ପାଦଥୋଇବ । ପୁରସ୍କାର - ସ୍କୁଲ ,କଲେଜ୍‌ରେ ବିଭିନ୍ନ କବିତା କ୍ଷୁଦ୍ର ଗଳ୍ପ ପାଇଁ ,ଏବଂ ବାଲେଶ୍ଵରର ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ମୋ ଲେଖା ପାଇଁ ପ୍ରଶଂସା ପତ୍ର ଏବଂ ବିଭିନ୍ନ ପୁରସ୍କାର ।

ପିତା ଆର୍ତ୍ତ ବାଗ ମାତା ତୁଳସା ବାଗ । କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପବିତ୍ର ଚିଚିଆ ଗ୍ରାମ ରେ ଜନ୍ମ । ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ସହିତ ନଦୀ ନାଳ ଝରଣା ଅତ୍ୟନ୍ତ ମନମୁଗ୍ଧ କରେ । ସ୍ୱଗ୍ରାମରେ ପ୍ରଥମ ଠୁ ଦଶମ...+୨ କଳା ବିଜ୍ଞାନ, ଧର୍ମଗଡ଼ ଉପଖଣ୍ଡରେ ସ୍ନାତକ, ସର୍ବ ମଙ୍ଗଳା ଡିଗ୍ରୀ କଲେଜ ଗୋଲାମୁଣ୍ଡା, ଓଡ଼ିଆ ରେ ଏମ୍‌ଏ । ବର୍ତ୍ତମାନ ସାନଚେରଗାଁ କଲେଜରେ ଓଡ଼ିଆ ଅଧ୍ୟପାକ ଭାବରେ କାର୍ଯ୍ୟରତ । ଭଗବାନଙ୍କ କୃପାରୁ ଆଜି ଯେଉଁସ୍ଥା ରେ ପହଁଚିଛି ସେଥିପାଇଁ ତାଙ୍କୁ ସତ ସତ ନମନ । ପିତା ମାତା ଓ ଗୁରୁଙ୍କ ଆଶୀର୍ବାଦ ଏମିତି ମୋ ମସ୍ତକରେ ସଦାସର୍ବଦା ଥାଉ । ଓଡ଼ିଆ ଲେଖା ମାଧ୍ୟମରେ ସମସ୍ତଙ୍କ ମନରେ ଓଡ଼ିଆ ଭାଷା ପ୍ରତି ସ୍ନେହ ମମତା ପ୍ରଜ୍ବଳିତ ହେଉଥାଉ । ଏହା ମୋର ଆମରଣ ପ୍ରୟାସ ।

ଜନ୍ମ ୩/୩/୧୯୯୪ । ଗ୍ରା: ଗୌଡ଼ଗାଁ ପୋ:ଜମପଡ଼ା, ଜିଲ୍ଲା: କେନ୍ଦ୍ରାପଡ଼ା, ପିନ୍-୭୫୪୨୪୪ । ପିତା: କୈଳାସ ଚନ୍ଦ୍ର ବେହେରା, ମାତା:ରଞ୍ଜୁବାଳା ବେହେରା ।

ଗ୍ରାମ- ବଢେଇ ସାହି, ପୋଷ୍ଟ୍- ବକ୍ସିବଜାର, ଜିଲ୍ଲା- କଟକ । ଉଦ୍ଦେଶ୍ୟ-ସମାଜରେ ଶୋଷିତ ଓ ଅବହେଳିତ ହୋଇ ପଡ଼ିରହିଥିବା ନାରୀମାନଙ୍କ ଜୀବନ ଯନ୍ତ୍ରଣା ଉପରେ ଦୃଷ୍ଟି ଆକର୍ଷଣ କରିବାର ଏକ ପ୍ରୟାସ ।

ଜନ୍ମ:- ବଡ଼ମାଧପୁର, ଛତ୍ରପୁର, ଗଞ୍ଜାମ । ବାପା:- କାମ୍ପ ଗଉଡ଼ । ମାତା:- ପାର୍ବତୀ ଗଉଡ଼ । ରୁଚି:- ପଢ଼ାପଢ଼ି, ଲେଖାଲେଖି । ପେଶା:- ବେସରକାରୀ ଚାକିରୀ ।

ମୁଁ କୁଳମଣି ପଣ୍ଡା , ଜଣେ ଅବସରପ୍ରାପ୍ତ ସଂସ୍କୃତ ଓ ସାହିତ୍ୟ ଶିକ୍ଷକ । ଏକାଧାରରେ ମୁ ଜଣେ ଜ୍ୟୋତିଷ ,ଚିକିତ୍ସକ ,ସାହିତ୍ୟିକ ଓ କୃଷକ ଅଟେ । ମୋର ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ବିଶେଷ ଦୁର୍ବଳତା ଓ ଭଲପାଇବା ହେତୁ , ମୁଁ ଅନେକ ଗଳ୍ପ , କବିତା ମାଧ୍ୟମରେ ମୋର ଭାବ ପରିବ୍ୟକ୍ତ କରିବା ପାଇଁ ଅନବରତ ଚେଷ୍ଟା କରି ଆସିଛି ।

ଜନ୍ମସ୍ଥାନ – ବାକୁଟଗାଁ, ଖଲ୍ଲିକୋଟ ବ୍ଲକ୍, ଗଞ୍ଜାମ । ମୁଁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର ବାକୁଟଗାଁ ଗ୍ରାମରେ ମାର୍ଚ୍ଚ ୧୦ ତାରିଖ ୨୦୦୨ ମସିହାରେ ଶ୍ରୀଯୁକ୍ତ ବିଦ୍ୟାଧର ପଲେଇ ଏବଂ ଶ୍ରୀମତୀ ଅନହଳ ପଲେଇଙ୍କ କୋଳ ମଣ୍ଡନ କରିଥିଲି । ମୁଁ ମୋର ପ୍ରାଥମିକ ଶିକ୍ଷା ଗ୍ରାମର ବିଦ୍ୟାଳୟରେ ଏବଂ ନବମ, ଦଶମ ଲଙ୍ଗଳେଶ୍ୱରର ରାଧା ଚରଣ ବୈଦ୍ୟ ବିଦ୍ୟାପୀଠ ଠାରେ ସମ୍ପୁର୍ଣ୍ଣ କରି ରାମ ଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରୁ ବିଜ୍ଞାନରେ ଯୁକ୍ତ ଦୁଇ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲି । ପରବର୍ତ୍ତୀ ସମୟରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରରେ ପଦାର୍ଥ ବିଜ୍ଞାନ ବିଷୟରେ ସ୍ନାତ୍ତକୋତ୍ତର ସମ୍ମାନ ପ୍ରାପ୍ତ କରିଥିଲି । ମୋର ମନେ ପଡୁଛି ମୁଁ ଯେବେ ଚତୁର୍ଥ୍ ପଢ଼ୁଥିଲି ମୁଁ ସେତେବେଳେ ଛୋଟ ଛୋଟ ପୌରାଣିକ ନାଟକ ଲେଖୁଥିଲି ଯଥା- ଗଣେଶ ବଧ, ନଳଦମୟନ୍ତୀ, ମହିସାସୁର ବଧ, ତଅପୋଇ ଇତ୍ୟାଦି । ଏହି ସବୁ ଲେଖାରୁ ମତେ ଚରମ ଆନନ୍ଦ ମିଳୁଥିଲା କିନ୍ତୁ ମୁଁ କେବେ ଏହି ଜିନିଷକୁ ଏତେ ପ୍ରଧାନ୍ୟ ଦେଉନଥିଲି । ଯୁକ୍ତ ତିନି ସରିବା ପରେ ମୁଁ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (upsc) ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଓଡ଼ିଆ ସାହିତ୍ୟକୁ ବୈକଲ୍ପିତ ବିଷୟ ଭାବରେ ନେଇ ପଢ଼ିବାର ସବୁଠୁ ବଡ଼ ସୁଯୋଗ ମିଳିଥିଲା। ଯାହା ଫଳରେ ମୁଁ ଓଡ଼ିଆ ସାହିତ୍ୟକୁ ଆହୁରି ନିକଟରୁ ଜାଣିବାକୁ ପାଇଲି ଏବଂ ଓଡ଼ିଆ ସାହିତ୍ୟ ପ୍ରତି ମୋ ପ୍ରେମ ଆହୁରି ବଢିବାକୁ ଲାଗିଲା । ଜୁନ ମାସ ୨୦୨୩ରେ ଯେତେବେଳେ ବାହାନଗା ଠାରେ ଭୟଙ୍କର ଏବଂ ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣା ହୋଇଥିଲା ସେ ଦୁର୍ଘଟଣାରେ ଅନେକ ଲୋକ ମୃତ୍ୟୁ ବରଣ ଏବଂ ଅନେକ ଲୋକ କ୍ଷତି ଗ୍ରସ୍ତ ହୋଇଥିଲେ । ସେ ଦୁର୍ଘଟଣାରେ ମୁଁ ଏତେ ମର୍ମାହତ ଥିଲି ସେହିଠାରୁ ମୋର ଲେଖିବାର ଯାତ୍ରା ଆରମ୍ଭ ହେଲା । ସେ ଦୁର୍ଘଟଣା ଉପରେ ମୋର ପ୍ରଥମ ଉପନ୍ୟାସ ମୁଁ ଲେଖିଲି ଯାହାର ନାମ “ମୋତେ ବଞ୍ଚାଅ“ ପରବର୍ତ୍ତୀ ସମୟରେ କାଳିଜାଇ ଭଳି ଉପନ୍ୟାସ ଓ ଅନେକ କ୍ଷୁଦ୍ରଗଲ୍ପ ସଂକଳନ ଆଦି ଲେଖିବାକୁ ସୁଯୋଗ ପାଇଲି । ମୁଁ ଆଶା କରୁଛି ମୋର ଏ ଲେଖା ଗୁଡ଼ିକ ନିଶ୍ଚୟ ଆପଣଙ୍କ ମନକୁ ସ୍ପର୍ଶ କରିବ ।

ଠିକଣା : ବେଉଳିଗ୍ରାମେଶ୍ଵର, ଜଗତ୍‌ସିଂହପୁର, ୭୫୪୧୦୩ । ଜନ୍ମ ତାରିଖ ୨୫/୦୬/୧୯୯୪ । ସ୍କୁଲ୍ ଅଥବା କଲେଜ ପାଠ୍ୟକ୍ରମ ବହିପୃଷ୍ଠାର ବାହାରେ ସାହିତ୍ୟ କଣ ମୁଁ ଜାଣି ନ ଥିଲି କି ଅନୁଭବ ମଧ୍ୟ କରି ନ ଥିଲି । ବୋଧେ ଜାଣିବାକୁ ଇଚ୍ଛା ନ ଥିଲା କେବେ । ତା ଭିତରର ଦୁନିଆ ଏମିତି ଅନନ୍ୟ ଓ ଅଭିନ୍ନ ଯାହା ମୁଁ ଜାଣିଲି ୨୦୧୨ ମସିହା ମୋ ଇଞ୍ଜିନିୟରିଂ ପଢ଼ିବା ସମୟରେ । ସେବେଠୁଁ ଲେଖୁଛି-ପଢୁଛି-ଚିହ୍ନୁଛି-ଜାଣୁଛି-ସଙ୍ଖୁଳୁଛି ସାହିତ୍ୟକୁ । ଅଚିହ୍ନା ବାଗରେ - ଅଚିହ୍ନା ରାଗରେ ଭୋଗୁଥିବା କାଳ ସବୁ ମୋଠିଁ ସିଞ୍ଚି ହୋଇଯାଉଛନ୍ତି, ସେତିକିରେ ଜଡ଼ସଡ଼ ଓଦା, ମୁଁ ଆଉ ମୋ କଲମ । କେବେ କଲମର ସ୍ୟାହି କ୍ରିୟାଶୀଳ ତ କେବେ ପକ୍ଷାଘାତରେ ଆକ୍ରାନ୍ତ । ଓଜନିଆ ମେଘଖଣ୍ଡ ଆକାଶଠି ନାଉ ହେଲା ଭଳି ମୋ କୁଣ୍ଡଳୀର ତମାମ ସମୟତକ ନାଉ ହେଉଛନ୍ତି ମୋ କଲମର ସ୍ୟାହିରେ । ବେଶୀ ଓଜନିଆ ହୋଇଗଲେ ଖସିପଡ଼ନ୍ତି କବିତା ଗଳ୍ପ ହୋଇ କାଗଜ ପୃଷ୍ଠାରେ ।

ମୁଁ ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ । ଦୀର୍ଘ ବର୍ଷ ସାମ୍ବାଦିକତା ପରେ ସାମ୍ବାଦିକତା ଅଧ୍ୟାପନାକୁ ଆସିଲି । ମୋର ଲେଖାରେ ସଂପର୍କ, ମମତ୍ୱ, ମଣିଷ-ମଣିଷ ଭିତରେ ଥିବା ପରସ୍ତ ପରସ୍ତ ଆସ୍ତରଣ ସବୁ କିଛି ସ୍ପଷ୍ଟ ବାରି ହୋଇ ପଡ଼େ। ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଓ ନିବନ୍ଧ ଲେଖା ପ୍ରକାଶ ପାଇବା ସହ ଗପ ଓ କବିତା ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ସାମ୍ବାଦିକତାରେ ମୁଁ ପିଏଚ୍‌ଡି ଡ୍ରିଗୀ ହାସଲ କରିଛି। 'ଯାଜପୁର- ସେ ସମ୍ପର୍କ ସେଇମିତି' ନାମରେ ମୋର ଗୋଟିଏ ବହି ପ୍ରକାଶିତ ହୋଇ ସାରିଛି।

କ୍ୱାର୍ଟର୍ ନଂ-ଏ-୧/୧, ଅପରରୋଡ୍, ବର୍ଣ୍ଣପୁର, ପୋ-ବର୍ଣ୍ଣପୁର, ୭୧୩୩୨୫, ଜି-ବର୍ଦ୍ଧମାନ (ପଶ୍ଚିମବଙ୍ଗ) ।

ଠିକଣା - ଅଲିଶା ବଜ଼ାର .କଟକ । ପେସା ରେ ମୁଁ ଜଣେ ଇଂଜିନିୟର ହେଲେ ବି ସାହିତ୍ୟ ପ୍ରତି ମୋର ରହିଛି ଏକ ଅପୂର୍ବ ଆକର୍ଷଣ । ସେହି ଆକର୍ଷଣ କୁ ଆପଣଙ୍କ ନିକଟରେ ଲେଖା ମାଧ୍ୟମରେ ଉପସ୍ଥାପନା କରିବାର ଏଇ ଏକ ଛୋଟିଆ ପ୍ରୟାସ ମାତ୍ର ।

ମୋ ନାମ ହୃଷୀକେଶ ତ୍ରିପାଠୀ । କିନ୍ତୁ ସାହିତ୍ୟ ଜଗତରେ ମୋତେ ସମସ୍ତେ ଏହି ‘ଅଧ୍ୟାପକ ଟି.ହୃଷୀକେଶ’ ନାମରେ ହିଁ ଜାଣନ୍ତି । ଜାନୁୟାରୀ ଆଠ ତାରିଖ ୧୯୭୬ ମସିହାରେ ଅଧୁନା ଖୋର୍ଦ୍ଧା ଜିଲ୍ଲାର ବାଳକାଟିରେ ପିତା-ବୈକୁଣ୍ଠନାଥ ତ୍ରିପାଠୀଙ୍କ ଔରସ ଏବଂ ମାତା-ବାସନ୍ତୀ ଦେବୀଙ୍କ ପ୍ରସବ ବେଦନାରୁ ଭୂମିଷ୍ଠ ହୋଇଥିବା ମୋର ନିଜ ଗ୍ରାମ କିନ୍ତୁ ନୟାଗଡ଼ ଜିଲ୍ଲା ‘ଦେଉଳି’ ଅଟେ । ଅଧୁନା ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଅବସ୍ଥାପିତ । ପିଲାଦିନରୁ କବି ଅଥବା ଲେଖକଟିଏ ହେବାର କୌଣସି ପରିକଳ୍ପନା ଏବଂ ଆଶା ନଥିବା ମୁଁ କିନ୍ତୁ ଦୈବାତ୍ ବଶତଃ ଏହି ସୃଜନଶୀଳ ଜଗତ ଭିତରକୁ ପଶିଆସିଲି । ଅଷ୍ଟମ ଶ୍ରେଣୀରୁ ମୋ ସାହିତ୍ୟ ଶିକ୍ଷକଙ୍କ ନିର୍ଦ୍ଧେଶ ତଥା ବଡ଼ ଭଉଣୀର ସହାୟତାରେ ଏକ ବର୍ଷାକାଳୀନ ଦୃଶ୍ୟ ଉପରେ କବିତାଟିଏ ଲେଖିବାପରେ ସେହି ଉତ୍‌ଫୁଲିତ ଉତ୍କଣ୍ଠାରେ ଭରପୁର ଥିବା ମୋର କଲମ ନବମ ଶ୍ରେଣୀରେ ପାଠପଢ଼ିବାବେଳେ ପ୍ରିୟ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ରପ୍ରସାଦ ଚାନ୍ଦଙ୍କ ପ୍ରେରଣା ତଥା ସହାୟତା ହିଁ ମୋତେ ଏ ଦିଗରେ ପଛକୁ ଫେରିବାର ନୈରାଶ୍ୟତା କେବେବି ଦେଇନାହିଁ । ଅନେକ କବିତା ଲେଖିବା ପରେ ବୈପ୍ଲବିକ କବିତା ରଚନାରେ ମନୋନିବେଶ କଲି । ଏହାପରେ ଗଳ୍ପ ଜଗତର ନୂତନ ସ୍ୱାଦ ଚାଖିବାର ପ୍ରୟାସ କରି ସେଥିରେ ସଫଳତା ଅର୍ଜ୍ଜନ କଲାପରେ ଆଉ ପଛକୁ ଫେରିନାହିଁ । ହଁ ଅବଶ୍ୟ ମୋ ଅଭାବୀ ଜୀବନର ସାମ୍ନା କରୁକରୁ ଅର୍ଥ ଯୋଗାଡ଼ରେ ଅନେକ ପଛରେ ପଡ଼ିଯିବା କାରଣ ହିଁ ଅଦ୍ୟାବଧି ମୋର କୌଣସି ସଂକଳନଟିଏ ପ୍ରକାଶିତ ନହୋଇପାରିଥିବାର ଅନୁଶୋଚନା ମାତ୍ର । ଆଜିକୁ ପାଖାପାଖି ସାତବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଆ ବିଷୟରେ ଅଧ୍ୟାପନା ପେଷାରେ ବ୍ରତୀ ଅଛି । ଏବେ ସମ୍ବଲପୁରର ଏକ ଘରୋଇ ଆବାସିକ କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ଅଛି । ତେବେ ଶେଷରେ କେବଳ ଆଉଗୋଟେ କଥା ଯେ-ମୋର ପ୍ରକୃତ ନାମ-ହୃଷୀକେଶ ତ୍ରିପାଠୀ ହେଲେହେଁ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ନାମରେ ପରିଚିତ ହେବାର ଆଶାରଖି ନିଜର ନାମକୁ ଆଇନ୍ ସମ୍ମତ ଭାବରେ ‘ଟି.ହୃଷୀକେଶ’ ରଖିଅଛି ।

ପିତା-ଗୌରାଙ୍ଗ ମହାତର, ମାତା-ସରସ୍ୱତୀ ମହାତର । ଶିକ୍ଷାଗତ ଯୋଗ୍ୟତା-ଏମ.ଫିଲ (ଉତ୍କଳ ବିଶ୍ୱବିଦ୍ୟାଳୟ) । ଜନ୍ମସ୍ଥାନ-ଯାଜପୁର । ରୁଚି-ଗୀତ ଗାଇବା, କବିତା ଓ ଗଳ୍ପ ଲେଖିବା ଓ ପଢିବା ।

ବିନାୟକ ନଗର, ଏ ବ୍ଲକ ,ଏଚ. ଏ. ଏଲ ପୋଷ୍ଟ, ଓଲ୍ଡ ଏୟାରପୋର୍ଟ ରୋଡ, ବାଙ୍ଗାଲୋର-୫୬୦୦୧୭ । ଜନ୍ମ ସ୍ଥାନ ଠିକଣା : ବିଜୟ କୁମାର ପଣ୍ଡା, ଗ୍ରାମ - ସବଙ୍ଗ , ପୋଷ୍ଟ: ମହମ୍ମଦପୁର, ଥାନା: ସିମୁଳିଆ, ଜିଲ୍ଲା -ବାଲେଶ୍ଵର ପିନ: ୭୫୬୧୨୬, ଓଡିଶା ।

ମୁଁ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ସାହିତ୍ୟ ପ୍ରତି ମୋର ଅନେକ ରୁଚି ରହିଛି । ସାହିତ୍ୟକୁ ଜୀବନର ସାଧନା ଭାବେ ଗ୍ରହଣ କରିଆସିଛି । ଛୋଟ ଛୋଟ ଗଳ୍ପ ଓ କବିତା ଲେଖିବାକୁ ମୁଁ ବେଶୀ ଭଲପାଏ । ମୁଁ ମୋର ଲେଖନୀରେ ଆଧୁନିକ ଜୀବନ ଶୈଳୀ ଓ ମାନବୀୟ ବିଚାର ବୋଧକୁ ସାହିତ୍ୟରେ ରୂପ ଦେଇଥାଏ ।

କୃଷି ବିଜ୍ଞାନ ରେ ସ୍ନାତକ ପାସ ହେବା ସହ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ହେତୁ ନିଜର ଲେଖାକୁ ପ୍ରକାଶିତ କରିବା ପାଇ ଚାହୁଁଛି । ଏହା ସହ ମୁଁ ନିଜ ର ଲେଖାକୁ ଆହୁରି ସୁଧାରିବାକୁ ଚେଷ୍ଟା କରିବି, ଏଥିପାଇଁ ଆପଣ ମାନଙ୍କ ମତାମତ ମୋର ଅତ୍ୟନ୍ତ ଆବଶ୍ୟକ ।

ଗୁଣ୍ଡିଚା ବିହାର , ପୁରୀ

ଠିକଣା - ଭି ଏସ୍‌ ଏସ୍‌ ନଗର, ଭୁବନେଶ୍ୱର , ଓଡ଼ିଶା ।

ବୃତ୍ତି-ଇଞ୍ଜିନିୟର କିନ୍ତୁ ଓଡ଼ିଆ ଗଳ୍ପ ସାହିତ୍ୟରେ ରୁଚି ରଖୁଥିବା ଜଣେ ତରୁଣ ଲେଖକ । ଗଳ୍ପସବୁ କଥା, କାଦମ୍ୱିନୀ, ସୃଜନୀ, ପ୍ରଜାତନ୍ତ୍ର ସାପ୍ତାହିକୀ, ସମୟ ସାପ୍ତାହିକୀ, ସମ୍ୱାଦପତ୍ର ଆଦିରେ ପ୍ରକାଶିତ । ଯୋଗାଯୋଗ- ସି-୧୨, ଆଈ.ଆର୍.ଈ କଲୋନି, ପୋ-ମାଟିଖାଲ, ଛତ୍ରପୁର, ଗଞ୍ଜାମ, ପିନ୍-୭୬୧୦୪୫ ।

ଜନ୍ମ- ୧୪.୭.୧୯୭୭ । ବୈଜ୍ଞାନିକ ଅଧିକାରୀ, ଭାବାପରମାଣୁ ଅନୁସନ୍ଧାନ କେନ୍ଦ୍ର , ପରିବେଶ ପ୍ରୟୋଗଶାଳା, ଜାଦୁଗୋଡ଼ା, ଝାରଖଣ୍ଡ-୮୩୨୧୦୨ । ବୈଜ୍ଞାନିକ ଭାବରେ ଭାବାପରମାଣୁ ଅନୁସନ୍ଧାନ କେନ୍ଦ୍ରରେ କାର୍ଯରତ । କଲେଜ ସମୟରୁ ଲେଖାଲେଖି କରିଆସୁଛି । ସମ୍ୱାଦ, କଥା, ଅଭିପ୍ସା ଇତ୍ୟାଦି ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେଇଛି । ହଠାତ୍ ରେଳ ପ୍ଲାଟଫର୍ମର ବୁକ୍‌ଷ୍ଟଲ୍‌ରେ ଓଡ଼ିଆ ପତ୍ରିକାଟି ଦେଖିଲେ ପାଟିରୁ ଲାଳ ବହିଆସେ । ଚାକିରୀ ଜୀବନ ଓ ସଂସାରର ତେଲ ଲୁଣ ଭିତରେ ଶୋଇଯାଇଥିବା କଲମରେ ହଠାତ୍ କୁଆଡୁ ଫୁଆରା ଛୁଟୁଛି ରଙ୍ଗ ବେରଙ୍ଗର କାଳି । ଅନେକ ଦିନରୁ ଲେଖା ହେଇପଡ଼ିଥିବା ଗଳ୍ପ, କବିତା ଡାଏରୀଟାକୁ ପଲଟେଇ ନିଜ ଭିତରେ କିଛି ସଦ୍ୟ ଉଙ୍କିମାରୁଥିବା କାହାଣୀ, କବିତା ଆଉ କିଛି ଅନୁଭୂତିକୁ ପରସିବାକୁ ଇଚ୍ଛା ହେଲା । ଏବେ ପୁଣି ଲେଖା ଲେଖି ଆରମ୍ଭ କରିଛି ।

ଜନ୍ମ - ୩୦-୦୬-୧୯୮୨ । ପିତା - ଲକ୍ଷ୍ମଣ କୁମାର ଦାସ, ମାତା - ସତ୍ୟଭାମା ଦାସ, ଠିକଣା - ଶ୍ରୀବନ୍ତପୁର, ଯାଜପୁର । ରୁଚି - ଓଡିଶୀ ନୃତ୍ୟ, ଗଳ୍ପ ଲେଖିବା, ପଢ଼ିବା, ନୂଆ ସ୍ଥାନ ବୁଲିଯିବା ଇତ୍ୟାଦି । ଶିକ୍ଷାଗତ ଯୋଗ୍ୟତା - ଏମ ଟେକ (ପରିବେଶ ବିଜ୍ଞାନ ଓ ଇଂଜିନିୟରିଂ), ବି ଟେକ (ସିଭିଲ ଇଂଜିନିୟରିଂ) । ବୃତ୍ତି - ଉପ ପ୍ରବେଶ ଯନ୍ତ୍ରୀ (ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଭୁବନେଶ୍ୱର) ରେ କାର୍ଯ୍ୟରତ ୨୦୦୬ ମସିହାରୁ I

ଠିକଣା -ଫୁଲାଡ଼ି , ପୋ- ଫୁଲୱାର କସବା, ଜିଲ୍ଲା- ବାଲେଶ୍ୱର, ପିନ୍- ୭୫୬୦୦୩, ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଗ୍ରାମରେ ୨୦୦୦ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଜନ୍ମ, ପିତା-ପର୍ଶୁରାମ ନାୟକ, ମାତା-କମଳିନୀ ନାୟକ, ଛୋଟ ବେଳୁ ସାହିତ୍ୟ ବିଷୟରେ ସ୍ୱଳ୍ପ ଧାରଣାକୁ ନେଇ ମୋର ସାହିତ୍ୟ ପ୍ରତି ଆସକ୍ତ ବଢ଼ାଇବାରେ ଲାଗିଛି । ମୋର ଗଳ୍ପ ଓ କବିତା ଗୁଡ଼ିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲାଗି ଚେଷ୍ଟିତ । ବର୍ତ୍ତମାନ ମୁଁ ରେମୁଣା ସ୍ନାତକ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ୨ୟ ବର୍ଷର ଛାତ୍ରୀ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁହୁଡ଼ି ମ.ଇ. ସ୍କୁଲ୍ । ପିତା - ୰ ଶ୍ରୀଯୁକ୍ତ ନବଘନ ପ୍ରଧାନ, ମାତା - ୰ ଶ୍ରୀମତୀ ଜଞ୍ଜାଳି ଦେବୀ । ଜନ୍ମ -ତା୦୫/୦୨/୧୯୪୩ରିଖ । ଗ୍ରାମ - ନେମ୍ୱରା, ଭାୟା - ଶ୍ରୀ ବଳଦେବ ଜୀୟୁ । ଶିକ୍ଷା - ମାଟ୍ରିକ୍, ଆଇ.ଏ.,ସି.ଟି. । ବୃତ୍ତି - ସାମ୍ୱାଦିକତା ପ୍ରଜାତନ୍ତ୍ର, ସାପ୍ତାହିକ ଲକ୍ଷ । ଋଚି - ସମାଜ ସେବା ଓ କବିତା ଲେଖିବା ।

ଓଡିଶାର ଏକ କୃଷକ ପରିବାରରେ ଜନ୍ମ । ଋତୁ ବଦଳୁଥିବା ସହ ବଦଳିଯାଉଥିବା ପ୍ରକୃତିର ରଙ୍ଗର ପ୍ରଭାବ କବିଙ୍କ ମାନସ ପଟରେ ସ୍ପଷ୍ଟ ଅଙ୍କିତ । ମୋର ସ୍ନାତକ ଡିଗ୍ରୀ ରେଭେନ୍ସା କଲେଜ କଟକରୁ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛି । ମୁଁ ବର୍ତ୍ତମାନ ଭାରତୀୟ ରାଜସ୍ୱ ସେବା ଅଧିନ ସଂଯୁକ୍ତ ଆୟକର ଆୟୁକ୍ତ ପଦରେ କାର୍ଯ୍ୟରତ । ଓଡ଼ିଆ ଆଉ ଇଂରାଜୀରେ କବିତା ରଚନା ଆଉ ଫଟୋଗ୍ରାଫି ରେ ମୋର ରୁଚି । ଜାପାନୀ ଶୈଳୀର କ୍ଷୁଦ୍ର କବିତା 'ହାଇକୁ' ରଚନାରେ ଅନ୍ତର୍ଜାତୀୟ ସ୍ତରରର ଲବ୍ଧପ୍ରତିଷ୍ଠ । ଜାପାନ୍‌ର ଅନ୍ତରାଷ୍ଟ୍ରୀୟ ସରକାରୀ ଟିଭି ଚ୍ୟାନେଲ ଏନ୍.ଏଚ.କେ. ୱାର୍ଲଡ ଟିଭି ଦ୍ୱାରା ସଂଚାଳିତ "ହାଇକୁ ମାଷ୍ଟର୍ସ" କାର୍ଯ୍ୟକ୍ରମରେ ମୁଁ ହାଇକୁ ମାଷ୍ଟର ଭାବରେ ଘୋଷିତ ହାଇ ସାରିଛି । ଏହାଛଡା ଜାପାନ୍‌ର ଲୋକପ୍ରିୟ ଖବର କାଗଜ ମ୍ୟାନିଚୀ ନ୍ୟୁଜ ଦ୍ୱାରା ସଂଚାଳିତ ବହୁ ପ୍ରତିଦ୍ୱନ୍ଦିତାମୂଳକ ସ୍ପର୍ଦ୍ଧା ଜିତି ସାରିଛି । ଉଚ୍ଚକୋଟୀର ହାଇକୁ ବିବେଚନା ପାଇଁ ଉଦ୍ଦିଷ୍ଟ ଅନେକ ଅନ୍ତରାଷ୍ଟ୍ରୀୟ ହାଇକୁ ପ୍ରତିଯୋଗିତା ବା "କୁକାଇ"କୁ ଅନେକ ଥର ଜିତିଛି । ଅନେକ ଅନ୍ତରାଷ୍ଟ୍ରୀୟ ପତ୍ରିକାରେ ମୋର ଲେଖା ପ୍ରକାଶିତ ହୋଇ ସାରିଛି । ବର୍ଷ ୨୦୧୬ରେ ପୁନା ସହରରେ ଆଯୋହିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ସ୍ତରର ହାଇକୁ କବି ସମ୍ମିଳନୀ "ତ୍ରିବେଣୀ - ଦ ୱାର୍ଲଡ ହାଇକୁ ଉତ୍ସବ ଆୟୋଜନା କରିବାରେ ସକ୍ରିୟ ଭୂମିକା ନେଇଛି । "ଘୁଞ୍ଚୁ ନ ଥିବା ଜହ୍ନ " ନିଜ ମାତୃଭାଷା ଓଡ଼ିଆରେ ମୋର ପ୍ରଥମ ହାଇକୁ ସଂକଳନ ।

ଠିକଣା : ନୂଆଗାଁ, ବାଲିପାଟଣା, ଖୋର୍ଦ୍ଧା ଓଡ଼ିଶା । ଖୋର୍ଦ୍ଧା ଜିଲ୍ଲାର ଏକ ଛୋଟିଆ ଗ୍ରାମ ନୂଆଗାଁ ରେ ମୋର ଜନ୍ମ । ଘରେ ମୁଁ ମୋ ବାପା ମାଆ (ଯୁଧିଷ୍ଠିର ବେହେରା / ମନୋରମା ବେହେରା)ଙ୍କ ସହ ରହୁଛି। ଏବେ ମୁଁ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ। ସାହିତ୍ୟ ପ୍ରତି ମୋର ଦୁର୍ବଳତା ସ୍କୁଲ ବେଳରୁ ଥିଲା । କବିତା କିମ୍ବା ଗଳ୍ପ ପ୍ରତିଯୋଗିତା ହେଉ ଅଥବା ସାହିତ୍ୟ ପରୀକ୍ଷା, ସବୁଥିରେ ଶୀର୍ଷ ସ୍ଥାନରେ ନିଜ ନାମକୁ ପାଇ ଭାରି ଖୁସି ଲାଗୁଥିଲା । ସ୍କୁଲରୁ କଲେଜ ଯାଏଁ ବାଣିଜ୍ୟ ବିଭାଗ ଆଡ଼କୁ ପାଦ ବଢିବା ସହିତ, ଓଡ଼ିଆ ଭାଷା ଓ ମୋ ଭିତରର ଦୂରତା ମଧ୍ୟ ବଢି ସାରିଥାଏ । ହିସାବ ନିକାଶର ଇଂରାଜୀ ଜାଲ ଆଢୁଆଳରୁ ମୋ ଭିତରର ସାହିତ୍ୟ ବଞ୍ଚିଥିଲା ସତ ହେଲେ ଜଡ ପାଲଟି ଯାଇଥିଲା । ବିଶ୍ବବ୍ୟାପୀ ମହାମାରୀ, କରୋନା ଅନେକଙ୍କ ପାଇଁ ଯେତେବେଳେ ଏକ ଅସହ୍ୟ ଅଭିଶାପ ସାଜି ନିଜର କାୟା ବିସ୍ତାର କରିଥିଲା, ସେତେବେଳେ ମୋ ପାଇଁ ମହାଆଶୀର୍ବାଦ ହେଇ ଆସିଥିଲା । ନିଜକୁ ବନ୍ଦୀ ଜୀବନରେ ବ୍ୟସ୍ତ ରଖିବା ପାଇଁ ଓଡ଼ିଆ ଗଳ୍ପ,ଉପନ୍ୟାସ ଓ କବିତା ଛଡା ମୋ ମନରେ ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମର ଆବଶ୍ୟକ ପଡ଼ିନଥିଲା । ଲକଡାଉନ୍ ସମୟରେ ଅଣୁଗଳ୍ପ : ଭାଷାହୀନ ପ୍ରେମ, ନାରୀ ନିଜେ ନିଜର ଶତୃ, ଦଶହରା ଜୁହାର, ପାନ । କବିତା : କିଛି ମୁହୂର୍ତ୍ତ ନିଜ ପାଇଁ, ନାଲି ରକ୍ତ, ପ୍ରାୟଶ୍ଚିତ, ପ୍ରେମ ଓ ପ୍ରତାରଣା,ମହିଷା ମର୍ଦ୍ଦିନୀ, ଉତ୍କଳମଣି,ଏଠି କିଏ ମୋର?, ଗୁରୁ, ମୁଁ ବି ରକ୍ତ ମାଂସରେ ତିଆରି, ବର୍ଷା, ଜରୁରୀ ଥିଲା, ଅଭିଶପ୍ତା କଳିକା, ବିଦାୟ.. ଏ ପ୍ରେମ ସହରୁ । ପରି ଅନେକ କିଛି ଲେଖିବାପାଇଁ ସମୟ ପାଇପାରିଲି । ସାହିତ୍ୟ ପରି ଏକ ମହାସାଗରରେ ମୁଁ ଜଳ ବୁନ୍ଦାଏ ପରି । ସାହିତ୍ୟ ପ୍ରତି ଅନେକ ସାଧନା, ଅଜସ୍ର ନିଷ୍ଠା ଓ ଅଗଭୀର ଆଗ୍ରହ ନିହାତି ଆବଶ୍ୟକ ଜଣେ ଲେଖକ ବା କବିର ପରିଚୟ ପାଇଁ। ଆଜିର ଯୁବସମାଜ ହାତରେ ଆମ ଓଡ଼ିଆ ସାହିତ୍ୟର ଭବିଷ୍ୟତ ମୋ ହିସାବରେ ଅନ୍ଧକାରମୟ । ଆଧୁନିକ ଓଡ଼ିଶାରେ ଯେଉଁ ଭଳି ଇଂରେଜ ସଭ୍ୟତାର ବ୍ୟବହାର ନିଆଁ ପରି ମାଡ଼ି ଚାଲିଛି, ଏଠାରେ ପରିବର୍ତ୍ତନର ଅତ୍ୟନ୍ତ ଆବଶ୍ୟକତା ରହିଛି । କେବଳ ଭାଷାରେ ନୁହେଁ ପୋଷାକ, ଖାଦ୍ୟ ତଥା ଚାଲିଚଳଣି, ଏସବୁଥିରୁ ଓଡ଼ିଆର ମହକ ସତେ ଯେପରି ବିଲୁପ୍ତ ପ୍ରାୟ ।

ସରକାରୀ ସହ ଶିକ୍ଷୟିତ୍ରୀ, ବର୍ତମାନ ମହମ୍ମଦପୁର ନୋଡାଲ ହାଇ ସ୍କୁଲ,ହୀରାକୁଦ, ଜିଲ୍ଲା - ସମ୍ବଲପୁର ରେ କାର୍ଯ୍ୟରତା । ଶିକ୍ଷାଗତ ଯୋଗ୍ୟତା - M.A.(ଓଡ଼ିଆ) ଓ BEd .ରୋଷେଇ କରିବା ତଥା ଓଡ଼ିଆ ସାହିତ୍ୟ ଲେଖାଲେଖି କରିବା ମୋ ନିଶା । ସ୍କୁଲ ରୁ ଫେରିବା ପରେ ଅବଶିଷ୍ଟ ସମୟରେ ଲେଖାଲେଖି କରେ । ସାହିତ୍ୟର ବିଭିନ୍ନ ବିଭାଗ ରୁ ଗଳ୍ପ ବିଭାଗ ଟି ମୋର ପ୍ରିୟ । ପ୍ରାୟତଃ ଗଳ୍ପ ହିଁ ଲେଖେ ମାତ୍ର ଅଳ୍ପେ ବହୁତ କବିତା ଭି କେବେ କେବେ ସୃଷ୍ଟି କରେ । ଆହ୍ବାନ ଇ ପତ୍ରିକା ର ଜାନୁଆରୀ ମାସ ୨୦୧୮ ଗଳ୍ପ ସ୍ପର୍ଦ୍ଧାରେ ମୋର ଗଳ୍ପ - "ବାପା" ସାମିଲ ହେଇଥିଲା ।ଗଳ୍ପ ଟି ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିଆନ ହେବାର ସୌଭାଗ୍ୟ ମତେ ମିଳିଥିଲା । ଆହୁରି ମଧ୍ୟ ବିଭିନ୍ନ ମେଗାଜିନ ମାନଙ୍କରେ ମୋ ଲେଖା ସମୟ ସମୟରେ ପ୍ରକାଶ ପାଏ । ଆହ୍ବାନ, ବେଦାନ୍ତି ଇ ପତ୍ରିକା, ପଲ୍ଲବୀନି ଷ୍ଟୋରି ମିରର ଓ ସାହିତ୍ୟ ମାଧୁର୍ଯ୍ୟ ର ମୁଁ ନିୟମିତ ପାଠକ । ଆପଣଙ୍କ "ଆମେ ଓଡ଼ିଆ" ପତ୍ରିକା ରେ ଯୋଗଦାନ ଦେଇ ମୁଁ ନିଜକୁ ନିଜେ ଧନ୍ୟ ମନେ କରୁଛି । ଆପଣମାନେ ମତେ ସାଦରେ ଗ୍ରହଣ କରିବେ ବୋଲି ଆଶା ଓ ବିଶ୍ୱାସ ।

ଠିକଣା -ଗ୍ରା-ଧଉଳି, ପୋ-ଚାମ୍ପୁଲିପଦା, ଭା-ରାଣୀତାଲ, ଜି-ବାଲେଶ୍ଵର (ଓଡ଼ିଶା) ପିନ୍-୭୫୬୧୧୧ । ମୁଁ ଏହି ଛୋଟିଆ ଦୁନିଆଁରେ ଛୋଟିଆ ମଣିଷଟେ । ଅନେକ ଘାତ ପ୍ରତିଘାତ ଦେଇ ବଢିଥିବା ମଣିଷଟେ । ଅଧାରୁ ବନ୍ଦ ପାଠପଢା ଓ ପରେ ଆଉ କିଛି ପାହାଚ ଚଢି ନିଜ ଜୀବନକୁ ଜୀଇଁ ବାର ଶିଖିଥିବା ମଣିଷଟେ । ଜୀବନ-ଜୀବିକା ଭିତରେ ସଂଘର୍ଷ କରୁଥିବା ମଣିଷଟେ । ଓଡ଼ିଆ ଭାଷା-ସାହିତ୍ୟକୁ ଭଲପାଉଥିବା ହତଭାଗା ଓଡ଼ିଆଟେ । ଗୀତ-ସଂଗୀତର ଝରି ଶୁଖିଯାଇଥିବା ବୈଶାଖର ଝରଣାଟେ । ସାମାଜିକ କାର୍ଯ୍ୟରେ ରୁଚିଥାଇ ଅକର୍ମଣ୍ୟ ଦାରିଦ୍ର୍ୟଟେ ମୁଁ ।

ବଡ଼ତରାର ସ୍ୱାଧୀନତା ସଂଗ୍ରାମୀ ୰ ବ୍ରଜବନ୍ଧୁ ମିଶ୍ରଙ୍କ ନାତି । ଜନ୍ମ- ବଡ଼ତରା, ରହଣୀ- ବେଦପୁର, ପୋଷ୍ଟ- ଭଇରପୁର, ଜିଲ୍ଲା- ପୁରୀ, । ରୁଚ଼ି- କବିତା ଲେଖିବା, ପ୍ରବନ୍ଧ ଲେଖିବା, ଗଳ୍ପ ଲେଖିବା, ସ୍ତମ୍ଭକାର, ରିପୋର୍ଟର୍ । ନମସ୍କାର ପେପର୍ କୋଣାର୍କ ଜୀବନରସଂକଳ୍ପ ଦେଶସେବା ପୂର୍ବତନ ଶିଷ୍ୟା କମିଟି ସଭାପତି । ବେଦପୁର ପ୍ରାଇମେରୀ ସ୍କୁଲ୍ ପୂର୍ବତନ ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ, ବେଦପୁର, ଉପଖଣ୍ଡ, ଜାତି, ଧର୍ମ, ବର୍ଣ୍ଣ, ଦଳ ମତ ସମସ୍ତଙ୍କୁ ସମ୍ମାନ କରେ ।

୦୬/୦୨/୧୯୬୭ ରେ ବରଗଡ ଜିଲ୍ଲା ର ଭେଡେନରେ ଜନ୍ମିତ ଲେଖକ ପଶ୍ଚିମ ଓଡିଶାର ଉଦୀୟମାନ ଗାଳ୍ପିକ ତଥା ବହୁମୂଖୀ ପ୍ରତିଭାର ଅଧିକାରୀ ବ୍ୟକ୍ତିତ୍ୱ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅତ୍ୟନ୍ତ କୃତିର ସହ ସ୍ନାତକୋତ୍ତର କରିବା ପରେ Ph ॰ D॰ କରି ଫୋରେଂସିକ ବିଜ୍ଞାନ ରେ ମଧ୍ୟ ପାରଦର୍ଶିତା ଅର୍ଜନ କଳା ପରେ ସୁନ୍ଦରଗଡ ଠାରେ ରାଜ୍ୟ ସରକାର ଙ୍କ Forensic ଲ୍ୟାବରେ ମୁଖ୍ୟ ହିସାବ ରେ କାର୍ଯ୍ୟରତ । ସେ ପଞ୍ଜାବର ଚଣ୍ଡିଗଡ ଠାରେ ଫୋରେଂସିକ ବିଜ୍ଞାନ ରେ ଉଚ୍ଚତର ଗବେଷଣା ମଧ୍ୟ କରିଥିଲେ । ତାଙ୍କର କର୍ମ କ୍ଷେତ୍ର ରେ ସେ ଯେପରି ନିଷ୍ଠାର ସହ କାର୍ଯ୍ୟ କରନ୍ତି, ସାମାଜିକ ଉନ୍ନତି ଦିଗରେ ମଧ୍ୟ ନିରଳସ ଭାବରେ ନିଯୋଜିତ ରହନ୍ତି । ଏତେ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ଡ଼ଃ ରଥ ସାହିତ୍ୟ ସେବା ପାଇଁ ନିଶ୍ଚୟ ସମୟ ଦେଇ ଥାଆନ୍ତି । ତାଙ୍କର ଗଳ୍ପ, କବିତା, ପ୍ରବନ୍ଧ ସବୁଥିରେ ମାନବିକତାର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳେ । ସେ ତାଙ୍କର କୃତି ପାଇଁ ଅନେକ ସାହିତ୍ୟ ଅନୁଷ୍ଠାନରୁ ବହୁ ସମ୍ମାନ ପାଇଛନ୍ତି । କର୍ମ ବହୁଲତା ଓ ନିଜେ ପ୍ରଚାର ସର୍ବସ୍ଵ ହେଇ ନଥିବାରୁ ସେ ତାଙ୍କର କୃତି ସମୂହକୁ ପ୍ରକାଶନ ପାଇଁ ନ ଦେଇ କେବଳ ସାମାଜିକ ମେଡିଆରେ ଦେଇଥାନ୍ତି । ତାଙ୍କର ଭଦ୍ର, ଅମାୟିକ ବ୍ୟବହାର, କର୍ତବ୍ୟନିଷ୍ଠା ପାଇଁ ଡ଼ଃ ରଥ ସବୁ ମହଲରେ ଅତ୍ୟନ୍ତ ପ୍ରିୟ ।

ଠିକଣା : ରାଷ୍ଟ୍ରୀୟ ଅନୁବାଦ ମିଶନ, ଭାରତୀୟ ଭାଷା ସଂସ୍ଥା, ମହୀଶୂର - ୫୭୦୦୦୬ । ଜନ୍ମ ତାରିଖ - ୨୩।୬।୧୯୮୨ । ପିତା - ଫଣିନ୍ଦ୍ରନାଥ ପଣ୍ଡା, ମାତା - କୁମୁଦିନି ପଣ୍ଡା । ପତ୍ନୀ - ତୃପ୍ତିମୟୀ ରଥ । ଠିକଣା - କେଶାଇପାଲି, ବରଗଡ଼ ଜିଲ୍ଲା, ପିନ୍ – ୭୬୮୦୩୦ । ରୁଚି - ଓଡ଼ିଆ ଓ ଇଂରାଜୀ ଗୀତ ଓ ପ୍ରବନ୍ଧ ଲେଖିବା ଓ ପଢ଼ିବା, ଅନୁବାଦ ଓ ଭାଷା ଉପରେ ଚର୍ଚ୍ଚା କରିବା ଇତ୍ୟାଦି । ଜୀବନ - ବିଜ୍ଞାନ, ଧର୍ମ, ଦର୍ଶନ ଓ ଭାଷା ଉପରେ ଗବେଷଣା। ଜୀବିକା - ଗବେଷଣା ।

୧୯୯୭ ମସିହା ଅକ୍ଟୋବର ୨୦ ତାରିଖରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟାରେ ଜନ୍ମ । ବାପାଙ୍କ ନାମ ପ୍ରଦିପ କୁମାର ଦାସ ଓ ମାଆଙ୍କ ନାମ ମାନସୀରାଣୀ ଦାସ। ସମ୍ପ୍ରତି ସେ କୁନ୍ତଳା କୁମାରୀ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସମ୍ମାନ ନେଇ ୨ୟ ବର୍ଷ ସ୍ନାତକ ଛାତ୍ରୀ। ବିଦ୍ୟାର୍ଥୀ ଜୀବନରୁ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ କାବ୍ୟ ମାନସର ପ୍ରକୃତ ଉତ୍ତରଣ ଘଟିଥିଲା, ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ବାଲେଶ୍ୱରର ଫକିରମୋହନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ । ପ୍ରେମ ବିରହର ମଧୁର ମୂର୍ଚ୍ଚନା ସହିତ ପ୍ରକୃତିର ଜୀବନ୍ତ ଉପଲବ୍ଧି ତାଙ୍କ କଳାକୃତିର ପରମ ଭାସ୍ୱର। ବିଭିନ୍ନ ଭାବଧର୍ମୀ କବିତାର ସ୍ଫୁରଣ ଘଟିଥିଲେ ମଧ୍ୟ ନାରୀର ମନସ୍ତତ୍ତ୍ୱ ଓ ପ୍ରକୃତିର ଗଭୀର ଅଧ୍ୟୟନ ତାଙ୍କ ଲେଖନୀରେ ବିଶେଷ ସ୍ଥାନ ଅଧିକାର କରିଛି । ଏଥିପାଇଁ ମଧ୍ୟ ସେ ପାଇଛନ୍ତି ବିଭିନ୍ନ ଅନୁଷ୍ଠାନରୁ ସାରସ୍ୱତ ସ୍ୱୀକୃତି।

ଠିକଣା - ଉମା ପ୍ରସାଦ ମିଶ୍ର , ଗୁଡ଼ିଆ ସାହି , ପୁରୀ

ଡ଼କ୍ଟର ଅମୀର କୁମାର ସାମଲ, ମୂଳତଃ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଲେଶ୍ୱରରେ ୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଳେଶ୍ୱରରେ ବିଦ୍ୟାଳୟ ଶିକ୍ଷା ସମାପନ ପରେ ସେ ଯୁକ୍ତ ଦୁଇ ଶିକ୍ଷା ସେତେବେଳର ଫକିର ମୋହନ କଲେଜ ବାଲେଶ୍ୱରରେ ଗ୍ରହଣ କରିଥିଲେ । ଭୁବନେଶ୍ୱରର ଓ.ୟୁ.ଏ.ଟି. ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରୁ ପ୍ରାଣୀ ଚିକିତ୍ସା ଶିକ୍ଷା ପରେ ସେ କିଛି ବର୍ଷ ପାଇଁ ଓଡିଶାରେ ପ୍ରାଣୀ ଚିକିତ୍ସକ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ମୁକ୍ତେଶ୍ଵରରେ ଅବସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ଖାଲି ସମୟରେ ସେ ଲୋକପ୍ରିୟ ବିଜ୍ଞାନ ପ୍ରବନ୍ଧ ତଥା କବିତା ଲେଖିବାରେ ସେ ରୁଚି ରଖୁଥିବା ସହିତ ଭୁବନେଶ୍ୱରରେ କଲେଜ ବେଳରେ ଛାତ୍ର ସଂଗଠନର ସାହିତ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଠିକଣା: ତଳ ମହଲା, ଟାଇପ IV କ୍ୱାର୍ଟର୍ସ, ତିନି ମଂଜିଲା ବିଲଡିଂ , ଆଇ. ସି. ଏ. ଆର. - ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ମୁକ୍ତେଶ୍ଵର , ଜିଲ୍ଲା- ନୈନିତାଲ, ଉତ୍ତରାଖଣ୍ଡ- ୨୬୩ ୧୩୮ ।

ମୁଁ ପାରଳାଖେମୁଣ୍ଡି ସହରର ବାସିନ୍ଦା । ମୋର ଶିକ୍ଷାଗତ ଯୋଗ୍ୟତା ବି.ଟେକ (b.tech) । ମୁଁ ଜେ.ଆଇ.ଟି.ଏମ କଲେଜର ପୁର୍ବତନ ଛାତ୍ର । ଦୁଇ ବର୍ଷ ସଫ୍ଟୱେର ଇନଞିନିୟର ଭାବେ କାମ କରିବା ପରେ IAS ପରୀକ୍ଷା ପାଇଁ ଚାକିରୀ ଛାଡି ପ୍ରସ୍ତୁତି ଚଲେଇଛି । ମୁଁ କ୍ଷୁଦ୍ର ଗଳ୍ପ ଲେଖେ ।

ଠିକଣା- ସିଟି ଗ୍ରାଫିକ୍ସ୍, ଯାଜପୁର ରୋଡ଼, ଯାଜପୁର - ୭୫୫୦୧୯ ।

ଜନ୍ମ:- ସୋନପୁର ଜିଲ୍ଲା । ଶିକ୍ଷାଗତ ଯୋଗ୍ୟତା:- ବି.ଏ.ବି.ଇଡ଼ି । ଠିକଣା:- ବରଗଡ଼, ଓଡ଼ିଶା । ପିନ୍:- ୭୬୮୦୩୮ ।

ପିଲା ମାନଙ୍କର ସ୍ୱପ୍ନକୁ ରଙ୍ଗ ଓ ତୁଳି ମାଧ୍ୟମରେ ପ୍ରକାଶ କରେ, ଶିକ୍ଷକତା କରି ଲେଖନୀରୁ ନିସୃତ ହୁଏ ଯେଉଁ ଭାବନା ଓ ଚେତନା ଯାହା ଝରକଲମ ମାଧ୍ୟମରେ କବିତା ଆକାରରେ ପ୍ରସ୍ଫୁଟିତ ହୁଏ । ଏହି ଅନନ୍ୟ ଭାବନାକୁ ପାଠକ ମାନଙ୍କ ପାଖକୁ ପହଞ୍ଚାଇବା ହେଉଛି ମୋର ଲକ୍ଷ ।

ଗଞ୍ଜାମ ଜିଲ୍ଲା ବଡମାଧପୁର ଗ୍ରାମପଞ୍ଚାୟତ ବାସୀ । ପିତା- ରାଜେନ୍ଦ୍ର ପାଣିଗ୍ରାହୀ, ମାତା-ମାମି ପାଣିଗ୍ରାହୀ, ଜନ୍ମ-୦୧-୦୭-୧୯୯୩, ଶିକ୍ଷ୍ୟାଗତ ଯୋଗ୍ୟତା-ବି.ଟେକ୍ (ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକସ ଇଂଜିନିୟରିଂ ) । ବୃତ୍ତି-ଇଲେକ୍ଟ୍ରିକାଲ ଇଂଜିନିୟର୍ । ରୁଚି-କବିତା ଲିଖନ । ମୋ ଜୀବନର ଆଦର୍ଶ ଓ ଲକ୍ଷ୍ୟ-ଗାନ୍ଧୀ ଓ ଗୋପବନ୍ଧୁଙ୍କ ପରି ମଣିଷ ପରି ମଣିଷଟିଏ ହେବା ।

ବୟସ ୧୯+। ମୁଁ ଜଣେ +୩ ବିଜ୍ଞାନ ବିଭାଗର ଛାତ୍ର। ଗପ ଆଉ କବିତା ଲେଖିବାକୁ ଓ ପଢିବାକୁ ଭଲଲାଗେ।

ବୃତ୍ତିଗତ ଭାବରେ, ମୁଁ ସଫ୍ଟୱେର ଆର୍କିଟେକ୍ଟ ଭାବରେ କାର୍ଯ୍ୟ କରେ, ସଫ୍ଟୱେର ଡିଜାଇନ୍ ଏବଂ ବିକାଶ କରେ । ତଥାପି, କାହାଣୀ ଲେଖିବାର ଆଗ୍ରହ ମୋ ସ୍କୁଲ ଦିନଗୁଡ଼ିକରୁ ସର୍ବଦା ମୋ ସହିତ ରହି ଆସିଛି । ମୋ ଚାରିପାଖରେ ଥିବା ଲୋକଙ୍କ ପାଖରୁ ମୁଁ ପ୍ରେରଣା ପାଇଥାଏ । ବେଳେବେଳେ, ମୁଁ ବ୍ଲଗ୍ ପୋଷ୍ଟ ଲେଖେ ଯେଉଁଠାରେ ମୁଁ ମୋର ପ୍ରିୟ ଲେଖକଙ୍କ ଉପନ୍ୟାସ ବିଶ୍ଳେଷଣ କରେ ।

ପ୍ରଧାନ ଶିକ୍ଷୟିତ୍ରୀ , ମାର୍ଶାଘାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବୃତ୍ତିରେ ଶିକ୍ଷିୟିତ୍ରୀ, ପ୍ରବୃତ୍ତିରେ ଗଳ୍ପ ଓ କବିତା ଲେଖିବା ଆଗ୍ରହ ତାଙ୍କର । ଆଧ୍ୟାତ୍ମିକ ଅନୁଷ୍ଠାନ ତିଆରିକରିବା ଆଧ୍ୟାତ୍ମିକତା କୁ ନେଇ ଜୀବନ ନିର୍ବାହ କରିବା ।

ସ୍ଵର୍ଣ୍ଣମୟୀ ଷଢଙ୍ଗୀ , ଶିକ୍ଷୟତ୍ରୀ, କେନ୍ଦ୍ରାପଡ଼ା ସରକାରୀ ବିଦ୍ୟାଳୟ, କେନ୍ଦ୍ରାପଡ଼ା

ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି, ଭୂବନେଶ୍ୱରରୁ ବୈଷୟିକ ବିଜ୍ଞାନରେ ସ୍ନାତକ ପରେ ନୟାଗଡ଼ ନିବାସୀ ଲିପ୍ସାମୟୀ ପଣ୍ଡା ବର୍ତ୍ତମାନ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ ହାଇଦ୍ରାବାଦ ଅଫିସରେ କାର୍ଯ୍ୟରତ । କାର୍ଯ୍ୟକ୍ଷେତ୍ର ସଂପୂର୍ଣ୍ଣ ଭି ନ୍ନ ହୋଇଥିଲେ ମଧ୍ୟ, ସାହିତ୍ୟରେ ରୁଚି ତାଙ୍କୁ କବିତା ଲେଖିବାକୁ ପ୍ରେରଣା ଦେଇଥାଏ ।

ଯୁବ କଥାଶିଳ୍ପୀଙ୍କର ଜନ୍ମ ଯାଜପୁର ଜିଲ୍ଲାର ସନ୍ଥମାଧବ ଗ୍ରାମରେ । ପିତା ଶ୍ରୀ କିଶୋର ଚନ୍ଦ୍ର ଆଚାର୍ଯ୍ୟ ଓ ମାତ୍ର ଅଞ୍ଜଳି ପତି । ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ଅଧୁନା ପ୍ରଶାସନିକ ସେବା କାର୍ଯ୍ୟ ପାଇଁ ଅଧ୍ୟୟନରତ । ବାଲ୍ୟ କାଳରୁ ଆଧ୍ୟାତ୍ମିକବାଦୀ ତଥା ଚିତ୍ରଶିଳ୍ପୀ ଭାବରେ ବନ୍ଧୁମହଲରେ ଆଦୃତ । ଓଡ଼ିଆ ଏବଂ ସଂସ୍କୃତ ଭାଷାରେ ସେପରି ଶିକ୍ଷାଲାଭ ନ କରିଥିଲେ ମଧ୍ୟ ତାଙ୍କର ଗଳ୍ପ ଗୁଡ଼ିକରେ ସୁନ୍ଦର ଶବ୍ଦ ସଂଯୋଜନା ପରିଲକ୍ଷିତ ହୁଏ । ପୌରାଣିକ ଚରିତ୍ର ଉପରେ ତାଙ୍କର କାହାଣୀ ଗୁଡ଼ିକ ପର୍ଯ୍ୟବେସିତ । ଏ ପର୍ଯ୍ୟନ୍ତ ପ୍ରକାଶିତ ଗଳ୍ପ ଗୁଡ଼ିକ "ଗୋଧୂଳି, ଅନ୍ୱେଷିତା, ସ୍ମୃତିସାନ୍ତ୍ୱନା, ଯୁଗଶ୍ରୀଯୁଗନାରୀ" ଆଦି ଓଡ଼ିଆ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇ ପାଠକ-ପାଠିକାଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି । ପୌରାଣିକ ଚରିତ୍ରଙ୍କୁ ମୁଖ୍ୟ ନାୟକ ବା ନାୟିକା ଭାବରେ ଉପସ୍ଥାପନା କରି ସାମ୍ପ୍ରତିକ ସାମାଜିକ ଘଟଣା ସହିତ । ସେମାନଙ୍କର ସୁଦୃଢ଼ ସମ୍ପର୍କ ସ୍ଥାପନ କରିବାରେ ତାଙ୍କର ଲେଖନୀ ସର୍ବଦା ଚେଷ୍ଟାରତ । ପ୍ରକୃତିର ସୁଷମା, ମାନବର ଜିଜୀବିଷା, ଈଶ୍ୱରଙ୍କର ଐଶୀ ବଦାନ୍ୟତା ମଧ୍ୟରେ ସଂଯୋଗର ସରଳତମ ସୂତ୍ର ଏକମାତ୍ର ସାହିତ୍ୟ ସାଧନା ବୋଲି ତାଙ୍କର ବିଶ୍ୱାସ ।

ଡ଼. ରାୟ ଏବେ କେନ୍ଦ୍ରାପଡା ଜିଲ୍ଲାର ନିକିରାଇସ୍ଥ ବୀର ହନୁମାନଜୀଉ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଷୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ । ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ସେ ଉଭୟ ଇଂରାଜି ଓ ଓଡ଼ିଆରେ କବିତା ଲେଖନ୍ତି ।

ଗଳ୍ପ କଳାର ସଫଳ କଥାଶିଳ୍ପୀ ଶ୍ରୀମତୀ ପ୍ରିୟଦର୍ଶନୀ ପଣ୍ଡା ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ନାମ । ସେ ଏକାଧାରାରେ ଜଣେ କବୀ, ଗାଳ୍ପିକା ଓ ଉପନ୍ୟାସିକା । K4-1235, Kalinga Nagar, Near Annapurna Medicine Store, Bhubaneswar, Odisha. Pin code-751019

ପିତା- ଶ୍ରୀଯୁକ୍ତ ପ୍ରଭାତ କୁମାର ଦାସ । ମାତା- ଶ୍ରୀମତୀ ଶାନ୍ତିଲତା ଦାସ । ଜନ୍ମ- ତା ୧୭.୦୮.୧୯୮୫ । ଠିକଣା- ଗ୍ରା- ମଧୁପଡ଼ା, ପୋ- ବରାଡ଼ିଆ, ଭାୟା- ରାଜକନିକା, ଜିଲ୍ଲା- କେନ୍ଦ୍ରାପଡ଼ା, ଓଡ଼ିଶା, ପିନ୍- ୭୫୪୨୨୦ । ଶିକ୍ଷା- ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରୁ ଯୁକ୍ତତିନି ବାଣିଜ୍ୟ ଉତ୍ତୀର୍ଣ୍ଣ (୨୦୦୫) । ରୁଚି- କବିତା ଗଳ୍ପ, ଶିଶୁଗୀତ, ଭ୍ରମଣ କାହାଣୀ ଲେଖିବା । ଚିତ୍ର ଆଙ୍କିବା, ସଙ୍ଗୀତ ଗାନ କରିବା ଏବଂ ଶୁଣିବା ନୂଆ ନୂଆ ସ୍ଥାନ ବୁଲିବା । ବୃତ୍ତି - ମାରୁତୀ ସୁଜୁକିରେ କର୍ମରତ ।

ମାର୍ଫତ : ବିଧାନ ଚନ୍ଦ୍ର ସ୍ୱାଇଁ , ଗ୍ରାମ:ପୁରୁଷୋତ୍ତମପୁର, ପୋ-ମାର୍ଶାଘାଇ, ଜିଲ୍ଲା : କେନ୍ଦ୍ରାପଡ଼ା ୭୫୪୨୧୩ । ଶିକ୍ଷା : ଓଡ଼ିଆରେ ସ୍ନାତକ । ବୃତ୍ତି : ମହିଳା ପ୍ରଧାନ କ୍ଷେତ୍ରିୟ ବଚ୍ଛାୟତ ଯୋଜନା, ଭାରତ ସରକାରଙ୍କ ସ୍ୱାରା ପରିଚାଳିତ ଜିଲ୍ଲା ସ୍ୱଳ୍ପସଞ୍ଚୟ ବିଭାଗର ଏକ ସ୍ୱିକୃତୀପ୍ରାପ୍ତ ଏଜେଣ୍ଟ, ମାର୍ଶାଘାଇ ଉପ ଡାକଘରେ କାର୍ଯ୍ୟରତ । ନିଶା: କ୍ଷୁଦ୍ରଗଳ୍ପ, କବିତା ଲେଖିବା ଏବଂ ଗୀତ ଗାଇବା (ଗାୟିକା) ।

ଜନ୍ମ:- ୨୦/୦୪/୧୯୮୦ । ବୃତ୍ତି:- ଶିକ୍ଷକତା । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ନିଆଳି, ଯାଜପୁର । ରୁଚି:- ଉଭୟ ଓଡ଼ିଆ ଇଂରାଜୀ ଭାଷାରେ କବିତା, ପ୍ରବନ୍ଧ, ଗଳ୍ପ ଗବେଷଣା ସନ୍ଦର୍ଭ ଲିଖନ । ଠିକଣା:- ରଇପୁର, ଭାୟା:- ଚାରିନଙ୍ଗଳ, ପୋଷ୍ଟ:- ରଇପୁର, ଜିଲ୍ଲା:- ଯାଜପୁର, ପିନ୍:- ୭୫୪୨୯୨ ।

Trade Unionist & Author ଯାଜପୁର ରୋଡ, ଯାଜପୁର – ୭୫୫୦୧୯ Capital Office: BJB Nagar Creative Palace, D-22, Bhubaneswar.

ଜନ୍ମ ୧୯୮୧ ମସିହା, । ସହଯୋଗୀ ସମ୍ପାଦକ (ନୂଆ ଚଢେଇ), । ଗଜେନ୍ଦ୍ରପୁର, କଳାଶ୍ରୀଗୋପାଳପୁର , ଯାଜପୁର - ୭୫୪୨୯୨,। ବୃତ୍ତି - ଚାକିରୀ, ସହଯୋଗୀ ସମ୍ପାଦକ (ନୂଆ ଚଢେଇ) ।

୧୯୫୬ ମସିହା ଅକ୍ଟୋବର ୨୦ ତାରିଖରେ ଅବିଭକ୍ତ କଟକ ଜିଲ୍ଲା (ସମ୍ପ୍ରତି କେନ୍ଦ୍ରାପଡ଼ ଜିଲ୍ଲା) ଜଗନ୍ନାଥପୁର ଶାସନ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ବୃତ୍ତିରେ ପ୍ରଶାସକ ହେଲେ ମଧ୍ୟ ପ୍ରବୃତ୍ତିରେ ଜଣେ କବି । ଗୀତିକବିତା ସହ ସେ ସାଧାରଣ କବିତା ତଥା ଶିଶୁକିଶୋରଙ୍କ ପାଇଁ ଉଦ୍ଦିଷ୍ଟ କବିତା ସେ ରଚନା କରିଛନ୍ତି । ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତାର୍ଣ୍ଣ, ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ଗୀତିକବିତା ପୁସ୍ତକ ଗୀତିମହକ ସମେତ ଏ ଯାବତ୍ ତାଙ୍କର ନଅଗୋଟି ପୁସ୍ତକ ପ୍ରକାଶିତ ହୋଇଛି । ତାଙ୍କର ପ୍ରବନ୍ଧ ସଂକଳନ ଅନୁଶୀଳନ ରାଜଧାନୀ ପୁସ୍ତକ ମେଳା ୨୦୧୧ ପୁରସ୍କାର ଲାଭ କରିଛି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ରାଜଧାନୀ ପୁସ୍ତକମେଳା, ୨୦୦୦ରେ ଓଡ଼ିଶା ଶିଶୁ ଲେଖକ ଏକାଡ଼େମୀ ପକ୍ଷରୁ ତାଙ୍କୁ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ତାଙ୍କର ସାମଗ୍ରିକ ସାହିତ୍ୟ ସୃଷ୍ଟି ପାଇଁ ସେ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ସମିତି ଦ୍ୱାରା ୨୦୧୩ ମସିହାରେ ସମ୍ୱର୍ଦ୍ଧିତ ହୋଇଥିଲେ । ସମ୍ପ୍ରତି ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ଶାସନ ସଚିବ ଭାବେ ଓଡ଼ିଶା ସଚିବାଳୟର ପୂର୍ତ୍ତ ବିଭାଗରେ ଅବସ୍ଥାପିତ ।

ପିଏଚ୍.ଡି. ଛାତ୍ର, କୀଟବିଜ୍ଞାନଏବଂ କୃଷିଜୀବ ବିଭାଗ, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରଣାସୀ । ଜନ୍ମ ୧୯୯୨ ମସିହା ଜାନୁଆରୀ ମାସ ୬ ତରିଖରେ ନୟାଗଡ ଜିଲ୍ଲାର ଇଟାମାଟି ଗ୍ରାମରେ । ପିତା ସଚ୍ଚିଦାନନ୍ଦ ସାଥୁଆ ଏବଂ ମାତା ପଦ୍ମିନୀ ସାହୁଙ୍କର ଜେଷ୍ଠପୁତ୍ର । ଘରେ ବାପା, ମାଆ , ସାନ ଭଉଣୀ (ରିଂକି), ଜେଜେବାପା ଓ ଜେଜେମାଙ୍କୁ ମିଶାଇ ଛଅ ପ୍ରାଣିର ପରିବାର । ବାପା ନୟାଗଡ କଲେଜରେ ଲାଇବ୍ରେରିଆନ ଓ ମାଆ ନବଘନପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗାଁରେ ଶ୍ରୀ ଅରୋବିନ୍ଦୋ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାଳୟରୁ ପାଠପଢ଼ା ସମ୍ପୁର୍ଣ୍ଣ କରି ନବମ ଓ ଦଶମ ଶ୍ରେଣୀ ନୟାଗଡ ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ବିଦ୍ୟାଳୟରେ ଶେଷ । ଦ୍ୱାଦଶରେ ସାଇନ୍ସ କୁ ଅପସନାଲ ରୂପେ ନେଇ ନୟାଗଡ ସ୍ଥିତ ନୟାଗଡ ଅଟୋନମସ କଲେଜରୁ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହେଲି । ଦ୍ୱାଦଶ ଶ୍ରେଣୀ ପରେ, ୨୦୦୯ ମସିହାରେ ଗ୍ରାଜୁଏସନ ଲାଗି ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟରେ ବି. ଏସ୍ ସି. ଏଜି . ବିଭାଗରେ ପଢା ଆରମ୍ଭ କଲି । ୨୦୧୩ ରେ ଚାରି ବର୍ଷର ଗ୍ରାଜୁଏସନ କୋର୍ସ ସାରି ଉଚ୍ଚ ଶିକ୍ଷା ଲାଗି ବାରଣସୀ ସ୍ଥିତ କାଶି ହିନ୍ଦୁ ବିଶ୍ୱବିଦ୍ୟାଳୟର, କୃଷି ସଂସ୍ଥା ଅନ୍ତର୍ଗତ କୀଟବିଜ୍ଞାନ ଏବଂ କୃଷିଜୀବ ବିଭାଗରେ ସ୍ନାତ୍ତକତୋର (ଏମ. ଏସ୍ ସି. ଏଜି) ଛାତ୍ର ଭାବେ ଯୋଗଦାନ କଲି । ୨୦୧୫ ରେ ସ୍ନାତ୍ତକତୋର ଡିଗ୍ରୀ ହାସଲ୍ କରି ବର୍ତ୍ତମାନ ପୁନର୍ବାର ଉକ୍ତ ବିଭାଗରେ ପିଏଚ୍. ଡି ଛାତ୍ର ଭାବରେ କୃଷି ଗବେଷଣାରେ କାର୍ଯ୍ୟରତ । ଗବେଷଣା ଦ୍ୱାରା ପନିପରିବାର କ୍ଷତି କରୁଥିବା ବିଭିର୍ନ କିଟ ପତଂଗ ମାନଙ୍କ ନିୟନ୍ତ୍ରଣ ବିଷୟରେ ବହୁ ଗବେଷଣା ପତ୍ର ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ କରିଛି । ଏହା ଛଡା ଅନ୍ୟ ଛୋଟ ବଡ କୃଷି ସମ୍ବନ୍ଧିତ ଓଡିଆ ଲେଖା ଦୈନିକ ଖବରକାଗଜରେ ପ୍ରକାଶ ପାଇଛି ।

ଠିକଣା - ସହକାରୀ ଯନ୍ତ୍ରୀ(ରେଳପଥ), ରେଳସଦନ,ନର୍ଥବ୍ଲକ, ପ୍ରଥମ ତଳ, ପୂର୍ବତଟ ରେଳବାଇ, ଭୁବନେଶ୍ୱର । ଗଂଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ (ମାତୁଳାଳୟ) ଜନ୍ମ ହୋଇଥିଲା ୨୪ ନଭେମ୍ବର ୧୯୬୯ ମସିହାରେ। ପୈତୃକ ଗ୍ରାମ ହିଞ୍ଜିଳିଥାନା ଅନ୍ତର୍ଗତ କଂଚୁରୁ ରେ ମାଟ୍ରିକ ଶିକ୍ଷା ସମାପ୍ତ କରି ବ୍ରହ୍ମପୁର ସରକାରୀ ଇଞ୍ଜିନିୟରିଂ ସ୍କୁଲରୁ ସିଭିଲ ଇଂଜିନିଅରିଂରେ ଡିପ୍ଲୋମା ପାସ କଲି । ପରେ ବି.ଟେକ ଓ ସମ୍ବଲପୁର ୟୁନିଭର୍ସିଟିରୁ ଏମ.ବି.ଏ. କରିଛି । ପ୍ରଥମେ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟ ଆରମ୍ଭ କରି ପରେ ରେଳବାଇ ଚାକିରୀରେ ଯୋଗଦେଲି । ଅଧୁନା ପୂର୍ବତଟ ରେଳବାଇ, ଭୁବନେଶ୍ୱର ମୁଖ୍ୟାଳୟରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ । ମୋର ପ୍ରଥମ ଲେଖା, ଗଳ୍ପ (ସାହସ ହିଁ ବଳ) ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ଶିଶୁ ପତ୍ରିକା 'ଟିକି ଦୁନିଆଁ'ରେ ପ୍ରକାଶିତ ହୋଇଥିଲା । ତତ୍ପରେ ଅନେକ କବିତା ଓ ଗଳ୍ପ ବିଭିନ୍ନ ପତ୍ରପତ୍ରିକା ଯଥା ସମ୍ବାଦ, ପ୍ରଗତିବାଦୀ, ଧରିତ୍ରୀ, ସପ୍ତାହିକି ସମାଜ, ନୂତନ ବାର୍ତା, ସାହିତ୍ୟ।ୟନ ,ତପ୍ତପାଣି, ଇତ୍ୟାଦିରେ ପ୍ରକାଶିତ ହେଇଚାଲିଛି । ମୋର ଦୁଇଟି ବହି 'ଦୁର୍ନାମ' ଓ 'କିଛି କଥା କିଛି କବିତା' ଆତ୍ମପ୍ରକାଶ କରିଛି । ଅଧୁନା ମୁଁ ଲେଖା ଜାରି ରଖିଛି ଗଳ୍ପ ଓ କବିତାରେ ।

ଗ୍ରାମ/ପୋ:- ବେରୁଆଁବାରୀ- ୭୫୨୦୮୨ । ଜିଲ୍ଲା:- ନୟାଗଡ଼, ଓଡ଼ିଶା ।

ଠିକଣା - ଏଚ ଆଇ ଜି ଏ / ୨୦, କଳିଙ୍ଗ ବିହାର , ଫେଜ -୩, ଛେଣ୍ଡ, ରାଉରକେଲା, ସୁନ୍ଦରଗଡ଼ । ବାପା - ଡ଼ଃ ଦିନବନ୍ଧୁ ପଣ୍ଡା, ମାତା - ଶ୍ରୀମତୀ ଉର୍ମିଳା ପଣ୍ଡା । ବୃତ୍ତି ଚତୁର୍ଥ ବର୍ଷ ଛାତ୍ରୀ , ମହାବିଜ୍ଞାନ ମହାବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ , ଭୁବନେଶ୍ୱର , ଓଡ଼ିଶା । ରୁଚି - କବିତା ଲେଖିବା , ପଢ଼ିବା , ଅଭିନୟ, ଉପସ୍ଥାପନା କରିବା ଯାତ୍ରାସ୍ଥଳ ବୁଲିବା ଇତ୍ୟାଦି ।

ନିହାର ରଞ୍ଜନ ପ୍ରଧାନ

ଗ୍ରାମ- ଚଲାନପଡ଼ା , ଜିଲ୍ଲା- ନୂଆପଡ଼ା , ଓଡ଼ିଶା । ୧୯୯୧ ମସିହା ଡିସେମ୍ବର ୩୦ ତାରିଖରେ ମୋର ଜନ୍ମ । ମୋର ପିଲା ଦିନରୁ ହିଁ କବିତା ଲେଖା ପ୍ରତି ରୁଚି ରହିଛି। ସ୍କୁଲ, କଲେଜ୍‌ରେ ମଧ୍ୟ ମୋର ଅନେକ କବିତା ପତ୍ରିକାରେ ପ୍ରକାଶ ପାଇଛି। ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲି ସେତେବେଳୁ ହିଁ ମୋର ପ୍ରଥମ କବିତା ଲେଖା ଆରମ୍ଭ କଲି। କବିତାଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଥିଲା ("ଜଗତର ନାଥ")। ପରେ ପରେ ପ୍ରାକୁତିକ ସୌନ୍ଦର୍ଯ୍ୟକୁ ନେଇ ଲେଖିବା ଆରମ୍ଭ କଲି ("ବର୍ଷା", "ନିଦାଘ", "ଗଛ ଆମର ବନ୍ଧୁ" ଇତ୍ୟାଦି) । ୨୦୧୦ ମସିହା ପରଠୁଁ ମୁଁ ମୋର ଇଞିରିୟରିଂ ପାଠ ପଢା ସମୟରେ "କବି ରମାକାନ୍ତ ରଥ" ଙ୍କ କବିତାରୁ ଅନୁପ୍ରାଣିତ ହୋଇ ରୋମାଣ୍ଟିକ୍‌ କବିତା ଲେଖି ଆସୁଅଛି। କିନ୍ତୁ ସୁଯୋଗ ଅଭାବରୁ ମୋର ଲେଖା ସବୁ ଏପଯ୍ୟନ୍ତ କୌଣସି ସାହିତ୍ୟ ପତ୍ରିକା କିମ୍ବା ଖବର କାଗଜରେ ପ୍ରକାଶ ପାଇ ପାରି ନାହିଁ ।

(୧୯୯୯-୦୪-୧୪) କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ଡେରାବିଶ ମହାବିଦ୍ୟାଳୟରେ ସମାଜ ଶାସ୍ତ୍ର ସମ୍ମାନ ବିଭାଗ ରେ ଅଧ୍ୟୟନ କରିଛନ୍ତି । ମହାବିଦ୍ୟାଳୟର ବାର୍ଷିକ ପ୍ରକାଶିତ ପତ୍ରିକା "ଚେତନା" ଦ୍ୱାରା ପ୍ରଭାବିତ ହୋଇ କବିତା ଲେଖିବା ଆରମ୍ଭ କଲେ । ଆଧୁନିକ କବିତା ସହ ବାସ୍ତବବାଦୀ କବିତାରେ ରୁଚି ରଖନ୍ତି ।

ମୁ ଜଣେ ସଫ୍ଟୱାର ଇଂଜିନିୟର । ବହୁତ ଦିନ ତଳେ ଲେଖା ଲେଖି କରୁଥିଲି, ସେହି ସମୟରେ ଟିକେ କବିତା ଲେଖା ହୋଇଥିଲା । ଏବେ ପୁଣି ଓଡ଼ିଆ ସାହିତ୍ୟ ସହ ସମ୍ପର୍କ ଫେରେଇ ଆଣିବାକୁ ମନ, ଆଉ ସେଥିପାଇଁ ଚେଷ୍ଟା କରୁଚି ।

ରୁଦ୍ର ନାରାୟଣ ସାହୁ ଜଣେ ପଦାର୍ଥ ବିଜ୍ଞାନର ଗବେଷକ । ସେ ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଶିଆରିମାଳିଆ ଗ୍ରାମର ବରମୁଣ୍ଡା ସାହିରେ ଜନ୍ମ । ସେ ଶିଆରିମାଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢି ସାରିଲା ପରେ ଶିଆରିମାଳିଆ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାଠପଢ଼ା ଶେଷ କରିଥିଲେ । ତାଙ୍କ ବିଦ୍ୟାଳୟର ସେ ପ୍ରଥମ ଡକ୍ଟରେଟ ଉପାଥି ହାସଲ କରିଛନ୍ତି । ତା' ପରେ ସେ ମାଲ୍ୟଗିରି ମହାବିଦ୍ୟାଳୟ, ପାଲଲହଡ଼ା ଠାରେ ବିଜ୍ଞାନରେ ଦ୍ଵାଦଶ ପଢ଼ା ଶେଷ କରିଥିଲେ ଏବଂ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିଥିଲେ । ଏହାପରେ ସେ ସ୍କୁଲ ଅଫ୍ ଫିଜିକ୍ସ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ରୋପରରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ହାସଲ କରିଥିଲେ। ସେ ବର୍ତ୍ତମାନ ଇଟାଲୀର ଇଷ୍ଟିଟୁଟୋ ନାଜିଓନାଲେ ଡି ଫିସିକା ଆଣବିକ ବୋଲନାରେ କାର୍ଯ୍ୟ କରୁଛନ୍ତି । ସେ ରାକା ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ହିବ୍ରୁ ୟୁନିଭରସିଟି ଅଫ୍ ଜେରୁଜେଲମ୍, ଇସ୍ରାଏଲ୍ ସହିତ ମଧ୍ୟ ଜଡ଼ିତ ଥିଲେ । ସେ ପଦାର୍ଥ ବିଜ୍ଞାନର ଆଣବିକ ଉପକରଣ ଏବଂ ପଦ୍ଧତିର ଅନୁସନ୍ଧାନ ପତ୍ରିକାର ଜଣେ ସମୀକ୍ଷକ ।

ଠିକଣା:- ନିଉ ଏ.ଜି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱର:- ୭୫୧୦୧୨ ।

ପିତା - ବିପିନ ବିହାରୀ ବେହେରା । ମାତା - ଉର୍ମିଳା ବେହେରା । ଜନ୍ମସ୍ଥାନ : ଶିଶୁଆ , ସାଲେପୁର , କଟକ , ପିନ୍-୭୫୪୨୦୨ । ପେଷା- ବେସରକାରୀ ଚାକରୀ, ଲେଖିବାରେ ରୁଚି ରଖନ୍ତି ।

ପିତାଙ୍କ ନାମ - ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ, ମାତାଙ୍କ ନାମ - ଶ୍ରୀମତୀ ସୌଦାମିନୀ ସାହୁ । ଜନ୍ମ - ୦୮.୦୧.୧୯୯୬, କଟକ । ଠିକଣା - ସ୍ଥାନ - ଦାଶ ଇଞ୍ଜିନିୟରିଂ, ଗଣ୍ଡରପୁର, ପୋ.ଅ. - କଲେଜ ଛକ, ଥାନା - ଚାଉଳିଆଗଞ୍ଜ, ଜିଲ୍ଲା - କଟକ, ପିନ୍ - ୭୫୩୦୦୩ । ଶିକ୍ଷାଗତ ଯୋଗ୍ୟତା - ବି.ଫାର୍ମା, ଆଇ.ପି.ଟି. ସାଲେପୁର କଲେଜରେ ଅଧ୍ୟୟନରତ । ରୁଚି- ଗଳ୍ପ ଓ କବିତା ଲେଖିବାକୁ ଭଲପାଏ ।

ମାର୍ଫତ - ଶରତ ଚନ୍ଦ୍ର ମହାନ୍ତି, ପୁରୀ, ଓଡ଼ିଶା । ଶିକ୍ଷାଗତ ଯୋଗ୍ୟତା- ଏମସିଏ, ଏକ୍ସ-ଏମବିଏ, ରୁଚି-ପଢା ଓ ଲେଖାଲେଖି । ଓଡ଼ିଆ ମୋ ସ୍ଵାଭିମାନ ଓ ମୁଁ ଜଣେ ନିଚ୍ଛକ ଓଡ଼ିଆ ବୋଲି ଗର୍ବ ଅନୁଭବ କରେ ।

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ପ୍ରାଥମକି ଶିକ୍ଷା ନିର୍ଦ୍ଦେଶିକା, ରୂଚ଼ି - ଶିଶୁ ସାହିତ୍ୟ, ଲଳିତ ପ୍ରବନ୍ଧ, କ୍ଷୁଦ୍ରଗଳ୍ପ ଓ ନୃତ୍ୟ ନାଟିକା ଲେଖିବା ।

ପିତା- ଗୋପାଳ ଚନ୍ଦ୍ର ଦାସ, ମାତା- ସାବିତ୍ରୀ ଦାସ, ଜନ୍ମସ୍ଥାନ- ସୁନହଟ , ବାଲେଶ୍ୱର । ଜନ୍ମ ତାରିଖ- ୦୬.୧୧.୧୯୪୯, ଠିକଣା - ଅନାମିକା ନୀଡ, ଅଂଗାରଗଡିଆ, ବାଲେଶ୍ୱର-୭୫୬୦୦୧ । ଶିଶୁ ସାହିତ୍ୟ ରଚନାରୁ ସାହିତ୍ୟ ସୃଜନ କର୍ମ ଆରମ୍ଭ । ପିଲାଙ୍କ ପାଇଁ ଗପ, କବିତା, ନାଟକ ଲିଖନ । ଓଡିଶାର ପ୍ରାୟ ସମସ୍ତ ସମ୍ବାଦପତ୍ର ତଥା ଶିଶୁ ପତ୍ରିକାରେ ବହୁ ସଂଖ୍ୟାରେ ଲେଖାମାନ ପ୍ରକାଶିତ । ଆକାଶବାଣୀ କଟକ ଦ୍ୱାରା ଶିଶୁ ଗପ, କବିତା , ରମ୍ୟ ରଚନା, ନାଟକ, ସଂଗୀତ ରୂପକ ପ୍ରସାରିତ । ଇ ଟିଭି ଓଡିଆ ଚେନାଲରେ ଶିଶୁ ନାଟକ, ନୃତ୍ୟ ନାଟିକା ପ୍ରସାରିତ । ଏକ ଓଡିଆ ଚଳଚିତ୍ର ରେ ଗୀତ ରଚନା ସହିତ କିଛି ଭଜନ କ୍ୟାସେଟ୍ ପାଇଁ ବି ଗୀତ ରଚନା । ଆକାଶବାଣୀ କଟକ କେନ୍ଦ୍ର ର ସ୍ୱୀକୃତିପ୍ରାପ୍ତ ଗୀତିକାର । ହିନ୍ଦୀ ଓ ଇଂରାଜୀ ରୁ ଗପ, କବିତା ଅନୁବାଦ । ବିଭିନ୍ନ ଶିଶୁ ସାହିତ୍ୟ ଅନୁଷ୍ଠାନ ତରଫରୁ ପୁରସ୍କୃତ । ତନ୍ମଧ୍ୟରୁ ବିଷୁବ ମୀନାବଜାର ପୁରସ୍କାର, ଫକୀରମୋହନ ସାହିତ୍ୟ ପରିଷଦ ରୁ ଶିଶୁ ସାହିତ୍ୟିକ ପୁରସ୍କାର, ଝୁମୁକା ପୁରସ୍କାର, ଜନଶିକ୍ଷା ସାଧନକେନ୍ଦ୍ର ରୁ ଶିଶୁ ସାହିତ୍ୟିକ ପୁରସ୍କାର, ଶ୍ରେଷ୍ଠ ଶିଶୁ ନାଟକ ସ୍ରଷ୍ଟା ଭାବରେ ବହୁବାର ଜାତୀୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ପୁରସ୍କୃତ । ଅନୁବାଦ କ୍ଷେତ୍ରରେ ବିଷୁବ ଝଙ୍କାର ଅନୁବାଦ ପୁରସ୍କାର ତଥା ଜଗତସିଂହପୁର ସାହିତ୍ୟ ପରିଷଦ ତରଫରୁ ଅନୁବାଦ ପାଇଁ ପୁରସ୍କୃତ । ପ୍ରକାଶିତ ପୁସ୍ତକ- ଶିଶୁ କବିତା- କିଛି ଫୁଲ କିଛି କଢି , ନଈ ପକ୍ଷୀ ଆଉ ଫୁଲ । ଶିଶୁ ଗପ- ଆଠ ଖଣ୍ଡ ପୁସ୍ତକ , ଶିଶୁ ନାଟକ- ବାର ଖଣ୍ଡ । ଅନୁବାଦ- ନିମଗଛ ଓ ଅନ୍ୟାନ୍ୟ ଗଳ୍ପ , ସେଇ ଗଛଟି ପାଇଁ ।

ସହ ଅଧିକ୍ଷକ, ଖୋର୍ଦ୍ଧା ଡାକ ଉପ ମଣ୍ଡଳ, ଜିଲ୍ଲା -ଖୋର୍ଦ୍ଧା, ପିନ୍ ନଂ ୭୫୨୦୫୧

ଜନ୍ମ - ୧୯୨୩ । ବୃତ୍ତି:- ଉଦ୍ଭିଦବିଜ୍ଞାନୀ ଅଧ୍ୟାପକ । ବିଜ୍ଞାନକୁ ଜନପ୍ରିୟ କରିବାରେ ତାଙ୍କର ଦାନ ସ୍ମରଣୀୟ । ବିଜ୍ଞାନର ଜଟିଳ ସରସ ଓ ସାବଲୀଳ ଭଙ୍ଗୀରେ ପ୍ରକାଶ କରିବାରେ ତାହାଙ୍କ ବିଶେଷତ୍ୱ ପ୍ରକଟିତ । ତାଙ୍କର ଇନିବିନିଜୀବନ, ସବୁଜ ପାଦପ ଜୀବନ, ସାଧାରଣ ବୃକ୍ଷ, ଶୀତ ବଗିଚାର ଫୁଲ ଗାଲିଚା ପ୍ରଭୃତି ପୁସ୍ତକ ବିଜ୍ଞାନନିଷ୍ଠ ମନୀଷାର ପରିଚାୟକ । ଲେଖକଙ୍କର ବହୁ ବୈଜ୍ଞାନିକ ପ୍ରବନ୍ଧ ଏଯାବତ୍ ପୁସ୍ତକାକାରେ ସଂକଳିତ ହୋଇ ପାରିନାହିଁ । ତାଙ୍କର ନୀରସ କାଠର ସରସ କଥା ପ୍ରବନ୍ଧଟି "ବିଜ୍ଞାନ ସଂଚିକା" ଶୀର୍ଷକ ବିଜ୍ଞାନ ପ୍ରଚାର ସମିତି ଗ୍ରନ୍ଥମାଳାରୁ ଗୃହୀତ ।

ପିତା - ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ର । ମାତା - ବିଦ୍ୟାବତୀ ମିଶ୍ର । ଠିକଣା - ବାଳକ ଛାତ୍ରାବାସ, କିରଣମୟୀ ମହାବିଦ୍ୟାଳୟ, ପାତ୍ତପାଟଣାମ୍ (୫୩୨୨୧୩), ଜିଲ୍ଲା - ଶ୍ରୀକାକୁଲମ୍, ଆନ୍ଧ୍ରପ୍ରଦେଶ । ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପକ ଭାବେ କାର୍ଯ୍ୟରତ । ଉତ୍ତମ ଛାତ୍ର ଗଠନ କରିବା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମନୋନିବେଶ କରିବା, ଜଗନ୍ନାଥଙ୍କ ଜଣାଣ ଗୁଡିକ ଯଥା - ଅନୁତାପ, କାନ୍ଦୁଛି ପତିତ ସିଂହ ଦୁଆରରେ, ଶେଷ ଚିଠି ଓ ଲକ୍ଷ୍ମୀ କାନ୍ଦୁଛି ବଡ ଦାଣ୍ଡରେ ଇତ୍ୟାଦି...ଲେଖିବା ଓ ଗାଇବା, ଦୁଃଖୀଙ୍କୁ ସେବା କରିବା, କଳୁଷିତ ସମାଜକୁ ଆଧ୍ୟ୍ୟାତ୍ମିକ ଦିଗକୁ ଟାଣିନେବା ହେଉଛି ଜୀବନର ମୂଳ ଉଦ୍ଧେଶ୍ୟ ।

ଠିକଣା - ଚିଙ୍ଗେରକଟା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର. ୭୬୭୦୨୩ । ମୁଁ ୧୯୯୩ରେ ସ୍ନାତକ ଡିଗ୍ରୀ ଇତିହାସ ଓ ରାଜିନିତୀ ବିଜ୍ଞାନରେ ସମାପ୍ତ କରିବା ପରେ କିଛି ଦିନ ସାମ୍ବାଦିକତା କରିଥିଲି । ବର୍ତ୍ତମାନ ମୁଁ ଏକ ଇନ୍ସ୍ୟୁରାନ୍ସ କମ୍ପାନୀର ସେଲ୍ସ ମ୍ୟାନେଜର ଭାବରେ କାର୍ଯ୍ୟରତ, ମୁଁ ଓଡ଼ିଆ ଭାଷା ସାହିତ୍ୟକୁ ସମ୍ମାନ ଜଣାଇବା ସହ ଅନ୍ତରରୁ ଭଳ ପାଏ । ଏତଦବ୍ୟତୀତ ମୁଁ ଓଡ଼ିଆ ତଥା କୋଶଲି ଭାଷାର କବିତା, ଗଳ୍ପ, ଶିଶୁ କବିତା ତଥା ଭଜନ,ଜଣାଣ ଲେଖୁଛି ।

ଡଃ ପ୍ରଦୀପ କୁମାର ପଣ୍ଡା , ସମସାମୟିକ ଓଡ଼ିଆ ସାହିତ୍ୟରେ ଜଣେ ସମର୍ପିତ ପ୍ରତିଭା । ଠିକଣା : ଗ୍ରା / ପୋ. - ନୂଆଁ ବରଙ୍ଗମାଲ, ଭାୟା ଗୌଡ଼ପାଲି, ବ୍ଲକ୍ / ଥାନା - ଯୁଯୋମୁରା, ଜିଲ୍ଲା - ସମ୍ବଲପୁର - ୭୬୮୧୧୨ । ଶିକ୍ଷାଗତ ଯୋଗ୍ୟତା : ସ୍ନାତକ, ହୀରାକୁଦ ମହାବିଦ୍ୟାଳୟ । ବୃତ୍ତି : ସହକାରୀ ଶିକ୍ଷକ । ଜନ୍ମ ତାରିଖ : ୧୭.୦୬.୧୯୭୫ । ଅନେକ ଆବେଗମୟ କାବ୍ୟ-କବିତା ତଥା ଗଳ୍ପର ସ୍ରଷ୍ଟା । ବାସ୍ତବତାକୁ ପାଥେୟ କରି ଜୀବନର ଚଲାପଥରୁ ସାଉଁଟିଥିବା ଗାଳ୍ପିକଙ୍କର ପ୍ରତ୍ୟେକ ଅନୁଭୂତିର ବାସ୍ତବିକ ପ୍ରତିଫଳନ ହେଇଛି ତାଙ୍କର ଗଳ୍ପ ସମୁହରେ । ଲୋପ ପାଇଯାଉଥିବା ସାଂସ୍କୃତିକ ମୂଲ୍ୟବୋଧ , ସ୍ଵାର୍ଥନ୍ଵେଷୀ ଓ ସଂକୀର୍ଣ୍ଣ ମାନବୀୟ ଚିନ୍ତାଧାରା ତଥା ସମାଜର ଭିଡ଼ ଭିତରେ ହଜି ଯାଉଥିବା ସାମାଜିକ ଚେତନାର ସମନ୍ଵୟରେ ତାଙ୍କ ଲେଖନୀ ଗତିଶୀଳ । ଏହା ପୂର୍ବରୁ ଗାଳ୍ପିକଙ୍କର ଦୁଇଟି ଗଳ୍ପ ସଂକଳନ " କାହାଣୀ ମହାଭାରତ " ଓ " କାହାଣୀ ରତ୍ନମାଳା " ପାଠକମାନଙ୍କ ଦ୍ଵାରା ଆଦୃତି ଲାଭ କରିଛି। ଆଶା ନିରାଶା , ଆବେଗ ଓ ଚିନ୍ତା ଚେତନାର ବାର୍ତ୍ତା ବହନ କରୁଥିବା ଗାଳ୍ପିକଙ୍କର ପ୍ରତିଟି ଗଳ୍ପର ଭାଷା ଅତ୍ୟନ୍ତ ସ୍ପଷ୍ଟ ଓ ସରଳ । ସହଜ ଓ ବୋଧଗମ୍ୟ ଭାଷା ପ୍ରୟୋଗ କରି ମାନବୀୟ ସଂବେଦନା ଓ ଚେତନାର ସ୍ଵରକୁ ଜନମାନସରେ ପ୍ରସ୍ଫୁଟିତ କରିବାରେ ଗାଳ୍ପିକ ସିଦ୍ଧହସ୍ତ ।

ଓଡ଼ିଆ କଥା ସହିତ୍ୟର ଏକ ସମୁଜ୍ଜ୍ୱଳ ବ୍ୟକ୍ତିତ୍ୱ । ସେ ଥିଲେ ଏକ ସଫଳ ସ୍ରଷ୍ଟା, ଏକ ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ, ସୁସଂଗଠକ ମଧ୍ୟ । "ବଉଳବେଣୀ' ଓ "ଫଗୁଫଗୁଣ' ପତ୍ରିକା ସମ୍ପାଦନ ଓ ପ୍ରକାଶ କରି ଓଡ଼ିଆ ଲୋକ ସାହିତ୍ୟ ଓ ସସ୍କୃତିର ପ୍ରଚାର ପ୍ରସାର କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସାହିତ୍ୟର ବହୁ ବିଭବରେ ସଫଳତା ସହ ଲେଖନୀ ଚାଳନା କରିଥିଲେ ମଧ୍ୟ ଏହି ପ୍ରତିଭାଧର ଲେଖକଙ୍କ ସୃଷ୍ଟି ପୁସ୍ତକ ଆକାରରେ ନ ଥିବାରୁ ସେ ଏବେ ବି ଅନାଲୋଚିତ ।

ଠିକଣା- କ୍ୱାର୍ଟର୍ ନଂ: ସି-୩/ଏମ୍ -୫, ଫେଜ୍-୨, ଛେଣ୍ଡ୍ ଆର୍.ଡ଼ି.ଏ. କଲୋନି, ରାଉରକେଲା-୭୬୯୦୧୫ । ମୁଁ ପେଷାରେ ଡାକ୍ତର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ଅନେକ ଦିନରୁ ଏକ ଅଦ୍ଭୁତ ଆକର୍ଷଣ ରହିଛି, ଯାହାକୁ କିଛି ଭିନ୍ନ ସ୍ୱାଦର ଗଳ୍ପ ଜରିଆରେ ବ୍ୟକ୍ତ କରିବାକୁ ଚେଷ୍ଟା କରୁଛି ।

ଠିକଣା- ଗ୍ରାମ/ପୋ - ଦୁଲମପୁର , ବ୍ଲକ୍ - ଅତାବିରା , ଜିଲ୍ଲା -ବରଗଡ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଦୁଲମପର ଗ୍ରାମରେ ଜନ୍ମ। ଗୋଟିଏ କ୍ଷୁଦ୍ର ଚାଷି ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଓଡ଼ିଆ ତଥା ହିନ୍ଦୀରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତାମାନ ଲେଖିବାକୁ ନିଜର ପ୍ରଧାନ ସଉକ ରୂପରେ ବାଛି ନେଇଛନ୍ତି । ଓଡ଼ିଆ ଓ ହିନ୍ଦୀ ସହିତ ଆଞ୍ଚଳିକ ସମ୍ବଲପୁରୀ ଭାଷାରେ ମଧ୍ୟ ତାଙ୍କର ଅନେକ କାହାଣୀମାନ ପ୍ରକାଶିତ ହୋଇସାରିଛି ତାଙ୍କର ଲେଖାମାନ ସମ୍ବାଦ, ଧରିତ୍ରୀ ଆଦି ଖବରକାଗଜରେ ତଥା କଥା ,ବଛର୍ ,ଜୁଗାର୍ ଭଳି ପତ୍ରିକାରେ ପ୍ରକାଶିତ । ଶ୍ରମିକ, ଷ୍ଟ୍ରାଇକ୍,ଦିବା ସ୍ବପ୍ନ, ମାଁ ଓ ମାତୃତ୍ଵ ଆଦି ଓଡ଼ିଆ ଗଳ୍ପଗୁଡ଼ିକ ଲୋକମାନଙ୍କ ଦ୍ବାରା ବେଶ୍ ଆଦୃତ ଲାଭ କରିଛି । ବର୍ତ୍ତମାନ ସେ ଅନ୍ନାମଲାଇ ବିଶ୍ବ ବିଦ୍ୟାଳୟ ଅଧିନରେ ଶିକ୍ଷା କ୍ଷେତ୍ରରେ ଗବେଷଣାରେ ଲିପ୍ତ ଏକ ଗବେଷକ ଛାତ୍ର ।

ଗୁଡ଼ିଆଳୀ , କବିସୂର୍ଯ୍ୟ ନଗର , ଗଞ୍ଜାମ

ପିତା:- ୰ ଗଙ୍ଗାରାମ ସାମଲ । ମାତା:- ୰ ଲକ୍ଷ୍ମୀପ୍ରିୟା ସାମଲ । ଜନ୍ମ:- ୧୯୪୯ ମସିହା ଅକ୍ଟୋବର ୧୫ ତାରିଖ । ପେଷା:- ଅବସରପ୍ରାପ୍ତ ଶିକ୍ଷକ, ସମାଜସେବୀ । ସ୍ଥାୟୀ ଠିକଣା:- ଗୋପୀନାଥପୁର, ଦେହୁର୍ଦ୍ଦା, ବାଲେଶ୍ୱର । ପିନ୍:- ୭୫୬୦୩୬ ।

ଠିକଣା - ମଦନପୁର, ରାମଚନ୍ଦ୍ରପୁର, କେଉଁଝର, ଓଡ଼ିଶା - ୭୫୮୦୪୩

ଛୋଟ ବେଳୁ ଲେଖିବାରେ ଓ କବିତା ସଂଯୋଜନାରେ ଆଗ୍ରହ ଥାଇ ମଧ୍ୟ ଇଞ୍ଜିନିୟରିଂ ର ପାଠ୍ୟଖସଡ଼ା ଛଡ଼ାଇବାକୁ ଚାହିଁଲା ମୋ କଲମ ମୋ ଠୁ । ତାପରେ ସଫ୍ଟୱେରରେ ଚାକିରି ମୋତେ ବ୍ୟସ୍ତ କଲା ଯେତେବେଳେ କଲମ ଧରିବାକୁ ପ୍ରୟାସ କରିଛି । ମାମା ମାନେ ମୋ ମା' ବହୁତ ମନଦୁଃଖ କରେ ଆଉ କୁହେ "ଚାକିରୀ ଆଉ ପାଠ ପଢା ଚାଲିବ, କିନ୍ତୁ ସାହିତ୍ୟ ସାଧନା ବନ୍ଦ କରିବୁନି ମା!"। ମାମା'ଙ୍କ ଅନେକ ଆଗ୍ରହ ମୋ କବିତାରେ ଦେଖି ମୁଁ ତାଙ୍କୁ ଖୁସି କରିବା ପାଇଁ ପୁଣି ଲେଖିବା ଆରମ୍ଭ କଲି। ଅନୁଭବ କଲି ଲେଖା କେବଳ ଆନନ୍ଦ ଦିଏନି, ଦିଏ ତୃପ୍ତି ଆଉ ଶାନ୍ତି । ଯେତେ କାମ ଥିଲେ ବି ସପ୍ତାହ ରେ ଦୁଇ ଦିନ ମୁଁ ନିଶ୍ଚୟ ଲେଖେ । ଚେଷ୍ଟା କରିଛି ପ୍ରେମୀ ଓ ପ୍ରକୃତିକୁ ମୋ କବିତା ମାଧ୍ୟମରେ ବର୍ଣ୍ଣନା କରିବା ପାଇଁ । କେବେ କେବେ ବିଫଳ ବି ହୋଇଛି । କିନ୍ତୁ ପରିବାର ଆଉ ସାଙ୍ଗ ମାନଙ୍କ ମୋ କବିତାରେ ଆଗ୍ରହ ଦେଖି ମୁଁ ଆଗେଇ ଚାଲିଲି । ଆଉ ଆଜି ପର୍ଯ୍ୟନ୍ତ ରହିନି ଆଉ ରହିବାକୁ ବି ଚାହୁଁନି । ମୋ ଭିତର ଲେଖକକୁ ଜାଗ୍ରତ କରିଥିବାରୁ ବାବା, ମାମା, ଭାଇ, ଭଉଣୀ ଆଉ ସ୍ୱାମୀଙ୍କୁ ଅଶେଷ ଧନ୍ୟବାଦ ଦେବି ।

ମାର୍ଫତ୍: ନଳିନୀ ସାହୁ , ଅକ୍ଷୟକୁମାର ସାହୁ । ସା:ବାଘମୁଣ୍ଡା, ପୋ.ଅ.:କୃଷ୍ଣନଗର ପାଟଣା, ଥାନା/ଭାୟା:କାକଟପୁର, ଜି:ପୁରୀ, ଓଡିଶା, ପିନ୍ :୭୫୨୧୦୮ । ଜନ୍ମ ତାରିଖ:୧୬/୦୬/୧୯୯୮ । ମୁଁ ବର୍ତ୍ତମାନ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ,ନିମାପଡା,ପୁରୀଠାରେ ଶିକ୍ଷକତା ବୃତ୍ତି ନିମନ୍ତେ ତାଲିମରତ। ରୁଚି: ସାହିତ୍ୟ ସମ୍ବନ୍ଧୀୟ ଲେଖା ପଢିବା,କିଛି ଲେଖିବା । ପିଲାବେଳୁ ସାହିତ୍ୟ ପ୍ରତି ମୋର ବିଶେଷ ଅନୁରାଗ । ଅବସର ସମୟରେ କିଛି ପତ୍ରପତ୍ରିକା ତଥା ବହି (ଗଳ୍ପ,କବିତା,ଉପନ୍ୟାସ ଆଦି) ସବୁଙ୍କୁ ନେଇ ସମୟ ବିତେଇବାକୁ ପସନ୍ଦ କରେ। ଏଇ ସାହିତ୍ୟ ପ୍ରତି ଶ୍ରଦ୍ଧା ହେତୁ ବିଶେଷ ପ୍ରେରଣା ବି ଝରି ଆସିବାକୁ ଲାଗିଲା ପଢୁଥିବା ସାହିତ୍ୟକୃତିରୁ । ଫଳତଃ, ଲେଖିବାପାଇଁ ଉଦ୍ଦୀପନା ଜାଗିଲା ମନରେ; ଅନୁକ୍ରିୟା ସ୍ୱରୂପ ଏକ ପ୍ରକାର ବାଧ୍ୟ ହୁଏ । ଏମିତି କିଛିକିଛି ଲେଖୁଛି ଏଇ କିଛି ଦିନ ଧରି (ଲେଖା ଆରମ୍ଭ କରିବା ଆଜକୁ ପ୍ରାୟ ସାଢେ ଚାରି ବର୍ଷ ହେବ, ମାତ୍ର ଅନିୟମିତ ଭାବେ। ନିୟମିତ ଭାବେ ଭାବନାକୁ କଲମ ମାଧ୍ୟମରେ ରୂପ ଦେବାପାଇଁ ଏଇ ଦେଢବର୍ଷ ଧରି ପ୍ରଚେଷ୍ଟା କରୁଛି। ) ସାହିତ୍ୟ ମୋର ଲକ୍ଷ୍ୟ ନୁହେଁ; ଯାତ୍ରା ରୂପେ ଗ୍ରହଣ କରେ । କେତେଦୂର ସଫଳ ହେଉଛି ବା ହେବି, ଜାଣେନା । ତଥାପି, ଚେଷ୍ଟା ଅବ୍ୟାହତି ରହିବ; ଆତ୍ମବିଶ୍ଵାସ ବଳରୁ ଏତିକି କହିପାରେ । ଲେଖକଟିଏ ହେବାର ଲକ୍ଷ୍ୟ ମୋର ଆଗରୁ ନଥିଲା, ହେଲେ ଏବେ ଏଇ ଇଚ୍ଛା ପ୍ରବଳତର ।ଏ ଇ ମୋର ଟିକି ମନରେ ପ୍ରେରଣା , ପୁନର୍ବଳନ ଯୋଗାଇ ସାହିତ୍ୟରେ ଆଗକୁ ବଢିବା ପାଇଁ ସ୍ୱପ୍ନ ଦେଖାଇବାକୁ ଯାଇ ପ୍ରଯତ୍ନ କରୁଥିବା ମୋର ସମସ୍ତ ପ୍ରିୟଜନଙ୍କ ପ୍ରତି ମୁଁ କୃତଜ୍ଞ ଚିରଦିନ।

ଦୀପା ମହାନ୍ତି

ମାତା - ମଣି ପ୍ରଧାନ, ପିତା-୰ ଅପର୍ତ୍ତି ପ୍ରଧାନ, ଜନ୍ମ - ୦୭/୦୫/୧୯୭୭ । ଠିକଣା- ଗ୍ରାମ:ହାଣ୍ଡିଆଳି, ପୋଷ୍ଟ: ଗଡ଼ରୋଡ଼ଙ୍ଗ, ଥାନା: ବ୍ରହ୍ମଗିରି, ଜିଲ୍ଲା:ପୁରୀ, ୭୫୨୦୧୧ । କବିତା ଲେଖିବା - ୧୯୯୩ ମସିହାଠାରୁ ପ୍ରଥମ କବିତା ଜୟୀରାଜଗୁରୁଙ୍କ ଉପରେ ଲିଖିତ ।

ବାପା- ପ୍ରତାପ କୁମାର ମିଶ୍ର । ମାଆ- ପ୍ରଭାତ ନଳିନୀ ମିଶ୍ର । ଶିକ୍ଷାଗତ ଯୋଗ୍ୟତା- ବି. ଟେକ୍ (ସି.ଏସ୍.ଇ. ୨୦୧୦ ପାସ୍ କରିଛି ।) ଠିକଣା-ବ୍ରିଟିଶ୍ ପବ୍ଲିକ୍ ସ୍କୁଲ୍ ସାମ୍ନା, ଦକ୍ଷିଣକାଳୀ ରୋଡ୍, ଢୋଙ୍କାନାଳ, ପୋ- ଢୋଙ୍କାନାଳ, ଜିଲ୍ଲା- ଢୋଙ୍କାନାଳ, ରାଜ୍ୟ- ଓଡ଼ିଶା, ପିନ୍- ୭୫୯୦୦୧ ।

ଜନ୍ମ- ବେରୁଆ ଗ୍ରାମ, ଜଗତସିଂହପୁର । ଶିକ୍ଷାରେ ଇଞ୍ଜିନିୟର୍, ରୁଚିରେ ପାଠକ । ଓଡ଼ିଆ ଭାଷା ସାହିତ୍ୟ, ପରମ୍ପରା ଓ ସଂସ୍କୃତିରେ ବିଶେଷ ଆଗ୍ରହ ।

ସପ୍ତମଶ୍ରେଣୀ, ମାର୍ଶାଘାଇ ଉ.ପ୍ରା. ବିଦ୍ୟାଳୟ, କେନ୍ଦ୍ରାପଡ଼ା । ମାର୍ଫତ- ପୁଷ୍ପଲତା ଗାହାଣ, ଗ୍ରାମ-ରାଢ଼ଙ୍ଗ, ଭାୟା-ନାଲିବର, ଜିଲ୍ଲା - ଜଗତସିଂହପୁର । ରୁଚି ଗଳ୍ପଲେଖିବା, ଚିତ୍ର ଆଙ୍କିବା, ଗୀତଗାଇବା ଇତ୍ୟାଦି ।

ମାତାଙ୍କ ନାମ- ରୁକ୍ମିଣି ଦାଶ, ପିତାଙ୍କ ନାମ- ମନୋଜ କୁମାର ଦାଶ । ଜନ୍ମ ତାରିଖ- ୨୫।୦୫।୧୯୯୪ । ବୃତ୍ତି- ଛାତ୍ର (ସ୍ନାତକ ପ୍ରଥମ ବର୍ଷ) । ଠିକଣା- ପ୍ଲ.ନଂ-୮୦୮/୨୧୩୬, ପାନପୋଷ ବସ୍ତି, ରାଉରକେଲା-୪, ଜି- ସୁନ୍ଦରଗଡ଼, ପିନ୍- ୭୬୯୦୦୪ ।

ପିତା :- ସୁଦର୍ଶନ ଜେନା । ମାତା :- ସତ୍ୟଭାମା ଜେନା । ବୃତ୍ତି:- ବେଦାନ୍ତ ଆଲୁମିନା ବିଶୋଧନାଗାରରେ ସେଫ୍ଟି ଇଞ୍ଜିନିୟର୍ । ଠିକଣା:- ହଳଦୀବସନ୍ତ, ବରୀ, ଯାଜପୁର ।

ସୃଷ୍ଟିର ସମସ୍ତ ଉତ୍କର୍ଷ ସୃଜନୀ ମଧ୍ୟରେ କବିତା ଅନ୍ୟତମ, ଆତ୍ମ ଭାବ ପ୍ରକାଶ କରିବାର ମାଧ୍ୟମ, ଏବଂ ମୋ କବିତାର ପ୍ରତିଟି ଶବ୍ଦରେ ନିହିତ ମୋର ଆତ୍ମ ପରିଚୟ । ମୁଁ ଜଣେ ପୁତ୍ରୀ, ପ୍ରେମିକା, ପତ୍ନୀ, ଭଗିନୀ, ସର୍ବୋପରେ ମୁଁ ଜଣେ ଶ୍ରଷ୍ଟା, ଠିକ ତୁମ ପରି । ମୋର ସୃଜନୀ ବି କାଲାମର କାଳିହୋଇ ବହିଯାଏ ଚଞ୍ଚଳା ନଦୀଟିଏ ପରି, ସମର୍ପିତା ସେଇ ପରମାତ୍ମାଙ୍କ ଚରଣରେ ଯେପରି ନଦୀଟିଏ ମିଶିଯାଇ ଥାଏ ସେଇ ସୀମାହୀନ ସାଗରରେ । ଜନ୍ମ : ଦକ୍ଷୀଣପାରି , କେନ୍ଦ୍ରାପଡ଼ା । ଠିକଣା : ଭର୍ଜିନିଆ, ଆମେରିକା । ସ୍ୱାମୀ : ଶ୍ରୀଯୁକ୍ତ ଚନ୍ଦନ କୁମାର ନନ୍ଦ । ପିତା : ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ତ୍ରିପାଠୀ ଏବଂ ମା ଶ୍ରୀମତି ପୁଷ୍ପାଞ୍ଜଳୀ ତ୍ରିପାଠୀ । ଶିକ୍ଷା : ଏମ.ବି.ଏ. । କାର୍ଯ୍ୟ : ଇନ୍‌ଫୋସିସ୍‌ । ରୁଚି : ଲେଖା ଲେଖି ଏବଂ ରୋଷେଇ ।

ଡ଼ାଃ ମାନା ମହାପାତ୍ର ଜଣେ ଗବେଷକ । ଗବେଷଣା ଛଡା ସେ ଓଡ଼ିଆ କବିତା ଏବଂ ଗଳ୍ପଲେଖିବାରେ ରୁଚି ରଖନ୍ତି । ଜୀବନର ଛୋଟ ଛୋଟ ଘଟଣାକୁ ସେ କବିତା ବା ଗଳ୍ପ ଆକାରରେ ଲୋକମାନଙ୍କ ପାଖରେ ପହଚଁଆଇବାକୁ ଚେଷ୍ଟାକରନ୍ତି । ସିଏ ତାଙ୍କ ସ୍ୱାମୀ ଓ ଦୁଇ ଝିଅ ସହିତ ଏବେ ଇଂଲଣ୍ଡରେ ବାସକରନ୍ତି ।

ଶିକ୍ଷାଗତ ଯୋଗ୍ୟତା – ପିଜିଡ଼ିଏମ ( ଫାଇନାନ୍ସ / ମାର୍କେଟିଂଗ ) । ମୁ ବର୍ତମାନ ଗୋଟେ ପ୍ରାଇଭେଟ କମ୍ପାନିରେ ଚାକିରୀ କରୁଅଛି , ମୋ ଘର ଓଡିଶାର କଟକ ଜିଲ୍ଲାରେ ଅବସ୍ଥିତ । ମୁ ଓଡିଆ ଗୀତ ଓ ସଂଗୀତ କୁ ବହୁତ ଭଲପାଏ , ମୁ ନୀୟମିତ ତୁମ ପତ୍ରିକା କୁ ରାତିରେ ଏବଁ ପ୍ରତି ରବିବାରେ ଅଧୟନ କରେ , କିଛି ମାସ ଅଧୟନ କଲାପରେ ମୁ ଅନୁପ୍ରାଣିତ ହେଲି ଆଉ କବିତା ଲେଖିବାକୁ ଚେଷ୍ଟା କଲି , ଶେଷରେ ମୁ ମୋ ପ୍ରେମିକାକୁ ନେଇ ଏକ କବିତା ଲେଖିଅଛି ।

ଠିକଣା - ଢେଙ୍କାନାଳ, ସରକାରୀ ଚିକିତ୍ସାଳୟ । ମୁଁ ଜଣେ ସାହିତ୍ୟିକା ଏବଂ ସେବିକା । ମୁଁ ଢେଙ୍କାନାଳ ରେଣୁବାଳା ସ୍ମୃତି ସଂସଦର ଜଣେ ସକ୍ରିୟ ସଭ୍ୟ । ମାସିକ ପତ୍ରିକା ସଂଗ୍ରାମର ବାର୍ତ୍ତାରେ ମୋର କବିତା ପ୍ରତି ମାସରେ ପ୍ରକାଶ ପାଇଥାଏ ।

ବରମୁଣ୍ଡା ସାହି, ଶିଆରିମାଳିଆ, ପାଳଲହଡା, ଅନୁଗୁଳ ।

ପେଷାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶାରେ ଜଣେ ସାରସ୍ୱତ ସାଧକ, କବି । କବିତାରେ ଲେଖନୀ ଚାଳନା କରୁଥିଲେ ମଧ୍ୟ ଏକାଧାରରେ ଜଣେ ପ୍ରାବନ୍ଧିକା, ସମାଜକୁ ନେଇ ଲେଖୁଥିବା କବିତାରେ ତାଙ୍କର ସ୍ୱତନ୍ତ୍ର ସ୍ୱାକ୍ଷର । ଅନେକ କବିତା ତାଙ୍କର ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ । ଅଧୁନା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ୍ ଡାକ୍ତରଖାନାରେ କାର୍ଯ୍ୟରତ ।

ଜନ୍ମ ୦୮/୦୩/ ୧୯୭୭ । ଘର ବିଦ୍ୟାଧରପୁର, କଟକରେ । ୧୯୯୫ ରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ କଟକ ଭୁବନାନନ୍ଦ ଓଡ଼ିଶା ସ୍କୁଲ୍ ଇଞ୍ଜିନିୟରିଂ ରୁ ଡିପ୍ଲୋମା ପାଶ୍ କରି ୩ବର୍ଷ ନବଭାରତ ଫେରୋ ଆଲଏଜ୍ ଲିଃ. ଢେଙ୍କାନାଳରେ କାମ କରୁଥିଲି । ୨୦୦୦ ଜାନୁଆରୀ ରୁ ମୁଁ ଭାରତୀୟ ଗୋଳାବାରୁଦ କାରଖାନା, କାନପୁର, ଉ:ପ୍ର ରେ କାର୍ଯ୍ୟରତ । କନିଷ୍ଠ କାର୍ଯ୍ୟ ପ୍ରବନ୍ଧକ ଭାବରେ । ଡିପ୍ଲୋମା ପରେ ମୁଁ ଇଲେକ୍ଟ୍ରିକାଲ୍ ରେ ଏ.ଏମ୍ ଆଈ. ଈ ପାଶ୍ କରିଛି ।

ପିତା-ବ୍ରହ୍ମାନନ୍ଦ ବିଶ୍ୱାଳ ମାତା-ଗୀତା ବିଶ୍ୱାଳ ଠିକଣା- ସୁଭଦ୍ରାପୁର, ଉତ୍ତମପୁର, କଟକ - ୭୫୩୦୧୧, ଓଡ଼ିଶା । ଶିକ୍ଷା-ଏମ୍.ଏ., ଏମ୍.ଫିଲ୍. । ଋଚି-ପୁସ୍ତକ ପଢିବା, ଗୀତ ଶୁଣିବା, ଐତିହାସିକ ଜାଗା ସବୁ ଭ୍ରମଣ କରିବା, କବିତା ଓ ଗଳ୍ପ ଲେଖିବା ।

ପିତାଙ୍କ ନାମ:- ଶ୍ରୀ ଗୋପିନାଥ ମିଶ୍ର । ମାତାଙ୍କ ନାମ:- ଶ୍ରୀମତୀ ହରପ୍ରିୟା ମିଶ୍ର । ବୃତ୍ତି:- ଜୀବନବୀମା ନିଗମରେ କାର୍ଯ୍ୟରତ । ନିଆରା ଭାବ ଓ ଆବେଗର ନିରୁତା ମଣିଷଟିଏ । ଲେଖନୀ ତାଙ୍କର କ୍ରାନ୍ତିର ଖୋରାକ ଯୋଗାଏ । ମଣିଷକୁ ବାସ୍ତବତା ସହ ପରିଚ଼ୟ କରାଏ । ୨୦୦୮ ମସିହାରୁ ଦୈନିକ ଖବର କାଗଜ ସମୟ ଓ ଅନୁପମ ଭାରତରେ ତାଙ୍କର ଲେଖା ସ୍ଥାନିତ ହୋଇ ଆସୁଅଛି । ସ୍ତମ୍ଭଧର୍ମୀ ଲୋକ ଭାବରେ ସେ ଓଡ଼ିଶାରେ ବେଶ୍ ପରିଚ଼ିତ । ଭାଙ୍ଗି ଯାଉଥିବା ପୃଥିବୀକୁ ଗଢ଼ି ତୋଳିବା ପାଇଁ ସେ ବେଶ୍ ତତ୍ପର । ଲାଗେ ଯେପରି ସେ ପ୍ରତିଜ୍ଞାବଦ୍ଧ ।

(୧୨ ମେ ୧୯୩୩) ଜ୍ୟେଷ୍ଠ କୃଷ୍ଣ ତୃତୀୟା ଗୁରୁବାର ଦିନ କଟକ ସ୍ଥିତ ବିରୂପା କୂଳସ୍ଥ ମୂଳବସନ୍ତ ଗ୍ରାମରେ ଭିକାରୀ ଚରଣ ନାୟକ ଓ ତାରାମଣି ନାୟକଙ୍କ ଜ୍ୟେଷ୍ଠ ପୁତ୍ର ରୂପେ ଜନ୍ମ ଗ୍ରହଣ କରନ୍ତି । ୧୯୫୪ରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା ସହିତ ୧୯୯୪ ମସିହାରେ କଟକ ସହରସ୍ଥିତ ଆଦର୍ଶ ଆୟୁର୍ବେଦ ବିଦ୍ୟାଳୟରେ ସହ ପ୍ରଧାନଶିକ୍ଷକ ଭାବରେ ଅବସର ଗ୍ରହଣ କରନ୍ତି । ଏହି ସମୟ ମଧ୍ୟରେ ସେ ବହୁ କାବ୍ୟ କବିତା ଏବଂ ପ୍ରବନ୍ଧ ଲେଖିଛନ୍ତି । ତାଙ୍କର ଲେଖାଗୁଡ଼ିକ ମୁଖ୍ୟତଃ ସତ୍ୟ, ଧର୍ମ, ନ୍ୟାୟ, କ୍ଷମା ଓ ଆଧ୍ୟାତ୍ମ ଉପରେ ଆଧାରିତ । ଶ୍ରୀଯୁକ୍ତ ନାୟକ ଜଣେ ସରଳ ଓ ଧର୍ମପରାୟଣ ବ୍ୟକ୍ତି ଯେ କି ଗାନ୍ଧିଙ୍କ ଅହିଂସା ପଥରେ ବିଶ୍ୱାସ ରଖନ୍ତି ।

ବର୍ତ୍ତମାନ ଠିକଣା- ଇଉନିପାର୍ଟସ୍ ଇଣ୍ଡିଆ ଲିମିଟେଡ୍, ପ୍ଲଟ୍- ୪୭, ଏପିଏସ୍ଇଜେଡ୍, ପୁଡ଼ିମାଡ଼କା ରୋଡ଼ । ଭିଶାଖା ପାଟନା, ଅଚୁତାପୁରମ୍, ପିନ୍ ନଂ- ୫୩୧୦୧୧ । ସ୍ଥାୟୀ ଠିକଣା-ଆଟ୍- ମାନଧାତାପାଟଣ । ପୋଷ୍ଟ୍-କପିଳା । ଜିଲ୍ଲା- ଯାଜପୁର । ପିନ୍ ନଂ- ୭୫୫୦୦୪, ଓଡ଼ିଶା । ଜନ୍ମ ତାରିଖ- ୨୧-୦୩- ୧୯୮୮ । ପିତାଙ୍କର ନାମ- ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ନାୟକ (ଚାଷୀ) । ମାତାଙ୍କର ନାମ- ଶ୍ରୀମତୀ ସଞ୍ଜୁଲତା ନାୟକ (ଗୃହିଣୀ) । ଶିକ୍ଷାଗତ ଯୋଗ୍ୟତା-ପ୍ଲସ୍ ଟୁ ପାସ୍, ଡିପ୍ଲୋମା କଣ୍ଟିନିଉ ଇନ୍ ଇଂଜିନିୟରିଂ କଲେଜ୍ (ମେକାନିକାଲ୍) । ବୃତ୍ତି- ଅଟୋ ମୋବାଇଲ୍ କମ୍ପାନୀରେ ସୁପର୍ଭାଇଜର୍ । ଓଡ଼ିଆ ଭାଷା ପ୍ରତି ଆଗ୍ରହ-: ମୋର ସ୍କୁଲ୍ର ପଢ଼ା ସମୟରେ ଖବର କାଗଜରେ ପ୍ରକାଶ ପାଉଥିବା, କବିତା ଆଉ ଗପ ନିୟମିତ ପଢେ଼ । ଆହୁରି ଏହି ନିୟମିତ ପଢ଼ାମଧ୍ୟରେ ମୋର ଆଗ୍ରହ ଦିନକୁ ଦିନ ଓଡ଼ିଆଭାଷାର ମିଠା ମିଠା ମହକ ମୋତେ ଟାଣିଆଣିଲା, ପରେ ମୁଁ ମଧ୍ୟ ଏହିପରି ଭାବରେ ଲେଖିପାରିବି ବୋଲି ମୋର ନିଜର ମନ ମୋତେ କହିଲା, ଆଉ ଠିକ୍ ସେହିପରି ହେଲା ଟେବୁଲ୍ ଉପରେ କାଗଜଟି ଧରି ମୋର ଭାବନା ମୁଦ୍ରାରୁ କିଛି କଥା ଟାଣିଆଣି, ଲେଖିବାକୁ ଲାଗିଲି, ପରେ ସେହି ଲେଖାକୁ ନେଇ ମୋର ସାଙ୍ଗ ଆଉ ପ୍ରିୟଜନଙ୍କ ନିକଟରେ ଉପସ୍ଥାପନ କଲି, ସମସ୍ତେ ଖୁସିହେଲେ କେହି କେହି କବିର ଆଖ୍ୟା ଦେଲେ । ସେଦିନଠୁ ମୁଁ ଏକ ଘରୋଇ କବି ହୋଇଥିଲି । କିନ୍ତୁ ମୁଁ ବର୍ତ୍ତମାନ ଘର ବାହାରେ ମଧ୍ୟ ମୋର କଥାକୁ ପ୍ରକାଶ କରି ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରି, ଏହି ମିଠା ମିଠା ଓଡ଼ିଆ ଭାଷାର ମହକୁ ଶୁଙ୍ଘାଇ ପାରିଲେ ମୋର ଲେଖାର ପାରିଶ୍ରମିକ ମୋତେ ମିଳିବ ବୋଲି, ମୁଁ କାଗଜ ଆଉ କଲମ ଧରି ଲେଖିବାକୁ ଚାଲିଛି, ଜାଣିନି ସେଦିନ କେବେ ଆସିବ କିନ୍ତୁ ନିଶ୍ଚେ ଆସିବ . . .

ଗାଳ୍ପିକା ଚିରାଚରିତ ଗଳ୍ପ ଶିଳ୍ପକୁ ଅତିକ୍ରମ କରି କଥ୍ୟ ଓ କାରୁକାର୍ଯ୍ୟର ଏକ ନିଆରା ଦୃଷ୍ଟି ଦିଅନ୍ତି ତାଙ୍କ ଗଳ୍ପ ସମୂହରେ । ନାରୀ ଜୀବନରୁ ବିଭିନ୍ନ ଅନୁଭୂତି, ତା'ର ବେଦନା ଓ ବ୍ୟକ୍ତିତ୍ୱକୁ ଭର୍ଜିନିଆ ଉଲ୍ଫଙ୍କ ପରି ପୁରୁଷପ୍ରଧାନ ସମାଜରେ ଛିଡ଼ା କରାଇବା ପାଇଁ ସେ ଚେଷ୍ଟା କରିଛନ୍ତି । ପ୍ରେମ, ପ୍ରତ୍ୟୟ ଓ ପ୍ରତ୍ୟାଶାର ଏକ ପ୍ରତୀକ୍ଷମାଣ ପରିଭାଷା ଆମେ ତାଙ୍କର ପ୍ରତ୍ୟେକଟି ଗପରେ ପାଇଥାଉଁ । ପୁଣି ପ୍ରତ୍ୟେକ ଚରିତ୍ରର ଏକ ଅଭିନବ ବିଶ୍ଳେଷଣ କୁମୁଦିନୀଙ୍କ କାହାଣୀ ଗୁଡ଼ିକର ବିଶେଷତା । ଆଦର୍ଶ ଓ ଅଙ୍ଗୀକାର ବଦ୍ଧତାକୁ ନେଇ ତାଙ୍କ ଚରିତ୍ରଗୁଡ଼ିକ ଭାଙ୍ଗିଯାଇ ପାରନ୍ତି ମାତ୍ର କେବେ ବଙ୍କା ହୁଅନ୍ତିନି । ସେ ଭାଷାରେ ଅତ୍ୟନ୍ତ ସଂଯତ ଓ ସଂଭ୍ରମ । ତଥାପି ତାଙ୍କ ଗଳ୍ପର ଧାରାପ୍ରବାହ ଶେଷ ପର୍ଯ୍ୟନ୍ତ କୋଉଠି ବି ବ୍ୟାହାତ ହୁଏ ନାହିଁ ।

ପିତା- ଧରଣୀଧର କହ୍ନର । ବାସସ୍ଥାନ- ତୁଳସୀନଗର, ବଲାଙ୍ଗୀର । କାର୍ଯ୍ୟ- କନିଷ୍ଠ କିରାଣୀ, ତହସିଲ୍ କାର୍ଯ୍ୟାଳୟ, ଖପ୍ରାଖୋଲ, ବଲାଙ୍ଗୀର ।

(୧୯୬୩) । ସାଂପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଉଦୀୟମାନ ପ୍ରତିଭା । ଓଡ଼ିଆ ସମାଲୋଚନା ଓ ଅନୁବାଦ କ୍ଷେତ୍ରରେ ତାଙ୍କର ଲେଖନୀ ଚଳଚଞ୍ଚଳ । ଅଦ୍ୟାବଧି ତାଙ୍କର ୧୨ ଖଣ୍ଡ ପୁସ୍ତକ ପ୍ରକାଶିତ । ସଂପ୍ରତି କଟକର ଦେଉଳ ସାହିସ୍ଥିତ ରଘୁନାଥଜୀଉ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସେ ଅଧ୍ୟାପନାରତ ।

ଠିକଣା:- ପାଇଲ ସାହି (ଡଙ୍ଗର ଦେବୀ ମନ୍ଦିର ପାଖ), ଜୟପୁର , କୋରାପୁଟ, ପିନ୍:- ୭୬୪୦୦୧ ।

ଜନ୍ମ:- ସୁଦୂର ପାହାଡ଼ ପର୍ବତ ଘେରା ରାୟଗଡ଼ା ସହରରେ । ସ୍ୱାମୀ:- ଶ୍ରୀଯୁକ୍ତ ଜନ୍ମେଜୟ ମିଶ୍ର, ଆଇନ୍ ବ୍ୟବସାୟୀ । ଠିକଣା:- କ୍ଲବପଡ଼ା, ବଲାଙ୍ଗିର୍ । ରୁଚି:-ପଢ଼ାପଢ଼ି ଓ ସଂଗୀତ ପ୍ରତି ପ୍ରବଳ ଆକର୍ଷଣ । ପ୍ରକାଶିତ ପୁସ୍ତକ:- ଏକ ବିଂଶ ଶତାବ୍ଦୀର ଝିଅ, ବୃଷନାଭ ତୃଣ, ସେଇ ଦିନର ସେଇ ବର୍ଷା ବିନ୍ଦୁ (ଯନ୍ତ୍ରସ୍ତ) । ଓଡ଼ିଆ ସାହିତ୍ୟରେ ଜଣେ ସୁପ୍ରତିଷ୍ଠିତ କଥାଶିଳ୍ପୀ, ଅନେକ ଗଳ୍ପ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ପୁରୁଣାକଥା, କାହାଣୀ ଓ ବିବରଣୀକୁ ବାରମ୍ୱାର ନୂଆଁ ଢଙ୍ଗରେ ପରିବେଷଣ ନ କରିବା, କଅଣ ଲେଖିବି ଅପେକ୍ଷା କଅଣ ନ ଲେଖିବି, ପଢ଼ିଲାବେଳେ ପାଠକ କେଉଁ ଧାଡ଼ି ଗୁଡ଼ିକ ଡେଇଁଯିବାକୁ ଚାହେଁ ତାହା ନ ଲେଖିବା, ଏଇ ଭଳି କେତୋଟି ଅତ୍ୟାବଶ୍ୟକ ବିଷୟ ଉପରେ ସର୍ବଦା ଗୁରୁତ୍ୱ ଆରୋପ କରି ଆସିଛନ୍ତି ଲେଖିକା । ସର୍ବଦା କିଛି ଅସାଧାରଣ, ଆଶ୍ଚର୍ଯ୍ୟଜନକ ଓ ଚମକାଇ ଦେଲାଭଳି ଗଳ୍ପ ସୃଷ୍ଟି କରିବାକୁ ପ୍ରୟାସ କରି ପାଠକମାନଙ୍କ ଆଗରେ ପରିବେଷଣ କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି ।

ଅବସରପ୍ରାପ୍ତ ଅଧ୍ୟକ୍ଷ । ଡ଼ାକ ଠିକଣା - ଗ୍ରା- ଜଗନ୍ନାଥପୁର ପୋ- ବିଦ୍ୟାଧରପୁର, ଭାୟା- ଧାନମଣ୍ଡଳ, ଜି- ଯାଜପୁର, ୭୫୪୦୨୪ । ପ୍ରକାଶିତ ପୁସ୍ତକ - ୧- ଓଡିଆ ସାହିତ୍ୟର ଦିଗ ଓ ଦର୍ଶନ, ୨- ସ୍ରଷ୍ଟା ମାନସ : ସୃଷ୍ଟି ସୌନ୍ଦର୍ଯ୍ୟ, ୩- ସମାଲୋଚନା ସୌରଭ, ୪- ଚିନ୍ତନର ଚର୍ଯ୍ୟାଗୀତି (ପ୍ରକାଶ ଅପେକ୍ଷାରେ), ୫- ଦାଣ୍ଡକୁ ଏକଥା କେମନ୍ତ ଦିଶେ (ପ୍ରକାଶ ଅପେକ୍ଷାରେ) । ସମ୍ପାଦନା ସଙ୍ଗଠନ- ୧- ବିରଜାଭୂମି ଓ ବନଜ୍ୟୋତି ସାହିତ୍ୟ ସଂସଦ, ସଭାପତି, ଯାଜପୁର, ୨- "ମୁକ୍ତଗାଥା' "ସଖୀବଟ ଉନ୍ନୟନ ପରିଷଦ'' ମୁଖପତ୍ର, କେନ୍ଦ୍ରାପଡ଼ା, ପୁରସ୍କାର/ସମ୍ୱର୍ଦ୍ଧନ- ୧- ଶ୍ରୀବଳଦେବଜୀଉ ସମ୍ମାନ, ଶ୍ରୀବଳଦେବଜୀଉ କଳା ଓ ସଂସ୍କୃତି ପ୍ରତିଷ୍ଠାନ, କେନ୍ଦ୍ରାପଡ଼ା ୨- "ତୁଳସୀ ସାପ୍ତାହିକ'' ସମ୍ମାନ, କେନ୍ଦ୍ରାପଡ଼ା, ୩- ପ୍ରଗତିଶୀଳ ବତି କଲମଧାରୀ, କେନ୍ଦ୍ରାପଡ଼ା, ୪- ବଡ଼ଚଣା ପୂଜ୍ୟପୂଜା ସମ୍ମାନ, ବଡ଼ଚଣା, ଯାଜପୁର ।

ଜନ୍ମ-୨୦ ଜୁନ୍ ୧୯୬୬ । ଶିକ୍ଷାଗତ ଯୋଗ୍ୟତା-ବାଣିଜ୍ୟରେ ସ୍ନାତକ (୧୯୮୬) ଏସ୍.ସି.ଏସ୍- କଲେଜ, ପୁରୀ । ଠିକଣା-ବ୍ଲକ୍ ନଂ -୪, ଘର ନଂ -୨୭, ଲୋଦି କଲୋନୀ, ନୂଆଦିଲ୍ଲୀ-୧୧୦୦୦୩ । ମୁଁ କ୍ରମାଗତ ଭାବରେ ଓଡ଼ିଆ ଏବଂ ଇଂରାଜୀରେ ଲେଖାଲେଖି କରେ । ବ୍ୟକ୍ତିଗତ ସହଯୋଗୀ ଭାବେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀରେ କାର୍ଯ୍ୟ କରେ ।

I have completed Diploma from U.G.I.E, rourkela ..Now I am doing job as an assistant engineer at M/s Rexon strips ltd, Rourkela, My address is Qr no- C2m -33, Kalinga Bihar, Post- Chhend , Rourklea, Sundargarh, Odisha. Pin -769015.

ଜନ୍ମ:- ୨୯/୦୭/୧୯୬୫ । ଶିକ୍ଷାଗତ ଯୋଗ୍ୟତା- ବି.ଏ । ବୃତ୍ତି- ଗୃହିଣୀ । ପ୍ରବୃତ୍ତି- କବିତା ଓ ପତ୍ରପତ୍ରିକା ପଢ଼ିବା ଏବଂ ଲେଖିବା । ଯୋଗାଯୋଗ:- କ୍ୱାନଂ-୨ଆରବି-୬, ୟୁନିଟ୍-୮, ଭୁବନେଶ୍ୱର-୧୨ ।

ଜନ୍ମ ୧୯୫୬ ମସିହା ଏପ୍ରିଲ୍ ମାସ ୧୨ ତାରିଖ କଟକ ସହର ଉପକଣ୍ଠ ନୂଆ ବଜାରସ୍ଥ ପୋପରଡ଼ାରେ । ସେ ଏକ ଧାରରେ ଗୀତି କବି ଏବଂ କଣ୍ଠ ଶିଳ୍ପୀ ଭାବେ ଆକାଶ ବାଣୀରେ ସ୍ୱୀକୃତୀ ପ୍ରାପ୍ତ । ତାଙ୍କର ଅନେକ ଗୀତି କବିତା ଆକାଶ ବାଣୀ ଏବଂ ଦୂରଦର୍ଶନ, ଆଲବମ୍ ଅଡ଼ିଓ କ୍ୟାସେଟ୍ ମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ତା'ଛଡ଼ା ଅନେକ ପତ୍ର ପତ୍ରିକାରେ ଗୀତି କବିତା ପ୍ରକାଶିତ ହୋଇ ଲୋକ ପ୍ରୀୟତା ଅର୍ଜନ କରିଛି । ଭକ୍ତି ରତର୍ମାଳା, ଅଭୟ ପାଦ, ସାଇ ବିଭୂତି ଆଦି ୩ଟି ଭକ୍ତି ଗୀତ ସଂକଳନ ପ୍ରକାଶିତ, ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ସେ ଜଡ଼ିତ ଏବଂ ଅନେକ ସାରସ୍ୱତ୍ୱ ସମ୍ମାନରେ ସମ୍ମାନୀତ । ଅଧୁନା ବନ ପ୍ରଭା ସାହିତ୍ୟ ସଂସଦ ମାଧ୍ୟମରେ ସାଧନା । ସମ୍ପର୍କ- ଏଲ୍-୧୭୦, ହାଲ୍ ଟାଉନସିପ୍, ସୁନାବେଡ଼ା, ପିନ୍-୭୬୩୦୦୨, କୋରାପୁଟ, ଓଡ଼ିଶା ।

ବିଷମ କଟକ, ଜିଲ୍ଲା-ରାୟଗଡ଼ । ମୁଁ ଆଞ୍ଚଳିକ ବାଣିଜ୍ୟ ପରିଚାଳନା ମହାବିଦ୍ୟାଳୟ, ଭୁବନେଶ୍ୱରରୁ ବାଣିଜ୍ୟ ପରିଚାଳନାରେ ସ୍ନାତକ ଓ ଜୀବନବ୍ୟାପୀ ବିଜ୍ଞାନ ପୃଷ୍ଠଭୂମିର ଜଣେ ଛାତ୍ର । ମୁଁ କଳା, ସଂସ୍କୃତିତି ଓ ସାହିତ୍ୟକୁ ଖୁବ୍ ଭଲପାଏ । ମୁଁ ଆପଣଙ୍କ ପତ୍ରିକାରେ ଅଂଶଗ୍ରହଣ କରି ମୋର ଧାରଣା ଓ ମତାମତ ବ୍ୟକ୍ତ କରିବାକୁ ଆଗ୍ରହୀ ।

ଓଡ଼ିଆ ସାହିତ୍ୟରେ ଏକ ନୂଆ ସ୍ୱର ପ୍ରତିଭା ଓ ପ୍ରତିଶ୍ର୍ରତିର ପ୍ରଭାବୀ ସ୍ୱାକ୍ଷର । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଆନ୍ତର୍ଜାତିକ ରାଜନୀତିର ଗବେଷଣାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ୍ ଓ ପି.ଏଚ୍ଡ଼ି. ଡିଗ୍ରୀ ହାସଲ । ବର୍ତ୍ତମାନ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ଭାବରେ ଅଧ୍ୟାପନାରତ ।

ହେଓ୍ୱାର୍ଡ, କାଲିଫର୍ଣ୍ଣିଆ । ସମାଜରେ ଏବଂ ଆମ ଚତୁର୍ପାଶ୍ୱରେ ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣାବଳୀକୁ, ଭେଟୁଥିବା ମଣିଷ ଆଉ ପ୍ରାଣୀ ମାନଙ୍କର ଅନୁଭବ ଗୁଡ଼ିକୁ ରୂପଦେବାପାଇଁ ସାହିତ୍ୟ ଏକ ଉକୃଷ୍ଟ ମାଧ୍ୟମ ।

ଠିକଣା-ଧାନହରା, ମଝିହରା, ବନମାଳୀପୁର, ଖୋର୍ଦ୍ଧା ।

ଲଘୁ ରସାୟନ ଯନ୍ତ୍ରୀ । ସ୍ୱାମୀ-ସୈଳେଶ ସାମଲ । ଘର ନଂ- ଏଫ୍-୧୩, ଏନ୍.ଆଇ.ଟି କ୍ୟାମ୍ପସ୍, ରାଉରକେଲା । ସାହିତ୍ୟ ସହିତ ଓତଃପ୍ରତଃ ଭାବେ ଜଡ଼ିତ ସାହିତ୍ୟିକ ହିଁ ସୁନ୍ଦର ରଚନାଟିଏ ପାଇଁ ସକ୍ଷମ । କବିତା ଲେଖିବା, ଅନେକ ପଠନ, ଅନୁଧ୍ୟାନ, ଏକ ଉତ୍ତମ ସୁଯୋଗ ଓ ଅଜସ୍ର ଆନ୍ତରିକତାର ସୁଫଳ ବୋଲି ମୋର ମତ । ସାହିତ୍ୟରୁ ଅନେକ ଦୂରରେ ଥାଇ ଆପ୍ରାଣ ଉଦ୍ୟମ କରୁଛି ସାହିତ୍ୟକୁ କାଣିଚାଏ ଜାଣିବାକୁ । ପଞ୍ଚମ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲେ ମଧ୍ୟ ଏଯାବତ କୌଣସି ଖବରକାଗଜ ବା ବହୁପ୍ରଚଳିତ ପତ୍ରିକାରେ ସ୍ଥାନ ଦେବାରେ ସମର୍ଥ ହୋଇପାରିନାହିଁ । ମୋ ପକ୍ଷରୁ ଚେଷ୍ଟା ହୁଏତ କମ୍ ହୋଇଛି କିନ୍ତୁ କବିତା ଲେଖିବା, ଡାକରେ ଟିକେଟ୍ ଲଗାଇ ପଠାଇବା ମୋର ଭଲ ଭାବରେ ମନେ ଅଛି । ଏବେ ସ୍କୁଲ୍, କଲେଜ୍, ଅଫିସ୍‌ର ମାଗାଜିନ୍‌ରେ ମୋର ଲେଖା ବରାବର ସ୍ଥାନ ପାଇଛି । ଅନେକ କବି ସମ୍ମିଳନୀରେ ନିଜେ ଏକା ଓ କିଛି ସମ୍ମିଳନୀରେ ବାପାଙ୍କ ସହିତ ଯୋଗ ଦେଇଛି । ମୋର ଏହି ସଉକକୁ ପ୍ରଥମେ ବାପା ଆବିଷ୍କାର କରିଥିଲେ ଏବଂ ଏଥିପାଇଁ ପ୍ରେରଣା ଯୋଗାଇଥିଲେ । ସେ ନିଜେ ମଧ୍ୟ ଲେଖନ୍ତି ଓ ଅନେକ କବି, ସାହିତ୍ୟିକଙ୍କ ସହ ତାଙ୍କର ପରିଚୟ । ଆମ ଘରେ ଅଳ୍ପ କିଛି ଓଡ଼ିଆ କବିତା, ଗଳ୍ପ ସଂଗ୍ରହ ରହିଛି ଯେଉଁଥିରୁ ମୋର ଓଡ଼ିଆ ସହ ପରିଚୟ । ତେବେ ଶିକ୍ଷାର ଦିଗ ମୋତେ ସାହିତ୍ୟ ଠାରୁ ପ୍ରାୟ ଦୂରେଇ ନେଇଛି । ବର୍ତ୍ତମାନ କେବଳ ସମୟ ସୁଯୋଗ ଅଭାବର ଆଳ ଦେଖାଇ ନିଜକୁ ଦୋଷମୁକ୍ତ କରିବାକୁ ଅନବରତ ପ୍ରୟାସ କରେ ।

ଠିକଣା-ସେକ୍ଟର-୨୦, ଡ଼ି-୪୫୫, ରାଉରକେଲା । ପିତା- ପ୍ରଫୁଲ କୁମାର ବେହେରା । ମାତା-ଶାନ୍ତି ଲତା ବେହେରା । ଶିକ୍ଷା- ଏମ୍.ଏ, ଏମ୍.ବି.ଏ, ଏଲ୍.ଏଲ୍ ବି । ରୁଚି-କବିତା, ଗପ ଲେଖିବା ଓ ପଢ଼ିବା, ଭ୍ରମଣ କରିବା ।

ବୃତ୍ତି- ଶିକ୍ଷକ (ରେଙ୍ଗାଲି ପ୍ରାଥମିକ ବିଦ୍ୟାଳୟ) । ଠିକଣା- ସା- ରେଙ୍ଗାଲି , ପୋ.ଅ- ମାଲିଶିରା , ଥାନ- ମୁରିବାହାଲ, ଜିଲ୍ଲା- ବଲାଙ୍ଗୀର ।

ଜିଲ୍ଲା ସାଧନକର୍ମୀ, ସର୍ବଶିକ୍ଷା ଅଭିଯାନ, ପୁରୀ, ଜନ୍ମ-୧୩ ଏପ୍ରିଲ ୧୯୫୬, ମାତା-ଲକ୍ଷ୍ମୀପ୍ରିୟା ସାହୁ, ପିତା-୰ଲୋକନାଥ ସାହୁ । ବୃତ୍ତି-ଶିକ୍ଷକତା, ଠିକଣା-ପଥୁରିଆ ସାହି, ପୁରୀ । ଶିକ୍ଷାଗତ ଯୋଗ୍ୟତା -ଏମ୍.ଏ. ଇତିହାସ, ଓଡ଼ିଆ, ବି.ଇ.ଡ଼ି., ଏଲ୍.ଏଲ୍.ବି. । ରୁଚି - କବିତା ଲେଖିବା, କବିତା ସଂଯୋଜନା କରିବା, ଭାଷଣ ପ୍ରସ୍ତୁତ କରିବା, ନାଟକ ରଚନା । ସ୍ୱୀକୃତୀ/ସମ୍ମାନ: ଆଦର୍ଶ ଶିକ୍ଷୟିତ୍ରୀ - ସଂସ୍କୃତ ବିଦ୍ୟାର୍ଥୀ ପରିଷଦ, ପୁରୀ । ଆଦର୍ଶ ଶିକ୍ଷୟିତ୍ରୀ - ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ପରିଷଦ, ବିଶିଷ୍ଟ କବୟିତ୍ରୀ - ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ପରିଷଦ । ସବୁଜ ବାର୍ତ୍ତା ସମ୍ମାନ-ସବୁଜ ବିଜ୍ଞାନୀ ସମ୍ମାନ-ସବୁଜ ଜୀବନ ପ୍ରକଳ୍ପ, ଭାରତ, ଆଦର୍ଶ ଶିକ୍ଷୟିତ୍ରୀ - ଛାତ୍ର, ଶିକ୍ଷକ, ଅଭିଭାବକଙ୍କ ସମନ୍ୱୟ ସମିତି, ପୁରୀ । କବି ପ୍ରତିଭା ସମ୍ମାନ-ଶ୍ରୀକ୍ଷେତ୍ର ନାଗରିକ ସୁରକ୍ଷା ସମିତି । ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ୨୦୦୪ ପାଇଁ । ଉତ୍କଳ ନାରୀ ପ୍ରତିଭା ସମ୍ମାନ, ସୁଲେଖା, ସୃଜନୀ, ପ୍ରେରଣା । ସାଥୀ ଓଡ଼ିଶା ସାରସ୍ୱତ ସମ୍ମାନ, ଲୋକସମ୍ପର୍କ ସମ୍ମାନ, ମାନପତ୍ର - ଆଚାର୍ଯ୍ୟ ହରିହର ବିଦ୍ୟା ନିକେତନ ପ୍ରେରଣା ଲେଖିକା ସଂସଦ ।

ମାତା- ସରୋଜିନୀ ପଣ୍ଡା, ପିତା- ବିଶ୍ୱନାଥ ପଣ୍ଡା ।

ପିତା- ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାପାତ୍ର, ମାତା- ଶ୍ରୀମତୀ ସରୋଜିନୀ ମହାପାତ୍ର, ଜନ୍ମସ୍ଥାନ- ଛତ୍ରପଡ଼ା, ଜିଲ୍ଲା-ଖୋର୍ଦ୍ଧା, ଓଡ଼ିଶା । ଠିକଣା- ଘ.ନଂ-ଇ/୧୧, ସେକ୍ଟର୍-୯, ରାଉରକେଲା-୭୬୯୦୦୯, ଓଡ଼ିଶା । ଶିକ୍ଷା- ଆଇ.ଏସ୍.ସି.(ବି.ଜେ.ବି କଲେଜ୍), ବିମାନ ଚାଳନା ପ୍ରଶିକ୍ଷଣ (ଗାଟି, ଭୁବନେଶ୍ୱର) ମେକାନିକାଲ୍ ଇଞ୍ଜିନିୟରିଂ ଡିପ୍ଲୋମା(ରାଉରକେଲା) । ବୃତ୍ତି- ଭାରତୀୟ ଇସ୍ପାତ ପ୍ରାଧିକରଣ ଅଧୀନସ୍ଥ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ । ସାମୟିକ ଭାବେ ସମ୍ୱାଦ ରାଉରକେଲା ସଂସ୍କରଣ "ଇସ୍ପାତ ସାହିତ୍ୟ" ଫର୍ଦ୍ଦ ଓ ବିଭିନ୍ନ ପତ୍ରପତ୍ରିକାର ସୌଜନ୍ୟ ସଂପାଦନା । ଓଡ଼ିଆ ୱେବସାଇଟ୍ "ଓଡ଼ିଆ ସାହିତ୍ୟ ଡଟ୍ କମ୍"ର ସଂପାଦନା ସହ ସଂପୃକ୍ତ । ଦୁଇଟି ଟେଲିଫିଲ୍ମ ତଥା ତିନୋଟି ନାଟକର ପଟ୍ଟକଥା ଲିଖନ ଓ ନିର୍ଦ୍ଦେଶନା, ଭିଡ଼ିଓ ଫିଚର ପତ୍ରିକା ନିର୍ଦ୍ଦେଶନା, ପାଞ୍ଚଟି ଏକକ ଚିତ୍ରକଳା ପ୍ରଦର୍ଶନୀ, ଗୀତ ରଚନା ଓ ସଂଗୀତରେ ରୁଚି । ସମ୍ମାନ- ସ୍ୱସ୍ତି ସମ୍ମାନ ୧୯୮୬ (ରାଉରକେଲା), ଗଙ୍ଗାଧର ମେହେର ସମ୍ମାନ ୧୯୯୨ (ବୀରମିତ୍ରପୁର), ରାଉରକେଲା ଇସ୍ପାତ କାରଖାନା (୨୦୦୦), ରାଜ୍ୟସ୍ତରୀୟ ଚନ୍ଦ୍ରଭାଗା କବିତା ସମ୍ମାନ ୨୦୦୭, ବେଦଭ୍ୟାସ କାବ୍ୟ ସମ୍ମାନ ୨୦୦୯ ପ୍ରଭୃତି ସମ୍ମାନରେ ସଂବର୍ଦ୍ଧିତ ।

ଜୀବନ ଜ୍ୟୋତି ଟେଲି ଆର୍ଟସର ନିର୍ଦ୍ଦେଶକ ଓ ପ୍ରଯୋଜକ ।

ଅସ୍ଥାୟୀ ଠିକଣା- ସ୍କୋଲାର ମୋଡେ଼ଲ୍ ସ୍କୁଲ୍ ପରିସର, ଧର୍ମଗଡ଼, କଳାହାଣ୍ଡି । ଓଡ଼ିଶାର ସଂଗ୍ରାମତୀର୍ଥ ରୂପେ ପରିଚିତ ସମ୍ପ୍ରତି ବରଗଡ଼ ଜିଲ୍ଲାର ଘେଁସ ଗ୍ରାମରେ ୧୯୭୭ରେ ଜନ୍ମ । ପିତା-ଶ୍ରୀଯୁକ୍ତ ମଙ୍ଗଳୁ ସାହୁ, ମାତା-ଶ୍ରୀମତୀ ଆହ୍ଲାଦିନୀ ସାହୁ । ସ୍ୱାଧୀନତା ସଂଗ୍ରାମୀ ତଥା ପରାଧୀନ ଭାରତରେ ସମ୍ୱଲପୁର ଅଞ୍ଚଳର ଜଣେ ସ୍ୱନାମଧନ୍ୟ ଶିକ୍ଷକ ଗାନ୍ଧିବାଦୀ ଉଦୟକର ସାହୁ (ଜେଜେ)ଙ୍କଠାରୁ ଲେଖନୀ ଚାଳନା ନିମିତ୍ତ ପ୍ରେରଣା ପାଇ ସାହିତ୍ୟ ସାଧନାରେ ବ୍ରତୀ ରହିଛି । ଅତି ସାଧାରଣ ଜୀବନଯାପନ ସହ ଶିକ୍ଷକତାର ବ୍ୟସ୍ତବହୁଳ ଜୀବନ ଭିତରେ ଅନବରତ ସାହିତ୍ୟ ସାଧନା ପାଇଁ ନିଶ୍ଚିତ ରୂପେ ସମୟ ବାହାର କରିନିଅନ୍ତି । ଜୀବନର ନିଚ୍ଛକ ପ୍ରତିଛବିକୁ ପ୍ରକାଶ କରିବାରେ ସଫଳ ବିନ୍ଧାଣୀ ।

ଜନ୍ମ:- ୨୧/୦୪/୧୯୫୯ । ରହଣୀ- ପଶ୍ଚିମକଚ୍ଛ, ମଧ୍ୟକଚ୍ଛ, ବହୁଗ୍ରାମ, ଜଗତପୁର, କଟକ । ଜୀବିକା:- ଓଡ଼ିଶା ପୋଲିସ୍ ଡିପାର୍ଟମେଣ୍ଟ୍ ।

ଗୌରବମୟ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ପରେ ଜଗନ୍ନାଥ ମ୍ୟାନେଜ୍‌ମେଣ୍ଟ୍‌ ଅଫ୍ ସାଇନ୍ସ୍ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଭାବରେ ନୂଆଦିଲ୍ଲୀରେ କାର୍ଯ୍ୟରତ । ଏତଦ୍ ଭିନ୍ନ ସଂସ୍କାର ସମାଜ ମଙ୍ଗଳ ସଂସ୍ଥା, ନୂଆଦିଲ୍ଲୀର ସଭାପତି ଭାବେ କାର୍ଯ୍ୟ କରି ଏକ ସମାଜ ସେବୀର ଭୂମିକା ସୂଚାରୁ ରୂପରେ ସମ୍ପାଦନ କରୁଛନ୍ତି ।

ଡାକ ନିରୀକ୍ଷକ, ସୋନପୁର ଉପ ମଣ୍ଡଳ, ସୋନପୁର, ସୁବର୍ଣ୍ଣପୁର, ଓଡ଼ିଶା ।

ଜାତୀୟ ଯାନ୍ତ୍ରିକ କଳା କୌଶଳ ପ୍ରତିଷ୍ଠାନ, ରାଉରକେଲାରୁ ରସାୟନ ଶାସ୍ତ୍ର (ବିଦ୍ୟା)ରେ ସ୍ନାତକୋତ୍ତର ଓ ପି.ଜି.ଡ଼ି.ଏମ୍ ଏକ୍ସ୍ ଆଇ ଏମ୍ ଭୁବନେଶ୍ୱରରେ ଅଧ୍ୟୟନରତ । ଟାଟା କମ୍ପାନୀରେ ସୁଦକ୍ଷ ରାସାୟନିକ ଓ ପରିବେଶବିତ୍ ।

ସେ ଏକ ନୀଳ ଢେଉ . . . . ନଦୀର ନିକ୍ୱଣରେ ସ୍ୱପ୍ନାଚ୍ଛନ୍ନ ତାଙ୍କ ସୃଷ୍ଟିର ଉପତ୍ୟକା ନିତ୍ୟ ନିକ୍ୱଣିତ ସବୁଜ . . . . ସତେଜ . . . .

ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାରେ । ମହାବିଦ୍ୟାଳୟରେ ଓଡ଼ିଆର ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକା ତାଙ୍କର ଲେଖା ସ୍ଥାନିତ ହୋଇଛି । କବିତା ସମୀକ୍ଷଣ କ୍ଷେତ୍ରରେ ଡ଼ଃ ସେଣ ଏକ ଚର୍ଚ୍ଚିତ ନାମ ।

ଠିକଣା- ରଣପୁର (ଗୋଡ଼ିପାଟଣା ସାହି) । ଡାକ- ରାଜ-ରଣପୁର । ଜିଲ୍ଲା-ନୟାଗଡ଼ (ଓଡ଼ିଶା) । ପିନ୍- ୭୫୨୦୨୬ ।

ଜି.ଏ-୪୩୯, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ।

କଟକ । ସାରସ୍ୱତ ସୃଷ୍ଟି - ନାଟକ-ରାତ୍ରିର ଦିଗ୍‌ବଳୟ, ସାପୁଆ । ଉପନ୍ୟାସ-ସାଗର ଲହରୀ, ୫୦ରୁ ଉର୍ଦ୍ଧ୍ଵ ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ । ସମ୍ପାଦିତ ପୁସ୍ତକ- ଅମୃତାଲୋକ, ଜୀବନ ଭାର୍ଗଭୀ, ଚରିତଶାବରୀ, ସପ୍ତଚନ୍ଦ୍ରିକା ଭଳି ୧୨ଖଣ୍ଡି ପୁସ୍ତକ । ଜୀବନୀ- ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ମହାଶ୍ୱେତା ରାୟ, ଝରଣା ଦାସ, ଅଜିତ୍ ଦାସ । ଓଡ଼ିଶାର ପ୍ରଥମ ଅର୍ଜୁନ ବିଜେତା ମିନତୀ ମହାପାତ୍ର ଏବଂ ଆହୁରି ଅନେକ ସୁପ୍ରତିଷ୍ଠିତ ବ୍ୟକ୍ତିଙ୍କର ଜୀବନୀ ।

୧୯୫୦ ମସିହା ନବକଳେବର ସମୟରେ ଜନ୍ମ । ପିତା ସ୍ୱର୍ଗତ ଦୀନବନ୍ଧୁ ମିଶ୍ର ପୂଜକ, ଶିକ୍ଷକ ଏବଂ କବିରାଜ ଥିଲେ । ପିତାଙ୍କଠାରୁ ପ୍ରାଥମିକ ଶିକ୍ଷା । ପ୍ରତିରକ୍ଷା ମନ୍ତ୍ରଣାଳୟରେ ପ୍ରଥମଶ୍ରେଣୀ ଅଧିକାରୀପଦରୁ ଅବସର ନେଇ ବର୍ତ୍ତମାନ ବୈଦିକ ବିଜ୍ଞାନ ସମ୍ୱନ୍ଧରେ ଗବେଷଣାରତ । ବୈଦିକ ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ, ଶିକ୍ଷା, କଳ୍ପ, ନିରୁକ୍ତ, ବ୍ୟାକରଣ, ଛନ୍ଦ, ତ୍ରିସ୍କନ୍ଧ ଜ୍ୟୋତିଷ, ସାମୁଦ୍ରିକ, ସ୍ୱରୋଦୟ, ଅର୍ଥଶାସ୍ତ୍ର, ଧନୁର୍ବେଦ, ନାଟ୍ୟଶାସ୍ତ୍ର, ଆୟୁର୍ବେଦ, ସ୍ମୃତି, ଗୃହ୍ୟସୂତ୍ର, ଶ୍ରୌତସୂତ୍ର, ସାଂଖ୍ୟ, ମୀସାଂସା, ବେଦାନ୍ତ, ନ୍ୟାୟ, ବୈଶେଷିକ, ପାତଞ୍ଜଳ ଯୋଗ, ହଠଯୋଗ, ତନ୍ତ୍ର, ଯାମଳ, ପୁରାଣ, ଇତିହାସର ମୂଳଗ୍ରନ୍ଥ ଅନୁସରଣରେ ମୌଳିକ ଅଧ୍ୟୟନରତ । ଆଧୁନିକ ପ୍ରବନ୍ଧନ ବିଜ୍ଞାନ ଉପରେ ମୌଳିକ ଚର୍ଚ୍ଚା । ଓଡ଼ିଆଭାଷାକୁ "କ୍ଲାସିକ୍ ଲାଙ୍ଗୁଏଜ୍ ଷ୍ଟାଟସ୍'' ଘୋଷଣା ପାଇଁ ପ୍ରସ୍ତାବ ଲେଖନ ସମିତିରେ ଯୋଗଦାନ । ବୈଦିକ ସଂଖ୍ୟା ବିଜ୍ଞାନମ୍ ପୁସ୍ତକର ରଚ଼ୟିତା । ୨୦୧୧ ରେ "ଇଜ୍ ରିୟଲିଟି ଡିଜିଟାଲ୍ ଅର୍ ଆନାଲୋଗ୍'' ତଥା ୨୦୧୩ ରେ "ଇନ୍‌ଫର୍‌ମେସନ୍‌ ହିଡ଼ସ୍ ଇନ୍ ଦ ଗ୍ଲୋରି ଅଫ୍ ରିୟଲିଟି'' ନାମକ ଦୁଇଟି ନିବନ୍ଧ ଫାଉଣ୍ଡେସ୍‌ନାଲ୍‌ କ୍ୱୋଶ୍ଚିନ୍ ଇନ୍‌ଷ୍ଟିଚ୍ୟୁଟ୍‌'' ଦ୍ୱାରା ପ୍ରକାଶିତ ହୋଇ ଆନ୍ତର୍ଜାତିକ ବିଜ୍ଞାନୀ ସମାଜରେ ଆଦୃତ ହୋଇଥିଲା । ବର୍ତ୍ତମାନ "ଫିଜିକ୍ସ୍ ବିୟଣ୍ଡ୍ ଷ୍ଟାଣ୍ଡାର୍ଡ ମଡେ଼ଲ୍'' ଉପରେ ଗ୍ରନ୍ଥ ରଚ଼ନାରତ । ଯୋଗାଯୋଗ:- କେନ୍ଦ୍ରୀୟ ବିହାର, ଭି.ଆଇ.ପି ରୋଡ୍, କୋଲକତା:- ୭୦୦୦୫୨ ।

ଜନ୍ମସ୍ଥାନ- ପୁରୀ ଜିଲ୍ଲାର ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁର । ତାଙ୍କ ପିତାଙ୍କ ନାମ ହରେକୃଷ୍ଣ କଣ୍ଠ ଏବଂ ମାତାଙ୍କ ନାମ ପରଶମଣି କଣ୍ଠ । ତାଙ୍କର ଜନ୍ମ ୧୯୫୩ ମସିହାରେ । ସେ ଜଣେ ଗୃହଣୀ । ଜୀବନର ନାନା ବାଧାବିଘ୍ନ ସତ୍ତ୍ୱେ ଦୀର୍ଘ ଚାଳିଶି ବର୍ଷ ଧରି ସେ ଲେଖନୀ ଚାଳନା କରି ଆସିଛନ୍ତି । ତାଙ୍କର କେତେଗୁଡ଼ିଏ ଗଳ୍ପ କେତେକ ଓଡ଼ିଆ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

ଜନ୍ମ-୨୧ ଜୁଲାଇ ୧୯୪୨, ଜନ୍ମସ୍ଥାନ-ଚଣ୍ଡେଶ୍ୱର ଗ୍ରାମ, ଯାଜପୁର ଟାଉନ୍, ବସବାସ-ଗୁଆଳସିଂ, କେନ୍ଦ୍ରାପଡ଼ା । ଲେଖକ ଦୀର୍ଘ ତିନି ଦଶନ୍ଧି ଧରି ଉଭୟ ଓଡ଼ିଆ କଥା ଓ କବିତା ସାହିତ୍ୟରେ ଖୁବ୍ ସକ୍ରିୟ । ବହୁଧା ସାରସ୍ୱତ ପ୍ରତିଭା ମଧ୍ୟରେ ସେ ପାଠକମାନଙ୍କ ପାଖରେ ଜଣେ ଭିନ୍ନ ଶୈଳୀର କଥାଶିଳ୍ପୀ ରୂପେ ବେଶ୍ ପରିଚିତ । ନିଜର ସ୍ୱତନ୍ତ୍ର କଥନଶୈଳୀ, କଥାବସ୍ତୁ ଚୟନ, ଚରିତ୍ର ନିର୍ମାଣ, ଓ କଳେବରର ସଂକ୍ଷିପ୍ତ କ୍ୟାନ୍‌ଭାସ୍ ଦେଇ ମଣିଷ ଜୀବନର ଭିନ୍ନ ଭିନ୍ନ ଅବବୋଧକୁ ଗଳ୍ପମାନଙ୍କରେ ପରଖିଥାନ୍ତି ।

ଗ୍ରାମ/ପୋଷ୍ଟ - ଭିରଙ୍ଗ, ଭାୟା - ତିରଣ, ଜିଲ୍ଲା - ଜଗତସିଂହପୁର, ପିନ୍ -୭୫୪୧୩୮ । ଶିକ୍ଷା ଗ୍ରହଣ ସମୟରୁ ନିଜକୁ ଜନ ଆନ୍ଦୋଳନ କାର୍ଯ୍ୟରେ ଜଡେ଼ଇ ରଖିଛି । ଗତ ୧୦ ବର୍ଷ ହେବ ସାଧାରଣ ଲୋକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ତଥା ସାଂପ୍ରତିକ ଶୋଷଣମୂଖୀ ବ୍ୟବସ୍ଥା ବିରୁଦ୍ଧରେ ଯୁବକମାନଙ୍କୁ ସଂଗଠିତ କରି ରାଷ୍ଟ୍ରୀୟ ସ୍ତରରେ ଏକ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି ତୋଳି ଏକ ଶୋଷଣ ବିହୀନ ସମତା ଭିତ୍ତିକ ସମାଜ ନିର୍ମାଣ ଦିଗରେ ପ୍ରୟାସରତ । ଓଡ଼ିଶାରେ ନବନିର୍ମାଣ ସମିତି ନେତୃତ୍ୱରେ ଚାଲୁଥିବା ପୋସ୍କୋ ବିରୋଧୀ ଆନ୍ଦୋଳନରେ ପ୍ରତ୍ୟେକ୍ଷ ଭାବେ ଜଡ଼ିତ । କ୍ରାନ୍ତିକାରୀ ସଂଗଠନ ନବନିର୍ମାଣ ସମିତି ଜଣେ ସକ୍ରିୟ ସଦସ୍ୟ । ଭିନ୍ନ ଭିନ୍ନ ଓଡ଼ିଆ ସମ୍ୱାଦପତ୍ର ଯଥା-ସମାଜ, ସମ୍ୱାଦ, ସୂର୍ଯ୍ୟପ୍ରଭା, ଆରମ୍ଭ ଆଦି ଖବରକାଗଜରେ ପ୍ରବନ୍ଧ ଓ କ୍ଷୁଦ୍ର ଗଳ୍ପ ନିୟମିତ ଭାବେ ଲେଖେ । ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ପତ୍ରିକା ସମଦୃଷ୍ଟିର ଜଣେ ନିୟମିତ ଲେଖକ । ସଂପ୍ରତି ଲିଭିଙ୍ଗ୍ ଫାର୍ମ ସ୍ୱେଚ୍ଛାସେବୀ ସଂସ୍ଥା ସହିତ ନୀୟମଗିରିରେ ଡଙ୍ଗରିଆ କନ୍ଧମାନଙ୍କର ଜଙ୍ଗଲ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟରତ ।

ଗୃହିଣୀ, ସ୍ୱାମୀ-ଶ୍ରୀ ସରୋଜ କାନ୍ତ ପତ୍ରୀ, ଶ୍ରୀ ଶ୍ରୀ ବଳଦେବଜୀଉ (କେନ୍ଦ୍ରାପଡ଼ା) ମନ୍ଦିର ବଡ଼ପଣ୍ଡା ଅଟନ୍ତି, ଗ୍ରାମ ସୁନ୍ଦରାପାଳ, ଜିଲ୍ଲା -କେନ୍ଦ୍ରାପଡ଼ା ସାହିତ୍ୟ ସହ ଓତଃ ପ୍ରତଃ ଭାବେ ଜଡ଼ିତ ଥିବା ଜଣେ ସାହିତ୍ୟିକ ହିଁ ସୁନ୍ଦର ରଚନା ମାଧ୍ୟମରେ ଭଗବାନଙ୍କ ଅପୂର୍ବ ସୃଷ୍ଟି ମାନବ ହୃଦରେ ପରିଚିତ କରାଇବାରେ ସକ୍ଷମ ହୋଇଥାଏ ବୋଲି ମୋର ମତା ସାହିତ୍ୟ ବିଷୟରେ ସ୍ୱଳ୍ପ ଜ୍ଞାନ ଥିଲେ ମଧ୍ୟ ମୋର ସାଧନା ଦୃଢ଼ୀଭୂତ କରି ସାହିତ୍ୟ ଓ ସଂସ୍କୃତିକୁ ମଜ୍‌ବୁତ୍‌ କରିବା ତଥା ଆମ ଭାଷା ସାହିତ୍ୟର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛି । ସମାଜର ବିଭିନ୍ନ ଘଟଣା, ଦୁର୍ଘଟଣା, ଦୁଃଖ, ଯନ୍ତ୍ରଣା ଗୁଡ଼ିକୁ ନିଜ ଆଖିରେ ଦେଖିଲା ପରେ ସେ ଗୁଡ଼ିକ ମନ ମଧ୍ୟରେ ଆନ୍ଦୋଳିତ ହୋଇ କବିତା ଓ ଗଳ୍ପର ରୂପ ନିଏ, ମୋ ପରମ ପୂଜ୍ୟା ଜେଜେମା' ୰ ନନ୍ଦିନୀ ଦେବୀଙ୍କ ପଦେ ପଦେ କଥାରେ ନାନା ଢଗଢମାଳି ର ପ୍ରୟୋଗ କରିବା, କବିତା ରଚନା କରିବା, ଛୋଟ ଛୋଟ ମନ ଗଢ଼ା ଗଳ୍ପ ମାଧ୍ୟମରେ ଶିଷ୍ଟାଚାର ଶିଖାଇବା ଇତ୍ୟାଦି ମୋତେ ଖୁବ୍ ପ୍ରଭାବିତ କରିଥିଲା । ତାଙ୍କ ଲେଖା ଓ ନିଜ ଭାବନାକୁ ପରିପ୍ରକାଶ କରିବାର ଶୈଳି ଏବଂ ଆଶୀର୍ବାଦ ହିଁ ମୋ ପ୍ରେରଣାର ଉତ୍ସ ପାଲଟି ଗଲା । ବିଦ୍ୟାଳୟରେ ପଢ଼ିଲା ବେଳରୁ ହିଁ ଲେଖା ଆରମ୍ଭ ହୋଇଥିଲେ ବି ଏ ଯାବତ୍ ସ୍ୱଳ୍ପ କେତକ ସାପ୍ତାହିକ ଖବର କାଗଜରେ କିଛି କବିତା ଏବଂ କ୍ଷୁଦ୍ରଗଳ୍ପ ପ୍ରକାଶିତ ହେବାର ସୁଯୋଗ ପାଇଛି । ସ୍କୁଲ୍ କଲେଜ୍ ମାଗାଜିନ୍‌ରେ ମଧ୍ୟ ମୋର କିଛି ଲେଖା ସ୍ଥାନ ପାଇ ସାରିଛି । ଅନେକ କବି ସମ୍ମିଳନୀରେ ମଧ୍ୟ ଯୋଗ ଦେବାର ସୁଯୋଗ ମିଳିଛି । କେନ୍ଦ୍ରାପଡ଼ାର ସାପ୍ତାହିକ ସମ୍ୱାଦପତ୍ର (ତୁଳସୀକ୍ଷେତ୍ର) ୨୦୧୧ ମସିହା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଏବଂ ଜୟଭାରତୀ ସାଥି ସମାଜ (ବିଷୁବ ମିଳନ ଉତ୍ସବ- ୨୦୧୧) ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ମଧ୍ୟ ସମ୍ମାନୀତ ହେବାର ସୌଭାଗ୍ୟ ମିଳିଛି ।

ବୃତ୍ତି- ସିଭିଲ୍ ଇଞ୍ଜିନିୟର । ଠିକଣା- ଗ୍ରାମ- ଦୁବପାଳ, ପୋଷ୍ଟ୍- ଜରଳ, ଠାକୁରମୁଣ୍ଡା, ମୟୁରଭଞ୍ଜ, ଓଡ଼ିଶା, ୭୫୭୦୩୮ । ଗୋଟିଏ ଗରିବ ଘରର ପିଲା ହୋଇଥିବା ସତ୍ତ୍ୱେ ବାପାଙ୍କର ପ୍ରଚେଷ୍ଟା ଯୋଗୁଁ ଆଜି ଜଣେ ଭଲ ଇଞ୍ଜିନିୟର ହୋଇପାରିଛି । ଟଙ୍କାର ଅଭାବ ଥିଲେ ମଧ୍ୟ ଭଲ ପାଠ ପଢୁଥିବାରୁ ନ୍ୟାସ୍ନାଲ୍ ଲେଭେଲ (ଏନ୍.ଆଇ.ଟି ସିଲଚର୍) ଇଞ୍ଜିନିୟରିଂ କଲେଜ୍‌ରୁ ପାଶ୍ କରି ଗୋଟିଏ ସୁନାମଧନ୍ୟ ପ୍ରାଇଭେଟ୍ କମ୍ପାନୀ (ଜି.ଏମ୍.ଆର୍ ଏନର୍ଜି)ରେ କାମ କରିବାର ସୁଯୋଗ ମିଳିଛି ।

ପିତା:- ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାରିକ । ଜନ୍ମ:- ୨୦/୦୮/୧୯୮୯ (କେନ୍ଦୁଝର) । ସ୍ଥାୟୀ ଠିକଣା:- ଝୁମ୍ପୁରା, କେନ୍ଦୁଝର୍ । ପିନ୍:- ୭୫୮୦୩୧ । ବର୍ତ୍ତମାନର ଠିକଣା:- କିଙ୍ଗସ୍ ପ୍ୟାଲେସ୍ ନଂ-୧, ରୁମ୍ ନଂ-ଜି-୯୪, କିଟ୍ ୟୁନିଭର୍‌ସିଟି, ଭୁବନେଶ୍ୱର:- ୭୫୧୦୨୪ । ରୁଚ଼ି:- ବିଭିନ୍ନ ଉପନ୍ୟାସ ପଢ଼ିବା, ଖବରକାଗଜ, ଚଳଚିତ୍ର ଦେଖିବା, ସମୟ ମିଳିଲେ କବିତା ଲେଖିବା । ଏବେ ମୁଁ କିଟ୍ ୟୁନିଭର୍‌ସିଟିରେ ଏମ୍.ଟେକ୍ (କମ୍ପ୍ୟୁଟର୍ ସାଇନ୍ସ) ଅଧ୍ୟୟନ କରୁଅଛି । ମୁଁ ଯୁକ୍ତଦୁଇରେ ପଢୁଥିଲାବେଳେ ମୋର ଏକ କ୍ଷୁଦ୍ରଗଳ୍ପ ଖବରକାଗଜ ସମ୍ୱାଦରେ ପ୍ରକାଶିତ ହୋଇଥିଲା । ମୋର ଗୋଟିଏ କବିତା ଇ-ମାଗାଜିନ୍ "ଆମ ଓଷା ଓ ମୋ ପୌର୍ଣ୍ଣମାସୀ'' ଏବଂ ଅନ୍ୟ ଏକ କବିତା ଇ-ମାଗାଜିନ୍ "ଓ.ଏସ୍.ଏସ୍.ଏ.''ରେ ପ୍ରକାଶିତ ହୋଇଅଛି । ମୁଁ ଫେସ୍‌ବୁକ୍‌ରେ କବିତା ଦେବାକୁ ଭଲପାଏ କାରଣ ମୋତେ ଜଲଦି ଫିଡ଼୍‌ବ୍ୟାକ୍‌ ମିଳିଯାଏ ।

ଗାଳ୍ପିକଙ୍କର ଜନ୍ମ ୧୯୨୦ ମସିହାରେ । ସେ ବନ୍ଦୀ ଗଳ୍ପରୁ ତାଙ୍କର ଗାଳ୍ପିକ ଜୀବନ ଆରମ୍ଭ କରିଥିଲେ । ସେ ମଧୁସୂଦନଙ୍କ ଜୀବନୀ ଓଡ଼ିଆ ସାହିତ୍ୟର ଆଦି ପର୍ବ, ମଧ୍ୟପର୍ବ, ଫକୀର ମୋହନ ସମୀକ୍ଷା ଭଳି ଗବେଷଣାତ୍ମକ ଗ୍ରନ୍ଥ ଲେଖି ଓଡ଼ିଆ ସାହିତ୍ୟ ଜଗତରେ ଏକ ଚର୍ଚ୍ଚିତ ନାମ ଅଟନ୍ତି । ସେ ଜଣେ ସଫଳ ସାମ୍ୱାଦିକ ଓ ରାଜନୀତିକ ନେତା ମଧ୍ୟ । ସାହିତ୍ୟ, ସାମ୍ୱାଦିକତା ଓ ରାଜନୀତି ମଧ୍ୟରେ ଫରକ୍ ଅନୁଭବ କରୁନଥିବା ଜଣେ ବ୍ୟକ୍ତି ବିଶେଷ । ତାଙ୍କର ସାହିତ୍ୟିକ ଜୀବନ ତାଙ୍କୁ ଓଡ଼ିଶାରେ ବେଶ୍ ସୁପରିଚିତ କରାଇ ପାରିଛି ।

ଠିକଣା - ମୁଥାନଗାର, ଖଡ଼ିପଦା, ଧାମାନାଗାର, ଭଦ୍ରକ ।

ଠିକଣା-ବଉଳାଙ୍ଗ, କୁଜଙ୍ଗ, ଜଗତସିଂପୁର । ଜନ୍ମ -୫ ଅପ୍ରେଲ୍ ୧୯୬୮ । ପିତା ୰ ଶତ୍ରୁଘନ ପରିଜା ମାତା ୰ ଛାୟାମଣୀ ପରିଜା ।

ଆବିର୍ଭାବ-୧୧/୧୦/୧୯୩୬ - ତିରୋଧାନ-୦୮/୦୩/୨୦୦୨ । ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ରାଜକିଶୋର ଦାସ ଏବଂ ଶ୍ରୀମତୀ ସରୋଜିନୀ ଦାସଙ୍କ କନିଷ୍ଠା କନ୍ୟା କସ୍ତୁରୀ ଦାସଙ୍କର ଜନ୍ମ କଟକ ସହରରେ । ପିତା ମାତାଙ୍କର ତତ୍ତ୍ୱାବଧାନରେ ରହି ସେ ତାଙ୍କର ବିଦ୍ୟା ଶିକ୍ଷା ଆରମ୍ଭ କରିଥିଲେ ଏବଂ ୧୯୫୫ ମସିହାରେ ରହି ଡିଷ୍ଟିଂସନ୍ ସହିତ ରେଭେନ୍ସା କଲେଜରୁ ବି.ଏସ୍.ସି ପାଶ୍ କରିଥିଲେ । ଏହା ସହିତ ଅବସର ସମୟରେ ସେ ବେହେଲା ବାଦନ ଅଭ୍ୟାସପୂର୍ବକ ସେଥିରେ ପାରଦର୍ଶୀତା ଲାଭ କରିଥିଲେ । ୧୯୫୭ ମସିହାରେ ଶ୍ରୀଯୁକ୍ତ ଉଦୟ ନାରାୟଣ ଦାସଙ୍କର ମଧ୍ୟମ ପୁତ୍ର ଶ୍ରୀ ରାଜେନ୍ଦ୍ର ନାରାୟଣ ଦାସ, ଆଇ.ପି.ଏସ୍.ଙ୍କ ସହିତ ତାଙ୍କର ବିବାହ ହେଲା । ସାମାଜିକ ଆବଶ୍ୟକତା ଏବଂ ଘର ସଂସାରର ସମସ୍ତ ଗୁରୁଦାୟିତ୍ୱ ଦକ୍ଷତାର ସହିତ ବହନ କରି, ଅବସର ସମୟର ସୁବିନିଯୋଗପୂର୍ବକ ସେ ଅନବଦ୍ୟ ସାହିତ୍ୟ ସୃଷ୍ଟି କରି ପାରିଛନ୍ତି । ତାଙ୍କ ରଚନା ଶୈଳୀର ସ୍ୱତନ୍ତ୍ରତା ମଧ୍ୟରୁ ଲେଖିକାଙ୍କର ସମାଜ ସଂସ୍କାରକ ଚେତନା ପରିଦୃଷ୍ଟ ହୁଏ ।

ଜନ୍ମ:- ୦୧/୦୯/୧୯୭୭ । ଗ୍ରାମ:- ପୋଖରୀପୁର, ବାସୁଦେବପୁର, ଭଦ୍ରକ । ବୃତ୍ତି:- ବର୍ତ୍ତମାନ ପୁନେରେ ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନୀରେ କାର୍ଯ୍ୟରତ । ଠିକଣା:- ଏ-୧୦୮, ଥାର୍ଡଫ୍ଲୋର୍, କିର୍କଟଓ୍ୱାଡ଼ି, ଡେଡ୍‌ଗେକର୍ନର, ସିଂହଗଡ଼ ରୋଡ଼, ପୁନେ-୨୪, ମହାରାଷ୍ଟ୍ର । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଚିର ସମପର୍ପିତ ହେବା ହିଁ ତାଙ୍କର ଲକ୍ଷ୍ୟ ।

ପିତା - ୰ ଶ୍ରୀ ଯଦୁନାଥ ଦଳେଇ, ମାତା - ଶ୍ରୀମତୀ ପିତେଇ ଦଳେଇ । ବୟସ - ୫୩ବର୍ଷ । ଗ୍ରାମ - ବଳଗଣ୍ଡି, କେନ୍ଦ୍ରାପଡ଼ା । ଶିକ୍ଷା - ସପ୍ତମ ଶ୍ରେଣୀ, ବେଲତଳ ସ୍କୁଲ, ପଟ୍ଟାମୁଣ୍ଡାଇ । ପେଶା - ମାଛ ଧରି ବିକ୍ରି କରିବା (କୈବର୍ତ୍ତ) । ରୂଚି - ନିଜ ଅନୁଭୁତିରୁ କବିତା ଲେଖିବା, କବିତାରେ ସର୍ବ ଧର୍ମର ଗୁଣଗାନ କରିବା ।

ସମସାମୟିକ ସାହିତ୍ୟର ସୃଜନପ୍ରବାହରେ ସଂଯୋଜିତ ହୁଏ ଆଉ ଏକ ସଫଳ କଥାସ୍ୱର-ଗାଳ୍ପିକ ଅରବିନ୍ଦ ଧଳ । ୧୯୬୬ରେ କେନ୍ଦ୍ରାପଡ଼ା ଜିଲ୍ଲାର ଧୂମାତ ଶାସନ, ଇନ୍ଦୁପୁରଠାରେ ଜନ୍ମ । ସେ କୃଷିରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ଓ ସମ୍ପ୍ରତି କୃଷି ବିଜ୍ଞାନକେନ୍ଦ୍ର, ତିର୍ତ୍ତୋଲ, ଜଗତ୍‌ସିଂହପୁରଠାରେ କନିଷ୍ଠ ବୈଜ୍ଞାନିକ ଭାବେ ଅବସ୍ଥାପିତ । କାହାଣୀସର୍ବସ୍ୱ ତାଙ୍କ ଗଳ୍ପ ସଂରଚନାରେ ଦୃଶ୍ୟମାନ ହୁଏ, ବୈଚିତ୍ର ଓ ବିବିଧତା । କ୍ରମ ପରିବର୍ତ୍ତନଶୀଳ ସମାଜ ଓ ମଣିଷର ରୂପ, ସ୍ୱଭାବ ଓ ଚରିତ୍ର ଚିତ୍ରାଙ୍କନରେ ଅରବିନ୍ଦଙ୍କ ଗଳ୍ପଧାରା ବେଶ୍ ସରଳ, ଅନନ୍ୟ ଓ ଅବିକଳ୍ପ । ତାଙ୍କ କଥାର ଶୈଳୀ ମନନଶୀଳ ଓ କଥାଶିଳ୍ପ ବେଶ୍ ବୌଦ୍ଧିକ । ଅବକ୍ଷୟମୁଖୀ ମାନବୀକ ମୂଲ୍ୟବୋଧର ମୂଲ୍ୟାୟନ ତାଙ୍କ ଗଳ୍ପଗଠନର ଉତ୍ତରଣ । ଅବକ୍ଷୟକୁ ଆଶା ଓ ଅସହାୟତାକୁ ଆତ୍ମପ୍ରତୟରେ ରୂପାନ୍ତରିତ ପ୍ରକ୍ରିୟା ହିଁ ତାଙ୍କ ଗଳ୍ପର ଉଚ୍ଚତା ।

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ କବି ରଞ୍ଜନ ପ୍ରଧାନ ଜଣେ ନିଆରା ପଦାତିକ । ତଥାକଥିତ କବିତା ପାଠୋତ୍ସବ, ବୁଦ୍ଧିଜୀବି ସମାବେଶ, ଭାଷଣବାଜି, ଧରାଧରି, ଦୌଡ଼ା ଧାଁରେ ସେ ନଥା'ନ୍ତି କେବେ । କବିତା ମାର୍ଫତରେ ପାଠକ, ପାଠିକାଙ୍କ ସହ ସବୁବେଳେ ଥା'ନ୍ତି କବି ରଞ୍ଜନ ପ୍ରଧାନ ନିରୋଳାରେ । ଆପଣାର ଗବେଷଣାଧର୍ମୀ ସୃଷ୍ଟି ଓ ନିଆରାପଣ ପାଇଁ ସେ ଓଡ଼ିଆ ସାହିତ୍ୟରେ ଅଳଙ୍କୃତ କରିଛନ୍ତି ଗୋଟେ ସ୍ୱତନ୍ତ୍ର ଆସନ ।

ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକା ଓ ଓଡ଼ିଆଭାଷା ସାହିତ୍ୟର ପ୍ରାକ୍ତନ ଅଧ୍ୟାପିକା । ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା - ତାଙ୍କ ଗବେଷଣାର ଫଳଶ୍ରୁତି । ଦୀର୍ଘ ପଞ୍ଚତିରିଶ ବର୍ଷ ଧରି ନିରବଚ୍ଛିନ୍ନ ସାହିତ୍ୟର ସାଧନାରେ ମଗ୍ନ । ତାଙ୍କ ଗଳ୍ପ ଉପନ୍ୟାସ ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିପାରିଛି । ଓଡ଼ିଆ ସାହିତ୍ୟ ଏକାଡେ଼ମୀ ପୁରସ୍କାର, ରାଜୀବଗାନ୍ଧୀ ସଦ୍ଭାବନା ପୁରସ୍କାର, ଗୋକର୍ଣ୍ଣକା ରୌପ୍ୟଜୟନ୍ତୀ ପୁରସ୍କାର, ରୋଟାରୀ ସମ୍ମାନ ପ୍ରଭୃତି ବହୁ ପୁରସ୍କାର ଓ ସମ୍ମାନ ଓ ତାଙ୍କ ସ୍ରଷ୍ଟାମାନସର ସ୍ୱୀଭୃତି । ଆଜି ବି ତାଙ୍କ ଲେଖନୀ ଚଳଚଞ୍ଚଳ । ଓଡ଼ିଶାର ଆଦିବାସୀ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା, ପୂର୍ବତନ ଲୋକସଭାର ବାଚସ୍ପତ୍ତି ରବି ରାୟଙ୍କ ଜୀବନୀ "ମାଟିରୁ ଆକାଶ'' ତାଙ୍କ ସାଧନାର ସ୍ୱାକ୍ଷର ।

Asstt. Professor, Zisaji Presidency College, Kiphire: Nagaland, Pin - 798611.

କବିଙ୍କ ଜନ୍ମ ୧୯୭୮ ମସିହା ପ୍ରସିଦ୍ଧ ମା' ନାରାୟଣୀ ପୀଠ ଏବଂ ବିଶ୍ୱବିଖ୍ୟାତ ଚିଲିକା ହ୍ରଦ କୂଳେ ଅବସ୍ଥିତ ଲଙ୍ଗଳେଶ୍ୱର ଗ୍ରାମରେ । ପେଷାରେ ଜଣେ ଶିକ୍ଷକ ଏବଂ ବର୍ତ୍ତମାନ ସେ ମାଉଣ୍ଟ୍ ଲିଟେରା ଜି ସ୍କୁଲ୍, ବ୍ରହ୍ମପୁର, ଗଞ୍ଜାମର ପ୍ରିନ୍ସିପାଲ୍ ଭାବେ କାର୍ଯ୍ୟରତ । ଅଳ୍ପ ବୟସରେ "ନୀଡ଼' ନାମକ ସାହିତ୍ୟ ପତ୍ରିକା ପ୍ରକାଶନ ଓ ସମ୍ପାଦନା କରି ଓଡ଼ିଶାର ସାହିତ୍ୟିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି । ଅନେକ କବିତା, ଗଳ୍ପ ଓ କ୍ଷୁଦ୍ର ଉପନ୍ୟାସ ବିଭିନ୍ନ ସାହିତ୍ୟ ପତ୍ରିକା ସହ ସମ୍ୱାଦପତ୍ରମାନଙ୍କରେ ପ୍ରକାଶିତ । ବର୍ତ୍ତମାନ ସେ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶନରେ ବ୍ୟସ୍ତ ଏବଂ ବିଭିନ୍ନ ସାହିତ୍ୟ ସଂସ୍ଥା ସହ ସାହିତ୍ୟ ସୃଷ୍ଟି ନେଇ ଜଡ଼ିତ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଏକା ସଙ୍ଗେ ତିନୋଟି ଭାଷାରେ ଲେଖିପାରନ୍ତି ।

ଜନ୍ମ ୧୯୫୫ ଅପ୍ରେଲ୍ ୧୮ ତାରିଖ ଲକ୍ଷ୍ମୀନାରାୟଣପୁର, ଡେରାବିଶ, କେନ୍ଦ୍ରାପଡ଼ା । ସ୍ନାତକ ପରେ ସଂବାଦପତ୍ରରେ କାର୍ଯ୍ୟ (୧୯୭୮ରେ "ପ୍ରଗତିବାଦୀ', ୧୯୭୯ରେ "ପ୍ରଜାତନ୍ତ୍ର', ୧୯୮୦ରୁ ୧୯୯୩ଯାଏ ସମବାୟ ବିଭାଗର ୩ଟି ପତ୍ରିକାର ସଂପାଦନା - କଲ୍ୟାଣୀ, ରେନ୍‌ବୋ ଏବଂ ସାପ୍ତାହିକ ସମବାୟ ସମାଚାର) । ୧୯୮୧ରେ "ଅଧୁନା' ସାହିତ୍ୟ ପତ୍ରିକାର ସୌଜନ୍ୟ ସଂପାଦକ । ୧୯୯୪ରେ ସମବାୟ ଚାକିରୀ ପରିତ୍ୟାଗ କରି ମାନ୍ଦ୍ରାଜଠାରେ ଚନ୍ଦାମାମା ପ୍ରକାଶନୀ ପକ୍ଷରୁ "ସଚିତ୍ର ବିଜୟା'ର ପ୍ରତିଷ୍ଠାତା ସଂପାଦକ । ୧୯୯୬ରେ ନିଜସ୍ୱ ପତ୍ରିକା "ପ୍ରବାହ'ର ପ୍ରକାଶନ । ପରିବେଶ ସମ୍ପର୍କରେ କାର୍ଯ୍ୟ ଯୋଗୁଁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ (୨୦୦୩), ବିଜୁ ପଟ୍ଟନାୟକ ସମ୍ମାନ (୨୦୦୪), ରାଜଧାନୀ ନାଗରିକ ମଞ୍ଚର (୨୦୦୫)ର ଶ୍ରେଷ୍ଠ ପରିବେଶବିତ୍ ପୁରସ୍କାର ପ୍ରାପ୍ତ । ଓଡ଼ିଶାର ୧୨ଟି ସ୍ଥାନରେ ଔଷଧିୟ ବୃକ୍ଷ ଉଦ୍ୟାନ ପ୍ରତିଷ୍ଠା, ଗନ୍ଧମାର୍ଦ୍ଦନ ବଞ୍ଚାଅ, ଜନ ଆନ୍ଦୋଳନ ଚିଲିକା ବଞ୍ଚାଅ, ଗୋପାଳପୁର ଟାଟା ଇସ୍ପାତ କାରଖାନା ବିରୋଧୀ ଜନ ଆନ୍ଦୋଳନ ସହିତ ପ୍ରତ୍ୟକ୍ଷ ସମ୍ପୃକ୍ତି ଏବଂ ଜଣେ ସମାଜକର୍ମୀ ଭାବେ ସଂପ୍ରତି କାର୍ଯ୍ୟରତ । ପ୍ରକାଶ ଉନ୍ମୁଖୀ ଆର୍ଟ, କଲ୍‌ଚର୍‌ ସଂପର୍କିତ ପତ୍ରିକା "ଆର୍ଟ ଫେୟାର'ର ସଂପ୍ରତି ବରିଷ୍ଠ ସଂପାଦକ ଥିଲି।

ଜନ୍ମ-ତା୧ମଇ୧୯୬୬ । ଠିକଣା- ୬୧୫, ସେରାତୁନ୍ ମଞ୍ଜିଲ୍, ବେହେରା ସାହି, ନୟାପଲ୍ଲୀ, ଭୁବନେଶ୍ୱର ।

କବିତା ହିଁ ମୋର ଆତ୍ମା । ମୁଁ କୋଲକାତାରେ ଗୋଟେ ଅନ୍ତରାଷ୍ଟ୍ରୀୟ କଂପାନୀରେ କାମ କରେ । ଘର-ଝିମାଣି, କୁଜଙ୍ଗ, ଜଗତ୍‌ସିଂହପୁର, ଓଡ଼ିଶା ।

ଗ୍ରାମ- ମଣି କଲୋନୀ, ପୋଷ୍ଟ- ପାନପୋଷ, ରାଉରକେଲା, ପିନ- ୭୬୯୦୦୪, ଜିଲ୍ଲା- ସୁନ୍ଦରଗଡ଼ । ପେଶା- ବର୍ତ୍ତମାନ ଗୋଟିଏ ବହୁଦେଶୀୟ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ନିଶା- କିଛି କବିତା ଓ ଗଳ୍ପ ଲେଖିବା ଆଉ ଇଂଲିଶ୍ ନୋଭେଲ ପଢ଼ିବା ।

ସା: ଗୋପ, ପୋ: ଆଳି, ଜିଲ୍ଲା:- କେନ୍ଦ୍ରାପଡ଼ା । ଜନ୍ମ- ସେପ୍ଟେମ୍ୱର୍ ୧୯, ୧୯୪୫ । ପିତା- ୰ ଶ୍ୟାମ ସୁନ୍ଦର ଜେନା, ମାତା- ୰ ଶୋଭାଦେବୀ । ସମକାଳୀନ ଓଡ଼ିଆ ସାହିତ୍ୟରେ କାଳିନ୍ଦୀ ଚରଣ ଜେନା ଜଣେ ପ୍ରଭାବଶାଳୀ ପ୍ରବୀଣ କଥାଶିଳ୍ପୀ । ନିଜର ବିପୁଳ ଅନୁଭବ, ନିଆରା କଥାଦୃଷ୍ଟି, ସରଳ ଭାଷା ବିନ୍ୟାସକୁ ପୁଞ୍ଜି କରି ସେ ସୃଷ୍ଟି କରିଛନ୍ତି ଅସରନ୍ତି କଥା ଓ କାହାଣୀ । ସାଧାରଣ ମଣିଷର ଦୁଃଖ, ଦୈନ୍ୟ, ନୈରାଶ୍ୟ, ହର୍ଷ, ବିଷାଦ, ବୈରାଗ୍ୟ, ପ୍ରେମ, ପ୍ରଣୟକୁ ସେ ଆନ୍ତରିକ ଭାବେ ପ୍ରତିଫଳନ କରନ୍ତି ତାଙ୍କ ଗଳ୍ପରେ, ଉପନ୍ୟାସରେ ।

ପିତା:- ଭଗବାନ ନାୟକ । ମାତା:- ପ୍ରେମଲତା ନାୟକ । ସ୍ଥାୟୀ ଠିକଣା:- ଶାସ୍ତ୍ରୀ ନଗର-୧ମ ଗଳି, ଗୋଷାଣି ନୂଆଗାଁ, ବ୍ରହ୍ମପୁର, ପିନ୍:-୭୬୦୦୦୩ । ପିଲାଟି ଦିନରୁ କବିତା, ଗଳ୍ପ ଲେଖିବାରେ ରୁଚ଼ି ରହିଛି ବର୍ତ୍ତମାନ ଇଲେକ୍‌ଟ୍ରିକାଲ୍ ବିଷୟରେ ଏନ୍ଆଟି ଉଆରଙ୍ଗଲ୍ରେ ଏମ୍ଟେକ୍ କରୁଅଛି ।

ପିତା: ଅଖିଳ ବିହାରି ପାଣିଗ୍ରାହୀ । ଠିକଣା- ଗ୍ରାମ/ପୋ: ନୂଆପାଟଣା, ଭାୟା: ଆଠଗଡ, ଜିଲ୍ଲା: କଟକ ।

ଜନ୍ମ ୧୯୫୬ ମସିହାରେ ବାଲେଶ୍ୱର ଜିଲ୍ଲାର ବିଷୁରପୁରଠାରେ । ଶାନ୍ତିନିକେତନରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶେଷ ହେବା ପରେ "ଫକୀରମୋହନଙ୍କ କଥା ସାହିତ୍ୟରେ ସାମସମୟିକ ସମାଜର ଚିତ୍ର" ଶୀର୍ଷକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ୍ ଓ "ଓଡ଼ିଆ ସାହିତ୍ୟରେ କୈବର୍ତ୍ତ ସଂସ୍କୃତି" ବିଷୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି. ପ୍ରାପ୍ତି । ସଂପ୍ରତି "ଆଦିବାସୀ ସଂସ୍କୃତି ଓ ଓଡ଼ିଆ ସାହିତ୍ୟରେ ତା'ର ପ୍ରଭାବ" ବିଷୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍ ଉପାଧି ପାଇସାରିଛନ୍ତି । ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ବିଭାଗ ପ୍ରତି ଆସକ୍ତ ନ ରହି ସେ ପ୍ରବନ୍ଧ, ରମ୍ୟରଚ଼ନା, ହାସ୍ୟରଚ଼ନା, ଗଳ୍ପ, କବିତା ଓ ଅନୁବାଦ ସୃଷ୍ଟି କରିବାରେ ଆଗ୍ରହ ରଖନ୍ତି ।

ସାଉଦି ଆରବ, (କେ.ଏସ୍.ଏ) ।

ଜନ୍ମ-ଶ୍ରାବଣ ପୂର୍ଣ୍ଣିମା ୧୯୫୦ । କେନ୍ଦ୍ରାପଡ଼ା ।

ନୂଆଦିଲ୍ଲୀ ।

ନରଣପୁର, କୋଦଣ୍ଡପୁର, ଯାଜପୁରଟାଉନ୍ ।

ଶିକ୍ଷା:- ଏମ୍.ଏ ସୋସିଓଲୋଜି, ରେଭେନ୍ସା କଲେଜ୍ । ବୃତ୍ତି:- ଗୃହିଣୀ । ଠିକଣା:- ସେଭନଟି ବୁ୍ରକ୍ସାଇଡ୍ ଏଭିନୁ୍ୟ, ଆର୍ପାଟ ମେଣ୍ଟ୍ ନଂ:-୫ଏ, ସୋମରଭିଲ୍, ନିଉ ଜରସି, ୟୁ ଏସ୍ ଏ । ପିନ୍:-୦୮୮୭୬ ।

ଠିକଣା-"ବିଶ୍ୱାତ୍ମା", ଏମ୍-୨୩, ଖୋର୍ଦ୍ଧା ବିଡ଼ିଏ କଲୋନୀ, ଖୋର୍ଦ୍ଧା । ପିନ୍:- ୭୫୨୦୫୫ ।

ଗୃହିଣୀ ଓ ସମାଜସେବୀ । ରୁଚି-ଗପ ଗଳ୍ପ ଓ କବିତା ଲେଖିବା । ଠିକଣା- ସେକ୍ଟର-୧୬, ରାଉରକେଲା, ଓଡ଼ିଶା ।

ସାମ୍ପ୍ରତିକ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଜଣେ କଥାକାର ଭାବେ ନିଜର ପରିଚୟ ସାବ୍ୟସ୍ତ କରିଛନ୍ତି ଶ୍ରୀ ମହାନ୍ତି । କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପାଇଁ ସେ "ଲକ୍ଷ୍ମୀଧର ଚୟନିକା" ସମ୍ପାଦନା କରିଥିବା ସହ ତାଙ୍କର ଏକ ବିଶିଷ୍ଟ କୃତି ହେଉଛି "ଓଡ଼ିଶା-ଦ ଲାଷ୍ଟ୍ ଫୁଟ୍ ଷ୍ଟେପ୍ସ୍" "ଉତ୍ତରଣ ଓ ଭିନ୍ନ ପ୍ରସଙ୍ଗ'' ଏକ ପ୍ରକାଶିତ ପ୍ରବନ୍ଧ ସଂକଳନ । ସମ୍ପ୍ରତି ଶ୍ରୀ ମହାନ୍ତି "ଦ ଟେଲିଗ୍ରାଫ୍''ର ଜଣେ ଉଚ୍ଚ ପଦବୀଧାରୀ ସାମ୍ୱାଦିକ । ଏହା ପୂର୍ବରୁ ସେ "ଇକୋନୋମିକ୍ସ୍ ଟାଇମ୍ସ୍'' ଏବଂ "ଫିନାନ୍ସିଆଲ୍ ଏକ୍ସ୍‌ପ୍ରେସ୍‌"ରେ କିଛି କାଳ କାର୍ଯ୍ୟ କରିଥିଲେ ।

IT Manager, FORCE Magazine, New Delhi

ସ୍ୱାମୀ - ବଳଭଦ୍ର ନାୟକ (ସରକାରୀ ପଦାଧିକାରୀ), ଠିକଣା- ସା-ନସଡିପୁର, ପୋ/ଜି-କେନ୍ଦ୍ରାପଡ଼ା -୭୫୪୨୧୧ । ଜନ୍ମ ତାରିଖ – ୧୯୬୧ ମସିହା ଅକ୍ଟୋବର ୧୪ ତାରିଖ । ଯୋଗ୍ୟତା - ବି.ଏ.ପାଶ୍ । ନିଶା - ଲେଖିବା, ପଢିବା, ବୁଲିବା । ପେଶା - ରାଜନୀତି, ସମାଜସେବା ।

ଗାଳ୍ପିକ ଦୀପକ କୁମାର ଗୋଛାୟତ (ପ୍ରଧାନ) ସମକାଳୀନ ଭାରତୀୟ ଭାଷା ଓ ସାହିତ୍ୟର ଜଣେ ମୁଗ୍ଧ ପାଠକ । ନବପିଢ଼ୀର ଜଣେ ସମ୍ଭାବନାମୟ କଥାକାର । ସମ୍ଭାବିତ ଶାଶ୍ୱତ ଓ ଜୀବନ୍ତ ସାହିତ୍ୟର ଜଣେ ଆତ୍ମିକ ଓ ଅନ୍ତରଙ୍ଗ ଉପାସକ । ଶ୍ରୀ ଗୋଛାୟତ ୧୯୮୨ ମସିହା ମେଁ ମାସ ୧୭ ତାରିଖ (ସାବିତ୍ରୀ ଅମାବାସ୍ୟା)ରେ ଶ୍ରୀଯୁକ୍ତ ନୀରଞ୍ଜନ ଗୋଛାୟତ ଓ ୰ନିଳେନ୍ଦ୍ରି ଦେବୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ନୈସର୍ଗୀକ ସୌନ୍ଦର୍ଯ୍ୟ ବଛରାଇ ଗ୍ରାମର ସମୀପରେ କୁଳୁକୁଳୁ ନ୍ନାଦରେ ବହିଯାଉଥିବା ଲୁଣାନଦୀର ସଂଗୀତ ଓ ଗ୍ରାମ୍ୟ ପରିବେଶର ଶାନ୍ତ-ସୁଶୀତଳ ସୌନ୍ଦର୍ଯ୍ୟ ତାଙ୍କ ଅନ୍ତରରେ ସାହିତ୍ୟ ପ୍ରେମକୁ ବିକଶିତ କରିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ସଦରମହକୁମା ଠାରୁ ଆଠ କି.ମି ଦୂର ମାର୍ଶାଘାଇ ବ୍ଲକ୍ ଓ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ବଛରାଇ ଗ୍ରାମ ଲେଖକଙ୍କର ଅତିପ୍ରିୟ ଜନ୍ମସ୍ଥାନ । ଅନେକ ସଫଳ କଥା ଓ କବିତାର ସ୍ରଷ୍ଟା ଏହି ଶିଳ୍ପୀ ଜଣକ ପ୍ରଚାର ଓ ପ୍ରସାର ବିମୁଖ । କଥାକର ଆନ୍ନା ୟୁନିଭର୍ସିଟି (ଚେନ୍ନାଇ, ତାମିଲ୍‌ନାଡୁ )ରୁ କମ୍ପ୍ୟୁଟର୍ ଓ ଟେଲିକମ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ସଂପ୍ରତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଣ୍ଡଷ୍ଟ୍ରିଆଲ୍ ଡେଭଲପ୍‌ମେଣ୍ଟ୍‌ ବିଭାଗରେ ଅଧ୍ୟୟନରତ । ଭାରତୀୟ ପ୍ରଶାସନିକ ସେବାକୁ ଜୀବନର ଲକ୍ଷ୍ୟ ବୋଲି ଧରି ନେଇଥିବା ଗାଳ୍ପିକ ନିଶାରେ ଜଣେ ସଚ୍ଚା ସାହିତ୍ୟପ୍ରେମୀ । ନିଚ୍ଛକ ସାହିତ୍ୟର ନିବିଡ଼ ବନ୍ଧନରେ ନିଜକୁ ବି ଭୁଲିଯାଉଥିବା ଏହି ମନସ୍ୱୀ ମଣିଷଙ୍କୁ ଆସନ୍ତୁ ଭେଟିବା ତାଙ୍କ ସୃଷ୍ଟିରେ ।

ଜଗନ୍ନାଥ ଗଳି, କୁମ୍ଭରପଡ଼ା , ପୁରୀ-୭୫୨୦୦୨ । ପିତା-୰ ମନମୋହନ ସାହୁ । ବୃତ୍ତି- ନୌସେନାବାହିନୀରେ କାର୍ଯ୍ୟରତ ।

ଅମର୍ଦ୍ଦା ରୋଡ଼, ଶ୍ୟମସୁନ୍ଦରପୁର, ବାଲେଶ୍ୱର ।

I am from Kajaja, Kendrapara and currently working for IBM as Project Leader, Xerox Project, Rochester, NY, USA.

ଏମ୍.ଡି. (ମେଡିସିନ୍), ଫେଲୋ. ମେଡିକାଲ୍ ଅନକୋଲୋଜି (ଆମେରିକା), ସଂଗୀତ ବିଶାରଦ (ବେହେଲା), ଆସୋସିଏଟ୍ ପ୍ରଫେସର୍ ମେଡିସିନ୍, ଶ୍ରୀରାମଚ଼ନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍, କଟକ, ଓଡ଼ିଶା ।

ଜନ୍ମ-୧୯୫୫, ଜିତାନଗା, ଭଦ୍ରକ । ବୃତ୍ତି-ବରିଷ୍ଠ ଅଧ୍ୟାପକ, ଦର୍ଶନ ବିଭାଗ ପିତାମାତା-ଶ୍ରୀ ଗୟାଧର ପାଢ଼ୀ/ଶ୍ରୀମତୀ କେତକୀ ଦେବୀ । ଗତ ଦୁଇ ଦଶନ୍ଧି ଧରି ସମ୍ୱାଦପତ୍ରର ସ୍ତମ୍ୱକାର ଭାବେ ସାରସ୍ୱତ ସ୍ୱୀକୃତି ହାସଲ କରି ଆସୁଥିବା ଲେଖକ ଓଡ଼ିଆ ଲଳିତ ନିବନ୍ଧର ନବ୍ୟ ବିବର୍ତ୍ତନର ଏକ ସଭ୍ୟ ସ୍ୱର । ଅବକ୍ଷୟୀ ମାନବୀୟ ମୂଲ୍ୟବୋଧ, ଭାରତୀୟ ସଂସ୍କାର ସଂସ୍କୃତିର କାନ୍ତ-କମନୀୟତା ତଥା ଉଚ୍ଚାଙ୍ଗ ଜୀବନ-ଦର୍ଶନଭିତ୍ତିକ ସମାଜ-ବୀକ୍ଷତାକୁ ନେଇ ତାଙ୍କ ଲେଖନୀ ଅନ୍ୟ ପତ୍ରପତ୍ରିକା ପୃଷ୍ଠାରେ ତୀବ୍ର ମୁଖର । ବୌଦ୍ଧିକ ବିକୃତି ବିରୁଦ୍ଧରେ ବିଦ୍ରୋହ ଓ ସାମାଜିକ ଅଙ୍ଗୀକାରବଦ୍ଧତାର ଅନ୍ତର୍ଦାହ-ଏ ଦୁଇଟି ତାଙ୍କ ସାରସ୍ୱତ ସାଧନାର ମୁଖ୍ୟ ପ୍ରବାହ ।

ଠିକଣା - ଅଧ୍ୟାପକ, ଇଂରାଜୀ ବିଭାଗ, ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ, ଗୋଲାମୁଣ୍ଡା, କଳାହାଣ୍ଡି, ଓଡ଼ିଶା । ଛାତ୍ର ଜୀବନରୁ ସାହିତ୍ୟ ସାଧନାରେ ବ୍ରତୀ ହୋଇ ଲେଖାଲେଖିମାନ ସମାଜ, ସମ୍ୱାଦ ଭଳି ଅଗ୍ରଣୀ ସମ୍ୱାଦପତ୍ରମାନଙ୍କ ସମେତ ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ଲେଖାମାନ ପ୍ରକାଶିତ ହୋଇଅଛି । ଇଂରାଜୀ ଭାଷା ସାହିତ୍ୟରେ ଏମ୍.ଏ., ଏମ୍.ଫିଲ୍ ପରେ ଅଧ୍ୟାପନାକୁ ନିଶା ଓ ପେଶା ରୂପରେ ଗ୍ରହଣ କରି ସାହିତ୍ୟ ସାଧନାରେ ସମୟ ଅତିବାହିତ କରୁଅଛି । ଅନ୍ୟାନ୍ୟ ସାରସ୍ୱତ କାର୍ଯ୍ୟକଳାପ ମଧ୍ୟରେ ଗଙ୍ଗାଧର ସାରସ୍ୱତ ସମିତି, ସିନାପାଲିର ମୁଖପତ୍ର ଅମୃତଗଙ୍ଗା, ଉଦନ୍ତି ମହୋତ୍ସବର ମୁଖପତ୍ର ଉଦନ୍ତିକା, ନୂଆପଡ଼ା ଜିଲ୍ଲାର ସାଂସ୍କୃତିକ ପର୍ବ ମାରାଗୁଡ଼ା, ଲୋକ ମହୋତ୍ସବର ମୁଖପତ୍ର ନୂଆପଡ଼ା ଦର୍ପଣ, କୋଶଲି ମାସିକ ପତ୍ରିକା, ବେନି ପ୍ରଭୃତିରେ ସମ୍ପ୍ରତି ସମ୍ପାଦନା ଦାୟିତ୍ୱ ସମ୍ପାଦନା କରୁଅଛି ।

ଆଧୁନିକ କଥା ଜଗତର ଏକ ଭିନ୍ନ ସ୍ୱର । ତାଙ୍କ ଗଳ୍ପରେ ଥିବା ଚରିତ୍ର ନିର୍ମାଣର କଳାତ୍ମକତା ଅନ୍ୟମାନଙ୍କଠାରୁ ବେଶ୍ ସ୍ୱତନ୍ତ୍ର । ନାରୀମନସ୍ତତ୍ୱ ଓ ନାରୀମୁକ୍ତି ଉପରେ ଆଧାରିତ ତାଙ୍କର ଅଧିକାଂଶ ଗଳ୍ପରେ ସେ ନିଜର ଏକ ଭିନ୍ନ ଦୃଷ୍ଟିଭଙ୍ଗି ଦେବା ସହ ନାରୀ ଜୀବନର ସମ୍ଭାବନା ଓ ସୀମା ସମ୍ପର୍କରେ ସ୍ପଷ୍ଟ ଅଭିମତ ଦେଇଥାନ୍ତି । ଶବ୍ଦ ପ୍ରୟୋଗର ନିପୁଣତା ସହ ଭାବର ସମ୍ୱେଦନଶୀଳତା ତାଙ୍କ ଗଳ୍ପରେ ଭାରି ସ୍ପଷ୍ଟ । ନାରୀ ଜୀବନର ନାନାବିଧ ସ୍ୱପ୍ନ, ଅଙ୍ଗୀକାରବଦ୍ଧତା ଓ ସମାଜସଚେତନତାକୁ ଭିତ୍ତି କରି ସେ ତାଙ୍କର ଗଳ୍ପନା ନକ୍ସା ରଚିଥାନ୍ତି । ଦୀର୍ଘ ତିନି ଦଶନ୍ଧି ଧରି କଥା ଜଗତରେ ଲେଖନୀ ଚଳାଇ ଆସିଥିବା ଶ୍ରୀମତୀ ମହାନ୍ତିଙ୍କର ଅଦ୍ୟାବଧି ଚାରିଗୋଟି ଗଳ୍ପ ସଂକଳନ ସାରସ୍ୱତ ଇଲାକାରେ ବେଶ୍ ଚର୍ଚ୍ଚିତ ତଥା ଆଲୋଚିତ ।

ଠିକଣା-କୁଏତ୍ ।

ସମ୍ପ୍ରତି ଅତ୍ୟାଧୁନିକ ଓଡ଼ିଆ କାବ୍ୟ କବିତାର ସମୟ ଖଣ୍ଡରେ କବି ରତ୍ନାକର ରାଉତ ଏକ ବଳିଷ୍ଠ, ଉଦାତ୍ତ, ଅନାହତ ସ୍ୱର । କବି ନିଜେ ବଞ୍ଚୁଥିବା ଜୀବନ ଓ ଜୀବନାନୁଭୂତିର କଳାତ୍ମକ ସମନ୍ୱୟରେ ହିଁ ସମର୍ପିତ ପ୍ରତିଟି ବାକ୍ୟ, ବାକ୍ୟାଂଶ ଓ ପରିପୂର୍ଣ୍ଣ ପରିଚ୍ଛନ୍ନ ପାରାଗ୍ରାଫ୍ । ତାଙ୍କର କବିତା ସମୂହ, କଥିତ ଓ କଳାତ୍ମକ ଶବ୍ଦ ବିନ୍ୟାସରେ ଅଭିମନ୍ତ୍ରିତ, ଦୃଶ୍ୟ, ଅଦୃଶ୍ୟ ସାମାଜିକ ବିଧି ବ୍ୟବସ୍ଥାର ଅନ୍ତର୍ନିହିତ ଅନୁରଣନରେ ଅନୁରଣିତ ଏବଂ ଛନ୍ଦୋବଦ୍ଧତାର ମାର୍ମିକ ସ୍ପର୍ଶରେ ରୁଦ୍ଧିମନ୍ତ । ଧୂସର, ଧୂମାଳ, ଧ୍ୱସ୍ତ ବିଧ୍ୱସ୍ତ, ଉଦାରୀକରଣ ପୃଥିବୀରେ ଏବଂ ରହସ୍ୟାବୃତ୍ତ ବିଶ୍ୱର ଅନନ୍ତ ଉପତ୍ୟକାରେ ମୌନ, ଧ୍ୟାନସ୍ଥ ଓ ମୁଦ୍ରା ମଗ୍ନ କବି ଆଜୀବନ ଗାର୍ହସ୍ଥ୍ୟ ଓ ସ୍ଥିତପ୍ରଜ୍ଞ ସନ୍ନ୍ୟାସୀ ପରି ନିଜ ବିଶାଳରୁ ବିଶାଳତମ ଭାବରାଜ୍ୟରେ ଅଭିମନ୍ତ୍ରିତ ଓ ପ୍ରଚୋଦିତ । ଏହା ହିଁ କବିଙ୍କର କାବ୍ୟ ଜଗତର ସଫଳ ସାର୍ଥକ ଅନ୍ତଃସ୍ୱର ।

ଶିକ୍ଷକତା, ସର୍ବୋଦୟ ବିଦ୍ୟାପୀଠ (ସରକାରୀ ନୂତନ ଉଚ୍ଚବିଦ୍ୟାଳୟ), ପାଟନାଗଡ଼, ବଲାଙ୍ଗୀର ।

ପିଏ. ଡି. ଡି ଲିଟ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର୍ । ବର୍ତ୍ତମାନ ସେହି ବିଶ୍ୱବିଦ୍ୟାଳୟରେ ଏମେରିଟସ୍ ପ୍ରଫେସର୍ । ତାଙ୍କର ଅନେକ ଗବେଷାତ୍ମକ ପ୍ରବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ । ଆନ୍ତର୍ଜାତିକ ସମ୍ପର୍କ, ମହିଳା ତଥା ସ୍ୱାୟତ୍ତ ଶାସନ ବିଷୟରେ ସେ ଦୀର୍ଘ ୩୦ ବର୍ଷ ଧରି ଗବେଷଣାରତ । ଓଡ଼ିଆରେ ତାଙ୍କର ଅନେକ ପ୍ରବନ୍ଧ, କ୍ଷୁଦ୍ରଗଳ୍ପ ଓ କବିତା ପ୍ରକାଶିତ ହୋଇଛି ।

ପିତା - ଜଗଦାନନ୍ଦ ଜେନା, ଗ୍ରା/ପୋ - ଛୋଟୀ, ଇନ୍ଦୁପୁର, ଜିଲ୍ଲା - କେନ୍ଦ୍ରାପଡ଼ା, ୭୫୪୨୧୪ । ଶିକ୍ଷାଗତ ଯୋଗ୍ୟତା - ଏମ୍.ଏସି (ଗଣିତ), ବି.ଏଡ୍ । ବୃତ୍ତି - ଶିକ୍ଷକତା । ଲେଖକ ଶିକ୍ଷାଦାନ କରିବା ସହିତ ସଂଗୀତ ଓ ଲେଖାଲେଖୀରେ ଗଭୀର ରୁଚି ରଖନ୍ତି । ତବଲାରେ ସ୍ନାତକ କରିଥିବାବେଳେ, ଓଡ଼ିଶୀ ସଂଗୀତରେ ମଧ୍ୟ ପାରଙ୍ଗମତା ରହିଛି । ଲେଖକଙ୍କର ସୃଷ୍ଟି ବିଭିନ୍ନ ଗଣମାଧ୍ୟମ ଓ ରେଡିଓରେ ପ୍ରକାଶିତ । ଉଚ୍ଚକୋଟୀର ଭାବନା ପାଇଁ ସେ ପ୍ରଶଂସନୀୟ ।

ଜନ୍ମ ନୟାଗଡ଼ ଜିଲ୍ଲାର ହରିଡ଼ାବନ୍ଧ ଗ୍ରାମରେ । ୧୯୯୯ ମସିହାରେ ସି.ପେ.ଟ ରୁ ପ୍ଲାଷ୍ଟିକ୍ ଇଂଜିନିୟରିଂରେ ଶିକ୍ଷା ଲାଭ ପରେ ଅଧୁନା ଖୋରଧା ସହରରେ ଏକ ନିଜସ୍ୱ ପ୍ଲାଷ୍ଟିକ୍ ଶିଳ୍ପ ସଂସ୍ଥା ପରିଚାଳନା କରୁଛନ୍ତି । ପିଲାଟି ଦିନରୁ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ଆଜି ଏକ ଗଳ୍ପ ସଂକଳନର ରୂପ ନେଇ କଟକର ପ୍ରକାଶକ ଜଗନ୍ନାଥ ରଥଙ୍କ ଦ୍ୱାରା ପ୍ରକାଶିତ ହେବାକୁ ଯାଉଅଛି ।

ପିତା- ଶ୍ରୀ ଲଡୁକିଶୋର ସ୍ୱାଇଁ । ମାତା- ସ୍ୱର୍ଗତା ସୁଶିଳା ସ୍ୱାଇଁ । ସ୍ଥାୟୀ ଠିକଣା- ବିମାନଗର, ଆମ୍ୱପୁଆ, ବ୍ରହ୍ମପୁର-୭୬୦୦୧୦ । ବର୍ତ୍ତମାନ ଠିକଣା- ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ, ପୋଲାର୍ ସାଇନ୍ସ୍ ଡିଭିଜନ୍, ଏନ୍ ଏଚ୍-୫ପି, ଏନ୍ ଆଇ ଟି, ଫରୀଦାବାଦ-୧୨୧୦୦୧ । ପିଲାଟି ଦିନରୁ ଓଡ଼ିଆ ଗଳ୍ପ-ଗୀତ-କବିତା ଆଦି ଲେଖିବାରେ ରୁଚି ରହିଛି । ବୈଜ୍ଞାନିକ ଗବେଷଣା ସକାଶେ ସୁଦୂର ଆର୍କ୍ଟିକ୍ରେ ମାସାଧିକ ଓ ଆଣ୍ଟାର୍କଟିକାରେ ବର୍ଷାଧିକ ସମୟ ଅତିବାହିତ କରିବା ସମୟରେ ମଧ୍ୟ ଓଡ଼ିଆ ଗୀତ-କବିତା ଲେଖିବା ଥମି ନ ଥିଲା । ଆଣ୍ଟାର୍କଟିକାରେ ଦୀର୍ଘ ୪ ମାସର ଅନ୍ଧକାରମୟ ସମୟ ମଧ୍ୟରେ ଜମିଯାଇଥିବା ବରଫ ହ୍ରଦ ଉପରେ ଓଡ଼ିଆ ଜାତିର ପ୍ରତୀକ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରାଇବାର ବିରଳ ଭୂମିକାର ଅଧିକାରୀ ଶ୍ରୀ ସ୍ୱାଇଁ, ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ତଥା ଭାରତର କନିଷ୍ଠତମ ଭୂ-ବୈଜ୍ଞାନିକ ।

ଗ୍ରାମ-ଛତରା, ପୋ-ଶ୍ରୀରାମପୁର, ଭାୟା-ବସ୍ତା, ଜିଲ୍ଲା-ବାଲେଶ୍ୱର, ପିନ୍-୭୫୬୦୨୯ ।

ଠିକଣା:- ଅଢେ଼ଇଗୁଣ୍ଡି, କାନପୁର, କଟକ-୭୫୪୦୩୭ ।

ଅଇଁଠାପାଲି, ସମ୍ୱଲପୁର ।

ଏମ୍.ଏ, ଅର୍ଥଶାସ୍ତ୍ର, ଇତିହାସ ଓ ବି.ଇ.ଡ଼ି. ତୁଳସୀକ୍ଷେତ୍ର ନିବାସୀ । ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉଙ୍କର ପୂଜକ ତଥା ରାଜପୁରୋହିତ । ଅଧୁନା ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗ ଅଧିନସ୍ଥ ମହାକାଳପଡ଼ା ବ୍ଲକ୍‌ରେ ଏକ୍‌ଜ୍ୟୁକୁଟିଭ୍ ଅଫିସର୍ ଭାବେ କାର୍ଯ୍ୟରତ ।

ଠିକଣା-ଜଲ୍ଲାର ପୁର, ନିଆଳି, କଟକ-୭୫୪୦୦୪, ଓଡ଼ିଶା ।

ଠିକଣା- ମାୟାଭବନ, ବାଲିସାହି, ମଧୁପାଟଣା, କଟକ-୧୦ । ଶିକ୍ଷାଗତ ଯୋଗ୍ୟତା- ଏମ୍. ଏ (ଓଡ଼ିଆ) । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ଦିନଠାରୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଲେଖନୀ ଚାଳନା କରିଆସୁଛି । କବିତାର ନିଶା ଯଦିଓ ଜୀବନକୁ ବାନ୍ଧି ରଖିଛି ତଥାପି ବିଚ଼ାରଧର୍ମୀ ପ୍ରବନ୍ଧରୁ ବି କଲମ ବାଟ ହୁଡ଼ିନି । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପତ୍ରପତ୍ରିକାରେ କବିତା ତଥା ପ୍ରବନ୍ଧ ସମ୍ପାଦିତ ହେବା ସହ ସଂପ୍ରତି କଟକରୁ ପ୍ରକାଶିତ ଦ୍ୱିମାସିକ ଓଡ଼ିଆ ପତ୍ରିକା "ବିନ୍ଦାସ୍'ର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟରତ । ଓଡ଼ିଆ ଭାଷା ଓ ସାହିତ୍ୟରେ ନିରବଚ୍ଛିନ୍ନ ସାଧନା ଜୀବନର ମୂଳଲକ୍ଷ୍ୟ ।

ବୃତ୍ତି:- ଅତିରିକ୍ତ ତହସିଲଦାର, ରାଜକିଶୋର ନଗର ତହସିଲ କାର୍ଯ୍ୟାଳୟ । ରହଣୀ:- ରାଜକିଶୋର ନଗର, ଅନୁଗୋଳ, ପିନ୍:- ୭୫୯୧୨୬ । ପ୍ରକାଶିତ ପୁସ୍ତକ:- ଗପସପ (ଗଳ୍ପ), ଏକାବନ କବିତା (କବିତା), ହୃଦୟ ସଂଗୀତ (ଗୀତ) ।

ଶିକ୍ଷାଗତ ଯୋଗ୍ୟତା- ବିଏ (ଇତିହାସ ସମ୍ମାନ), ଜନ୍ମ- ୨୧/୦୫/୧୯୮୦, ଗ୍ରାମ/ପୋ- ଇବ୍ରିସିଂ, ଭାୟା- ତିରଣ, ଜିଲ୍ଲା- ଜଗତ୍ସିଂହପୁର, ୭୫୪୧୩୮, ଓଡ଼ିଶା ।

ଠିକଣା- ପଣସୁଧା, ଠାକୁରପାଟଣା, ଯାଜପୁର, ୭୫୪୨୫୦ । ଜନ୍ମ ୪ ଫ୍ରେବୃଆରି ୧୯୮୮ । ଶିକ୍ଷା : ସ୍ନାତକୋତ୍ତର । କଲେଜ/ବିଶ୍ଵବିଦ୍ୟାଳୟ : (+3) ସାହାସପୁର କଲେଜ୍, ବାଲିଚନ୍ଦ୍ରପୁର‌, (MA) ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭରସିଟି, (Computer A Level) DOEACC New Delhi। ପେଶା : କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ପ୍ୟୁଟର ଶିକ୍ଷକ (ନହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ , କଟକ‌) । ନିଶା : ଓଡ଼ିଆ ଗଳ୍ପ ଲେଖିବା, କବିତା ଲେଖିବା, ବକୃକ୍ତାରେ ଭାଗ ନେବା ସାମାଜିକ ସମସ୍ୟା ପ୍ରତି ଯତ୍ନବାନ୍ ହେବା ।

ଠିକଣା-ସାମନ୍ତରାପୁର, କୋଲାର, ଜଗତ୍‌ସିଂହପୁର । ବୃତ୍ତି-କମ୍ପୁ୍ୟଟର ହାର୍ଡୱାର ଇଞ୍ଜିନିୟର ।

ରିଡ଼ର୍, ଓଡ଼ିଆ ବିଭାଗ । ଠିକଣା- ପ୍ଲଟ୍ ନମ୍ୱର ୮୮୬, ଚଣ୍ଡିମାତା କଲୋନୀ, କେନାଲ୍ ରୋଡ଼୍, ପୋ: ରସୁଲଗଡ଼, ଭୁବନେଶ୍ୱର-୭୫୧୦୧୦ । ଜନ୍ମ ୦୬.୧୨.୧୯୫୩ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗଜପୀଠ ଗ୍ରାମରେ । ସେ ବିଶ୍ୱଭାରତୀ (ଶାନ୍ତିନିକେତନ)ରୁ ଏମ୍.ଏ., ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ୍. ଓ ପି.ଏଚ୍.ଡି. ଲାଭ କରିଛନ୍ତି । ମାନସିଂହ ସାହିତ୍ୟର ସେ ଜଣେ ଗବେଷକ । ଶାନ୍ତିନିକେତନ ଅଧ୍ୟୟନ କାଳରୁ ଦୀର୍ଘ ୩୫ବର୍ଷ ଧରି ସେ ମାନସିଂହଙ୍କ ସାହିତ୍ୟ ସମ୍ପର୍କରେ କାର୍ଯ୍ୟକରି ଆସୁଛନ୍ତି । ସଂପ୍ରତି ସେ ମାନସିଂହଙ୍କ ଜୀବନୀ ରଚନା ସଙ୍ଗେ ସଙ୍ଗେ ମାନସିଂହ ରଚନା ସମଗ୍ର ୧୦ ଖଣ୍ଡର ସଂପାଦନା ସମାପ୍ତ କରିସାରିଛନ୍ତି । ଆକାଶବାଣୀର ସେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର । ସେ ତିନିଥର ମାନସିଂହ ପୁରସ୍କାର ଲାଭ କରିଛନ୍ତି ଓ ଶିଶୁ ସାହିତ୍ୟ/ଜନସାହିତ୍ୟ ପାଇଁ ସେ ତିନିଥର ଜାତୀୟ ପୁରସ୍କାର ଲାଭ କରିଛନ୍ତି । ୧୯୮୧ରେ ସେ ଓଡ଼ିଶା ଶିକ୍ଷା ସେବାରେ ଯୋଗଦାନ କରି ସଂପ୍ରତି କଟକର ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ବରିଷ୍ଠ ରିଡ଼ର୍ ଭାବରେ କାର୍ଯ୍ୟ କରୁଛନ୍ତି ।

ପିତା- ନାରାୟଣ ବେହେରା । ଠିକଣା- ଏନ୍.ଏଚ୍ କଲୋନୀ, ଫ୍ଲାଟ୍ ନଂ-୧, ମାଇନିଙ୍ଗ୍ ରୋଡ୍, କେନ୍ଦୁଝର, ଓଡ଼ିଶା, ପିନ୍-୭୫୮୦୦୧ ।

ସମ୍ପାଦକ, ନିଶିପ୍ରଦୀପ ସାହିତ୍ୟ ସଂସଦ । କଏଳପାଳ, ବାତୋ, କେନ୍ଦୁଝର ।

ପିତାଙ୍କ ନାମ- ଆଲୋକ କୁମାର ମହାନ୍ତି । ମାତାଙ୍କ ନାମ- ସନ୍ଧ୍ୟାରାଣୀ ମହାନ୍ତି । ବୃତ୍ତି- ଛାତ୍ରୀ । ଠିକଣା- ପ୍ରଶାନ୍ତ କୁମାର ମିଶ୍ର, ନିଉ ଆପାର୍ଟମେଣ୍ଟ୍, ଫ୍ଲାଟ୍ ନଂ-୨୫, ଶ୍ରୀରାମ ନଗର, ପାଲାମଣ୍ଡପ, ବାଦାମବାଡ଼ି, କଟକ-୧୨ । ପୁରସ୍କାର ପ୍ରାପ୍ତ- ଯୁବ କବିୟତ୍ରୀ (ଓଡ଼ିଶା ସାହିତ୍ୟ ସଂସଦ, କଟକ), ଯୁବ ଲେଖିକା (ପରିଦର୍ଶକ, ଜଗତ୍‌ସିଂହପୁର) । ୨୦୦୯ରେ ତାଙ୍କର ସୃଜନ ଆରମ୍ଭ କରିଥିଲେ ।