ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ଗୋଟେ ଦେହଧାରୀ ପଥର କାହାର ନା କାହାର ତ ବୋଝ ହୋଇ ରହିବ | ବଞ୍ଚିବାକୁ ହେଲେ ଅନ୍ନ ଧ୍ଵଂସ ତ ନିଣ୍ଢୟ ତମେ କହିବ ଯଦି ଆଜିଠୁଁ ଅନ୍ନ ଧ୍ୱଂସ ତ୍ୟାଗକରି ଅନଶନରେ ରହିଯିବି ।

ତନ୍ମୟ ତପସ୍ୟା

ପୂର୍ବରୁ

ସକାଳ ସାତଟା ଭିତରେ ଗାଧୁଆ କାମ ସାରି ଆରାଧ୍ୟା ଠାକୁର ଘର ଭିତରକୁ ଗଲା । ବିଦ୍ୟାର ଏସବୁରେ ବିଶ୍ଵାସ ନଥାଏ । ତଥାପି ମାଆକୁ ଖୁସୀ କରିବା ପାଇଁ ଠାକୁର ସାମ୍ନାରେ ମୁଣ୍ଡିଆ ମାରେ । କିଛି ସମୟ ଧ୍ୟାନରେ ବସେ । ଆଜି ସକାଳ ତା ପାଇଁ ଟିକେ ଭିନ୍ନ ଥୁଲା ।

ସେ ଠାକୁର ଘରେ ପହଞ୍ଚିବା ବେଳକୁ ମାଆ ପୂଜାରେ ବ୍ୟସ୍ତ ଥୁଲା । ଗୋଟିଏ ତରାଟଫୁଲ ଆଗ ନିଜ ମୁଣ୍ଡରେ ଲଗାଇ ପରେ ଠାକୁର ମଥାପରେ ରଖୁଥାଏ ମାଆ । ତେଣୁ ମୁଁ କିଛି ନକହି ମୁଣ୍ଡିଆମାରି ଉଠିଲା ବେଳକୁ ମାଆ ମୋ ଆଡେ ନଚାହିଁ ପଚାରିଲା, “ କାଲି ରାତିରେ କଣ କଥା ହେଉଥିଲୁ ଆରାଧ୍ୟା ସାଂଗରେ ? ନା ସେ ଅମିତ୍‌ ସପକ୍ଷରେ ତୋତେ ଶୁଣାଭ ଥିଲା ?

ମୁଁ ବି ମାଆ ଆଡେ ନଚାହିଁ କହିଲି ନିଜ ଭିତରେ ଦୁଃଖର ଭାରା ଯେତେବେଳେ ଅସହ୍ୟ ହୋଇପଡେ, ସେ କାହାର ନା କାହାର ସାହାରା ନେବ । ଏଥିରେ ତୋର କିମ୍ବା ବାପାର କିଛି ଚିନ୍ତା କରିବାର ନାହିଁ । ତମେ ବାପା ମାଆ ଜନ୍ମଦେଇ ଲାଳନ ପାଳନ କଲ । ଶିକ୍ଷାଦେଇ, ଏଡେରୁ ଏଡେ କଲ । ବାହା ସାହା ବି କଲ ସାମାଜିକ ସୁରକ୍ଷା ଆଉ ଲୋକ ମୁହଁରେ ବାତବତା ଦେଲ । ନିଜର ମାନ ସମ୍ମାନ, ଘରର ମର୍ଯ୍ୟାଦା ଆଗ ନା ଝିଅ ମନ ପସନ୍ଦ ଆଗ ?”

ମାଆ ହାତରୁ ତରାଟ ଫୁଲ ଖସି ପଡିଲା । ସବୁଦିନ ଚୁପଚାପ ରହୁଥିବା ତାଙ୍କ ବିଦ୍ୟାର ଆଜି ସତରେ କଣ ହେଇଚି ? ଗୋଟେ ବାକ୍ୟର ଉତ୍ତରକୁ ଶବ୍ଦରେ କହୁ ନଥୁବା ତାଙ୍କ ଝିଅ ଆଜି ଆକ୍ଷେପରେ ଗୀତାଗାଇ ହେଉଚି ? କାଲି ରାତିରେ ତା ହେଲେ ତୋ ବାପା ସତ କହୁଥିଲେ । ବିଦ୍ୟା ଆରାଧ୍ୟା ଦୁହେ ତାଙ୍କ ଜୀବନର ଦୁଃଖକୁ ସାମ୍ନାକୁ ଆଣି ପରସ୍ପର ବାଣ୍ଡୁଥିଲେ ନିଳ ଭିତରେ

ମୁଁ ବାହାରି ଆସୁଥୁଲି ଠାକୁର ଘରୁ ।

ଘରର ଯାବତୀୟ ବାହାର କାମ ମା କରିପକାଏ । ବିଦ୍ୟା ରୋଷେଇ କରେ । ରାଜ୍‌ର ପଢାପଢି ଦେଖେ । ସବୁ ଦାୟିତ୍ୱ ଓ ଘର କାର୍ଯ୍ୟର ବଡ ଭାଗଟା ସେ ତୁଲେଇ ଥିଲେ ବି କାହା ପାଖରେ କେଉଁଥିରେ ଅଭିଯୋଗ ନଥାଏ ।

କାହାକୁ କରିବ ଅଭିଯୋଗ ? କିଏ ଭରିଦେବ ତା ଭିତରର ଖାଲିପଣ ? ଆମ ସମାଜ ବ୍ୟବସ୍ଥାରେ ଝିଅଟିର ବିବାହ କାର୍ଯ୍ୟପରେ ଖୁସୀବାସିରେ, ଶୁଭକାର୍ଯ୍ୟରେ, ବିବାହ ବ୍ରତରେ ଝିଅକୁ ଖୋଜାଯାଏ । ଓଷାବାର, ପୁନେଇଁ ପରବରେ ତା ଶାଶୁଘରେ ଠିଆ ହେଲେ ଜିନିଷ ଧରି ତାର ଆଣ୍ଟଟାଣ ଶାଶୁଘରେ ରହେ ।

ମାତ୍ର ଏ ସବୁତ ତାର କେବେଠୁ ଶେଷ ହୋଇ ଯାଇଛି । ବିନା ଆରମ୍ଭରେ ଶେଷ ହେଲା ପରି ତା ଜୀବନରେ ଆଗକୁ ଚାଲିବାର ପଥ ବି ସରିଯାଇଛି ! ସେ ଘରେ ଏବେ ଖୁଣ୍ଟ ବନ୍ଧାଗୋରୁ । ବାପା ମାଆ ଉପରେ ବୋଝ । ଇଚ୍ଛାଥିଲେ ନଥିଲେ ର ପ୍ରଶ୍ନଇ ଉଠେନା । ତାକୁ ଏଠି ରହିବାକୁ ହେବ । ଗୋଡ କଚାଡି, ଅଳି ଅଝଟ କରି ନିଜର ଗେହ୍ଲାପଣିଆର ଜିଦ୍‌କୁ ଜାହିର୍‌ କରି ନୁହେଁ, ବରଂ ସେମାନଙ୍କର ମନ ନେଇ, ତାଙ୍କୁ ଖୁସୀ କରି ତାଙ୍କ ଇଚ୍ଛା ବା ଦୟାକୁ ନିଜେ ଆଡଜଷ୍ଟକରି ଚଳାଇବାକୁ ହେବତାକୁ । ସେଠି ଅଭିଯୋଗର ପ୍ରଶ୍ନ ଉଠୁଚି ବା କାହିଁକି ? ବାପା ଯେତିକି ଶିକ୍ଷା ଦେଇଛନ୍ତି , ତା ଠୁଁ ଅଧୁକ ସଂସ୍କାର ଶିଖାଇଛି ମାଆ । ତା ଭିତରେ ତା ଅଭିଯୋଗର ସ୍ଥାନ ନିହାତି ନଗଣ୍ୟ ।

ଯେତେ ନିଜକୁ ପଥର କରିଲେବି କେଉଁଠି ଥାଏ କେଜାଣି ଲୁହ ଗୁଡାକ ଆଖିକୁ ଚାଲିଆସେ । ଗରମ ଗରମ ଝରିପଡେ । ଲୁହଟା ଖସିଗଲେ ବି ହାଲୁକା ଲାଗେ । କେହି ଦେଖିବା ଆଗରୁ ସେ ତା ଲୁହକୁ ଲୁଚେଇ ପୋଛିଦିଏ ।

ବାପାଙ୍କ କଥା ଚିନ୍ତା କଲା ବେଳକୁ ତାକୁ ଲାଗେ । କଣ କିଛି କରି ପକାନ୍ତା । ବାପାଙ୍କ ବଡ ଝିଅ ନୂହେଁ, ବଡ ପୁଅ ଭଳି ନିଜକୁ ସବୁ କ୍ଷେତ୍ରରେ ସାବ୍ୟସ୍ତ କରି ପାରନ୍ତା । କଣ ଏଥିପାଇଁ କରିବ ? କାହା ସାହାଯ୍ୟ ନେବ । ବି,ଏ, ପାଶ୍‌ ପରେ କମ୍ପ୍ୟୁଟର ଓ ଲେଭଲଯାଏ କରିଛି । ସେତିକିରେ କିଛି କରି ହୁଅନ୍ତା ଯଦି । ତା ପଛକୁ ଆରାଧ୍ୟା ବିବାହଯୋଗ୍ୟ ବଯସ ନହୋଇ ଥିଲେ ବି ବିବାହ ଧାଡିରେ ଠିଆ ହାଇ ସାରିଲାଣି । ଅମିତକୁ ନେଇ ଅସରନ୍ତି ସ୍ଵପ୍ଣ ତା ଆଖିରେ। ତା ତଳକୁ ସାନ ଭାଲ ରାଜ୍‌ । ଏତେ ଜଣକର ଦାୟିତ୍ୱ ଜଣେ ତୃତୀୟ ଶ୍ରେଣୀ ଅବସରପ୍ରାପ୍ତ କର୍ମଚାରୀ ପେନ୍‌ସନ ଟଙ୍କାରେ ଚଳାଇବେ ?

– “କଣ କରୁଛୁ? ମୁଁ ତ ଦେଖୁଛି ତୁ କାହିଁ କେତେବେଳୁ ଗୋଟିଏ ଜାଗାରେ ଛିଡା ହୋଇଛୁ କଣ ହେଉଚି ଆଜି?” ମାଆ କଥାରେ ନିଜକୁ ଚିନ୍ତା ଦୁନିଆରୁ ହଟେଇ ଆଣିଲା ବିଦ୍ୟା । ରାଜ୍‌ ଅପା ଅପା ଡାକି ଦଉଡି ଆସୁଥିଲା ହାଣ୍ଡିଶାଳ ଆଡକୁ । ବିଦ୍ୟାକୁ ଦେଖି ଦେଇ କହିଲା, “ ଅପା, ବିପ୍ଳବ ଭାଇ ଆସିଚନ୍ତି । ତୋତେ ଡାକୁଚନ୍ତ ।“

ରାଜ୍‌ ପାଟିରୁ କଥା ସରି ନାହିଁ ମାଆ କହିଲା ଦେଖୁଲୁ, ବିପ୍ଳବ କାହିକି ଆସଛନ୍ତି ! ମୁଁ ଏଠି ରୋଷେଇ ଦେଖୁଛି ତୁ ଯାଆ ।

ପଣତ କାନିକୁ ଆଗକୁ ଆଣି ହାତ ପୋଛି ପୋଛିକା ଡ୍ରଇଂ ରୁମ୍‌ରେ ଦେଖିଲା ବିପ୍ଳବ ଘର ଆଡକୁ ପିଠି କରି ବାହାରକୁ ଚାହିଁଛନ୍ତି । ନଡାକି, ପାଖରେ ଯାଇ ଛିଡା ହେଲା ବିଦ୍ୟା ।

ବିପ୍ଳବ ବିଦ୍ୟାର ନୀରବରେ ଛିଡା ହୋଇଯିବାର ବାସ୍ନା ପାଇଲାକି ? ବିଦ୍ୟା ଆଡକୁ ମୁହଁ କରି ବୁଲିପଡିଲା । ରାଜ୍‌ ସେଠି ପଢିବା ପାଇଁ ବସିଥୁଲେ ବି ଦୁହିଁଙ୍କୁ ଚାହିଁଥିଲା ଅପଲକ ଆଖିରେ । ବିଦ୍ୟା ତା ଓଠକୁ ହସ ଧାରେ ଆଣୁ ଆଣୁ ରାଜ୍‌କୁ ପଢିବାକୁ ତା ଶୋଇବା ଘରକୁ ପଠେଇ ଦେଲା ।

ବିପ୍ଳବ ବେଶ୍‌ କିଛି ସମୟ କେବଳ ବିଦ୍ୟାକୁ ଦେଖୁଥାଏ ସମୟ ଅଟକି ଗଲା ଯେମିତି କଲେଜ ପଢା ବେଳକୁ ସାଥି ଦେଇ । ବିଦ୍ୟା ଠିକ୍‌ ସରସ୍ଵତୀଟେପରି, ଶୁଭ୍ର ଶାନ୍ତ କୋମଳ ମୁହଁଧରି ତା ଆଗରେ ଆସୀନା ।

“ବସ୍‌, ଏତେ ଚାହିଁଚ କଣ ଯେ ? କଣ ଆଉ ଦେଖୁଚ ମୋ ଠୁଁ ? ମୁଁତ ଗୋଟେ ପତ୍ରଝଡା ଥୁଣ୍ଟା ଗଛଟେ ଏଇନେ । ସବୁଜିମା ଖୋଜୁଛନା ?

ବିଦ୍ୟା କଥାରେ ବିପ୍ଳବ କିଛି ଉତ୍ତର ନଦେଇ ସୋଫାରେ ବସୁ ବସୁ ଜଣିକିଆ ସୋଫାରେ ବିଦ୍ୟା ବସିଗଲା ।

କେମିତି ମନରେ ପଡିଲି । ଆସିଲ ଭଲ କଲ । ଭଲ ଲାଗୁଚି ତମର ଉପସ୍ଥିତି । ଏ ପୃଥିବୀ ଗୋଟେ ପରିତ୍ୟକ୍ତ ପରି ମୋତେ ଆଡେଇ ଦେଲେ ବି, ମୁଁ ଅଛି ଦେଖି ତମର କଣ ବିଶ୍ୱାସକୁ ଆସୁ ନାହିଁ ? ” କେତେ କଥା ଆଜିକାଲି କହି ଶିଖିଲାଣି ବିଦ୍ୟା । କେଉଁ ପୃଥିବୀ କଥା ତମେ କହୁଚ ? ଯେଉଁ ପୁଥୁବୀରେ ମଣିଷର ହୃଦୟଟେ ଧରି ଜଣେ ମଣିଷ ତମକୁ ମିଳି ନାହାନ୍ତି ? ମାତ୍ର ତମେ ମୋ ଆଖିରେ ମୋ ବିଶ୍ୱାସ ରେ ଯେମିତି ଥିଲା ଠିକ ସେମିତି ଅଛ । ରହିବ । ଆଚ୍ଛା କହିଲ ? ତମେ ଆଜିକାଲି କ’ଣ କରୁଚ ? ମାନେ ଦିନର ବାରଘଣ୍ଟା କେମିତିରେ ଖରଚ କରୁଚ ? କେବଳ ମଉସାଙ୍କର ଅନ୍ନ ଧ୍ୱଂସ ।

ଗୋଟେ ଦେହଧାରୀ ପଥର କାହାର ନା କାହାର ତ ବୋଝ ହୋଇ ରହିବ । ବଞ୍ଚିବାକୁ ହେଲେ ଅନ୍ନ ଧ୍ଵଂସ ତ ନିଣ୍ଢୟ ତମେ କହିବ ଯଦି ଆଜିଠୁଁ ଅନ୍ନ ଧ୍ୱଂସ ତ୍ୟାଗକରି ଅନଶନରେ ରହିଯିବି ।

ନା, ଏ ସବୁ ମନ ଭିତରକୁ ଆଣନା । ଜୋକ୍ ରେ କହିଦେଲି !’ ବିପ୍ଲବ କହିଲେ । ହସି ଉଠିଲେ ଦୁହେଁ ଏକା ସାଂଗରେ ।

ବିପ୍ଳବ ତାରି ଭଳି ଏକ ମଧ୍ୟବିତ୍ତ ପରିବାରର ପିଲା । ସରକାରୀ ଚାକିରିଆ । ମାଆ ସ୍କୁଲ ଶିକ୍ଷୟିତ୍ରୀ । ବାପା ଅବସରପ୍ରାପ୍ତ ସରକାରୀ କମଗରୀ । ଉପରେ ବଡଭାଇ ବିଶ୍ଵାସ, ଇଂଜିନିୟର । ସେ ତା ଚାକିରୀ ଯାଗାରେ । ସାନ ଭଉଣୀଟିଏ । କଲେଜରେ ପଢୁଛି । ହସଖୁସିର ମପାଚୁପା ପରିବାର । ପ୍ରାଚୁର୍ଯ୍ୟ ନାହି କି ଅଭାବ ନାହି । ଶୂଙ୍ଖଳିତ ଓ ଶିକ୍ଷିତ ପରିସରରେ ଚାର ଜୀବନ ଗଢା । ବିପ୍ଲବ ଭଦ୍ର, ଅମାୟିକ । ପରୋପକାରୀ ବି ବିଦ୍ୟା ତାର ହାଇସ୍କୁଲ ବେଳର ଜଣା । ବିଦ୍ୟାକୁ ନେଇ ପ୍ରେମ କରିବା ପରି ଗୋଟେ ଧାରଣା ତା ଭିତରକୁ କେଉଁଦିନ ଦିବାସ୍ଵପ୍ନ ପରି ଆସିଥିଲା ଶୋଭନଙ୍କୁ ଦେଖୂଲା ପରେ ଦୁଃସ୍ଵପ୍ନ ପରି ତାର ଭାବ, ଆବେଗ. ଭଲପାଇବା ସଦୁ ପଳାଇ ଥୁଲା । ବିଦ୍ୟା ତାର ବାନ୍ଧବୀ, କେବଳ ବାନ୍ଧବୀଟିଏ । ବାପା ଓ ମାଆଙ୍କର କଥା କଥାକରେ ନୀତି ଅନୀତି, ଆଦର୍ଶ, ଉଚିତ୍‌ ଅନୁଚିତର ଭାଷଣ, ପ୍ରବଚନ ଶୁଣିବାକୁ କେବଳ ପୁଅ ଏବଂ କିଛିଦିନ ହେଲା ସ୍ଵାମୀଟିଏ ହୋଇଚି ରଂଜନାର ।

କଲେଜ ପଢା ସମୟରେ ତାଙ୍କ ଉପର ବ୍ୟାଚରେ ପଢୁଥିବା ଶୋଭନ ମଳୟ ପବନ ପରି ବିଦ୍ୟାର ଜୀବନ ଭିତରକୁ ପଶି ଆସିଥୁଲା । ବନ୍ଧୁତାରୁ ପ୍ରେମ । ପ୍ରେମରୁ ପ୍ରତିବଦ୍ଧତା । ଦିହେଁ ଦିନେ ଏକାଠି ସଂସାର ଗଢିବାର ସ୍ଵପ୍ନ ଥୁଲା ।

ସବୁ କିଛି ଇଶ୍ଵରଙ୍କ ଇଚ୍ଛାରେ ଚାଲେ । ଯଦିଓ ମଣିଷ ମନରେ ବହୁତ ଆଣ୍ଟ ଅଭିମାନ ପାରିବା ପଣିଆର ଅହଙ୍କାର ଥାଏ । କିଛି ହୋଇପାରେନା ମଣିଷ ଇଚ୍ଛାରେ । ବିନା ଇଶ୍ଵର ଆଶୀର୍ବାଦରେ । ବିଦ୍ୟାର ବିବାହ ପ୍ରସ୍ତାବ ବାପାମାଆଙ୍କ ଇଚ୍ଛାରେ ଆଗାଏ । ବିଦ୍ୟା ପ୍ରତିବାଦ ଶୂନ୍ ଫୋଟକା ପରି କିଛି ଶବ୍ଦ କରି ପବନରେ ହଜିଯାଏ । ଶୋଭନଙ୍କ ସହ ସଂସାର ଗଢିବାର ସ୍ଵପ୍ନ ଧୂଳିରେ ଲୋଟୁ ଥାଏ ।

କଣ ଭାବୁଛ ବିଦ୍ୟା । ମୁଁ ଗୋଟେ ପ୍ରସ୍ତାବ ଧରି ଆସିଥିଲି । ଯଦି ତମ ମନକୁ ଓ ମଉସା ମାଉସୀଙ୍କ ମନକୁ ପାଏ , ତା ହେଲେ ତା ପାଇଁ ପରବର୍ତ୍ତୀ ପଦକ୍ଷେପ ନେବି ।’

ତମେ ଗୋଟେ ମିନିଟ ବସି ଥାଅ କି ମୁଁ ଆସୁଛି କହି ବିଦ୍ୟା ଭାରକୁ ଚାଲିଗଲା ଓ ଠିକ ତିନି ଚାରି ମିନିଟ ପରେ ଚା , ବିସ୍କୁଟ ଓ ମିକଶ୍ଚର ପ୍ଲେଟ ରେ ଧରି ଆସି ବିପ୍ଳବ ହାତକୁ ଚା କପଟାଏ ବଢ଼େଇ ଦେଇ ପଚାରିଲା ‘ପ୍ରସ୍ତାବଟା କଣ ଯେ ?’

‘ଘରଛାତି ବାହାରେ ଯଦି ରହିବାକୁ ପଡେ, ତମର କିଛି ଅସୁବିଧା ହେବ କି ? ମାଉସୀ ମଉସା ରାଜି ରହିବେତ ? ‘

“କଥାଟା ସିଧା କହୁନା ? ବାହାରକୁ ଯିବି, ବାହାରେ ରହିବି ମାନେ ମୁଁ କିଛି ବୁଝିପାରୁ ନାହିଁ ଆଗ ପ୍ରସ୍ତାବଟା କୁହ । ତା ପରେ ମୁଁ କହିବି । କୋଉଠି ଗୋଟେ ବର ଫର ଯୋଗାଡ କଲଣି ନା କଣ ?”

“ ତମେ ଝିଅ ଗୁଡାକ ଯେତେ ଶିକ୍ଷା ପାଇ ନବ୍ୟ ସଭ୍ୟ ହୁଅ ତମ ପୂଥୁବୀର ଶେଷ ପ୍ରଦକ୍ଷିଣ ଯାଇ ବିବାହର ମୁଣ୍ଡି ମରେ । ବାହାଘରକୁ ଛାଡିଦେଲେ ଝିଅଟି ପାଇଁ ଆଉ କଣ କିଛି ନାହିଁ ? ବିପ୍ଳବ ମୁହଁରେ ଉତ୍ତେଜନା ସ୍ପଷ୍ଟ ଆଭାସ ଦିଶୁଥୁଲା ।

“ଅଛି, ଅଛି ବାବା । ମୋ ବନ୍ଧୁ ବିପ୍ଳବ ମୋ ସାଥିରେ ଥିଲେ ଗୋଟେ ବଡ ବିପ୍ଳବ କରିବାକୁ ମୁଁ ଟିକେ ହେଲେ ପଛେଇବି ନାହିଁ ।”

ଦୁହେଁ ଏକା ସାଙ୍ଗରେ ପୁଣି ଥରେ ହସି ଉଠିଲେ ।

ଚା ଶେଷ କରି କପ୍‌ ଟିପୟ ଉପରେ ରଖୁ ରଖୁ ବିପ୍ଲବ କହିଲା, “ ମୋର ଗୋଟେ ସଂସ୍ଥା ସହ ସାମାନ୍ୟ ପରିଚୟ ଓ ବିଶ୍ଵାସ ଅଛି । ସେହି କର୍ମ ସଂସ୍ଥାନରେ ତମେ ଜଏନ କରି ଆଇ ମିନି ଚାକିରୀ କରିଲେ ଭଲ ହୁଅନ୍ତା ନାହିଁ । ତମେ ଏବାବଦରେ ଘରେ କଥାବାର୍ଭାକରି ମୋତେ ଫୋନରେ ଜଣାଇଲେ, ପରବର୍ଭୀ ପଦକ୍ଷେପ ମୁଁ ନେବି । ଆଚ୍ଛା ମୁଁ ଆସୁଛି ତା ହେଲେ । ତମ ଫୋନ ପାଇଲେ ଆଉ ଯାହା । ଆଚ୍ଛା ବାଏ ! ”

ବିପ୍ଳବ ଚାଲି ଯିବାକୁ ସତୁଷ୍ଣ ନୟନରେ ଗହହୁଥୁଲା ବିଦ୍ୟା । ଚାକିରୀ ? କେତେ ଭଲ ହୁଅନ୍ତା ବଡ ଖୁସୀଟେ ଚହଟି ଉଠିଲା ବିଦ୍ୟା ମୁହଁରେ । ବିଛାଡି ହେଇ ପଡିଲା ତା ଚାରି ପାଖରେ ସୁନ୍ଦର ସ୍ୱପ୍ନର ଫୁଲଝରି । ଆଗେ ମାଆକୁ ଏକଥା ଜଣାଇବ ସେ । ପରେ ଆଉ ଯାହାକୁ । ବିପ୍ଳବ, ପ୍ରକୃତରେ ତମେ ମୋପରି ସୁଦାମର ବନ୍ଧୁ ଶ୍ରୀକୃଷ୍ଣ । ତମ ଋଣ ଏ ଜୀବନକୁ ଭାର ହୋଇରହିଛି । ଆଜି କାଲି ଯୁଗରେ କିଏ ଭାବେ ଏତେ କାହା ପାଇଁ ? ଭଗବାନ ତମକୁ କଲ୍ୟାଣ କରନ୍ତୁ । ଜୀବନଟେ ପାଇଯିବି ବିପ୍ଳବ । ଏଥ ପାଇଁ ଥ୍ୟାଙ୍କ୍‌ ୟୁ ଭେରିମଚ୍‌ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top