ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ମାତ୍ର ଏମ୍‌.ଡି ଠୋ ଠୋ ହସରେ ଚାମ୍ବରକୁ ଶବ୍ଦାୟିତ କରି କହିଲେ, ବିଦ୍ୟା ସେ ଗାଡି ଅଫିସ ୟୁଜ୍‌ ପାଇଁ । କାର ବ୍ୟକ୍ତିଗତ ଗାଡି ନୁହେଁ । ତମେ ନିଶ୍ଚିନ୍ତରେ ଯାଅ ।

ତନ୍ମୟ ତପସ୍ୟା

ପୂର୍ବରୁ

ବାପାଙ୍କ ଅବସର ପରେ ବାପା ମା’ ସହ ଆମ ଗାଁ ଅହିୟାସରେ ବାପା ତାଙ୍କ ପୈତୃକ ଘରକୁ ଭାଙ୍ଗି ତିନିବଖରା ସମେତ ମୁଳ ତିନିବଖରା ଶ୍ରେଣୀ ଦିଆ ଚାଳଘର ମଟି ଅଗଣାକୁ ପକ୍କାକରି ରୋଷେଇଘର ଓ ତା ପାଖକୁ ଲାଗି ଟିଉବ ୱେଲରେ ମଟର ଲାଗି ରୋଷେଇଘର, ଗାଧୁଆଘର ଓ ପାଇଖାନାକୁ ପାଣି ପାଇପ୍‌ ୱାରିଂଗ୍‌ କରି ସାରିଛନ୍ତି । କୋଠା ଛାତ କୋଣରେ ପାଣିଟାଙ୍କି । ସବୁ ସହରୀ ଢଙ୍ଗରେ ଚବିଶଘଣ୍ଟା ପାଣିର ସୁବିଧା କରାଯାଇଛି । ପୁରୁଣା ୱାରିଂକୁ ବଦଳେଇ ସବୁଘରେ ନୂଆ ଲାଇନ୍‌ ସହ ସିସକୋର ଏଲ.ଇଡି ବଲ ଲଗାଇଛନ୍ତି । ବାପା ତାଙ୍କ ବାପା ମାଆଙ୍କର ଗୋଟିଏ ପୁଅ ହୋଇଥିବାରୁ ଚାକିରୀରେ ଥିଲା ବେଳେ ଆମ ଭାଗଚାଷୀ ବିଦ୍ୟାଧର ଦାଦା ହିଁ ଘର ବାଡି ଦାୟିତ୍‌ ବୁଝିବାସହ ଭାଗରେ ଆମ ଜମିରେ ଧାନ, ବିରି, ମୁଗ ବି ଚାଷ କରନ୍ତି। ପୋଖରୀ ଅଦରକାରୀ ଓ ପରିତ୍ୟକ୍ତ ହୋଇପଡିଥୁଲା। ବାପା ଗାଆଁକୁ ଫେରିଲା ପରେ ପୋଖରୀ ଖୋଳାଯାଇ ମାଛଚାଷ ହେଉଛି । ପୋଖରୀ ହୁଡାରେ କଦଳୀ ଗଛ ଶହେ ପ୍ରାୟେ । ବାଡିରେ ଆଗରୁ ଆମ୍ବ, ଜାମୁ, ଶିରିଶି, କରଞ୍ଜ ଗଛ ସବୁ ଥୁଲା। ବାପା ଗାଆଁକୁ ଫେରିଲା ପରେ ଲେମ୍ବୁ କମଳା, ଅମୃତଭଣ୍ଡା, ସଜନା, ବେଦନା, ବେଲଗଛ ଆଦି ଲଗାଇଛନ୍ତି । ଠାକୁର ଘର ପଛ ପାଖରେ ମାଆ ଠାକୁର ପୂଜା ପାଇଁ ତରାଟ, ମଦର, ନାନା ରଂଗର ଟଗର, ମଲ୍ଲି ଇତ୍ୟାଦି ଲଗାଇଛି । ବାପା ପ୍ରାୟ ସମୟରେ ବାଡ଼ିରେ ଥାଆନ୍ତି । ହଣାହଣି କାମ ପଡିଲେ ବିଦ୍ୟାଧର ଦାଦାଙ୍କୁ ଡକରା ପଡେ । ସେହି ହଣା ମରା ଭିତରେ କିଛି ଭେଣ୍ଡି, ବାଇଗଣ, ଶାଗ, କଞ୍ଚାଲଙ୍କା, କଲରା, କାକୁଡି ଠୁଁ ଜହ୍ନି ଛଞ୍ଚିଣା ମଂଜି ଲଗାଇ ଦିଅନ୍ତ । ବେଶ୍‌ ପରିବା ଘରକୁ ଆସେ । ବିଦ୍ୟାଧର ଦାଦାବି ତାଙ୍କ ଘରକୁ ନିଅନ୍ତି । ସମୟ କେତେ ବାଗରେ ବଦଳିବାରେ ଲାଗୁଛି । ତା ସହିତ ବଦଳି ଯାଉଛି ମଣିଷର ଚିନ୍ତାଧାରା, ଦାୟିତ୍ୱ , କର୍ତ୍ତବ୍ୟ ସହ ଚିରାଚରିତ ରୁଟିନ୍‌ କାର୍ଯ୍ୟ। ୟା ଭିତରେ ସେ ଦୁଇବର୍ଷରୁ ଅଧକ ହେଲାଣି, ବିପ୍ଲବ ସହାୟତାରେ ଭୁବନେଶ୍ୱର ଏକ ପ୍ରାଇଭେଟ୍‌ ସଂସ୍ଫାରେ ଗକିରୀ କରି ଭୁବନେଶ୍ୱରରେ ରହୁଛି। ବାପାଙ୍କୁ ବୁଝାଇ ଶୁଝାଇ ଆରାଧ୍ୟାକୁ ଅମିତ୍‌ ଚୌଧୁରୀ ସହବିଭା କାମ ସାରିଦେଇଛି । ପାରିବାରିକ ସଂପର୍କ ଏତେଟା ସୁଧାର ନ ଆସିଥିଲେ ବି ବିଦ୍ୟାଥରକୁ ଥର ଅମିତ୍‌ଙ୍କ ଘରକୁ ଯିବା ଆସିବା ଓ ଦିଆନିଆ କରି ପରିସ୍ଥିତିର ସୁଧାର ଆଣିବାରେ ଚେଷ୍ଟାକରୁଛି । ଧୀରେଧୀରେ ସବୁଠିକ ହେଇଯିବ ବୋଲି ଆରାଧ୍ୟା ଆଉ ଅମିତ୍‌ଙ୍କୁ ବୁଝାଇଚାଲିଛି । ଏ ସବୁରେ ସୁଧାର ଆସିବାରେ ତମ ଦୁହିଙ୍କର ସାକ୍ରିଫାଇସ୍‌ ସହ କିଛି ଧୈର୍ଯ୍ୟ ରଖିବାକୁହେବ କହି ଅନବରତ ବୁଝାଇ ଫେରେ ବିଦ୍ୟା । ଏ ସବୁର ଉର୍ଦ୍ଧ୍ଵରେ ସମାନ୍ୟ ହେଉକି ବୂହତ୍‌, ସବୁ ସମସ୍ୟାରେ ବିପ୍ଳବର ପରାମର୍ଶ ନିଏସେ । ବେଳେ ବେଳେ ବିପ୍ଲବ ତାଙ୍କ ଗାଆଁ ଘରକୁ ସେକେଣ୍ଡ ସିଟର ଡେ ଦେଖ୍‌ ଆସନ୍ତି । ବିଦ୍ୟା ଆସେ ଭୁବନେଶ୍ୱରରୁ ବିପ୍ଲବ ଓ ରଂଜନାର ଆଠନଅ ବର୍ଷର ଝିଅ ସୌମ୍ୟା ଓ ପାଞ୍ଚବର୍ଷର ପୁଅ ସମ୍ୟକ୍‌ ଙ୍କ ପାଟିଗୋଳରେ ଘରେ ଗହଳ ଚହଳ ବଢିଯାଏ । ଘରର ମାହୋଲ ବଦଳିଯାଏ। ଏ ଅଭାବିତ ଆନନ୍ଦରେ ବାପା ମାଆ ସାମନାରେ ଖୁସୀ ହେଲେବି ତା ମାଆ ଲୁଚି ଲୁଚି କାନ୍ଦେ। ବିଦ୍ୟା ସବୁ ବୁଝେ । ରଂଜନା ରୋଷେଇ ଘରେ ପଶିଯାଇ ନିଜର ବୋହୂପରି ରୋଷେଇ କରି ପକାନ୍ତି । ମାଆ ସୁଁ ସୁଂ ହୋଇ କାନ୍ଦି କହେ, “ମୋ ଭାଗ୍ୟରେ ମାଆ ବୋହୁସୁଖ କାହିଁ ନାତି ନାତୁଣୀର ମାଡଗୋଳ ଛଡାଇବା ସୁଖ କାହିଁ । ରାଜ୍‌ କେଉଁଦିନ ମଣିଷ ହବ” ବୋହୁହୋଇ ଏ ଘରକୁ କିଏ ଆସିବ ? ଏସବୁ ଆକାଶ କୁସୁମ । ଦେଖୂଚୁ ଏମିତି ମରିବାଯାଏ ଏ ରୋଷେଇଘରେ ମୁଁ ଘୁଷୁରୁ ଥିବି । ବିଦ୍ୟା ପୁଣିଥରେ ସଂସାର କରିବ, ତା କୋଳରେ ପୁଅଝିଅ ଦେଖିବି ଏ ସବୁ ସିନେମା, ସିରିଏଲ କଥା ମାଆ । ସତ ତ ଅପହଞ୍ଚ କୋଶଦୂରରେ ।

ଏକଥା ବିପ୍ଳବର କାନକୁ ଯାଏ ରଂଜନା ମାଧ୍ୟମରେ । ସ ପରିବାର ବିପ୍ଳବ ଫେରି ଯାଏ ତା କର୍ମସ୍ଥଳୀ ଅନୁଗୋଳକୁ । ନିଜ ଜଂଜାଳ ଓ ଦାୟିତ୍ୱରୁ ଫୁରୁସତ ମିଳିଲେ ବିଦ୍ୟା ସହ ଫୋନ ରେ କଥା ହିଁ । ରଂଜନା ଠାରୁ ଶୁଣିଥିବା କଥା ଉପରେ ପତିପତ୍ନୀ ଦୁହେଁ କଥାବାର୍ତ୍ତା କରନ୍ତି । ମାଉସୀର ଅଂତରକଥା କୁ ଜାଣିଲା ପରେ ବିଦ୍ୟା ପାଇଁ କଣ କରାଯାଇପାରେ ଚିନ୍ତା କରନ୍ତି ବିପ୍ଳବ । ବିଦ୍ୟାକୁ ଫୋନ ରେ ବିଭିନ୍ନ କଥା କହୁ କହୁ ଆଉଥରେ ନିଜ ବିବାହ ବିଷୟରେ ଚିନ୍ତା କରିବାକୁ ଅନୁରୋଧ କରେ ସେ। ବିଦ୍ୟା ବିପ୍ଳବ କଥା ଶୁଣି ହସରେ ଉଡେଇ ଦିଏ । ଅନ୍ତତଃ ସେଇଦିନ ପାଇଁ କଥା ସେତିକିରେ ବନ୍ଦ ରହେ ।

ଅଫିସ୍‌ରେ ଏଣିକି ନିଜ ଦାୟିତ୍ୱ ତୁଲେଇ ନେବାର ଦକ୍ଷତା ଅର୍ଜନ କଲାଣି ବିଦ୍ୟା । ଆଜିକାଲି ସିନିୟର ଆସିଷ୍ଟାଣ୍ଟମାନେ ମଧ୍ୟ ତା ସହ ବିଭିନ୍ନ ପ୍ରୋଜେକ୍ଟ ଉପରେ ବିଚାର ବିମର୍ଶ କରନ୍ତି । ଅଫିସର୍ସ ମିଟିଂରେ ତାର ଅଂଶ ଗ୍ରହଣ ଓ ଆଲୋଚନା କୁ ଅନ୍ୟମାନେ ମନ ଧ୍ୟାନ ଦେଇ ଶୁଣନ୍ତି । ଏମ୍‌ଡି ବେଳେବେଳେ ତା ମତକୁ ସମ୍ମାନ ଦେଇ ଧନ୍ୟବାଦ ଦିଅନ୍ତି । ଏସବୁ କିଛିର ଶ୍ରେୟ କେବଳ ବିପ୍ଳବର ! ଭରପୁର ଆତ୍ମବିଶ୍ଵାସରେ ବିଦ୍ୟା ସ୍ଵୟଂ ସଂପୁର୍ଣ୍ଣ ମଣିଷ ବୋଲି ନିଜକୁ ହୃଦବୋଧ ମଣେ । ସେଦିନ ବାପା ମାଆଙ୍କୁ ତାର ପରଫରମାନ୍‌ସ ବିଷୟରେ କହି ଖୁସୀ କରାଏ । ବିପ୍ଳବକୁ ଫୋନ କରି କୃତଜ୍ଞତା ଜଣାଏ ।

ମନ ଭିତରେ ଯେଉଁ ଗୁରୁ ଦାୟିତ୍ୱକୁ ରଖୂ ସେ ବାହାରକୁ ପାଦ କାଢିଥାଏ, ତାହାସେ କାର୍ଯ୍ୟକାରୀ କରି ପାରିଛି । ଆରାଧ୍ୟା ତାର ମନର ମଣିଷକୁ ପାଇ ପାରିଛି । ନିଜେ ରୋଜଗାରକ୍ଷ ହୋଇ ବାପା ମାଆଙ୍କର ସାହାରା ପାଲଟି ପାରିଛି । ତାଙ୍କ ଶେଷଜୀବନ ଯାଏ ସେ ତାକୁ ଖୁସୀ ଦେବାକୁ ଚେଷ୍ଟା କରିବ, ଏପରି ପଣଟେ ମନତଳେ ରଖୁଛି । ଗୋଟିଏ ଅବସୋସ୍‌ ପାଇଁ ତା ଛାତିଟା ଯେ ବେଳକୁ ବେଳ ଓଜନିଆଁ ହୋଇ ଯାଉଛି, ତାହା ବ୍ୟତୀତ ସେ ଆଉ କାହା ସହ ସେୟାର କରିବ ?

ବେଳେ ବେଳେ ମନକୁ ଆସେ ବିପ୍ଳବଙ୍କୁ କହିବ କି ଶୋଭନ କେଉଁଠି ଅଛନ୍ତି ପତ୍ତା ଲଗାଇବାକୁ ? ଥରେ ଶୋଭନଙ୍କ ସହ ଦେଖା ହେବାର ଅଭିଳାଷକୁ, କେଉଁ ବାହାନାରେ ଏଡାଇ ଦେଇ ନିଜ ଛାତିଟାକୁ ଉଶ୍ଵାସ କରିବ ? ଲୁହ ଛପି ଛପି ଚାଲି ଆସୁଥୁଲା ତା ଆଖୁକୁ । ସନ୍ତର୍ପଣରେ ଲୁହ ପୋଛିଦେଇ କମ୍ପୁଟରଟାକୁ ଅନ୍‌ କଲା ବିଦ୍ୟା । କାମରେ ମନ ଦେଲା । ବ୍ୟାଗ୍‌ ଭିତରେ ମୋବାଇଲ୍‌ଟା ବାଜୁଛି । ଭ୍ୟାନିଟ୍‌ ବ୍ୟାଗ ଖୋଲି ହାତରେ ଧରିଲା ମୋବାଇଲ ଅମିତ୍‌ଙ୍କର ଫୋନ !

– ‘ହାଲୋ ? ଅମିତ୍‌ କଣ ହେଲା ? ସବୁଠିକ୍‌ ଠାକ ତ ?” ତାର ଟେନସନ ବଢିଯାଇ ଥିଲା । କାରଣ ବିଭା ଘର ବର୍ଷାକାରୁ ଅଧିକ ହେଲେବି ପ୍ରାୟ ଆରାଧ୍ୟା ହିଁ ଫୋନ କରେ ଆଜି ଅମିତଙ୍କର ଫୋନ ସ୍ୱରରେ ଭୟ ଆଶଙ୍କା ସ୍ପଷ୍ଟ ବାରି ହୋଇ ପଡୁଛି । ଆଉଥରେ ପଚାରିଲା ବିଦ୍ୟା । ‘କିଛି କହୁନ ଯେ ? କଣ ହେଲା ? ସବୁ ଭଲ ତ ଆରାଧ୍ୟା କାହିଁ ?

– ‘ଆରାଧ୍ୟା ଅସୁସ୍ଥ ଅପା । ଆମେ ମେଡିକାଲରେ ଅଛୁ । କଟକ ବଡ଼ ଡାକ୍ତରଖାନାରେ ।’ କଣ ହୋଇଛି ତାର ? ଫୋନ ତାକୁ ଦିଅନା ? ବିଦ୍ୟା ଅଧୈର୍ଯ୍ୟ ଓ ଅସ୍ଥିର ହୋଇ ପଡୁଥିଲା ବେଳକୁ ବେଳ ।

– ହଁ ଅପା; ମୁଁ ଆରାଧ୍ୟା କହୁଛି ? ତୁ ଅଫସିରେ କହିଟିକେ ଆସିପାରନ୍ତୁନି ?’

– “ହଁ ହଁ, ମୁଁ ଏଇ ବାହାରିଲି । ମେଡିକାଲରେ କେଉଁ ଓାର୍ଡରେ ? ବେଡ୍‌ ନମର କେତେ ? ମୁଁ ଏମ୍‌.ତି,ଙ୍କୁ କହି ଏଇ ବାହାରୁଚି ।”’ ବିଦ୍ୟା ଫୋନରଖି ସିଧା ଏମ୍‌.ଡିଙ୍କ ଚାମ୍ବର ସାମନାରେ ଠିଆହେଲା । “ ମେ ଆଇ କମ୍‌ ଇନ୍‌ସାର୍‌ ? ‘ କହି ଏମ୍‌.ଡିଙ୍କୁ ଚାହିଁଥାଏ ବିଦ୍ୟା ବିକଳରେ ।

ସବୁକଥା ବିଦ୍ୟାଠୁଁ ଶୁଣି ଏମ୍‌ଡି କହିଲେ, “ ଠିକ୍‌ ଅଛି ତମେ ଯାଅ ମୁଁ ଡ୍ରାଇଭରକୁ ଫୋନ କରି ଦଉଚି । ସେ ତମକୁ ଗାଡିରେ ନେଇ ଜଲ୍‌ଦି ପହଞ୍ଚାଇ ଦେବ । କାମ ସରିଲେ ଗାଡିରେ ଫେରି ଆସିବା ବି ସୁବିଧା ହେବ । ‘

– “ସାରେ ମୁଁ ବସ୍‌ରେ ଚାଲିଯିବି । ଗାଡିନେଲେ କିଏ କଣ ଭାବିବ ? ” ରହି ରହି ବିଦ୍ୟା କହିଲା । ମାତ୍ର ଏମ୍‌.ଡି ଠୋ ଠୋ ହସରେ ଚାମ୍ବରକୁ ଶବ୍ଦାୟିତ କରି କହିଲେ, ବିଦ୍ୟା ସେ ଗାଡି ଅଫିସ ୟୁଜ୍‌ ପାଇଁ । କାର ବ୍ୟକ୍ତିଗତ ଗାଡି ନୁହେଁ । ତମେ ନିଶ୍ଚିନ୍ତରେ ଯାଅ । ”

ଅଗତ୍ୟା ଗାଡିରେ ଗଲା ବିଦ୍ୟା କଟକ ମେଡିକାଲ । ମନେ ମନେ ଏମ୍‌ଓଡିଙ୍କୁ ତାର କୃତଜ୍ଞତା ଜଣାଇଲା ।

ବାଟଯାକ ଅସରନ୍ତି ଭାବନା । ଭାବର ଗତି ଏତେ ତୀବ୍ର ଥିଲା, ଆରାଧ୍ୟାକୁ ଦେଖା କରିବାର ଚଞ୍ଚଳତା ଅସ୍ଥିର କରି ଦେଇଥିଲା । ଲାଗୁଥୁଲା, ଗାଡିଟା ଜମା ଚାଲୁନି ବୋଧେ । ଭୁବନେଶ୍ୱରରୁ କଟକ ମେଡିକାଲ ଏମିତି କେତେ ବାଟ କି ? ବିଦ୍ୟା ଭାବିଲା, ବାପା ମାଆଙ୍କୁ ଏ କଥା ଜଣାଇବ କି ? ନାନା ସେମାନେ ଅଯଥାରେ ବ୍ୟସ୍ତ ହୋଇପଡିବେ । ଗାଆଁରେ ହଠାତ୍‌ ଗାଡି ମିଳିନପାରେ । ଆରାଧ୍ୟାର ଅବସ୍ଥା ଦେଖିଲେ ପରେ ସୁବିଧା ଦେଖି ବାପାଙ୍କୁ କୁହା ଯାଇପାରେ । ଏବେ ନୁହେଁ ।

ଗାଡି ମେଡିକାଲ୍‌ ଗେଟ୍‌ ଭିତରକୁ ପଶି ରାଇଟ୍‌ ହ୍ୟାଣ୍ଡ ସାଇଡ୍‌ କୃଷ୍ଣ ଚୂଡ଼ାଗଛ ପାଖରେ ପାକିଂ କଲା ଡ୍ରାଇଭର । ଡୋର ଖୋଲି ଅପେକ୍ଷା କଲାପରେ ବିଦ୍ୟାର ଅନ୍ୟମନସ୍କତା କଟିଲା। ସେ ଗାଡିରୁ ବାହାରି ଫୋନ ଲଗାଇଲା ଅମିତ୍‌କୁ । ଆରାଧ୍ୟା ଫୋନ ଧରିଲା । ଅପା କେଉଁଠି ?

– ‘ମୁଁ ମେନ୍‌ ଗେଟ୍‌ର ଡାହାଣପଟ ପାକିଂ ଏରିଆରେ । ଗାଡିରୁ ବାହାରି ସାଇଡ୍‌ରେ ଛିଡା ହୋଇଛି ।

– ‘ତୁ ସେଇଠି ତା’ ଅପା । ଆମେ ତୋ ପାଖକୁ ଯାଉଛୁ ।’

– ‘ବଡ଼ ବଦମାସ ଟୋକୀ ଆରାଧ୍ୟା । ଦେହ ଖରାପ ଶୁଣି ମୁଁ ପ୍ରାଣ ମୂର୍ଚ୍ଛା ଦୌଡିଛି । ଦେଖ କହୁଛି କଣ ନା, ତୁ ସେଇଟି ଥାଅ । ଅଥଚ ୱାର୍ଡ କି ବେଡ଼ ପାଖକୁ ଯିବାକୁ ବାରଂ କରୁଛି ! ଦୁଇ ଜଣ ଯାକ ମୋ ସହ ଜୋକ ଖେଳୁ ନାହାଁନ୍ତି ତ ?

ଆରାଧ୍ୟା ଅପା ପାଖକୁ ଆସି ତା ପାଦ ଛୁଇଁ ନମସ୍କାର କଲା । ରିପୋର୍ଟ କାର୍ଡଟା ବିଦ୍ୟା

ଖଳୁ ଆସି ତା ପାଦ ଛୁରି ନମସାର କଲା। ରିପୋର୍ଟ କାର୍ଡଟା ବିଦ୍ୟା ହାତକୁ ବଢେଇ ଦେଇ ଟିକେ ଲାଜେଇ ଯାଇ କହିଲା, “ ଏସବୁ ତୋ ଆଶିର୍ବାଦର ଫଳ ଅପା, ତୁ ମାଉସୀ ମା ହେବାକୁ ଯାଉଛୁ ?”

ବିଦ୍ୟା ଆରାଧ୍ୟାକୁ ଆଦରରେ କୋଳେଇ ନେଲା । କପାଳରେ ହାତ ସାଉଁଳେଇ ଆଣି ଆଖି ଭର୍ତ୍ତି କରି ଆଉଥରେ ଆରାଧ୍ୟାକୁ ଚାହିଁଲା । ଅଳ୍ପଦୁରରେ ଠିଆ ହୋଇଥଲା ଅମିତ ବିଦ୍ୟା ତା ପାଖକୁ ଗଲା ତ ସେ ନଇଁ ପଡିଲା ଅପା ପାଦ ଛୁଇଁବାକୁ । ବିଦ୍ୟା ଆଉଁସି ଦେଲା ପିଠି ମୁଣ୍ଡରେ ହାତ ବୁଲେଇ ଆଣି । ନିଜ ଆଖୁରୁ ଲୁହ ପୋଛିଲା ।

ଶୋଭନ୍‌, ତମେ କେଉଠି ? ଟିକେ ଦେଖୁବାକୁ, ଭେଟିବାଳୁ ଲଚ୍ଛାଥିଲେ ବି ସବୁକୁ ଚାପି ରହିଯିବି । ମାତ୍ର ଥରେ ଖାଲି ତମେ କୁହ କେଉଁଠି ଅଛ ? କିପରି ଅଛ ! ତମେ ଜାଣିନ ଶୋଭନ ଆମ ଦି ଜଣଙ୍କ ସୁଦୂର ସ୍ଵପ୍ନର ଚାରା ରୋପଣ କରିଛି ମୁଁ ଏକାଏକା । ତାର ସତ୍ୟ ରୂପାୟନ ପାଇଁ । ଆମ ଦୁହିଙ୍କ ବିବାହ ହୋଇ ପାରିଲା ନାହିଁ ଅର୍ଥ ନୁହେଁ ଆମ ପ୍ରେମର ହାର ହୋଇଛି ! ମୋ ଭିତରେ ଅଭିଳାଷକୁ ବଞ୍ଚାଇ ରଖିବି ମୋ ଜୀବନ ଥିବା ଯାଏ । ଶେଷ ନିଶ୍ଵାସ ଟିକକ ଥିବା ଯାଏ । ତମେ ଜାଣିନ ଶୋଭନ୍‌, ତମ ଛୋଟ ଶାଳୀ ଆରାଧ୍ୟା ମୋର ତମକୁ ଭଲ ପାଇବା ପରି ସେ ବି ଅମିତ୍‌ ନାମଧାରୀ ଯୁବକଟିକୁ ଭଲ ପାଉଥିଲା । ବାପାଙ୍କର ସେହି ବୃଥା ଚୁନିୟାଦ୍‌ ଅହଙ୍କାର, ବଂଶ ମର୍ଯ୍ୟାଦାକୁ ପଦଦଳିତ କରି ଆରାଧ୍ୟାକୁ ଅମିତ୍‌ ସହ ବିବାହ କରାଇବାରେ ସଫଳ ହେଲି ମୋ ମରିଯାଇ ଥିବା ସ୍ଵପ୍ନର ସଂସାରକୁ ମୁଁ ପୁର୍ନଜୀବିତ କରାଇ ପାରିଛି । କେବଳ ଆମ ପ୍ରେମରେ ଜିତାପଟ ପାଇଁ । ଆରାଧ୍ୟାର କନିଆଁ ବେଶ ଭିତରେ ମୋତେ ମୁଁ ପାଉଥିଲି । ତମକୁ ଦେଖୁଥୁଲି ଅମିତ୍‌ଙ୍କର ବର ବେଶରେ ! ଆଜି ଆଉଏକ ସଫଳତା । ଆରାଧା ମାଆ ହେବାକୁ ଯାଉଛି। ତା ଝିଅ ଜନ୍ମର ଉତ୍ତରଣ ଘଟୁଛି। ସେ ନାରୀ ଜୀବନର ପୂର୍ଣ୍ଣତା ଆଡକୁ ପାଦ ବଢେଇଛି । ପନ୍ନୀରୁ ମାଆ ହେବାର ସ୍ଵପ୍ନ ତା ଆଖିରେ । ଶୋଭନ, ଖୁସି ତଥାଏ ନିଜର ବ୍ୟକ୍ତିଗତ ଖୁସୀରେ । ମୁଁ ମାନୁଛି ମାତ୍ର ନିଜ ହାତରେ ଅନ୍ୟ ଜଣକୁ ଲାଳନ ପାଳନ କରି ଆଗକୁ ବଢାଇବାରେ ଯେଉଁ ଚରମ ଆନନ୍ଦ ମୋତେ ମିଳୁଛି, ତାହା ଅଧିକ ଆନଦ ଜୀବନ୍ତ ରୂପରେ ମିଳୁଛି ଯଦି ଆରାଧ୍ୟା ଯାଗାରେ ମୁଁ ଅମିତ୍‌ଙ୍କ ସ୍ଥାନରେ ତମେ ଥାଆନ୍ତ ଭଗବାନ ବେଳେବେଳେ ଜିଦିଆ ବାପାତେ ହୋଇ ଏପରି ନିଷ୍ପତ୍ତି ନିଅନ୍ତି କାହିଁକି ଜମା ବୁଝି ହୁଏନା । ପୁଣି ସେଇ ଭଗବାନ ସୁଧାର ବାପାଟେ ହୋଇ ବଡ଼ ଝିଅର କଥାକୁ ସୁଧାରପରି ମାନି ନିଅନ୍ତି , ତାର ରହସ୍ୟ ମଧ୍ୟ ସେଇ ବାପା ଈଶ୍ୱରଙ୍କୁ କେବଳ ଜଣା ।

– ‘ ଅପା’ ଆରାଧ୍ୟା ହଲେଇ ଦେଲା ବିଦ୍ୟାକୁ । କଣ ହେଲା ଅପା ? ଅମିତ ଔଷଧ କିଣିବାକୁ ଗେଟ ବାହାରକୁ ଚାଲିଗଲେ ତ ମୁଁ ତାଙ୍କ ସାଙ୍ଗରେ ଚାଲିଗଲି । ମୁଁ ଗଲାବେଳେ ତୋତେ ଯେଉଁ ଅବସ୍ଥାରେ ଦେଖି ଯାଇଥିଲି , ତୁ ସେଇ ଅବସ୍ଥାରେ ଏବେ ବି ଠିଆ ହେଇଛୁ ।

କଣ ହେଲା ଅପା ? ଶୋଭନ୍‌ ଭାଇ ମନରେ ପଡ଼ୁଛନ୍ତି ? ତୁ’ତାଙ୍କ ଠିକଣା କହ ଅପା, ଅମିତ୍‌ ଯେମିତି ହେଲେ ତାଙ୍କୁ ଧରି ତୋ ସାମନାକୁ ଆଣିବେ । ”

ଅମିତ୍‌ ଔଷଧ ଜରି ପ୍ୟାକେଟ ସହ ମିଠା ପ୍ୟାକେଟ ପଛ ଆଡକୁ ଧରି ତାଙ୍କ ଦୁହିଙ୍କ ପାଖରେ ଆସି ଛଡା ହୋଇଗଲେ । ସଚେତନ ହୋଇଗଲା ବିଦ୍ୟା। ତରତରରେ ଭ୍ୟାନିଟ ବ୍ୟାଗ୍‌ରୁ ଟଙ୍କା ବାହାର କରି ଡ୍ରାଇଭରକୁ ଦେଇ ଭଲ ମିଠା କିଣିଆଣିବାକୁ କହିଲା । “ ଦୁଇଟା ପ୍ୟାକେଟ୍‌ କରି ଆଣିବ। ଗୋଟେ ପିଲାଙ୍କୁ ଦେଇ ଅନ୍ୟଟି ଆମ ଅଫିସ ଷ୍ଟାପ୍‌ଙ୍କ ପାଇଁ ନେବା । ବିବାହ ପରେ ଏ ପ୍ରଥମ ଖୁସୀର ଖବର ଯେଣୁ ଅମିତ୍‌ଙ୍କ ଘରକୁ ମୋର ମିଠା ଆଗ ପଠାଇବା କଥା କି ନା?”

ତ୍ରାଇଭର ଗଲିଗଲା ବଜାରକୁ । ଅମିତ୍‌ ପ୍ୟାକେଟ୍‌ରୁ ମିଠାଟିଏ କାଢି ଆରାଧ୍ୟା ହାତରେ ଦେଇ କହିଲା “ ଅପାଙ୍କୁ ଖୁଆଇ ଦିଅ। ସବୁ ଶ୍ରେୟ ତାଙ୍କର । ସେ ଆମ ସ୍ୱପ୍ନର ଜନ୍ମଦାତ୍ରୀ । ମାଆଠାରୁ ସେ ଆମ ପାଇଁ କୌଣସି ଗୁଣରେ କମ୍‌ ନୁହନ୍ତି ।”

ଅପା ପାଟିରେ ମିଠା ଆରାଧ୍ୟା ଦେଲା ଆଉ ଦୁଇଟି ମିଠା ପ୍ୟାକେଟ୍‌ରୁ ବିଦ୍ୟା କାଢି ଅମିତ୍‌ ଆଉ ଆରାଧ୍ୟାକୁ ଖୁଆଇ ଦେଲା । ସମସ୍ତଙ୍କ ମୁହଁରେ ଖୁସୀ ର ଝଲକ । ଏ ବିରଳ ଖୁସୀକୁ ଧରି ରଖୁବାକୂ ଚେଷ୍ଟା ନଥିଲେ ବି ଧରା ପଡି ଯାଉଥିଲା ଆପେ ଆପେ । ଏଇ ହେଉଛି ଭାଗ୍ୟ ଆଉ ସୁକର୍ମର ଫଳ ବୋଧହୁଏ !

ଡ୍ରାଇଭର ନିର୍ଦ୍ଦେଶ ମୁତାବକ ଗୋଟେ ପ୍ୟାକେଟ୍‌ ଅମିତ୍‌ଙ୍କ ଗାଡିରେ ରଖି ଅନ୍ୟ ପାକେଟ୍‌ ଟିକୁ ନିଜ ଗାଡିରେ ରଖଲା । ଆରାଧ୍ୟା ଆଣି ଜବରଦସ୍ତ କିଛିମିଠା ଅପା ଗାଡିରେ ରଖି ଦେଲା ।

– ‘ଯାଅ ଏଥର ଘରକୁ ଯା, । ମୁଁ ଅଫିସ ଯାଉଛି । ଘରେ ପହଁଚିଲେ ମୋତେ ଫୋନ କରିବ । ଟ୍ରାଫିକ୍‌ରେ ଗାଡି ଧୀରେ ଚଜାଇବ । ମୁଁ ଅପେକ୍ଷା କରିଥିବି । ”

ଆରାଧ୍ୟା ଅମିତ ଆଉଥରେ ନମସ୍କାର କରି ଗାଡ଼ିରେ ବସିଲେ । ପରେ ବିଦ୍ୟା ଗାଡି ଡାକ୍ତରଖାନା ଗେଟ କୁ ବାହାରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କଲେ । ବିଦ୍ୟା ଭାବୁଥିଲା, ଗୋଟେ ସଂସାର ବାନ୍ଧି ଦେବାରେ ଯାହା ତାର ନିଷ୍ପତ୍ତି ଥିଲା , କେବଳ ବଡ଼ ଭଉଣୀ ହିସାବରେ କର୍ତ୍ତବ୍ୟ ରେ ଯିବ ନା ? ଯା’ ହେଉ ବାପାମାଆ ଆଉ କେଉଁ କଥାରେ ମୋତେ ଦୋଷ ଦେବେ ନାହିଁ । ଏ କଣ କମ ଖୁସୀ ନା ?

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top