ଅଣୁଗଳ୍ପ

ଟାକୁଆ

Iti Das's odia short story Takuaa

“ହଁ ଲୋ ମା ଠିକ୍‌ କହିଛୁ, ଆଉ ଆଜିକାଲ ଟାକୁଆ ବି ଦଉନାହାନ୍ତି, ଯା, ତୁ ଶୋଇବୁ । ସକାଳୁ ପୁଣି ସ୍କୁଲ ।” ବୋଉ ଫୋନ୍‌ କାଟି ସୀମା ମୁହଁରେ ହସ ଖେଳି ଗଲା | ଯାହା ହଉ ବୋଉ ଆଉ ଟାକୁଆ ଖାଉନି, ଆଉ ଡ଼େଜିକୁ ଟାକୁଆଟା ମିଳିଗଲା ।

ଟାକୁଆ

ଡାଇନିଙ୍ଗ୍‌ ଟେବୁଲ ଉପରେ ପ୍ଲେଟ୍‌ରେ ଗୋଟିଏ ପାଚିଲା ଟାକୁଆ ଖାଲି ପଡ଼ିଛି । ଅସିତ୍‌ ଆଉ ସୀମା ଚୁପ୍‌ଚାପ ବସିଛନ୍ତି । ନିରବତା ଭାଙ୍ଗି ଅସିତ୍‌ ସୀମାକୁ କହିଲେ, “ୟାକୁ ଛାଡ଼ିଲ କାହିଁକି ? ଖାଇଦିଅ ।” ସୀମା କହିଲା, “ନା, ନା, ମୋର ପେଟଟା ଭର୍ତ୍ତି, ତମେ ଖାଇଦିଅ ।” ଅସିତ୍‌ ଟିକେ ହସିଦେଇ କହିଲେ । ନିଅ ନିଅ, ତମ ଗେହ୍ଲିର ଟାକୁଆ ଭାଗଟା ତମେ ଗେହ୍ଲିତ ତମର, ତମେ ହିଁ ଖାଅ”, କହି ସୀମା ପ୍ଲେଟଟା ଅସିତ୍‌ ଆଗକୁ ଠେଲି ଦେଲା | ଗେହ୍ଲି ମାନେ ‘ଡ଼େଜି’, ଅସିତ୍‌ ଆଉ ସୀମାଙ୍କ ଗୋଟିଏ ବୋଲି ଗେଲବସରର ଝିଅ । ଫଳ ଭିତରେ ଆମ୍ବ ତା’ର ଭାରି ପ୍ରିୟ । ହେଲେ ଯେବେ ବି ଆମ୍ବଟା କଟା ହବ, ଟାକୁଆ ଟା ଝାମ୍ମିନେବ । “ଆରେ ମା । ଟାକୁଆଟା ଖା” ନା ଏ ଫାଳଟା ଖା’ ‘ ଯେତେ କହିଲେ ବି ସେ ଟାକୁଆଟା ଖାଏ, ପିଲା ଦିନୁ |

“ମାମା ! ଏ ଟାକୁଆଟା ଚୁଷି ଚୁଷି ଖାଇଲେ ନା ବହୁତ ମଜା ଆସେ ।'” ଡ଼େଜି କହେ | ତେଣୁ ସୀମା ଆମ୍ବ କାଟିଲା ବେଳେ ଟିକେ ମୋଟା କରି ଟାକୁଆଟା ରଖେ । ଏ ଦିଲ୍ଲୀ ସହରାରେ ଓଡ଼ିଶା ଭଳିଆ ଆମ୍ବ କାହିଁ । ଦି, ତିନି ପ୍ରକାର ହିଁ ମିଳେ |

“କାହିଁକି କେଜାଣି ଡ଼େଜିର ଏଇ ଟାକୁଆ ଲୋଭ”’ ଟାକୁଆ ସାଙ୍ଗେ ଆଉ ଗୋଟେ ଫାଳ ଆମ୍ବ ତା” ପ୍ଲେଟ୍‌ରେ ଦେଲେ , ଶେଷକୁ ସେ ଟାକୁଆଟା ଖାଏ । ଏଇ ଡ଼େଜି । କେତେ ବକଟେ ଥଲା । ଟାକୁଆ ଚୁଷି ହାତରେ ଖାଇ ଡ୍ରେସ୍‌ ସବୁ ଅସନା କରିଦେଉଥୁଲା । ଅସିତ୍‌ ତାଗିଦ୍‌ କରି ଦେଉଥିଲେ” କରୁ ସେ, ଏମିତି ଧୀରେ ଧୀରେ ସବୁ ଶିଖୁବ |” ଦେଖୁ ଦେଖୁ କେମିତି ଅଠର ବର୍ଷ ହୋଇଗଲା । ସମୟ ଏତେ ଜଲ୍ଦି ଗଡ଼ିଯିବ ଜାଣି ନ ଥୁଲା ସୀମା ।

+ ୨ ସାରି ଏଇ ବର୍ଷ ପଞ୍ଜାବ ଗଲା ଇଞ୍ଜିନିୟରିଂ କରିବାକୁ । ଅସିତ୍‌ ଆଉ ସୀମା ଏଇ ଗତ ମାସରେ ତା’କୁ ଯାଇ ହଷ୍ଟେଲରେ ଛାଡ଼ି ଆସିଲେ । ଆସିଲା ଦିନୁ ଘରଟା ଖାଲି ଖାଲି ଲାଗୁଛି । ସୀମା ଯେ କେତେ କାନ୍ଦିଲାଣି ତା’ର ହିସାବ ନାହିଁ । ମଝିରେ ମଝିରେ ରାତିରେ ନିଦ ଭାଙ୍ଗିଲେ, ଫୋନ୍‌ଟା ଦେଖୁଛି କାଳେ ଡେଜିର କିଛି ମେସେଜ୍‌ ଆସିଥୁବ ।

ଅସିତ୍‌ କିଛି ନ କହିଲେ ବି ଆଗ ଅପେକ୍ଷା ଆହୁରି ଚୁପ୍‌ ହେଇଯାଇଛନ୍ତି । ଏମିତିରେ ତ କମ୍‌ କଥା ହୁଅନ୍ତି । ଗୋଟାଏ ଛୁଆ ବହୁତ୍‌ ଗେହ୍ଲା । ଝିଅର ସବୁ ଜିଦ୍‌ ପାପା ଆଗରେ, ମାମାକୁ ଟିକେ ଡରେ | ସୀମା ସ୍କୁଲ୍‌ରେ ଟିଚର, ଘରେ ବି ଟିଚର | ଅସିତ୍‌ ବି ସୀମାକୁ କୁହନ୍ତି । କାହିଁକି ପାଟିଟା କରୁଛ ସବୁବେଳେ ଘରଟାକୁ କ’ଣ ସ୍କୁଲ ବନେଇ ଦବ କି ?” ଏମିତି ସବୁବେଳେ ଗହଳି କରି ରଖେ ଡେଜି ।

ଏବେ ଡେଜି ଗଲା ପରେ ଦିନଟା ଅସିତ୍‌ ଆଉ ସୀମାଙ୍କ ସ୍କୁଲ ଆଉ ଅଫିସ୍‌ରେ କଟିଯାଭଛି, ସନ୍ଧ୍ଯା ବେଳଟା ଟିକେ କଷ୍ଟ ଲାଗୁଛି ।

“ହଁ । ଏମିତି ଧୀରେ ଧୀରେ ଅଭ୍ୟାସ ହେଇଯିବ ।” ସମସ୍ତେ କହୁଛନ୍ତି । ଦେଖାଯାଉ, ଏମିତି କେତେ ଦିନ ଲାଗିବ ହେଲେ, ଏ ଟାକୁଆଟା ଦେଖୁଲେ ଡେଜିର ହସ ହସ ମୁହଁଟା ଭାରି ମନେ ପଡ଼େ । ହଷ୍ଟେଲ୍‌ରେ ଆମ୍ବ ମିଳୁନି ବୋଲି କହୁଥୁଲା । ବାସନ ଉଠେଇ ରୋଷେଇ ଘରେ ରଖୁରଖୁ ସୀମାର ପିଲା ଦିନ ବି ମନେ ପଡ଼ିଲା । ବୋଉ କଥା, କେତେ କଥା | ଏଇ ଆମ୍ବ ଦିନେ ବୋଉ ଅଲଗା ବସି ଆମ୍ବର ଟାକୁଆ ଗୁଡ଼ା ଖାଏ, କହେ ୟାକୁ କେହି ଖାଭନାହାନ୍ତି । “ବୋଉ, ଟାକୁଆରେ ତ କିଛି ନାହିଁ, ତୁ କାହିଁକି ଖାଉଛୁ ?” ବୋଉ କହେ, “ମତେ ଭଲ ଲାଗୁଛି” । ସୀମା ତା ଭାଗ ଆମକୁ ବୋଉ ପାଖେ ବସି ଖାଏ | ବୋଉର ଲାଙ୍ଗୁଡ଼ ବୋଲି ସମସ୍ତେ ତା’କୁ ଚିଡ଼ାନ୍ତି । ହେଲେ, ବୋଉ ସାଙ୍ଗେ ରହିବାକୁ ତାକୁ ଭାରି ଭଲ ଲାଗେ । ବୋଉର ଶାଢ଼ୀରେ ମୁହଁ ପୋଛି ଦେଲେ, ଆଃ କି ବଢ଼ିଆ ଲାଗେ । ବୋଉବି ବୋକି, ଆଇଁଷ ଦିନ, ଶେଷକୁ ମୁଣ୍ଡ କି ଲାଞ୍ଜ ଧରି ଏକା ଖାଉଥୁବ । କାହିଁକି କେଜାଣି, ସୀମାକୁ ଭଲ ଲାଗେନି ବୋଉର ଏକା ଖାଇବା । ବୋଉ ପାଖେ ବସି ୟାକୁ ସ୍ୟାଡ଼ୁ କଥା କହେ । ବୋଉ ବି ହୁଁ ହୁଁ କହି ଖାଇଦିଏ । “ବୋଉଲୋ ତୁ ଏ ମୁଣ୍ତ ଆଉ ଲାଞ୍ଜ କାହିଁକି ଖାଉଛୁ ? କେତେ କଣ୍ଟା, ଟିକେ ବି ମାଉଁସ ନାହିଁ |”

ନାହିଁ କ’ଣ ? ଏଇ ଦେଖ୍‌ !”’ କହି, ବୋଉ ତା ଆଙ୍ଗୁଠିରେ ଟିକେ ମାଛ କେଞ୍ଚିକି ଦେଖେଇ ଦିଏ । ସୀମା ବି ହସି ଦିଏ । କେବେକେବେ ବୋଉ ମାଛ ପେଟୀଟେ ଖାଇବାର ଦେଖିଲେ ସୀମା ଭାରି ଖୁସି ହୁଏ । ସେଦିନ ବୋଉ କହେ, “ଆଜି ଜେଜେଙ୍କ ଭାଗ ମୋର । ଜେଜେଙ୍କ ପେଟ ଖରାପ ।” ସୀମା ବୁଝିପାରେନି ଯେ ବୋଉ ଭାଗରେ ପେଟୀଟା କାହିଁକି ନ ଥାଏ । ମଧ୍ଯବିତ ପରିବାର । ସବୁର ହିସାବ ପକ୍କା, ଜଗିରଖି ନ ଚଳିଲେ ବଡ଼ ଅଡ଼ୁଆ । କେଉଠି କେତେ ଖର୍ଚ୍ଚ ହେବ ସବୁ ନିର୍ଦ୍ଧାରିତ । ନ ହେଲେ ବାପାଙ୍କ ସରକାରୀ ଚାକିରୀର ଦରମା ଗଣ୍ଡାକରେ କଟକ ଭଳି ଜାଗାରେ ଚଳିବା କଷ୍ଟ । ଜେଜେ, ଜେଜେମା, ବାପା, ବୋଉ, ଯୋଡ଼ିଏ ଭାଇ ଆଉ ସୀମା ଏତେ ଗୁଡ଼େ ପ୍ରାଣୀ । ସେମିତି ଖରାଦିନେ ବାପା କଲମୀ ଆମ୍ବ ଆଣିଲେ ବୋଉ ଭାଗରେ ଖାଲି ଟାକୁଆ । ବୋଉକୁ ଫାଳଟେ ଦେବାପାଇଁ ସୀମା ବେଳେ ବେଳେ ଟାକୁଆ ଖାଇବାକୁ ଜିଦ୍‌ କରିଦିଏ । ଆଉ ଖାଇ ଦିଏ ବି । ଅଜା ସାବିତ୍ରୀରେ ଦି’ଟା ବ୍ୟାଗ ଭରି ଆମ୍ବ ଗାଁ’ରୁ ଆଣି ଦିଅନ୍ତି | ସେତେବେଳେ ବୋଉ ବୋଧେ ଗୋଟେ ଗୋଟେ ପୂରା ଆମ୍ବର ସୁଆଦ ପାଏ । ଜେଜେମା’ତ ଜାଣିବି ପାରେନି ବୋଉ ଖାଇଲା କି ନାହିଁ । ବାପାଙ୍କ ପାଖେ ସମୟ କାହିଁ ବୋଉର ଖାଇବା ଦେଖୁବାକୁ । ସୀମା ହିଁ ବୋଉ ପାଖେ ସବୁବେଳେ । ଏ ସବୁ ଦେଖୁ ପିଲାଦିନୁ ଟାକୁଆ ଆଉ ମାଛମୁଣ୍ଡ ଲାଞ୍ଜ ପାଇଁ ଟିକେ ବିରକ୍ତି ଭାବ ତା’ର ।

କିନ୍ତୁ ବାହାହେଇ ଅସିତ୍‌ ସାଙ୍ଗେ ଆସିଲା ପରଠୁ ଆମ୍ବ ଖାଇଲା ବେଳେ ଟାକୁଆଟା ସୀମା ଖାଏ । ବୋଧହୁଏ ବୋଉ କଥା ମନେ ପଡ଼ିଯାଏ । ବୋଉ ଟା ଟିକେ ପାଖ ପାଖ ଲାଗେ । ଅସିତ୍‌ ଯେତେ ଆମ୍ବ ଆଣିଲେ ବି ଫାଳ ସାଙ୍ଗେ ଟାକୁଆ ସୀମାର ହେଲେ ଏ ଡେଜି ତ ପିଲାଦିନୁ ଟାକୁଆ ପ୍ରିୟ । ହଷ୍ଟେଲ୍‌ ଯିବାଯାଏ ଆମ୍ବ ଖାଇ ଟାକୁଆ ଚୁଷୁଥୁଲା । କହୁଥିଲା ହଷ୍ଟେଲ୍‌ରେ ଆମ୍ବ ମିଳୁନି, ଆର ଥର ସମର୍‌ଭେକେସନ୍‌ରେ ଅଜା ଘରକୁ ଯିବା । କଟକରେ ଭଲ ଆମ୍ବ ମିଳେ । ଏମିତି ଭାବନା ଭିତରେ ଡ଼େଜିର ଭିଡ଼ିଓ କଲ୍‌ଟେ ଆସିଲା । ଫୋନ୍‌ ବାଜିବା ଦେଖୁ ଘଣ୍ଟାଟା ଆଡ଼କୁ ଅନେଇ ସୀମା ଜାଣିଲା ଯେ ଏଇଟା ଡ଼େଜିର ନିୟମିତ କାର୍ଯ୍ୟ । ଅସିତ୍‌ ଆଉ ସୀମାଙ୍କର ବି ଦୈନନ୍ଦିନ କାମ । ଫୋନ୍‌ଟା ଉଠଉ ଉଠଉ ସେପଟୁ ଡ଼େଜି ଚିଲେଉଛି । “ମାମା, ଆଜି ମେସ୍‌ରେ ଆମ୍ବ” , କହି ଡ଼େଜି ଟାକୁଆଟା ଦେଖେଇଲା । କି ଖୁସି ତା ମୁହଁରେ । ହଉ ହଉ, ଆରାମରେ ଖା ! ତଣ୍ଟିରେ ଲାଗିବ । ଖାଇ ସାରି କଲ୍‌ କର !” “ଓକେ ଓକେ ମାମା” କହି ଡ଼େଜି ଫୋନ୍‌ କାଟିଲା | ଘଣ୍ଟାଟାକୁ ପୁଣି ଦେଖୁ ସୀମା ବୋଉ ପାଖକୁ ଫୋନ୍‌ ଲଗେଇଲା । ସବୁଦିନ ଡ଼େଜି ପରି ସୀମା ବି ବୋଉ ସାଙ୍ଗେ ରାତିରେ ଟିକେ ଗପିକି ଶୁଏ । ବୋଉ ବି ଏଇ ଫୋନ୍‌ କଲ୍‌ ଅପେକ୍ଷାରେ ଯେମିତି ଥାଏ । ଡ଼େରି ହେଲେ ଟିକେ, ବୋଉ ବ୍ୟସ୍ତ ହୋଇ କଲ୍‌ କରେ । ଆଜି ବୋଉ କହିଲା, “ରହ ହାତଟା ଧୋଇ କଥା ହଉଛି !” ଆଜି କ’ଣ ଖାଇଲୁ କି ? “ଆଜି ହେଲା ମାଛମୁଣ୍ଡ ଆଉ ଲାଞ୍ଜର ବୁଟଡାଲି ଘାଣ୍ଟ ।” ବୋଉ କହିଲା । “କାହିଁକି ଏବେ ତୁ ସକାଳେ ଦିନବେଳା ମୁଣ୍ଡ ଆଉ ଲାଞ୍ଜ ଖାଇନୁ କି ?” ଟିକେ ଚିଡ଼େଇକି ସୀମା କହିଲାରୁ ବୋଉ କହିଲା, “କେଉଁଠି ଆଉ ଦଉଛନ୍ତି କି ତୋ ଭାଭଜମାନେ । ଜବରଦସ୍ତି ଦି ପିସ୍‌ ମାଛର ପେଟି ଖୁଆଉଛନ୍ତି, ମାଛ ମୁଣ୍ଡ ଆଉ ଲାଞ୍ଜ ଦଉ ନାହାନ୍ତି ।” ଏଇ କଥା ଶୁଣି ସୀମା କହିଲା, “ବୋଉଲୋ, ତୋ ଭାଗ୍ୟ, ଏମିତି ବୋହୂ ପାଇଛୁ ।” “ହଁ ଲୋ ମା ଠିକ୍‌ କହିଛୁ, ଆଉ ଆଜିକାଲ ଟାକୁଆ ବି ଦଉନାହାନ୍ତି, ଯା, ତୁ ଶୋଇବୁ । ସକାଳୁ ପୁଣି ସ୍କୁଲ ।” ବୋଉ ଫୋନ୍‌ କାଟି ସୀମା ମୁହଁରେ ହସ ଖେଳି ଗଲା | ଯାହା ହଉ ବୋଉ ଆଉ ଟାକୁଆ ଖାଉନି, ଆଉ ଡ଼େଜିକୁ ଟାକୁଆଟା ମିଳିଗଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top