କବିତା

ଆଖି

Ashutosh Meher's odia poem Aakhi

ସୁଖ ଦୁଃଖ ସବୁ ଜୀବନ ମନ୍ତ୍ରଣା
ଆଖିର ଚାହାଣୀ କହେ
ମନର କଷଟି ନିଆଁରେ ଆଉଟା
ଚମକେ ଆଖିର ଲୁହେ ।।

ଆଖି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଖି କହିଦିଏ ମନ ତଳ ଛବି
ଜୀବନ ସପନ କଥା
ମହ ମହ ବାସ ରଙ୍ଗ ଭରା ଆଶା
ହସ କାନ୍ଦ ମନ ବ୍ୟଥା ।।

ସୁଖ ଦୁଃଖ ସବୁ ଜୀବନ ମନ୍ତ୍ରଣା
ଆଖିର ଚାହାଣୀ କହେ
ମନର କଷଟି ନିଆଁରେ ଆଉଟା
ଚମକେ ଆଖିର ଲୁହେ ।।

ଆଖି ଗହୀରତା ନୀଳ ଦରିଆର
ଅକୁହା କାହାଣୀ ମାଳ
ତା’ ଛଟକ ସତେ କହି ଚାଲି ଥାଏ
ଜୀବନ ନାଟକ ଖେଳ ।।

ହୃଦୟର ଛବି ଫୁଟି ଉଠେ ସତେ
ଆଖିର ପଲକ ତଳେ
ଅକୁହା ବେଦନା ଅଭୂଲା ସ୍ମୃତିର
କବିତା ଲେଖିଲା ବେଳେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top