ବର୍ଷା କାହିଁକି ଝରିଯାଏ
ଝର୍କା ସେପଟେ,
ଖାଲି କଣ ଭିଜାଏ ବତୀ ଖୁଣ୍ଟ
ଖୋଲା ବଗିଚା?
ଆଉ କେବେ କେବେ ମନ !
ବର୍ଷା ବି ବର୍ଷି ପାରେ ଛାତ ତଳେ
ଆଖିରୁ ଅମାନିଆ ହୋଇ
ସିକ୍ତ କରିପାରେ ଦେହ
ଓ ମନକୁ ଶୁଖିଲା ରେ
ବର୍ଷା ବି ବୁଣି ପାରେ କବିତା,
ଗୁନ୍ଥି ପାରେ ଶବ୍ଦ ର ମାଳା ।
କେବେ ବର୍ଷାର ଟୁପୁରୁ ଟାପୁରୁ
ଧ୍ୱନି ତଳେ ଲୁଚିଯାଏ ଅବ୍ୟକ୍ତ ବେଦନା ।
ତଥାପି ବର୍ଷା ଆସେ
ଓଦା ଓଢଣୀ ରେ ଲୁଚାଇ
ଅନେକ ଉପଶମ ବ୍ୟଥାର
ଧୋଇ ଦିଏ ରକ୍ତ ସିକ୍ତ ଦୃଶ୍ୟ
ଓ ସବୁ କ୍ଷତ ଶରୀର ର ।