ଜହ୍ନ ଆଜି ପୂରିତ ଯାଇଛି
କେତେ ତୋଫା ତ ଦିଶୁଛି
କେତେ ସୁନ୍ଦର ଲାଗୁଛି
ଚାରି ଆଡେ ଜହ୍ନ ଆଲୁଅ ପଡିଛି
ସ୍ୱପ୍ନର ଦୁନିଆ ତିଆରି କରିଛି ।
ଆସୁନ କଣ ପାଇଁ ତୁମେ
କେତେ ବେଳ ଯେ ହେଲାଣି
ଆଉ ଯିବା କେବେ
ସପନର ଦୁନିଆକୁ ଆମେ ଚାଲି ଚାଲି
ମୋ ନିଃଶ୍ୱାସ ସରି ତ ଯାଉଛି
ଜୀବନ ଏହି ଚାଲିଯିବ ।
ଜହ୍ନ ତୁମ ଘର ଆଗରେ ଚାଲିକି ଆସିଛି
କେତେ ବେଳ ହେଲା ଚାଳ ଛୁଇଁଲାଣି
ଦେଖି ନାହଁ କି ତୁମେ ଜହ୍ନ ଆସିବାର
ବେଳ ହୋଇ ତ ଗଲାଣି
ଆସିନ ତୁମେ ତ ଏଯାଏଁ
କେତେ ଅନାଇ ରହିବି
ହୃଦୟ ମୋ ଭାଙ୍ଗିତ ଯାଉଛି
ଜୀବ ଏହି ଛାଡିଯିବ
ଏତେ ନିର୍ଦ୍ଧୟ ହୋଇଲ କେମିତି ?
ତୁମର ହୃଦୟ
ନାଚୁ କଣ ନାହିଁ
ତୁମର ମନରେ
ମୋର ଛାଇ କଣ ନାହିଁ
ଜହ୍ନ ଆସିତ ଗଲାଣି
ତୁମର ଛାଇକୁ ଛୁଇଁ କି ଆସିଛି
ତୁମେ ଆସିନ ଏଯାଏଁ ।
ଆସେ ଯେବେ ଜହ୍ନ
କି ସୁନ୍ଦର ହୋଇଯାଏ ତ ଦୁନିଆ
ସାଙ୍ଗ ହୋଇ ଆମେ ଦେଖୁଥିଲେ
ମନୋହର ସବୁ ଲାଗୁ ଥିଲା
ଆମର ମିଳନ ଜହ୍ନ ଦେଖୁଥିଲା
ସପନ ନଉକାରେ ଭାସି ଯାଉଥିଲେ ।
ଜହ୍ନ ଆସିଲେ ତୁମେ ବସିପାର ନାହିଁ
ବାହୁକୁ ଆସ ତ ତକ୍ଷଣେ
ଆଜି ଏତେ ଯେ ବିଳମ୍ବ
କେତେ ମୁଁ ଅପେକ୍ଷା କରିବି
ଆସୁନ କିପାଇଁ
ଆମ ସପନର କଥା ମନେ ନାହିଁକି ତୁମର
ଜୀବ ମୋର ଏହି ଛାଡିଯିବ ।