କବିତା

ଦାନ

Rajanigandha Swain 's odia poem Daana

ଜଣା ପଡ଼େନି
କେବେ,
କେମିତି କିଏ ଜାଣେ
କିଏ ଦାନ କରେ
ପ୍ରତ୍ୟେକ ମୁହୂର୍ତ୍ତରେ
କରିଦିଏ ଋଣୀ
ଆପେ ଆପେ ଆସନ୍ତି

ଦାନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୋ ଜୀବନେ
ମୋର ବୋଲି କହିବାକୁ ଆଉ କିଛି ନାହିଁ
ସବୁ ତ ମିଳିଛି
ଦାନରେ ଦେହ ବା ଋଣରେ
ସବୁ ଦାନ ସେମାନଙ୍କର
ମୋର ବୋଲି ମୋର ଅଛି
କେବଳ ଋଣ ଆଉ ଋଣ
ସକାଳୁ ସଞ୍ଜଯାଏ,
ଯାହା ଆବଶ୍ୟକ ଯାବତୀୟ
ତେଲ, ଲୁଣ, ହଳଦୀ, ଚାଉଳ, ଡାଲି
ସବୁ ତ ଋଣ
ପ୍ରତ୍ୟେକ ମୁହୂର୍ତ୍ତରେ
ମିଳିଛି ଦାନରେ
ଜୀବନ ଦେହ ବା ଯୌବନ
କାହିଁ କେତେବେଳେ ମିଳିଲା
ଜଣା ପଡ଼େନି
କେବେ,
କେମିତି କିଏ ଜାଣେ
କିଏ ଦାନ କରେ
ପ୍ରତ୍ୟେକ ମୁହୂର୍ତ୍ତରେ
କରିଦିଏ ଋଣୀ
ଆପେ ଆପେ ଆସନ୍ତି
ଚିରାଚରିତ ରୀତିରେ
ବର୍ଷା, ଶୀତ, ବସନ୍ତ, କାକର ଭିଜା ସକାଳ
ନାନାଦି ଫୁଲ, ଫଳ, ଘାସ ବହଳ
ଏସବୁ ଅଯାଚିତ ଭାବେ
ଓଜାଡ଼ି ହେଇ ଯାଇଛି
ଜଡ଼ାଇ ଧରିଛି ମୋତେ
ଯେପରି ଯାବତୀୟ କମିଜ୍ କପଡ଼ା ।
ଏ ଦେହକୁ ଢାଲ ହୋଇ ଢାଙ୍କି ଅଛି
ସବୁତ ମିଳିଛି ଦାନ ସୂତ୍ରରେ
ଶେଷରେ ନିଜର ବୋଲି ରହିଯାଇଛି
ଋଣ ଆଉ ଋଣୀ
ସେମାନଙ୍କ ଦାନରେ ଗଢ଼ା ଏ ଶରୀର !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top