କବିତା

ଦୂର ଜହ୍ନ

Dr Nilamadhab Kar's odia poem Doora Jahna

ମୁଁ ଜହ୍ନ ପରି
ଜର୍ଜରିତ
କଇଁର ପ୍ରେମରେ
ସଜେଇ ହେଇ ଯିଏ
ଅପେକ୍ଷା କରେ
ସାରା ରାତି
ମୋ ପାଇଁ
ବିନା ଇସାରାରେ

ଦୂର ଜହ୍ନ

ମୁଁ ଜହ୍ନ ପରି
ଜର୍ଜରିତ
କଇଁର ପ୍ରେମରେ
ସଜେଇ ହେଇ ଯିଏ
ଅପେକ୍ଷା କରେ
ସାରା ରାତି
ମୋ ପାଇଁ
ବିନା ଇସାରାରେ

ମୁଁ
ସେଇ ଦୂର ଜହ୍ନ ପରି
ବେଦନା ଦଗ୍‌ଧ
ନୀରବ ବିରହୀ
ଅବ୍ୟକ୍ତ
ଅନାବିଳ ପ୍ରେମସର୍ବସ୍ଵ
ମୋ ପ୍ରାସାଦରେ
କିନ୍ତୁ
ମୁଁ ନିସ୍ଵ
ନିରୂପାୟ

ମୁଁ ଜାଣେ
ଅସ୍ପଷ୍ଟ, ଅନିର୍ଦ୍ଦିଷ୍ଟ
ଭବିଷ୍ୟତକୁ
ରୂପ ଦେଇ ହେବ
ସ୍ଵପ୍ନ ଦେଖି ହେବ
କଇଁ ସହ
ରାତି ବିତେଇହେବ
ପଲକେ,
ସାମାନ୍ୟ ଇଙ୍ଗିତରେ

ପଥ ହୁଡ଼ି
ଅସମ୍ଭ୍ରମତାରେ
ପ୍ରେମ ପାଇଁ
ଆତ୍ମହୁତି
ଦେଇ ହେବ
ଓଲ୍ହେଇ ଆସିହେବ
ଆକାଶରୁ

ନିମିଷକରେ
ଆପଣାକୁ ପର କରି
ପରକୁ ଆପଣା
କରିହେବ
କଇଁଟିଏ ପାଇଁ
ରାତିଟିଏ ପାଇଁ
ଜୀବନଟେ ପାଇଁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top