ବେହେଲା ରେ ଯେବେ ତାର ଛିଣ୍ଡି ଯାଏ
ସୁର ଟା ବେସୁରା ଲାଗେ
ଦରପଣ ଯେବେ ଭାଂଗି ଖଣ୍ଡ ହୁଏ
ଛବି ଫୁଟେ ପ୍ରତି ଭାଗେ ।।
ମନ ର ଭିତରେ ଛାଇ ଖେଳୁ ଥାଏ
ଦରପଣେ ଝଲ ମଲ
ମନ ଭାଂଗି ଗଲେ କେମିତି କେଜାଣି
ଫୁଟିଉଠେ ଶତଦଳ
ଭଂଗା ମନ ଧରି ଜୀବନ ନଉକା
ବଢି ବଢି ଯାଏ ଆଗେ ।। ୧ ।।
ମନର ଗହନେ ଯେଉଁ ଭାବ ନାଚେ
ତୋଳି ତୋଳି ସାତ ସୁର
କେବେ କେଉଁ ଠାବେ ହଜି ଯାଏ ଯଦି
ମିଳେନା ଠିକଣା ତାର
ହେଲେ ଖୋଜି ବୁଲେ ଫୁଲ ବଗିଚା ରେ
ମଧୁର ମହକ ଲାଗେ ।। ୦୨।।