କବିତା

ଗୀତ ମହକ

Ashutosh Meher's odia poem Geeta Mahak

ଭଂଗା ମନ ଧରି ଜୀବନ ନଉକା
ବଢି ବଢି ଯାଏ ଆଗେ ।। ୧ ।।

ଗୀତ ମହକ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବେହେଲା ରେ ଯେବେ ତାର ଛିଣ୍ଡି ଯାଏ
ସୁର ଟା ବେସୁରା ଲାଗେ
ଦରପଣ ଯେବେ ଭାଂଗି ଖଣ୍ଡ ହୁଏ
ଛବି ଫୁଟେ ପ୍ରତି ଭାଗେ ।।

ମନ ର ଭିତରେ ଛାଇ ଖେଳୁ ଥାଏ
ଦରପଣେ ଝଲ ମଲ
ମନ ଭାଂଗି ଗଲେ କେମିତି କେଜାଣି
ଫୁଟିଉଠେ ଶତଦଳ
ଭଂଗା ମନ ଧରି ଜୀବନ ନଉକା
ବଢି ବଢି ଯାଏ ଆଗେ ।। ୧ ।।

ମନର ଗହନେ ଯେଉଁ ଭାବ ନାଚେ
ତୋଳି ତୋଳି ସାତ ସୁର
କେବେ କେଉଁ ଠାବେ ହଜି ଯାଏ ଯଦି
ମିଳେନା ଠିକଣା ତାର
ହେଲେ ଖୋଜି ବୁଲେ ଫୁଲ ବଗିଚା ରେ
ମଧୁର ମହକ ଲାଗେ ।। ୦୨।।

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top