କବିତା

ହୁଏତ କେବେ କୋଉଠି

Odia Author Subrat Kumar Nayak

ଏବେ ହୁଏତ ଦେଖା ହେଇପାରେ
କେଉଁଠି ହଠାତ୍ ଚିହ୍ନା ରାସ୍ତାରେ ଫେରୁଥିବାର
ହେଲେ ଆଉ ନଥିବ ଆଲିଙ୍ଗନର ଆସ୍ପର୍ଦ୍ଧା

ହୁଏତ କେବେ କୋଉଠି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏଇ କିଛିଦିନ ହେଲା ତୁମେ ତ ନିରବଦ୍ରଷ୍ଟା
ଅତୀତ ଭବିଷ୍ୟତ ଅନ୍ତରାଳେ ନୂତନତା ପାଇଁ ସନ୍ଧାନର
ହୁଏତ ତୁମ ପାଇଁ ଅବୁଝା
ତୁମେ ଅସ୍ତସୂର୍ଯ୍ୟର ଲାଳିମା ଆଉ ମୁଁ କାହିଁକି ଉତ୍ତପ୍ତ ଦ୍ୱିପ୍ରହର. . .
ଏବେ ହୁଏତ ଦେଖା ହେଇପାରେ
କେଉଁଠି ହଠାତ୍ ଚିହ୍ନା ରାସ୍ତାରେ ଫେରୁଥିବାର
ହେଲେ ଆଉ ନଥିବ ଆଲିଙ୍ଗନର ଆସ୍ପର୍ଦ୍ଧା
ନଥିବ ଆବଶ୍ୟକତା ପଛକୁ ବୁଲି ଚାହିଁବାର. . .
ଆଉ କ’ଣ ସେ ହସ ଅଛି ଯେ
ତୁମେ ମୋତେ ଦେଖି ହେବ ପ୍ରଗଳ୍‌ଭ
ନା ଶୁଣେଇ ପାରିବି ତୁମ ପାଇଁ ଲେଖା କବିତାର ମୂର୍ଚ୍ଛନା
ପଚାରି ଦେଇପାରେ କେମିତି ଅଛ, ଆଉ ବ୍ୟସ୍ତତା ଦେଖେଇବା ପାଇଁ
ନୂଆ ନୂଆ ମିଛ ବାହାନା. . . ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top