କବିତା

କଳା ଚଷମା

ଅଦିନ ବସନ୍ତ ଶିରୀଶ କୋମଳ ଛୁଇଁ ଛୁଇଁ ଯାଅ ମନ
ଉଜ୍ଜ୍ୱଳି ଉଠେ ମୁହୂର୍ତ୍ତସବୁ ହେଇ ଆସିଗଲା
ଭରା ବିଭବର ସମୃଦ୍ଧି ଅବପାତେ ;
ସତ୍ୟ ଦ୍ବାହିରେ ଫାଇଦା ହାସଲାକରି

କଳା ଚଷମା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମ ଦୁନିଆର କାନ୍‌ଭାସରେ
ଶୀତଳ ଛାଇର ଲହଡ଼ିଭାଙ୍ଗେ
ତମେ ଦେଖୁଥିବା ଦୃଶ୍ୟଛବିରେ
ସହଜ କାନ୍ତିର ଫୁଆରା ଛୁଟେ
ଚାହିଁବକି ଥରେ ତମ ଇଚ୍ଛାର ଅସରନ୍ତି ସୀମା ଟପି
ଦେଖିନବ ଥରେ କେମିତି ଅଛନ୍ତି
ତମେ ଦେଇଥିବା କଥା ଭାଳି ଭାଳି
ଏଠି ଚାହିଁଛନ୍ତି କେତେ ଜଳକା
ଆଖିରେ ଆଖିଏ ସ୍ୱପ୍ନର କଜଳ ମାଖି ।

ଚହଟ ଚିକ୍କଣ ଚେହେରାରେ ଆସ
ନିର୍ମାୟା ପୁରୁଷ ଆଶାର ଭେଳିକି ରବି
ବ୍ୟଥା ବେଦନାର ଉପଶମ ଲାଗି କଥାର ମଲମ ଲେପି
ଅଦିନ ବସନ୍ତ ଶିରୀଶ କୋମଳ ଛୁଇଁ ଛୁଇଁ ଯାଅ ମନ
ଉଜ୍ଜ୍ୱଳି ଉଠେ ମୁହୂର୍ତ୍ତସବୁ ହେଇ ଆସିଗଲା
ଭରା ବିଭବର ସମୃଦ୍ଧି ଅବପାତେ ;
ସତ୍ୟ ଦ୍ବାହିରେ ଫାଇଦା ହାସଲାକରି
ହାୟ , ଚାଳନାର ରୂପକାର
ଉଡ଼ିଯାଅ କେବେ ପଛକୁ ଚାହିଁନି
ମଜ୍ଜିଯାଅ ନିଜ ନୀଡ଼ ରଚନାରେ
ଯେତେ ପାର ସେତେ ଛଳ କୌଶଳ ସାହାରାରେ ।

ଐଶ୍ଵର୍ଯ୍ୟର ସିଂହାସନେ
ନିଜ ସୁଖରେ ବିଭୋର ତମେ
କେବେ ଦେଖିଛକି ସିଂହାସନ ତଳେ
ଉର୍ଦ୍ଧ୍ଵ ବାହୁରେ ଦଳ ଦଳ ସ୍ବପ୍ନଭୁକ୍‌ ଦଣ୍ଡାୟମାନ
ବିରୋଧାଭାସରେ ତୀବ୍ର ଉଚ୍ଛ୍ବାସ ସନ୍ନିକଟ
ଛୁଇଁବାକୁ ତମ ପାଖ ।

ନିରେଖି ଚାହଁ
ତମ ପୃଥିବୀର ଚିତ୍ର ନୁହେଁ ସେ ସତ୍ୟାନୁଭବ
ଯାହା ତମେ ଭାବ
ଯାହାକୁ ଦେଖିଛ ସହଜ ଭାବେ
ଜ୍ବାଳା ଜ୍ବଳନର ଦୁନିଆ ଗୋଟେ ଅପେକ୍ଷା କରିଛି
ଚେଇଁ ଶୋଇବାରେ ପୃଥିବୀ ଆଢୁଆଳେ ।

ହଟା ବା ନହଟା ଆଖିରୁ ପରଦା
ଚେତିଲୁଣି ଏବେ ତମ ଗେହ୍ଲାପୁଅ
ମନରୁ ନିକାଲି ତମ ଭାବରୂପ
ମୁଖା ତଳେ ତମ ଅସଲ ମୁହଁର ଭାଷା
ପଢ଼ି ବୁଝିଲୁଣି ବୋଲି
ଅନେକ ଝୁଣ୍ଟାରୁ ରକ୍ତ କ୍ଷରଣ ଏବେ କହେ
ତମ କଥା ଆଉ ନୁହେଁ… ଆଉ ନୁହେଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top