କବିତା

କର ମରୁଭୂମିରେରେ ତୁ ଜୀବନର ସନ୍ଧାନ

Deepak Baral's odia poem Kara Marubhumire tu Jeebanara Sandhaana

ମାନୁଛି କଷ୍ଟ ଅସୁମାର, ଉତାପେ ଜଳୁଛି ପୁରା ସଂସାର,
ବସୁଧାରେ ତୁ ନିଜ ଚେରକୁ ପ୍ରସାର
ଭରିନେ ନିଜଠାରେ ଶକ୍ତି ଅପାର
ଅନ୍ତରରୁ କରିନେ ପାଣି କୁ ଆହ୍ୱାନ
କର ମରୁଭୂମିରେ ରେ ତୁ ଜୀବନର ସନ୍ଧାନ…

କର ମରୁଭୂମିରେରେ ତୁ ଜୀବନର ସନ୍ଧାନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କର ମରୁଭୂମିରେରେ ତୁ ଜୀବନର ସନ୍ଧାନ
ଶିଖରରେ ରହୁ ତୋ ନୟନ,ଦୁନିଆ ଠାରୁ ହୋଇ ବିସ୍ମରଣ
ଲକ୍ଷେ ଅଛି ସମ୍ଭାବନା, କଷ୍ଟ ହେଲେ ଜମା ଡରନା
ଜୀବନ୍ତ କରିନେ ତୋ ଚିନ୍ତା ଅନୁମାନ
କର ମରୁଭୂମିରେରେ ତୁ ଜୀବନର ସନ୍ଧାନ…

ହରିବାକୁ କିଛିନାହିଁ, ପାଇବାର କିଛି ସୀମା ନାହିଁ
ସଂଘର୍ଷର ଅଗ୍ନିରେ ଯେବେ କୋଇଲାର ପଡେ ଦାନ
ହୀରା ହୋଇ ଚମକି ଉଠେ ଦୁନିଆ କରେ ତାର ସନ୍ଧାନ
ତାହାରି ପର୍ଯାୟ ଅଟୁ ତୁ, ଅସହାୟ କେବେ ହେବୁନି ତୁ
ବଦଳେଇ ଦେ ନିଜ ଅନୂକର୍ମ, ହୀରା ହୋଇ ଚମକି ଉଠ୍‌ ଏକ-ଦମ୍‌,
ହସି କରି ସହିଯା ସବୁ ବିଧାନ
କର ମରୁଭୂମିରେରେ ତୁ ଜୀବନର ସନ୍ଧାନ…

ମାନୁଛି କଷ୍ଟ ଅସୁମାର, ଉତାପେ ଜଳୁଛି ପୁରା ସଂସାର,
ବସୁଧାରେ ତୁ ନିଜ ଚେରକୁ ପ୍ରସାର
ଭରିନେ ନିଜଠାରେ ଶକ୍ତି ଅପାର
ଅନ୍ତରରୁ କରିନେ ପାଣି କୁ ଆହ୍ୱାନ
କର ମରୁଭୂମିରେ ରେ ତୁ ଜୀବନର ସନ୍ଧାନ…

ଚାଲିବୁ ତୁ ଯେଉଁ ବାଟେ, ଯେଉଁ ଚଟାଣରେ ରଖିବୁ ତୋ ପାଦ
ଚିର-ହୋଇ ରହିବ ସେ ପାଦର ଆୟୁଷ
ଯେବେ ବି ଚର୍ଚ୍ଚା ହେବ ତୋର
ଛୋଟ ପଡ଼ିଯିବ ଶବ୍ଦକୋଷ
ନେତୀ-ନେତୀ ଗାଇଯିବେ ତୋ ସଂଘର୍ଷ ଗାଥାର ଗାନ
କର ମରୁଭୂମିରେ ରେ ତୁ ଜୀବନର ସନ୍ଧାନ…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top