କବିତା

ମହ୍ ମହ୍ ତୋର୍ ଗୁନ୍

Ashutosh Meher's odia poem Mah Mah Tor Gun

ନୁଖୋ କାମ୍ କରି ପାଏସୁ ଯାହା ବି
ମାନ୍ ସନମାନ୍ ଯେତେ
ମୁନୁଷ୍ ସମାଜ୍ ଆଦରେ ଦେସି ଯେ
ଗୁଣ୍ ଗଉରବ୍ ତତେ ।

ମହ୍ ମହ୍ ତୋର୍ ଗୁନ୍
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଗୁନ୍ ପରତିଭା ତୋର୍ ଠାନେ୍ ଯାହା
ହେଟା ଭଗବାନ୍ ଦେନି
ମହାପୁରୁ ପରେ୍ ଦେଇଛନ୍ ତୋତେ
ପିଛଲା କରମ୍ ଜାନି ।

ନୁଖୋ କାମ୍ କରି ପାଏସୁ ଯାହା ବି
ମାନ୍ ସନମାନ୍ ଯେତେ
ମୁନୁଷ୍ ସମାଜ୍ ଆଦରେ ଦେସି ଯେ
ଗୁଣ୍ ଗଉରବ୍ ତତେ ।

ଖାଲି ଯାହା ତୋର୍ କମାଇ କରନି
ପରତାପ୍ ମନମାନି
ଘମଣ୍ଡ ଘୁମରା ନିଜ୍ ବଡପନ୍
ମୁଇଁ ଏକା ମହା ଜ୍ଞାନି !!

ଏତକି ଛାଡିଦେ ଦେଖବୁ ତୁଇ୍ ଗା
ସଂସାର୍ କରବୁ ଜଏ୍
ମହମହ୍ ତୋର ଗୁନ୍ ମହକିବା
ମରନ୍ ଜିତବୁ ତଏ୍ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top