ଦୁଲୁକାଏ ଚଇତାଳି ବାଆ ରେ ମଲ୍ଲି ର ସେ
ହାଲକା ବାସନା
ଦୂର ଦେବାଳୟୁ ସନ୍ଧ୍ୟା ଆରତି ର ଅର୍ଚ୍ଚନା
ଘଣ୍ଟ ଘଣ୍ଟା ଢୋଲ ମାଡେ ପ୍ରକମ୍ପିତ ହୋଇ
ଶୁଭୁଥିବ ଝାପସା ସେ ପ୍ରାର୍ଥନା
ନୋଳିଆ ବସ୍ତିରେ ବେତାରେ ବାଜୁଥିବା ଟଳି
ଯାଇଥିବା ଝଡ଼ ର ସେ ଖୁସି ସୂଚନା
ଅଦିନିଆ ଅସରାଏ ବର୍ଷା ପରେ ଗାଆଁ ଦାଣ୍ଡେ
ଛୁଟୁଥିବା ସେ ପ୍ରୀତି ର ଯମୁନା
ସକାଳୁ ସକାଳୁ କିଚିରି ମିଚିର କରି
ଖୋଜିବୁଲିଥିବା ପକ୍ଷୀର ସେ ଆହାର ଦାନା
ମଲା ଜହ୍ନ ର ସେ ଜୀବିତ ଜୋଛନା
ଫଗୁଣ ଫିକା ସେ ଫଗୁଣ ର ଫୁଲ ବିନା
ପଲ୍ଲବୀତ ଢ଼ଳ ଢ଼ଳ ପଲକେ ସେ ସୁନୟନା
କଳ୍ପନା ଅବା ଭାବନା, ହାତ ଲେଖା ରଚନା
ସତ ନୁହଁ ସ୍ୱପ୍ନେ ଆସି ଚାଲିଯାଇଥିବା ଅସାମାନ୍ୟ
ସୁନ୍ଦରୀ ଲଳନା
ମନ ମୂଲକ ର ସେ ମଇନା
କେବେ ତାର ହଁ କେବେ ନା ନା ନା ।।
ମନ ର ମଇନା


ଛୁଟୁଥିବା ସେ ପ୍ରୀତି ର ଯମୁନା
ସକାଳୁ ସକାଳୁ କିଚିରି ମିଚିର କରି