କବିତା

ମୋ ମା

Pravat Kumar Muduli's odia poem Mo Maa

କିଏ ବା ଭୁଲିବ ମା’ ର ଗୁଣକୁ
ସିଏ ଗୁଣ ସିନ୍ଦୁକରେ ଭରା
ମା’ କୁ କରିଛୁ ପ୍ରାଥମିକ ଗୁରୁ
ସିଏ ଅଦୃଶ୍ୟ ପଥର ଧାରା
ତା’ର ତ ଗୋଟେ ନାଁ
ସିଏ ହିଁ ମୋର ମା’ ।

ମୋ ମା

ଯିଏ ମୋ ଦେହରୁ ଧୂଳି ଝାଡ଼ି ଦିଏ
ଯିଏ ମୋ ମୁଣ୍ଡରେ ବିଦ୍ୟା ଭାରି ଦିଏ
ତା’ର ତ ଗୋଟେ ନାଁ
ସିଏ ହିଁ ମୋର ମା’ ।

ଯିଏ ମୋ ଭୋକକୁ ଦୂର କରି ଦିଏ
ଯିଏ ମୋ ଦୋଷକୁ ପାଷୋରି ବି ଦିଏ
ତା’ର ତ ଗୋଟେ ନାଁ
ସିଏ ହିଁ ମୋର ମା’ ।

ଅଝଟ ନାଟ କୁ ଖୁସି ଖୁସି ସହେ
ଦେହ ଖରାପରେ ଅନିଦ୍ରା ବି ରୁହେ
ତା’ର ତ ଗୋଟେ ନାଁ
ସିଏ ହିଁ ମୋର ମା’ ।

ମା’ ଶବ୍ଦ ବୋଧେ ଅମୃତ ସମାନ
ପାରିବେନି ଜିଣି କେହି ତାର ମାନ
ତା’ ଆଖି ଆଗରେ କେହି ନୁହେଁ ସାନ
ସମସ୍ତଙ୍କୁ ଦିଏ ସମାନ ସମ୍ମାନ
ତା’ର ତ ଗୋଟେ ନାଁ
ସିଏ ହିଁ ମୋର ମା’ ।

କିଏ ବା ଭୁଲିବ ମା’ ର ଗୁଣକୁ
ସିଏ ଗୁଣ ସିନ୍ଦୁକରେ ଭରା
ମା’ କୁ କରିଛୁ ପ୍ରାଥମିକ ଗୁରୁ
ସିଏ ଅଦୃଶ୍ୟ ପଥର ଧାରା
ତା’ର ତ ଗୋଟେ ନାଁ
ସିଏ ହିଁ ମୋର ମା’ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top