କହୁଛୁ କହ୍ନାଇଗଳାରତ୍ନ ନେଇ
ବଂଶୀତୋ ଫେରାଇ ଦେବି
ସେବଂଶୀ ଗାଇବରାଧାରାଧା ହେବ
ମୁଁ ଯେ କଳଙ୍କିନୀ ହେବି
କାହ୍ନାରେ! ବଂଶୀତୋ ଆଉ ନଦେବି
ଯମୁନା କୁଳିଆକଦମ୍ବ ମୂଳିଆ
ରାସ ମୁଁ ଶେଷ କରିବି ।୧।
ଆବାଳ ବନିତାଯେତେକ ଗୋପୀକା
ସଭିଏଁ ତୋନାମେ ବାଇ
ଏକା ରାଧାକିଆଁକଳଙ୍କର ନିଆଁ
ମଥାପାତି ସହୁଥାଇ
କାହ୍ନାରେ! ବଂଶୀତୋ ଆଉ ନଦେବି
ଜଟିଳା କୁଟିଳାଶାଶୁଘରେ ଭଲା
କେତେ ଗଞ୍ଜଣା ସହିବି ।୨।
ଜମୁନା ଘାଟକୁପାଣି ଆଣିବାକୁ
ଆସେମୁହିଁ ନୀତିପ୍ରତେ
ସେବଂଶୀର ସ୍ୱନଉଚ୍ଚାଟ ମୋହନ
ସହିବି ଅବା କେମନ୍ତେ
କାହ୍ନାରେ! ବଂଶୀତୋ ଆଉ ନଦେବି
ଚନ୍ଦ୍ରଶେଣା ପତିଜଗିବସୁଛନ୍ତି
କେଉଁଠି ଆବା ଲୁଚିବି ? ।୩।
ମଥୁରା ହାଟକୁଦଧି ବିକିବାକୁ
ନଗଲେ ନସରେ ଦିନ
ବାଟରେ ଘାଟରେତୁ ଜଗି ବସିଲେ
ବଣିଜେ କି ଲାଗେ ମନ?
କାହ୍ନାରେ! ବଂଶୀତୋ ଆଉ ନଦେବି
ଏତେ ଗୋପୀଥାଉରାଧାରାଧା ହେଉ
ଲାଜେକି ପାଷାଣୀ ହେବି? ।୪।
ଗଳାରତ୍ନ ହାରକଙ୍କଣ ହସ୍ତର
ସେସବୁରେ ନାହିଁ ଆସ
ମୂରଲୀ ବଜାଇକରୁତୁହି ବାଇ
ସଂସାର ଲାଗଇ ବିଷ
କାହ୍ନାରେ! ବଂଶୀତୋ ଆଉ ନଦେବି
ରାଣଦେଲି କାହ୍ନାଆଉତୁ ବଜାନା
ଯମୁନାରେ ଝାସ ଦେବି ।୫।
ପୂଜାରିଣୀ ମୂହିଁପ୍ରଭୁ ମୋର ତୁହି
ସେକଥା ଭଲେତୁ ଜାଣୁ
ମତେ ନିନ୍ଦାହେଲେପ୍ରଭୁପଣେ ଭଲେ
କଳଙ୍କ ଲାଗିବ ତେଣୁ
କାହ୍ନାରେ! ବଂଶୀତୋ ଫେରାଇ ଦେବି
ମୁହିଁ ଅସରଣତୋପଦେ ଶରଣ
ଆରାଧିନୀ ଭାବେ ସେବି ।୬।
(ବନମାଳୀଙ୍କ “ଗୋରାଧେ ବଂଶୀଟି ଆମର ଦିଅ, ହସ୍ତର କଙ୍କଣ ଗଳାରତ୍ନ ହାର…”ଉତ୍ତରରେ)