ମୋ ପରିଚୟ,
ନିଜେ କେବେଠୁ ଖୋଜୁଛି
ତାହା ମୁଁ ନିଜେ ବି ଜାଣିନି ।
ଜାଣିଛ କି ତୁମେ ?
ପ୍ରଶ୍ନ ପଚାରି ପଚାରି
ଥକି ପଡିଲିଣି ।
ତାର ସାକ୍ଷୀ
ଆକାଶ, ବାଦଲ
ମେଘ, ପବନ ଓ ମୁକ୍ତ ପକ୍ଷୀ ।
ସାଗର, ନଦୀ, ପାହାଡ
ସମସ୍ତେ ବୁଝି ପାରିଛନ୍ତି
ମୋ ର ଏ ପ୍ରଶ୍ନ ଭରା ଆଖି ।
ସାଥି ହୋଇ ପାରିନି
ମୁଁ ଏମାନଙ୍କ ସହ
ନୀରବ ଆଖିରେ ଖେଳେ
ପ୍ରଶ୍ନ ମୋର ପରିଚୟ ।
ନିଜର ନିଜର ଲାଗୁଥିବା
ଆଖି ବି ତରାଟି ଚାହାନ୍ତି
କିଏ ବୋଲି ପଚାରିବାକୁ
ବି ଥକୁ ନାହାନ୍ତି ।
ତଥାପି ଲୁପ୍ତ ପରିଚୟ ମୋର
ନିଶବ୍ଦରେ କହେ
ସବୁ ସମୀକରଣ
ସମାଧାନ ଅନ୍ତରରେ ଥାଏ ।