କବିତା

ପ୍ରତାରଣା

ଜାଣି ମୁଁ ନ ଥିଲି ମିଛେ ଭଲପାଇ
ମୋ ସ୍ଵପ୍ନକୁ ଭାଙ୍ଗିଦେବ
ଭଙ୍ଗାସ୍ୱପ୍ନେ ଆସି ମୋ ହୃଦୟେ ରହି
ଏତେ ଯେ ଯାତନା ଦେବ ।

ପ୍ରତାରଣା

ଏତେ ଭଲପାଇ ପ୍ରତାରଣା ଦେଇ
ପାଇଲ କି ଅବା ସୁଖ
ମୋ ଭଲ ପାଇବା ପାଦେ ଦଳି ଦେଇ
ଜାଳିଦେଇ ସବୁ ସ୍ୱପ୍ନ ।

ଜାଣି ମୁଁ ନ ଥିଲି ମିଛେ ଭଲପାଇ
ମୋ ସ୍ଵପ୍ନକୁ ଭାଙ୍ଗିଦେବ
ଭଙ୍ଗାସ୍ୱପ୍ନେ ଆସି ମୋ ହୃଦୟେ ରହି
ଏତେ ଯେ ଯାତନା ଦେବ ।

ଯାତନା ଜୁଇରେ ନିତି ଜଳୁଛି
କେମିତି ପାରୁନ ବୁଝି
ଯେବେ ବୁଝିବ ଜୀବନରେ କେବେ
ପାଇବନି ମୋତେ ଖୋଜି ।

ମୋ ଆଖିରୁ ଯେବେ ବିନ୍ଦୁଟିଏ ଝରେ
ତୁମ ଛାତି ଯାଏ ଫାଟି
ଆଜି କିଆଁ ତୁମେ ଚୁପ୍ ଅଛ ପ୍ରିୟା
କିଛି ପାରୁନ କଣ ଦେଖି ?

ଆଖିର ଲୁହରେ ନିତି ଭିଜୁଛି
ଆକାଶକୁ ଚାହିଁ ରହି
ଭିଜା ଆଖିମୋର ଚାହିଁ ରହିଥାଏ
କେବଳ ତୁମରି ପାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top